କୁନ୍ଦୁଲି ପୀଡିତା ଙ୍କ ଆତ୍ମହତ୍ୟା ପାଇଁ ବାସ୍ତବ ରେ ଦାୟୀ ବ୍ୟକ୍ତି ଙ୍କ ଗିରଫ୍ ଦାବୀ କରିଛି SPWF …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – କୋରାପୁଟ ଜିଲ୍ଲା ର ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣ ଦୁଷ୍କର୍ମ ମାମଲା ର କେସ କୁ ତଦନ୍ତ କରି କମିଶନର ଦେଇଥିବା ରିପୋର୍ଟ୍ ଅନୁଯାୟୀ କିଏ ବାସ୍ତବ ରେ ଦୋଷୀ ରାଜ୍ୟ ସରକାର ଖୋଲା ଖୋଲି ଭାବେ ପ୍ରକାଶ କରନ୍ତୁ। ଷ୍ଟେଟ୍ ପ୍ରୋଗ୍ରେସିଭ ୱିମେନ୍ସ ଫୋରମ (ଏସ୍.ପି.ୱ.ଏଫ୍) ପକ୍ଷ୍ୟରୁ ଅଧ୍ୟକ୍ଷା ମମତା ସାମନ୍ତରାୟ, ଆବାହିକା ନିରୁପମା ରଥ ଏବଂ ସଂଯୋଜିକା ଜୟନ୍ତୀ ସାହୁ ଙ୍କ ସ୍ୱାକ୍ଷର ଥାଇ ଏକ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଛି। କୁନ୍ଦୁଲି ପୀଡ଼ିତାଙ୍କ କେସକୁ ତଦନ୍ତ କରିବା ପାଇଁ ସରକାର ଙ୍କ ପକ୍ଷରୁ କମିଶନର ଭାବେ କୋରାପୁଟ ଜିଲ୍ଲା ର ମାନ୍ୟବର ଜିଲ୍ଲା ଜର୍ଜ ବିଦ୍ୟୁତ କୁମାର ମିଶ୍ର ଙ୍କୁ ନିଯୁକ୍ତି ଦିଆଯାଇଥିଲା। କମିଶନର ଙ୍କ ରିପୋର୍ଟ୍ ରେ ଫୋରମ ପୂର୍ବ ରୁ କରିଥିବା ଅଭିଯୋଗର ସତ୍ୟାସତ୍ୟ ସର୍ବ ସାଧାରଣ ରେ ପଦାକୁ ଆସିଛି ବୋଲି ଫୋରମ୍ ଦାବୀ କରିଛି। ଯେଉଁ ବ୍ୟକ୍ତି ପୀଡିତାଙ୍କୁ ସୁଦୂର ଭୁବନେଶ୍ବର କୁ ଆଣି ଜନ ଶୁଣାଣି କାର୍ଯ୍ଯକ୍ରମ ର ଖୋଲା ମଞ୍ଚ ରେ ଠିଆ କରାଇ ଆଇନ ର ଧାରା ୨୨୮(କ) କୁ ଉଲ୍ଲଘନ କରିଛନ୍ତି ସେମାନଙ୍କ ବିରୁଦ୍ଧରେ ରେ ରାଜ୍ଯ ସରକାର ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଫୋରମ୍ ପକ୍ଷରୁ ଦାବୀ କରାଯାଇଛି । ଯେଉଁ ବ୍ୟକ୍ତି ମାନେ ଏହି ଜନ ଶୁଣାଣି କରି କୁନ୍ଦୁଲି ପୀଡ଼ିତା ଙ୍କୁ ଆତ୍ମହତ୍ଯା କରିବାକୁ ବାଧ୍ୟ କରିଥିଲେ ଏବଂ ତଦନ୍ତ କମିଶନର ତାଙ୍କ ରିପୋର୍ଟ ରେ ଯେଉଁ ମାନେ ଏଥି ପାଇଁ ଦାୟୀ ବୋଲି ସ୍ପଷ୍ଟ କରିଛନ୍ତି ତୁରନ୍ତ ରାଜ୍ଯ ସରକାର ସେମାନଙ୍କ ନାମକୁ ସର୍ବ ସାଧାରଣ ରେ ପ୍ରକାଶ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗିରଫ କରନ୍ତୁ ବୋଲି ଫୋରମ୍ ଦାବୀ କରିଛି।

ବାହ୍ୟ ଜଗତ ରୁ ବିଛିନ୍ନ ୮ ଟି ପଞ୍ଚାୟତ ; ବର୍ତ୍ତମାନ ସୁଦ୍ଧା ପହଞ୍ଚି ପାରିନି ଜିଲ୍ଲା ପ୍ରଶାସନ !

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଧର୍ମଗଡ଼) – ଓଡିଶା ର ବିଭିନ୍ନ ସ୍ଥାନ ରେ ଲଘୁଚାପ ଜନିତ ଲଗାଣ ବର୍ଷା ର ପ୍ରଭାବ ଲାଗି ରହିଥିବା ବେଳେ କଳାହାଣ୍ଡି ଜିଲ୍ଲା ର ଥୁଆମୂଳ ଠାରେ ବର୍ଷା ଯୋଗୁଁ ସର୍ବାଧିକ ୨୦୦.୦ ମିମି ବର୍ଷା ରେକର୍ଡ କରାଯାଇଛି ।

ଲଗାଣ ବର୍ଷା ଯୋଗୁଁ ଜିଲ୍ଲା ର ୮ ଗୋଟି ପଞ୍ଚାୟତ ବାହ୍ୟ ଜଗତ ରୁ ବିଛିନ୍ନ ହୋଇଯାଇଥିବା ସୁଚନା ମିଳିଛି । କଳାହାଣ୍ଡି ଜିଲ୍ଲା ର ପେଟଫୁଲା ନଦୀରେ କାଠଖୁରା ଗାଁ ର ସେନା ମାଝି ଭାସି ଯାଇ ନିଖୋଜ ଥିବା ଜଣାପଡିଛି ।

ଉକ୍ତ ବିଛିନ୍ନାଞ୍ଚଳ କୁ ଜିଲ୍ଲା କିମ୍ବା ସ୍ଥାନୀୟ ପ୍ରଶାସନ ପହଞ୍ଚି ପାରିନଥିବା ଅଭିଯୋଗ ହେଉଛି । ସେହି ୮ ପଞ୍ଚାୟତ ର ଜନ ସାଧାରଣ ଜିଲ୍ଲା ପ୍ରଶାସନ ପକ୍ଷରୁ ମୌଳିକ ସୁବିଧା ଆଶା କରି ବସି ରହିଛନ୍ତି ।

