ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକୁ କଲେଜ କର୍ତ୍ତୃପକ୍ଷ ଙ୍କ ଅବମାନନା ; ଓଡ଼ିଆ ଭାଷା ପାଇଁ ସରକାରୀ ନିୟମ ପାଲଟିଛି ଖାଲି ଚୁଛା ପ୍ରହସନ…!

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସ୍ନାତକ ଓଡ଼ିଆ ବିଭାଗ ଛାତ୍ରାଛାତ୍ରୀ ମାନଙ୍କୁ ମଧ୍ୟରେ ଆଡ଼ମିସନ ଫିଜକୁ ନେଇ ଅଶାନ୍ତି ଦେଖାଦେଇଛି । ସମସ୍ୟାର ସମାଧାନ ପାଈଁ ଛାତ୍ରାଛାତ୍ରୀ ମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଛାତ୍ରଛାତ୍ରୀ ମାନେ ସେମାନଙ୍କ ଅଭିଯୋଗରେ ଜଣାଇଛନ୍ତି ଯେ , ଯେଉଁ ପିଲାମାନେ ସରକାରୀ ମହାବିଦ୍ୟାଳୟ ଗୁଡ଼ିକରେ ସ୍ନାତକ ଓଡ଼ିଆ ବିଭାଗରେ ଆଡ଼ମିସନ କରୁଛନ୍ତି ,କେବଳ ହଷ୍ଟେଲ ପିଲାଙ୍କ ଫିଜ୍ ବ୍ୟତିତ ସେମାନଙ୍କ ଠାରୁ ଆଉ କୋଣସି ଫିଜ୍ ନିଆଯିବ ନାହିଁ ଏବଂ ଏ ସମ୍ପର୍କରେ ସମସ୍ତ ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ମାନଙ୍କୁ ଏହି ବିଜ୍ଞପ୍ତି ତଥା ଆଦେଶନାମା ଗତ ୨୦୧୮-୧୯ ଶିକ୍ଷା ବର୍ଷ ଠାରୁ ଲାଗୁ ହେବ ବୋଲି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ହେଲେ ମଧ୍ୟ ଉଚ୍ଚ ଶିକ୍ଷା ବିଭାଗର ପ୍ରକାଶିତ ସରକାରୀ ବିଜ୍ଞପ୍ତି ପ୍ରତି ସମ୍ପୃକ୍ତ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସମ୍ପୁର୍ଣ୍ଣ ଭାବେ ଅବଜ୍ଞା ଓ ଅବମାନନା କରି ଛାତ୍ରଛାତ୍ରୀଙ୍କ ଠାରୁ ଚଳିତ ଥର ପୁନଃ ଆଡ଼ମିସନ ଫିଜ୍ ବାବଦରେ ଜଣପିଛା ୩୫୩୯ ଟଙ୍କା ନିଆଯାଉଥିବା ଛାତ୍ରଛାତ୍ରୀ ଅଭିଯୋଗରେ ଜଣାଇଛନ୍ତି ।

ଅନ୍ୟପକ୍ଷରେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏସମ୍ପର୍କରେ ଦୁଇଥର ଲିଖିତ ଅଭିଯୋଗ ପତ୍ରରେ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରାନଯାଇ ବର୍ତ୍ତମାନ ପୁଣି ଛାତ୍ରାଛାତ୍ରୀ ମାନଙ୍କୁ ରି-ଆଡ଼ମିସନ ପାଈଁ ନୋଟିସ କରାଯାଇଛି ।

