କୋଟିଏ ଜଣ ସଭ୍ୟ କରିବାକୁ ବିଜେଡ଼ିର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –  କ୍ରମାଗତ ପଞ୍ଚମ ଥର ପାଇଁ ସରକାର ଗଢ଼ିଥିବା ବିଜୁ ଜନତା ଦଳ ତାହାର ସାଂଗଠନିକ କାର୍ଯ୍ୟକ୍ରମକୁ ଅଧିକ ଶାଣିତ କରିଛି । ଆସନ୍ତାକାଲିଠାରୁ ନୂଆ ତରିକାରେ ଦଳୀୟ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ । ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲିବ । ବିଜେଡ଼ିରେ ଏବେ ୪୭ ଲକ୍ଷ ସଭ୍ୟ ଥିବା ବେଳେ ଏଥର ତାହା ଡବଲ୍ କରିବାକୁ ଯୋଜନା କରାଯାଇଛି । ସାଂଗଠନିକ କାର୍ଯ୍ୟକ୍ରମ ତଥା ଦଳୀୟ ସଭ୍ୟ ସଂଗ୍ରହରେ ପ୍ରଥମ ଥର ପାଇଁ ହାଇ ଟେକନୋଲୋଜିର ଉପଯୋଗ କରାଯିବ । ପ୍ରତି ସଦସ୍ୟଙ୍କ ଆଧାର ଲିଙ୍କ୍ କରାଯାଇ ଦଳୀୟ ୱେବସାଇଟ୍ ରେ ନାଁ ଉପଲବ୍ଧ ହେବ । ଲୋକେ ସରକାରୀ ଯୋଜନାରୁ କିଭଳି ଲାଭ ପାଇବେ ତାହା ସୁନିଶ୍ଚିତ କରିବାକୁଏହି ବ୍ୟବସ୍ଥା ହେଉଥିବା ଦଳୀୟ ସୂତ୍ରରୁ କୁହାଯାଇଛି ।
ବିଜେଡ଼ି ପଞ୍ଚମ ପାଳିର ପ୍ରଥମ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀରେ ଆଜି ଏହାର ରୋଡମ୍ୟାପ୍ ଚୂଡ଼ାନ୍ତ ହୋଇଛି । ଯୋଜନା ଅନୁଯାୟୀ, ପ୍ରତି ୱାର୍ଡରୁ ୪ ଜଣ, ଏନଏସିରୁ ୫ ଜଣ, ମ୍ୟୁନିସିପାଲିଟିରୁ ୧୫ ଜଣ ଏବଂ ମହାନଗର ନିଗମରୁ ୪୦ ଜଣ ସକ୍ରିୟ ସଦସ୍ୟ ରହିବେ । ଏହି ସକ୍ରିୟ ସଦସ୍ୟମାନେ ନିଜକୁ ମିଶାଇ ୨୫ ଜଣ ସଭ୍ୟ ସଂଗ୍ରହ କରିବେ ।
ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଉଦବୋଧନ ନେଇ ଏହି କାର୍ଯ୍ୟକ୍ରମକୁ ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି । ସଭ୍ୟ ସଂଗ୍ରହ ଅଭିଯାନରେ ସକ୍ରିୟ ଭାବେ ସାମିଲ ହେବାକୁ ବୈଠକରେ ଉପସ୍ଥିତ ନେତା ଓ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ତୃଣମୂଳସ୍ତରର କାର୍ଯ୍ୟକର୍ତ୍ତା ଓ କର୍ମୀମାନଙ୍କୁ ସାଥୀରେ ଧରି ପ୍ରତି ଘରେ ପହଞ୍ଚି ଦଳର ବାର୍ତ୍ତା ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରତି ୧୫ ଦିନରେ ସଭ୍ୟ ସଂଗ୍ରହ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ ନିଜେ ମୁଖ୍ୟମନ୍ତ୍ରୀ ।
ନବୀନଙ୍କ ଗୁରୁମନ୍ତ୍ର: ସାଧାରଣ ଲୋକଙ୍କୁ ହକ୍ ଦିଅ, ତାଙ୍କ ମୁହଁରେ ହସ ଫୁଟାଅ’
‘ଓଡ଼ିଶାର ସାଢ଼େ ଚାରି କୋଟି ଜନତା ବିଜୁ ଜନତା ଦଳକୁ ଯେଭଳି ଭାବରେ ଆଶୀର୍ବାଦ କରିଛନ୍ତି ସେଥିପାଇଁ ମୁଁ ସମସ୍ତଙ୍କ ନିକଟରେ ଋଣୀ । ଲକ୍ଷ ଲକ୍ଷ କର୍ମୀ ଭାଇ ଭଉଣୀଙ୍କ ତ୍ୟାଗ ଓ ପରିଶ୍ରମ ଯୋଗୁଁ ଦଳ ତାର ବିଜୟ ଧାରା ଜାରି ରଖିଛି । ସେଥିପାଇଁ ଆମର ସମସ୍ତ କର୍ମୀ ଏବଂ ସେମାନଙ୍କ ପରିବାରକୁ ମୁଁ କୃତଜ୍ଞତା ଜଣାଉଛି ।’
ବିଜେଡ଼ିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଆଜି ଏହା କହିଥିଲେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ନେତା ଓ କର୍ମୀମାନଙ୍କୁ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ସଚେତନ କରାଇ ୫-ଟି ମନ୍ତ୍ର ଧରାଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ସାଧାରଣ ଲୋକ ଆମର ସବୁ କାର୍ଯ୍ୟକ୍ରମର କେନ୍ଦ୍ର ବିନ୍ଦୁ । ସାଧାରଣ ଲୋକଙ୍କୁ ତାର ହକ୍ ଦେବା ପାଇଁ ଆମର ୫-ଟି ମନ୍ତ୍ର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ମୁଁ ଆଶା କରୁଛି, ସାଧାରଣ ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆପଣମାନେ ସମସ୍ତେ ପରିବର୍ତ୍ତନର ଏଜେଣ୍ଟ ଭାବେ କାର୍ଯ୍ୟ କରନ୍ତୁ । ଆମର ଆଭିମୁଖ୍ୟ ଓ କାର୍ଯ୍ୟଶୈଳୀରେ ଅଙ୍ଗୀକାରବୋଧତା ରହୁ ।
ଚଳିତବର୍ଷ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଗାନ୍ଧୀଜୀଙ୍କ ଆଦର୍ଶ ଓ ବିଚାରଧାରା ସମ୍ପର୍କରେ ଦଳୀୟ ନେତାଙ୍କୁ ମନେ ପକାଇଥିଲେ ମୁଖ୍ୟମନ୍ତ୍ରୀ । ଗାନ୍ଧିଜୀଙ୍କ ଆଦର୍ଶ ଓ ବିଚାରାଧାରର ଆଜି ମଧ୍ୟ ପ୍ରାସଙ୍ଗିକତା ରହିଛି । ଗାନ୍ଧିଜୀଙ୍କ ମୂଲ୍ୟବୋଧ ଓ ଦର୍ଶନର ପ୍ରଚାର ପାଇଁ ବିଭିନ୍ନ ଗାନ୍ଧିବାଦୀ ଅନୁଷ୍ଠାନ ସହ ମିଶି କାର୍ଯ୍ୟ କରିବାକୁ ସହଯୋଗୀମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେହିଭଳି ବିଜେଡ଼ିର ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସ୍ଥାନୀୟ ଇଡ଼କଲ ଅଡିଟୋରିୟମଠାରେ ଅନୁଷ୍ଠିତ ବିଜେଡ଼ିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀରେ ମହିଳାଙ୍କୁ ୩୩% ସ୍ଥାନ ସଂରକ୍ଷଣ ଓ ସମ୍ବିଧାନ ମୁଖବନ୍ଧରେ ଅହିଂସାକୁ ସ୍ଥାନିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଥିଲା । ଏହି ପ୍ରସଙ୍ଗକୁ ନେଇ ବିଜେଡ଼ିର ଲଢ଼େଇ ଜାରି ରହିବ ବୋଲି ପ୍ରସ୍ତାବ ପାସ୍ ହୋଇଥିଲା ।
ବୈଠକରେ କାର୍ଯ୍ୟକାରିଣୀର ସମସ୍ତ ସଦସ୍ୟ, ବିଧାୟକ, ସାଂସଦ, ଛାମୁଆ ସଂଗଠନର କର୍ମକର୍ତ୍ତା ଏବଂ ଜିଲ୍ଲା ପଦାଧିକାରୀମାନେ ଯୋଗ ଦେଇଥିଲେ ।

