ନାବାଳକ ପିଲାକୁ ଗାଡ଼ି ଚଳାଇବା କୁ ଦେଇ ଜେଲ ଗଲେ ବାପା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ନିଜର ନାବାଳକ ଶିଶୁଙ୍କୁ ଗାଡି ଚାଳାବାକୁ ଦେଇ ବାପା ଜେଲ ଗଲେ । ୧୪ ବର୍ଷରୁ କମ ଶିଶୁ ଗାଡି ଚଳାଇ ଯାଉଥିବା ବେଳେ ପୋଲିସ ଏମାନଙ୍କୁ ଧରି ମୋଟର ଯାନ ଆଇ ନ ର ଧାରା ୧୦୦ ଅନୁଯାୟୀ କେସ ଦାୟର କରି କୋର୍ଟ ଫରୱାର୍ଡ କରିଛି । ଏହି ଶିଶୁ ମାନଙ୍କ ସହ ସେମାନଙ୍କ ବାପା ଏବଂ ଗାଡି ମାଲିକ ମାନଙ୍କ ନାମରେ ମଧ୍ୟ କେସ ଦାୟର କରିଛି । ଏଭଳି ଘଟଣା ଘଟିଛି ହାଇଦ୍ରାବାଦ ଠାରେ । ଏହାକୁ ଆଧାର କରି ହାଇଦ୍ରାବାଦ ର ସ୍ୱତନ୍ତ୍ର ନବମ ମେଟ୍ରୋପୋଲିଟିଆନ୍ କୋର୍ଟ ର ମାଜିଷ୍ଟ୍ରେଟ କେ. ଅଲତଫ ହୁସେନ ଶିଶୁ ଗାଡିଚାଳକ ଏବଂ ସେମାନଙ୍କ ବାପା ମାନଙ୍କୁ ଦଣ୍ଡିତ କରିଛନ୍ତି । ଶିଶୁ ମାନଙ୍କୁ ୪ ସପ୍ତାହର ସଜା ଶୁଣାଇ ସେମାନଙ୍କୁ ବାଳ ସୁଲଭ କେନ୍ଦ୍ର କୁ ପଠାଯାଇଛି ଏମାନଙ୍କ ସହ ସେମାନଙ୍କ ବାପା ମାନଙ୍କୁ ମଧ୍ୟ ଦୋଷୀ ଠଉରାଇ ସଜା ଶୁଣାଯାଇଛି । ପ୍ରଥମ କରି ଗାଡି ଚାଳନା କେସ ରେ ୧୪ ବର୍ଷରୁ କମ ବୟସର ଶିଶୁଙ୍କୁ ଏଭଳି ଦଣ୍ଡାଦେଶ ଦିଆଯାଇଛି ବୋଲି ତଥ୍ୟ ମିଳିଛି । ଏହାକୁ ବୁଦ୍ଧିଜୀବୀ ମାନେ ସ୍ୱାଗତ କରିବା ସହ ମତପ୍ରକାଶ କରି କହିଛନ୍ତି କି,ଶିଶୁ ମାନେ ଏଭଳି କାର୍ଯ୍ୟ କରିବାକୁ ଡରିବେ ଏବଂ ଅଭିଭାବକ ମାନେ ସେମାନଙ୍କ ଶିଶୁଙ୍କୁ ଏଭଳି କାର୍ଯ୍ୟ କରିବା ଦିଗରେ ଆକଟ କରିବେ । ପୋଲିସର ଏତାଦୃଶ୍ୟ କାର୍ଯ୍ୟକୁ ମଧ୍ୟ ସମର୍ଥନ କରିବା ସହ ଆହୁରି ଏଭଳି କେସ ଦାୟର କରିବାଦିଗରେ ପଦକ୍ଷପ ନେଲେ ଆଗାମୀ ଦିନରେ ଅନ୍ୟ ଅବିଭାବକ ମନେ ସଚେତନ ହେବା ସହ ଶିଶୁମାନେ ଏଭଳି କାର୍ଯ୍ୟ କରିବା ଦିଗରେ ପଛଘୁଞ୍ଚା ଦେବେ ବୋଲି ମତ ପ୍ରକାଶ ପାଇଛି । ଏହାକୁ ଆଧାର କରି ଆମ୍ଭ ଏଥର ସମ୍ଭାଳ ପରିବାର ପକ୍ଷରୁ ଅଭିଭାଵ ମାନଙ୍କୁ ଅନୁରୋଧ ସେମାନଙ୍କ ଶିଶୁଙ୍କୁ ଏଭଳି ବେଆଇନ ଗାଡି ଚାଳନ ରୁ ନିବୃତ ରଖନ୍ତୁ । କାହିଁକି କି ନା ଏଭଳି ଘଟଣା ଆପଣଙ୍କ ଇଲାକାରେ ମଧ୍ୟ ଘଟିପାରେ ।

