କୋକସରା ବ୍ଲକ ଠାରେ ଜେ.ଏମ.ଏଫ.ସି କୋର୍ଟ ଉଦ୍ଘାଟିତ ହୋଇ ଯାଇଛି ।

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ଦୁର୍ଗା ପ୍ୟାରେ ଲାଲ୍ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ର କୋକସରା ବ୍ଲକ ଠାରେ ଜେ.ଏମ.ଏଫ.ସି କୋର୍ଟ ଉଦ୍ଘାଟିତ ହୋଇ ଯାଇଛି । ସ୍ଥାନୀୟ ବାସିନ୍ଦା ଓ ଓକିଲ ସଂଘର ବହୁଦିନର ଅକାଂକ୍ଷା ପୁରଣ ହୋଇଥିବା ରୁ ଏହି ଅଞ୍ଚଳରେ ଆନନ୍ଦର ଲହରୀ ଖେଳି ଯାଇଛି ।କୋକସରା ଓକିଲ ସଂଘ ପକ୍ଷରୁ ସମ୍ମାନୀତ ଓ ମୁଖ୍ୟ ଅତିଥି ମାନଙ୍କୁ ଘୁମୁରା ଓ ଖୋଳର ତାଳେ ତାଳେ କୋର୍ଟ ପରିସରକୁ ପାଛୋଟି ଆଣିଥିଲେ । ଉଦ୍ଘାଟନୀ ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସେସନ୍ସ ଜର୍ଜ ଶ୍ରୀ ଶିଶିର ରଥ ସାମ୍ମାନୀତ ଅତିଥିଭାବେ ଓଡ଼ିଶା ହାଇକୋର୍ଟ ଓକିଲ ସଂଘର ସଦସ୍ୟ ଶ୍ରୀ ମାନସ ଚନ୍ଦ୍ର ଚାନ୍ଦ ଜିଲ୍ଲା କୋର୍ଟ ରେଜିଷ୍ଟର ସୃତିସୁଧା ଦାସ ,ଚିଫ ଜୁଡିସିଆଲ ମାଜିଷ୍ଟ୍ରଟ୍ ଶ୍ରୀ ରଞ୍ଜନ ସୁତାର,କୋକକସରା ଜେ.ଏମ.ଏଫ.ସି କୋର୍ଟର ନବ ନିଯୁକ୍ତି ପାଇଥିବା ଜର୍ଜ ଅଭିନନ୍ଦନ ନନ୍ଦ , ଓକିଲ ସଂଘ ସଭାପତି ପଞ୍ଚାନନ ବେଶ୍ରୀ ,ସମ୍ପାଦକ ଲଳିତ ଦାସ ପ୍ରମୁଖ ଯୋଗଦେଇ ଥିଲେ । ଏହି ଅବସରରେ ଆୟୋଜିତ ସଭାରେ ଅତିଥି ମାନଙ୍କୁ ଉପଢୌକନ ଦେଇ ସାମ୍ମାନୀତ କରାଯାଇଥିଲା ।ସଭାରେ ଅନ୍ୟାନ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପୁଷ୍ପେନ୍ଦ୍ର ସିଂ ଦେବ ବର୍ତ୍ତମାନ ର ବିଧାୟକ ମୌସୁଧି ବାଗ,ତହସିଲଦାର ମୌସୁମୀ ନାୟକ ,ବିଡ଼ିଓ ବସନ୍ତ କୁମାର ସେଠୀ ,ଧର୍ମଗଡ଼ ଏସ ଡ଼ି ପି ଓ ଲକ୍ଷ୍ମୀ ନାରାୟଣ ପଣ୍ଡା ଯୋଗ ଦେଇଥିଲେ । ଓକିଲ ସଂଘ ସଦସ୍ୟ ଲକ୍ଷ୍ମୀକାନ୍ତ ଖମାରୀ ମଞ୍ଚ ପରିଚାଳନା କରିଥିଲେ । କୋକସରା ଓ ଆମପାଣି ର ଥାନା ଅଧିକାରୀ ,ମୋଟେର ଓ ଗୋତୋମୁଣ୍ଡା ଫାଣ୍ଡି ଏ ଏସ ଆଇ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିଥିଲେ । ଏଥିରେ ସ୍ଥାନୀୟ ଅଗ୍ନିଶମ ବିଭାଗ ମଧ୍ୟ ସାମିଲ ହୋଇ ଥିଲେ ।

ରାୟଗଡ ଜିଲ୍ଲା ପ୍ରଶାସନ ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଦିନିକିଆ ତାଲିମ ଶିବିର ଗୁଣପୁର ଟାଉନ ହଲ ଠାରେ ଅନୁଷ୍ଠିତ !

