ଗୁଣପୁର ଠାରେ ବହୁ ଆଡମ୍ବର ସହକାରେ ଶ୍ରୀ ଗଜାନନ ଙ୍କ ପୁଜା ଅନୁଷ୍ଠିତ !

!!! ଦକ୍ଷିଣ ଓଡିଶା ଜୋନ୍ ମୁଖ୍ୟ ଡ଼ି କିରଣ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଆରମ୍ଭ ହୋଇଯାଇଛି ପାର୍ବଣର ଋତୁ । ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଅଗ୍ର‌୍ୟପୂଜ୍ୟ ଶ୍ରୀ ଗଣେଷଙ୍କ ପୂଜାକୁ ନେଇ ଗୁଣପୁର ସହର ଉତ୍ସବ ମୁଖର ହୋଇପଡିଛି । ରଙ୍ଗବେରଙ୍ଗ ଆଲୋକମାଳା ଓ ସୁସଜ୍ଜିତ ସୁନ୍ଦର ଆର୍କଷଣୀୟ ପୂଜା ମେଢରେ ଝଲସୁଛି ଗୁଣପୁର ସହର । ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ । ଡେରା ସାହି, ଶ୍ରୀନିବାସ ନାଗର ପୁଜା କମିଟି , ଜେଜେ ଛକ ପୁଜା କମିଟି ଓ ନୀଳାଦ୍ରି ବିହାର ପୂଜା କମିଟି ତରଫରୁ ଶ୍ରୀ ଗଣେଷ ପୂଜା ପାଳିତ ହୋଇଯାଇଛି ।

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସହରବାସୀଙ୍କୁ ଆକୃଷ୍ଟ କରିବା ନିମନ୍ତେ ସୁନ୍ଦର ଆର୍କଷଣୀୟ ପୂଜା ମେଢ ତଥା ତୋରଣ ସାଙ୍ଗକୁ ଶ୍ରୀ ଗଣେଷଙ୍କ ମୃଣ୍ମୟୀ ମୂର୍ତିି ପ୍ରସ୍ତୁତ କରାଯାଇଛି । ଏଥି ସହ ପୂଜା ମଣ୍ଡପ ଠାରେ ରଙ୍ଗବେରଙ୍ଗ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିବା ବେଳେ କେଉଁଠି ପାଞ୍ଚ ଦିନ , କେଉଁଠି ସାତ ଦିନ ତ ଆଉ କେଉଁଠି ଦଶଦିନ ଧରି ପୂଜା ପାଇବାକୁ ଥିବା ବିଘ୍ନ ବିନାୟକଙ୍କ ସମସ୍ତ ପୂଜାବିଧି ରିତିନୀତି ଅନୁସାରେ କରାଯାଇଛି ।

ସେହିପରି ସ୍ଥାନୀୟ ଅଟୋ ଆସୋସିଏସନ୍ ପକ୍ଷରୁ ନୂଆ ବସଷ୍ଟାଣ୍ଡ ଛକ ଠାରେ , ଗାନ୍ଧୀ ନଗର, କରଣ ସାହି , ଷ୍ଟେସନ ରୋଡ, କୁମୁଟି ସାହି , ସମେତ ସହର ର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର , ଏମ ପାୱାର ପବ୍ଲିକ ସ୍କୁଲ , ଗାନ୍ଧୀ ପବ୍ଲିକ ସ୍କୁଲ , ଜଗନ୍ନାଥ ପବ୍ଲିକ ସ୍କୁଲ , ବିଦ୍ୟାନିକେତନ ପବ୍ଲିକ ସ୍କୁଲ , ମହାତ୍ମା ଗାନ୍ଧୀ ଈଣ୍ଟରନେସ୍ନାଲ୍ ସ୍କୁଲ ଭଳି ଅନ୍ୟାନ୍ୟ ବିଦ୍ୟାଳୟ ଏବଂ ଗୁଣପୁର ମହାବିଦ୍ୟାଳୟ , ଥାୟାରାମା ମହିଳା ମହାବିଦ୍ୟାଳୟ ,ବଂଶଧାରା ବିଜ୍ଞାନ ମହାବିଦ୍ୟାଳୟ , ମହର୍ଷି ଗୁରୁକୁଳ ମହାବିଦ୍ୟାଳୟ , ଶାନ୍ତି ନିକେତନ ମହାବିଦ୍ୟାଳୟ ପ୍ରଭୁତି ରେ ମଧ୍ୟ ଶ୍ରୀ ଗଣେଷଙ୍କ ପୂଜାର୍ଚ୍ଚନା କରାଯାଇଥିଲା ।