ଆହୁରି ମଧ୍ୟ ଛାତ୍ରାଛାତ୍ରୀ ମାନେ ସେମାନଙ୍କ ଅଭିଯୋଗରେ ଜଣାଇଛନ୍ତି ଯେ ,ସରକାରଙ୍କ ବିଜ୍ଞପ୍ତି ପ୍ରକାରେ ଆମେ ଆମର ଆଡ଼ମିସନ ପାଉଣା ଛାଡ଼ ନିମନ୍ତେ ଉଚ୍ଚଶିକ୍ଷା ବିଭାଗର ପ୍ରଦତ୍ତ ଚିଠି ସହ ଏକ ଦରଖାସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏସମ୍ପର୍କରେ ସାକ୍ଷାତ ଆଲୋଚନା କରି ଗତ ୫/୮/୨୦୧୯ ରେ ନିବେଦନ ଦରଖାସ୍ତ ଦେଇଥିଲୁ , ହେଲେ ଏ ଦିଗରେ କୌଣସି ଉତ୍ତର ନ ମିଳିବା ପରେ ଆମେ ପୁଣି ଗତ ୧୦/୮/୧୯ ରେ ମିଶିଥିଲୁ । ହେଲେ ଏ ସମ୍ପର୍କରେ ଆମକୁ କୁହାଯାଇଥିଲା ଯେ , ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କ ଠାରୁ ଯେଉଁ ବିଜ୍ଞପ୍ତି ବାହାରିଛି ବା ଆସିଛି , ତାହା ସମ୍ପୁର୍ଣ୍ଣ ଭାବେ ମିଥ୍ୟା , ଫେକ୍ ଓ ନକଲି ବୋଲି କହିଥିଲେ ।

ଛାତ୍ରାଛାତ୍ରୀ କହିଛନ୍ତି ଯେ , ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀକାନ୍ତ ପୃଷ୍ଟିଙ୍କ ଦସ୍ତଖତ ଥାଇ ପ୍ରକାଶିତ ବିଜ୍ଞପ୍ତି ଯଦି ମିଥ୍ୟା , ଫେକ୍ ଓ ନକଲି , ତେବେ ଏ ସମ୍ପର୍କରେ ଆବଶ୍ୟକ ସତ୍ୟାସତ୍ୟ ତଦନ୍ତ ହେବା ଜରୁରୀ ବୋଲି ଛାତ୍ରାଛାତ୍ରୀ ମାନେ ଅଡି-ବସିଛନ୍ତି ।

ଏହି ଅବସରରେ ସ୍ନାତକ ଓଡ଼ିଆ ବିଭାଗର ସମସ୍ତ ଛାତ୍ରଛାତ୍ରୀ ମହାବିଦ୍ୟାଳୟ ପରିସରରୁ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ରାସ୍ତା ରେ ବିଭିନ୍ନ ସ୍ଲୋଗାନ ସବୁ ଦେଇ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ କରିଥିଲେ ଏବଂ ସ୍ମାରକପତ୍ର ପ୍ରଦାନ କରିଥିଲେ । “ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କ ଦସ୍ତଖତ ଥିବା ଏହି ନିର୍ଦ୍ଦେଶନାମା କଣ ସତରେ ମିଥ୍ୟା ଓ ନକଲି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଧର୍ମଗଡ଼ କୁ ଇଲେକ୍ଟ୍ରିକ ଡିଭିଜନ ସ୍ଥାନାନ୍ତରିତ କରିବା ନିମନ୍ତେ ସଧାରଣରେ ଦାବୀ ।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – 2015 ମସିହାରେ ଧର୍ମଗଡ଼ ଠାରେ ଉଦ୍ଘାଟିତ ହୋଇଥିଲା”ଧର୍ମଗଡ଼ ଇଲେକ୍ଟ୍ରିକ ଡିଭିଜନ ” । ଏହା ଧର୍ମଗଡ଼ ଠାରେ କିଛି ଦିନ କାର୍ଯ୍ୟ କରିବାପରେ ଏହାକୁ ଭବାନୀପାଟଣା ଉଠାଇ ନିଆଗଲା । ଫଳରେ ଏହାକୁ ନେଇ ଧର୍ମଗଡ଼ ଠାରେ ଜନ ଅସନ୍ତୋଷ ଦେଖା ଦେଇଛି । ସୁଦୂର ଭବାନୀପାଟଣା କୁ ଯାଇ ଲୋକେ କାର୍ଯ୍ୟ ନିର୍ବାହ କରିବା ଲାଗି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହି ଡିଭିଜନ କୁ ପୁଣି ଧର୍ମଗଡ଼ ଠାରେ ପୂର୍ବ ଭଳି କାର୍ଯ୍ୟକ୍ଷମ କରିବାଲାଗି ଜନ ଆନ୍ଦୋଳନ ତେଜୁଛି । ଡିଭିଜନ କାର୍ଯ୍ୟାଳୟକୁ ପୁଣି ଧର୍ମଗଡ଼ ଠରେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରିବା ଦାବୀରେ ଧର୍ମଗଡ଼ ଜଗନ୍ନାଥ ସେବା ସମିତି ପକ୍ଷରୁ ମାନ୍ୟବର ଶକ୍ତି ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହା ପ୍ରଦାନ କରିବା ସମୟରେ ବିଦ୍ୟାଧର ସାହୁ, ଲକ୍ଷ୍ମୀକାନ୍ତ ବାଗ, ବିଷ୍ନୁ ପ୍ରସାଦ ଅଗ୍ରୱାଲ, ରାଜେନ୍ଦ୍ର ମୁନି ସମୂହ ଉପସ୍ଥିତ ଥିଲେ।