ଜିଲ୍ଲାପାଳ ତୁରନ୍ତ ସମୀକ୍ଷା କରି ଉଚିତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦାବୀ ହେଉଛି ।

ବଂଶଧାରା ନଦୀ ରେ ଜଳ ବୃଦ୍ଧି ଓ ବନ୍ୟା ଆଶଙ୍କା ର ସମୀକ୍ଷା କରୁଛନ୍ତି ରାୟଗଡ ଜିଲ୍ଲାପାଳ ।

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର/ଗୁଡ଼ାରୀ) – ବଂଶଧାରା ନଦୀ ର ଜଳ ସ୍ଥର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ରୁ ବନ୍ୟା ର ମୁକାବିଲା ନିମନ୍ତେ ଗୁଡାରୀ ଠାରେ ସମୀକ୍ଷାରତ ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ବର ବଳିରାମ ବନ୍ଧୋର ।

ଗୁଡାରୀ ଗ୍ରାମ ରେ ବର୍ଷା ଯୋଗୁଁ ଭରି ରହିଥିବା ପାଣି ନିଷ୍କାସନ ନିମନ୍ତେ କୁଶଳୀ ପାଣି ନିଷ୍କାସନ ପ୍ରକ୍ରିୟା ଅବଲମ୍ବନ କରିଛନ୍ତି ଶ୍ରୀ ବଳିରାମ।

ଗତ ୨୪ ଘଣ୍ଟା ମଧ୍ୟରେ ଗୁଣପୁର ଠାରେ ୧୦୭.୦ ଏମ୍ ଏମ୍ , ଗୁଡାରୀ ଠାରେ ୧୮୮.୮ ଏମ୍ ଏମ୍ , ଚନ୍ଦ୍ରପୁର ଠାରେ ୧୪୧.୦ ଏମ୍ ଏମ୍ ଏବଂ ମୁନିଗୁଡା ଠାରେ ସର୍ବାଧିକ ୨୨୯.୮ ଏମ୍ ଏମ୍ ବର୍ଷା ର ପରିମାଣ ରହିଥିବା ସୁଚନା ମିଳିଛି ।

ଆଗକୁ ବର୍ଷା ଲାଗି ରହିଲେ ନଦୀ ଜଳ ବଢ଼ିବା ସହ ବନ୍ୟା ଆସିବା ଆଶଙ୍କା କରିଛି ସ୍ଥାନୀୟ ପ୍ରଶାସନ ।

ବର୍ଷା ଯୋଗୁଁ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକୁ ମଧ୍ୟାହ୍ନ ପର ଠାରୁ ଛୁଟି ଘୋଷଣା କରିବା ସହ ପିଲା ମାନଙ୍କୁ ସୁରକ୍ଷିତ ନିଜ ନିଜ ଘର କୁ ପଠାଇବା ନିମନ୍ତେ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ନିର୍ଦ୍ଧେଶ ଦେଇଛନ୍ତି ।

ସ୍ଥାନୀୟ ପ୍ରଶାସନ ର ଏତାଦୃଶ ପଦକ୍ଷେପ କୁ ସାଧାରଣ ରେ ଭୁୟସି ପ୍ରଶଂସା କରିବା ସହ ଗୁଣପୁର ବିଧାୟକ ଙ୍କ ଅନୁପସ୍ଥିତି ଚକିତ ଏବଂ ଚର୍ଚ୍ଚା ର ପରିସର କୁ ଟାଣିଛି ।

ଜିଲ୍ଲାପାଳ ଙ୍କ ବନ୍ୟା ସମୀକ୍ଷା ରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ଅମ୍ରିତ୍ ଋତୁରାଜ , ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ବର ବଳିରାମ ବନ୍ଧୋର , ଗୁଣପୁର ପ୍ରକଳ୍ପ ପ୍ରଶାସକ ଶ୍ରୀ ଗୋରାଚାନ୍ଦ ଗମାଙ୍ଗ ଏବଂ ତହସିଲଦାର ସୁଶ୍ରୀ ନମ୍ରତା ମୋଦୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବଂଶଧାରା ନଦୀ ର ଜଳ ସ୍ଥର ବୃଦ୍ଧି ; ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିତି ର ମୁକାବିଲା ଓ ସମୀକ୍ଷା ଜାରି !

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ ଜିଲ୍ଲା ଗୁଣପୁର ବଂଶଧାରା ନଦୀ ର ଜଳ ବିପଦ ସଙ୍କେତ ସ୍ତର ଉପରେ ପ୍ରବାହିତ ହେଉଛି । ଗତ ଦିନ ରୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଲାଗି ରହିଥିବା ରୁ ବଂଶଧାରା ନଦୀ ର ଜଳ ବୃଦ୍ଧି ପାଇଥିବା ଦେଖାଯାଇଛି ।

ବଂଶଧାରା ନଦୀ ର ବିପଦ ସଙ୍କେତ ୮୪.୦୦ ମିଟର ରହିଥିବା ବେଳେ ଦିନ ୧୦ ଘଣ୍ଟା ସୁଦ୍ଧା ନଦୀ ର ଜଳ ସ୍ଥର ୮୫.୦୫ ମିଟର ଥିବା ବେଳେ ଦିନ ୧୧ ଘଣ୍ଟା ସୁଦ୍ଧା ତାହା ବୃଦ୍ଧି ପାଇ ୮୫.୬୬ ମିଟର ହେବା ର ସମ୍ଭାବନା ରହିଥିବା ସୁଚନା ମିଳିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିବାରୁ ରାୟଗଡ଼ା – ଗୁମୁଡା କୁ ଯୋଗାଯୋଗ ବିଛିନ୍ନ ହୋଇଯାଇଥିବା ଦେଖିବାକୁ ମିଳିଛି ।

ନଦୀ ର ଜଳ ୮୭.୦୦ ମିଟର ରୁ ଉପରେ ପ୍ରବାହିତ ହେଲେ ବନ୍ୟା ର ଆଶଙ୍କା ରହିଛି ବୋଲି ସୁଚନା ମିଳିଛି ।

ପରିସ୍ଥିତି ଉପରେ ନିୟନ୍ତ୍ରଣ ପାଈଁ ଗୁଡାରୀ ଠାରେ ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ବର ବଳିରାମ ଉପସ୍ଥିତ ରହି ସମୀକ୍ଷା କରୁଛନ୍ତି ଏବଂ ବନ୍ୟା ର ଆଶଙ୍କା ଥିବା ଖବର ପାଇ ରାୟଗଡ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା , ଜିଲ୍ଲା ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ଅମ୍ରିତ୍ ଋତୁରାଜ ପରିସ୍ଥିତି ର କିଭଳି ମୁକାବିଲା କରାଯିବ ତା ନେଇ ସମୀକ୍ଷା ପାଈଁ ଗୁଣପୁର – ଗୁଡାରୀ ଅଭିମୁଖେ ଆସୁଥିବା ଖବର ମିଳିଛି ।

ତୃଣମୂଳ ସ୍ତର ଜନ ସେବାରେ ବ୍ରତୀ ; ଗ୍ରାମାଞ୍ଚଳ ଦଳିତ ସେବା ସଂଘ (ଆଦର୍ଶ)…!

