ଗୁଣପୁର କାମ୍ପ ସାହି ଠାରେ ଛୋଟ ଛୁଆ ମାନଙ୍କ ଦ୍ଵାରା ବହୁ ଆଡ଼ମ୍ବର ସହିତ ଗଣେଶ ପୂଜା ପାଳିତ ହୋଇଯାଇଛି…!

ଏଥର ସମ୍ଭାଳ (ଗୁଣପୁର) – ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଅଗ୍ର‌୍ୟପୂଜ୍ୟ ଶ୍ରୀ ଗଣେଷ ଙ୍କ ପୂଜାକୁ ନେଇ ଗୁଣପୁର ସହର ଉତ୍ସବ ମୁଖର ହୋଇପଡିଛି । ସ୍ଥାନୀୟ କାମ୍ପ ସାହି ର ଛୋଟ ଛୋଟ ଶିଶୁ ମାନେ କିଛି କିଛି ଟଙ୍କା ଏକାଠି କରି ଶ୍ରୀ ଗଣେଶ ଙ୍କ ପୂଜା ଅର୍ଚ୍ଚନା କରିଥିଲେ । ରଙ୍ଗବେରଙ୍ଗ ଆଲୋକମାଳା ରେ ପୁଜା ମଣ୍ଡପ ସଜାଇ ପୁଜା କୁ ଆର୍କଷଣୀୟ କରିବା କୁ ଚେଷ୍ଟା କରିଥିଲେ କାମ୍ପ ସାହି ଛୋଟ ଶିଶୁ ମାନେ । ପୁଜା କାର୍ଯ୍ୟ ସୁରୁଖୁରୁ ରେ ସମ୍ପାଦନ କରିବା ପାଇଁ ସାହି ବାସିନ୍ଦା ଏବଂ ଶିଶୁ ମାନଙ୍କ ଅଭିଭାବକ ମାନେ ସେମାନ ଙ୍କୁ ସାହାଯ୍ୟ ସହଯୋଗ କରିଥିଲେ । ଗତ କାଲି ପିଲା ମାନେ ଶ୍ରୀ ଗଣେଶ ଙ୍କ ନିକଟ ରେ ଅର୍ଣ ଭୋଗ କରିବା ସହ ସାହି ବାସିନ୍ଦା ଙ୍କୁ ପ୍ରସାଦ ସେବନ କରିବା କୁ ନିମନ୍ତ୍ରଣ କରିଥିଲେ। ଉକ୍ତ ଦିନ ଗୁଣପୁର ବ୍ଲକ ଜନ ସେନା ଦଳର ଅଧ୍ୟକ୍ଷ ଭି. ଶୀରାମୂର୍ତ୍ତୀ ଓ ଗୁଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ପୂର୍ବତନ ଅଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ଓର୍ ଅଫ୍ ସାନ ଗୌଡ଼ ପ୍ରମୂଖ ଉପସ୍ଥିତ ରହି ଛୋଟ ଛୁଆ ମାନଙ୍କୁ ଉତ୍ସାହିତ କରିବା ସହ ସହଯୋଗ କରିଥିଲେ।

ଅତ୍ୟାଧିକ ସ୍ପିଡ୍ ବ୍ରେକର ନିର୍ମାଣ ବିରୋଦ୍ଧ କରି ସମାଜ ସେବୀ ଙ୍କ ଏତଲା !