ଧର୍ମଗଡ଼ ପୋଲିସ୍ ପକ୍ଷ୍ୟରୁ ପରୀ କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – ଧର୍ମଗଡ଼ ଠାରେ ଶିଶୁ ଯୌନ ନିର୍ଯାତନା, ଶିଶୁ ଶ୍ରମିକ ପ୍ରଥା ଓ ଶିଶୁ ଚଲାଣ ସମ୍ପର୍କିତ ‘ପରୀ ପାଇଁ ଦିନଟିଏ’ ସଚେତନତା ଅଭିଯାନ ଉପଲକ୍ଷେ ଧର୍ମଗଡ଼ ପୋଲିସ ପ୍ରଶାସନ ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଧର୍ମଗଡ଼ସ୍ଥିତ ବିଭିନ୍ନ ମହାବିଦ୍ୟାଳୟ ର ଛାତ୍ରୀମାନେ ସଚେତନତା ସମ୍ପର୍କିତ ବିଭିନ୍ନ ପ୍ଲାକାର୍ଡ ଧରି ଓ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ।ଏନେଇ ଧର୍ମଗଡ଼ ବିଜୁ କଲ୍ୟାଣ ମଣ୍ଡପ ଠାରେ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ଲଷ୍ମୀ ନାରାୟଣ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସଭାରେ ଧର୍ମଗଡ଼ର ବିଶିଷ୍ଟ ଶିକ୍ଷାବିତ ଶ୍ରୀ ପ୍ରତାପ କିଶୋର ମୁଣ୍ଡ, ପଞ୍ଚାୟତ ମହାବିଦ୍ୟାଳୟର ପୁର୍ବତନ ଅଧ୍ୟକ୍ଷ ଶ୍ରୀ ସତ୍ୟ ପଟ୍ଟନାୟକ, ବ୍ୟବସାୟୀ ସଙ୍ଘ ସଭାପତି ଶ୍ରୀ ବିଦ୍ୟାଧର ସାହୁ, ଧର୍ମଗଡ଼ ଥାନା ଅଧିକାରୀ ଶ୍ରୀ ଡମୁ ପରଜା ପ୍ରମୁଖ ଉପସ୍ଥିତ ରହି ‘ପରୀ ପାଇଁ ଦିନଟିଏ’ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଧର୍ମଗଡ଼ ଥାନା ର କର୍ମଚାରୀ ରାହୁଲ ସୁନା ମଞ୍ଚ ପରିଚାଳନା କରିଥିବାବେଳେ ସବ ଇନ୍ସପେକ୍ଟର ଶ୍ରୀ ଆର. କେ. ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

ଧର୍ମଗଡ଼ ଠାରେ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା ଧର୍ମଗଡ ଚାରିଛକ ସ୍ଥିତ ଡ଼ଃ. ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଠାରେ ଓବିସି,ଏସଟି,ଏସସି ଏବଂ ସଂଖ୍ୟାଲଘୁ ମିଳିତ ମଞ୍ଚ ଧର୍ମଗଡ ଉପଖଣ୍ଡ ତରଫରୁ ଆଜି ବିଶ୍ୱ ଆଦିବାସୀ ଓ ମୂଳନୀବାସୀ ଦିବସ ପାଳନ କରାଯାଇଛି। ସଭାକାର୍ଯ୍ୟ ଟିକୁ ଆଗକୁ ନେବା ଆଗରୁ ପ୍ରଥମେ ବାବାସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ ଏବଂ ଦୀପ ପ୍ରଜ୍ଜ୍ଵଳନ କରି ବୁଦ୍ଧ ବନ୍ଦନା ଓ ତ୍ରିଶରଣମ ଗାନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଉକ୍ତ ସଭାରେ ଉପସ୍ଥିତ ବକ୍ତାମାନେ ମୂଳନୀବାସୀ ଓ ଆଦିବାସୀ ମାନଙ୍କର ମହତ୍ତ୍ୱ ବିଷୟରେ ଖୁବ ସୁନ୍ଦର ଭାବରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ଧିମାନ ଚକ୍ରଧର ବେନୁପାଣି ଉପସ୍ଥିତ ଥିଲେ। ଧିମାନ ତାଙ୍କର ଅଭିଭାଷଣରେ ସମ୍ବିଧାନର ଧାରା ୩୩୦ ଆଉ ୩୪୨ ଅନୁସାରେ ଏସସି, ଏସଟି, ଓବିସି ଆଦିବାସୀମାନେ ହିନ୍ଦୁ ନୁହନ୍ତି, ଆଦିବାସୀମାନେ କୌଣସି ମାନବକୃତ କାଳ୍ପନିକ ଧର୍ମ କୁ ବିଶ୍ୱାସ କରନ୍ତି ନାହିଁ। ପ୍ରାକୃତିକ ଧର୍ମକୁ ହିଁ ନିଜର ଧର୍ମ ବୋଲି ବିଶ୍ୱାସ କରନ୍ତି। ଆଦିବାସୀ ମାନେ ପ୍ରକୃତିର ପୂଜକ ଅଟନ୍ତି ଓ ଜଙ୍ଗଲ,ପାହାଡ଼,ନଦୀ, ବୃକ୍ଷଲତା,ପବନ ଏବଂ ସୂର୍ଯ୍ୟଙ୍କୁ ଆରଧନା କରନ୍ତି ବୋଲି କହିଥିବା, ବେଳେ ଜଗା ତାଣ୍ଡି ଆଦିବାସୀ ମାନଙ୍କ ଉପରେ ସମୟାନୁସରେ ବହୁ ଧର୍ମ ବଳପୂର୍ବକ ଲଦିଦିଆଯାଉଛି। ଯେମିତି ମୋଗଲ କାଳରେ ଇସ୍ଲାମ, ବ୍ରିଟିଶ କାଳରେ ଇସାଈ, ଓ ଦେଶ ସ୍ୱାଧୀନ ପରେ ବିଶ୍ୱ ହିନ୍ଦୁ ପରିଷଦ, ଭଳି ଅନେକ ହିନ୍ଦୁ ସଂଗଠନ ରେ ଯୋଡିବା ପାଇଁ ପ୍ରାଣପଣେ ଚେଷ୍ଟା ଚଳେଇଛନ୍ତି ବୋଲି ମତ ବ୍ୟକ୍ତ କରିଥିଲେ। ଉକ୍ତ ସଭା କାର୍ଯ୍ୟ ଟିକୁ ଧିମାନ ଦେବାର୍ଚ୍ଚନ ସେଠିଆ ପରିଚାଳନା କରିଥିବା ବେଳେ ଅଶେଶ୍ୱର ଦୁର୍ଗା ବହୁତ ସୁନ୍ଦର ଭାବରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରେମଲାଲ ଜଗତ, ଫକୀରନାରାୟଣ ଜାଲ , କମଳା କାନ୍ତ, ଉପେନ୍ଦ୍ର ସେନାପତି , ସୁଜାତା ସୁନାନୀ,ରାଜେନ୍ଦ୍ର ଦୁରିଆ, ବେନୁପାଣି ଦୁର୍ଗା ସମେତ ଅଞ୍ଚଳ ର ବହୁ ଆମ୍ବେଦକର ପ୍ରେମୀ ଓ ଆମ୍ବେଦକର ବାଦୀ ଯୋଗଦେଇଥିଲେ।

