ଦ୍ୱିତୀୟ ଜାତୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ରେ ଗୁରୁ ଶ୍ରୀ ରଘୁନାଥ ପାତ୍ର…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନୀତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଦ୍ଵିତୀୟ ଜାତୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ଗତକାଲି ରାଉରକେଲା ସ୍ଥିତ ମାଁ ବାଟ ମଙ୍ଗଳା କମ୍ୟୁନିଟି ହଲ ଠାରେ ଉଦ୍‍ଘାଟିତ ହୋଇଯାଇଛି । ଏହି ସମାରୋହ କାର୍ଯ୍ୟକ୍ରମରେ ଝାରସୁଗୁଡା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ହିମାଂଶୁ ଶେଖର ବେହେରା ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ରାଇରାଖୋଲ ଉପ- ଜିଲ୍ଲାପାଳ ବିଷିକେଶନ ଦେହୁରୀ , ଡେପୁଟି କମିଶନର (ଆରଏମସି) ସୀତା ଦେବୀ ମାଝି , ଡାଃ ରାମହରି ଦାସ , ଶିଳ୍ପପତି ଅତୁଲ ଗର୍ଗ , ବିଏସଏନଏଲ. ସାଧାରଣ ପରିଚାଳକ ଗୁରୁଦାସ ମେହେର , ବିଶିଷ୍ଠ ସଂଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର ଏବଂ କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ରାଜ କିଶୋର ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ । ଉଦଘାଟନୀ ଉତ୍ସବର ସଭା କାର୍ଯ୍ୟକ୍ରମରେ ସଂଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର ଅତିଥି ଭାବେ ଯୋଗଦେଇ ଶାସ୍ତ୍ରୀୟ ସଂଗୀତର ଉପାଦେୟ ଓ ମନୁଷ୍ୟ ଉପରେ ତାର ପଡୁଥିବା ବିଭିନ୍ନ ରାଗ-ରାଗିଣୀର ପ୍ରଭାବ ସମ୍ପର୍କରେ ବୁଝାଇଥିଲେ । ସଭା କାର୍ଯ୍ୟକ୍ରମ ପରେ ପରେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ହୋଇଥିଲା। ପାରଳାଖେମୁଣ୍ଡିର ଗୁରୁ ଶ୍ରୀ ରଘୁନାଥ ପାତ୍ର କଳହଂସ ଭକ୍ତକବି ଗୋପାଳ କୃଷ୍ଣ ପଟ୍ଟନାୟକଙ୍କ ରଚନା ପଦ୍ୟାବଳି ରୁ ରାଗ ଦେଶ୍ ଓ ପରେ ପରେ ରାଗ ପନ୍ତୁ ବରାଡି ଦୀର୍ଘ ସମୟ ଧରି ଚିତ୍ତାକର୍ଷକ ସଙ୍ଗୀତ ପରିବେଷଣ କରି ଉପସ୍ଥିତ ଶ୍ରୋତା ମାନଙ୍କ ମନକୁ ମନ୍ତ୍ରମୁଗ୍ଧ କରି ପକାଇଥିଲେ । ଏହି ଶାସ୍ତ୍ରୀୟ ସଙ୍ଗୀତ ସମାରୋହରେ ଭାରତର ବିଭିନ୍ନ ରାଜ୍ୟର ଯଥା ଓଡିଶା ସମେତ ଉତ୍ତର ପ୍ରଦେଶ , ରାଜସ୍ଥାନ , ପଶ୍ଚିମବଙ୍ଗ , ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶ ପ୍ରଭୃତି ରାଜ୍ୟ ଅଞ୍ଚଳ ରୁ ପ୍ରାୟ ୫୦ ରୁ ଅଧିକ ପ୍ରତିଷ୍ଠିତ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଯୋଗଦେଇ ନିଜ ନିଜର ନିପୁଣ କଳା ପ୍ରଦର୍ଶନ କରିଥିଲେ । ଦୀର୍ଘ ୧୨ ଘଣ୍ଟା ଧରି ଚାଲିଥିବା ଏହି ସଙ୍ଗୀତ ସମାରୋହ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ। ରାଉରକେଲାର ଜୟଦେବ କଳା ବିକାଶ କେନ୍ଦ୍ର ଓ ଜଗଦା ସାଂସ୍କୃତିକ କେନ୍ଦ୍ର,ରାଉଲକେଲା।

ଭିଜିଲାନ୍ସ ଜାଲରେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଇନଚାର୍ଜ ଡାକ୍ଟର ସୁକାନ୍ତି ପଣ୍ଡା..!