ବସନ୍ତ ପଣ୍ଡା “ଦିଶା” ର ଅଧ୍ୟକ୍ଷ ଭାବେ ନିଯୁକ୍ତ;ପ୍ରଧାନମନ୍ତ୍ରୀ କୃତଜ୍ଞତା ଜ୍ଞାପନ…!

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ନୂଆପଡ଼ା) – ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵିତୀୟ ଇନିଂସ ରେ ଓଡିଶା ରାଜ୍ୟ ବିଜେପି ସଭାପତି ତଥା କଳାହାଣ୍ଡି ଲୋକସଭା ସାଂସଦ ଆଦରଣୀୟ ଜନନାୟକ ବସନ୍ତ କୁମାର ପଣ୍ଡାଙ୍କୁ କେନ୍ଦ୍ରୀୟ ” ଦିଶା “କମିଟି( Ministry of Rural Development )Govt.of India କମିଟିର ଅଧ୍ୟକ୍ଷ ଭାବେ ନୂଆପଡା ଏବଂ କଳାହାଣ୍ଡି ଜିଲ୍ଲା ପାଇଁ ନିଯୁକ୍ତି ଦିଆଯାଇଥିବାରୁ ସ୍ଥାନୀୟ କର୍ମୀଙ୍କ ମାଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି।ପ୍ରଧାନ ମନ୍ତ୍ରୀଙ୍କ ଏଭଳି ପଦକ୍ଷେପ କୁ ଭୁୟସୀ ପ୍ରଶଂସା କରାଯାଇଛି ।ଶ୍ରୀ ପଣ୍ଡାଙ୍କ ବଳିଷ୍ଠ କାର୍ଯ୍ୟ ଦକ୍ଷତା ଏହି ଜିଲ୍ଲା କୁ ଉନ୍ନତି ପଥରେ ଆଗେଇନେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