ବନ୍ୟା ରେ ଭାସି ପୂର୍ବତନ ସରପଞ୍ଚ ମୃତ୍ୟୁ ; ୨ ଜଣ ସାଥୀ ଉଦ୍ଧାର…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କଳାହାଣ୍ଡି) – ଗତ ୭ ତାରିଖ ରାତିରେ ବ୍ରିଜ୍ ଉପର ଦେଇ ମୋଟର ସାଇକେଲ ରେ ପାରିହେବା ବେଳେ ବନ୍ୟା ର ପ୍ରଖର ସ୍ରୋତ ରେ ଭାସି ଯାଇ ଜଣେ ମୃତ ଅନ୍ୟ ୨ ଉଦ୍ଧାର ହୋଇଛନ୍ତି। ଘଟଣା ଘଟିଛି କଳାହାଣ୍ଡି ଓ କନ୍ଧମାଳ ସୀମାନ୍ତ ରେ।

ମଦନ ପୁର ରାମପୁର ଥାନ ମୋହନ ଗିରି ର ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ତଥା ବିଜେପି ନେତା ଉପେନ୍ଦ୍ର ମାଝୀ ଦୁଇଜଣ ସହ ମିଶି ସାନପୁଅ ର ବିବାହ ବନ୍ଧୁ ମିଳନ ଯୋଗଦେବା ପଡୋଶୀ କନ୍ଧମାଳ ଯାଇ ରାତ୍ର ୮ ଟା ରେ କାଲି ପୁସିଂ ବ୍ରିଜ୍ ପାରିହେବା ବେଳେ ପ୍ରଖର ସ୍ରୋତ ରେ ୩ ଜଣ ଭାସି ଯାଇଥିଲେ । ସେଥି ମଧ୍ୟରୁ ଦୁଇ ଜଣ ଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଉପେନ୍ଦ୍ର ନିଖୋଜ ଥିଲେ। ଖୋଜା ଲୋଡ଼ା ପରେ ବ୍ରିଜ୍ ର ୪୦୦ ମିଟର ଦୁରରୁ ଉପେନ୍ଦ୍ର ଙ୍କ ମୃତ ଦେହ ଉଦ୍ଧାର କରାଯଇଥିଲା ।

ମୃତ ଦେହ କନ୍ଧମାଳ ଜିଲ୍ଲା ବାରଖମା ଫାଣ୍ଡି ଅଧୀନରେ ଥିବା ସ୍ଥାନରୁ ଉଦ୍ଧାର କରାଯାଇଥିବା ହେତୁ ବାରଖମା ପୋଲିସ ଏକ ଆପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇ ପଠାଇଛି।

ପକ୍କା ଘର ଆଶାରେ ବାସ ହରା ଅସହାୟ ମହିଳା…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ୟାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କୋକସରା) – କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ କାଉଡୋଳା ଗ୍ରାମରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଲବ ବେଶ୍ରା ଙ୍କ ଘର ର କାନ୍ତ ସବୁ ଭୁଶୁଡ଼ି ପଡି ଘର ଭାଙ୍ଗି ଯାଇଛି । ଯଦ୍ୱାରା ତାଙ୍କ ର ବର୍ତ୍ତମାନ୍ ରହିବା ପାଇଁ ବାସସ୍ଥାନ ଟିଏ ନାହିଁ। ସେ ଘରକୁ ସଜାଡ଼ି ରହିବା ପାଇଁ ମଧ୍ଯ ସକ୍ଷମ ନୁହଁନ୍ତି। କେହି ମାଟି, ନଡ଼ା ଛପର ଘରେ ରହିବେ ନାହିଁ ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ ଆଜି ଏହି ପରି ଅନେକ ପରିବାର ଅଛନ୍ତି ଯେଉଁ ମାନେ କି ସରକାର ଙ୍କ ଏହି ଯୋଜନା ରୁ ବଞ୍ଚିତ ଅଛନ୍ତି। ଯେଉଁ ପରିବାର ବର୍ଗ ମାଟି ଛପର ଘରେ ରହୁଛନ୍ତି। ସେହି ସବୁ ପରିବାର ବର୍ଗ ଙ୍କୁ ଚିହ୍ନଟ କରି ସହ ସରକାର ଙ୍କ ଯୋଜନାରେ ସାମିଲ କରିବା ପକ୍କା ଘର ଯୋଗାଇବା ନିମନ୍ତେ ସାଧାରଣରେ ଦାବି ହେଉଛି।

