ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ବିନାଶ ଖଣ୍ଡା ; ପୂର୍ବରୁ ଯାଇଥିଲା ୧୫ ଜଣ ଙ୍କ ଚାକିରୀ, ଆଉ ଏବେ ୬ ଜଣଙ୍କ ଚାକିରି ଗଲା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଭିଜିଲାନସ୍ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ୧୫ ଜଣ ସରକାରୀ କର୍ମଚାରୀଙ୍କୁ ୧୫ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାକିରିରୁ ବିଦା କରିଥିଲେ । ଦୁଇ ଜଣ ପୂର୍ବତନ କର୍ମଚାରୀଙ୍କ ପେନସନ ବନ୍ଦ କରିଥିଲେ । ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କର ଏହି କଠୋର ପଦକ୍ଷେପର ଚର୍ଚ୍ଚା ନ ଥମୁଣୁ ଆଜି ଏହାର ଦ୍ୱିତୀୟ ଅଧ୍ୟାୟ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଆଜି ଆଉ ୬ ଜଣ କର୍ମଚାରୀଙ୍କ ଚାକିରି ଖାଇଛନ୍ତି । ୪ ଜଣ ପୂର୍ବତନ ଅଧିକାରୀଙ୍କ ପେନସନ୍ ସୁବିଧାକୁ ବି ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି । ଏହି ସବୁ କର୍ମଚାରୀମାନଙ୍କୁ ଭିଜିଲାନ୍ସ କୋର୍ଟ ଦୁର୍ନୀତି ସାର୍ଟିଫିକେଟ୍ ଦେଇଛି । ଅର୍ଥାତ୍ କୋର୍ଟ ଦ୍ୱାରା ସେମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
ଚାକିରିରୁ ବରଖାସ୍ତ ହୋଇଥିବା ଏହି କର୍ମଚାରୀମାନେ ହେଲେ(୧)ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ତହସିଲର ଜୁନିଅର କ୍ଲର୍କ ସଞ୍ଜିତ କୁମାର ରାୟ । ଶ୍ରୀ ରାୟ ପୂର୍ବରୁ ରାଉରକେଲା ଆରଟିଓ ଅଫିସ୍ ରେ ଜୁନିଅର କ୍ଲର୍କ ଥିଲେ ।(୨) ବାରିପଦା ଆଇଟିଡିଏର ପୂର୍ବତନ ସହକାରୀ ଯନ୍ତ୍ରୀ ବୈକୁଣ୍ଠ ବିହାରୀ ପ୍ରଧାନ । ବର୍ତ୍ତମାନ ସେ ଜୟପୁର ଆଇଟିଡ଼ିଏରେ କାର୍ଯ୍ୟରତ ଥିଲେ ।(୩) ସମ୍ବଲପୁର ନାକଟିଦେଉଳରେ କାର୍ଯ୍ୟରତ ପଶୁଡାକ୍ତର ଭାଗିରଥୀ ବିଶ୍ୱାଳ ।(୪) ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ କାର୍ଯ୍ୟରତ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଜୁନିଅର ଇଂଜିନିୟର ବସନ୍ତ କୁମାର ପାତ୍ର ।(୫) ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ ର ପଞ୍ଚାୟତ ଏକଜ୍ୟୁଟିଭ ଅଫିସର ତ୍ରିଲୋଚନ ସେଠ୍ ଏବଂ(୬) ବଣାଇଗଡ଼ ବ୍ଲକ୍ ର ବଞ୍ଚାୟତ ଏକଜ୍ୟୁଟିଭ ଅଫିସର ଅଷ୍ଟମ ଚନ୍ଦ୍ର ପଟେଲ ।