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପଦ୍ମପୁର) – ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ରାଢୁ ଗ୍ରାମ ରେ କାର୍ଯ୍ୟରତ ଗ୍ରାମାଞ୍ଚଳ ଦଳିତ ସେବା ସଂଘ (ଆଦର୍ଶ) ସରକାରୀ ପଞ୍ଜିକରଣ ଭୁକ୍ତ ।

ଏହି ସେବା ସଂଘ ସାମାଜସେବୀ ମାଧବ ବିଡ଼ିକା ଙ୍କ ନେତୃତ୍ବରେ ସ୍ଵେଚ୍ଛାକୃତ ଭାବେ ତୃଣମୂଳ ସ୍ତରରେ ସାମାଜିକ, ଶିକ୍ଷା,ସ୍ଵାସ୍ଥ୍ଯ ଓ ଶୃଙ୍ଖଳାକୁ ଭିତ୍ତି କରି ଜନ ସଚେତନତା କରାଇବା ସହ କୁସଂସ୍କାର, ଅନ୍ଧବିଶ୍ବାସ, ସଙ୍କୋଚ ମୋନଭାବ ଆଦି ଦୂର କରାଇବା ରେ ପ୍ରୟାସ ଜାରି ରଖିଛି। ଏହାକୁ ମୁଖ୍ୟ ଉଦ୍ଦେଶ୍ଯ ଭାବେ ଗ୍ରହଣ କରି ପଦ୍ମପୁର ବ୍ଲକ ର ଅନ୍ୟ ପଞ୍ଚାୟତ ଗୁଡିକୁ ଯାଇ ସଂଘଠନ ସଚେତନତ କରାଉଛି।

ଆଗାମୀ ଦିନରେ ଏହି ଉଦ୍ଦେଶ୍ଯ ଭିତିକ ସରକାରୀ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସଂଘଠନ ସ୍ଥିର କରିଛି। ଏଦିଗରେ ସହଯୋଗ ର ହାତ ବଢ଼ାଇବାକୁ ସଙ୍ଗଠନ ପକ୍ଷରୁ ମାନନୀୟ ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଗୋଷ୍ଠୀ ସ୍ଵାସ୍ଥ୍ଯ କେନ୍ଦ୍ର ଅଧିକାରୀ, ଥାନା ଭାରପ୍ରାପ୍ତ ଅଧିକାରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଅନୁରୋଧ ପତ୍ର ଦିଆଯାଇଛି ।

ଏହି ଅବସରରେ ସମାଜ ସେବୀ ମାଧବ ବିଡିକା , ବିଜ୍ଞାପିତ ଅଞ୍ଚଳ ପରିଷଦ ର ପୁର୍ବତ୍ତନ ଅଧକ୍ଷ ଗୋଦାବରୀ ରାଉତ ଙ୍କ ସମେତ ସଙ୍ଗଠନ ର ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ଭାରସାମ୍ୟ ହରାଇ ଘର କାନ୍ଥକୁ ପିଟିଲା କାର; ୨ ଗୁରୁତର…

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ୟାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଡାଙ୍ଗରିଗୁଡ଼ା) – କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଧିନସ୍ଥ ମାନଝରି କେଗାଁ ମୁଖ୍ୟ ରାସ୍ତା ଡଙ୍ଗରିଗୁଡା ଠାରେ ଏକ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ଏହି କାର (OD 08K 1747) ମାଧବ ନିଆଳ ଙ୍କ ଘର କାଁଥ କୁ ବାଡ଼େଇ ହୋଇଯିବା ଫଳରେ ଡ୍ରାଇଭର ସମେତ ଦୁଇଜଣ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ କାର ଟି ସାନଚେର ଗାଁ ସୁରେଶ ବଛା ଙ୍କ ବୋଲି ଜଣା ପଡ଼ିଛି। ଆଜି ଅପରାହ୍ନ ୪ ଘଣ୍ଟା ସମୟରେ ସାନଚେର ଗାଁ ପଟୁ ଗୋଲାମୁଣ୍ଡା ଅଭିମୁଖେ ଯାଉଥିବା ବେଳେ କାର ଟି ଭାରସାମ୍ୟ ହରାଇ ଘରକାନ୍ଥ କୁ ମାଡି ଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଫଳରେ ଘର ର କିଛି ଅଂଶ ଭାଙ୍ଗି ଯାଇଛି ଏବଂ କାର ଟି ଡ୍ୟାମେଜେ ହୋଇଯାଇଛି । ଦୁର୍ଘଟଣା ରେ ଗୁରୁତର ୨ ଜଣ ବ୍ୟକ୍ତି ଙ୍କୁ ଧର୍ମଗଡ଼ ଉପଖଣ୍ଡ ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଛି। ମାଧବ ନିଆଳ ଘର ନଷ୍ଟ ହେବାର କ୍ଷତି ପୂରଣ ଦାବୀ କରିଛନ୍ତି।

ଫେଲ ମାରିଛି ସର୍ବଶିକ୍ଷା ଅଭିଯାନ ୨ ଦିନ ହେଲା ଛାତ୍ରଛାତ୍ରୀ ଙ୍କୁ ବିପଦ ସଂକୁଳ ସ୍କୁଲ ଗୃହର ଭୟ …!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୋଲାମୁଣ୍ଡା) – ସରକାର ସଭିଁଏ ପଢ଼ିବେ ସଭିଁଏ ବଢ଼ିବେ ସ୍ଲୋଗାନ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ମୁହାଁ କରିବା ନିମନ୍ତେ ମାଗଣାରେ ବହି, କଲମ,ଖାତା, ପୋଷାକ, ଯୋତା ମଧ୍ୟାହ୍ନ ଭୋଜନ, ବାଟ ଚର୍ଚ୍ଚ ର ବ୍ୟବସ୍ଥା କରିଛନ୍ତି। ଲକ୍ଷାଧିକ ସରକାରୀ ଅର୍ଥ ବ୍ୟୟ ଖର୍ଚ୍ଚ କରି ଆବଶ୍ୟକ ଅନୁଯାଇ ବିଭିନ୍ନ ସ୍ଥାନରେ ଉନ୍ନତ ଧରଣ ର ସ୍କୁଲ ଗୃହ, ପାଚେରୀ ଭଳି ଅନେକ ଵ୍ୟଵସ୍ଥା କରୁଛନ୍ତି।