କୂଅ ଖୋଳା ମାଟି ରାସ୍ତା ରେ ଜମା ; ରାତାରାତି ଝୁଲିଲା ସୂଚନା ଫଳକ..!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ୟାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – କୂଳ ଖୋଳା ମାଟି ରାସ୍ତା ରେ ବିଛା ଯିବାର କିଛି ଦିନ ପରେ ରାତାରାତି ସୂଚନ ଫଳକ ଝୁଲା ଯିବା ଘଟଣା ସ୍ତାନୀୟ ଅଞ୍ଚଳରେ ବର୍ତ୍ତମାନ୍ ଚର୍ଚ୍ଚା ର ବିଷୟ ପାଲଟିଛି। ସୂଚନା ଅନୁଯାୟୀ କାଉଡୋଲା ଗ୍ରାମ ର ଗଜାନନ ନାୟକ ନାମକ ଜଣେ ବ୍ୟକ୍ତି ନିଜ ଚାଷ ଜମିରେ ଏକ କୂଅ ଖୋଳିବା ପରେ ଉକ୍ତ ମାଟିକୁ କୋକୋସାରା ବ୍ଲକ ୨୬ ନମ୍ବର ଜାତୀୟ ରାଜପଥ ଠାରୁ କେନ୍ଦୁଡାଙ୍ଗରି ଯିବା ରାସ୍ତା ରେ ପକାଇ ସମତୁଲ କରିଦେଇ ଥିଲେ।

ତେବେ ଏହାର କିଛିଦିନ ଉକ୍ତ ରାସ୍ତା ରେ ଏକ ସୂଚନା ଫଳକ ଲାଗିଥିବା ଦେଖିବାକୁ ମିଳିଛି। ଉକ୍ତ ସୂଚନା ଫଳକରେ ରାସ୍ତା ର ଉନ୍ନତି କରଣ ପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କଳାହାଣ୍ଡି ଦ୍ଵାରା ଏଫ୍. ଡ଼ି. ଆର ଯୋଜନା ମାଧ୍ୟମରେ ୨୦୧୮ – ୨୦୧୯ ଆର୍ଥିକ ବର୍ଷ ଅନୁଯାୟୀ ୨୫, ୦୦୦ ଅଟକଳରେ ୨୦.୦୨.୨୦୧୯ ତାରିଖ ଠାରୁ କାର୍ଯ୍ୟ ଆରମ୍ଭ କରାଯାଇଥିବା ଦର୍ଶାଯାଇଛି।

ମାତ୍ର ସେହି ରାସ୍ତା କାର୍ଯ୍ୟ ହୋଇନଥିବା ଜଣାପଡୁଥିବା ବେଳେ କାହା ଅନୁମତି ରେ ଏହି ସୂଚନ ଫଳକ ଟି ଏଠାରେ ଲଗା ଯାଇଛି, ତାହା ସାଧାରଣରେ ରେ ସନ୍ଦେହ ପ୍ରକାଶ ପାଇଥିଲା। ଏନେଇ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବସନ୍ତ କୁମାର ସେଠୀ ଙ୍କୁ ପଚାରିବାରୁ ସେ ମୁଁ ଜାଣି ନାହିଁ ଏହି ବିଷୟରେ ଜେ. ଇ ଙ୍କୁ ପଚାରି ବୁଝିବାକୁ କହିଥିଲେ। ପରେ ବ୍ଲକ ନିର୍ବାହୀ ଯନ୍ତ୍ରୀ ତିଳୋତ୍ତମା ମାଝୀ ଙ୍କୁ ପଚାରି ବୁଝିବାରୁ ଉକ୍ତ କାର୍ଯ୍ୟ ହୋଇ ନଥିବା ସେ ଦର୍ଶାଇଥିଲେ। ଏ ସମ୍ପର୍କରେ ଜି.ପି.ଡ଼ି.ଏ ବିଦ୍ୟାଧର ଟୁଡୁ ଙ୍କୁ ପଚାରି ବୁଝିବା ପରେ ସେଠାରେ କିଏ ସୂଚନ ଫଳକ ଲଗାଇଛି ମୁଁ ଜାଣି ନାହିଁ ବୋଲି ଉତ୍ତର ଦେଇଥିଲେ। ତେବେ କାର୍ଯ୍ୟାଦେଶ ପାଇଁ ଟଙ୍କା ମଞ୍ଜୁର ନହେଲେ କିମ୍ବା ବିଭାଗୀୟ ଅଧିକାରୀ ଙ୍କ ବିନା ଅନୁମତିରେ କିଭଳି ଏଠାରେ ସୂଚନା ଫଳକ ଲଗାଯାଇଛି ଓ ଏହାକୁ କିଏ ଲାଗାଇଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବିଭିନ୍ନ ସମୟରେ ସରକାରୀ ଅର୍ଥ କୁ ଏହିଭଳି ଆତ୍ମସାତ୍ କରାଯାଉଥିବା ଅଭିଯୋଗ ହେଉଛି। ତେବେ ପ୍ରଶାସନ ତୁରନ୍ତ ଏହି ସୂଚନା ଫଳକର ବୈଦତା ସମ୍ପର୍କରେ ତଦନ୍ତ କରିବା ସହ ଏହାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା କୁ ସାଧରଣରେ ଦାବୀ ହେଉଛି।