ପେନସନ୍ ସୁବିଧା ବନ୍ଦ ହୋଇଥିବା ୪ ଜଣ ଅଧିକାରୀ ହେଲେ- (୧) ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ ଏକଜ୍ୟୁଟିଭ୍ ଇଂଜିନିୟର ଗୌତମ ଚନ୍ଦ୍ର ପୃଷ୍ଟି । (୨) ଓସିସିର ପୂର୍ବତନ ଜେନେରାଲ୍ ମ୍ୟାନେଜର ବିକ୍ରମ କେଶରୀ ପଟ୍ଟନାୟକ ।(୩) କଟକ ଡ୍ରେନେଜ୍ ଚିଫ ଇଂଜିନିୟର କାର୍ଯ୍ୟାଳୟର ପୂର୍ବତନ ଏଷ୍ଟାବ୍ଲିସମେଣ୍ଟ ଅଫିସର ରବିନ୍ଦ୍ର କୁମାର ଜେନା ଏବଂ (୪) ବାରିପଦା ଆଇଟିଡ଼ିଏ ର ପୂର୍ବତନ ଜୁନିଅର ଇଂଜିନିୟର ରବି ନାରାୟଣ ମହାନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଏଭଳି କଠୋର ଆଭିମୁଖ୍ୟ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି । ଜିରୋ ଟଲେରାନ୍ସ ନୀତିକୁ କଡ଼ାକଡ଼ି କରିଥିବା ମୁଖ୍ୟମନ୍ତ୍ରୀଙ୍କର ପଦକ୍ଷେପକୁ ସାଧାରଣରେ ସାବାସୀ ଦିଆଯାଉଛି । ତେବେ ଖାଲି ତଳତଳିଆ କି ମଝିମଝିଆ କର୍ମଚାରୀ ନୁହଁନ୍ତି, ଦୁର୍ନୀତିଗ୍ରସ୍ତ ବଡ଼ବଡ଼ିଆ ଅଫିସରଙ୍କ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ କେବେ ଜିରୋ ଟଲେରାନ୍ସ ନୀତି କାର୍ଯ୍ୟକାରୀ କରିବେ ତାହାକୁ ସମସ୍ତଙ୍କ ଅପେକ୍ଷା ରହିଛି ।

ମୁଖ୍ୟମନ୍ତ୍ରୀଙ୍କ ସ୍ୱାୟତ୍ତ ଶାସନ ଗିଫ୍ଟ ; ସହରବାସୀଙ୍କୁ ହାତପାଆନ୍ତାରେ ମିଳିବ ସରକାରୀ ସେବା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ସ୍ୱାୟତ୍ତ ଶାସନ ଦିବସରେ ସହରାଞ୍ଚଳ ପାଇଁ ବିକାଶର ନୂଆ ସଂକଳ୍ପ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଥିବା ସହରାଞ୍ଚଳର ସମସ୍ତ ୨୦୩୫ ଯାକ ୱାର୍ଡକୁ ମୁଖ୍ୟମନ୍ତ୍ରୀ ଶୁଭଦୃଷ୍ଟି ପକାଇଛନ୍ତି । ଏଣିକି ସବୁ ୱାର୍ଡରେ ୱାର୍ଡ ଅଫିସ ଖୋଲାଯାଇ ସହରାଞ୍ଚଳର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ । ୱାର୍ଡର ରାସ୍ତା, ନାଳ, ସଫେଇ, ଡ୍ରେନେଜ୍ ଠାରୁ ଆରମ୍ଭ କରି ଯାବତୀୟ କାର୍ଯ୍ୟର ତଦାରଖ ଏହି ୱାର୍ଡ ଅଫିସ ଜରିଆରେ ହେବ । ଜଣେ ଲେଖାଏଁ ୱାର୍ଡ ଅଫିସରଙ୍କ ଦାୟିତ୍ୱରେ ରହିବ ପ୍ରତି ୱାର୍ଡ । ୱାର୍ଡ ଅଫିସ ଖୋଲିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ରାଜଧାନୀ ଭୁବନେଶ୍ୱରକୁ ଏଥିରେ ଅଧିକ ଫୋକସ୍ ଦିଆଯାଇଛି । ବିଏମସିର ସବୁ ୱାର୍ଡରେ ଆଜିଠାରୁ ଖୋଲାଯାଇଛି ‘ୱାର୍ଡ ଅଫିସ’ । ଏଥିସହ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଏବଂ କ୍ଷୁଦ୍ର ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର(ମାଇକ୍ରୋ କମ୍ପୋଜିଟ୍ ସେଣ୍ଟର) ପାଇଁ କାମ ଆରମ୍ଭ କରାଯାଇଛି । ଆଜି ମଧ୍ୟ ଭୁବନେଶ୍ୱର ପାଇଁ ଫାଷ୍ଟ ଟ୍ରାକ୍ ବିଲଡିଂ ପ୍ଲାନ୍ ଅନୁମୋଦନ ବ୍ୟବସ୍ଥାର ଆରମ୍ଭ କରାଯାଇଛି । ଏହାଦ୍ୱାରା ବିଡ଼ିଏରେ ୪୮ ଘଣ୍ଟାରେ ବିଲଡିଂ ପ୍ଲାନ୍ ଅନୁମୋଦିତ ହେବ । ଫଳରେ ୫୦୦ ବର୍ଗ ମିଟରରୁ କମ୍ ପ୍ଲଟ୍ ଏରିଆ ପାଇଁ ପ୍ରାୟ ୮୦% ଲୋକଙ୍କୁ ଅତି ସହଜରେ ମିଳିବ ପ୍ଲାନ୍ ଅନୁମୋଦନ । ଏହି କାମରେ ୫-ଟି ମନ୍ତ୍ରର ଉପଯୋଗ ଭଲ ଭାବେ ହୋଇଥିବା ଦାବି କରାଯାଇଛି । ଏଥିସହ ଅନ୍ ଲାଇନ ବିବାହ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ ଏବଂ ପୁରୀର ଫନି କ୍ଷତିଗ୍ରସ୍ତ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଅନଲାଇନ୍ ଜରିଆରେ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।