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ଠାରେ ତିଆରି କରାଯାଇଥିବା ସ୍ପୀଡ ବ୍ରେକେର ଯୋଗୁଁ ଉପୁଜିଥିବା ସମସ୍ୟା କୁ ନେଇ ମୁହଁ ଖୋଲିଛନ୍ତି ସମାଜ ସେବୀ ଆଶୁତୋଷ ବରାଳ । ଆବଶ୍ୟକ ଠାରୁ ଅତ୍ୟାଧିକ ବ୍ରେକେର ନିର୍ମାଣ ହେତୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ଆଣିଛନ୍ତି ।ପ୍ରତି ତିନି କିଲୋମିଟର ବ୍ୟବଧାନରେ ସ୍ପୀଡ଼ ବ୍ରେକେର ନିର୍ମାଣ କରିବା ନିୟମ ଥିବାବେଳେ ଏଠାକାର ପ୍ରଶାସନ ସହରାଞ୍ଚଳ ର ତିନି କିଲୋମିଟର ମଧ୍ୟରେ ଶହେରୁ ଅଧିକ ବ୍ରେକେର ନିର୍ମାଣ କରିଛନ୍ତି । ଏହାବି ମାପ ଜୁପ ନଥାଇ ବୋଲି ଶ୍ରୀ ବରାଳ ଅନଲାଇନ ମାଧ୍ୟମରେ ଏକ ଏତଲା ରୁଜୁ କରିଛନ୍ତି । ଏଥିରେ ସେ ନିଜେ ଅଙ୍ଗେ ନିଭାଇ ଥିବା ସମସ୍ୟାକୁ ଉପସ୍ଥାପନା କରି ଉଲ୍ଲେଖ କରିଛନ୍ତିକି, ସେ ଏହି ରାସ୍ତା ଦେଇ ଦିନରେ ୫ ଥର ଯିବା ଆସିବା କରିବା ଯୋଗୁଁ ତାଙ୍କ ଅଣ୍ଟା ଓ ମେରୁଦଣ୍ଡ ରେ ପ୍ରବଳ ଯନ୍ତ୍ରଣା ହୋଇଥିଲା ।ପ୍ରାଥମିକ ଭାବେ ଡାକ୍ତର ଙ୍କ ପରାମର୍ଶ ରୁ ସେ ଏହା ନିୟମିତ ସ୍ପୀଡ଼ ବ୍ରେକେର ଦେଇ ମୋଟର ସାଇକଲ ରେ ଯିବା ଆସିବା କରିବାରୁ ଏଭଳି ଘଟିଛି ଏବଂ ଏହା ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ସେଥିରେ ସୂଚାଇଛନ୍ତି । ଏହାଦ୍ୱାରା ଅନେକଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିପାରେ ।ଏପରିକି ଦୁଇ ଚକିଆ ଯାନ ଏହି ରାସ୍ତା ଦେଇ ବାରମ୍ବାର ଯିବା ଆସିବା କରିବା ଫଳରେ ଗାଡିର ସକଅବଜରବର ଖୁବ କମ ଦିନରେ ନଷ୍ଟ ହେଉଛି । ଫଳରେ ଗାଡ଼ି ମାଲିକ କ୍ଷତି ସହିବାକୁ ପଡୁଛି ।ଏଣୁ ସୁପ୍ରିମକୋର୍ଟ ଓ ଇଣ୍ଡିଆନ ରୋଡ଼ କଂଗ୍ରେସ ଙ୍କ ଦ୍ଵାରା ଗଠିତ ନିୟମାନୁସାରେ ଏହି ସ୍ପୀଡ଼ ବ୍ରେକେର ଗୁଡିକ ତିଆରି କରାଯାଇନଥିବାରୁ ଏଗୁଡିକ ବେଆଇନ ବୋଲି ଦାବୀ କରିଛନ୍ତି । ଏହି ସ୍ପୀଡ଼ ବ୍ରେକର ଗୁଡିକ କାହା ଦ୍ୱାରା ନିର୍ମାଣ କରାଯାଇଛି ଓ ଏଥିଯୋଗୁଁ ଉପୁଜୁଥିବା ସାମସ୍ୟା ଗୁଡିକର ସମାଧାନ କିଏ କରିବ ବୋଲି ପ୍ରଶ୍ନ କରିଛନ୍ତି । ଯେଉଁ ସଂସ୍ଥା ଦ୍ୱାରା ଏହି ସ୍ପୀଡ଼ ବ୍ରେକେର ଗୁଡିକ ନିର୍ମାଣ କରାଯାଇଛି ତାଙ୍କ ବିରୁଦ୍ଧରେ ବେଆଇନ ରାସ୍ତା ଅବରୋଧ , ରାସ୍ତା ଉପରେ ବେଆଇନ ନିର୍ମାଣ, ହତ୍ୟା କରିବା ଉଦ୍ୟମ ,ସରକାରୀ ସମ୍ପତ୍ତି କୁ ନଷ୍ଟ କରିବା ଇତ୍ୟାଦି ପାଇଁ ଥିବା ଭାରତୀୟ ଦଣ୍ଡବିଧି ଆଇନ ଅନୁଯାୟୀ କେସ୍ ରୁଜୁ କରାଯାଉ ବୋଲି ଶ୍ରୀ ବରାଳ ଦାଖଲ କରିଥିବା ଅଭଯୋଗ ପତ୍ର ରେ ଉଲ୍ଲେଖ କରି ଅନୁରୋଧ କରିଛନ୍ତି । ଏହାକୁ ଭିତ୍ତି କରି ଗୁଣପୁର ଥାନା ଅଭିଯୋଗ ସଂଖ୍ୟା ୨୪୮୭୦୦୧୬୦୭୧୯୦୦୦୦୨ କ୍ରମେ ଦରଖାସ୍ତ ଗ୍ରହଣ କରାଯାଇଥିବା ଜଣାପଡିଛି ।

ବାଟମାରଣା ହେଉଛି ଆସୁଥିବା ଟଙ୍କା , କାଟିକୋଣା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅବ୍ୟବସ୍ଥା !