ଗଣେଷ ପୂଜାକୁ ନେଇ ଗୁଣପୁର ବଜାର ମଧ୍ୟ ବେଶ ଚଳଚଂଚଳ ହୋଇପଡିଥିଲା ।

ରାଉରକେଲା ଷ୍ଟିଲ ପ୍ଲାଣ୍ଟ କ୍ୱାର୍ଟରରେ ଦେହ ବେପାର , ରେଡ ହାଣ୍ଡ ଧରିଲା ପୋଲିସ !

ଏଥର ସାମ୍ଭଳ (ରାଉରକେଲା) – ରାଉରକେଲା ଷ୍ଟିଲ ପ୍ଲାଣ୍ଟ କ୍ୱାର୍ଟରରେ ଦେହ ବେପାର ଚାଲିଛି ବୋଲି ଅଭିଯୋଗ ହୋଇ ଆସୁଥିବା ବେଳେ ଆଜି ବେଶ୍ୟାଳୟ ବା ଦେହ ବେପାରର କେନ୍ଦ୍ରସ୍ଥଳ ପାଲଟିଥିବା ଏକ ଆରଏସପି କ୍ବାର୍ଟରକୁ ଠାବ କରିଛି | ଅନୈତିକ ଦେହ ବେପାର ଚାଲିଥିବା ବେଲେ ପୋଲିସ ଆଜି ଚଢ଼ାଉ କରି ରେଡ ହାଣ୍ଡ ଧରିଛି କିଛି ଦେହଜୀବୀ ଯୁବତୀଙ୍କୁ |

ଏସପି ଶିବ ସୁବ୍ରମଣିଙ୍କ ନିର୍ଦ୍ଦେଶକ୍ରମେ ସେକ୍ଟର ୧୫ ପୋଲିସର ଏକ ସ୍ୱତନ୍ତ୍ର ଟିମ ରବିବାର ରାତି ଦୁଇଟା ବେଳେ ସେକ୍ଟର ୧୭ ଆରଏସପି କ୍ବାର୍ଟରର ସି ବ୍ଲକରେ ଥିବା ଏକ କ୍ବାର୍ଟରରେ ଚଢ଼ାଉ କରିଥିଲା | ଏହି ଚଢ଼ାଉ ବେଳେ ଆପତ୍ତିଜନକ ଅବସ୍ଥାରେ ଦୁଇଜଣ ଗ୍ରାହକ ଆଉ ଦୁଇଜଣ ବଙ୍ଗୀୟ ଯୁବତୀଙ୍କୁ ଗିରଫ କରିଥିଲା | ଏହି ସେକ୍ସ ରାକେଟର ରାଣୀ ମହୁମାଛି ସାଜିଥିବା ମହିଳାଙ୍କୁ ମଧ୍ୟ ପୋଲିସ ସେଠାରୁ ଗିରଫ କରିଥିଲା | ସେଠାରୁ ପୋଲିସ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି | ଇସ୍ପାତ ନଗରୀରେ ବିଭିନ୍ନ କ୍ବାର୍ଟରରେ ବେଲଗମ ଦେହ ବେପାର ଚାଲିଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ ହୋଇ ଆସିଥବା ବେଲେ ପୋଲିସ ଗୁରୁତ୍ବ ଦେଇନଥିଲା | ହେଲେ ବିଶ୍ୱସ୍ତ ସୂତ୍ରରୁ ଓ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇଁ ନୂଆ ଏସପି ଶ୍ରୀ ସୁବ୍ରମଣି ନେଇଥିବା ଏହି ପଦକ୍ଷେପକୁ ସ୍ଥାନୀୟ ଲୋକମାନେ ପ୍ରଶଂସା କରିଛନ୍ତି |

