ଧର୍ମଗଡ ରେଡ଼କ୍ରସ ଟାଉନହଲ କୁ ନକରାଯାଉ ବ୍ୟବସାୟିକ କେନ୍ଦ୍ର…!
!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ୟାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (ଧର୍ମଗଡ଼) -କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ସ୍ଥିତ ରେଡ଼କ୍ରସ ଟାଉନହଲ କୁ ଜୈନିକ ଟେଣ୍ଟ ହାଉସ ମାଲିକ ଲିଜ଼ରେ ନେଇ ବାହାର ରାଜ୍ୟର ବ୍ୟବସାୟୀ ଙ୍କୁ ଭଡା ରେ ଦେବା ଘଟଣା ଧର୍ମଗଡ଼ ଉପଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ହୋଇଛି। ୨୦୦୩ ମସିହାରେ ତତ୍କାଳୀନ ଉପଜିଲ୍ଲାପାଳ ଭି. କାର୍ତ୍ତିକେୟ ପାଣ୍ଡିଆନ, ଆଇଏଏସ,ଙ୍କ ଉଦ୍ୟମକ୍ରମେ ଉକ୍ତ ଟାଉନ ହଲର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ୨୦୧୦ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଥିଲେ।ରକ୍ଷଣାବେକ୍ଷଣର ଦୃଷ୍ଟିକୁ ନେଇ ପ୍ରଶାସନ ଏହାକୁ ଲିଜ଼ ସୂତ୍ରରେ ପ୍ରଦାନ କରିଛନ୍ତି। ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ସମେତ ବିବାହ, ବ୍ରତ, ସଭା ସମିତି ପାଇଁ ଏହି ଟାଉନ ହଲ ଉଦିଷ୍ଟ ଥିଲେ ହେଁ ଉକ୍ତ ଟାଉନ ହଲ କୁ ଲିଜ଼ରେ ନେଇଥିବା ଜୈନିକ ଟେଣ୍ଟ ହାଉସ ମାଲିକ ମାସ ମାସ ଧରି ବାହାର ରାଜ୍ୟର ବ୍ୟବସାୟୀଙ୍କୁ ଭଡାରେ ଦେଇ ଦେଉଥିବା ଯୋଗୁଁ ଏଠାରେ ଆଉ କୋଣସି ସରକାରୀ କି ବେସରକାରୀ କର୍ଯ୍ୟକ୍ରମ ହୋଇପାରୁନାହିଁ। ଗତବର୍ଷ ଏହି ଟାଉନ ହଲକୁ ‘ଚେନ୍ନାଇ ବିଗ ବଜ଼ାର’ ନାମକ ସଂସ୍ଥାକୁ ଛଅ ମାସ ଧରି ଦିଆଯାଇଥିବା ବେଳେ ଚଳିତ ବର୍ଷ ମଧ୍ୟ ଉକ୍ତ ବ୍ୟବସାୟୀ ଙ୍କୁ ଏବେ ଟାଉନହଲ ପୁଣି ସମ୍ପୁକ୍ତ ଟେଣ୍ଟ ମାଲିକ ଭଡାରେ ଦେଇଥିବା ଦେଖାଦେଇଛି।ଫଳରେ ଜନ ସାଧାରଣଙ୍କ ଦ୍ଵାରା ହେବାକୁ ଥିବା ଉତ୍ସବ ଓ ମୋହତ୍ସବ ରେ ଏହା ଅସୁବିଧା ସୃଷ୍ଟି କରିବ। ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ସମେତ ଜନସାଧାରଣ ଙ୍କ ସାମାଜିକ ହିତ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ଏହି ଟାଉନ ହଲ କୁ ବ୍ୟବସାୟୀ କେନ୍ଦ୍ର ପାଇଁ ଅନୁମତି ନ ଦେବା ଲାଗୀ ଧର୍ମଗଡ଼ ଚେମ୍ବର ଅଫ କମର୍ସ ପକ୍ଷରୁ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି।