ବିଜେପି ଓ କଂଗ୍ରେସର କଟାକ୍ଷ –

ବିଜେଡ଼ିର ହାଇଟେକ୍ ସଭ୍ୟ ସଂଗ୍ରହ ଯୋଜନାକୁ ବିଜେପି ଓ କଂଗ୍ରେସ କଟାକ୍ଷ କରିଛନ୍ତି । ବିଜେପି ମୁଖପାତ୍ର ସମୀର ମହାନ୍ତି କହିଛନ୍ତି, ବିଜେଡ଼ିର ଏହି କାର୍ଯ୍ୟକ୍ରମ କେବଳ ସୋ କେସ୍ । ତୃତୀୟ ମହଲାରେ ଏହାର ଗୋଦାମ ରହିଛି । ସେଠାରେ ପ୍ରକୃତ ଟେକନୋଲୋଜି ରହିଛି । ସେହିଭଳି ବିଜେଡ଼ି ସଭ୍ୟଙ୍କ ଆଧାର ଲିଙ୍କ୍ ଭୋଟରଙ୍କୁ ଆକୃଷ୍ଟ କରାଇବାକୁ ଉଦ୍ଦିଷ୍ଟ ବୋଲି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ।

ଗୁଣପୁର ଠାରେ ଦ୍ବିତୀୟ ପର୍ଯ୍ୟାୟ ଉଡାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

!!! ଦକ୍ଷିଣ ଓଡିଶା ମୁଖ୍ୟ ଡ଼ି କିରଣ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡ) – ରାୟଗଡ ଜିଲ୍ଲା ଗୁଣପୁର ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗୁଣପୁର ଟାଉନ ହଲ ଠାରେ ବେକାର ଯୁବକ ଯୁବତୀ ମାନଙ୍କ ପାଈଁ ଆଜି ଦ୍ବିତୀୟ ପର୍ଯ୍ୟାୟ ଉଡାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ବର ବଳିରାମ ବନ୍ଧୋର ଏହି କାର୍ଯ୍ୟକ୍ରମ କୁ ସଭାପତିତ୍ୱ କରିଥିବା ବେଳେ ଅତିଥି ଭାବେ ରାୟଗଡ ଜିଲ୍ଲା ଡ଼ି.ଆର.ଡ଼ି.ଏ ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ଅମ୍ରିତ୍ ଋତୁରାଜ ଏବଂ ରାୟଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଶ୍ରବଣ ବିବେକ କୁମାର ମଞ୍ଚାସୀନ ରହିଥିଲେ ।

ଏହି ତାଲିମ କାର୍ଯ୍ୟକ୍ରମ ପ୍ରତ୍ୟେକ ମାସ ର ପ୍ରଥମ ରବିବାର ଦିନ ଚାଲିବ ବୋଲି ପ୍ରଶାସନ ଦ୍ୱାରା ନିଷ୍ପତି ନିଆ ଯାଇଥିବା ବେଳେ ଆଜି ଦ୍ବିତୀୟ ପର୍ଯ୍ୟାୟ ତାଲିମ ଆରମ୍ଭ ହୋଇଥିଲା ।

ଆଜି ର କାର୍ଯ୍ୟକ୍ରମ ରେ ଭାରତୀୟ ପ୍ରଶାସନିକ ସେବା ବିଷୟ ରେ ଯୁବ ପିଢ଼ି ଙ୍କୁ ତାଲିମ ଦିଆଯାଇଥିଲା । କିପରି ଏହାଦ୍ବାରା ସମସ୍ତ ବେକାର ଯୁବକ-ଯୁବତୀ ମାନେ ଏଥି ପ୍ରତି ଆକର୍ଷିତ ହେବେ ଏବଂ କିପରି କାର୍ଯ୍ୟ କଲେ ଉପକୃତ ହୋଇପାରିବେ ତାହା ଅତିଥି ବୃନ୍ଦ ତାଲିମ ବେଳେ ବୁଝାଇଥିଲେ ।

ଆଜି ର ଏହି କାର୍ଯ୍ୟକ୍ରମରେ ୩୦୦ ରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ଙ୍କୁ ତାଲିମ ପାଇଁ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ମୁଖ୍ୟତଃ ଏହି କାର୍ଯ୍ୟକ୍ରମ ଦ୍ୱାରା ଜିଲ୍ଲାର ଅନେକ ବେକାର ଯୁବକ ଯୁବତୀ ନିଜକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିପାରିବେ ବୋଲି ତାଲିମ ଦେଉଥିବା ଅତିଥି ଶ୍ରୀ ଅମ୍ରିତ୍ ଋତୁରାଜ , ଶ୍ରୀ ଶ୍ରବଣ ବିବେକ କୁମାର ଏବଂ ଶ୍ରୀ ସିଦ୍ଧେଶ୍ବର ବଳିରାମ ବନ୍ଧୋର କହିଛନ୍ତି ।

ଏଥି ନିମନ୍ତେ ସ୍ଥାନୀୟ ଜନ ସାଧାରଣ ପ୍ରଶାସନର ଏଭଳି ପଦକ୍ଷେପ କୁ ଭୂୟସୀ ପ୍ରଶଂସା କରି ଏଭଳି ପ୍ରଶିକ୍ଷଣ କୁ ଆଗାମୀ ଦିନରେ ଆହୁରି ତ୍ୱରାନ୍ବିତ କରାଗଲେ ବେକାର ଯୁବକ ଯୁବତୀ ବେଶ ଉପକୃତ ହୋଇ ପାରନ୍ତେ ବୋଲି କହିଛନ୍ତି ।

ଆଜିର ରାଶିଫଳ , ୨୦୧୯ ସେପ୍ଟେମ୍ବର ୧ ତାରିଖ !

ମେଷ: ପରିବାରରେ ହସଖୁସିର ପରିବେଶ ରହିବ।ମାନ-ସମ୍ମାନ ମିଳିବ। ଧନପ୍ରାପ୍ତି ଯୋଗ ରହିଛି।

ବୃଷ: ଦିନଟି ଭଲରେ କଟିବ। ଶରୀର ସୁସ୍ଥ ରହିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ।

ମିଥୁନ:ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ଖର୍ଚ୍ଚ ବଢ଼ିବ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି।

କର୍କଟ: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ତରବରିଆ ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।

ସିଂହ: ବନ୍ଧୁଙ୍କ ସହ ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି। ପଦୋନ୍ନତିର ଯୋଗ ରହିଛି। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ।

କନ୍ୟା: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଘର ପାଇଁ ଜିନିଷ କିଣି ପାରନ୍ତି। ଶୁଭ ଖବର ଶୁଣି ପାରନ୍ତି।

ତୁଳା: ଆର୍ଥିକ ସ୍ଥିତି ଭଲ ରହିବ। ବୌଦ୍ଧିକ ଚର୍ଚ୍ଚାରେ ଯୋଗ ଦିଅନ୍ତୁ ନାହିଁ। କଳା ଓ ସାହିତ୍ୟ କ୍ଷେତ୍ରରେ ରୁଚି ବଢ଼ିବ।

ବିଚ୍ଛା: ଯାନବାହନ ଦୁର୍ଘଟଣାର ଯୋଗ ରହିଛି। ସତର୍କ ରୁହନ୍ତୁ। ଚିନ୍ତିତ ରହିବେ।

ଧନୁ: ବିବାହ ସ୍ଥିର ହୋଇପାରେ। ବ୍ୟବସାୟରେ ଲାଭ ମିଳିବ। ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି।

ମକର: ଉପହାର ମିଳିବ। ବ୍ୟସ୍ତତା ଭିତରେ ରହିବେ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଖର୍ଚ୍ଚ ବଢ଼ିବ।

କୁମ୍ଭ: ପିଲାମାନେ ପାଠପଢାରେ ସଫଳତା ପାଇବେ। ନୂତନ ବସ୍ତ୍ର କିଣି ପାରନ୍ତି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମୀନ: ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। ଅପରାହ୍ନରୁ ଚିନ୍ତିତ ରହିବେ।

ଚେଇଁ ଶୋଇଥିବ ଯିଏ , ତାକୁ ଉଠାଇବ କିଏ ?