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ନୂଆପଡ଼ା) – ନୂଆପଡ଼ା ଜିଲ୍ଲା ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ସୁଇପର ଭାବେ କାର୍ଯ୍ୟରତ ମହେଶ୍ କୁମାର ସହିସ ଙ୍କ ଠାରୁ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ସ୍ଵାସ୍ଥ୍ଯ କେନ୍ଦ୍ର ଇନଚାର୍ଜ ଡ଼ଃ ସୁକାନ୍ତି ପଣ୍ଡା। ଖବର ନେବାରୁ ଜଣାପଡ଼ିଛି ଗତ ୨୦୦୦ ମସିହାରେ ଶ୍ରୀ ମହେଶ୍ କୁମାର ସହିସ ଦେହ ଅସୁସ୍ଥତା ନେଇ ୩ ମାସ ଛୁଟି ରେ ରହିଥିବା ଯୋଗୁଁ ତାଙ୍କ ସେହି ସମୟର ଦରମା ହୋଇପାରିନଥିଲା। ଏପରିକି ତାଙ୍କରି ଜୀ. ଏ. ସି ବାବଦକୁ କିଛି ଅର୍ଥ ପାଇବାରେ ବକେୟା ରହିଛି। ଏହାକୁ କରିଦେବା ପାଇଁ ଡ଼ଃ ସୁକାନ୍ତି ପଣ୍ଡା ମହେଶ୍ କୁମାର ସହିସ ଙ୍କ ଠାରୁ ୭୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ମହେଶ ସହିସ ଙ୍କ ଅଭିଯୋଗ କ୍ରମେ ଏବଂ କୋରାପୁଟ ଭିଜିଲାନ୍ସ ଏସ୍. ପି ଙ୍କ ନିର୍ଦ୍ଦେଶ ରେ ଏକ ପ୍ରତିନିଧି ଦଳ ସିନାପାଲି ସ୍ଥିତ ସୁକାନ୍ତି ପଣ୍ଡା ଙ୍କ ବାସ ଭବନ ଉପରେ ଚଢାଉ କରି ଟଙ୍କା ନେଉଥିବା ସମୟରେ ଗିରଫ୍ କରିଛି। ତତ୍ ସଙ୍ଗେ ସଙ୍ଗେ ସୁକାନ୍ତି ପଣ୍ଡା ଙ୍କ ମ.ରାମପୁର ଠାରେ ଥିବା ବାସ ଭବନ ଉପରେ ଚଢାଉ କରି ତଦନ୍ତ ଚଳାଇଛି। ଏହି ତଦନ୍ତ କାରୀ ଦଳରେ ନୂଆପଡ଼ା ଡି. ଏସ୍. ପି ସତ୍ୟାବାନ ମହାନନ୍ଦ, ଇନ୍ସିପେକ୍ଟର କଳାବତୀ ବାଗ, ନବରଙ୍ଗପୁର ଇନ୍ସପେକ୍ଟର ଦୀନବନ୍ଧୁ ବେହେରା ଙ୍କ ସମେତ ଅଜୟ କୁମାର ସିଂ, ସନ୍ତୋଷ ମହାନ୍ତି ଶିବ ପ୍ରଧାନ,ଗୁଣନିଧି ସାହୁ ପ୍ରମୁଖ ସାମିଲ ରହିଛନ୍ତି।

ପାରଳାଖେମୁଣ୍ଡି ରେ ଇଞ୍ଜିନିୟର୍ସ ଡ଼େ ପାଳିତ..!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନୀତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସଭା ଗୃହ ଠାରେ ଓଡିଶା ଡିପ୍ଲୋମା ଇଞ୍ଜିନିଅର୍ସ ସେବା ସଙ୍ଘ ,ଗଜପତି ଜିଲ୍ଲା ବିଭାଜନ ପରିଷଦ ପକ୍ଷରୁ ରାମକୋ ସିମେଣ୍ଟ ଲିମିଟେଡ଼ର ମିଳିତ ସହଯୋଗରେ ଜିଲ୍ଲା ସ୍ତରୀୟ “ଇଞ୍ଜିନିଅର୍ସ ଦିବସ”ପାଳିତ ହୋଇଯାଇଛି ।