ଆଉ ନାହାନ୍ତି ମହାରାଜ ଶ୍ରୀ ଉଦିତ ପ୍ରତାପ ଦେଓ ! ଶୋକଵ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ !

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ରଜତ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଜୁନାଗଡ଼) – କଳାହାଣ୍ଡିର ୩୨ତମ ମହାରାଜ ତଥା ପୂର୍ବତନ ଜୁନାଗଡ଼ ବିଧାୟକ ଉଦିତ ପ୍ରତାପ ଦେଓଙ୍କ ଦେହାନ୍ତ. ଚାରିଦିନ ତଳେ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସନ୍ଧ୍ୟାରେ ତାଙ୍କର ପରଲୋକ ଘଟିଛି।

କଳାହାଣ୍ଡି ର ଶେଷ ଶାସକ ମହାରାଜ ପ୍ରତାପ କେଶରୀ ଦେଓଙ୍କ ଜ୍ୟେଷ୍ଠପୁତ୍ର ଉଦିତ ୨୧ ଅଗଷ୍ଟ ୧୯୪୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୭୪ ମସିହାରେ ଜୁନାଗଡ଼ ବିଧାନସଭା ମଣ୍ଡଳୀରୁ ସ୍ୱତନ୍ତ୍ର ପାର୍ଟିରୁ ନିର୍ବାଚନ ଲଢ଼ି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।  ୧୯୭୪ ରୁ ୧୯୭୭ ପର୍ଯ୍ୟନ୍ତ ସେ ଏହି ଜୁନାଗଡ ନିର୍ବାଚନ ମଣ୍ଡଳୀ ର ବିଧାୟକ ରହିଥିଲେ। ୨୦୦୧ ମସିହା  ରେ ତାଙ୍କର ରାଜ୍ୟାଭିଷେକ ହୋଇଥିଲା। ଉଦିତ ପ୍ରତାପଙ୍କ ମର ଶରୀରକୁ ଶେଷକୃତ୍ୟ ପାଇଁ ଭବାନୀପାଟଣା ନିଆଯିବ ବୋଲି ଜଣାପଡିଛି।

ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।  ମହାରାଜଙ୍କ ଦେହାନ୍ତ ଖବର ପାଇବା ପରେ ଶୋକଵ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି “କଳାହାଣ୍ଡିର ମହାରାଜ ତଥା ଜୁନାଗଡ଼ର ପୂର୍ବତନ ବିଧାୟକ ଉଦିତ ପ୍ରତାପ ଦେଓଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।”

ମହାରାଜଙ୍କ  ବିୟୋଗରେ ଏକ ଅପୂରଣୀୟ କ୍ଷତି ହୋଇ ଥିବା ବେଳେ ଅଞ୍ଚଳ ବାସୀ ମର୍ମାହତ ହୋଇପଡିଛନ୍ତି ।

କଳାହାଣ୍ଡି ଜିଲ୍ଲା ମହିଚଲା ଉତ୍କଳ ଗ୍ରାମ୍ୟ ବ୍ଯାଙ୍କ ଡକାୟତ ମାମାଲା: ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ୍