” ଜିଲ୍ଲା ପ୍ରଶାସନ ର ପୋଷ୍ୟ ପୁତ୍ର ସାଜିଛି  କି ? ଠିକା ସଂସ୍ଥା  

!!! ଦକ୍ଷିଣ ଓଡିଶା ମୁଖ୍ୟ ଡ଼ି କିରଣ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ପୁଣି ଭାଙ୍ଗିଲା ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ର ଅସ୍ଥାୟୀ ପୋଲ । ଏକ ସ୍ଥାୟୀ ପୋଲ ନିର୍ମାଣ ନିମନ୍ତେ ବିଭିନ୍ନ ମହଲ ରୁ ଦାବୀ ହେଇ ଆସୁଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ହେବା ୪ ବର୍ଷ ବିତି ଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଶେଷ ହୋଇ ପାରିନାହିଁ ଉକ୍ତ ପୋଲ । ନୂତନ ପୋଲ ନିର୍ମାଣ କାର୍ଯ୍ୟ କୁ ଆନ୍ଧ୍ର ର ଏକ ଠିକା ସଂସ୍ଥା ୭ କୋଟି ଟଙ୍କା ବ୍ୟୟ ରେ ୨୦୧୫-୨୦୧୬ ବର୍ଷ ରେ ନିଜ ହାତକୁ ନେଇ ଥିବା ବେଳେ ଏଯାବତ ତାହାର କାର୍ଯ୍ୟ ଶେଷ ହୋଇନାହିଁ । ଦୀର୍ଘ ବର୍ଷ ଧରି ସ୍ଥାନୀୟ ଜନ ସାଧାରଣ ଏବଂ ଜଗନ୍ନାଥପୁର ସରପଞ୍ଚ ଶ୍ରୀମତୀ ଗୌରୀ ଗମାଙ୍ଗ ଅଭିଯୋଗ କରି ଆସୁଥିଲେ ସୁଦ୍ଧା କୌଣସି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଦେଖିବାକୁ ମିଳିଛି ।

୨୦୧୬ ମସିହା ଜୁଲାଇ ମାସରେ ବର୍ଷା ରେ ବହୁ ପୂରାତନ କାଳ ରୁ ଥିବା ପୁରୁଣା ପୋଲ ଟି ବର୍ଷା ରେ ଭାସି ଯାଇଥିବା ଯୋଗୁଁ ଉକ୍ତ ପୋଲ ନିକଟରେ ଲକ୍ଷ୍ୟାଧିକ ଟଙ୍କା ବ୍ୟୟ ଅଟକଳ ରେ ଏଯାବତ ୫ ଥର ଅସ୍ଥାୟୀ ପୋଲର ନିର୍ମାଣ କରାଯାଇଥିବା ବେଳେ ପୁଣି ବର୍ଷା ହୋଇ ତାହା ଧୋଇ ଯାଇଥିବା ରୁ ଆନ୍ଧ୍ର ଏବଂ ଓଡିଶା କୁ ଯୋଗାଯୋଗ ବିଛିନ୍ନ ହୋଇଛି ।

ସେହି ଅସ୍ଥାୟୀ ପୋଲ ଜନ ସାଧରଣ ଙ୍କ କୌଣସି ବ୍ୟବହାର ଉପଯୋଗୀ ହେଉନଥିବା ନେଇ ଅଭିଯୋଗ ପରେ ନୂତନ ପୋଲ ନିର୍ମାଣ ନିମନ୍ତେ ଆନ୍ଧ୍ର ର ଏକ ଠିକା ସଂସ୍ଥା କୁ ଟେଣ୍ଡର ଦିଆଯାଇଥିଲା। ଯଦି ସରକାର ଙ୍କ ସ୍ଥାନୀୟ ଜନ ସାଧାରଣ ଙ୍କ ନିମନ୍ତେ ନୂତନ ପୋଲ କରିବାର ଥିଲା ତେବେ ୫ ଥର ଅସ୍ଥାୟୀ ପୋଲ ନିର୍ମାଣ କରି ସରକାର ଙ୍କ ରାଜସ୍ଵ ନଷ୍ଟ କରିବା କେତେ ଦୂର ଯଥାର୍ଥ ବୋଲି ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି ।

ଗତ ଦିନ ରେ ବର୍ଷା ଲାଗି ରହିଥିବା ରୁ ଉକ୍ତ ଅସ୍ଥାୟୀ ପୋଲ ଧୋଇ ହୋଇଯାଇ ଗୁଣପୁର ବ୍ଲକ ର ତିନି ଗୋଟି ପଞ୍ଚାୟତ ଓ ପୋଡଶୀ ୫୦ ଗ୍ରାମ ପୂର୍ବ ଭଳି ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ କ୍ଷେତ୍ର ରେ ଅସୁବିଧା ର ସମ୍ମୁଖୀନ ହେବେ ବୋଲି ମତ ପ୍ରକାଶ ପାଉଛି।

ସରକାର ଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଏପ୍ରିଲ ୨୦୧୮ ମସିହା ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଟାର୍ଗେଟ ଦିଆ ଯାଇଥିବା ବେଳେ ଆନ୍ଧ୍ର ଠିକାଦାର ଙ୍କ ମନମୁଖୀ କାର୍ଯ୍ଯ ଓ ଅବହେଳା ନିମନ୍ତେ ଜିଲ୍ଲା ପ୍ରଶାସନ ଦ୍ରୁଷ୍ଟି ଦେଉ ନାହିଁ କାହିଁକି ଅଥବା ଆନ୍ଧ୍ର ଠିକା ସଂସ୍ଥା କୁ ପୌଷ୍ୟ ପୁତ୍ର ଆଦର୍ଶ ଦେଖି ଅଣଦେଖା କରୁଛନ୍ତି ବୋଲି ସ୍ଥାନୀୟ ବୁଦ୍ଧୀଜିବି ମହଲ ରେ ଚର୍ଚ୍ଚା ଜୋର ଧରିଛି ।

ଆନ୍ଧ୍ର ଠିକା ସଂସ୍ଥା କୁ ବଦଳାଇ ଏକ ନୂତନ ସଂସ୍ଥା କୁ ଉକ୍ତ କାର୍ଯ୍ୟ ସମାପନ କରିବା ନିମନ୍ତେ ଦାବୀ ହୋଇ ଆସୁଥିଲେ ମଧ୍ଯ, ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ନଦେବା ନିମନ୍ତେ କେଉଁ ରାଜନୈତିକ ଚାପ କାମ କରୁଛି ତାହା ଜନ ସାଧାରଣ ମହଲ ରେ ଆଲୋଡନ ସୃଷ୍ଟି କରୁଛି।