ସୂଚନାଥାଉକି, ରାଜ୍ୟର ୧୧୪ଟି ପୌରସଂସ୍ଥାରେ ୩୪୨ଟି ମାଇକ୍ରୋ କମ୍ପୋଜିଟ୍ ୟୁନିଟ୍ ସହ ୨୬ ଟି ପୌର ସଂସ୍ଥାରେ ୭୦ କୋଟି ଟଙ୍କା ବ୍ୟୟରେ ମଳପଙ୍କ ବିଶୋଧନ ବ୍ୟବସ୍ଥାର ଶିଳାନ୍ୟାସ କରାଯାଇଛି । ଏହାଦ୍ୱାରା ଦୈନିକ ୪ ଲକ୍ଷ ଲିଟର ମଳପଙ୍କ ବିଶୋଧିତ ହୋଇପାରିବ । ଯେଉଁଥିରୁ ୮ ଲକ୍ଷ ଲୋକ ଉପକାର ପାଇପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଦାବି କରାଯାଇଛି ।
ସ୍ୱାୟତ୍ତ ଶାସନ ଦିବସ ଅବସରରେ ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହିସବୁ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଭିଡ଼ିଓ କନଫରେନ୍ସିଂରେ ପୁରୀ, ବ୍ରହ୍ମପୁର ଓ ଭୁବନେଶ୍ୱରର ସହିଦନଗରରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ, ସହରାଞ୍ଚଳ ସେବା ପ୍ରଦାନ କ୍ଷେତ୍ରରେ ଆଜି ଏକ ଐତିହାସିକ ଦିନ । ଆଜି ସାରା ରାଜ୍ୟର ବିଭିନ୍ନ ପୌର ସଂସ୍ଥା ପାଇଁ ଅନେକ ଲୋକକୈନ୍ଦ୍ରିକ କାର୍ଯ୍ୟକ୍ରମ ଆରମ୍ଭ କରାଗଲା । କ’ଣ କ’ଣ କରାଗଲା ମୁଖ୍ୟମନ୍ତ୍ରୀ ବିସ୍ତୃତ ଭାବେ ଜଣାଇ କହିଥିଲେ, ଏଥିପାଇଁ ମୁଁ ବହୁତ ଖୁସି ।
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ, ଆଗାମୀ ଏକ ବର୍ଷ ମଧ୍ୟରେ ରାଜ୍ୟର ସବୁ ପୌରସଂସ୍ଥା ମାନଙ୍କୁ ଆବର୍ଜନାମୁକ୍ତ ସହର କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ । ତା’ ସହିତ ଏହି କାର୍ଯ୍ୟକ୍ରମରେ ମା ମାନଙ୍କୁ ସାମିଲ କରିବା ଏକ ବହୁତ ଭଲ ଉଦ୍ୟମ । ଉତ୍ତମ ନାଗରିକ ସେବା, ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ମୁଖ୍ୟ ଲକ୍ଷ୍ୟ । ଆଜିକାଲି ସହରାଞ୍ଚଳରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ପରିଚାଳନା ଏକ ଆହ୍ୱାନ ହୋଇଛି । କିନ୍ତୁ ଯଦି ଆମେ ଜନସାଧାରଣଙ୍କୁ ଆମର ସମସ୍ତ କାର୍ଯ୍ୟକ୍ରମର କେନ୍ଦ୍ରରେ ରଖି କାର୍ଯ୍ୟ କରିବା ଓ ୫-ଟିର ନୀତିକୁ ଅନୁସରଣ କରିବା, ତେବେ ଜନସାଧାରଣ ଚାହୁଁଥିବା ପରିବର୍ତ୍ତନକୁ ଆମେ ନିଶ୍ଚିତ ଭାବେ ହାସଲ କରିପାରିବା ।
ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ ।

ଭବାନୀପାଟଣା ଟାଉନ ଥାନା ରେ ନୂଆ ଥାନା ଅଧିକାରୀ ଙ୍କ କାର୍ଯ୍ୟ ରେ ଯୋଗଦାନ !