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମାନଝରି ଗ୍ରାମ ପଞ୍ଚାୟତ ଅଧିନସ୍ଥ କାନ୍ଦୁଲଡଙ୍ଗରି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ବିଦ୍ୟାର୍ଥୀ ଙ୍କ ପାଇଁ ଏହାର ମାନେ କିଛି ନୁହଁ। ବିପଦ ସଙ୍କୁଳ ଅବସ୍ଥା ରେ ଥିବା ଏଠିକା ବିଦ୍ୟାଳୟ କୁ ବିଦ୍ୟାର୍ଥୀ ଯିବା ପାଇଁ ଭୟ ପ୍ରକାଶ କରୁଛନ୍ତି। ଫଳରେ ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡୁଛି । ଏଠି ଫେଲ ମାରିଛି ସର୍ବଶିକ୍ଷା ଅଭିଯାନର ନାରା।

ଏହି ପ୍ରାଥମିକ ବିଦ୍ୟାଳୟରେ ବର୍ତ୍ତମାନ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏଁ ମୋଟ ୬୯ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ସେମାନଙ୍କ ପାଇଁ ଅଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ସହ ମୋଟ ୩ ଶିକ୍ଷକ। ଆଜକୁ ପ୍ରାୟ 6ବର୍ଷରୁ ଅଧିକ ସମୟ ହେବ ସ୍କୁଲ ଗୃହର ଅବସ୍ଥା ଅଶୋଚନୀୟ ହୋଇ ପଡ଼ିଥିବା ବେଳେ ବର୍ତ୍ତମାନ ତାହା ୬ ମାସ ହେଲାଣି ଅତି ଅଶୋଚନୀୟ ହୋଇ ପଡିଛି।

ସ୍କୁଲ ର ଅଫିସ ଗୃହ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ମାନଙ୍କ କ୍ଳାସ ରୁମ ଗୁଡିକରେ ଛାତରୁ ପାଣି ସହ ଭେଳା ଗେଟି ପଥର ଓ ବାଲି ଖସି ପଡୁଥିବା ଦେଖିବାକୁ ମିଳିଛି । ଅନେକ ଥର ଛାତ୍ରଛାତ୍ରୀ ମାନଙ୍କ ମୁଣ୍ଡରେ ମଧ୍ୟ ବାଲି ଓ ପଥର ପଡିଥିବା ବେଳେ ତାହାକୁ ନେଇ ଅଭିଭାବକ ତଥା ସ୍କୁଲ କମିଟି ବି.ଇ.ଓ ଓ ଜିଲ୍ଲାପାଳଙ୍କୁ ନୂତନ ସ୍କୁଲ ଗୃହ ନିର୍ମାଣ ନିମନ୍ତେ ଲିଖିତ ଭାବେ ଜଣାଇଛନ୍ତି । ତଥାପି ଏଠାର ନୂତନ ସ୍କୁଲ ଗୃହ ନିର୍ମାଣ କାର୍ଯ୍ୟ ହୋଇପାରିନି। ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଏହି ପୁରୁଣା ସ୍କୁଲ ଗୃହ ବିପଦ ପୂର୍ଣ୍ଣ ହୋଇଥିବା ବେଳେ କେତେବେଳେ ଯେ କାହାର ଜୀବନ ଚାଲି ନଯିବ ସେକଥା କିଏ ବା କହି ପାରେ ବୋଲି ପ୍ରଶ୍ନ ଉଠୁଛି । ଭୟ ରେ ଅଭିଭାବକ ସେମାନଙ୍କ ଶିଶୁ ଙ୍କୁ ସ୍କୁଲ ଯିବା ପାଇଁ ଛାଡୁ ନାହାଁନ୍ତି। ଏପରିକି ଆଗାମୀ ଦିନରେ ବିଦ୍ୟାଳୟ ମରାମତି, ନୂତନ ଗୃହ ନିର୍ମାଣ ଅଥବା ସ୍ଥାନାନ୍ତର କରାନଯିବା ଯାଏଁ ଅଭିଭାବକ ପିଲାଙ୍କୁ ବିଦ୍ୟାଳୟ ନଛାଡିବା ସ୍ପଷ୍ଟ କରିଛନ୍ତି।

ସମ୍ପୃକ୍ତ ଡ଼ି.ପି.ସି ଏବଂ ଜିଲ୍ଲାପାଳ ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ କମୋଳ ମୋତି ଶିଶୁ ଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲି ହୋଇଯିବ।

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସାଂଘାତିକ ବୟାନ । ପୁଲୱାମା ପରି ଆଉ ଏକ ଘଟଣା ଦେଖିବ ଭାରତ !

ଜମ୍ମୁ-କାଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ପରେ ଚିହିଁକି ଉଠିଛି ପାକିସ୍ତାନ । ପାକିସ୍ତାନର ପ୍ରଧାନମନ୍ତ୍ରୀ ପରୋକ୍ଷରେ ଭାରତକୁ ଧମକ ଦେବାକୁ ପଛାଇ ନାହାନ୍ତି । ଧାରା ୩୭୦ର ଉଚ୍ଛେଦ ପରେ ଭାରତରେ ପୁଲୱାମା ଭଳି ଅଧିକ ଘଟଣା ଦେଖିବାକୁ ମିଳିବ । ପାକିସ୍ତାନ ସଂସଦର ମିଳିତ ଅଧିବେଶନରେ ଏଭଳି କହିଛନ୍ତି ଇମ୍ରାନ । ଭାରତ ସରକାର ଯାହା କରିଛନ୍ତି ତାହା ଯୁଦ୍ଧ ଅପରାଧ । ଭବିଷ୍ୟତରେ ଅଧିକରୁ ଅଧିକ ପୁଲଓ୍ଵାମା ପରି ଘଟଣା ହେବ ପରୋକ୍ଷରେ ଧମକ ଦେଇଛନ୍ତି ଇମ୍ରାନ ।