ବିଭାଜନ ପରିଷଦର ଜିଲ୍ଲା ସଭାପତି ଇଞ୍ଜିନିୟର ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଦିବସ ପାଳନର ତାପ୍ତର୍ଯ ସମ୍ପର୍କରେ କହି ଦେଶର ପ୍ରଥମ ସୁନାମ ଧନ୍ୟ ମୁଖ୍ୟଯନ୍ତ୍ରୀ ସ୍ବର୍ଗତ ଇଞ୍ଜିନିୟର ବିଶ୍ବେଶ ରାୟଙ୍କ କର୍ମମୟ ଜୀବନୀ ଉପରେ ସୂଚନା ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଆରଡି. ନିର୍ବାହୀଯନ୍ତ୍ରୀ ଇଞ୍ଜିନିୟର ଶ୍ରୀଧର ନାୟକ ଏବଂ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀଯନ୍ତ୍ରୀ ଇଞ୍ଜିନିୟର ସୁରେନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗଦେଇ ଇଞ୍ଜିନିଅର ଓ ତାର ନୈତିକତା କଣ ଓ କିଭଳି ହେବା ଆବଶ୍ୟକ ତାହା କହି ଇଞ୍ଜିନିଅର ମାନେ କାର୍ଯ୍ୟ କଲାବେଳେ ମୁଖ୍ୟତଃ ଡିଜାଇନ , ଗୁଣବତ୍ତା ଓ ସୁପରଭିଜନ ଉପରେ ଅଧିକ ଗୁରୁତ୍ୱ ଦେଇ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନା କରିଲେ ସେହି କାର୍ଯ୍ୟ ଉନ୍ନତ ମାନର ହେବା ସହ ତାହା ସମାଜରେ ଆଦୃତ ହୋଇ ଗ୍ରହଣୀୟ ହୋଇପାରିବ ବୋଲି କହିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବିଭାଜନ ପରିଷଦର ଜିଲ୍ଲା ସମ୍ପାଦକ ଇଞ୍ଜିନିୟର ଉମା ଶଙ୍କର ପାତ୍ର ,ମୋହନା ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଞ୍ଜିନିୟର ଟି.ଲୋକେଶ ଏବଂ ଅତିରିକ୍ତ ଜୋନାଲ ସମ୍ପାଦକ ଇଞ୍ଜିନିୟର କେ.ନାଁଗେଶ୍ଵର୍ ସେନାପତି ପ୍ରମୁଖ ଯୋଗଦେଇ ଦେଶର ପ୍ରଥମ ମୁଖ୍ୟଯନ୍ତ୍ରୀ ସ୍ବର୍ଗତ ଇଂ ବିଶ୍ବେଶ ରାୟଙ୍କ କର୍ମମୟ ଜୀବନୀ ଓ ତାଙ୍କର ବହୁମୁଖୀ ବ୍ୟକ୍ତିତ୍ୱ ଉପରେ ଆଲୋଚନା କରି ଦେଶ ବିକାଶ ଦିଗରେ ଯନ୍ତ୍ରୀ ମାନେ ହେଉଛନ୍ତି ନୈତିକ ଭାବେ ଯନ୍ତ୍ର ସାହାଯ୍ୟ କାରି । ନୁଆ ଜିନିଷର ସଠିକ ବ୍ୟବହାର କେଉଁଠାରେ ହେବ ତାହା ଯନ୍ତ୍ରୀ ମାନେ ହିଁ କରିଥାନ୍ତି ।ଆମେ ନିଜକୁ ଆମର କାର୍ଯ୍ୟ ଶୈଳୀ ଓ ବୈଷୟିକ ଜ୍ଞାନ- କୌଶଳକୁ ନିଷ୍ଠାର ସହ ବ୍ୟବହାର କରି କାର୍ଯ୍ୟ କଲେ ଆମେ ନିଶ୍ଚିତ ଭାବେ ସମାଜରେ ଗ୍ରହଣୀୟ ହୋଇପାରିବା ବୋଲି କହିଥିଲେ ।

