୧୧ ମାସ ଧରି ବସିନି ଜିଲ୍ଲା ପରିଷଦ ବୈଠକ : ଜିଲ୍ଲାରେ ବିକାଶ ବାଧାପ୍ରାପ୍ତ

!!! ଦକ୍ଷିଣ ଓଡିଶା ମୁଖ୍ୟ ଡ଼ି କିରଣ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡ) – ତ୍ରିସ୍ତରୀୟ ପଂଚାୟତିରାଜ ଶୀର୍ଷ ସଂସ୍ଥା ଭାବେ ଜିଲ୍ଲା ପରିଷଦ ଜିଲ୍ଲାର ସୁବିଧା ଅସୁବିଧାର ତର୍ଜ୍ଜମା କରି ଆବଶ୍ୟକ ପଦକ୍ଷେପ ନେବା ବା ଖସଡ଼ା ପ୍ରସ୍ତୁତ କରି  ବିକାଶ କରିବା ପାଇଁ ଉଦ୍ଦିଷ୍ଟ | ବିଭିନ୍ନ ଜିଲ୍ଲା ପରିଷଦ ଜୋନରୁ ନିର୍ବାଚିତ ସଦସ୍ୟ ମାନେ ଜ଼ିଲ୍ଲା ପରିଷଦ ବୈଠକରେ ନିଜ ନିଜ ଅଂଚଳର ସମସ୍ୟା ଉପସ୍ଥାପିତ କରି ତାହାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଉପରେ ଚାପ ପକାଇଥାନ୍ତି |  ଏହି ବ୍ୟବସ୍ଥା ଅନ୍ତର୍ଗତ ସାରା ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା ପରିଷଦ ବୈଠକ  ଅନୁଷ୍ଠିତ  ହେଉଥିବା ବେଳେ , ଆଦିବାସୀ ଅଧୁସିତ ତଥା ସମସ୍ୟାନାହୁଳ ରାୟଗଡ ଜିଲ୍ଲା କଥା କିନ୍ତୁ ନିଆରା । ଦୀର୍ଘ ୧୧ ମାସ ହେଲା ବାସିନୀ ବୈଠକ |  ଦୀର୍ଘ ସମୟ ଧରି ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ  ହୋଇପାରି ନଥିବାରୁ ଜିଲ୍ଲାର ବିକାଶ ମୂଳକ କାର୍ଯ୍ୟ ବାଧା ପ୍ରାପ୍ତ ହେଉଛି । ଯଦି ବୈଠକ  ଆୟୋଜିତ ହେଉଥାନ୍ତା ତେବେ ଅଧପନ୍ତରିଆ ହୋଇ ପଡି ରହିଥିବା ଅନେକ ଗୁଡିଏ ଜନ ହିତକର ପ୍ରକଳ୍ପ ଅନୁମୋଦିତ ହୋଇ ଜିଲ୍ଲାରେ ବିକାଶର ଧାରା ଜାରି ରହିଥାନ୍ତା । ତାମାନେ ଜିଲ୍ଲା ପରିଷଦ ଥାଇ ନଥିଲା ଭଳି |

ଜିଲ୍ଲାରେ ବିକାଶ ମୂଳକ କାର୍ଯ୍ୟ ସାଙ୍ଘାତିକ ଭାବରେ ବାଧା ପ୍ରାପ୍ତ ହେଉଥିବାରୁ ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବ୍ୟପିବାରେ ଲାଗିଛି । ଏହାରି ମୂଳରେ ରହିଛି ମୁଖ୍ୟତଃ ଗୋଟିଏ କାରଣ, ଯାହାର କୌଣସି ସମାଧାନ ହେଇ ପାରି ନଥିବାରୁ ବୈଠକ ଆୟୋଜନ କରିବାରେ ମୂଖ୍ୟ ପ୍ରତିବନ୍ଧକ ସାଜିଥିବା ଜଣାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ, ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ  ସଭ୍ୟ ପଦ  ଜିଲ୍ଲା ଦୌରା ଜଜଙ୍କ  ଅଦାଲତରେ ଅସିଦ୍ଧ ଘୋଷଣା ହେବା ପରେ ଯେଉଁ ଆଇନଗତ ସମସ୍ୟା ଦେଖା ଦେବା ସହିତ ଅଦ୍ୟାବଧି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅସିଦ୍ଧ ଘୋଷଣା କରିଥିବା ବେଳେ ସରକାରଙ୍କ ତରଫରୁ କିମ୍ବା ରାଜ୍ୟ ନିର୍ବାଚନ କମିଶନ ଏହି ସମ୍ବନ୍ଧରେ ଜିଲ୍ଲା ପ୍ରଶାସନ ଅବଗତ କରାଇଥିଲେ ମଧ୍ୟ କୌଣସି ପକ୍ଷେ ଏପର୍ଯ୍ୟନ୍ତ ଏହି ବିଷୟ ସମ୍ପର୍କିତ ସମସ୍ୟା ସମାଧନ ଦିଗରେ କୌଣସି ପଦକ୍ଷପ ନେଇ ନଥିବାରୁ ଖଲି ପଡିଥିବା ଆସନ ପୂରଣ ନ ହୋଇପାରି କୌଣସି ବୈଠକ ଅବାହନ କରାଯାଇ ପାରୁନାହିଁ |  ଫଳରେ ଏଠାରେ ପ୍ରଶ୍ନ ଉଠେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ବୈଠକ  ଆହ୍ୱାନ କରିବା ପାଇଁ ଆଇନଗତ ଭାବେ ଅଧିକାର ରହିଛି କି ନାହିଁ ତାହା ସନ୍ଦେହ  ସୃଷ୍ଟି କରୁଛି । ଉପର ମହଲରୁ କୌଣସି ସଠିକ  ନିର୍ଦ୍ଦେଶ ହସ୍ତଗତ ନହେବା ଯାଏଁ କିଛି କରାଯାଇ ପାରିବ ନାହିଁ ବୋଲି ରାୟଗଡ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଠାରୁ ପ୍ରକାଶ । ସଂପ୍ରତି ସରକାରଙ୍କ ଆଦେଶ ନାମାକୁ ଅପେକ୍ଷା କରାଯାଇଛି । ଏହି  ପରିପ୍ରେକ୍ଷୀରେ ଆଜି ଦଳମତ  ନିର୍ବିଶେଷରେ ୨୨ ସଭ୍ୟ ବିଶିଷ୍ଟ ଜିଲ୍ଲା ପରିଷଦଙ୍କ ମଧ୍ୟରୁ ୧୩ ଜଣ ସଭ୍ୟ ସ୍ଥାନୀୟ ପୂର୍ତ୍ତ ବିଭାଗ  ଡାକ ବଙ୍ଗଳା ଠାରେ ଏକତ୍ରିତ ହୋଇ ବିସୃୁତ ଭାବେ ଆଲୋଚନା କରି ରାୟଗଡ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ସାକ୍ଷାତ କରିଥିଲେ |  ଉପୁଜିଥିବା ସମସ୍ୟାର ସମାଧାନ  ଦିଗରେ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ସଦସ୍ୟ ମାନଙ୍କ ସହ ସାକ୍ଷାତ ଆଲୋଚନା କରି ଏହି ଦିଗରେ ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରି ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ ଦିଗରେ ଉଦ୍ୟମ କରିବେ ବୋଲି କହିଥିଲେ । ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ବିଷମକଟକ ଜିଲ୍ଲାପରିଷଦ ସଭ୍ୟ ନନ୍ଦ କିଶୋର ଚୌଧୁରୀଙ୍କୁ ଏହି ଆଲୋଚନା ବିଷୟରେ ପଚରାଯିବାରୁ ସେ କହିଥିଲେ ଯେ, କେଉଁ କାରଣ ଯୋଗୁଁ ବିଗତ ୧୧ ମାସ ଧରି ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ  ହୋଇ ନପାରିଥିବାରୁ ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ଅନେକ ନୂତନ ବିକାଶ ମୂଳକ କାର୍ଯ୍ୟର ଆରମ୍ଭ କରାଯାଇ ପାରୁ ନାହିଁ | ଏଥି ଯୋଗୁଁ ଜିଲ୍ଲା ବିକାଶ ଦିଗରେ ପ୍ରତିବନ୍ଧକ ସୃଷ୍ଟି ହେବାସହ ଓଡିଶା