ନିତି ଆୟୋଗ ଙ୍କ ପ୍ରସ୍ତୁତ ତାଲିକା ରେ ଓଡ଼ିଶା ର ୪ ଗୋଟି ଜିଲ୍ଲା ପ୍ରଥମ ୧୦ ମଧ୍ୟରେ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ସ୍ୱାସ୍ଥ୍ୟ, ପୁଷ୍ଟି, ଶିକ୍ଷା, କୃଷି ଓ ଜଳସମ୍ପଦ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ କୌଶଳ ବିକାଶ ଏବଂ ମୌଳିକ ଭିତ୍ତିଭୂମି ଭଳି ମାନଦଣ୍ଡ କୁ ବିଚାର୍ କୁ ନେଇ ଆକାଂକ୍ଷୀ ଜିଲ୍ଲା ଗୁଡିକର ପ୍ରଦର୍ଶନ କୁ ଅନୁଧ୍ୟାନ କରି ପାଞ୍ଚୋଟି ମାନଦଣ୍ଡ ନେଇ ନୀତି ଆୟୋଗ ଜୁନ ଜୁଲାଇ ମାସ ପାଇଁ ପଛୁଆ(ଆକାଂକ୍ଷୀ) ଜିଲ୍ଲା ରେ ବାବୁ ମାନଙ୍କ ପ୍ରଦର୍ଶନ କେତେ ଆଗୁଆ ଅଛି ଏନେଇ ଯେଉଁ ଡ୍ୟାସ୍ ବୋର୍ଡ ରିପୋର୍ଟ୍ ପ୍ରସ୍ତୁତ କରିଛନ୍ତି । ସେଥି ମଧ୍ୟରୁ ପ୍ରଥମ ୧୦ ଜଣ ଙ୍କ ମଧ୍ୟରେ ଓଡ଼ିଶା ର ୪ ଗୋଟି ଜିଲ୍ଲା ରହିଅଛି। ଓଡ଼ିଶା ର ବଲାଙ୍ଗିର ଜିଲ୍ଲା ମୌଳିକ ଭିତି ଭୂମି ମାନଦଣ୍ଡ ରେ ସାରା ଦେଶରେ ପ୍ରଥମ ସ୍ଥାନ ରେ ରହିଛି ଏବଂ ସାମଗ୍ରିକ ଭାବେ ୧୧୫ ଟି ଆକଂକ୍ଷୀ ଜିଲ୍ଲା ମଧ୍ୟରୁ ଦ୍ଵିତୀୟ ସ୍ଥାନରେ ରହିବାରେ ସକ୍ଷମ ହୋଇଛି। ବଲାଙ୍ଗୀର କୁ ଛାଡ଼ିଦେଲେ ଓଡ଼ିଶା ର ଗଜପତି(୫),କନ୍ଧମାଳ(୯) ଓ ରାୟଗଡ଼ା(୧୦) ଏଭଳି ୪ ଟି ଜିଲ୍ଲା ପ୍ରଥମ ଦଶଟି ଜିଲ୍ଲା ଭିତରେ ରହିଛି। ମୌଳିକ ଭିତ୍ତିଭୂମି ର ବିକାଶ କ୍ଷେତ୍ରରେ ଦୁଇ ନମ୍ବର ରେ ରହିଥିବା ବଲାଙ୍ଗୀର ଜିଲ୍ଲା କୃଷି ଓ ଜଳସମ୍ପଦ କ୍ଷେତ୍ରରେ (୧୦୪) ନମ୍ବର ରେ ଶିକ୍ଷାରେ (୧୩) ନମ୍ବର ସ୍ଥାନ ରେ ସ୍ଵାସ୍ଥ୍ଯ ଓ ପୁଷ୍ଟି କ୍ଷେତ୍ରରେ (୧୬) ନମ୍ବର ସ୍ଥାନରେ ରହିଥିବା ଜଣା ପଡିଛି।

