ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତ ସରପଞ୍ଚ ; ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ…!

!!! କଳାହାଣ୍ଡି ଜିଲ୍ଲା ରୁ ଧର୍ମଗଡ଼ ବ୍ଲକ ପ୍ରତିନିଧି ପ୍ୟାରୀଲାଲ୍ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କାର୍ଲାମୁଣ୍ଡା) – ଭିଜିଲାନ୍ସ ଜାଲରେ କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକ୍‌ ରିଞ୍ଜା ପଞ୍ଚାୟତ ସରପଞ୍ଚ ଭୋଜବନ୍ତୀ ସାହୁ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି । ବିଭାଗ ପକ୍ଷରୁ ଭୋଜବନ୍ତୀ ସାହୁ ଙ୍କ ଟାକୁରମାଳ ସ୍ଥିତ ବାସଭବନ, କୁଶୁୁରୁଲା ସ୍ଥିତ ପୈତୃକ ଘର ସହ ୪ଟି ସ୍ଥାନରେ ଏକ କାଳୀନ ଚଢାଉ କରାଯାଇଛି । ଚଢାଉ ବେଳେ ଗୋଟିଏ କାର, ୨ଟି ବାଇକ୍‌, ତିନିଟି ଟ୍ରାକ୍ଟର ଜବତ କରାଯାଇଛି । କୋରାପୁଟ ଡିଭିଜନ ଡି.ଏସ୍‌.ପି ଙ୍କ ନିର୍ଦ୍ଦେଶରେ ଚଢାଉ କରାଯାଇଛି ବୋଲି କଳାହାଣ୍ଡି ଭିଜିଲାନ୍ସ ଡି.ଏସ୍‌.ପି ସୂଚନା ଦେଇଛନ୍ତି।

ନବ ବିବାହିତ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଜୁନାଗଡ଼) – କୋଠରୀ ରୁ ନବବଧୂ ଙ୍କ ମୃତ ଦେହ ଉଦ୍ଧାର । ଜୁନାଗଡ ଥାନା ଅନ୍ତର୍ଗତ ଚିଚୌଗୁଡା ଗ୍ରାମ ରେ ଥିବା ଏକ ଘରର କୋଠରୀ ମଧ୍ୟରୁ ନବବଧୂ ଙ୍କ ମୃତ ଦେହ ସ୍ଥାନୀୟ ପୋଲିସ୍ ଉଦ୍ଧାର କରିଛି। ମୃତ ମହିଳା ଜଣକ ଦିପାଞଳୀ ମେହେର ବୋଲି ପରିଚୟ ମିଳିଥିବା ବେଳେ ଘଟଣା ର ସବିଶେଷ ତଥ୍ୟ ପୋଲିସ୍ ଛାନବିନ୍ କରୁଛି। ଗତ ସାତ ମାସ ତଳେ ତାଙ୍କର ବିବାହ ହୋଇଥିଲା । ମୃତ ଝିଅ ଘର ପକ୍ଷରୁ ଜୁନାଗଡ ଥାନା ରେ ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ କରିଛନ୍ତି । ପୋଲିସ ଏହାର୍ ତଦନ୍ତ ଜାରି ରଖିଛି I

ମଣ୍ଡି ରେ ବିକ୍ରି ନହୋଇ ପଡ଼ିରହିଛି ଧାନ ; ଚାଷୀ କୂଳ ହତାଶ ..!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ପ୍ରତିନିଧି ପ୍ୟାରିଲାଲ୍ ଦୁର୍ଗା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲାରେ ଚଳିତ ବର୍ଷ ପେକ୍ସ ମାଧ୍ୟମରେ ମଣ୍ଡି ମାନଙ୍କ ରେ ଧାନ କ୍ରୟ କରିବା ନିମନ୍ତେ ଧାର୍ଯ୍ୟ କରାଯାଇଥିଲା । ଗତ ଜୁନ ୩୦ ତାରିଖ ଚାଷୀ ଙ୍କ ଠାରୁ ଧାନ କ୍ରୟ କରା ସରିଥିବା ପେକ୍ସ କତୃପକ୍ଷ ଦର୍ଶାଇଛନ୍ତି । ବସ୍ତାବିକ ରୁପେ ଏହା ହୋଇନଥିବା କେବେଳ କାଗଜ କଲମ ମାଧ୍ୟମରେ କ୍ରୟ ସରିଥିବା ଚାଷୀ ଅଭିଯୋଗ କରିଛନ୍ତି ।

