ପୁଣି ଖଟିଆରେ ବୁହା ହେଲେ ରୋଗୀ, ଆଜି ପର୍ଯ୍ଯନ୍ତ ସହିପାରିଲାନି…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଲାଞ୍ଜିଗଡ଼) – ଠିକାଦାର ଟୁନୁ ଦାଶଙ୍କ ହତ୍ୟା ପରେ ଅଧପନ୍ତରିଆ ହୋଇ ପଡି ରହିଛି ରାସ୍ତା କାମ, ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ପ୍ରାୟ ଦେଢ କିମି ଖଟିଆରେ ବୁହାହୋଇ ଆସିଲେ ରୋଗୀ । ଘଟଣା ଟି ଘଟିଛି କଳାହାଣ୍ଡି ଜିଲ୍ଲାର ଚିର ଅବହେଳିତ ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ଅଧିନସ୍ଥ ପଲସାପଡା ଗାଁରେ । ପ୍ରାପ୍ତ ସୂଚନାରୁ ପ୍ରକାଶଯେ, ପଲସାପଡା ଗାଁର ଗୋପାଳ ପୋଢଙ୍କ ପାଟିରୁ ରକ୍ତ ପଡିବାରୁ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା । ଗାଁର ଆଖପାଖରେ କୌଣସି ଉତ୍ତମ ସ୍ବାସ୍ଥ୍ୟ ସୁବିଧା ନଥିବାରୁ ତାଙ୍କୁ ଭବାନିପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯିବାପାଇଁ ସ୍ଥିର କଲେ ପରିବାରବର୍ଗ । ଆମ୍ବୁଲାନ୍ସକୁ ଡକାଗଲା, ରାସ୍ତାର କଦର୍ଯ୍ୟ ଅବସ୍ଥା ଯୋଗୁଁ ରାମଚନ୍ଦ୍ରପୁର ଠାରୁ ଆଉ ଆଗକୁ ଆମ୍ବୁଲାନ୍ସ ଯାଇନ ପାରିବାରୁ ଗୋପାଳ ଙ୍କ ସମ୍ପର୍କୀୟ ତାଙ୍କୁ ଦେଢ କିମି କାଦୁଅ ଲଚପଚ ରାସ୍ତା ଦେଇ ତାଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ରାମଚନ୍ଦ୍ରପୁରରୁ ପଲସାପଡା ପର୍ଯ୍ୟନ୍ତ ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସଂଯୁକ୍ତ ହୋଇ ରାସ୍ତା କାମ ଆରମ୍ଭ ହୋଇଥିଲା । ଏହି ରାସ୍ତାର ଠିକା ନେଇଥିବା ସ୍ପେସାଲ କ୍ଲାସ କଣ୍ଟ୍ରାକ୍ଟର ଶିବ ଶଙ୍କର ଦାଶ ଓରଫ ଟୁନୁ ଦାଶ । ଗତ ୨୦୧୮ ମସିହା ଫେବୃଆରୀ ୧୬ ତାରିଖ ଦିନ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ପାଜିବାହାଲି ଠାରେ ମାଓବାଦୀ ଙ୍କ ନିଅତ ହୋଇଥିଲେ । ଏହି ଘଟଣା ପରେ ରାମଚନ୍ଦ୍ରପୁର – ପଲସାପଡା ରାସ୍ତା କାମ ଠପ୍ ହୋଇ ପଡିଛି ।

ରାସ୍ତା କାମ ଅଧପନ୍ତରିଆ ହୋଇ ପଡିଥିବାବେଳେ ଏହି ରାସ୍ତାର ଅବସ୍ଥାକୁ ବେହାଲ କରିଦେଇଛି ରେଲୱେ କାମରେ ନିୟୋଜିତ ଭାରିଯାନ । ପଲସାପଡା ଗାଁ ନିକଟରେ ଥିବା ରେଳଧାରଣାର ବ୍ରିଜ ଓ ଅନ୍ୟାନ୍ୟ କନଷ୍ଟ୍ରକସନ କାର୍ଯ୍ୟ ଚାଲିଥିବାରୁ ଲଗାତାର ଭାବେ ଦିର୍ଘଦିନ ଧରି ଏହି ରାସ୍ତାରେ ଭାରି ଯାନବାହାନ ଯାତାୟତ ଯୋଗୁଁ ରାସ୍ତାର ମାନଚିତ୍ର ସମ୍ପୂର୍ଣ୍ଣ ବିଗିଡି ଯାଇ ମରଣଯନ୍ତା ପାଲଟିଛି ।

ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗିୟ କତୃପକ୍ଷ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରୁନାହାଁନ୍ତି। ଜଦ୍ଵାରା ବର୍ଷା ଦିନେ ଏହି ରାସ୍ତା ରେ ଗ୍ରାମବାସୀ ଯିବା ଆସିବାର ବହୁ ଅସୁବିଧା ଦେଖା ଦେଉଛି। ବିଦ୍ୟାଳୟ ଓ ମହା ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ, ପ୍ରସୂତି ମହିଳା, ରୋଗୀ, ବୃଦ୍ଧବୃଦ୍ଧାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେଣୁ ତୁରନ୍ତ ଏହି ରାସ୍ତା ନିର୍ମାଣ କରିବାକୁ ଦାବି ହୋଇଛି ।

ଭିଜିଲାନ୍ସ ଜାଲରେ ଗୋଲାମୁଣ୍ଡା ପୋଲିସ ଅଧିକାରୀ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୋଲାମୁଣ୍ଡା) – ଭିଜିଲାନ୍ସ ଜାଲରେ ପୋଲିସ ଏ. ଏସ୍. ଆଇ । ଡୁଡୁକେଲ ର ତ୍ରିନାଥ ନାଏକ ଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗୋଲାମୁଣ୍ଡା ଥାନାର ଏ. ଏସ୍. ଆଇ ରାଜ କପୁର ବେହେରା ଙ୍କୁ ଗିରଫ କରିଛି କଳାହାଣ୍ଡୀ ଭିଜିଲାନ୍ସ। ଏକ ଗଣ୍ଡଗୋଳ ଘଟଣା ରେ ପଡ଼ୋଷିଙ୍କୁ ରକ୍ତାକତ କରିଥିବା କେସ ରେ ଜାମିନ୍ ଆସିଥିଲେ ତ୍ରିନାଥ । ଏହି ଘଟଣାରେ ସମ୍ପୃକ୍ତ ଥିବା ପରିବାର ଲୋକ ଙ୍କୁ ଥାନାରେ ଜାମିନ କରାଇ ଦେବାକୁ ଏ. ଏସ୍. ଆଇ ୧୦ ହଜାର ଟଙ୍କା ଦାବି କରିଥିଲେ।ତ୍ରିନାଥ ଏହି କଥା ଭିଜିଲାନ୍ସ କୁ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ଭିଜିଲାନ୍ସ ଡି. ଏସ୍. ପି ସତ୍ୟବାନ ମହାନନ୍ଦ ଓ ତାଙ୍କ ଟିମ କୌଶଳ କ୍ରମେ ଟଙ୍କା ଦେବାବେଳେ ଏ. ଏସ୍. ଆଇ ଙ୍କୁ ଗୀରଫ୍ ରେଡ୍ କରିବାରେ ସଫଳ ହୋଇଛି କଳାହାଣ୍ଡି ଭିଜିଲାନ୍ସ।

ଓଡିଶା ଉଚ୍ଚତମ ନ୍ୟାୟାଳୟ ର ନିର୍ଦ୍ଧେଶ କ୍ରମେ ; ଗୁଣପୁର ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ !

ଏଥର ସମ୍ଭାଳ (ଗୁଣପୁର) – ଓଡିଶା ଉଚ୍ଚତମ ନ୍ୟାୟାଳୟ , କଟକ ର ନିର୍ଦ୍ଧେଶ କ୍ରମେ ଆଜି ରାୟଗଡ ଜିଲ୍ଲା ଗୁଣପୁର ବ୍ଲକ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସକାଳ ୮ ଘଣ୍ଟା ସମୟ ରେ ଗୁଣପୁର ବ୍ଲକ କାର୍ଯ୍ୟାଳୟ ପରିସର ରେ ଦାୟିତ୍ଵ ରେ ଥିବା ପି.ଇ.ଓ ପତିତ ବିସୋୟି ଙ୍କ ତତ୍ଵାବଧାନ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ବିଚାରପତି ଗୁଣପୁର ଶ୍ରୀ ଅକ୍ଷୟ କୁମାର ପ୍ରଧାନ , ଗୁଣପୁର ଜୁଡିସିଆଲ୍ ପ୍ରଥମ ଶ୍ରେଣୀ ବିଚାର ଅଧିକାରୀ ଶ୍ରୀ ଦୀପଙ୍କର ବଳ , ଗୁଣପୁର ଦୌରା ବିଚାରପତି ଶ୍ରୀ ବିଭୁଦତ୍ତ ନାୟକ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । 