ଭବାନୀପାଟଣା ସହରାଞ୍ଚଳରେ ଆବର୍ଜନା ଉଠାଇବା ଦିଗରେ ପୌର ପରିଷଦ କତୃପକ୍ଷ ଦୃଷ୍ଟି ଦେବେ କି ?

!!! କଳାହାଣ୍ଡି ଜିଲ୍ଲା ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଭବାନୀପାଟଣା) – କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରାଞ୍ଚଳ ମଧ୍ୟରେ ରହିଥିବା ନର୍ଦ୍ଦମା ସଫା କରିବା ଉଦ୍ଦେଶ୍ୟରେ ପୌର ପରିଷଦ କତୃପକ୍ଷ ନର୍ଦ୍ଦମା ଉପରୁ ଘୋଡ଼ଣୀ ଉଠାଇ ଭରି ରହିଥିବା ପଙ୍କ ଓ ଆବର୍ଜନା ଉଠାଇ ନର୍ଦ୍ଦମା କଡ଼ରେ ପକାଇ ରଖିଛନ୍ତି।

କିଛି ଦିନ ହେଲା ଏହା ଏଭଳି ପକାଇ ରଖିଥିବାରୁ ଏଥିରୁ ବାହାରୁଥିବା ଗନ୍ଧ ପରିବେଷ କୁ ଦୂଷିତ କରୁଛି । ଏଥିରୁ ମାଛି ଓ ମଶା ଜନ୍ମି ଜନ ଜୀବନକୁ ଅସ୍ତବ୍ୟସ୍ତ କରୁଛି। ଏଭଳି କିଛି ଦିନ ରହିଲେ ଏତଦ୍ଵାରା ବିଭିନ୍ନ ରୋଗ ଉପୁଜିବାର ସମ୍ଭାବନା କୁ ଏଡ଼ାଇ ଦିଆଯାଇ ନ ପାରେ।

ଆଗାମୀ ଦିନରେ ବର୍ଷା ହେଲେ ପୁଣି ଏହି ପଙ୍କ ଓ ଆବର୍ଜନା ଗୁଡ଼ିକ ପୁଣି ନର୍ଦ୍ଦମା ରେ ଭରି ହୋଇ ପୂର୍ବ ଅବସ୍ଥାକୁ ଫେରି ଆସିବ। ଏଣୁ ଯାଥା ଶୀଘ୍ର ଉଠାଇ ନେବା କୁ ସାଧାରଣ ରେ ଦାବୀ ହେଉଛି। କତ୍ତୃପକ୍ଷ ଏଥି ପ୍ରତି ଟିକେ ଦୃଷ୍ଟି ଦେବେ କି ?

କୁକୁଡାଟାଲରେ ୨ କଲରା ପତରିଆ ବାଘ !

!!! ନୂଆପଡ଼ା ରୁ ସତୀଶ ଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ନୂଆପଡ଼ା) – ସଦର ବ୍ଲକ ହଲଦୀ ପରେ ଏବେ କୁକୁଡାଟାଲ ନିକଟ ମୁସରଙ୍ଗୀ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଳରେ ୨ଟି କଲରା ପତରିଆ ବାଘ ଦେଖା ଦେଇଛି । ଗତ କାଳି ସନ୍ଧ୍ୟାରେ ଗାଁର କିଛି ଯୁବକ ଦୁଇଟି କଲରା ପତରିଆ ଦୁଇଟି ବାଘର ଫଟୋକୁ କ୍ୟାମେରାରେ କଏଦ କରିଛନ୍ତି । ଏବେ ୪୮ ଘଣ୍ଟା ହେଲା ଲୋକେ ଆତଙ୍କିତ ଆବସ୍ଥାରେ ଘର ତାଟି କବାଟ ବନ୍ଦ କରି ରହୁଛନ୍ତି । ଏବେ ନୂଆପଡ଼ା ବନ ବିଭାଗ ତରଫରୁ ଗାଁରେ ସଚେତନତା କରି ୨୪ ଘଣ୍ଟିଆ ପଏଁତରା ମାରୁଛନ୍ତି । ଲୋକଙ୍କୁ ଆତଙ୍କିତ ନ ହେବାକୁ ବନ ବିଭାଗ ପରାମର୍ଶ ଦେଉଛି ।