!!! ରାୟଗଡ଼ା ଜିଲ୍ଲା କୋଲନରା ରୁ ପ୍ରତିନିଧି ସଞ୍ଜୀବ କଣ୍ଡାଗିରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କୋଲନରା) – ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ବାଟ ମାରଣା ହେଉଥିବା ବାରି ପଡୁଛି ଏବଂ ଶିକ୍ଷା ବିଭାଗ ଉପଯୁକ୍ତ ପଦକ୍ଷେପ ନେବାକୁ ଅସମର୍ଥ ହଉଛି । ଯୋଦ୍ଵାରା ରାୟଗଡା ଜିଲ୍ଲାର ଜିଲ୍ଲା ଗଣ ଶିକ୍ଷା ବିଭାଗ ଓ ମଙ୍ଗଳ ବିଭାଗ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଅଧିକାରୀ ମାନେ ନିରବ ଦ୍ରଷ୍ଟା  । ଏହାର ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ କାଟିକୋଣା ଗ୍ରାମ ପଞ୍ଚାୟତ ର ୧୦୦ ଶଯ୍ୟା ବିଶିଷ୍ଟ କନ୍ୟାଶ୍ରମ ରେ ବିଭିନ୍ନ ପ୍ରକାର ର ଅସୁବିଧା ଦେଖା ଦେଇଛି । କାଟିକୋଣା ବିଦ୍ୟାଳୟରେ ନିନ୍ମ ମାନର ଖାଦ୍ୟ ଦେବା ସହ ପଚାସଢା ପନିପରିବା, କମ କମ ଭାତ ଖାଇବାକୁ ଦେଉଛନ୍ତି ବୋଲି ଛାତ୍ରୀ ମାନେ କହିଛନ୍ତି । ଯଦି ପେଟ ପୁରା ଖାଇବାକୁ ମାଗିଲେ ପ୍ରଧାନ ଶିକ୍ଷକ ଗାଳି କରୁଥିବା ଅଭିଯୋଗ କରିଛନ୍ତି ଛାତ୍ରୀ ମାନେ । ପ୍ରଥମ ଶ୍ରେଣୀ ରୁ ସପ୍ତମ ଶ୍ରେଣୀପର୍ଯ୍ୟନ୍ତ ୧୩୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଶ୍ରେଣୀ ଗୃହ ଦୁଇଟି ଅଛି । ପିଲା ସଂଖ୍ୟା ବୃଦ୍ଧି ଯୋଗୁଁ କୋଠରି ନ ଥିବାରୁ ପିଲାମାନେ ସ୍କୁଲ ବାରଣ୍ଡାରେ ବସି ପଢୁଛନ୍ତି । ବର୍ଷା ହେଲେ ଛାତ୍ରୀ ମାନେ ନାହିଁ ନ ଥିବା ଅସୁବିଧା ହେବାକୁ ପଡୁଛି । ସନ୍ଧ୍ୟା ହେଲେ ହଷ୍ଟେଲ ରେ କିଏ ରାହୁନାହାନ୍ତି । ରୋଷେଇ କରୁଥିବା ନାନୀ ମାନେ ଆସି ଆମ ସହ ରାତି ରହୁଛନ୍ତି । ପ୍ରଧାନ ଶିକ୍ଷକ କେବେବି ରହୁନାହାନ୍ତି, ରାତି ଅଧିଆ ରେ କଣ ଅସୁବିଧା ହୁଏ ଆମକୁ ଦେଖିବା ପାଇଁ କିଏ ନାହାନ୍ତି । ଆମ କୁ ଦେଖା ଦେଖି କରିବାକୁ ମେଟରନ ଗୋଟେ ଦରକାର ବୋଲି କହିଛନ୍ତି । ତିନି ଦିନ ହେବ ଜଳଖିଆ ଖାଇବା ପାଇଁ ଦେଇନଥିବା ସହ ଶୁଖିଲା ଚୂଡ଼ା କୁ ଚିନି ଖାଇବାକୁ ଦେଉଛନ୍ତି । ବିଭିନ୍ନ ପ୍ରକାରର ସ୍କୁଲ ସମସ୍ୟା ନେଇ ସ୍କୁଲ ସଭାପତି ପେଦିଆ ମ।ଣ୍ଡ।ଙ୍ଗି ପ୍ରଦାନ ଶିକ୍ଷକଙ୍କ ବଦଳି କରିବା ସହ ସମସ୍ୟାର ସମାଧାନ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଡିଇଓ ରାୟଗଡା ଙ୍କୁ ଦେଖା କରି ଦରଖାସ୍ତ କରିଥିଲେ ଏବଂ ସ୍କୁଲର ସମସ୍ୟା ସମ୍ପର୍କରେ ୧୯/୦୮/୨୦୧୯ ତାରିଖ ଦିନ ଜିଲ୍ଲା ପାଳ ରାୟଗଡାଙ୍କୁ ଜଣେଇଛନ୍ତି । କିନ୍ତୁ କୌଣସି ପ୍ରକାର ସୁଫଳ ମିଳିନ ଥିବା ଗ୍ରାମବାସୀ କହିଛନ୍ତି । ଜିଲ୍ଲା ପ୍ରଶାସନ ଜାଣିଶୁଣି ଚୁପଚାପ ରହୁଥିବା ଲୋକମାନେ ଅଭିଯୋଗ କରିଛନ୍ତି । ଏହିସବୁ ସମସ୍ୟା ନିଜ ଦୃଷ୍ଟି ଆକର୍ଷଣ ହେଲେ ବୋଧେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଭାବିବ ।
ଗାଈଗୋରୁଙ୍କୁ ମଧ୍ୟ କିଏ ବି ପଚାସଢା ଖାଦ୍ୟ ଖାଇବାକୁ ଦେବେନାହିଁ । କିନ୍ତୁ ପ୍ରଧାନ ଶିକ୍ଷକ ଙ୍କ ହୃଦୟ କେମିତି ସାହୁଛି ଛାତ୍ରୀ ମାନଙ୍କୁ ଏହି ଭଳି ଖାଦ୍ୟପେୟ ଦେଉଛନ୍ତି । ଏଥି ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନ କୁ ଗ୍ରାମବାସୀ ନିବେଦନ କରିବା ସହ କାଟିକୋଣା ସ୍କୁଲ ର ସମସ୍ୟାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି ହେଉଛି ।ଉକ୍ତ ବିଷୟରେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ କି ତଦନ୍ତ କରି ଉପରସ୍ତ ଅଧିକାରୀ ଙ୍କୁ ଜଣେଇବା ପାଇଁ କହିଛନ୍ତି ।