ନାଗ ରୂପ ସଦୃଶ୍ୟ ଧାରଣ କରି ଶିବ ଙ୍କୁ ଜଳାଭିଷେକ କଲେ କାଉଡିଆ ଭକ୍ତ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – ଶ୍ରାବଣ ମାସ ଆରମ୍ଭରୁ ଧର୍ମଗଡ଼ ଅଞ୍ଚଳରେ ଥିବା ଶୈବାଳୟ ରେ କାଉଡିଆ ଙ୍କ ସମେତ ସାଧାରଣ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ହେଲେ ଧର୍ମଗଡ଼ ନିକଟସ୍ଥ କାଙ୍ଗେରି ଗ୍ରାମର ମହାଦେବ ବୋଲବମ ସଂଘ ତରଫରୁ ଶ୍ରାବଣ ମାସର ପ୍ରଥମ ସୋମବାର ରୁ ନିଜ ନିଜ କାଉଡି ଧରି ପ୍ରଥମ ସୋମବାର ରେ କାଙ୍ଗେରି ଶିବ ମନ୍ଦିର, ଦ୍ଵିତୀୟ ସୋମବାର ରେ ହରିଶଙ୍କର ଓ ନୃସିଂହନାଥ ମନ୍ଦିର , ତୃତୀୟ ସୋମବାର ଦିନ ରାଣିପୁର ଝରିଆଲ ଶିବ ମନ୍ଦିର ଓ ସସ୍ ସୋମବାରରେ କାଙ୍ଗେରି ବୋଲବମ୍ ଭକ୍ତ ମାନେ ନାଗ ରୂପ ସଦୃଶ୍ୟ ଧାରଣ କରି କାଙ୍ଗେରି ବସ ଛକ ରୁ ଗୁରୁଣ୍ଡି ଗୁରୁଣ୍ଡି ଶିବ ମନ୍ଦିର ପାଖରେ ପହଞ୍ଚି ଶିବ ଲିଙ୍ଗ ଉପରେ ଜଳାଭିଷେକ କରିଥିଲେ। ବୋଲବମ ଭକ୍ତ ମାନେ ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ଆସିବା ସମୟରେ ନାଗବମ ଏକ ନିଆରା ପରମ୍ପରା ହୋଇଥିବା ହେତୁ ବିଭିନ୍ନ ଅଞ୍ଚଳରୁ ନାଗବମ୍ ଦେଖିବା ପାଇଁ ସହ ସହ ଭକ୍ତ ଙ୍କ ସମାଗମ ହୋଇଥିଲା। ବର୍ଷା ପାଣି ରେ ରାସ୍ତା କାଦୁଅ ହୋଇଥିବାରୁ ଓ ରାସ୍ତା ରେ ମେଟାଲ୍ ପଡିଥିବାରୁ ଭକ୍ତଙ୍କ ଶରୀର କ୍ଷତବିକ୍ଷତ ଯେପରି ନହେଉ ସେହି ସକାଶେ ପାଣି ସିଞ୍ଚନ ଓ ନିମ୍ବ ପତ୍ର ବିଞ୍ଚାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କାଙ୍ଗେରି ଗ୍ରାମ ବାସୀଙ୍କ ସହିତ ପଦ୍ମନାଭ ରଣା ଓ ମହିଳା ମାନେ ସହୋଯାଗ କରିଥିଲେ। ନାଗବମ ମାନଙ୍କ ମଧ୍ୟରେ ଯତୀନ୍ଦ୍ର ଘି, ନୂତନ ଘି, ପୂର୍ଣ୍ଣ ଚନ୍ଦ୍ର ମଶ୍ରା, ଦେବାନନ୍ଦ ବଗର୍ତ୍ତୀ, ଦୁର୍ଗେ ଛତ୍ରେୟା, ଗଣେଶ ଛତ୍ରେୟା, ଭୈରବୀ ଭାଇସାଲ, ସୁଦାମ ଟିକ୍ରା, ପପୁ ବାଗ ଓ ବିପିନ ଥିଲେ।

ଜଳ ବନ୍ଦୀରେ ଲାଞ୍ଜିଗଡ଼ ର କୁଟୁରୁ ପଞ୍ଚାୟତ ସାତ ଖଣ୍ଡ ଗାଁ;ପହଞ୍ଚି ପାରିନି ସହାୟତା…!

!!! କଳାହାଣ୍ଡି ଜିଲ୍ଲା ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଲାଞ୍ଜିଗଡ଼) – ଚଳିତ ଲଗାଣ ବର୍ଷାରେ ରାଜ୍ୟ ସାରା ବେହାଲ । ଅନେକ ସ୍ଥାନରେ ବହୁତ ଗ୍ରାମ ଜଳମଗ୍ନ । ଏହାର ପ୍ରତିକାର ନିମନ୍ତେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରି ଜିଲ୍ଲା କର୍ତ୍ତୃପକ୍ଷ ଙ୍କୁ ଜଳବନ୍ଦୀ ଙ୍କୁ ସମସ୍ତ ସୁବିଧା ଯୋଗାଇବା ନିମନ୍ତେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ତାଗିଦ ରହିଛି । ତଥାପି ଏହାର ଛିଟା ପଡି ପାରିନି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ରେ । ଏଠାରେ ପ୍ରବାହିତ ରେତ ନଦୀ ରେ ବନ୍ୟା ଆସିବାରୁ ପାଣି ଘେରରେ କାନ କୁଟୁରୁ ପଞ୍ଚାୟତ ର ସାତ ଖଣ୍ଡ ଗାଁ ଜଳବନ୍ଦୀ ହୋଇ ରହିଛି ।