ଇମ୍ରାନ କହିଛନ୍ତି ଯେ ବିଜେପି ହେଉଛି ଏକ ହିନ୍ଦୁତ୍ୱବାଦୀ ଦଳ ଯିଏକି ହିନ୍ଦୁମାନଙ୍କୁ ଅନ୍ୟ ସଂପ୍ରଦାୟର ଲୋକମାନଙ୍କ ଅପେକ୍ଷା ଉଚ୍ଚ ବୋଲି ଭାବେ । ଦଳର ଏହି ହିନ୍ଦୁତ୍ୱବାଦୀ ଆଦର୍ଶକୁ ପାଳନ କରିବାକୁ ଯାଇ କାଶ୍ମୀରରୁ ଧାରା ୩୭୦ ଉଠାଇ ଦିଆଯାଇଛି । ବିଜେପି କାଶ୍ମୀର ଲୋକମାନଙ୍କୁ ହିନ୍ଦୁମାନଙ୍କ ପରି ସମାନ ମଣିଷ ବୋଲି ଭାବେ ନାହିଁ, ଏଣୁ ସେମାନଙ୍କ ସ୍ୱାଧୀନତା ଆନ୍ଦୋଳନକୁ ଦବାଇବାକୁ ଚାହୁଁଛି । ଏପରି କରି ସେମାନ କେବଳ ଅନ୍ତର୍ଜାତୀୟ ନିୟମ ନୁହେଁ, ନିଜ ଦେଶର ନିୟମର ଉଲ୍ଲଙ୍ଘନ କରୁଛନ୍ତି ବୋଲି ଇମ୍ରାନ କହିଛନ୍ତି । ଏଣୁ ଆମ ଲଢେଇ ଏକ ଜାତିବାଦୀ ସାଂପ୍ରଦାୟିକ ଦଳ ସହିତ ବୋଲି ସେ କହିଛନ୍ତି ।

ଇମ୍ରାନ କହିଛନ୍ତି, ବିଜେପି ଏବେ ଦଳର ପ୍ରତିଷ୍ଠାତାଙ୍କ ଜାତିବାଦ ବିଚାରଧାରା ଉପରେ କାମ କରୁଛି । ଏପରିକି ମିଳିତ ଅଧିବେଶନରେ କହିଛନ୍ତି, ମହମ୍ମଦ ଜିନ୍ନାଙ୍କ ହିନ୍ଦୁସ୍ତାନକୁ ବିଭାଜନ ନିଷ୍ପତିକୁ ସମର୍ଥନ କରିବା ସଠିକ୍ ଥିଲା । କାରଣ ସେ ଜାଣିଥିଲେ ଯେ ଆରଏସଏସ ଭାରତକୁ କେବଳ ହିନ୍ଦୁ ମାନଙ୍କ ରାଷ୍ଟ୍ର କରିବାକୁ ଚାହୁଁଥିଲେ । କିନ୍ତୁ ସବୁ ମଣିଷଙ୍କୁ ସମାନ ଅଧିକାର ଦେବା ପାଇଁ ପାକିସ୍ତାନ ଗଠନ ହୋଇଥିଲା ।

କାଶ୍ମୀରରୁ ଧାରା ୩୭୦ ଉଠାଇବା ପାଇଁ ଭାରତର ଘୋଷଣା ପରେ ପାକିସ୍ତାନରେ ଏହାକୁ ନେଇ କଡା ବିରୋଧ ପ୍ରକାଶ ପାଇଛି । ପାକିସ୍ତାନ ସରକାର ଭାରତ ସରକାରଙ୍କ ଏହି ପଦକ୍ଷେପକୁ ବେଆଇନ ବୋଲି ଘୋଷଣା କରିବା ସହ ଜାତିସଂଘର ସୁରକ୍ଷା ପରିଷଦରେ ଏହି ପ୍ରସଙ୍ଗ ଉଠାଯିବ ବୋଲି କହିଛନ୍ତି ।

 

ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ସରିବ କେବେ ?