ଜାମ୍ମୁ କାଶ୍ମୀର ରେ ଉଡ଼ିଲା ତ୍ରିରଙ୍ଗା ; ହଟିଲା ସ୍ଵତନ୍ତ୍ର ପତାକା…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଜାମ୍ମୁ କାଶ୍ମୀର କୁ ସ୍ଵତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ ହଟିବା ପରେ ମଧ୍ଯ ଅନେକ ସ୍ଥାନରେ ତ୍ରିରଙ୍ଗା ସହିତ ଭିନ୍ନ ପତାକା ଉଡ଼ିବାର ଦେଖିବାକୁ ମିଳୁଥିଲା। ଅଗଷ୍ଟ ୫ ତାରିଖ ଦିନ ଏନ୍.ଡି଼.ଏ ସରକାର ଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରି ୩୭୦ ଧାରାକୁ ଏଠାରୁ ଉଠାଇ ଦେଇଥିଲେ। ଏଥି ପାଇଁ ସୁରକ୍ଷା ଦୃଷ୍ଟି ରୁ ରାଜ୍ଯ ରେ ୧୪୪ ଧାରା ଜାରି କରାଯଇଥିଲା। ଅନେକ ସ୍ଥାନରେ ଏବେ ମଧ୍ଯ ଏହା ବଳବର୍ତ୍ତର ରହିଥିବା ଏବଂ ରାଜ୍ଯ ର ଅନେକ ପ୍ରମୂଖ ନେତା ଗୃହ ବନ୍ଧୀ ହୋଇରହିଥିବା ବେଳେ ଶତାଧିକ ବିଛିନ୍ନତା ବାଦୀ ନେତା ଙ୍କୁ ଜେଲ ରେ ରଖାଯାଇଥିବା ଜଣା ପଡିଛି। ଜାମ୍ମୁ କାଶ୍ମୀର ରୁ ୩୭୦ ଧାରା ସହିତ ସ୍ୱତନ୍ତ୍ର ପତାକା ପରମ୍ପରା ହଟାଇ ଦିଆଯାଇଛି। ଏହି କ୍ରମରେ ଶ୍ରୀନଗର ସ୍ଥିତ ରାଜ୍ଯ ସଚିବାଳୟ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନ ରୁ ଅଲଗା ପତାକା ହଟାଇ ଦିଆଯାଇ ସେଠାରେ ସ୍ଵତନ୍ତ୍ର ପତାକା ଲଗାଯାଇଥିବା ଦେଖିବାକୁ ମିଳିଛି। କଶ୍ମୀର ଉପତ୍ୟକା ଅଞ୍ଚଳରେ ଯୋଗାଯୋଗ ଉପରେ କରାଯାଇଥିବା କଟକଣା କୁ ପୋହଳ କରାଯାଇ ଲ୍ୟାଣ୍ଡ ଲାଇନ୍ ଟେଲିଫୋନ୍ ସେବାକୁ ସ୍ୱାଭାବିକ କରାଯାଇଛି। କିନ୍ତୁ ହିଂସା ବ୍ୟାପିବା ଆଶଙ୍କା ରେ ବି.ଏସ୍.ଏନ୍.ଏଲ୍ ବ୍ରୋଡ଼ ବ୍ୟାଣ୍ଡ ଏବଂ ଘରୋଇ କମ୍ପାନୀ ଙ୍କ ଲିଜ୍ଲାଇନ୍ ଇଣ୍ଟରନେଟ୍ ସେବାକୁ ସେବାକୁ ବନ୍ଦ ରଖାଯାଇଛି।

ଚାଷୀ ଭାଇଙ୍କ ପାଇଁ ଖୁସି ଖବର, ଫସଲ ଏଥର ଭଲ ହେବ ; ସୂଚନା ଦେଲେ ଚାଷୀ ବିଶେଷଜ୍ଞ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ,ଆଗାମୀ ୨୮ ତାରିଖରେ ବଙ୍ଗୋପସାଗର ରେ ସୃଷ୍ଟି ହେବାକୁ ଥିବାଘୁର୍ଣ୍ଣି ବଳୟ ଯୋଗୁଁ ୨୯ ତାରିଖ ଏହା ଲଘୁଚାପ ରେ ପରିଣତ ହେବ । ଏହାପରେ ସେପ୍ଟେମ୍ବର ୨ ତାରିକରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବ ଫଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।
ଜୁନ-ଜୁଲାଇ ରେ ହୋଇଥିବା ସ୍ବଳ୍ପ ବର୍ଷା ଯୋଗୁଁ ଅନେକ ସ୍ଥାନରେ ତଳି ରୁଆ ହୋଇପାରିନାହିଁ ।କିନ୍ତୁ ଆଗକୁ ଏସବୁ ସତ୍ତ୍ବେ ରାଜ୍ୟରେ ଭଲ ଫସଲ ହେବ ବୋଲି କୃଷି ବିଶେଷଜ୍ଞ ଆକଳନ କରିଛନ୍ତି । ସ୍ବଳ୍ପ ବୃଷ୍ଟି ଫଳରେ ଯେଉଁ ସମସ୍ୟା ଥିଲା ଏବେ ଆଉ ରହିବନାହିଁ । ଯେଉଁ ଚାଷୀ ମାନେ ତଳି ରୋଇ ଦେଇଛନ୍ତି ସେମାନେ ବିଲରେ ପାଣି ମଡା ଇବାକୁ ପଡିବ ନାହିଁ । ଯେଉଁ ମାନେ ତଳି ରୋଇ ନାହାନ୍ତି ସେମାନେ ୧୨୦ ଦିନିଆ ଧନ ଚାଷ କଲେ ଭଲ ଫସଲ ପାଇବେ ବୋଲି କୃଷି ବିଶେଷଜ୍ଞ ସୂଚନା ଦେଇଛନ୍ତି । ବନ୍ୟା ପରେ ଯେଉଁ ରୋଗ ବ୍ୟାପିବାର ଥିଲା ତାହାବି ହେବାର ସମ୍ବବନା ନାହିଁ ଏଣୁ ଏଥର ଭଲ ଫସଲ ହେବାର ସମ୍ଭାବନା ଥିବା ଆକଳନ କରାଯାଇଛି ।

ନୂଆପଡ଼ା ଠାରେ ନୂତନ ଓ ପୂର୍ବତନ ଏସ୍.ପି ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ…!