ଛତ୍ରପୁର ରୁ ବତେର୍ଲିମା କୁ ସଂଯୋଗ କରୁଥିବା ବ୍ରିଜର ରାସ୍ତା ଧୋଇ ଯିବାରୁ ଯୋଗାଯୋଗ ବିଛିନ୍ନ ହୋଇଛି । ଜଳ ବନ୍ଦୀଙ୍କ ନିକଟରେ ବର୍ତ୍ତମାନ ସୁଦ୍ଧା ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ଅଭଯୋଗ ହୋଇଛି । ଯେତେବେଳେ ପ୍ରଶାସକ ଏଠି ଅପହଞ୍ଚ ସହାୟତା ବା ପହଞ୍ଚନ୍ତା କେମିତି ବୋଲି ସଧାରଣରେ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ସହାୟତା ଆଶା ରେ ଜଳବନ୍ଦୀ ଜନତା । କଳାହାଣ୍ଡି ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି ।

ଲଗାଣ ବର୍ଷା ରେ ଘର କାନ୍ଥ ଭୁଷୁଡି ବୃଦ୍ଦା ଶାଶୁ ମୃତ,ବୋହୁ ଗୁରୁତର…!

!!! କଳାହାଣ୍ଡି ଜିଲ୍ଲା ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଭବାନିପାଟଣା) – ଲଗାଣ ବର୍ଷା ରେ ଘର ର ମାଟି କାନ୍ଥ ଭୁଷୁଡିବାରୁ ଭବାନୀପାଟଣା ଗୋସାଲପଡା ରେ ବୃଦ୍ଦା ଶାଶୁ ଙ୍କ ମୃତ୍ୟୁ ହୋଇଥିବା ବେଳେ ବୋହୁ ଙ୍କୁ ଅବସ୍ତା ଗୁରୁତର ହୋଇପଡ଼ିଛି। ଗୁରୁତର ବହୁ କୁ ବୁର୍ଲା ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ମୃତ ସତୁରୀ ବର୍ଷିଆ ଶାଶୁ ରାଣୀମତୀ ସିଂ ଓ ଗୁରୁତର ଯୋଶବନ୍ତୀ ସିଂ ରୋଷେଇ କରୁଥିବା ବେଳେ ରୋଷେଇ ଘର ଭୁଷୁଡି ପଡିଥିଲା । ସ୍ଥାନୀୟ ଦୁଇ ଜଣ ପୁରୁଷ କାନ୍ଥ ତଳୁ ଦୁଇ ଜଣ ଙ୍କୁ ଉଦ୍ଧାର କରି ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ । ଗୁରୁତର ଯୋଶବନ୍ତୀ ଙ୍କ ଅବସ୍ଥା ସଂକଟାପନ୍ନ ଥିବା ବୁର୍ଲା ମେଡିକାଲ କତୃପକ୍ଷ କହିଥିବା ସୂଚନା ମିଳିଛି । ପରିବାର ଟି ଫେରିବାଲା ଭାବରେ କାର୍ଯ୍ୟ କରି ଗୁଜୁରାଣ ମେଣ୍ଟାଉଥିଲେ। ଘର ଖଣ୍ଡିଏ ନଥିବା ନେଇ ପରିବାର ବର୍ଗ ସରକାର ଙ୍କ ନିକଟରେ ଆବେଦନ କରିଥିଲେ ବି ମିଳି ନଥିବା ପରିବାର ସଦସ୍ୟ ସୁଚନା ଦେଇଛନ୍ତି ।