ରାମକୋ ସିମେଣ୍ଟ ଲିମିଟେଡ଼ ବିପଣନ ବିଭାଗ ସହକାରୀ ଜେନେରାଲ ମେନେଜର ରଞ୍ଜନ ସାହୁ , ସହକାରୀ ମେନେଜର ଗୌରୀ ପଣ୍ଡା , ବୈଷୟିକ ବିଭାଗ ଡେପୁଟି ଅଫିସର ସ୍ୱରାଜ ଦାସ , ସେଲସ ଅଫିସର ରାଜୀବ ପାତ୍ର , ଏବଂ ରାମକୋ ସିମେଣ୍ଟର ବିଶିଷ୍ଠ ବ୍ୟବସାୟୀ ପ୍ରକାଶ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇ ଦେଶରେ ରାମକୋ ସିମେଣ୍ଟର ସ୍ଥିତି ଓ ନିର୍ମାଣ କାର୍ଯ୍ୟରେ ତାର ବହୁଳ ବ୍ୟବହାର ର ବିଭିନ୍ନ ଦିଗ ସମ୍ପର୍କରେ କହି ଦେଶ ଗଠନରେ ରାମକୋ ସିମେଣ୍ଟର ବ୍ୟବହାର କିଭଳି ଲୋକପ୍ରିୟତା ହୋଇପାରିଛି ତାହା କହିଥିଲେ । ଶେଷରେ ଅତିରିକ୍ତ ଜୋନାଲ ସେକ୍ରେଟାରୀ ଇଞ୍ଜିନିୟର କେ: ନାଗେଶ୍ବର୍ ସେନାପତି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

କଟକ କୁ ଶ୍ରୀହୀନ କରିବା ବିରୁଦ୍ଧରେ ତ୍ରିରଙ୍ଗା ଶୋଭାଯାତ୍ରା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଓଡ଼ିଶା ର ପୁରାତନ ସହର କଟକରୁ ୧୧ ଗୋଟି ସରକାରୀ କାର୍ଯ୍ୟାଳୟ କୁ ଭୁବନେଶ୍ବର ସ୍ଥାନାନ୍ତରିତ କରିବା ବିରୁଦ୍ଧରେ କଟକ ଚଣ୍ଡି ମନ୍ଦିର ଠାରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ର ଆଯୋଜନ କରାଯାଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସଂଗ୍ରହାଳୟ ଠାରେ ପହଞ୍ଚି ସରକାର ଙ୍କ ଏତାଦୃଶ ପଦକ୍ଷେପ କୁ କଡ଼ା ପ୍ରତିବାଦ କରିଛି । କଟକ ବଞ୍ଚାଅ ଅଭିଯାନ ପକ୍ଷରୁ ଆୟୋଜିତ ଏହି ଶୋଭାଯାତ୍ରା ରେ କଟକ ପ୍ରେମୀ ଓ ବହୁ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ କର୍ମକର୍ତ୍ତା ଯୋଗଦେଇ କଟକ କୁ ଶ୍ରୀହୀନ କରାଯିବା ଉଦ୍ଦେଶ୍ଯ କୁ ସଫଳ କରିଦିଆ ଯିବ ନାହିଁ ବୋଲି ମତ ପ୍ରକାଶ କରିଛନ୍ତି। ସରକାର ଏହି ନିଷ୍ପତ୍ତି ଓହୋରି ନଯିବା ଯାଏଁ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି କଟକ ବଞ୍ଚାଅ ଅଭିଯାନ ପକ୍ଷରୁ ଚେତାବନୀ ଦିଆଯାଇଛି। କଟକ ବଞ୍ଚାଅ ଅଭିଯାନ ସଦସ୍ୟ ଙ୍କ ଏଭଳି ପଦକ୍ଷେପ ପ୍ରତି ଆସ୍ତେ ଆସ୍ତେ ଜନ ସମର୍ଥନ ବଢ଼ିବାର ସୂଚନା ମିଳିଛି।