ଏହା ସ୍ଥାନୀୟ ଲୋକ ଙ୍କ ପ୍ରତି ଅଣଦେଖା ନା ଆନ୍ଧ୍ର ଠିକା ସଂସ୍ଥା ସହ ପ୍ରଶାସନ ନିବିଡ଼ ମଧୁଚନ୍ଦ୍ରିକା ବୋଲି ପ୍ରଶ୍ନ ବାଚୀ ସୃଷ୍ଟି କରୁଛି।

ବର୍ତ୍ତମାନ ଦେଖିବାକୁ ରହିଲା ଆଗାମୀ ଦିନରେ ଜନ ସାଧାରଣଙ୍କ ସୁବିଧା ସୁଯୋଗ ନିମନ୍ତେ ଜିଲ୍ଲା ପ୍ରଶାସନ ଓ ବର୍ତ୍ତମାନ ବିଧାୟକ ଏବଂ ସଂସାଦ ଦୃଷ୍ଟି ଦେବେ ନା ଆନ୍ଧ୍ର ଠିକା ସଂସ୍ଥା ଉପରେ ଆସ୍ଥା ପ୍ରକଟ କରି ଜନ ସାଧାରଣଙ୍କୁ ଅସୁବିଧା ରେ ପକାଇବେ |

ସଂଗଠନ ସଜାଡ଼ିବ ବିଜେଡି, ନବୀନ ବାଛିବେ ରିଟର୍ଣ୍ଣିଂ ଅଫିସର

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ସାଧାରଣ ନିର୍ବାଚନ ପାଇଁ ଅଟକିଥିବା ସାଂଗଠନିକ ନିର୍ବାଚନ ପ୍ରକ୍ରିୟାକୁ ବିଜେଡି ଏବେ ତ୍ୱରାନ୍ୱିତ କରିଛି। ଆସନ୍ତା ୨ତାରିଖରୁ ପ୍ରାୟ ୨ମାସ ଧରି ସଦସ୍ୟ ସଂଗ୍ରହ ଅଭିଯାନ ପରେ ବ୍ଲକ,ଜିଲ୍ଲା ଓ ରାଜ୍ୟସ୍ତରର ପଦାଧିକାରୀ ଚୟନ କାର୍ଯ୍ୟକ୍ରମ ହେବ। ଏହି କାରଣରୁ ଆସନ୍ତାକାଲି ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବସି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ନିମନ୍ତେ ରାଜ୍ୟ କାର୍ଯ୍ୟକାରିଣୀ ଦ୍ୱାରା ଆବଶ୍ୟକ କ୍ଷମତା ନ୍ୟସ୍ତ କରାଯିବ ବୋଲି ସୂଚନା ମିଳିଛି।

 

ସେପଟେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ସମ୍ପାଦକ ଓ ସାଧାରଣ ସମ୍ପାଦକ ପଦବୀରେ ବହୁ ସଂଖ୍ୟକ ନେତାଙ୍କୁ ଥଇଥାନ କରାଯାଇଥିବାରୁ ଅଧିକାଂଶ ନେତାଙ୍କୁ ବାଦ୍ ମଧ୍ୟ ଦିଆଯିବାକୁ ସ୍ଥିର ହୋଇଛି। ଏବେ ଦଳରେ ଏବେ ୩୪ଜଣ ସାଧାରଣ ସମ୍ପାଦକ ଥିବାବେଳେ ୪୨ଜଣ ସମ୍ପାଦକ ଅଛନ୍ତି। ଏତେ ସଂଖ୍ୟକ ସାଧାରଣ ସମ୍ପାଦକ ଓ ସମ୍ପାଦକ ରଖିବା ସମ୍ଭବପର ନଥିବାରୁ ଏଥର ସଭ୍ୟ ସଂଗ୍ରହ ଅଭିଯାନ ପରେ ପଦାଧିକାରୀ ସଂଖ୍ୟାରେ ବୃଦ୍ଧି ନିମନ୍ତେ ସଂଶୋଧିତ ପ୍ରସ୍ତାବ ଆସିବାର କାର୍ଯ୍ୟକ୍ରମ ରହିଛି। ଉଲ୍ଲେଖଯୋଗ୍ୟ, ବିଜେଡିର ସାଂଗଠନିକ ନିର୍ବାଚନ ପ୍ରତି ୩ବର୍ଷରେ ଥରେ ସମ୍ପାଦନ ହୋଇଥାଏ। ଏହି ଅବଧି ୨୦୧୯ ଫେବୃୟାରୀ ୨୮ତାରିଖରୁ ଶେଷ ହୋଇଛି। ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ସଭାପତିଙ୍କୁ ମିଶାଇ ୮୧ଜଣ ନେତାଙ୍କୁ ସ୍ଥାନ ମିଳିଥାଏ।

ନାଲି ପାଣି ପ୍ରଭାବରେ ଖାଲି ଶ୍ଳୋକ ଉଡିଲା, ଜିଲ୍ଲାପାଳ ଅଫିସ ହୁଲସ୍ତୁଲ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ବାରିପଦା କିଲଟରିରେ | ଦୁଇ ମାତାଲ କର୍ମଚାରୀଙ୍କ ଉତ୍ପାତିଆ କାଣ୍ଡ କିଛି ସମୟ ପାଇଁ ଅସ୍ଵାଭାବିକ କରିଦେଇଥିଲା ପରିବେଶକୁ |  ଅଗଷ୍ଟ ୩୦ ଅପରାହ୍ନରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅନୁପସ୍ଥିତିରେ ଯଜ୍ଞେଶ୍ବର ଦାଶ ଓ ବିରଞ୍ଚି ନାୟକ ଦୁଇ ଜଣ ନିଶାସକ୍ତ ପିଅନଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲେ । ଏଥିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ  ଦରଜାର କାଚ ଭାଙ୍ଗି ଯାଇଥିଲା । ସେହି ଦୁଇ ଜଣ ପିଅନ ଯୋଉ ଭାଷା ବା ଯୋଉ ଶ୍ଳୋକ ଆବୃତି କଲେ, ତାହା କାନରେ ଶୁଣିବାକୁ ଅଖାଡୁଆ ଲାଗିବ |