ଏଥର ସମ୍ଭାଳ (ବାରିପଦା) – ୨୦୧୩ ଜୁଲାଇ ୮ ପୂର୍ବାହ୍ନ ୮ରେ ସୁବର୍ଣ୍ଣରେଖା ନଦୀର ଗାଲୁଡ଼ିହି ବ୍ୟାରେଜର ଡ଼ାହାଣ ପାର୍ଶ୍ୱ  ମୁଖ୍ୟ କେନାଲରେ ପ୍ରଥମ ପାଣି ଛଡ଼ାଯାଇଥିଲା ଏବଂ ଉକ୍ତ ପାଣି ଦୀର୍ଘ ୫୬.୬ କି.ମି. ରାସ୍ତା ଅତିକ୍ରମ କରି ଉଚ୍ଚଗାଁ ନିକଟରେ ଓଡ଼ିଶା ରାଜ୍ୟକୁ ଜୁଲାଇ ୧୦ରେ ସ୍ପର୍ଶ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ବହୁ ପ୍ରତିକ୍ଷିତ ସୁବର୍ଣ୍ଣରେଖା ବୃହତ୍ତ ଜଳ ସେଚନ ପ୍ରକଳ୍ପକୁ ୨୦୧୩ ଜୁଲାଇ  ୧୭ରେ ମୟୂରଭଞ୍ଜ ଜିଲ୍ଲାର ସାରସକଣା ଗସ୍ତରେ ଆସି ପୂର୍ବାହ୍ନ ୧୦ରେ ବଡ଼ଚାଟରା ନିକଟ ମୁଖ୍ୟ କେନାଲର ଆରଡ଼ି ୧୩୯୮୫ରେ ସୁଇଚ ଦବାଇ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଶୁଭଉଦଘାଟନ କରାଇଥିଲେ । ଏହା ମଧ୍ୟରେ ୬ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ଛୁଞ୍ଚି ମୁନରେ  ମୁନେ ଜମି ଜଳସେଚିତ ସମ୍ଭବ ପର ହୋଇପାରି ନାହିଁ । ଅଧିକନ୍ତୁ, କେନାଲର ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା କାରଣରୁ ଅଧିକାଂଶ ସ୍ଥାନରେ ନଷ୍ଟ ହୋଇସାରିଛି । ଉକ୍ତ ସୁବର୍ଣ୍ଣରେଖା ବୃହତ୍ତ ଆନ୍ତଃରାଜ୍ୟ ଜଳସେଚନ ପ୍ରକଳ୍ପ ନିମନ୍ତେ ବିସ୍ଥାପିତ ପରିବାର ସେମାନଙ୍କ ଜମି ହରାଇଥିବା ବେଳେ ସେମାନଙ୍କୁ ଉପଯୁକ୍ତ ବିସ୍ଥାପନ ରାଶି ମିଳିପାରିନଥିବାର ପରିଲକ୍ଷିତ ହୋଇଛି । ପୁଣି ବର୍ଷ ବର୍ଷ ଧରି କେନାଲ ନିର୍ମାଣ କାର୍ଯ୍ୟ ଚାଲିଛି ଯେ, ଶେଷ ହେବାର ନାମ ଧରୁ ନାହିଁ । ସୁର୍ଣ୍ଣରେଖା ବୃହତ୍ତ ଜଳସେଚନ ପ୍ରକଳ୍ପ କେତେକଙ୍କ ନିମନ୍ତେ ଦୁଧିଆଳୀ ଗାଈ ସାବ୍ୟସ୍ତ ହୋଇଥିବା ବିଷୟକୁ ନେଇ ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଫଳରେ ଉକ୍ତ ପ୍ରକଳ୍ପର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୁବର୍ଣ୍ଣରେଖା ଆନ୍ତଃରାଜ୍ୟ ନଦୀ ଝାଡ଼ଖଣ୍ଡ ରାଜ୍ୟ ଛୋଟନାଗପୁର ମାଳଭୂମିରୁ ବାହାରି ଝାଡ଼ଖଣ୍ଡ ରାଜ୍ୟରେ ୨୧୦ କି.ମି., ଓଡ଼ିଶାରେ ୩୦ କିମି. ଓ ପଶ୍ଚିମବଙ୍ଗ ରାଜ୍ୟରେ ୫୦ କି.ମି. ଅତିକ୍ରମ କରି ଓଡ଼ିଶା ରାଜ୍ୟର ବାଲେଶ୍ୱର ଜିଲ୍ଲା ସୀମାନ୍ତ ତାଳସାରୀଠାରେ  ବଙ୍ଗୋପସାଗରରେ ପଡ଼ିଛି । ସେହିପରି ଝାଡ଼ଖଣ୍ଡ ରାଜ୍ୟରେ ନଦୀର ଜଳ ସଂରକ୍ଷଣ ଅଞ୍ଚଳ ୧୩ ହଜାର ୫୯୦ ବର୍ଗ କି.ମି ରହିଥିବା ବେଳେ ଓଡ଼ିଶା ରାଜ୍ୟରେ ୩ ହଜାର ୨୦୧ ବର୍ଗ କି.ମି ଓ ପଶ୍ଚିମବଙ୍ଗ ରାଜ୍ୟରେ ୨ ହଜାର ୧୬୦ ବର୍ଗ କି.ମି. ରହିଛି । ପ୍ରତ୍ୟେକ ବର୍ଷ ସୁବର୍ଣ୍ଣରେଖା ନଦୀରେ ଆସୁଥିବା ପ୍ରଳୟଙ୍କରୀ ବନ୍ୟା ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟରେ ବ୍ୟାପକ ଫସଲ ଓ ଧନଜୀବନ ହାନୀର କାରଣ ପାଲଟି ଯାଇଥାଏ । ଉକ୍ତ ଚିରସ୍ରୋତା ନଦୀର ବହୁମୂଲ୍ୟ ଜଳରାଶିର ସତ୍ବିନିଯୋଗର ମହତ୍ ପରିକଳ୍ପନା କରାଯାଇ ୧୯୭୬ରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା । ପୁଣି ଏହା ଏକ ଆନ୍ତଃରାଜ୍ୟ ନଦୀ ହୋଇଥିବା କାରଣରୁ ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନଦୀ ଜଳ ଆବଣ୍ଟନର ଏକ ପରିମାଣ ଧାର୍ଯ୍ୟ କରାଯାଇଥିଲା । ଏହି ସମୟରେ ଝାଡ଼ଖଣ୍ଡ ରାଜ୍ୟ ଜନ୍ମ ନେଇ ନଥିବା କାରଣରୁ ୧୯୭୬ ଓ ୭୮ରେ ବିହାର, ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମନ୍ୱୟରେ ୩୨ : ୧୨ : ୦୧ ଅନୁପାତରେ ନଦୀ ଜଳ ଆବଣ୍ଟନ ନିମନ୍ତେ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ସେହିପରି ବିହାର(ବର୍ତ୍ତମାନର ଝାଡ଼ଖଣ୍ଡ) ଓ ଓଡ଼ିଶା ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଦ୍ୱିପାକ୍ଷିକ ଚୁକ୍ତି ଅନୁସାରେ ବିହାର ରାଜ୍ୟରେ ସୁବର୍ଣ୍ଣରେଖା ବହୁମୁଖୀ ଜଳସେଚନ ଯୋଜନା ଓ ଓଡ଼ିଶାରେ ସୁବର୍ଣ୍ଣରେଖା ଜଳସେଚନ ଯୋଜନା ମଧ୍ୟରୁ ବିହାର(ବର୍ତ୍ତମାନର ଝାଡ଼ଖଣ୍ଡ) ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଚାନ୍ଦିଲିବନ୍ଧ ଓ ଇଚ୍ଛାବନ୍ଧର ନିର୍ମାଣ, ଗାଲୁଡ଼ିହି ବ୍ୟାରେଜ ଏବଂ ଗାଲୁଡ଼ିହି ଦକ୍ଷିଣ ପାର୍ଶ୍ୱ କେନାଲର ନିର୍ମାଣ କାର୍ଯ୍ୟ  ଉଭୟ ଝାଡ଼ଖଣ୍ଡ ଓ ଓଡ଼ିଶା ସରକାରଙ୍କ ମିଳିତ ଆର୍ଥିକ ସହଯୋଗରେ କାର୍ଯ୍ୟକାରୀ ହୋଇଥିବା ସମୟରେ ଏଥି ନିମନ୍ତେ ଓଡ଼ିଶା ସରକାର ଝାଡ଼ଖଣ୍ଡ ସରକାରଙ୍କୁ ଯଥାକ୍ରମେ ୨୬ : ୪୭, ୨୬  : ୪୬, ୮୬  : ୨୦ ଓ ୬ : ୯୪ ପ୍ରତିଶତ ଅନୁପାତରେ ଅଂଶଧନ ପ୍ରଦାନ କରିଛି । ଗାଲୁଡ଼ିହି ଦକ୍ଷିଣ ପାଶ୍ୱର୍ କେନାଲର ଓଡ଼ିଶା ସୀମା ପର୍ଯ୍ୟନ୍ତ ଦୈର୍ଘ୍ୟ ୫୬.୦୪ କି.ମି ହୋଇଥିବା ସମୟରେ ଉକ୍ତ କେନାଲ ମାଧ୍ୟମରେ ଓଡ଼ିଶାକୁ ତାର ଅଂଶ ହିସାବରେ ୧୧୮.୫୦ କୁ୍ୟସେକ ପାଣି ମିଳିବ । ଯାହା ଓଡ଼ିଶାର ମୁଖ୍ୟ କେନାଲ ନାମରେ ପରିଚିତ ଏବଂ ଏହାର ଦୈର୍ଘ୍ୟ ୪୬.୫୦ କି.