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ରଜତ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଜୁନାଗଡ଼) – କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ମହିଚଲା ଗ୍ରାମ ରେ ତା 21.02. 2017 ରିଖ ଦିନ ସେହି ଗ୍ରାମର ଉତ୍କଳ ଗ୍ରାମ୍ୟ ବ୍ଯାଙ୍କ ରେ ଛଅ ଲକ୍ଷ୍ ଏକଚାଳିଶ ହଜାର ଚଉଷଠି ଟଙ୍କା ଡକାୟତି ହୋଇ ଥିଲା । ଏନେଇ ଜୁନାଗଡ ଥାନା ରେ କେଶ୍ ନମ୍ବର 70/17 ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ହୋଇଥିଲା । ସେହି ସମୟରେ ଅଭିଯୁକ୍ତ ଭୂଷଣ ସାହୁ ନାମକ ଏକ ବ୍ୟକ୍ତି ଙ୍କୁ ଗିରଫ୍ କରି ଏସ୍ ଆଇ ଅନୁସୁପା ବେହେରା କୋର୍ଟ ଚାଲାଣ କରିଥିଲେ । ଗତ 29.08. 2019 ରିଖ ଦିନ ଜୁନାଗଡ ଜେଏମଏଫସି କୋର୍ଟ ରେ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ ଭୂଷଣ ସାହୁଙ୍କୁ  ବିଚାର ପତି ସିଏ ଦେଶପ୍ରିୟ ବାରିକ ନିର୍ଦୋଷ ରେ ଖଲାସ କରିଛନ୍ତି ।ଅଭିଯୁକ୍ତ ଙ୍କ ତରଫରୁ ଯୁବ  ଆଇନଜୀବୀ ଜୟଦେବ ସୁନାନି ମାମଲା ଲଢ଼ିଥିଲେ.।

ଆଜି ର ରାଶିଫଳ , ୩ ସେପ୍ଟେମ୍ବର ୨୦୧୯ ମଙ୍ଗଳବାର !

ମେଷ: ମନରେ ଦ୍ୱନ୍ଦ୍ୱ ରହିବ। ଅଳସୁଆ ଅନୁଭବ କରିବେ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ।

ବୃଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି।

ମିଥୁନ: ଦିନଟି ଭଲରେ କଟିବ। ବନ୍ଧୁଙ୍କ ସହ ଆନନ୍ଦରେ ଦିନଟି କାଟିବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

କର୍କଟ: ଆୟଠାରୁ ବ୍ୟୟ ଅଧିକ ହେବ। କାର୍ଯ୍ୟକ୍ଷେତ୍ରରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ସିଂହ: ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ପିଲାମାନେ ଖେଳକୁଦରେ ମନ ବଳାଇବେ।

କନ୍ୟା: ପରିବାର ସଦସ୍ୟଙ୍କ ସହ କୌଣସି କଥାକୁ ନେଇ ଝଗଡ଼ା ହୋଇପାରେ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଦୁର୍ଘଟଣା ଘଟିପାରେ।

ତୁଳା: ବ୍ୟବସାୟରେ ଆଶା ମୁତାବକ ଫଳ ମିଳିବ। ପେଟରେ ଯନ୍ତ୍ରଣା ଅନୁଭବ କରିବେ। ଗହଣା କିଣିପାରନ୍ତି।

ବିଚ୍ଛା: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଛାତ୍ରଛାତ୍ରୀମାନେ ଅଧିକ ପରିଶ୍ରମ କରିବେ।
ସ୍ୱାଦିଷ୍ଟ ଖାଦ୍ୟ ଖାଇବେ।

ଧନୁ: ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ବିଦେଶକୁ ଯିବାକୁ ଯୋଜନା କରିପାରନ୍ତି। କୌଣସି ଖୁସି ଖବର ଶୁଣିପାରନ୍ତି।

ମକର: ମାଲିମକଦ୍ଦମାରେ ବିଜୟୀ ହେବେ। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ।

କୁମ୍ଭ: ନକାରାତ୍ମକ ଚିନ୍ତାଧାରାଠାରୁ ଦୂରେଇ ରୁହନ୍ତୁ। ବିବାହ ସ୍ଥିର ହୋଇପାରେ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତି।