ଗୋଳମୁଣ୍ଡା ବ୍ଲକ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ପରଲୋକ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଜୁନାଗଡ଼) – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚିଚୈଗୁଡା ଗ୍ରାମର ଶାନ୍ତନୁ କୁମାର ପଣ୍ଡା ଙ୍କ ଆଜି ୧୨/୦୮/୧୯ ଦିନ ନିଜ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା।ତାଙ୍କର ମୃତ୍ୟୁ ଖବର ଶୁଣି ଅଞ୍ଚଳରେ ରେ ଶୋକର ଛାୟା ଖେଳିଯାଇଛି । ସେ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ, କିନ୍ତୁ ଆଜି ହଠାତ ତାଙ୍କର ଦେହ ଖରାପ ହୋଇ ମୃତ୍ୟୁ ଘଟିଥିଲା।ସେ ଗୋଳମୁଣ୍ଡା ବ୍ଲକ ରେ ଗ୍ରାମପଞ୍ଚୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ କାର୍ଯ୍ୟରତ ଥିଲେ। ତାଙ୍କର ମୃତ ଶରୀର କୁ ଶେଷ ଦର୍ଶନ ନିମନ୍ତେ ଅଞ୍ଚଳର ବହୁ ବ୍ୟକ୍ତି ଆସିଥିବା ବେଳେ କଲମପୁର ବ୍ଲକ ର ସୁପରିଚିତ ସମାଜସେବୀ ପରମାନନ୍ଦ ଠାକୁର ଉପସ୍ଥିତ ଥିଲେ। ଶାନ୍ତନୁ ଙ୍କ ଦୁଇ ପୁଅ ଜିତୁ ଓ ସିତୁ ମୁଖାଗ୍ନି ଦେଇ ଶେଷ କୃତ୍ୟ ସମ୍ପନ୍ନ କରିଥିଲେ।

ପ୍ରଶାସକ ଏଠି ଶୁଣ୍ଢି କାନ ହେଲେ,କହିବା କାହାକୁ। ଶୁଣିବ କିଏ ?

!!! କଳାହାଣ୍ଡି ଜିଲ୍ଲା ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଭବାନୀପାଟଣା) – କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରାଞ୍ଚଳ ମଧ୍ୟରେ ରହିଥିବା ନର୍ଦ୍ଦମା ସଫା କରିବା ଉଦ୍ଦେଶ୍ୟରେ ପୌର ପରିଷଦ କତୃପକ୍ଷ ନର୍ଦ୍ଦମା ଉପରୁ ଘୋଡ଼ଣୀ ଉଠାଇ ଭରି ରହିଥିବା ପଙ୍କ ଓ ଆବର୍ଜନା ନର୍ଦ୍ଦମା କଡ଼ରେ ପକାଇ ରଖିଛନ୍ତି।

ଫଳରେ ଏଥିରୁ ବାହାରୁଥିବା ଗନ୍ଧ ପରିବେଷ କୁ ଦୂଷିତ କରିବା ସହ । ଏଥିରୁ ମାଛି ଓ ମଶା ଜନ୍ମି ଜନ ଜୀବନକୁ ଅସ୍ତବ୍ୟସ୍ତ କରୁଛି।ଏଭଳି କିଛି ଦିନ ରହିଲେ ଏତଦ୍ଵାରା ବିଭିନ୍ନ ରୋଗ ଉପୁଜିବାର ସମ୍ଭାବନା କୁ ନେଇ ଏଠାରେ ଜନ ଅସନ୍ତୋଷ ଦେଖା ଦେଇଛି।

ରାଜ୍ଯ ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ଦିନରେ ପ୍ରବଳ ବର୍ଷା ହେବାର ସୂଚନା ମିଳିଛି। ବର୍ଷା ହେଲେ ପୁଣି ଏହି ପଙ୍କ ଓ ଆବର୍ଜନା ଗୁଡ଼ିକ ପୁଣି ନର୍ଦ୍ଦମା ରେ ଭରି ହୋଇ ପୂର୍ବ ଅବସ୍ଥାକୁ ଫେରି ଆସିବ। ଏଣୁ ଯାଥା ଶୀଘ୍ର ଏଗୁଡିକ ଏଠାରୁ ଉଠାଇ ନେବା କୁ ଜନ ସାଧାରଣ ପକ୍ଷରୁ ଦାବୀ ହେଉ ଥିଲେ ମଧ୍ଯ କତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଉ ନଥିବା କୁହାଯାଉଛି। ଯଦି ଏଠି ପ୍ରଶାସକ ଶୁଣ୍ଢି କାନ ହେବେ କହିବା କାହାକୁ ଶୁଣିବ କିଏ ?