କାମ ଶେଷ ନ ହେଉଣୁ ରାସ୍ତା ର ଅବସ୍ଥା ବେହାଲ…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କଳାହାଣ୍ଡି) – ଗାଁ ଗାଁ କୁ ସଂଯୋଗୀକରଣ କରି ପକ୍କା ସଡକ ନିର୍ମାଣ ପାଇଁ ସରକାର ପ୍ରଧାନ ମନ୍ତ୍ରୀ ସଡକ ଯୋଜନା,ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଭଳି ଯୋଜନା ଲାଗୁ କରିଛନ୍ତି। କିନ୍ତୁ ଏହି ଯୋଜନା ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପକ୍କା ସଡକ ନିର୍ମାଣ ପରିବର୍ତ୍ତେ ଅତି ନିମ୍ନ ମାନର ରାସ୍ତା ନିର୍ମାଣ କରାଯାଇ ଅର୍ଥ ବାଟମାରଣା କରାଯାଇଥିବାରୁ କାମ ସମ୍ପୂର୍ଣ୍ଣ ନ ହେବା ପୂର୍ବରୁ ରାସ୍ତାରୁ ପିଚୁ ଉଠି ଯାଉଥିବା ଅଭିଁଯୋଗ୍ ହୋଇଛି । ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ରାସ୍ତାର ସ୍ଥାୟୀତ୍ୱ ନେଇ ପ୍ରଶ୍ନ ଉଠିଛି।

ସଦ୍ୟ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଗତ ମାସରେ। କାମ ସମ୍ପୂର୍ଣ୍ଣ ନ ହେଉଣୁ କଂକ୍ରିଟ ରାସ୍ତା ଫାଟି ମରାମତି ହୋଇଛି ଓ ଚିପ୍ସ ବାହାରି ପଡ଼ିଛି। ମାପ ଅନୁଯାୟୀ କଂକ୍ରିଟ ଓ ପୋଲ କାମ ହୋଇନାହିଁ। ପିଚୁ କାମ ଅତି ନିମ୍ନ ମାନର ହୋଇଥିବାରୁ ପିଚୁ ଉଠି ଯାଇଥିବା ଅଭିଁଯୋଗ୍ ହୋଇଛି।
କେବିକେ ଯୋଜନା ରେ ସିଆଲ ଯୋଡ଼ି ଠାରୁ ପୁରୁଣା ପାଣି କୁ ୩.୫ କିମି ଦୂରତ୍ୱ ରାସ୍ତାରେ ୧୩୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ କରିଛନ୍ତି । ଧର୍ମଗଡ ର ଜଣେ ଠିକାଦାର ସ୍ଥାନୀୟ ଜଣେ ପେଟି ଠିକାଦାର ହାତରେ ଏହି କାର୍ଯ୍ୟ ସମ୍ପାଦନ କରିଥିବା କୁହାଯାଉଛି । ଆବଶ୍ୟକ ସ୍ଥାନରେ ପୋଲ ଓ ଡ୍ରେନେଜ ନିର୍ମାଣ ନ ହେବାରୁ ଘରେଘରେ ପାଣି ପଶୁଥିବା ଅଭିଯୋଗ ହେଉଛି। ଏହି ରାସ୍ତାକୁ ହାଲୁକା ଭାବେ ନେଇ ନିମ୍ନ ମାନର କାର୍ଯ୍ୟ କରିବା ଯୋଗୁ କାମ ସମ୍ପୂର୍ଣ୍ଣ ନ ହେଉ ଣୁ ରାସ୍ତାରୁ ପିଚୁ ଉଠି ପଡ଼ିଛି ଓ କାମର ଫଳକ ମଧ୍ୟ ଏ ଯାଏଁ ଲଗାନଯାଇ ସଧାରଣ ଲୋକଙ୍କୁ କାର୍ଯ୍ୟର ସବିଶେଷ ତଥ୍ୟ ବିଷୟରେ ଲୁଚାଇ ଅର୍ଥ ଆତ୍ମସାତ୍ କରିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ରାସ୍ତା ର ମରାମତି କରିବା ପରେ ହିଁ ବିଲ କରାଯିବ ବୋଲି ନିର୍ବାହୀ ଯନ୍ତ୍ରୀ ପ୍ରକାଶ କରିଛନ୍ତି।