ମୀନ: ଜୀବନସାଥିଙ୍କ ସହଯୋଗ ମିଳିବ। ଉପହାର ମିଳିପାରେ। ଘରକୁ ଅତିଥି ଆସିପାରନ୍ତି।

୩୪ ତମ ଜାତୀୟ ଚକ୍ଷୁଦାନ ପକ୍ଷ ଅବସରରେ ଶୋଭାଯାତ୍ରା..!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କଳାହାଣ୍ଡି) – ରାଷ୍ଟ୍ରୀୟ ଦୃଷ୍ଟିହୀନତା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି କଳାହାଣ୍ଡି ପକ୍ଷରୁ ୩୪ ତମ ଜାତୀୟ ଚକ୍ଷୁଦାନ ପକ୍ଷ ଏକ ସଚେତନତା ଶୋଭାଯାତ୍ରା, ବିଭିନ୍ନ ପ୍ରତିଯୋଗିତା ଓ ଏକ ସଭାର ଆୟୋଜନ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। ଏହି ଶୋଭାଯାତ୍ରା ସହର ପରିକ୍ରମା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ପହଞ୍ଚିଥିଲା। ଏହି ଅବସରରେ ଏ. ଏନ୍. ଏମ୍, ଜି. ଏନ୍. ଏମ୍, ଛାତ୍ରୀ ଙ୍କ ମଧ୍ୟ ରେ ଜୁନିୟର ଓ ସିନିୟର ବିଭାଗ ରେ ବକ୍ତୃତା ଓ ଏକକ ସଙ୍ଗୀତ ପ୍ରତିଯୋଗୀତା ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡ଼. ବନଲତା ଦେବୀ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ଅଶୋକ କୁମାର ଦାସ, ଏଡିଏମଓ ଡ଼. ଜାଗୁଳାଇ ଅଗ୍ରୱାଲ, ଜିଲ୍ଲା ଚକ୍ଷୁ ପରିଚାଳକ ତଥା ଚକ୍ଷୁ ବିଶେଷଜ୍ଞ ଡାକ୍ତର ନିବେଦିତା ସାହୁ, ହସ୍ପିଟାଲ ମ୍ୟାନେଜର ଡ଼. ଶ୍ରୀରାମ ମହାନ୍ତି. ଜିଲ୍ଲାର ବରିଷ୍ଠ ଡ଼. ଲୋମ୍ବୋଦର ସାହୁ, ଡ଼. ସୁଶିଲ ଚନ୍ଦ୍ର ରଥ ଓ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଯୋଗଯୋଗ ଅଧିକାରୀ ଖଗେଦ୍ର ମାଝୀ ପ୍ରମୁଖ ଯୋଗଦେଇ ଥିଲେ। କାର୍ଯ୍ଯକ୍ରମ ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