ଏହା ପରେ ସ୍ଥାନୀୟ ଜି.ଆଇ.ଇ.ଟି ୟୁନିଭର୍ସିଟି ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ବୃନ୍ଦ ଏବଂ ୟୁନିଭର୍ସିଟି ର ଉପ ସଭାପତି ଶ୍ରୀ ଚନ୍ଦ୍ରଧ୍ୱଜ ପଣ୍ଡା , ଭାଇସ୍ ଚାନ୍ସଲର୍ ଶ୍ରୀ ଗୌତମ ଘୋଷ , ରେଜିସ୍ଟର୍ ଶ୍ରୀ ଏନ.ଭି.ଜେ ରାଓ ଓ ପ୍ରିନ୍ସିପାଲ ଡ଼ଃ ଶ୍ରୀ କେ ସିନ୍ଥିଲ୍ କୁମାର ଙ୍କ ଉପସ୍ଥିତି ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁରୂପ ଭାବେ ସ୍ଥାନୀୟ ଜି.ଆଇ.ସି.ଏମ.ଏସ୍ କଲେଜ ଠାରେ ମୁଖ୍ୟ ଅତିଥି ବୃନ୍ଦ ଙ୍କ ସହ କଲେଜ ର ଅଧକ୍ଷ ଶ୍ରୀ ଅକ୍ଷୟ ଦାସ , ଗାୟତ୍ରୀ ଗ୍ରୁପ ଅଫ ଇନଷ୍ଟୁସନ୍ ର ଏ.ଓ ଶ୍ରୀ ପି ଭି କୋଟେସ୍ୱର ରାଓ , ଜିଷ୍ଟ ର ପ୍ରିନ୍ସପାଲ ଡ଼ଃ ଶ୍ରୀ ଦିଲ୍ଲୀପ କୁମାର ଜେନା ଏବଂ ଜି.ଆଇ.ସି.ଏମ.ଏସ୍ ର ପ୍ରିନ୍ସପାଲ ଶ୍ରୀ ଧବଳେଶ୍ବର ପଟ୍ଟନାୟକ ଙ୍କ ଉପସ୍ଥିତି ରେ ବୃକ୍ଷ ରୋପଣ କରାଯାଇଥିଲା ।

ଆଜି ମୁଖ୍ୟ ଅତିଥି ମାନଙ୍କ ଦ୍ୱାରା ଗୁଣପୁର ବ୍ଲକ ର ରେଗେଡା , ଚିନାସାରୀ , କୁଲୁସିଂ , ପୁଟାସିଂ , ଜଲତାର , ଟଲଣା , ସଗଡା , ଚାଲକମ୍ବା , ଘନାଂତ୍ରି , ଟିଟିମିରି , ଭୀମପୁର ଓ ଡମ୍ବସରା ପଞ୍ଚାୟତ ର ବିଭିନ୍ନ ସ୍ଥାନ ରେ ଅନୁରୂପ ଭାବେ ବୃକ୍ଷ ରୋପଣ କରାଯାଇଥିଲା ।

ବୃକ୍ଷ ରୋପଣ କରିବା ଦ୍ୱାରା ପରିବେଶ କୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ସହ ଏକ ଅନୁକୁଳ ବାତାବରଣ ସୃଷ୍ଟି କରିବା ରେ ସହାୟକ ହେବ ବୋଲି ମୁଖ୍ୟ ଅତିଥି ମାନେ ଜନ ସାଧାରଣ ଙ୍କୁ ବାର୍ତ୍ତା ଦେଇ ଉତ୍ସାହିତ କରିଥିଲେ ।

ବୃକ୍ଷ ରୋପଣ ନିମନ୍ତେ ଗୁଣପୁର ଉପଖଣ୍ଡ ଜଙ୍ଗଲ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ର ଚାରା ଗଛ ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମ ରେ ଜଙ୍ଗଲ ବିଭାଗ ର ଫରେଷ୍ଟ ରେଞ୍ଜର , ଫରେଷ୍ଟ୍ରର୍ ଏବଂ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ ।

ଗୁଣପୁର ଠାରେ ଆୟପ୍ପା ସ୍ଵାମୀ ସେବା ସଂଘ ପକ୍ଷରୁ ସ୍ଵର୍ଗତଃ ଶ୍ରୀ ରାଜେନ୍ଦ୍ର ଗୁରୁ ସ୍ଵାମୀ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଅନୁଷ୍ଠିତ !