ଗତ ମଙ୍ଗଳବାର ସନ୍ଧ୍ୟାରେ ଆମାନାର ପଞ୍ଚାୟତ କୁକୁରାଟାଲ ନିକଟ ମୁସରଙ୍ଗୀ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଳରେ ଦୁଇଟି କଲରା ପତରିଆ ବାଘ ଦେଖା ଦେଇଥିଲା । ଜଙ୍ଗଳର ଏକ ଚଟାଣ ଉପରେ ଦୁଇଟି ବାଘ ବୁଳୁଥିବା ଲୋକେ ଦେଖିବାକୁ ପାଇଥିଲେ । ସେଠାରେ ଗାଁର କିଛି ଯୁବକ ଦୁଇଟି ବାଘର ଫୋଟୋକୁ ମୋବାଇଲ କ୍ୟାମେରାରେ କଏଦ କରିଥିଲେ । ଏହି ଫଟୋ ଦେଖି ଗାଁ ଲୋକେ ଭୟଭିତ ହୋଇ ପଡିଥିଲେ ।

ସୋସିଆଲ ମିଡିଆରେ ଫୋଟୋ ଘୁରି ବୁଳିବାରୁ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡିଛନ୍ତି । ହଲଦୀ ଘଟଣା ମନରୁ ନ ଲିଭୁଣୁ ଏବେ କୁକୁରାଟାଲ ଗାଁରେ ପୁଣି ଦୁଇଟି ବାଘ ଦେଖା ଦେଇଥିବାରୁ ଅଞ୍ଚଳବାସୀ ଆତଙ୍କିତ କରିଛି । କାଳେ ଦୁଇଟି ବାଘ ଗାଁକୁ ପଶି ଯିବ କି ? କାହାର ଘରକୁ ଆସି ଯିବ କି ବୋଲି ଲୋକେ ଘର ତାଟି କବାଟ ବନ୍ଦ କରି ଭୟଭିତ ଅବସ୍ଥାରେ ରହୁଛନ୍ତି । ଏବେ ବି ହଲଦୀ ଗାଁର ଦୃଶ୍ୟ ମନେ ପକାଇ ଲୋକଙ୍କ ଛତି ଥରି ପଡୁଛି । ଏହି ଖବର ପାଇ ଗତ କାଳି ରାତିରେ ନୂଆପଡ଼ା ବନ ବିଭାଗ କୁକୁରାଟାଲ ଗାଁରେ ପହଂଚି  ଥିଲେ ।

ସେଠାରେ ବନ କର୍ମଚାରୀ ନିୟୋଜିତ ହୋଇ ଲୋକଙ୍କୁ ସଚେତନ କରିଥିଲେ । ଏବେ ମଧ୍ୟ ଗାଁରେ ବନ ବିଭାଗ କର୍ମଚାରୀ ଗାଁରେ ୨୪ ଘଣ୍ଟିଆ ପଏଁତରା ମାରି ଲୋକଙ୍କୁ ସୁରକ୍ଷା ଦେବା ସହ ସଚେତନ କରୁଛନ୍ତି । ସନ୍ଧ୍ୟା ଓ ରାତିରେ ସତର୍କତାର ସହ ଘରୁ ବାହାରିବା ସହ ଘର ତାଟି କବାଟ ବନ୍ଦ କରିବାକୁ ଶୋଇବାକୁ ପରାମର୍ଶ ଦେଉଛୁ ବୋଲି ସଦର ରେଂଜର ଅସୀତ ଦାସ ସୂଚନା ଦେଇଛନ୍ତି । ତେବେ କୌଣସି ଅଘଟଣା ଘଟିବା ପୂର୍ବରୁ ଦୁଇଟି ବାଘକୁ ଧରି ନନ୍ଦନ କାନନ କିମ୍ବା ଅନ୍ୟତ୍ର ନେଇ ଯିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି । ଏନେଇ ଏସିଏଫ  ମିହିର ରଂଜନ ପଟ୍ଟନାୟକଙ୍କୁ ପଚାରିବାରୁ, ମୁଁ ଛୁଟିରେ ଭୁବନେଶ୍ୱର ଆସିଛି ।

କୁକୁଡାଟାଲରେ ବାଘ ବାହାରୁଥିବା ଖବର ପାଇଛି । ସେଠାରେ ଆମର ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଗତ ଦୁଇ ବର୍ଷ ତଳେ ସଦର ବ୍ଲକ ହଲଦୀ ଗାଁରେ ଦୁଇଟି କଳରା ପତରିଆ ବାଘ ଆତଙ୍କ ଖେଲାଇଥିଲା । ୨୦୧୭ ମଇ ୨୬ ତାରିଖ ରାତିରେ ହଲଦୀ ଗାଁର ହିରାଲାଲ ପାଣ୍ଡେଙ୍କ ଚାରି ବର୍ଷର ଶିଶୁ ପୁତ୍ର ଛଗନଲାଲଙ୍କୁ ମାଁ କୋଳରୁ ଛାମ୍ପି ନେଇ ଖାଇ ଯାଇଥିଲା । ଜୁନ ୧୫ ତାରିଖରେ ମଣିଷ ଖିଆ ଅଣ୍ଡିରା କଲରା ପତରା ବାଘ ଓ ଅକ୍ଟୋବର ୩୧ ତାରିଖରେ ଅନ୍ୟ ଏକ ବାଘୁଣିକୁ ବନ୍ୟପ୍ରାଣି ବିଭାଗ ଯନ୍ତାରେ ଫସାଇ ନନ୍ଦନ କାନକକୁ ନେଇ ଯାଇଥିଲା ।

ନକଲି ଗୁଟୁଖା କାରଖାନା ଠାବ ରେ ରାୟଗଡ ପୋଲିସ ର ବଡ଼ ସଫଳତା ।

!!! ଦକ୍ଷିଣ ଓଡିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ !!!