ବର୍ତ୍ତମାନ ସୁଦ୍ଧା ମଣ୍ଡି ରେ ଶହ ଶହ ବସ୍ତା ଧାନ ପକାଇ ରଖି ଚାଷୀ ବିକ୍ରୟ ନିମନ୍ତେ ଜଗିବସିଛନ୍ତି। କତୃପକ୍ଷ ଙ୍କ ଏଭଳି ପ୍ରହସନ ଚାଷୀ କୂଳ ମଧ୍ୟରେ ଉଦବେଗ ପ୍ରକାଶ କରିବା ସହ ଅସନ୍ତୋଷ ବୃଦ୍ଧି କରୁଛି ।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ହାବଶପୁର ମଣ୍ଡିରେ। ଉକ୍ତ ମଣ୍ଡି କୁ ବିକ୍ରି ପାଇଁ ଆଣିଥିବା ଧାନ କ୍ରୟ ନହୋଇ ପଡ଼ିରହିଥିବା ଦେଖା ଦେଇଛି ।

ଗତ ଜୁନ ମାସ ୧୫ ତାରିଖ ରେ ଚାଷୀ ମାନଙ୍କୁ ଧାନ କ୍ରୟ କରାଯିବ ବୋଲି ଟୋକନ ଦିଆଯାଇଥିଲା । ହଠାତ ୩୦ ତାରିଖ ରେ ମଣ୍ଡି ବନ୍ଦ କରାଯାଇଥିବା ଘୋଷଣା କରାଯାଇ ଧାନ ଆଉ କିଣାଯିବା ନାହିଁ ବୋଲି ପେକ୍ସ ଅଧିକାରୀ ପ୍ରକାଶ କରିଥିଲେ ।

ଚାଷୀ ମାନେ ଏ ନେଇ ଉପଜିଲ୍ଲାପାଳ, ଯୋଗାଣ ଅଧିକାରୀ, ଜିଲ୍ଲାପାଳ ଓ ବିଧାୟକ କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ।

ମଣ୍ଡି ରେ ଧାନ ରଖି ବିକ୍ରି ଆଶାରେ ଚାଷୀମାନେ ଦିନ ରାତି ସେମାନେ ଅମଳ କରିଥିବା ଫସଲ କୁ ଜଗିରହିଛନ୍ତି । ତଥାପି ସରକାର ଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ରୁ ଚାଷୀ ମହଲ ରେ ଅସନ୍ତୋଷ ଦାନା ବନ୍ଧୁଛି ।

ଫସଲ ଆରମ୍ଭ ରୁ ଅମଳ ପର୍ଯ୍ୟନ୍ତ ଚାଷୀ କରଜ କରିଥିବା ଅର୍ଥ ଭରଣା କରିବା ପାଇଁ ଅସମର୍ଥ ହୋଇପଡ଼ିଛନ୍ତି । ଏନେଇ ଆଉ କିଛି ଉପାୟ ନପାଇ ଚାଷୀମାନେ ଶେଷରେ ଆତ୍ମହତ୍ୟା କରିବୁ ବୋଲି କହିଛନ୍ତି।

ରବି ଚାଷ ରେ କରିଥିବା ଫସଲ କୁ ଖରିଫ୍ ଚାଷ ଆରମ୍ଭ ପର୍ଯ୍ୟନ୍ତ ବିକ୍ରି କରିପାରିନଥିବାରୁ ଚାଷୀ ମାନେ ଋଣ ର ବୋଝ ମୁଣ୍ଡେଇ ନୟାନ୍ତ ହୋଇପଡ଼ିଥିବା ଚାଷୀ କୂଳ ପ୍ରକାଶ କରିଛନ୍ତି ।