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ଆୟପ୍ପା ସ୍ଵାମୀ ସେବା ସଂଘ ପକ୍ଷରୁ ଗୁଣପୁର ପୁରଣା ବସ ଷ୍ଟାଣ୍ଡ ଠାରେ ସ୍ଵର୍ଗତଃ ଶ୍ରୀ ରାଜେନ୍ଦ୍ର ଗୁରୁ ସ୍ଵାମୀଙ୍କ ତୃତିୟ ବର୍ଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଅନୁଷ୍ଠିତ ହୋଇଯାଇଛି ।

ଆଜି ର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ସମାରୋହ ରେ ଇପିଲି ମାଣୀକାଣ୍ଠା ଶର୍ମା ଗୁରୁସ୍ଵାମୀ , ଲାଡି ରଘୁ ଗୁରୁସ୍ଵାମୀ , ତାଙ୍ଗୁଡୁ ଭେଙ୍କେଟ୍ ରାଓ ଗୁରୁସ୍ଵାମୀ , ତାଙ୍ଗୁଡୁ ସୋମେଶ ଗୁରୁସ୍ଵାମୀ , କଣ୍ଡାଲା ରାଓ ଗୁରୁସ୍ଵାମୀ , ଅନନ୍ତ ଗୁରୁସ୍ଵାମୀ ଏବଂ ଏସ୍.ସନ୍ତୋଷ , ଲାଡି ଗୋପାଳ , ଭି.ଲାଉଡୁ , ନନ୍ଦୁ ନାଇଡୁ , ଏସ.ପ୍ରସାଦ ଏବଂ ଆୟାପ୍ପା ସ୍ଵାମୀ ଙ୍କ ର ବହୁ ଭକ୍ତ ଗଣ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ , ଦ୍ଵୀପ ପ୍ରଜ୍ୱଳନ କରିବା ସହ ସ୍ଵର୍ଗତଃ ଶ୍ରୀ ରାଜେନ୍ଦ୍ର ଗୁରୁ ସ୍ଵାମୀଙ୍କ ଅମର ଆତ୍ମା ର ସଦ୍ଗତି ମନାସୀ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ ।

ଏହି ଅବସର ରେ ସାଧାରଣ ଜନ ସାଧାରଣ ଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।

ଚାଳ ଛପର ଘର ଭାଙ୍ଗି ସମ୍ପତ୍ତି ନଷ୍ଟ ; ବଞ୍ଚିଲା ଜୀବନ…!