ଏକ ବିସ୍ୱସ୍ଥ ସୂତ୍ର ରୁ ଖବର ପାଇ ନକଲି ଗୁଟୁଖା ତିଆରି କାରଖାନା ଉପରେ ପୋଲିସ ଚଢାଉ କରିଛି । ରାୟଗଡ ଜିଲ୍ଲା ଚନ୍ଦ୍ରପୁର ବ୍ଲକ ମୁନିଗୁଡା ଥାନା ଅଧିନସ୍ଥ ତୁରିଗୁଡା ଗ୍ରାମ ଠାରେ ପୋଲିସ ଏହି ନକଲି ଗୁଟୁଖା କାରଖାନ ଠାବ କରିଛି ।

ମୁନିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଆର.କେ ଦିହୁରି ତାଙ୍କ ସହଯୋଗୀ କର୍ମକର୍ତ୍ତା ଙ୍କୁ ନେଇ ବିଷମକଟକ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ଚନ୍ଦ୍ର ଶେଖର ହୋତା ଙ୍କ ତତ୍ଵାବଧାନ ରେ ଏହି ଚଢ଼ାଉ କରିଥିଲେ ।

ଏହି ସଂକ୍ରାନ୍ତ ରେ ପୋଲିସ ମୁନିଗୁଡା ଥାନା କେସ୍ ନମ୍ବର ୯୯ ତା ୦୬/୦୮/୧୯ ରିଖ କ୍ରମେ ଏକ ମାମଲା ରୁଜୁ କରି ଏହି କାରଖାନା ପରିଚାଳକ ତଥା ବ୍ରହ୍ମପୁର ପାଣିଗ୍ରାହୀ ପେଣ୍ଠ ବ୍ରଜରାଜ ନଗର ନିବାସୀ ଗୌରୀ ଶଙ୍କର ପତି , ବ୍ରହ୍ମପୁର ଥାନା ହରିଡା଼ଖଣ୍ଡି ଗ୍ରାମ ନିବାସୀ ବଳରାମ ଗୌଡ ଏବଂ ମୁନିଗୁଡା ଥାନା ଆଂକୁଲି ପଦର ଗ୍ରାମ ନିବାସୀ ମୋହନ ଗୁଡୁମ୍ବାକା ଙ୍କ ବିରୋଧ ରେ ଭାରତୀୟ ପିଙ୍ଗଳ କୋର୍ଟ ଧାରା ୨୭୩ / ୪୨୦ / ୩୪ ଏବଂ ତମ୍ବାଖୁ ନିୟନ୍ତ୍ରଣ ଆଇନ ର ଧାରା ୨୦ କ୍ରମେ କେସ୍ ରୁଜୁକରି ତଦନ୍ତ ଚଲାଇଛି ।

ଅଭିଯୁକ୍ତ ମାନେ ଏହି ହାନିକର ଦ୍ରବ୍ୟ ଓ ନକଲି ଗୋକୁଳ ଡିଲକ୍ସ ମିକ୍ସ ନାମ ରେ ନକଲି ହାନିକାରକ ତମାଖୁ ତିଆର କରି ମୁନିଗୁଡା ସହର ଓ ସହର ବାହାର କୁ ଗୁଟୁଖା ବିକ୍ରୟ କରି ଜନ ସାଧାରଣ ଙ୍କୁ ଠକୁ ପୋଲିସ ଅଭିଯୋଗ କରିଛି ।

ଚଢ଼ାଉ ବେଳେ ପୋଲିସ ଏଠାରୁ ୨ ଗୋଟି ବଡ଼ ମିକ୍ସର୍ ମେସିନ , ଗୋଟିଏ ଓଭମ , ଡିଲକ୍ସ ମିକ୍ସ ଥିବା ଗୁଟୁଖା ୪୦ ବସ୍ତା ଏବଂ ୧୬ ଗୋଟି ଟ୍ରେ ଜବତ କରିଛି । ସମସ୍ତ ଜିନିଷ ଗୁଡ଼ିକ ର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ ବୋଲି ରାୟଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଶ୍ରବଣ କୁମାର ବିବେକ ସୁଚନା ଦେଇଛନ୍ତି ।

ପୋଲିସ ର ଏତେ ବଡ଼ ସଫଳତା କୁ ସାଧାରଣ ରେ ଭୁୟସି ପ୍ରଶଂସା କରାଯାଇଛି । ଆଗାମୀ ଦିନ ରେ ଏଭଳି ବେଆଇନ କାର୍ଯ୍ୟ ପ୍ରତି ନଜର ରଖିବା ସଙ୍ଗେ ସଙ୍ଗେ ତମ୍ବାଖୁ ବିକ୍ରୟ ସ୍ଥାନ ରେ ହେଉଥିବା ତମ୍ବାଖୁ ଦ୍ରବ୍ୟ ବିକ୍ରିକୁ ଯାଞ୍ଚ କରି ଦୃଢ ହସ୍ତ ରେ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ରାଜ୍ୟ ଖାଉଟି ସୁରକ୍ଷା ପରିଷଦ ର ସଭ୍ୟା ଶ୍ରୀମତୀ ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଦାବୀ କରିଛନ୍ତି ।

ଗଜପତି ଜିଲ୍ଲା ବିଜେପି ତରଫରୁ ସୁଷମା ସ୍ବରାଜଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ…!