କଲମପୁର ବ୍ଲକ ଅଧ୍ୟକ୍ଷା ଓ ସ୍ଥାନୀୟ ସରପଞ୍ଚ ମାନଙ୍କ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ; ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି …!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା ରେ ହୋଇଥିବା ଲଗାଣ ବର୍ଷା ରେ କଲମପୁର ବ୍ଲକର ବିରିପୁର, ମାଟିଖାଲ,ଟେମରା, ପରୁଆଗୁଡ଼ା ଓ ବଙ୍କାପାଳ ଗାଁ ର ୧୦ ହଜାର ରୁ ଉର୍ଦ୍ଧ ଲୋକ ବନ୍ୟା ଦ୍ଵାରା କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। କଲମପୁର ବିଜେଡ଼ି ବ୍ଲକ ସଭାପତି ପ୍ରଦୀପ କୁମାର ବେହେରା ଙ୍କ ନେତୃତ୍ଵରେ ବ୍ଲକ ଅଧ୍ୟକ୍ଷା ମଞ୍ଜୁଳା ସାହୁ, ଦେପୁର ସରପଞ୍ଚ ଭୁକୁଳୁ ବାଗ, ମୀନଗୁର ସରପଞ୍ଚ ହରିପ୍ରିୟା ରଣା, ପଣ୍ଡିଗାଁ ସରପଞ୍ଚ ବନଜା ବାସିନୀ ମହାପାତ୍ର, ସାମାଜସେବୀ ଗଣେଶ ପଣ୍ଡା, ଚେରୁ ନାୟକଙ୍କ ସମେତେ ଅନେକ ବିଜେଡ଼ି କର୍ମୀ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପ୍ରଭାବିତ ଲୋକ ଙ୍କ ସହ ଆଲୋଚନା କରିଥିଲେ।

ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସାହୁ ଏହି ସମସ୍ୟା ପ୍ରତି ରାଜ୍ଯ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରାଇବା ସହ କ୍ଷୟକ୍ଷତି ର ଆକଳନ କରି ସହାୟତା ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପ୍ରତି ବର୍ଷ ବନ୍ୟା ସମୟରେ ଏହି ଅଞ୍ଚଳ ଗୁଡ଼ିକ ର ପରିସ୍ଥିତି ଏଭଳି ଦେଖା ଦେଉଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହୋଇପାରୁନଥିବା ରୁ ଜନ ଅସନ୍ତୋଷ ବୃଦ୍ଧି ପାଉଛି।

ପୂର୍ବରୁ ଏହି ଅଞ୍ଚଳ କୁ ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ପୂର୍ବତନ ଜିଲ୍ଲାପାଳ ରୂପା ମିଶ୍ର, ପୂର୍ବତନ ଧର୍ମଗଡ଼ ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ ଏହି ଅଞ୍ଚଳ ପରିଦର୍ଶନ କରି ଏହି ସମସ୍ୟା ର ସ୍ଥାୟୀ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ଯାଇଥିଲେ। କିନ୍ତୁ ପ୍ରତିଶ୍ରୁତି ପାଣିର ଗାର ହୋଇ ରହିଯାଇଛି।

ଏହି ସମସ୍ୟାର ସମାଧାନ ନିର୍ବାଚନ ପ୍ରଚାରର ଅସ୍ତ୍ର ରୂପେ ବ୍ୟବହାର କରାଯାଉଛି ବୋଲି ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳ ବାଲିଛଡାରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟ ଅଟକଳ ରେ ଏକ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ବନ୍ୟା ସମୟରେ ଏଠାକୁ କୌଣସି ରିଲିଫ୍ ସମାଗ୍ରୀ ଯୋଗାଇଦିଆଯାଉ ନାହିଁ କିମ୍ବା ଏଠାରେ କୌଣସି ସରକାରୀ କର୍ମଚାରୀ ଙ୍କ ଦେଖା ମିଳୁନାହିଁ ବୋଲି ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି।