କଳାହାଣ୍ଡି ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କଳାହାଣ୍ଡି) – ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟ ବିଶ୍ଵନାଥ ଶତପଥୀ ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଅୟୋଜିତ ଏହି ଜିଲ୍ଲା ସ୍ତରୀୟ ବିଦାୟ କାଳୀନ ସମ୍ବର୍ଦ୍ଧନା ରେ ଜିଲ୍ଲାପାଳ କଳାହାଣ୍ଡି ଡ଼. ଗାଭାଲି ପରାଗ ହର୍ଷଦ, ଏସ୍.ପି ବି. ଗଙ୍ଗାଧର, ଅତିରିକ୍ତ ଜିଲ୍ଲାପାଳ ସରତ ଚନ୍ଦ୍ର ଶ୍ରିଚନ୍ଦନ, ପିଡି ଡିଆରଡିଏ ଜ୍ଞାନ୍ ରଞ୍ଜନ ଭଞ୍ଜ ଦେବ, ଏପିଡ଼ି ଗୋପାଳସ୍ଵାମୀ ନାଇଡୁ, ଆର. ଟି. ଓ ଦିନବନ୍ଧୁ ଶୁଣ୍ଢି ଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ପଦାଧିକାରୀ ଓ ଅବକାରୀ ବିଭାଗ ର ଜିଲ୍ଲା ର ସମସ୍ତ କର୍ମଚାରୀ ମାନେ ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲା ରେ ତାଙ୍କ ଚାକିରି ସମୟରେ ରେଡକ୍ରସ ସଂସ୍ଥା ତରଫରୁ ବହୁବାର ଜିଲ୍ଲା ଶ୍ରେଷ୍ଠ ବିବେଚିତ ହୋଇ ରାଜ୍ଯପାଳ ଙ୍କ ଟ୍ରଫି ପାଇଛନ୍ତି ଶ୍ରୀ ଶତପଥୀ। ତାଙ୍କ ଅବସର କାଳୀନ ବିଦାୟ ଅବକାରୀ ବିଭାଗ ର କର୍ମଚାରୀ ମାନଙ୍କ ନିକଟରେ ଶୂନ୍ୟସ୍ଥାନ ହୋଇ ରହିବ ବୋଲି ଉପସ୍ଥିତ ଅତିଥି ମାନେ ମତ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମ ଆରମ୍ଭ ରେ ଡେପୁଟି କଲେକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ ଶ୍ରୀ ଶତପଥୀ ଙ୍କ କର୍ମ ଜୀବନ ର ଗୁଣାବଳୀ କରିଥିଲେ।

ମୌଳିକ ସୁବିଧା ସୁଯୋଗ ରୁ ବଞ୍ଚିତ ପାରଳାଖେମୁଣ୍ଡି ରେଳ ଷ୍ଟେସନ ; ଯାତ୍ରୀ ହନ୍ତସନ୍ତ !