!!! ଦକ୍ଷିଣ ଓଡିଶା ମୁଖ୍ୟ ଡ଼ି କିରଣ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଜିଲ୍ଲା ପ୍ରଶାସନ, ରାୟଗଡ ର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଆବାସିକ ବିଦ୍ୟାଳୟ ଗୁଡ଼ିକ ରେ ଶିଶୁ ମାନଙ୍କ ସୁରକ୍ଷା ଅ ନିରାପତ୍ତା କୁ ଗୁରୁତ୍ୱ ଦେବା ସହିତ ଶିଶୁ ମାନଙ୍କ ଉପରେ ହେଉଥିବା ଯୌନ ଶୋଷଣ ନିରୋଧ ଆଇନ – ୨୦୧୨ କୁ ଗୁରୁତ୍ୱ ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ , ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆବାସିକ ବିଦ୍ୟାଳୟ ଗୁଡ଼ିକ ରେ କାର୍ଯ୍ୟରତ ସୁପରିଟେଣ୍ଡେନ୍ଟ , ମାଟ୍ରନ୍ ଓ ଏ ଏନ ଏମ ମାନଙ୍କୁ ଏ ବିଷୟରେ ଦକ୍ଷ କରିବା ଓ ଆଇନ ଗୁଡ଼ିକ ବିଷୟ ରେ ଅବଗତ ହେବା ନିମନ୍ତେ ଏକ ଦିନିକିଆ ତାଲିମ ଶିବିର ଗୁଣପୁର ଟାଉନ ହଲ ଠାରେ ଆୟୋଜିତ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମ ରେ ରାୟଗଡ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୁଣୁପୁର ଉପ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ବର ବଳିରାମ , ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ଶ୍ରୀ ଗୋରାଚାନ୍ଦ ଗମାଙ୍ଗ , ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ନନ୍ଦଲାଲ୍ ବିଶ୍ୱାଳ , ଅନୁସୂଚିତ ଜନଜାତି ଓ ଜାତି ବିଭାଗ ର CI , DI ଏବଂ WEO ପ୍ରମୁଖ ଯୋଗ ଦେଇଥିଲେ । ଅନୁସୂଚିତ ଜନଜାତି ଓ ଜାତି ବିଭାଗ ର ରାଜ୍ୟ ତାଲିମ କେନ୍ଦ୍ର ର ପ୍ରକଳ୍ପ ପରିଚାଳକ ଶ୍ରୀ ସୁଶାନ୍ତ କୁମାର ପଣ୍ଡା ସାଧନ କର୍ମୀ ଭାବେ ଯୋଗ ଦେଇଥିଲେ ।

ଜିଲ୍ଲା ର ବିଭିନ୍ନ ଆବାସିକ ବିଦ୍ୟାଳୟ ରେ ରହି ପାଠ ପଢୁଥିବା କିଶୋର କିଶୋରୀ ମାନଙ୍କ ଯତ୍ନ ଓ ସୁରକ୍ଷା ତଥା ସେମାନଙ୍କୁ କିଭଳି ଭାବେ ଯୌନ ବ୍ୟଭିଚାର ରୁ ସୁରକ୍ଷା ଦିଆଯାଇପାରିବ ସେହି ଉଦ୍ଦେଶ୍ୟ ନେଇ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ପ୍ରକାଶ ଥାଉକି ରାୟଗଡ ଜିଲ୍ଲା ରେ ସର୍ବମୋଟ ୧୫୪ ଆବାସିକ ବିଦ୍ୟାଳୟ ରେ ବିଭିନ୍ନ ପଦ ପଦବୀ ରେ ୫୮୬ ଜଣ କର୍ମକର୍ତ୍ତା ନିୟୋଜିତ ହୋଇଥିବା ବେଳେ ବିଭିନ୍ନ ବିଦ୍ୟାଳୟ ରେ ସର୍ବମୋଟ ୬୪,୦୦୦ ଶିଶୁ ଅଧ୍ୟୟନ କରୁଛନ୍ତି ।

