ରେଖାପଦର ପଞ୍ଚାୟତ ସଭା ଗୃହରେ କୃଷ୍ଟ ରୋଗ ଚିନ୍ନଟ ଅଭିଯାନ କର୍ମଶାଳା ଅନୁଷ୍ଠିତ

!!! ରାୟଗଡ଼ା ଜିଲ୍ଲା କୋଲନରା ରୁ ସଞ୍ଜୀବ କଣ୍ଡାଗରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କୋଲନରା) – ସ୍ବାସ୍ଥ୍ୟ ବିଭାଗ ତରଫରୁ ଜାତୀୟ କୁଷ୍ଠ ନିରାକାର କାର୍ଯ୍ୟକ୍ରମ ଗତ କାଲି ଗୁରୁବାର ଦିନ ଅନୁଷ୍ଠିତ ହୋଇ ଯାଇଅଛି ।
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୋଲନରା ର ସୁପାର ଭାଇଜର ବେବେନ୍ଦ୍ର କୁମାର ପୁରୁସେଟି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତାଲିମ ଶିବିର ରେ କୃଷ୍ଣ ଚନ୍ଦ୍ର ସାହୁ, ରାଜେଶ୍ୱରୀ ବାଉରୀ, ଜୟନ୍ତି କଣ୍ଡାଗରୀ ,କୁମାରୀ ଗମାଙ୍ଗ, ବି ଗୀତା, ଶୁଭଶ୍ରୀ ଦାସ, ରଶ୍ମିପ୍ରଭା ଦାସ,ସ୍ୱାସ୍ଥ୍ୟ କର୍ମୀ ସମସ୍ତ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଦେବେନ୍ଦ୍ର କୁମାର କୁଷ୍ଠ ରୋଗରୁ ମୁକ୍ତି ହେବା ପାଇଁ ଓ କୁଷ୍ଠ ରୋଗ ର ଲକ୍ଷଣ ଏବଂ ଏହି ରୋଗ ଭଲ ହେବା ପାଇଁ ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମାଗଣା ରେ ଔଷଧ ମିଳେ ବୋଲି ରେଖାପଦର ପ୍ରାଥମିକ ଚିକିତ୍ସା କେନ୍ଦ୍ର ର ସହ ଯୋଗ ରେ କାର୍ଯ୍ୟ ରତ ଆଶା କର୍ମୀ ମାନଙ୍କୁ ଫୁଙ୍କ।ନୁଫୁଙ୍କ ଭାବେ ବୁଝେଇଥିଲେ ।
କୁଷ୍ଠ ରୋଗୀ ଚିନ୍ନଟ କାର୍ଯ୍ୟକ୍ରମ ୧୦.୦୯.୨୦୧୯ ରୁ ୨୩.୦୯.୨୦୧୯ ପର୍ଯ୍ୟନ୍ତ ଚାଲିବ ବୋଲି ସେ କହିଥିଲେ ।

ଜଗନ୍ନାଥପୁର ପଞ୍ଚାୟତ ଠାରେ ଉଦ୍ୟାନ ବିଭାଗ ପକ୍ଷରୁ ଚାରା ଗଛ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ !

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ ଜିଲ୍ଲା ଗୁଣୁପୁର ବ୍ଲକ ଜଗନ୍ନାଥ ପୁର ଠାରେ ସରପଞ୍ଚ ଗୋୖରୀ ଗାମଙ୍ଗ ଙ୍କ ଅଧ୍ୟକ୍ଷତାରେ ତିତିିଲି କ୍ଷୟ କ୍ଷତି ଚାଷୀ ଙ୍କ ଅର୍ଥିକ ଅଭିବୃଦ୍ଧି ସମ୍ପର୍କିତ ସଚେତନ କର୍ମ ଶାଳା ସ୍ଥାନୀୟ ଗ୍ରାମପଂଚୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ଉଦ୍ୟାନ ବିଭାଗର ସହକାରୀ ଉପ ନିର୍ଦ୍ଧେଶକ ଶ୍ରୀ ପ୍ରଶାନ୍ତ କୁମାର ଖଟୁଆ ଯୋଗଦେଇ ଚାଷୀମାନେ କିଭଳି ଚାଷ କ୍ଷେତ୍ରରେ ସେମାନଙ୍କ ଆର୍ଥିକ ଅଭିବୃଦ୍ଧି ଘଟାଇ ପାରିବେ ସେ ନେଇ ଚାଷୀଙ୍କୁ ଅନେଜ ଟିପସ ଦେଇଛନ୍ତି ।