ପଲିଥିନ୍ ମୁକ୍ତ ସାମାଜ ଗଠନ ପାଇଁ ଆହ୍ଵାନ…..!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ୍ ପ୍ରତିନିଧି ଅନୀତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଜିଲ୍ଲା ରାସ୍ତା ଓ କୋଠା ବାଡି ବିଭାଜନ-ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଓ ଗଜପତି ଜିଲ୍ଲା ଜାତୀୟ ରାଜପଥ ବିଭାଜନର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ମିଳିତରେ ପଲିଥିନ ବର୍ଜନତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ରାସ୍ତା ଓ କୋଠାବାଡି ବିଭାଜନ-ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ଦାସଙ୍କ ନେତୃତ୍ୱରେ ଏବଂ ପ୍ରତ୍ୟକ୍ଷ ତତ୍ତ୍ଵଧ୍ୟାନରେ ବିଭାଗୀୟ ଯନ୍ତ୍ରୀ କର୍ମଚାରୀ ଓ ଠିକାଦାର ମାନେ ଉଭୟ କାର୍ଯ୍ୟାଳୟ ସାମନାରେ ପଲିଥିନ ବର୍ଜନ-ସୁସ୍ଥ ସମାଜ ଗଠନ ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ମାନ ଦେଇ ସେଠାରେ ବୁଲି ସଚେତନ କରାଇଥିଲେ । ମୁଖ୍ୟତଃ “ସ୍ୱଚ୍ଛତା ହିଁ ସେବା” , “ସ୍ୱଚ୍ଛ-ଭାରତ” , “ସୁସ୍ଥ-ଭାରତ ଓ “ସୁନ୍ଦର ତଥା ଉନ୍ନତ ଭାରତ” ପ୍ରଭୃତିକୁ ଆଧାର କରି ଏହି ପଲିଥିନ ବର୍ଜନ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପଲିଥିନ ବ୍ୟବହାର ଦ୍ବାରା ସମାଜରେ ଦେଖା ଦେଉଥିବା କୁ-ପ୍ରଭାବ , ତାର ଦୁର୍ଗୁଣ ଓ ଅପକାରିତା ସମ୍ପର୍କରେ ସମସ୍ତଙ୍କୁ ସଚେତନ କରା ଯାଇଥିଲା । ଏଥି ସହିତ ପଲିଥିନ ବ୍ୟବହାରକୁ ସମ୍ପୁର୍ଣ୍ଣ ବର୍ଜନ କରିବା ଦ୍ବାରା କିଭଳି ଏକ ସୁସ୍ଥ ପରିବେଶରେ ପଲିଥିନ ମୁକ୍ତ ସୁସ୍ଥ ସମାଜ ଗଠନ ହେବାର ଏକ ସୁସ୍ଥ ପରମ୍ପରା ସୃଷ୍ଟି ହୋଇଥାଏ , ସେ ସମ୍ପର୍କରେ ସମସ୍ତଙ୍କୁ ସଚେତନତା ବାର୍ତ୍ତା ଦିଆ ଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଜିଜ୍ଞାସା ସାମଲ , ସହକାରୀ ଯନ୍ତ୍ରୀ ପି.ଶ୍ରୀନିବାସ ରାଓ , ଯନ୍ତ୍ରୀ ସାନମୁଖ ରାଓ , କନିଷ୍ଠ ଯନ୍ତ୍ରୀ ଗୌରୀ ପ୍ରସାଦ ସେଠୀ , ବରିଷ୍ଠ କର୍ମଚାରୀ ଏମ. ଶେଖର ରାଓଙ୍କ ସମେତ ଅନ୍ୟାନ୍ୟ ଯନ୍ତ୍ରୀ , କର୍ମଚାରୀ ଓ ଠିକାଦାର ମାନେ ଯୋଗ ଦେଇ ରାଷ୍ଟ୍ର କୁ ଏକ ପଲିଥିନ୍ ମୁକ୍ତ ସାମାଜ ଭାବେ ଗଠନ କରିବାକୁ ଆହ୍ଵାନ ଦେଇଥିଲେ ।