ଏପରି ସ୍ଥିତି ରେ ଆମେମାନେ କଣ କରିବୁ , ଋଣ କେମିତି ସୁଝିବୁ , ଆଗାମୀ ଖରିଫ୍ ଚାଷ ପାଈଁ ଆମକୁ ଋଣ କିଏ ଦେବ ଓ ଆମ୍ଭ ପରିବାର ପ୍ରତିପୋଷଣ କିପରି କରିବୁ ବୋଲି ଚାଷୀ ମାନେ ପ୍ରଶ୍ନ ଉଠାଇଛନ୍ତି ।

ସରକାର ଙ୍କ ର କୁମ୍ଭକର୍ଣ୍ଣ ନିଦ୍ରା ଚାଷୀ ପରିବାର କୁ ଚିର ନିଦ୍ରା ରେ ଶୁଆଇବା ଲାଗି ବାଟ କାଢୁନି କି ? ବୋଲି ଚାଷୀ ସଂଘ ପ୍ରଶ୍ନ କରିବା ସହ ଏନେଇ ଆଗାମୀ ଦିନ ରେ କୌଣସି ଅଘଟଣ ଘଟିଲେ ପ୍ରଶାସନ ଦାୟୀ ରହିବ ବୋଲି ସୂଚାଇଛନ୍ତି ।

ଏନେଇ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣ ରେ ଦାବୀ ହେଉଛି ।

କଲେଜ୍ ହଷ୍ଟେଲ୍ ରୁ ଛାତ୍ରୀ ଙ୍କ ଝୁଲନ୍ତା ଶବ ଉଦ୍ଧାର…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କଳାହାଣ୍ଡି) – କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସରସ୍ଵତୀ ଯୁକ୍ତ ୨ ବିଜ୍ଞାନ କଲେଜ୍ ହଷ୍ଟେଲ୍ ରୁ ଛାତ୍ରୀ ଙ୍କ ଝୁଲନ୍ତା ଶବ ଉଦ୍ଧାର ହେବା ଘଟଣା ଏଠାରେ ଚାଞ୍ଚଲ୍ଯ ସୃଷ୍ଟି କରିଛି। ପ୍ରଥମ ବର୍ଷର ଛାତ୍ରୀ ଶିବାନୀ ଦଳେଇ ହଷ୍ଟେଲ ରେ କେହି ନଥିବା ବେଳେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ମୃତ ଶିବାନୀ ଙ୍କ ସାଙ୍ଗ ମାନଙ୍କ କହିବା ଅନୁଯାୟୀ, ଶିବାନୀ କିଛିଦିନ ହେଲା ମାନସିକ ଅବସାଦରେ ଥିଲେ ଓ ତାଙ୍କ ଦେହ ମଧ୍ଯ ଅସୁସ୍ଥ ଥିଲା। ସେ ଗତ ଦୁଇଦିନ ହେଲା କ୍ଲାସ କୁ ଯାଇନଥିଲେ। ଆଜି କେହି ନଥିବାର ସୁଯୋଗ ଦେଖି ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ମୃତ ଛାତ୍ରୀ ଙ୍କ ଘର ରାୟଗଡ଼ା ଜିଲ୍ଲା ଅମ୍ବାଦଳା ବୋଲି ଜଣା ପଡ଼ିଛି। ଏନେଇ ପୋଲିସ୍ କୁ ଖବର ଦେବାପରେ ଘଟଣାସ୍ଥଳରେ ସଦର୍ ଥାନା ପୋଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ ପାରିବାର ଲୋକଙ୍କୁ ଖବର ଦିଆଯାଇଥିବା କଲେଜ କତୃପକ୍ଷ କହିଛନ୍ତି।

ଗୃହବନ୍ଦୀ ଥିବା ରାଜ୍ୟର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ !

ଏଥର ସମ୍ଭାଳ (ଜମ୍ମୁ) – କେନ୍ଦ୍ର ସରକାର ଜାମ୍ମୁ ଓ କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ରଦ୍ଦ କରିବା ସହ ଏହାର ପୁନର୍ଗଠନ କରିବା ପରେ କାଶ୍ମୀର ଉପତ୍ୟାକାରେ ଯେପରି ଅଶାନ୍ତି ଓ ହିଂସା ନ ବ୍ୟାପେ ସେଥିଲାଗି କେତେକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଗତକାଲିଠାରୁ ଗୃହବନ୍ଦୀ ଥିବା ରାଜ୍ୟର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଛନ୍ତି।  ପିଡିପି ମୁଖ୍ୟ ମେହେବୁବା ମୁଫତିଙ୍କୁ ଆଜି ସଂଧ୍ୟାରେ ଗିରଫ କରାଯାଇଛି । ତାଙ୍କ ପରେ ନ୍ୟାସନାଲ କନଫରେନ୍ସ ନେତା ଓମର ଅବଦୁଲ୍ଲାଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ କରାଯିବା ପରେ ତାଙ୍କୁ ଦୁଇ .ନେତାଙ୍କୁ ଏକ ଗେଷ୍ଟହାଉସକୁ ନିଆଯାଇଛି ।

ଗରିବଙ୍କର ବଦଳରେ ମୂଷାର ଖାଦ୍ୟ ପାଳଟିଛି ରିଲିଫ ପଲିଥିନ …!

ଏଥର ସମ୍ଭାଳ ବ୍ୟୁରୋ – ଫୋନି ବାତ୍ୟା ପରେ ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କ ନିମନ୍ତେ ଆସିଥିବା ପଲିଥିନ ପଡି ରାଜସ୍ବ ନିରୀକ୍ଷକ କଟକ ୧ ଙ୍କର କାର୍ଯ୍ୟାଳୟରେ ପଡିରହିଛି।

ପଡିରହିଥିବା ପଲିଥିନ ଗୁଡିକୁ ମୂଷା କାଟି ନଷ୍ଟ କରିସାରିଲାଣି।

ବହୁ କ୍ଷତିଗ୍ରସ୍ତ ପଲିଥିନ ପାଇନଥିବା ବେଳେ ଏମିତି ପଲିଥିଲ ଗୁଡିକ ପଡି ରହି ନଷ୍ଟ ହେବା କେତେଦୂର ଠିକ।

ଲୋକଙ୍କର ପାଇଁ ଆସୁଥିବା ଜିନିଷ କେଉଁଭଳି ଦୁରୂପଯୋଗ ହୋଇ ନଷ୍ଟ ହଉଚି ତାହା ସରକାର ଓ ଜନ ସାଧାରଣ ଦେଖନ୍ତୁ।

ଜି.ଆର୍.ଏସ୍ ଙ୍କ କାର୍ଯ୍ୟାଳୟ ପାଲଟିଛି ଟିକ୍ ଟକ୍ ଷ୍ଟୁଡିଓ !

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କଳାହାଣ୍ଡି) – ଗ୍ରାମୀଣ ସ୍ତରରେ ଜବ କାର୍ଡ଼ ହିତାଧିକାରୀ ଙ୍କ ତାଲିକା ପ୍ରସ୍ତୁତ କରି କାହାକୁ କେଉଁ କାର୍ଯ୍ୟ ରେ ନିୟୋଜିତ କରାଯାଇଛି ଏହା ସେମାନଙ୍କୁ ସୂଚନା ଦେବା ସହ ହିତାଧିକାରୀ ପାଇବାକୁ ଥିବା ପାରିଶ୍ରମିକ ଅର୍ଥ ସେମାନଙ୍କୁ କିଭଳି ଠିକ ସମୟରେ ଉପଯୁକ୍ତ ଭାବେ ମିଳିବ ଏହାକୁ ସୁଗମ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତ ସ୍ତରରେ ଗ୍ରାମୀଣ ରୋଜଗାର ସେବକ (GRS) ମାନଙ୍କୁ ନିଯୁକ୍ତି ଦିଆଯାଇଛି ।