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ବିଜେପି ତରଫରୁ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ଥାନୀୟ ଏର୍ଦଲା ସାହି ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଜିଲ୍ଲା ବିଜେପି ସଭାପତି ଜି.ଭେଙ୍କଟରାବଣା ନେତୃତ୍ବରେ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ବଜେପି ସଭାପତି ଏମ୍.ଗୋପାଳ ରାଓ, ସିଦ୍ଧେଶ୍ବର ମିଶ୍ର, ପାରଳାଖେମୁଣ୍ଡି ପୌରପାଳିକାର ପୂର୍ବତନ ନଗରପାଳ ପିନିଣ୍ଟି କ୍ରିଷ୍ଣା,ନୃସିଂହ ଚରଣ ପଟନାୟକ,କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳ,ଚିଟି ବାବୁ,କେ.ରାମା,ଜିଲ୍ଲା ପରିଷଦ ସଭ୍ୟା ବିମଳା ସାମଲ,ଜମିଦାର ପଟନାୟକଙ୍କ ସମେତ ବହୁ ଦଳୀୟ ନେତା କର୍ମୀ ଉପସ୍ଥିତ ଥିଲେ ।

ଜିଲ୍ଲା ସଭାପତି ଜି.ଭେଙ୍କଟ ରାବଣା ଶ୍ରୀମତି ସୁଷମା ସ୍ବରାଜ ୧୯୫୨ ମସିହାରେ ହରିୟାଣା ରାଜ୍ୟର ଅମ୍ବାଲାକ୍ୟାଣ୍ଟ ଠାରେ ଜନ୍ମଗ୍ରହଣ କରିଥିଲେ ବୋଲି କହିଥିଲେ ।ତାଙ୍କ ବାପା ହାର୍ଦ୍ଦିକ ଶର୍ମା ଆରଏସଏସ କାର୍ଯ୍ୟକର୍ତ୍ତା ଥିଲେ ।ତାଙ୍କ ପ୍ରେରଣାରେ ଅନୁପ୍ରାଣୀତ ହୋଇ ସେ ଆଇନ ପାଠ ପଢୁଥିବା ସମୟରେ ଆରଏସଏସ ର ଛାତ୍ର ସଙ୍ଗଠନ ଏବିଭିପିରେ ୧୯୭୦ସାମିଲ ହୋଇଥିଲେ ।ଛାତ୍ର ଜୀବନରୁ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା । ୧୯୭୩ ମସିହାରେ ସେ ସୁର୍ପିମକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ ।୧୯୭୫ମସିହାରେ ଆଇନଜୀବି ସ୍ବରାଜ କୌଶଲଙ୍କ ସହ ବିବାହ ହୋଇଥିଲା । ୧୯୭୭ ମସିହାରେ ସେ ପ୍ରତ୍ୟଖ ରାଜନୀତିରେ ପାଦଦେଇ ଜନତା ଦଳ ସାମିଲ ହୋଇଥିଲେ । ସେହି ବର୍ଷ ହରିୟାଣା ବିଧାନସଭାକୁ ନିର୍ବାଚିତ ହେବାସହ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ । ଯାହାକି ଦେଶର ସବଠୁ କମ୍ ବୟସରେ କ୍ୟାବିନେଟ ମନ୍ତ୍ରୀ ହେଇଥିବାର ରେକର୍ଡ ତାଙ୍କ ନାମରେ ରହିଛି ।

୧୯୮୦ମସିହାରେ ବିଜେପି ଦଳ ଗଠନ ହୋଇଥିଲା ସେଥିରେ ଯୋଗଦେଇଥିଲେ । ୧୯୮୭ରୁ୧୯୯୦ ମସିହା ପର୍ଯ୍ୟନ୍ତ ହରିୟାଣାର ଚୌଧୁରୀ ଦେବୀଲାଲ ସରକାରରେ ଶିଖ୍ୟା ମନ୍ତ୍ରୀ ଭାବେ,୧୯୯୦ ମସିହାରେ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୬ ମସିହାରେ ଲୋକସଭାକୁ ନିର୍ବାଚିତ ହେବୋସହ ଅଟଳ ବିହାର ବାଜପେୟୀଙ୍କ ମନ୍ତ୍ରୀ ମଣ୍ଡଳରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ, ୧୯୯୮ମସିହାରେ ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଥମ ମହିଳା ଭାବେ ବିଜେପିର ପ୍ରବକ୍ତା ଭାବେ କାର୍ଯ୍ୟ କରିଥିଲେ । ନରେନ୍ଦ୍ର ମୋଦୀଙ୍କ ସରକାରରେ ବୈଦେଶିକ ମନ୍ତ୍ରୀ ଭାବେ ସୂଚାରୁରୂପେ ନିଜର ଦାୟିତ୍ୟ ତୁଲାଇଥିଲେ ଉପସ୍ଥିତ ଦଳୀୟ ନେତା ଓ କର୍ମୀମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ । ତାଙ୍କର ମୃତ୍ୟୁରେ ଦେଶ ଜଣେ ଅଗ୍ନିବର୍ଷୀ ନାରୀନେତ୍ରୀଙ୍କୁ ହରାଇଲା ବୋଲି କହିଥିଲେ ।