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଭବାନୀପାଟଣା) – ଭବାନୀପାଟଣା ଟାଉନ ଥାନା ରେ ନୂଆ ଥାନା ଅଧିକାରୀ ଭାବେ ବାସୁଦେବ ଛାତ୍ରିଆ କାର୍ଯ୍ୟ ରେ ଯୋଗ ଦେଇଛନ୍ତି। ପୂର୍ବରୁ ଥିବା ଆଇ. ଆଇ. ସି ସତ୍ୟ କୁମାର ନନ୍ଦ ଙ୍କ ଠାରୁ ସେ ଦାୟିତ୍ଵ ଗ୍ରହଣ କରିଛନ୍ତି। ସହରରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଟାଉନ ପୁଲିସ ସମସ୍ତ ବ୍ଯବସ୍ଥା କରିବ ବୋଲି ନୂତନ ଭାବେ ଯୋଗଦେଇ ଆଇଆଇସି ଶ୍ରୀ ଛତ୍ରୀଆ କହିଛନ୍ତି। ଏଥି ସହ ସହର ର ଧନଜୀବନ ର ସୁରକ୍ଷା ନିମନ୍ତେ ପ୍ରାଥମିକତା ଦେଇ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ସହରରେ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ସେ ସହରର ସମସ୍ତ ବୁଦ୍ଧିଜୀବୀ ଓ ଜନ ସାଧାରଣଙ୍କୁ ଅପିଲ୍ କରିଛନ୍ତି। ଧନଜୀବନ ରକ୍ଷା ପାଇଁ ସମସ୍ତ ନାଗରିକ ପୁଲିସ କୁ ଠିକ୍ ସୂଚନା ଦେବା ସହ ଅପରାଧ ନିୟନ୍ତ୍ରଣ ରେ ସହଯୋଗ କରିବା ପାଇଁ ଥାନା ଅଧିକାରୀ ଅନୁରୋଧ କରିଛନ୍ତି।

ବଡ଼ଚେରଗାଁ ପଞ୍ଚାୟତ ରେ ହିତାଧିକାରୀ ଙ୍କ ସମ୍ମିଳନୀ ଅନୁଷ୍ଠିତ !