ପରନ୍ତୁ,GRS ମାନେ ସେମାନଙ୍କ କାର୍ଯ୍ୟ କୁ ଗ୍ରାମ ପଞ୍ଚାୟତ ସ୍ତରରେ ସଠିକ ଭାବେ ପରିଚାଳିତ ନକରି ପଂଚାୟତ ସମିତି କାର୍ଯ୍ୟଳୟ ରେ ବସି ସମୟ ଅତିବାହିତ କରୁଥିବା ଅଭଯୋଗ ହେଉଛି । ଗ୍ରାମ ପଞ୍ଚାୟତ ସ୍ତରରେ ହିତାଧିକାରୀଙ୍କ ନିକଟକୁ ନଯାଇ ପଞ୍ଚାୟତ ସମିତି ସ୍ତରରେ BDO ଙ୍କ ନିକଟରେ ରହି ସମୟ ଅତିବାହିତ କରି ମଧ୍ୟସ୍ଥ ସାଜୁଥିବା କଥା ଜୋର ଧରିଛି । ନିଜ କାର୍ଯ୍ୟ ସଠିକ ଭାବେ ପରିଚାଳିତ କରୁନଥିବା ରୁ ଏମାନେ ମନୋରଞ୍ଜନ ସକାଶେ କିଛି ପନ୍ଥା ଆପଣାଉଥିବା କୁହାଯାଉଛି ।

କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅଞ୍ଚଳରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି । କୋକସରା ବ୍ଲକ ଅଧୀନସ୍ଥ କାଉଡୋଳା ଗ୍ରାମ ପଞ୍ଚାୟତ ର କାର୍ଯ୍ୟରତ GRS ଅଶୋକ କୁମାର ସେଠୀ ଟିକ୍ ଟକ୍ ନିଶାରେ ଡୁବି ରହୁଥିବା ବହୁ ଚର୍ଚ୍ଚା ର ବିଷୟ ପାଲଟିଛି । ଶ୍ରୀ ସେଠୀ କେବଳ ଅଫିସରେ ନୁହେଁ ଏପରିକି 26 ନମ୍ବର ଜାତୀୟ ରାଜପଥରେ ସାଇକେଲ ଓ ମୋଟର ସାଇକେଲ ରେ ଷ୍ଟାଣ୍ଟ ଦେଖାଇ ଏହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ କରି ଟିକଟକ ମାଷ୍ଟର ଭାବେ ସ୍ଥାନୀୟ ଅଞ୍ଚଳରେ ଇମେଜ ବଢ଼ାଇ ପାରିଛନ୍ତି ବୋଲି ଏଠି ସେଠି ସବୁଠି ଚର୍ଚ୍ଚା ର ବିଷୟ ଵସ୍ତୁ ହୋଇଛି। କାର୍ଯ୍ୟାଳୟରେ ସେଠୀ ବାବୁଙ୍କ ଏତାଦୃଶ୍ୟ କାର୍ଯ୍ୟକୁ ବିରୋଧ କରି BDO ଙ୍କ ନିକଟରେ ଅଭିଯୋଗ କଲେବି କିଛି କାର୍ଯ୍ୟାନୁଷ୍ଠାନ ହୋଇପାରୁ ନଥିବା ଅଞ୍ଚଳ ବାସୀ ଅଭିଯୋଗ କରୁଛନ୍ତି । BDO ଙ୍କ ନୀରବତା ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହେଉଛି ।

ରାଜ୍ୟ ସରକାର ଓଡିଶା କୁ ନିଶା ମୁକ୍ତ ନ କଲେ ସ୍ଵାଧୀନତା ଦିବସ ରେ ସପରିବାର ର ଆତ୍ମାହୁତି ଚେତାବନୀ !