ସଫା ହୋଇ ପାରୁନି ବିସର୍ଜନ ସମୟର ଆବର୍ଜନା ; ମର୍ଣ୍ଣିଂ ୱାକ୍ ରେ ବରିଷ୍ଠ ନାଗରିକ ଙ୍କ ଅସୁବିଧା…

!!! ଗୁଣପୁର ରୁ ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ମୂର୍ତ୍ତୀ ବିସର୍ଜନ ନିମନ୍ତେ ବଂଶଧାରା ନଦୀ ତୁଠରେ କୌଣସି ସ୍ଥାୟୀ ବିସର୍ଜନ ତୁଠ କିମ୍ବା କୃତ୍ରିମ ବିସର୍ଜନ ଘାଟ ର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇନାହିଁ। ସହରାଞ୍ଚଳରେ ମନା ଯାଉଥିବା ମନମୟୀ ମୂର୍ତ୍ତୀ ଙ୍କ ପୂଜା ପରେ ମୂର୍ତ୍ତୀ ବିସର୍ଜନ ନିମନ୍ତେ ଗୁଣପୁର ଅଞ୍ଚଳ ବାସୀ ବଂଶଧାରା ନଦୀ ବ୍ରିଜ୍ ଉପର ରୁ ମୂର୍ତ୍ତୀ ବିସର୍ଜନ କରାଯିବା ଦେଖାଯାଉଛି। ବିସର୍ଜନ ପରେ ମୂର୍ତ୍ତୀ ସହ ଅଣାଯାଇଥିବା ପୂଜା ସମାଗ୍ରୀ, ବ୍ୟବହୃତ ଆବର୍ଜନା ଓ ସାଜସଜ୍ଜା ସମାଗ୍ରୀ ପୋଲ ଉପରେ ପକାଇ ଚାଲିଯାଉଥିବା ହେତୁ ଏହି ସ୍ଥାନ ଅଳିଆ ରେ ପରିପୂର୍ଣ୍ଣ ହୋଇ ପରିବେଶ କୁ ଦୂଷିତ କରୁଛି। ନଦୀ ଗର୍ଭରୁ ଅଣାଯାଉଥିବା ବାଲି ଟ୍ରକ୍ ଗୁଡ଼ିକ ଏହି ପୋଲ ଦେଇ ଯିବାଆସିବା ପାଇଁ ଏକ ମାତ୍ର ରାସ୍ତା। ପ୍ରତିଦିନ ୧୦୦ ରୁ ଅଧିକ ବାଲି ଗାଡି ଏହି ରାସ୍ତା ଦେଇ ଯିବା ଫଳରେ ସେଥିରୁ ଖସୁ ଥିବା ବାଲି ପୋଲର ଦୁଇ ପାର୍ଶ୍ଵରେ ଜମା ହୋଇରହୁଛି। ପରବର୍ତ୍ତୀ ସମୟରେ ଏଗୁଡ଼ିକ ସେଠାରୁ ସ୍ଥାନୀୟ ପୌର ପରିଷଦ ପକ୍ଷରୁ ସଫା କରିବା ବ୍ୟବସ୍ଥା କରାଯାଇପାରୁନାହିଁ। ସ୍ଥାନୀୟ ଅଞ୍ଚଳ ର ବରିଷ୍ଠ ନାଗରିକ ଙ୍କ ସମେତ ଅନ୍ୟ ସମସ୍ତ ଜନ ସାଧାରଣ ସକାଳ ବୁଲା ଓ ବ୍ୟାୟାମ ନିମନ୍ତେ ପ୍ରାୟତଃ ବଂଶଧାରା ନଦୀ ଉପର ଏହି ପୋଲ ସ୍ଥାନଟିକୁ ଆବୋରି ନେଇଥାନ୍ତି। ଏପରିକି ସନ୍ଧ୍ୟା ସମୟରେ ନଦୀ ତଟ ପବନ ନିମନ୍ତେ ଏହି ସ୍ଥାନ ଟି ଭ୍ରମଣ ଯୋଗ୍ୟ ବିବେଚିତ କରି ଅଞ୍ଚଳବାସୀ ଙ୍କ ଭିଡ଼ ପ୍ରାୟତଃ ରାତ୍ର ୮ ଘଣ୍ଟା ସମୟ ପର୍ଯ୍ୟନ୍ତ ଦେଖିବାକୁ ମିଳିଥାଏ। ସନ୍ଧ୍ୟା ସମୟରେ ପଡ଼ି ରହିଥିବା ବାଲି ପବନରେ ଉଡ଼ି ଏବଂ ବିସର୍ଜନ ବେଳର ଅପରିଷ୍କାର ଓ ଆବର୍ଜନା ଜନ ସାଧାରଣ ଙ୍କୁ ନାହିଁ ନଥିବା ଅସୁବିଧା ଉପୁଜାଉଛି। ଏଣୁ ବିସର୍ଜନ ପରେ ବଂଶଧାରା ଉପର ପୋଲ ଉପରେ ଜମି ରହିଥିବା ଆବର୍ଜନା ଗୁଡ଼ିକୁ ପ୍ରଶାସନ ପକ୍ଷରୁ ହଟାଇବାର ଏକ ସ୍ଥାୟୀ ବ୍ୟବସ୍ଥା କରାଇବା ପାଇଁ ସାଧାରଣ ରେ ଦାବୀ ହେଉଛି।