ସରକାରଙ୍କର ଜନହିତକର ଯୋଜନାର ସଫଳ ରୂପାୟନ ହୋଇପାରୁ ନାହିଁ | ଯଦି ସରକାର ଓ ଜିଲ୍ଲା ପ୍ରଶାସନ ଉପୁଜିଥିବା ସମସ୍ୟା ଦିଗରେ ଆଶୁ ପଦକ୍ଷେପ ନ ନିଅନ୍ତି ତେବେ ଦଳମତ  ନିର୍ବିଶେଷରେ ଜିଲ୍ଲାର ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସାମୂହିକ ଭାବେ ଇସ୍ତଫା ପ୍ରଦାନ କରିବେ ବୋଲି ପ୍ରକାଶ କରିଥିଲେ । ମୁନିଗୁଡା ଜିଲ୍ଲା ପରିଷଦ ସଭ୍ୟ ରାମ ଚନ୍ଦ୍ର ବେହେରା ମଧ୍ୟ କହିଛନ୍ତି ଯେ  ଦିର୍ଘ ୧୧ ମାସ ହେଲା ବୈଠକ  ବସି ନଥିବାରୁ ସରକାରଙ୍କର ଅନେକ ଜନହିତକର ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଁଚି ପାରୁନାହିଁ | ଫଳ ସାଧାରଣ ଜନତା ସୁବିଧା ପାଇବାରୁ ବଂଚିତ ହେଉଛନ୍ତି ବୋଲି ଶ୍ରୀ ବେହେରା ପ୍ରକାଶ କରିଥିଲେ । ଏହି ବିଷୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ  ଅମୃତ ଋତୁରାଜ କହିଲେ ଯେ, ଜିଲ୍ଲା ଅଦାଲତରେ ଅଧ୍ୟକ୍ଷଙ୍କ ସଭ୍ୟ ପଦ ଅସିଦ୍ଧ ଘୋଷଣା ହେବା ପରେ ତାଙ୍କ ସ୍ଥାନ ଶୂନ୍ୟ ପଡି ରହିଛି | କିନ୍ତୁ ସେହି ସ୍ଥାନ ପୂରଣ ନ ହେବା ଯାଏଁ କୌଣସି ବୈଠକ କରାଯାଇ ପାରିବ ନାହିଁ | କାରଣ ବୈଠକକୁ କିଏ ଆହ୍ୱାନ କରିବ ଓ ପରିଚାଳନା କରିବ ଉପାଧ୍ୟକ୍ଷଙ୍କର ସେହି କ୍ଷମତା ଅଛି କି ନାହିଁ ଏ ଦିଗରେ ଆଇନଗତ ସମସ୍ୟା ରହିଛି । ଏଥି ନେଇ ରାଜ୍ୟ ସରକାର ଓ ରାଜ୍ୟ ନିର୍ବାଚନ କମିସନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯିବା ସହ ସେମାନଙ୍କ ନିର୍ଦ୍ଦେଶନାମାକୁ ଅପେକ୍ଷା କରାଯାଇଛି ବୋଲି ସେ ପ୍ରକାଶ କରିଥିଲେ । ଆୟୋଜିତ ଆଜିର ସର୍ବଦଳୀୟ ବୈଠକରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ବିଣାପାଣୀ ସାହୁକାର (କଂଗ୍ରେସ), ସଭ୍ୟ ନନ୍ଦ କିଶୋର ଚୌଧୁରୀ (କଂ), ଅମ୍ବିକା ମାଝୀ (କଂ), ନିଳ ଝୋଡିଆ (କଂ), ପୁରୁଷୋତମ ଗମାଙ୍ଗ (କଂ), ବଳରାମ ନାଚିକା (କଂ), ଗୌରୀ ବାବୁ (ବିଜଦ), ଗଙ୍ଗାଧର ପୁଆଲା (ବିଜଦ), ସମି ହିମିରୀକା (ବିଜଦ), ରତ୍ନମାଳା ପରିଛା (ବିଜଦ), ଅମ୍ବିକା ବିଡିକା (ବିଜଦ), ରାମଚନ୍ଦ୍ର ବେହେରା (ବିଜେପି) ଓ ସାରଦା ସେନାପତି (ବିଜେପି) ପ୍ରମୂଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ଗୁଣପୁର ବ୍ଲକ ରେଗେଡା ପଞ୍ଚାୟତ ଠାରେ ଆଇ.ର୍.ଲା ପକ୍ଷରୁ ଗ୍ରାମ ସଭା ଅନୁଷ୍ଠିତ !