ଅପରାହ୍ନରେ ଜିଲ୍ଲାପାଳ ଶ୍ରୀଭରଦ୍ୱାଜ କାର୍ଯ୍ୟାଳୟ ପ୍ରକୋଷ୍ଟ ମଧ୍ୟକୁ ପ୍ରବେଶ କରୁଥିବା ସମୟରେ ଦରଜାର କାଚ ଭାଙ୍ଗିଯାଇଥିବାର ଦେଖିବାକୁ ପାଇଥିଲେ ଏବଂ ଭିତରକୁ ଯାଇ ପିଅନମାନଙ୍କୁ ଡ଼କାଇ ଦରଜାର କାଚ କିପରି ଭାଙ୍ଗିଲା ବୋଲି ପ୍ରଶ୍ନ କରିବାରୁ ସେମାନେ ଏହାର ଉତ୍ତର ଦେଇପାରିନଥିଲେ | ସେମାନେ ମଦ ପିଇଥିବାର ଜାଣିବାର ସନ୍ଦେହ କରି ବାରିପଦା ଟାଉନଥାନା ପୁଲିସକୁ ଡ଼କାଇଥିଲେ । ଖବରପାଇ ବାରିପଦା ଥାନା ଅଧିକାରୀ ଅଶୋକ କୁମାର ନାୟକ ପହଁଞ୍ଚି  ଦୁଇ ପିଅନଙ୍କୁ ନେଇ ଥାନାରେ ଅଟକ ରଖିଥିଲେ । ଏହି ସମୟରେ ବାରିପଦା ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତି ପ୍ରମୁଖ ଉପସ୍ଥିତ ରହିଥିଲେ ।

ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଏତଲା ଉପରେ କାର୍ଯାନୁଷ୍ଠାନ କରିଛି ମୟୁରଭଞ୍ଜ ପୋଲିସ | ଜିଲ୍ଲାପାଳ ଶ୍ରୀ ଭରଦ୍ଵାଜ ଦେଇଥିବା ଅଭିଯୋଗରେ ଉଲ୍ଲେଖ ଅଛି ଯେ ଗତକାଲି ଦିନ ୨ଟାରୁ ୩ଟା ୩୦ ମଧ୍ୟରେ ଉପରୋକ୍ତ ଦୁଇ ପିଅନ ଚରମ ବିଶୃଙ୍ଖଳା ସୃଷ୍ଟି କରିବା ସହ ଉତ୍ପାତ ମଚାଇଥିଲେ | ସେମାନେ ଅତ୍ୟନ୍ତ ଉଚ୍ଚ ସ୍ୱରରେ ପାଟି କରିବା ସହ ଅସଭ୍ୟ ଭାଷା ପ୍ରୟୋୟ କରିଥିଲେ | ତାଙ୍କ କାର୍ଯ୍ୟାଳୟରେ ଲାଗିଥିବା କାଚ ଝରକା ଓ କବାଟ ମଧ୍ୟ ସେମାନଙ୍କ ଆକ୍ରମଣରୁ ବର୍ତ୍ତୀ ନଥିଲା | ଏପରିକି ଅଫିସ ଭିତରେ ଥିବା କିଛି ଜିନିଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା | ସେମାନଙ୍କ ଆଚରଣ ଜିଲ୍ଲାପାଳ କାର୍ଯ୍ୟାଳୟରେ ଅସ୍ୱାଭାବିକ  ବାତାବରଣ ସୃଷ୍ଟି କରିଥିଲା ବୋଲି ଜିଲ୍ଲାପାଳ ଏସପିଙ୍କୁ ଦେଇଥିବା ପତ୍ରରେ ଉଲ୍ଲେଖ କରିବା ସହ ତଦନ୍ତ କରି ଆବଶ୍ୟକ କାର୍ଯାନୁଷ୍ଠାନ ନେବା ପାଇଁ କହିଥିଲେ | ବାରିପଦା ପୋଲିସ ଏହି ଏତଲା ଆଧାରରେ ଆଇପିସି ଧାରା ୩୪୧/୨୯୪/୪୨୭/୫୦୬ ଓ ୩୪ ତଥା ୩ ପିଡିପିପି ଆକ୍ଟ ଅନୁସାରେ  ୧୯୧/୧୯ ନମ୍ବର ମାମଲା  ରୁଜୁ କରିଛନ୍ତି |