ମି ଅଟେ । ଏହା ବ୍ୟତୀତ ଓଡ଼ିଶା ମଧ୍ୟରେ କାର୍ଯ୍ୟକାରୀ ହେଉଥିବା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ମୁଖ୍ୟ କାର୍ଯ୍ୟଗୁଡ଼ିକ ମଧ୍ୟରୁ ସୁବର୍ଣ୍ଣରେଖା ମୁଖ୍ୟ କେନାଲ ଓ ଏହାର ଶାଖା କେନାଲ ସମୂହ ସହ ବେତନଟୀ ଶାଖା କେନାଲ, ପୁରାତନ ହଳଦିଆ ବନ୍ଧର ପୁନଃନିର୍ମାଣ ଓ ନବୀକରଣ, ଜମ୍ଭୀରାବନ୍ଧ ଓ ଏହାର ବାମ ଓ ଦକ୍ଷିଣ ପାଶ୍ୱର୍ କେନାଲ ନିର୍ମାଣ, ବାଉରାବନ୍ଧ , ବୈଶିଙ୍ଗା ମୁଖ୍ୟ କେନାଲ ନିର୍ମାଣ ଏବଂ ସୁବର୍ଣ୍ଣରେଖା ଶାଖା କେନାଲ ନିର୍ମାଣ କାର୍ଯ୍ୟ ଅନ୍ୟତମ । ଚାଷ ଜମିକୁ ଜଳ ସେଚନ ବ୍ୟବସ୍ଥା ଯୋଗାଇ ଦେବା ନିମନ୍ତେ ମୋଟ୧୧ଶହ କି.ମି.ର କେନାଲ ନିର୍ମାଣ ହେବାର ଯୋଜନା ପ୍ରସ୍ତୁତ କରାଯାଇଥିବା ବେଳେ ଏହା ମଧ୍ୟରୁ ୬୦୦ କିମି କାର୍ଯ୍ୟ ଶେଷ ହୋଇଛି । ଏଥି ନିମନ୍ତେ ସମୟ ଲାଗିଛି ପ୍ରାୟ ୩୩ ବର୍ଷରୁ ଅଧିକ । ଅବଶିଷ୍ଟ ୫ ଶହ କି.ମି. କେନାଲର ନିର୍ମାଣ କାର୍ଯ୍ୟ  ଶେଷ ହେବାକୁ କେତେବର୍ଷ ସମୟ ଲାଗିବ ତାହା କେବଳ ସମୟ ହିଁ କହିପାରିବ ।
ସୁବର୍ଣ୍ଣରେଖା ଜଳ ସେଚନ ଯୋଜନା ମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକ ମଧ୍ୟରୁ ବାରିପଦା ବ୍ଲକରେ ୧୧ ହଜାର ୫୧୩ ହେକ୍ଟର, ବେତନଟୀ ବ୍ଲକରେ ସର୍ବାଧିକ ୨୧ ହଜାର ୭୩୨ ହେକ୍ଟର, ସାରସକଣା ବ୍ଲକରେ ୬ ହଜାର ୨୯ ହେକ୍ଟର, କୁଳିଅଣା ବ୍ଲକରେ ୭ ହଜାର ୮୨୧ ହେକ୍ଟର, ଶାମାଖୁଣ୍ଟା ବ୍ଲକରେ ୮୭୧ ହେକ୍ଟର, ରାସଗୋବିନ୍ଦପୁର ବ୍ଲକରେ ୫ ହଜାର ୬୦ ହେକ୍ଟର, ବଡ଼ସାହି ବ୍ଲକରେ ୪ ହଜାର ୪୩୪ ହେକ୍ଟର, ବାଙ୍ଗିରିପୋଷି ବ୍ଲକରେ ୯୫୬ ହେକ୍ଟର , ଶୁଳିଆପଦା ବ୍ଲକରେ ୧୫ ହଜାର ୨୧୩ ହେକ୍ଟର ଏବଂ ମୋରଡ଼ା ବ୍ଲକରେ ୨୧ ହଜାର ୨୨ ହେକ୍ଟର ଏହି ମୋଟ ୧୦ ବ୍ଲକରେ୯୪ ହଜାର ୬୫୫ ହେକ୍ଟର ଚାଷ ଜମିକୁ ଜଳସେଚନ କରାବା ନିମନ୍ତେ ଲକ୍ଷ ଧାର୍ଯ୍ୟ କରାଯାଇଛି । ସେହିପରି ବାଲେଶ୍ୱର ଜିଲ୍ଲାର ବାଲେଶ୍ୱର ସଦର ବ୍ଲକରେ ୧ ହଜାର ୨୫୩ ହେକ୍ଟର, ରେମୁଣା ବ୍ଲକରେ ୧ ହଜାର ୨ ହେକ୍ଟର, ବସ୍ତା ବ୍ଲକରେ ୨ ହଜାର ୪୮୮ ହେକ୍ଟର ଓ ଜଳେଶ୍ୱର ବ୍ଲକରେ ସର୍ବାଧିକ ୧୦ ହଜାର ୨୯୯ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ମିଳିପାରିବ ।
୧୯୮୭ରୁ ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପ ଯୋଜନା ଓଡ଼ିଶା ସରକାର ନିଜସ୍ୱ ପାଣ୍ଠିରୁ ଆରମ୍ଭ କରିଥିଲେ । ପରବର୍ତ୍ତି ସମୟରେ ଜମ୍ଭୀରା ସଙ୍କୋଚିତ ବନ୍ଧର ନିର୍ମାଣ କାର୍ଯ୍ୟ ନାବାଡର଼୍ ସହାୟତାରେ ସମ୍ପୂର୍ଣ୍ଣ କରାଯାଇ ଏହାର ଦକ୍ଷିଣ ପାଶ୍ୱର୍ କେନାଲ ମାଧ୍ୟମରେ ୨୦୦୦ରୁ ୩ ହଜାର ୫୩୦ ହେକ୍ଟର ଚାଷ ଜମିକୁ ଜଳସେଚନର ବ୍ୟବସ୍ଥା କରାଯାଇଛି । ସେହିପରି ୧୯୯୬-୯୭ରେ ଭାରତ ସରକାରଙ୍କ ଏଆଇବିପି ଯୋଜନାରେ ଉକ୍ତ ପ୍ରକଳ୍ପର ଅନ୍ୟାନ୍ୟ କାର୍ଯ୍ୟ ଜାରି ରହିଛି । ୨୦୦୯ରେ ପ୍ରକଳ୍ପର ଆକଳନ ୪୦୪୯.୯୩ କୋଟିରେ ପହଁଞ୍ଚିଥିଲା । ଏହା ମଧ୍ୟରୁ ଝାଡ଼ଖଣ୍ଡ ରାଜ୍ୟକୁ ୮୧୭.୫୨ କୋଟି ଟଙ୍କା ମିଳିତ କାର୍ଯ୍ୟ ବାବଦରେ ପ୍ରଦାନ କରାଯାଇଥିଲା । ୨୦୧୦ ପର୍ଯ୍ୟନ୍ତ ମୋଟ ୧,୬୧୮.୪୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ସମୟରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୨୦୧୨-୧୩ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ହୋଇପାରି ନଥିଲା । ୨୦୧୭-୧୮ ଆର୍ଥିକ ବର୍ଷର ଜୁନ ଶେଷ ସୁଦ୍ଧା ଓଡ଼ିଶା ସରକାର, ନାବାଡର଼୍ ଓ ଆଇବିପି ପକ୍ଷରୁ ମୋଟ୩୯୧୫.୩୯୬୨ କୋଟି ଟଙ୍କା ବ୍ୟୟ ହୋଇସାରିଛି ।  ରଖାଯାଇଥିବା ସମୟରେ ନିର୍ମାଣ କାର୍ଯ୍ୟ ନିମନ୍ତେ କ୍ଷତିଗ୍ରସ୍ତ ସମୁଦାୟ ୧୦୯ଟି ରାଜସ୍ୱ ଗ୍ରାମର ଜନସାଧାରଣଙ୍କୁ ପୁର୍ନବାସ ଓ ଥଇଥାନ ନୀତି ୨୦୦୬ ଅନୁଯାୟୀ ଥଇଥାନ ଓ ପୁର୍ନବାସ ଯୋଗାଇ ଦିଆଯାଉଛି । ଏଥି ସହିତ ବିସ୍ଥାପିତ ପରିବାରର ସଦସ୍ୟମାନଙ୍କୁ ଆତ୍ମ ନିଯୁକ୍ତି କ୍ଷେତ୍ରରେ ସୃଷ୍ଟି ହେଉଥିବା ନୂଆ ନୂଆ ସୁଯୋଗରେ ସାମିଲ କରାଇବା ନିମନ୍ତେ ସେମାନଙ୍କ ଦକ୍ଷତା ଅନୁସାରେ ଦକ୍ଷତା ବୃଦ୍ଧି କରାଇବା ଉଦେ୍ଧଶ୍ୟରେ ଧନ୍ଦାମୂଳକ ତାଲିମ ଆଦି ଯୋଗାଇ ଦିଆଯାଉଛି । କିନ୍ତୁ, ବିସ୍ଥାପିତମାନେ ହରାଇଥିବା ଜମି ସରକାରଙ୍କ ବିସ୍ଥାପନ ଓ ଥଇଥାନ ନୀତି ଅନୁଯାୟୀ ପ୍ରଦାନ କରାଯାଉନଥିବାର ଅଭିଯୋଗ ହେଉଛି । ସେହିପରି ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବାର ଅଭିଯୋଗ ହେଉଛି । ମୁଖ୍ୟ ଓ ଶାଖା କେନାଲ ନଷ୍ଟ ହେବାରେ ଲାଗିଛି । ବିଭାଗୀୟ ଅଧିକାରୀ କର୍ମଚାରୀମାନଙ୍କ ନିମନ୍ତେ ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପ ଏକ ଦୁଧିଆଳୀ ଗାଈ ସଦୃଶ୍ୟ ହୋଇଥିବାରୁ  ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପର ସ୍ଥାୟୀତ୍ୱ, କାର୍ଯ୍ୟଦକ୍ଷତା ଓ ଭବିଷ୍ୟତ ଜନସାଧାରଣଙ୍କ ନିମନ୍ତେ ଏକ ପ୍ରଶ୍ନବାଚୀ ହୋଇଯାଇଛି ।