!!! ଦକ୍ଷିଣ ଓଡ଼ିଶା ମୁଖ୍ୟ ଡ଼ି କିରଣ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା (ଆଇ.ର୍.ଲା) ପକ୍ଷରୁ ଅଗଷ୍ଟ ମାସ ରୁ ନଭେମ୍ବର ମାସ ପର୍ଯ୍ୟନ୍ତ ସର୍ବ ଭାରତୀୟ ଗ୍ରାମ ସଭା ଅଭିଯାନ କାର୍ଯ୍ୟକ୍ରମ ଚାଲୁଅଛି । ଆଜି ରାୟଗଡ ଜିଲ୍ଲା ଗୁଣୁପୁର ବ୍ଲକ ରେଗେଡା ପଞ୍ଚାୟତ ଠାରେ ଏହି ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଗ୍ରାମ ସଭା ଅଭିଯାନ କାର୍ଯ୍ୟକ୍ରମ (ଆଇ.ର୍.ଲା) ର କେନ୍ଦ୍ର କମିଟି ସଭ୍ୟ ଶ୍ରୀ ତ୍ରିପତି ଗମାଙ୍ଗ ଙ୍କ ନେତୃତ୍ୱ ରେ ଆୟୋଜିତ ହୋଇଥିଲା । ଉକ୍ତ ଗ୍ରାମ ସଭା ରେ ବନ୍ଧୁଗୁଡା ର ସଭ୍ୟ ମାନେ ଯୋଗଦେଇ ଅଭିଯାନ ର ଗୁରୁତ୍ୱ ଏବଂ କର୍ତବ୍ୟ ବିଷୟ ରେ ଶ୍ରୀ ଗମାଙ୍ଗ ଙ୍କ ଠାରୁ ବୁଝିଥିଲେ ।

ପ୍ଲାଷ୍ଟିକ୍ ମୁକ୍ତ ଭାରତ ଗଠନ ଦିଗରେ ଜନ ଅନ୍ଦୋଳନ ପାଇଁ ମୋଦୀ ଙ୍କ ଆହ୍ଵାନ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ମନକି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀ ଙ୍କୁ ପ୍ଲାଷ୍ଟିକ୍ ବିରୁଦ୍ଧରେ ଜନ ଆନ୍ଦୋଳନ ପାଇଁ ଆହ୍ଵାନ ଦେଇଛନ୍ତି। ଅକ୍ଟୋବର ୨ ତାରିଖ ଦିନ ମହାତ୍ମା ଗାନ୍ଧୀ ଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ଏହି ଦିନ ଠାରୁ ପୁରା ଦେଶରେ ପ୍ଲାଷ୍ଟିକ୍ ବ୍ଯବହାର ବିରୋଧରେ ଏକ ଜନ ଅନ୍ଦୋଳନ ଆରମ୍ଭ କରିବା ଲାଗି ଦେଶ ବାସୀଙ୍କୁ ଆହ୍ଵାନ ଦେଇଛନ୍ତି। ଏଥିପାଇଁ ସବୁ ପ୍ରସ୍ତୁତି ଆରମ୍ଭ ହେବା ଆବଶ୍ୟକ ବୋଲି ମତ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଖୋଲା ରେ ଶୌଚ ମୁକ୍ତ ଭାରତ ସହିତ ପ୍ଲାଷ୍ଟିକ୍ ଆବର୍ଜନା ରୁ ମୁକ୍ତ ଭାରତ ମଧ୍ଯ ଏହି ସମୟର ଆହ୍ଵାନ। ଏନେଇ ସେପ୍ଟେମ୍ବର ୧୧ ତାରିଖ ରୁ ଦେଶ ବ୍ୟାପି “ସ୍ଵଚ୍ଛତା ହିଁ ସେବା” ଅଭିଯାନ ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି।