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୋଳାମୁଣ୍ଡା) – କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ବଡ଼ଚେରଗାଁ ପଞ୍ଚାୟତ ରେ ଗତକାଲି ହିତାଧିକାରୀ ଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆଯୋଜିତ ଏହି ସଭାରେ ମୁଖ୍ଯ ଅତିଥି ଭାବେ ସଂଧା ରାଣୀ ପ୍ରଧାନ ଯୋଗଦେଇ ସରକାରୀ କାର୍ଯ୍ୟକ୍ରମ ଯଥା ବିଜୁପକ୍କା ଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ସାମିଲ ହୋଇଥିବା ହିତାଧିକାରୀ ଙ୍କୁ କିପରି ଭାବରେ ଘର ତିଆରି କରିବାକୁ ହେବ ସେ ବିଷୟରେ ପୁଙ୍ଖାନୁଫୁଙ୍କ ଭାବରେ ଦିଗଦର୍ଶନ ଦେବା ସହ କିପରି କୌଣସି କୁଚକ୍ରୀ ମାନଙ୍କ ହାବୁଡ଼ରେ ନପଡ଼ି ନିଜ କାର୍ଯ୍ୟ ନିଜେ ଠିକ ସମୟରେ ସମ୍ପାଦନା କରିବ ସେ ବିଷୟରେ ବୁଝାଇଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଜେ.ଇ ସନ୍ତୋଷ କୁମାର ବେହେରା, ସରପଞ୍ଚ ଅଜିତ ପ୍ରଧାନ, ନାଇକ ସରପଞ୍ଚ ବିଷୟା ବାଗ, ସମିତି ସଭ୍ଯ ସଦାଶିବ ବେହେରା ଙ୍କ ସମେତ ସହସ୍ରାଧିକ ଜନ ସାଧାରଣ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ କୁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁରେନ୍ଦ୍ର ବେଶ୍ରା ପରିଚାଳନା କରିଥିଲେ।

ଗ୍ରାହକ ମାନଙ୍କୁ ସତର୍କ ଓ ସଚେତନ କଲେ ସାମାଜିକ କର୍ମୀ ; ସବୁଜ,ସୁନ୍ଦର ଓ ସୁରକ୍ଷିତ ଓଡ଼ିଶାର ନିର୍ମାଣ ପାଇଁ ନିବେଦନ କଲେ…!

ଏଥର ସମ୍ଭାଳ ବ୍ୟୁରୋ (କଟକ) – ସମାଜରେ ବଢି ଚାଲିଥିବା ଅପମିଶ୍ରଣ, କଳାବଜାରୀ,ନକଲି ପଦାର୍ଥ ବିକ୍ରି ଓ ଖାଉଟି ମିଆଦ ସମୟ ସୀମା ପରେ ପଦାର୍ଥ ବିକ୍ରିର ପ୍ରତିବାଦ ଓ ନିରାକରଣ ପାଇଁ ”ଏଇତ ଜୀବନ” ସାମାଜିକ ଗଣମାଧ୍ୟମ ଓ ସଂଘଠନର ସଦସ୍ୟ ମାନଙ୍କ ଦ୍ୱାରା ଏକ ଗ୍ରାହକ ସଚେତନତା କାର୍ଯ୍ୟକ୍ରମ କଟକ ମହାନଦୀ ବିହାର ରିଲାନ୍ସ ଫ୍ରେସ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ”ଏଇତ ଜୀବନ” ପରିବାରର ୩୦ ଜଣ ସଦସ୍ୟ ଉପସ୍ଥିତ ରହି, ଗ୍ରାହକ ମାନଙ୍କୁ ତାଙ୍କର ମୌଳିକ ଅଧିକାର ଓ ମୌଳିକ କର୍ତ୍ତବ୍ୟ ବିଷୟରେ ଅବଗତ କରା ଯାଇଥିଲା।ଖାଉଟି ଦ୍ରବ୍ୟ କିଣିବା ସମୟରେ, ଦ୍ରବ୍ୟର ଅବଧି ସମୟ, ଆଇ.ଏସ୍.