ଗୁଣପୁର ସହର ମରାଠୀଗୁଡା ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ଅନୁଷ୍ଠିତ !

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ସହର ମରାଠୀଗୁଡା ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ଆଜି ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଫିସ ସମ୍ମୁଖରେ ମା ଙ୍କ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ହୋଇଥିଲା । ପୁଜା ର କର୍ତ୍ତା ଭାବେ ଶ୍ରୀ ସୂର୍ଯ୍ୟ ନାରାୟଣ ରଥ ଏବଂ ପୂଜକ ଭାବେ ଶ୍ରୀ ନବୀନ ରଥ, ଶ୍ରୀ ପ୍ରକାଶ ରଥ ଉପସ୍ଥିତ ରହି ପୂଜା କାର୍ଯ୍ୟ ସମ୍ପାଦନା କରିଥିଲେ । ଏହି ସମୟରେ ପୂଜା କମିଟି ର ସଭାପତି ଶ୍ରୀ ମନୋରଞ୍ଜନ ରଥ , କାର୍ଯ୍ୟକାରି ସଭାପତି ଶ୍ରୀ ସୋମେଶ୍ଵର ସାମଲ , ଉପ ସଭାପତି ଶ୍ରୀ ଗୋପାଳ ପାଣିଗ୍ରାହୀ, କୋଷାଧ୍ଯକ୍ଷ ଶ୍ରୀ ଭଗବାନ ନିଶଙ୍କ ଙ୍କ ସମେତ ପୁଜା କମିଟି ର ସଦସ୍ଯ ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ । ଆସନ୍ତା ମାସ ଅକ୍ଟୋବର ୧୩ ତାରିଖ ରେ ମା ଙ୍କ ପୂଜା ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୁଚନା ମିଳିଛି ।