ମହିଳା ସରପଞ୍ଚ ଙ୍କୁ ଜାତିଆଣ ଆକ୍ଷେପ କରି ପୂର୍ବତନ ଜିଲ୍ଲାପରିଷଦ ଗିରଫ…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଜୟପାଟଣା) – ମହିଳା ସରପଞ୍ଚଙ୍କୁ ଜାତିଆଣ ଆକ୍ଷେପ,ଅସଭ୍ୟ ଭାଷାରେ ଗାଳିଗୁଲଜ ଓ ହତ୍ୟା ଧମକ ଦେଇଥିବା ରୁ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଉମେର ଗାଁ ର ପୂର୍ବତନ ଜିଲାପରିଷଦ ଯଦୁମଣି ସାହୁଙ୍କୁ ଜୟପାଟଣା ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଜୟପାଟଣା ବ୍ଲକ ଭେଜିଗୁଡା ପଂଚାୟତର ନୂତନ କୋଠା ନିର୍ମାଣ ର ଭିତ୍ତିଭୂମି ପାଇଁ ଭେଜିଗୁଡା ସରପଞ୍ଚ, ସମସ୍ତ ୱାର୍ଡ ସଭ୍ୟ ସଭ୍ୟା, ଜୟପାଟଣା ବିଡ଼ିଓ, ତହସିଲଦାର ବ୍ଲକ କର୍ମଚାରୀ ଓ ପଞ୍ଚାୟତ ବାସୀ ଏକ ବୈଠକ କରୁଥିଲେ, ସେ ସମୟରେ ଅଭିଯୁକ୍ତ ପୂର୍ବତନ ଜିଲ୍ଲାପରିଷଦ ଯଦୁମଣି ସାହୁ ପହଂଚି କିଛି ନିଜସ୍ୱ ସ୍ୱାର୍ଥ ନିହିତ ପାଇଁ ନୂତନ କୋଠା କୁ ନିଜ ଗାଁ ଉମେର ରେ ନିର୍ମାଣ କରିବା ପାଇଁ କହିଥିଲେ।
କିନ୍ତୁ ହାଇକୋର୍ଟ ଙ୍କ ନିର୍ଦ୍ଧେଶ କ୍ରମେ ଓ ସମସ୍ତ ଜନସ୍ୱାର୍ଥ କୁ ଆଖି ଆଗରେ ରଖି ଏହା ଭେଜିଗୁଡା ରେ ହେବ ବୋଲି ସରପଞ୍ଚ ପ୍ରକାଶ କରିଥିଲେ।ଏଥିରେ ଯଦୁମଣି କ୍ରୋଧ ହୋଇ ସରପଞ୍ଚ , ବିଡ଼ିଓ, ତହସିଲଦାର, ଉପସ୍ଥିତ ସଭ୍ୟ ସଭ୍ୟା ମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି, ହତ୍ୟା ଧମକ ଦେଇଥିଲେ ଏବଂ ସରପଞ୍ଚ ଙ୍କୁ ଜାତିଆଣ ଆକ୍ଷେପ କରିଥିଲେ । ଏଥି ନେଇ ସରପଞ୍ଚ ଜୟପାଟଣା ଥାନା ରେ ଲିଖିତ ଅଭିଯୋଗ କରିଥିଲେ , ପୋଲିସ ଅଭିଯୋଗ ଅନୁସାରେ ୨୧୪/୧୯ ରେ ଏକ ମାମଲା ରୁଜୁ କରି ଆଇ.ପି.ସି ୨୯୪,୩୫୩,୫୦୬ ତଥା ଆଟରୋସିଟି ଧାରା ଲଗାଇ ଯୁବକ ଙ୍କୁ ଗିରଫ କରିଛି।
କିନ୍ତୁ ଏ ନେଇ ଥାନା ଅଧିକାରୀ ସୁଶାନ୍ତ ସାହୁ କିମ୍ବା ଅଭିଯୁକ୍ତ କ୍ୟାମେରା ଆଗରେ କିଛି ପ୍ରତିକ୍ରିୟା ରଖିନଥିବା ଘଟଣା କୁ ସନ୍ଦେହ ଘେର ରେ ରଖିଛି ।