ତିତିଲି କ୍ଷତି ଗ୍ରସ୍ତ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧି ନିମନ୍ତେ ଅର୍ଥକାରୀ ଫସଲ ଉତ୍ପାଦକ ଭାବେ ଆମ୍ବ ଓ ନଡ଼ିଆ ଚାରା ବଣ୍ଟନ କରାଯାଇଥିଲା ।ଚାଷୀ ମନେ ଏହି ଗଛ ଗୁଡିକ ଦ୍ୱାରା ସେମାନଙ୍କ ଆର୍ଥିକ ଅଭିବୃଦ୍ଧି କରି ପାରିବା ସହ ପରିବେଶକୁ ସବୁଜ ସୁନ୍ଦର ରଖି ପାରିବେ ବୋଲି ସରପଞ୍ଚ ଗୋୖରୀ ଗମାଙ୍ଗ ମତ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଉଦ୍ୟାନ ବିଭାଗର ଶ୍ରୀନିବାସ ରାଓ,ପଞ୍ଚୟତ ର ପି ଇ ଓ ସଲନ ରାଇକା,ବି ଏ ଫ ଟି ପ୍ରଭାତ ରାଉତ,ଯୋଗାଣ ସହାୟକ ମନୋଜ ଗୌଡ଼ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା (AIARLA) ଆଇରଲା ପକ୍ଷରୁ ରେଗେଡା ସରପଞ୍ଚ ଙ୍କୁ ସ୍ମାରକ ପତ୍ର ପ୍ରଦାନ !

ଏଥର ସମ୍ଭାଳ (ଗୁଣପୁର) – ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା (AIARLA) ଆଇରଲା ପକ୍ଷରୁ ଆଜି ରେଗେଡା ପଞ୍ଚାୟତ ସମ୍ମୁଖ ରେ ପ୍ରତିବାଦ ସଭା ସହ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

AIARLA ପକ୍ଷରୁ ଆଜି ୧୦ ଦଫା ସମ୍ବଳିତ ଏକ ସ୍ମାରକ ପତ୍ର ରେଗେଡା ସରପଞ୍ଚ ଙ୍କୁ ପ୍ରଦାନ କରିଥିଲେ ।

ଉକ୍ତ ସ୍ମାରକ ପତ୍ର ରେ ଗ୍ରାମୀଣ କ୍ଷେତ ମୂଲିଆ ଙ୍କ ପାଇଁ କେନ୍ଦ୍ରୀୟ ଆଇନ ପ୍ରଣୟନ କରିବା ସହ ସେମାନଙ୍କ ଖାତା କୁ ୨ ଲକ୍ଷ ଟଙ୍କା ଯୋଗାଇ ଦିଆଯିବା , କେନ୍ଦ୍ର ସରକାର ଙ୍କ ଯୋଜନା ମୁତାବକ ବରିଷ୍ଠ ନାଗରିକ , ବିକଳାଙ୍ଗ , ବାର୍ଦ୍ଧକ୍ୟ ମାନଙ୍କୁ ୧୦୦୦ ଟଙ୍କା ମାସିକ ପେନ୍ସନ୍ ପ୍ରଦାନ କରିବା , ରେଗେଡା ପଞ୍ଚାୟତ ର ସମସ୍ତ ଆଦିବାସୀ ମାନଙ୍କୁ ଖାଦ୍ୟ ସୁରକ୍ଷା ଆଇନ ରେ ରାସନ କାର୍ଡ ଓ କମ ଟଙ୍କା ରେ ଗ୍ୟାସ , କିରୋସିନ୍ , କରେଣ୍ଟ ପ୍ରଦାନ ଭଳି ମୁଖ୍ୟ ଦାବୀ ମାନ ରହିଥିବା ଉଲ୍ଲେଖ କରିଛନ୍ତି ।

ଆଜି ର ଏହି କାର୍ଯ୍ୟକ୍ରମ ରେ ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା ର କେନ୍ଦ୍ର କମିଟି ସଭ୍ୟ ଶ୍ରୀ ତ୍ରିପତି ଗମାଙ୍ଗ ଙ୍କ ନେତୃତ୍ୱ ରେ ୨୦୦ ରୁ ଉର୍ଦ୍ଧ ଆଦିବାସୀ ଓ ଦଳିତ ମାନେ ଯୋଗ ଦେଇଥିଲେ ।

ରେଗେଡା ପଞ୍ଚାୟତ ରେ ବହୁ ବର୍ଷ ହେବ ଆଦିବାସୀ ଦଳିତ ମାନେ ଜଙ୍ଗଲ ଜମି , ବାଞ୍ଜାରୀ ଜମି ଗୁଡ଼ିକ ଭୋଗ ଦଖଲ କରି ସରକାର ଙ୍କୁ ଖଜଣା ପାଉତି ଦେଇ ଆସୁଛନ୍ତି । କିନ୍ତୁ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ଉକ୍ତ ଜଙ୍ଗଲ ଜମି ଅ ବାଞ୍ଜାରୀ ଜମି ଗୁଡ଼ିକ ର ପଟ୍ଟା ପ୍ରଦାନ କରାଯାଉନାହିଁ ନଥିବା ଶ୍ରୀ ଗମାଙ୍ଗ ଅଭିଯୋଗ କରିଛନ୍ତି ।