ଆଇ ମାର୍କ ସର୍ବାଧିକ ବିକ୍ରୟ ମୁଲ୍ୟ ଉପରେ ମୋଲତାଲ କରିବା ଓ ନକଲି ଦ୍ରବ୍ୟ ଠାରୁ ସାବଧାନ ରହିବା ପାଇଁ ବିଶେଷ ଧ୍ୟାନ ଦେବାକୁ ନିବେଦନ କରାଯାଇ ଥିଲା। ପଲିଥିନକୁ ବର୍ଜ୍ଜନ କରିବା ପାଇଁ ଓ କନା ବ୍ୟାଗ ବ୍ୟବହାର କରି, ସବୁଜ ସୁନ୍ଦର ଓ ସୁରକ୍ଷିତ ଓଡିଶା ନିର୍ମାଣ କରିବାରେ ସହଯୋଗ କରିବାକୁ ବିଶେଷ ନିବେଦନ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ”ଏଇତ ଜୀବନ” ପରିବାରର ଉପଦେଷ୍ଟା ତଥା ସଭାପତି ଓ ଅନ୍ତର୍ଜାତୀୟ ମାନବ ଅଧିକାର ପରିଷଦର ରାଜ୍ୟ ସଭାପତି ସସ୍ମିତା ଦାସ,ପରିବାରର ଉପଦେଷ୍ଟା ତଥା ସମଜସେବୀ ଲିପିକା ରାୟ, ସାମାଜିକ କର୍ମୀ ତଥା ‘ହସଖୁସି’ ପରିବାରର ପ୍ରତିଷ୍ଠାତା ବ୍ୟୋମକେଶ କାନୁନଗୋ, ଚଳଚ୍ଚିତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକ ତଥା ”ଏଇତ ଜୀବନ” ପରିବାରର ସମ୍ପାଦକ ଜିତୁ ରାଉତ, ଯୋଗଗୁରୁ ନିରୂପମା ଆଚାର୍ଯ୍ୟ, ସାମାଜିକ କର୍ମୀ ସୀମା ନନ୍ଦ, ଏଲ. ନାଗଭୂଷଣ,ଜଗନ୍ନାଥ ବାରିକ, କୌଶଲ କୁମାର ଶର୍ମା, ଅମିତ ଶାହା, ଲୋକରଞ୍ଜନ ଦାସ, ଇନ୍ଦ୍ରମଣୀ ନନ୍ଦ ସମଜସେବୀ ତୃପ୍ତି ରଞ୍ଜନ ବିଶୋଇ, ମିଥୁନ ହୋତା, ଜଗବନ୍ଧୁ ଷଢଙ୍ଗୀ ଓ ସତ୍ୟଜିତ ରାଉତ ପ୍ରମୁଖ ଯୋଗ ଦେଇଥିଲେ।କଟକ ସହର ମହାନଦୀ ବିହାର ଅଞ୍ଚଳର ଆଗ ଧାଡ଼ିର ସମଜସେବୀ ସଞ୍ଜୟ ଜେନା ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ସଂଘଠନର ପ୍ରତିଷ୍ଠାତା ତଥା ସାଧାରଣ ସମ୍ପାଦକ ଶିବୁ ପଟ୍ଟନାୟକ ସଚେତନ କାର୍ଯ୍ୟକ୍ରମ ପରିଚାଳନା ଓ ସଚେତନ କଲେ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବାସିନ୍ଦା ଓ ସଚେତନ ଗ୍ରାହକ ମାନେ ପ୍ରସଂଶା କରିବା ସହିତ, କାର୍ଯ୍ୟକ୍ରମ ଟିକୁ ସ୍ୱାଗତ କରି ଆଗାମୀ ଦିନରେ ନିଜେ ସଚେତନ କାର୍ଯ୍ୟକ୍ରମ ଆୟୋଜନ କରିବାର ପ୍ରତିଶୃତି ଦେଇଛନ୍ତି।

ଭଙ୍ଗା ବିଦ୍ୟାଳୟ ର ବାରଣ୍ଡା ରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଜୟପାଟଣା) – ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼ କର୍ଲାକୋଟ୍ ଗ୍ରାମ ପଞ୍ଚାୟତ ପାବଲି ଗ୍ରାମ ର ଏକ ଭଙ୍ଗା ବିଦ୍ୟାଳୟ ବାରଣ୍ଡା ରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର। ଏଠି