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ରଜତ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କଳାହାଣ୍ଡି) – ରାଜ୍ୟ ସରକାର ଯଦି ଓଡିଶା କୁ ନିଶା ମୁକ୍ତି ଓ ମଦ ମୁକ୍ତି ନ କରନ୍ତି ତେବେ ଆସନ୍ତା ସ୍ଵାଧୀନତା ଦିବସ ରେ ଜିତେନ୍ଦ୍ର ବାଗ ଙ୍କ ପରିବାର ସମୂହ ଆତ୍ମାହୁତି ଦେବେ ବୋଲି ଲିଖିତ ଭାବେ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଜଣାଇବା ଘଟଣା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି।

ନୂଆପଡ଼ା ଜିଲ୍ଲା ସିନାପଲ୍ଲୀ ବ୍ଲକ ର ଚଟିଆଗୁଡା ପଞ୍ଚାୟତ ର ମହୁଲକତା ଗ୍ରାମ ର୍ ଜିତେନ୍ଦ୍ର ବାଗ , ସ୍ତ୍ରୀ ସବିତା ବାଗ , ଝିଅ ତୁଳସୀ ବାଗ ଓ ପୁଅ ମକରନ୍ଦ ବାଗ ବର୍ଷେ ହେବ ଭବାନୀପାଟଣା ସହର ସ୍ଥିତ ୱାର୍ଡ ନମ୍ବର ୧୧ ର ଆଶାସାଗରପଡ଼ା ଠାରେ ଭଡ଼ା ଘରେ ରହୁଛନ୍ତି ।

ଜିତେନ୍ଦ୍ର କୁଲି ମଜୁରୀ କରି ପରିବାର ପାଳନ୍ତି । ଜିତେନ୍ଦ୍ର ଙ୍କ ସ୍ତ୍ରୀ ବାରମ୍ବାର ମଦ୍ୟପ ମାନଙ୍କ ଦ୍ୱାରା ମାରପିଟ ଏବଂ ବିଭିନ୍ନ ଅତ୍ୟାଚାର ର ସମ୍ମୁଖିନ ହୋଇ ବାରମ୍ବାର ଗୁହାରି କରିବା ପରେ ମଧ୍ୟ ଏ ନେଇ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ରୁ ଆସନ୍ତୋଷ ପ୍ରକାଶ କରିଥିବା ସବିତା ବାଗ କହିଛନ୍ତି ।

ତେଣୁ ଶେଷ ରେ ବାଧ୍ୟ ହୋଇ ଓଡିଶା ରେ ମଦ ମୁକ୍ତି ପାଇଁ ଲଢେଇ କରିବା କୁ ଏହି ପରିବାର ଆଗେଇ ଆସିଛନ୍ତି । ଏହି ପରିବାର ନିଶା ମୁକ୍ତ ସଂକଳ୍ପ ନେଇ ହାତ ରେ ତିରଙ୍ଗା ପତାକା ଓ ଚେତାବନୀ ବେନେର୍ ନେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠି ପହଞ୍ଚିଥିଲେ ।

ଆଗାମୀ ଦିନ ରେ କୌଣସି ପଦକ୍ଷେପ ନ ନିଆଗଲେ ଏଥି ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ଜିଲ୍ଲାପାଳ ଙ୍କୁ ଲିଖିତ ପତ୍ର ରେ ଜଣାଇଛନ୍ତି । ଏହି ଘଟଣା ବର୍ତ୍ତମାନ ସାରା ଓଡିଶା ରେ ଆଲୋଡନ ସୃଷ୍ଟି କରିଛି ।

ଦୁଇ ଭାଗ ହେଲା ଜାମ୍ମୁ-କାଶ୍ମୀର; କେନ୍ଦ୍ରଶାସିତ ଅଞ୍ଚଳ ମାନ୍ୟତା ପାଇଲା !