!!! ନୁଆପଡ଼ା ଜିଲ୍ଲା ରୁ ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ନୂଆପଡ଼ା) – ନୂଆପଡ଼ା ଜିଲ୍ଲା ସିନାପାଳି ଖରସେଲ ଗ୍ରାମ ପଞ୍ଚାୟତ ରାନୀଡ଼ଙ୍ଗରି ଗ୍ରାମ ରେ ବାସ କରୁଥିବା ଜଗୁ ଗହୀର (୬୫) ତାଙ୍କ ଚାଳ ଛପର ଘର ଲଗାଣ ବର୍ଷା ରେ ଭାଙ୍ଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଜଗୁ ଗହିର ଙ୍କ ସହ ସାକ୍ଷାତ୍ କରି ବୁଝିବାରେ ଜଣାଗଲା ପ୍ରାୟ ରାତ୍ର ୧ ଘଣ୍ଟା ସମୟରେ କଟକଟ ଶବ୍ଦ ଶୁଣି ସେ ସପରିବାର କୁ ନେଇ ପଡ଼ୋଶୀ ଙ୍କ ଘରେ ଆଶ୍ରୟ ନେଇଥିଲେ । କିଛି ସମୟ ପରେ ଚାଳ ସହ ଘରଟି ଭାଙ୍ଗି ପଡିଥିଲା। ଜଗୁ ଗହିର ପରିବାର ଙ୍କୁ ବଞ୍ଚାଇ ପାରିଛନ୍ତି କିନ୍ତୁ ଘରେ ଥିବା ଆସବାବ ପତ୍ର କୁ ବାହାର କରି ପରିନଥିଲେ। ଫଳରେ ଏଗୁଡ଼ିକ ନଷ୍ଟ ହୋଇଯାଇଛି। ଆବାସ ଯୋଜନାରେ ଘର ଖଣ୍ଡିକ ପାଇଁ ଦିର୍ଘ ପାଞ୍ଚ ବର୍ଷ ଧରି ସେ ଆବେଦନ କରିଥିବା ସତ୍ତ୍ୱେ ତାଙ୍କ ନାମ କୌଣସି ଯୋଜନା ରେ ଅନ୍ତର୍ଭୁକ୍ତ ହୋଇପାରିନଥିବା ଅଭିଯୋଗ କରିଛନ୍ତି। ଏନେଇ ବିଡିଓ ଶ୍ରୀ ସୁରେନ୍ଦ୍ର ମେହେର ଙ୍କୁ ପଚାରି ବୁଝିବାରୁ ଶ୍ରୀ ମେହର ଏ.ସି.ସି ଲିଷ୍ଟ ତଦନ୍ତ କରି ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସ୍ଥାନୀୟ ତହସିଲଦାର କତୃପକ୍ଷ ଶ୍ରୀ ଗହିର ଙ୍କୁ ପଲିଥିନ ଖଣ୍ଡିଏ ଦେଇ ତାଙ୍କ କାମ ସାରିଦେଇଛନ୍ତି। ଦେଖିବାକୁ ରହିଲା ଶ୍ରୀ ଗହିର ପରିବାର ପାଇଁ କେବେ ଚାଳ ଖଣ୍ଡିଏ ପାଇବେ।

ରାସ୍ତା ଓ ନଳକୂପ ମରାମତି ପାଇଁ ଦାବି…!

!!! ରାୟଗଡ଼ା ଜିଲ୍ଲା କୋଲନରା ରୁ ସଞ୍ଜୀବ କାଣ୍ଡାଗରି ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କୋଲନରା) – ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ରେଖାପଦର ଗ୍ରାମ ପଞ୍ଚାୟତ ର ବରିଙ୍ଗିପାଇ ରେ ଗାଁ ମୁହଁରେ ପଚପଚ କାଦୁଅ ରାସ୍ତା ଯୋଗୁଁ ଲୋକମାନେ ଚଲାବୁଲା କରିବା ପାଇଁ ଅସୁବିଧା ହେଉଥିବା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମ ରେ ପ୍ରାୟ ୮୦ ଜଣ ପରିବାର ବସବାସ କରୁଛନ୍ତି । ଗ୍ରାମରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡି ମଧ୍ୟ ରହିଛି । କିନ୍ତୁ ଗାଁ ରେ ଲଗାଣ ବର୍ଷା ଯୋଗୁଁ କାଦୁଅ ସନ୍ତସନ୍ତିଆ ହୋଇ ଅପରିଷ୍କାର ପରିବେଶ ସୃଷ୍ଟି କରିଛି । କାଦୁଅରେ ମଶା ମାଛି ର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ସଂକ୍ରମିତ ରୋଗ ସୃଷ୍ଟି ହେବା ଆଶଙ୍କା ରହିଛି।
ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତ କୁ ସିସି ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀ ଙ୍କ ଜଣେଇଲେ ମଧ୍ୟ କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସରକାର ବସୁଧା ଯୋଜନା ମାଧ୍ୟମରେ ଜଳ ଯୋଗାଣ ର ଡିଣ୍ଡିମ ପିଟୁଥିବା ବେଳେ ଏହାର ଛିଟା ଏଠାରେ ପଡ଼ିନଥିବା ଦେଖିବାକୁ ମିଳିଛି। ପାନୀୟ ଜଳ ର ବ୍ୟବହାର ପାଇଁ ଏଠାରେ ରହିଥିବା ନଳକୂପ ଟି ଅଚଳ ହୋଇପଡ଼ିଥିବାରୁ ଲୋକେ ପିଇବା ପାଣି ନିମନ୍ତେ ବୋହିଯାଉଥିବା ଝରଣା ର କାଦୁଅ ପାଣି ବ୍ୟବହାର କରିବା କୁ ପଡ଼ୁଛି। ନଳକୂପ ମରାମତି ନିମନ୍ତେ ଅଭିଯୋଗ କରାଯାଇଥିଲେ ମଧ୍ଯ ଏପର୍ଯ୍ଯନ୍ତ ଏହାର ମରାମତି କରାଯାଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ରେଖାପଦର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁରଲୀଧର ପାତ୍ର ଙ୍କୁ ପଚାରି ବୁଝିବାରୁ ସେ କହିଲେ କି ବର୍ତ୍ତମାନ ସିସି ରାସ୍ତା ନିର୍ମାଣ କରିବା ପାଇଁ ଆଦେଶ ହେଉନାହିଁ । ଯଥାଶୀଘ୍ର ରାସ୍ତା ନିର୍ମାଣ ଏବଂ ନଳକୂପ ର ମରାମତି କରିବୁ ବୋଲି ନିର୍ବାହୀ ଅଧିକାରୀ ପ୍ରତିଶୃତି ଦେଇଛନ୍ତି ।