କୋମଳ ମୋତି ଶିଶୁ ଙ୍କ ଭବିଷ୍ୟ ଅନ୍ଧକାର। ଆଜକୁ ୩ ବର୍ଷ ଧରି ପାବଲି ଗ୍ରାମ ଠାରେ ଏକ ଅଙ୍ଗନବାଡି ଗୃହ ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ତାହା ବର୍ତ୍ତମାନ୍ ଯାଏଁ ଶେଷ ନହୋଇ ଅଧାପନ୍ତରିଆ ଅବସ୍ଥା ରେ ପଡ଼ିରହିଛି। ଯଦ୍ଵାରା ଶିଶୁ ମାନେ ବିପଦ ସଙ୍କୁଳ ଓ ଅସ୍ଵାସ୍ଥ୍ୟକର ପରିବେଷ ରେ ଶିକ୍ଷାଦାନ ଗ୍ରହଣ କରୁଛନ୍ତି। ଯେଉଁ ଜାଗାରେ ଶିଶୁ ମାନେ ବସି ଶିକ୍ଷାଦାନ ଗ୍ରହଣ କରୁଛନ୍ତି ସେହି ଜାଗାରେ ରୋଷେଇ କାର୍ଯ୍ୟ ହେଉଥିବା ଯୋଗୁଁ ଧୂଆଁ ମୟ ପରିବେଶ ସୃଷ୍ଟି ହେଉଛି ଯାହାକି ଶିଶୁଙ୍କ ସ୍ଵାସ୍ଥ୍ଯ ପାଇଁ ବିପଦ ପୂର୍ଣ୍ଣ। ଏ ସମ୍ପର୍କରେ ଅଙ୍ଗନବାଡି କର୍ମୀ ଙ୍କୁ ପଚାରିବାରୁ ବରମ୍ବାର ବିଡିଓ, ସିଡିପିଓ ଙ୍କୁ ଅଭିଯୋଗ କରାଯାଇଛି କିନ୍ତୁ କେହି ଶୁଣୁ ନଥିବା ସୂଚନା ଦେଇଛନ୍ତି। ଅଧାପନ୍ତରା ହୋଇ ପଡ଼ି ରହିଥିବା ଅଙ୍ଗନବାଡି କେନ୍ଦ୍ର ଗୃହକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ଗ୍ରାମ ବାସୀ ଦାବୀ କରିଛନ୍ତି।

ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ କରିଲେ ଜନସାଧାରଣ ଙ୍କ ସମସ୍ୟା ନେଇ ଆଲୋଚନା !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜୟ ବିହାର ଓ ମରୁଟି ବିହାରରେ ବିଜେପି ଯୁବ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ବାବୁ ସିଂ ପହଞ୍ଚି ସ୍ଥାନୀୟ ଜନସାଧାରଣ ଙ୍କ ସହ ସେମାନଙ୍କ ସମସ୍ୟା ନେଇ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାକୁ ରାଜ୍ୟ ସରକାର ନିଜର ଯୋଜନା କହି ଜନତାଙ୍କୁ ଭୁଆଁ ବୁଲାଉ ଛନ୍ତି ବୋଲି କହିଛନ୍ତି। କେନ୍ଦ୍ର ସରକାର ସମସ୍ତଙ୍କୁ ରୋଟି, କପଡ଼ା ଔର ମକାନ ଯୋଗାଇ ଦେବା ନିମନ୍ତେ ଯେଉଁ ସବୁ ଯୋଜନା ଗୁଡ଼ିକ ପ୍ରସ୍ତୁତି କରିଛନ୍ତି ଜନତା ଏହାର ଫାଇଦା ଉଠାଇବା ଆବଶ୍ୟକ ବୋଲି ମତ ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ଯୋଜନା ଗୁଡ଼ିକ ତୃଣ ମୂଳ ସ୍ତରରେ କିଭଳି କାର୍ଯ୍ୟକାରୀ ହୋଇପାରିବ ସେନେଇ ସମସ୍ତେ ଆଗେଇ ଆସିବା କୁ ଆହ୍ୱାନ ଦେଇଛନ୍ତି ।ସ୍ଥାନୀୟ ଅଞ୍ଚଳ ବାସୀଙ୍କ ସମସ୍ୟା ଉପରେ ଆଲୋକପାତ କରି ଆଗାମୀ ଦିନରେ ଏସବୁର କିଭଳି ସମାଧାନ ହୋଇପାରିବ ଏନେଇ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଶ୍ରୀ ବାବୁ ସିଂ ଙ୍କ ଏହି ଅଞ୍ଚଳ ପରିଦର୍ଶନ ସ୍ଥାନୀୟ ରାଜନୈତିକ ସ୍ତରରେ ଉଷ୍ମତା ଆଣିଛି।