ଏଥର ସମ୍ଭାଳ (ନୁଆଦିଲ୍ଲୀ) – ସପ୍ତାହେ ବ୍ୟାପୀ ଜାମ୍ମୁ-କାଶ୍ମୀରରେ ଲାଗି ରହିଥିବା କଳ୍ପନାଜଳ୍ପନା ଏବଂ ଅନିଶ୍ଚିତତା ଶେଷ ହୋଇଛି। ସୋମବାର କେନ୍ଦ୍ର ସରକାର ଏକ ବଡ଼ ଏବଂ ଐତିହାସିକ ନିଷ୍ପତ୍ତି ନେଇଛନ୍ତି, ଯାହା ଜାମ୍ମୁ-କାଶ୍ମୀରକୁ ଦୁଇଭାଗ କରିଦେଇଛି। କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ବିବୃତି ଦେବା ସମୟରେ ଜାମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ସୁବିଧା ପ୍ରଦାନ କରୁଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ କରିବା ଲାଗି ସଙ୍କଳ୍ପ ପ୍ରସ୍ତାବ ଆଣିଥିଲେ। ଏହି ସଙ୍କଳ୍ପକୁ ରାଷ୍ଟ୍ରପତି ମଞ୍ଜୁରୀ ପ୍ରଦାନ କରିଛନ୍ତି। ତେବେ ସଙ୍କଳ୍ପକୁ ବିରୋଧୀମାନେ ପ୍ରବଳ ବିରୋଧ କରିବା ସହିତ ହଟ୍ଟଗୋଳ କରିଥିଲେ। ବିବୃତି ଦେବା ସମୟରେ ଶାହ କେନ୍ଦ୍ର କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ଉପସ୍ଥାପନ କରିଥିଲେ। କେନ୍ଦ୍ରର ନିଷ୍ପତ୍ତି ଅନୁସାରେ ଜାମ୍ମୁ-କାଶ୍ମୀରକୁ ଦୁଇଭାଗ କରିଦିଆଯାଇଛି। ଲଦାଖ ଅଞ୍ଚଳ ଜାମ୍ମୁ-କାଶ୍ମୀରଠାରୁ ଅଲଗା ହୋଇଯାଇଛି। ଫଳରେ ଜାମ୍ମୁ-କାଶ୍ମୀର ରାଜ୍ୟ ମାନ୍ୟତା ହରାଇଛି ଏବଂ ତା’କୁ କେନ୍ଦ୍ରଶାସିତ ଅଞ୍ଚଳ ମାନ୍ୟତା ମିଳିଛି। ଏହାର ବିଧାନସଭା ଶ୍ରୀନଗରରେ ରହିବ। ସେହିପରି ଲଦାଖକୁ ଅଲଗା କରି ତା’କୁ ମଧ୍ୟ କେନ୍ଦ୍ରଶାସିତ ଅଞ୍ଚଳ କରାଯାଇଛି। ଧାରା ୩୭୦ ବଳରେ ଜାମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ପାହ୍ୟା ମଳୁଛି। ରାଜ୍ୟରେ ଧାରା ୩୭୦ ହଟାଇବା ଲାଗି ସରକାର ବିଲ୍‌ ଆଣିବେ ବୋଲି ଶାହ ତାଙ୍କ ବିବୃତିରେ କହିଛନ୍ତି। ତେବେ ସଙ୍କଳ୍ପ ପ୍ରସ୍ତାବ ଆଗତ ପରେ ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ଜାରି ରହିଛି।

ତେବେ ଧାରା ୩୭୦ ଏବଂ ୩୫(ଏ) ଉଚ୍ଛେଦ ସଙ୍କଳ୍ପକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିସାରିଥିବାରୁ ଏହା ଆଜିଠାରୁ ଉଚ୍ଛେଦ ହୋଇସାରିଛି। ଫଳରେ ଏଣିକି ଜାମ୍ମୁ-କାଶ୍ମୀରର ଆଇନଶୃଙ୍ଖଳା ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ହାତରେ ରହିବ। ଧାରା ୩୭୦ ଏବଂ ୩୫(ଏ) ଉଚ୍ଛେଦ ହେବା, ଜାମ୍ମୁ-କାଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳ ମାନ୍ୟତା ଦିଆଯିବା ଆଦି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ବିବୃତି ରଖିବେ ବୋଲି ସୂଚନା ମିଳିଛି।

ରାୟଗଡ ଜିଲ୍ଲା ଗୁଣପୁର ଠାରେ ସ୍ଥାନୀୟ ପ୍ରଶାସନ ଦ୍ୱାରା ଉଡାନ୍ କାର୍ଯ୍ୟକ୍ରମ ଉଦ୍ଘାଟିତ !