ଶ୍ରମ ସଚିବ ଅନୁ ଗର୍ଗ ଶ୍ରମିକ ହାଟରେ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ହଠାତ ଆସି ଅତର୍କିତ ଭାବେ  ଶ୍ରମିକ ହାଟରେ ପହଂଚି ଯାଇଥିଲେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ | ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ | ଶ୍ରମିକମାନଙ୍କ ସମସ୍ୟା, ସୁବିଧା  ଓ ଅସୁବିଧା ସଂପର୍କରେ ପଚାରିବୁଝିଥିଲେ |  ଭୁବନେଶ୍ୱରସ୍ଥ କଳ୍ପନା ଛକ, ନାବାର୍ଡବ୍ୟାଙ୍କ, ନୟାପଲ୍ଲୀ, ଡେ଼ଲ୍ଟା  ଛକ ଇତ୍ୟାଦି ସ୍ଥାନରେ ପହଂଚି  ନିର୍ମାଣ ଶ୍ରମିକମାନଙ୍କ ନାମକୁ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ନାମ ପଞ୍ଚୀକୃତ କରାଯାଇଛି  କି ନାହିଁ ତାହା ପଚାରିବୁଝିଥିଲେ | ଏହା ସହିତ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ସେମାନଙ୍କୁ ପ୍ରଦାନ କରାଯାଉଥିବା ସହାୟତା ରାଶି
ପାଉଛନ୍ତି କି ନାହିଁ ପଚାରିଥିଲେ |  କେତେ ମଜୁରୀ ପାଉଛନ୍ତି ବୋଲି ପଚାରି ବୁଝିଥିଲେ ସଚିବ ଶ୍ରୀମତୀ ଗର୍ଗ | ସରକାରଙ୍କଠାରୁ କେଉଁ କେଉଁ  ସୁବିଧା ଆଉ ଆଶା କରୁଛନ୍ତି ସେ ସଂ ପର୍କରେ ନିର୍ମାଣ ଶ୍ରମିକମାନଙ୍କ ସହିତ ଆଲୋଚନା କରି ପଚାରିବୁଝିଥିଲେ | ଏହି ଅବସରରେ ଶ୍ରମ କମିଶନର ଶ୍ରୀ ନିରଞ୍ଜନ ସାହୁଙ୍କ ସମେତ ବିଭାଗୀୟ ପଦାଧିକାରୀ ବୃନ୍ଦ ଉପସ୍ଥିତ ଥିଲେ |