ବହୁ ଚର୍ଚ୍ଚିତ ଦୁର୍ଗୀ ସମାଚାର ର ସୋସିଆଲ ମିଡ଼ିଆର ଆଡ଼ମିନ ଗିରଫ ।

!!! ଦକ୍ଷିଣ ଓଡିଶା ମୁଖ୍ୟ ଡ଼ି କିରଣ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବିଷମକଟକ) – ରାୟଗଡା ଜିଲ୍ଲାରୁ ପ୍ରକାଶ ପାଉଥିବା ଦୁର୍ଗୀ ସମାଚାର ନାମକ ଏକ ସୋସିଆଲ ମିଡ଼ିଆ ବହୁଦିନ ହେଲା ସ୍ଥାନୀୟ ଅଞ୍ଚଳର ଖବର ସହ ସ୍ଥାନୀୟ ରାଜନୈତିକ ବେତାଙ୍କୁ ନେଇ ଝବର ପ୍ରକାଶ କରିଆସୁଥିଲା । ଏହାକୁ କେତେକ ରାଜନୈତିକ ଓ ସ୍ଥାନୀୟ ପ୍ରଭାବ ସାଳି ବ୍ୟକ୍ତି ବିରୋଧ କରି ଆସୁଥିଲେ । ଏହାର ଆଡ଼ମିନ ଙ୍କ ବିରୁଦ୍ଧରେ କିଛି ମାମଲା ରୁଜୁ କରାଯାଇଥିବା ଶୁଣିବାଜୁ ମେଳୁଥିଲା । କିନ୍ତୁ ଏହାର ଆଡ଼ମିନ କିଏ ସଧାରଣରେ ଏନେଇ ସ୍ପଷ୍ଟୀକରଣ ମିଳିପାରୁନଥିଲା ।ଗତ କାଲି ବିଷମ କଟକ ପୋଲିସ ଏହି ମାମଲାରେ ଦୁର୍ଗୀ ଗ୍ରାମର ମାନସ ମହାନ୍ତି ନାମକ ଜଣେ ବ୍ୟକିଙ୍କୁ ଗିରଫ କରି କୋର୍ଟ ଫର ୱାର୍ଡ କରିଛି । ଶ୍ରୀ ମହାନ୍ତିଙ୍କ ନାମରେ ବିଷମ କଟକ ଥାନା କେସ ନଂ61/19 ଅନୁସାରେ କେସ ଦାୟର କରାଯାଇ ପୋଲିସ ତଦନ୍ତ ଚଳାଇଥିଲା ।ଶ୍ରୀ ମହାନ୍ତି ମୁମ୍ବାଇରେ ଚାକିରୀ କରି ସେଠାରେ ରହୁଥିବାରୁ ଏପର୍ଯ୍ୟନ୍ତ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଗତ କାଲି ସେ ନିଜ ଘର ଦୁର୍ଗୀକୁ ଆସିବା ଖବର ପାଇ ବିଷମ କଟକ ପୋଲିସ ତାଙ୍କୁ ଦୁର୍ଗୀ ଠାରୁ ଗିରଫ କରି ତାଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋଡ଼ର ଧାରା 500,501465ଓ 469 କ୍ରମେ କେସ ରୁଜୁ କରିଛି ।

ଖବର ନେବାରେ ଜଣାପଡିଛି,ବିଷମ କଟକ ବସିନ୍ଦା ଶିବ ଡେଜିଟ, ଗୋପାଳ ପଟନାୟକ ଓ ଦେବୀ ପଟନାୟକ ଙ୍କ ବିରୁଦ୍ଧର କପଳକଳ୍ପିତ ଓ ମାନ ହାନି ହେବା ଭଳି ଖବର ପ୍ରକାଶ କରିଥିବା ବିରୋଧ କରି ଏମାନେ ଗୁଣପୁର ଥାନାରେ ମାମଲା ରୁଜ୍ଜୁ କରିଥିଲେ ଏହାକୁ ଆଧାର କରି ପୋଲିସ ଖୋଳ ତାଡ଼ କରିବାପରେ ଏହାର ମୁଖ୍ୟ ଶ୍ରୀ ମହାନ୍ତି ବୋଲି ଠଉରାଇ ତାଙ୍କୁ ଗିରଫ କରିଛି।ଏସମ୍ପର୍କରେ ମାନସ ମହାନ୍ତି ଙ୍କ ପ୍ରତିକ୍ରିୟା ମେଳିପାରି ନି ।