ରାୟଗଡା ପୌରପାଳିକା କାର୍ଯ୍ୟାଳୟରେ ସ୍ୱାୟତ ଶାସନ ଦିବସ ପାଳିତ

!!! ଦକ୍ଷିଣ ଓଡିଶା ମୁଖ୍ୟ ଡ଼ି କିରଣ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡ) – ପୌରପାଳିକା ଆନୁକୁଲ୍ୟରେ ସ୍ଥାନୀୟ ପୌରପାଳିକା କାର୍ଯ୍ୟାଳୟ ପରିସରରେ ମହାସମାରୋହରେ ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଅଛି । ପତାକା ଉତ୍ସବ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ଏହି ଅବସରରେ ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି,ସମାଜସେବୀ ଜୟରାମ ଜେନା ଏବଂ ପୌରପାଳିକାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଶ୍ରୀବେହେରା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ସହରକୁ ସ୍ୱଛ ଏବଂ ସୁନ୍ଦର ରଖିବା ପାଇଁ ପୌରପାଳିକାର କର୍ମଚାରୀ ମାନେ ଅହରହ ଉଦ୍ୟମ କରୁଛନ୍ତି ଏଥି ସହ ରାୟଗଡା ଜନସାଧାରଣ ମଧ୍ୟ ସହରକୁ ସ୍ୱଚ୍ଛ ଏବଂ ସୁ୍ନ୍ଦର ରଖିବା ପାଇଁ ପୌରପାଳିକାକୁ ସହ ଯୋଗ କରିବା ପାଇଁ ନିବେଦନ କରିଥିଲେ । ପରେ ରାୟଗଡା ସହରର ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତିରେ ପୌରପାଳିକା ତରଫରୁ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା ।

ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ରାଷ୍ଟ୍ରମନ୍ତ୍ରୀ (ସ୍ୱାଧିନ ) ଅନୁସୂଚିତ ଜାତି, ଜନଜାତି ତଥା ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମାନ୍ୟବର ସାଂସଦ ରାଜ୍ୟସଭା ଏନ.ଭାସ୍କର ରାଓ ଏବଂ ମାନ୍ୟବର ବିଧାୟକ ରାୟଗଡା ମକରନ୍ଦ ମୁଦୁଲି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି ପୌରପାଳିକାର ବାର୍ଷିକ ବିବରଣୀ ପାଠ କରିଥିଲେ । ଶ୍ରୀଶତପଥି ନିଜ ବକ୍ତବ୍ୟରେ ପ୍ରକାଶ  କରିଥିଲେ ଯେ ରାୟଗଡା ପୌରପାଳିକା ନିଜ କାର୍ଯ୍ୟଦକ୍ଷତା ଯୋଗୁଁ ଓଡିଶାରେ ଶ୍ରେଷ୍ଠ  ପୌରପାଳିକା ଭାବେ ପୁରସ୍କୃତ ହୋଇପାରଛି ।  ବର୍ତମାନ ରାୟଗଡା ସହରରେ ଜନସଂଖ୍ୟା ଅହରହ ଭାବେ ବଢିଚାଲିଛି, ଏଥି ସହ ରାୟଗଡାରେ ନୂତନ ରେଳ ଡିଭିଜନ କାର୍ଯ୍ୟକ୍ଷମ ହେବା ଦ୍ୱାରା ଆହୁରି ଜନସଂଖ୍ୟା ବଢିପାରେ । ବର୍ତମାନ ରାୟଗଡା ସହରରେ ୧ ଲକ୍ଷରୁ ଉଦ୍ଧ୍ୱର୍ ଜନସଂଖ୍ୟା ଥିବା ବେଳେ ଆଗାମୀ ୧ ବର୍ଷ ମଧ୍ୟରେ ଆହୁରି ୧୦ ଜନସଂଖ୍ୟା ବଢିବାରେ । ଯ ଦ୍ୱାରା ସହରର ସୁନ୍ଦର ଏବଂ ନିର୍ମଳ ରଖିବା ପାଇଁ ଆମକୁ ଚାଲେଜଂ ଭାବେ ନେବାକୁ ପଡିବା ବୋଲି ଶ୍ରୀଶତପଥି ପ୍ରକାଶ କରିଥିଲେ । ଖୁବ ଶୀଘ୍ରୀ ୨ କୋଟି ୧୭ ଲକ୍ଷ ଟଙ୍କା ବ୍ୟୟରେ ରାୟଗଡାରେ ସହରରେ ସଲିଡ ୱଷ୍ଟେଜ ପରିଚାଳନା କରାଯିବ ସହ ରାୟଗଡା ସହରର ଡଷ୍ଟବିନ ଫ୍ରି କରାଯିବ । ସ୍ୱଚ୍ଛସାଥୀ ଯୋଜନାରେ ୨୪୭ ଜଣଙ୍କୁ ଜମି ପଟ୍ଟା ପ୍ରଦାନ କରିବା ପାଇଁଁ ଚିହ୍ନଟ କରାଯାଇଥିବା ବେଳେ ବର୍ତମାନ ସୁଦ୍ଧା ୬୦ ଜଣଙ୍କୁ ପଟ୍ଟ ବଂଟନ କରାଯାଇଛି ଏବଂ ବଳକା ୧୮୭ ଜଣଙ୍କୁ ଖୁବ୍ ଶୀଘ୍ର ଏହି ଜମି ପଟ୍ଟା ବଂଟନ କରାଯିବା ନେଇ ଶ୍ରୀ ଶତପଥି ସୂଚନା ଦେଇଥିଲେ । ଏଥି ସହ ସମଗ୍ର ଓଡିଶା ସମେତ ରାୟଗଡା ସହରରେ ମଧ୍ୟ ୱାର୍ଡ ଅଫିସର ଶୁଭାରମ୍ଭ ହୋଇଯାଇଅଛି । ଏହାଦ୍ୱାରା ୱାର୍ଡବାସୀ ଆଉ ପୌରପାଳିକା ଆସି ଅଭିଯୋଗ କରିବାର କୌଣସି ଆବଶ୍ୟକତା ନାହିଁ, ୱାର୍ଡ ଅଫିସରେ ନିଜ ନିଜ ସୁବିଧା ଅସୁବିଧା ଜଣାଇ ପାରିବେ  । ସମ୍ମାନିତ ଅତିଥି ଭାବେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ବର୍ତମାନ ରାୟଗଡା ସହର ଏକ ପ୍ରଗତିଶୀଳ ସହର ଭାବେ ଉଭାନ ହୋଇଛି । ଓଡିଶାର ପ୍ରମୁଖ ସହର ମାନଙ୍କ ମଧ୍ୟରେ ରାୟଗଡା ସହରକୁ ମଧ୍ୟ ଗଣାଯାଉଛି । ରାୟଗଡା ସହରରୁ ସୁନ୍ଦର ଓ ଶ୍ରେଷ୍ଠ ସହର ଭାବେ ଗଢି ତୋଳିବା ପାଇଁ ଯେଉଁ ମାନଙ୍କର ଭୂମିକ ଅତୁଳନୀୟ ଥିଲା ସୋମନଙ୍କ ସ୍ମୃତିଚାରଣ କରିଥିଲେ । ଆଗାମୀ ଦିନରେ ରାୟଗଡା ପୌରପାଳିକାକୁ ଶ୍ରେଷ୍ଠ ପୌରପାଳିକା ଭାବେ ଗଢି ତୋଳିବା ପାଇଁ ଶ୍ରୀମୁଦୁଲି ରାୟଗଡା ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ । ସେହିପରି ଅନ୍ୟତମ ସମ୍ମାନିତ ଅତିଥି ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ପ୍ରକାଶ କରିଥିଲେ ଯେ ରାୟଗଡା ପୌରପାଳିକାର ସ୍ୱଚ୍ଛ, ସୁନ୍ଦର ଓ ଉନ୍ନୟନ କାର୍ଯ୍ୟ ଯୋଗୁ ୪ ଥର ଶ୍ରେଷ୍ଠ  ପୌରପାଳିକାର ପୁରସ୍କାର ପାଇଛି । ବିଭିନ୍ନ ଯୋଜନା ମାଧ୍ୟମରେ ବାର୍ଷିକ ୭ ରୁ ୮ କୋଟି ଟଙ୍କା ଖର୍ଚ୍ଚ ହେଉଛି । ସହରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଥିବା ବେଳେ ସହରରେ ଥିବା ୨୪ ଗୋଟି ୱାର୍ଡ ମଧ୍ୟରୁ ୧୭ ଗୋଟି ୱାର୍ଡରେ କମ୍ୟୁନିଟ୍ ହଲ ନିର୍ମାଣ କରାଯାଇଛି । ସହରରେ ନୂତନ ଭାବେ ୪ଟି ଟାଉନ ହଲ ନିର୍ମାଣ ପାଇଁ ଯୋଜନା ରହିଥିବା ଶ୍ରୀରାଓ ପ୍ରକାଶ କରିଛନ୍ତି । ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ ଯେ ସହରାଚଂଳର ବିକାଶ ପାଇଁ ପୌରପାଳିକାର ଅବଦାନ ଅତୁଳନୀୟ । ବିଭିନ୍ନ ସୂତ୍ରରୁ ମିଳୁଥିବା ଟିକସ ରାଶି ଉପ ଯୁକ୍ତ କାଯ୍ୟ ର୍ରେ ବିନିଯୋଗ କରିବା ପାଇଁ ମନ୍ତ୍ରୀ ଜଗନ୍ନାଥ ସାରକା ମତବ୍ୟକ୍ତ କରିଥିଲେ । ମନ୍ତ୍ରୀଙ୍କ କରକମଳରେ ରାୟଗଡା ବସଷ୍ଟାଣ୍ଡ ଠାରେ ଏକ ଡରମଟରୀ ଏବଂ ସାଇପ୍ରିୟା ନଗର ଠାରେ ୮୫ ଲକ୍ଷ ଟଙ୍କା ବ୍ୟୟରେ ଏକ  କଲ୍ୟାଣମଣ୍ଡପର ଭିତିପ୍ରସ୍ତର ସ୍ଥାପନ ହୋଇଥିଲା । ସ୍ୱାୟତ ଶାସନ ଦିବସ ଉପଲ କ୍ଷେ ଆୟୋଜନ ହୋଇଥିବା ବିଭିନ୍ନ ପ୍ରତିଯୋଗିର କୃତି ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ପୁରସ୍କୃତ କରିଥିଲେ । ଏଥି ସହ ହିତାଧିକାରୀ ମାନଙ୍କୁ ଜମି ବଂଟନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ପୌରପାଳିକାର କର୍ମଚାରୀ ମାନେ ସହଯୋଗ କରିଥିଲେ ।