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ ଜିଲ୍ଲା ଗୁଣପୁର ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗୁଣପୁର ଟାଉନହଲ ଠାରେ ବେକାର ଯୁବକ ଯୁବତୀ ମାନଙ୍କ ପାଈଁ ଉଡାନ ” କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି ।

ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ବର ବଳିରାମ ବନ୍ଧୋର ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହାଦ୍ବାରା ସମସ୍ତ ବେକାର ଯୁବକ-ଯୁବତୀ ମାନେ ଉପକୃତ ହୋଇପାରିବେ ବୋଲି ସେ କହିଥିଲେ ।

ଏହି ତାଲିମ କାର୍ଯ୍ୟକ୍ରମ ପ୍ରତ୍ୟେକ ମାସ ର୍ ପ୍ରଥମ ରବିବାର ଦିନ ଚାଲିବ ବୋଲି ପ୍ରଶାସନ ଦ୍ୱାରା ନିଷ୍ପତି ନିଆ ଯାଇଥିବା ସୁଚନା ମିଳିଛି ।

ଏଥିରେ ସମସ୍ତ ପ୍ରକାର ବିଭାଗ ପ୍ରଭୃତିରେ ଚାକିରି ନିଯୁକ୍ତି ପାଈଁ ଆବଶ୍ୟକ ପଡୁଥିବା ବିଭିନ୍ନ ବିଷୟରେ ତାଲିମପ୍ରାପ୍ତ ଅଧିକାରୀ ମାନଙ୍କ ଦ୍ବାରା ତାଲିମ ପ୍ରଦାନ କରାଯିବ ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ୨୦୦ ରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ଙ୍କୁ ତାଲିମ ପାଇଁ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ମୁଖ୍ୟତଃ ଏହି କାର୍ଯ୍ୟକ୍ରମ ଦ୍ୱାରା ଜିଲ୍ଲାର ଅନେକ ବେକାର ଯୁବକ ଯୁବତୀ ନିଜକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିପାରିବେ ବୋଲି ତାଲିମ ଦେଉଥିବା ଗୁଣପୁର ତହସିଲଦାର ସୁଶ୍ରୀ ନମ୍ରତା ମୋଦୀ କହିଛନ୍ତି ।

ଏଥି ନିମନ୍ତେ ସ୍ଥାନୀୟ ଜନ ସାଧାରଣ ପ୍ରଶାସନର ଏଭଳି ପଦକ୍ଷେପ କୁ ଭୂୟସୀ ପ୍ରଶଂସା କରି ଏଭଳି ପ୍ରଶିକ୍ଷଣ କୁ ତ୍ୱରାନ୍ବିତ କରାଗଲେ ବେକାର ଯୁବକ ଯୁବତୀ ବେଶ ଉପକୃତ ହୋଇ ପାରନ୍ତେ ବୋଲି କହିଛନ୍ତି ।

ଏହି କାର୍ଯ୍ୟକ୍ରମ କୁ ଗୁଣପୁର ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ରଶ୍ମି ରାଣୀ ନିମାକା ସଂଯୋଜନା କରିଥିବା ବେଳେ , ଏଥିରେ ଗୁଣପୁର ତହସିଲଦାର ସୁଶ୍ରୀ ନମ୍ରତା ମୋଦୀ , ପଦ୍ମପୁର ତହସିଲଦାର ଶ୍ରୀ ନୀଳମାଧବ ମାଝି , ଗୁଡାରୀ ତହସିଲଦାର ଭାରତୀ ଦେବୀ ପ୍ରମୁଖ ଉପସ୍ଥିତ ରହିଥିଲେ ।