ଲଗାଣ ବର୍ଷା ଲାଗି ଘର ଭାଙ୍ଗିଲା ; ବେଶାହାରା ହେଲେ ପରିବାର ଲୋକେ…!

!!! ରାୟଗଡ଼ା ଜିଲ୍ଲା କୋଲନରା ରୁ ସଞ୍ଜୀବ କଣ୍ଡାଗରି ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କୋଲନରା) – ରାୟଗଡା ଜିଲ୍ଲା କୋଲନରା ପଞ୍ଚାୟତ ସମିତି ବାଙ୍କିଲି ଗ୍ରାମ ପଞ୍ଚାୟତ ବାଙ୍କିଲି ୯ନମ୍ବର ୱାର୍ଡ ର ବାଙ୍କିଲି କୋଲନି ସହି ରେ ରହୁଥିବା ବସନ୍ତ କଣ୍ଡାଗରୀ ବେସାହାରା ହୋଇଛନ୍ତି । ବାଙ୍କିଲି ଗ୍ରାମରେ ଲଗାଣ ବର୍ଷା ହେବା ଫଳରେ ୪ଘଣ୍ଟା ସମୟ ରେ ଗୋଟିଏ ଘର ଭୁଶୁଡି ଯିବା ଯୋଗୁଁ ଅସନ୍ତୋ ଙ୍କ ପରିବାର ବାସହରା ହୋଇପଡିଛି ।

ଗ୍ରାମବାସୀ ମାନେ ଭୁଶୁଡିବା ଶବ୍ଦ ଶୁଣି ସମସ୍ତ ଙ୍କ ସହାୟତା ରେ ଘରର ଆସବାବପତ୍ର ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ । ଏହି ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଯୋଗୁଁ ଯଥା ଶୀଘ୍ର ପଞ୍ଚାୟତ ଗୋଟିଏ ବିଜୁ ପକ୍କା ଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।ଏହି ଘଟଣା ସମ୍ପର୍କରେ ରାଜସ୍ଵ ନିରୀକ୍ଷକ ନମିତା ଗମାଙ୍ଗ ଓ ସହକାରୀ ରାଜସ୍ଵ ନିରୀକ୍ଷକ ଶଙ୍କର ଦୋଳେଇ ଙ୍କୁ ପଚାରି ବୁଝିବାରୁ ତଦନ୍ତ କରି ସରକାର ଯାହା ସାହାଯ୍ୟ କରିବେ ଅସହାୟ ପରିବାର କୁ ସାହାଯ୍ୟ କରିବୁ ବୋଲି ଦୋଳେଇ ବାବୁ କହିଥିଲେ । ପୁଣି ଏହି ପରିବାର କୁ ଦଶ କେଜି ଚାଉଳ ଦେବୁ ବୋଲି ପଞ୍ଚାୟତ କାର୍ଯ୍ୟ ନିର୍ବାହ ଅଧିକାରୀ ରାନୁ ମାଣ୍ଡାଙ୍ଗି କହିଛନ୍ତି ।