ଜୟପାଟଣା ଠାରେ ରାଣି ସତି ଦିବସ ପାଳିତ…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଜୟପାଟଣା) – କଳାହାଣ୍ଡି ଜିଲ୍ଲା ଜୟପାଟଣା ଠାରେ ମାରୱାଡ଼ି ମଞ୍ଚ ତରଫରୁ ରାଣୀ ସତୀ ଦିବସ ପଳିତ ହୋଇଯାଇଛି ।ଏହି ଅବସରରେ ପାଞ୍ଚଶହ ରୁ ଅଧିକ ଲୋକ ସମାଗମ ହୋଇ ରାଣୀ ସତୀ ଙ୍କ ପ୍ରତିମୂର୍ତ୍ତିକୁ ରଥରେ ବସାଇ ନଗର ପରିକ୍ରମା କରି ଧର୍ମ ଶାଳାରେ ପୂଜାର୍ଚ୍ଚନା କରିଥିଲେ। ଏହି ଦିବସରେ ଝାରଖଣ୍ଡ ଯାମସେତପୁରର ଟାଟା ଓ ସନୁ ଗ୍ରୁପ୍ ଭଜନ କୀର୍ତ୍ତନ କରିଥିଲେ।ମହିଳାସମିତି, ମାରୱାଡ଼ି ଯୁବମୋର୍ଚ୍ଚା, ଦାଦି ଗୃପ ପକ୍ଷରୁ୍ ମିଳିତ ଭାବେ ଏହି ଉତ୍ସବ କୁ ପାଳିତ କରାଯାଇଛି।