ଆଗାମୀ ଦିନ ରେ ରାଜ୍ୟ ରେ ରାୟଗଡ ଜିଲ୍ଲା ଉଦାହରଣ ସୃଷ୍ଟି କରିବା ଉଦ୍ଧେଶ୍ୟ ରେ ଜିଲ୍ଲା ପ୍ରଶାସନ ଆଗକୁ ବଢିଚାଲିଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଏହାକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ ।

ଖଟିଆ ରେ ୮ କିମି ଶବ କୁ ନେଲେ ଗ୍ରାମବାସୀ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ରଜତ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କଳାହାଣ୍ଡି) – କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ର ଶେଷସୀମାରେ ଥିବା ଆଦିବାସୀ ବହୁଳ ପାହାଡ଼ିଆ ଅଞ୍ଚଳ ଦେଢ଼ଶୁଲି ପଞ୍ଚାୟତ ସ୍ଥିତ ବାଗବିଲା ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ।ଖଟିଆରେ ବୁହାହୋଇ ଶବକୁ ନିଆହୋଇଛି ଗାଁକୁ ଏହି ଗାଁକୁ ଯିବାପାଇଁ ରାସ୍ତାଟିଏ ନ ଥିବାରୁ ଏଭଳି ଅନେକ ରୋଗୀଙ୍କର ଅସୁବିଧା ହେଉଛି ଯାହାଫଳରେ ଆମ୍ବୁଲାନ୍ସ ଟିଏ ମଧ୍ୟ ଗାଁକୁ ଯାଇ ପାରୁନି ଯାହାର ଉଦାହରଣ ହେଉଛି ଜମୁନ୍ତି ମାଝୀଙ୍କର ଦୃଶ୍ୟ ଗତକାଲି ସେ ଚାଷଜମିକୁ ଧାନ ଜଗାଇ ଯାଇଥିବା ସମୟରେ ହଠାତ ପଡିଯାଇଥିଲେ ଯାହାଫଳରେ ତାଙ୍କୁ ବାଗବିଲା ଗାଁ ରୁ 8 କିଲୋମିଟର ଦୂର ଅଣାଯାଇ ଚିକିତ୍ସା ପାଇଁ ବଲାଙ୍ଗୀର ହସ୍ପିଟାଲ କୁ ନିଆଯାଇଥିଲା କିନ୍ତୁ ଆଜି ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିବାରୁ ପୁଣି ଆମ୍ବୁଲାନ୍ସ ସାହାଯ୍ୟରେ ସେହି 8 କିଲୋମିଟର ବଡେନସରା ଗାଁରେ ମୃତ ଶବଟିକୁ ଆମ୍ବୁଲାନ୍ସ ଛାଡ଼ିକି ଚାଲିଗଲା,ତେଣୁ ପ୍ରଶାସନ କୁ ଭଲ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଅନୁରୋଧ କରାଯାଇ ଥିଲେ ମଧ୍ୟ ସରକାର ଚୁପ ରହିଛି।ତେଣୁ ଏଭଳି ସ୍ବାସ୍ଥ୍ୟ ସେବାରୁ ବଂଚିତ ହୋଇ ମୃତ୍ୟୁ ହୋଇଛି। ଏହି ଗାଁକୁ ଭଲ ରାସ୍ତା ଖଣ୍ଡିଏ ଯୋଗାଇଦେଲେ ସାଧାରଣ ରୋଗୀଙ୍କର ଯାତାୟତ ଠିକ ଭାବରେ ହୋଇପାରିବ ।

ଭଙ୍ଗା ଘର ତଳେ କଟୁଛି ଜୀବନ ; ଗରୀବଙ୍କ ଦୁଃଖ ଶୁଣୁଛି କିଏ ?