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗତ ୧୦ ବର୍ଷହେଲାଣି ପାରଳାଖେମୁଣ୍ଡି ରେଳ ଷ୍ଟେସନ ଅତ୍ୟନ୍ତ ଅବ୍ୟବସ୍ଥା ଦେଇ ଗତି କରୁଛି । ୧୯୦୦ ମସିହା ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଏହା ନେରୋଗେଜ ରେଳପଥ ଥିଲା । ବ୍ରଡଗେଜରେ ପରିଣିତ କରିବା ପାଇଁ ଏହି ନେରୋଗେଜ ରେଳପଥକୁ ୨୦୦୦ମସିହାରେ ଉଠାଇ ଦିଆଯାଇଥିଲା । ବ୍ରଡଗେଜରେ ପରିଣତ ହେବା ପରେ ଏଥିରେ ପୁରୀ ଠାରୁ ଗୁଣୁପୁର ଭାୟା ପାରଳାଖେମୁଣ୍ଡି ଦେଇ ଚଳାଚଳ ଆରମ୍ଭ କରିଥିଲା । ଦୀର୍ଘ ୧୦ ବର୍ଷ ମଧ୍ୟରେ ଏହି ରେଳ ପଥରେ ବର୍ତ୍ତମାନ ଦୁଇ ଯୋଡା ଲେଖାଏଁଁ ପୁରୀ-ଗୁଣୁପୁର, ରାଉରକେଲା-ଗୁଣୁପୁର ରାଜ୍ୟରାଣି ଏକ୍ସପ୍ରେସ , ବିଶାଖାପାଟନା-ଗୁଣୁପୁର ଏବଂ ପଲାସା-ଗୁଣୁପୁର ପ୍ରଭୃତି ଟ୍ରେନ ଗୁଡାକ ପାରଳାଖେମୁଣ୍ଡି ଦେଇ ଚଳାଚଳ କରୁଛି । ସମସ୍ତ ରେଳଷ୍ଟେସନ ଗୁଡାକ ମଧ୍ୟରେ ପାରଳାଖେମୁଣ୍ଡି ହୋଇଛି ଏକ ମୁଖ୍ୟ ରେଳ ଷ୍ଟେସନ । ହେଲେ ମଧ୍ୟ ଏଠାରେ ରେଳଯାତ୍ରୀମାନଙ୍କ ନିମନ୍ତେ ମୌଳିକ ସୁବିଧା କିଛି ନାହିଁ । ପାରଳାଖେମୁଣ୍ଡି ରେଳଷ୍ଟେସନରେ ପ୍ଲାଟଫାର୍ମର ଉଚ୍ଚତା କମ ଥିବା ଯୋଗୁଁ ଯାତ୍ରୀମାନେ ମୁଖ୍ୟତଃ ବୟସ୍କ ଲୋକ ମାନେ ଟ୍ରେନ ଉପରକୁ ଚଢିବା ଓ ଓହ୍ଲାଇବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା ନାହିଁ । ଯେଉଁ ଶୌଚାଳୟଟି ରହିଛି ତାକୁ ତାଲା ମାରି ରଖାଯାଇଛି । ଷ୍ଟେସନରେ ଦୋକାନଟିଏ ନାହିଁ, ପାନୀୟଜଳର ବ୍ୟବସ୍ଥା ନାହିଁ । ନାଳ ବ୍ୟବସ୍ଥା ଅଛି ଏଥିରେ କୁଢକୁଢ ମଇଳା । ସଫାସୁତରା କରାଯାଉନଥିବା ଯୋଗୁଁ ଅପରିଷ୍କାର ପରିବେଷରେ ପୁତ୍ତିଗନ୍ଧମୟ ହୋଇପଡୁଛି । ବସିବା ପାଇଁ ଆବଶ୍ୟକୀୟ ବ୍ୟାଞ୍ଚ ବ୍ୟବସ୍ଥା ନାହିଁ, ବିଶ୍ରାମାଗାରଟିଏ ମଧ୍ୟନାହିଁ, ଷ୍ଟେସନର ପ୍ରବେଶ ପଥକୁ ଘରେ ବିନା ଲାଇଟ ପଙ୍ଖା-ଆଲୋକରେ ବସିବା ପାଇଁ ଯାତ୍ରୀ ବାଧ୍ୟ ହେଉଛନ୍ତି ବୋଲି ଅଭିଯୋଗରେ କହିଛନ୍ତି । ବରିଷ୍ଠ ଆଇନଜୀବୀ ବଟକୃଷ୍ଣ ପାତ୍ର ଏବଂ ଜଣେ ମହିଳା ଯାତ୍ରୀ ଅଭିଯୋଗରେ କହିଛନ୍ତି । ଏହି ରେଳପଥ ଦେଇ ଅନେକ ଟ୍ରେନ ଚଳାଚଳ କରୁଛି । ଦୈନିକ ଏହି ଷ୍ଟେସନରୁ ଅଣରୁତୁରେ ୫୦ହଜାର ଟଙ୍କାରୁ ଉର୍ଧ୍ଵ ଏବଂ ରୁତୁରେ ଲକ୍ଷାଧିକ ଟଙ୍କା ଟିକଟ ରାଜସ୍ୱ ଟଙ୍କା ମିଳୁଛିହେଲେ ଯାତ୍ରୀ ମାନଙ୍କୁ ଯେଭଳି ସୁବିଧା ମିଳିବା କଥା ତାହା ମିଳୁନାହିଁ । ଏତେ ବଡ ଷ୍ଟେସନ – ବହୁତ ଲୋକ ବିଭିନ୍ନ ଅଞ୍ଚଳକୁ ଯିବା ଆସିବା କରୁଛନ୍ତି । ହେଲେ ଏହି ଷ୍ଟେସନରେ ଯାତ୍ରୀ ମାନଙ୍କ ପାଇଁ ମୌଳିକ ସୁବିଧା ବ୍ୟବସ୍ଥା କିଛି ନାହିଁ ବୋଲି ସାଧାରଣ ରେ ଅଭିଯୋଗ ହେଉଛି |