ବାଲିଛଡା ଗାଁ କୁ ସଂଯୋଗ କରୁଥିବା ରାସ୍ତା ର ନିର୍ମାଣ ଭୁଲ ନକ୍ସା ରେ ତିଆରି କରାଯାଇଥିବା ଫଳରେ ଟିକିଏ ବର୍ଷା ହେଲେ ଭୀମାବନ୍ଧ ନାଳ ରାସ୍ତା ଟି ଗାଁ କୁ ମୁଖ୍ୟ ରାସ୍ତା ରୁ ବିଛିନ୍ନ କରିଦେଉ ଥିବା ସାଧାରଣରେ ମତ ପ୍ରକାଶ ପାଇଛି। ଗାଁରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମାଣ କାର୍ଯ୍ୟ ଦେଉଥିବା କଙ୍କ୍ରିଟ୍ ରାସ୍ତା ଓ ନଦୀ ର ପଥର ବନ୍ଧା କାର୍ଯ୍ୟ ଅତି ନିମ୍ନମାନ ଯୋଗୁଁ ଏହା ଅଳ୍ପ ଦିନରେ ନଷ୍ଟ ହୋଇ ଏଭଳି ସମସ୍ୟା ଉପୁଜାଉଥିବା କୁହାଯାଉଛି।

ଦେଖିବାକୁ ରହିଲା କେବେ ଏହି ଅଞ୍ଚଳବାସୀ ବନ୍ୟା ଜନିତ ସମସ୍ୟା ରୁ ରକ୍ଷା ପାଇବେ ନା ପ୍ରତିଶ୍ରୁତି, ପ୍ରତିଶ୍ରୁତି ରେ ହିଁ ରହିଯିବ।

ସହାୟତା ଆଶାରେ ଝଡ଼ କ୍ଷତିଗ୍ରସ୍ତ ପରିବାର ; ପ୍ରଶାସନ ର ନିଘା ନାହିଁ…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଭବାନୀପାଟଣା) – ଝଡ ବର୍ଷାରେ କ୍ଷୟ କ୍ଷତି ଜନସାଧରଙ୍କ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ମାନ ଆପଣେଇଛନ୍ତି । ଝଡ଼ରେ ବାସହରା ବ୍ୟକ୍ତିଙ୍କ ପାଇଁ ଚାଳ ଗୁଞ୍ଜ ସକାଶେ ପଲଥିନ ର ବ୍ୟବସ୍ଥା କରାଯାଉଥିବାବେଳେ ଏଥିରୁ ବାଦ ପଡ଼ିଛନ୍ତି ଭବାନୀପାଟଣା ପୌର ପରିଷଦ ଅଧୀନରେ ଥିବା ବାହାଦୂରବଗିଚା ପଡା ମାର୍ଗ ହନୁମାନ ମନ୍ଦିର ନିକଟରେ ବସତୀ ସ୍ଥାପନ କରୁଥିବା ପରିବାର ଙ୍କ ଚଳିତ ବର୍ଷ ଲଗାଣ ବର୍ଷାରେ କାନ୍ଥ ଭୁଶୁଡି ପଡିଛି । ଲୋକେ ସାମ୍ନାରେ କପଡା ଟାଙ୍ଗି ରହୁଛନ୍ତି । ତଥାପି ଏହି ରାସ୍ତା ଉପରେ ଥିବା ପରିବାରଙ୍କ ପ୍ରତି କୌଣସି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ପଡିନଥିବା ଅଭଯୋଗ ହେଉଛି । ସେହିଭଳି ବର୍ଷା ପାଣିରେ ମନ୍ଦିର ପାଖ ଦେଇ ଯାଉଥିବା ନାଳର ଆବର୍ଜନା ରାସ୍ତା ଉପରକୁ ଭାସି ଆସି ରାସ୍ତାକୁ ଖରାପ କରୁଛି । ପ୍ରଶାସନିକ ଅଧିକାରୀ ମାନେ ଚାରି ଚକିଆରେ ଏହି ରାସ୍ତା ଦେଇ ଚାଲି ଯାଉଥିବାରୁ ସେମାନଙ୍କୁ ଏହାର ସୁରାକ ମେଳୁନି କି ବାସ୍ନା ବାଜୁନି ବୋଲି ସାଧରଣରେ କଟାକ୍ଷ ହେଉଛି । ଦେଖାଯାଉ ପ୍ରଶାସନିକ ଅଧିକାରୀ ମାନେ ଏହି ସବୁ ଘଟଣାର କଣ ପଦକ୍ଷେପମାନ ନେଉଛନ୍ତି।