ଏଥର ସମ୍ଭାଳ (କେନ୍ଦ୍ରାପଡ଼ା) – କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ତେଣ୍ଡାକୁଡ଼ା ପଞ୍ଚାୟତ ରାହାଁଳ ଗ୍ରାମର ରାଧୁ ମଲ୍ଲିକ ଓ ତାଙ୍କର ପରିବାର ର ଚାରି ଜଣ ସଦସ୍ୟ ଙ୍କୁ ନେଇ ଅର୍ଦ୍ଧ ନିର୍ମିତ ଝାଟି ମାଟି କାନ୍ଥ ସାଙ୍ଗକୁ ଛଣ ଛପର ଓ ପଲିଥିନ ପଡିଥିବା ଏକ ବଖରା ଘରେ ରହୁଥିବା ବେଳେ ଆଜି ଏହି ଘର ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ଭାଙ୍ଗି ଯାଇ ରାଧୁ ଙ୍କ ଉପରେ ପଡିଥିଲା ।ସୌଭାଗ୍ୟ ବସତ ରାଧୁ ଙ୍କ ବ୍ୟତୀତ ଅନ୍ୟ କେହି ପରିବାର ଲୋକ ଘରେ ନଥିବା ଏବଂ ରାଧୁଙ୍କ ବେସି କିଛି କ୍ଷତି ନ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ଏହି ପରିବାର ଏବେ ଯାଯାବର ଭଳି ଜୀବନ ଯାପନ କରିବାକୁ ବାଧ୍ୟ ହେଉଛନ୍ତି। ଏବେ ଦେଖିବା ବାକି ରହିଲା କେବେ ସରକାର ଶୁଣୁଛନ୍ତି ଏହି ଅସହାୟ ପରିବାର ର ଡାକ,ଆଉ କେବେ ଭାଙ୍ଗୁଛି ନିଦ!!ଦୟାକରି ଏହି ପୋଷ୍ଟଟିକୁ ବହୁମାତ୍ରାରେ ସେୟାର କରିବାକୁ ଅନୁରୋଧ।

ସେପ୍ଟେମ୍ବର ୮ ରେ ମା ମାଣିକେଶ୍ଵରୀ ଙ୍କ ନବାନ୍ନ…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଭବାନୀପାଟଣା) – ସମଗ୍ର ପଶ୍ଚିମ ଓଡିଶାରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ କୃଷି ଭିତ୍ତିକ ପର୍ବ ନୂଆାଖାଇ ପାଳିତ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ନୂଆାଖାଇ ର ଏକ ଭିନ୍ନ ପରମ୍ପରା ରହିଛି। ଭାଦ୍ରବ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରେ କଳାହାଣ୍ଡି ଜିଲ୍ଲା ର ବାହାଦୁର ପଦର ଓ ପଥର୍ଲା ରେ ପ୍ରଥମ କରି ନୂଆ ଖାଉଥିବା ବେଳେ ପଞ୍ଚମୀ ତିଥିରେ କେସିଙ୍ଗା, ଜୁନାଗଡ଼, କର୍ଲାମୁଣ୍ଡା, ଧର୍ମଗଡ଼, କୋକସରା, ନର୍ଲା ଆଦି ଅଞ୍ଚଳରେ ନୂଆ ଖାଇଥାନ୍ତି। ତେବେ ପରମ୍ପରା ଅନୁଯାୟୀ ପ୍ରତି ବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ କଳାହାଣ୍ଡି ର ଇଷ୍ଟଦେବୀ ମାଣିକେଶ୍ଵରୀ ଙ୍କ ଠାରେ ନବାନ୍ନ ଭୋଗ କରି ଭବାନିପାଟଣା ସହର ସମେତ କଳାହାଣ୍ଡି ର ପୁରାତନ ରାଜଧାନୀ ମ. ରାମପୁର, ଲାଞ୍ଜିଗଡ଼, ଥୁ. ରାମପୁର, କର୍ଲାପାଟ, ମହୁଲପାଟଣା, ଜୟପାଟଣା ଆଦି ଅଞ୍ଚଳରେ ନୂଆଖାଇ ପର୍ବ ପାଳିତ ହେବ। ଚଳିତ ବର୍ଷ ସେପ୍ଟେମ୍ବର ୮ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ଦଶମୀ ତିଥିରେ କଳାହାଣ୍ଡି ର ଇଷ୍ଟଦେବୀ ମା ମାଣିକେଶ୍ଵରୀ ଙ୍କ ଠାରେ ସକାଳ ୭:୧୫ – ୯:୩୫ ମିନିଟ୍ ମଧ୍ୟରେ ନବାନ୍ନ ଭୋଗ ଲାଗିବ। ଭବାନୀପାଟଣା ଜନ ସାଧାରଣ ଙ୍କ ପାଇଁ ୭:୪୦ – ୯:୩୫ ମିନିଟ୍ ମଧ୍ୟରେ ନୂଆଖାଇ ଲଗ୍ନ ସ୍ଥିର ହୋଇଛି।