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ନୁଆପଡ଼ା) – ନୂଆପଡ଼ା ପୋଲିସ ପକ୍ଷରୁ ନୂତନ ଅରକ୍ଷୀ ଅଧିକ୍ଷକ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ସହ ପୂର୍ବତନ ଅରକ୍ଷୀ ଅଧିକ୍ଷକ ଙ୍କୁ ବହୁ ଆଡ଼ମ୍ବର ସହ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ପୋଲିସ ବେରେଜ ଠାରେ ଅନୁଷ୍ଠିତ ଉତ୍ସବ ରେ ସହସ୍ରାଧିକ ଗ୍ରାମ ବାସୀ ବାଜା ଓ ଡିଜେ ମସଗୁଲ ହୋଇ ନାଚ ଗୀତ କରି ଉଭୟଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହା ବିଦାୟ କାଳୀନ ଆରକ୍ଷୀ ଅଧିକ୍ଷକ ଙ୍କ ବଡ଼ ଧରଣର ଜନ ସମ୍ପର୍କ ସୂଚନା ଏବଂ କାର୍ଯ୍ୟଦକ୍ଷତା ର ସୂଚନା ବାର୍ତ୍ତା ସାଧାରଣ ରେ ପରିପ୍ରକାଶ କରିଛି। ଅୟୋଜିତ ଉତ୍ସବ ରେ ଆତ୍ମସମର୍ପଣ କରିଥିବା ମାଓବାଦୀ ମାନଙ୍କୁ ପୋଲିସ ପକ୍ଷରୁ ପୁରସ୍କୃତ ରାଶି ପ୍ରଦାନ କରାଯାଇଥିଲା।

୫୭୦ ଆବାସ କାର୍ଯ୍ୟାଦେଶ ବାଣ୍ଟିଲେ ମନ୍ତ୍ରୀ ସୁଶାନ୍ତ ସିଂ !

!!! ପଶ୍ଚିମ ଓଡ଼ିଶା ମୁଖ୍ୟ ଏମ ଶ୍ରୀକାନ୍ତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବରଗଡ଼) – ବରଗଡ ଜିଲ୍ଲା ଅନ୍ତର୍ଗତ ବିଜେପୁର ନିର୍ବାଚନ ମଣ୍ଡଳୀର  ଗାଇସିଲେଟ ବ୍ଲକ ପରିସରରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ, ବିଜୁ ପକ୍କା ଘରର କାର୍ଯ୍ୟାଦେଶ ଓ ଭିନ୍ନକ୍ଷମ ମାନଙ୍କୁ ଟ୍ରାଇ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବରେ  ରାଜ୍ୟ ସରକାରଙ୍କ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ମୁଖ୍ୟଅତିଥି ଭାବେ ଯୋଗଦାନ କରି ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ଓ ସହାୟତା ରାଶି ବଣ୍ଟନ କରିଥିଲେ | କୌଣସି ସରକାରୀ ସହାୟତା ପାଇଁ କାହାକୁ ମଧ୍ୟ ଲାଞ୍ଚ ନ ଦେବା ପାଇଁ ମାନ୍ୟବର ମନ୍ତ୍ରୀ ଉଦ୍ବୋଧନ ଦବାସହ ୫୭୦ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ, ୧୦ଜଣଙ୍କୁ ବିଜୁ ପକ୍କା ଘର କାର୍ଯ୍ୟାଦେଶ, ଅନ୍ୟାନ୍ୟ ଭିନ୍ନକ୍ଷମ, ୨୭୮ ଜଣଙ୍କୁ ମଧୁବାବୁ ପେନସନ ଯୋଜନାର କାର୍ଯାଦେଶ ଏବଂ ଚାରିଜଣ ଦିବ୍ୟାଙ୍ଗ ମାନଙ୍କୁ ଟ୍ରାଇ ସାଇକଲ ବଣ୍ଟନ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଚେୟାରମ୍ୟାନ ବାସନ୍ତୀ ପାଣ୍ଡେ,ବ୍ଲକ ବିଜେଡି ସଭାପତି ମନେଜ ପଣ୍ଡା ,ବିଡିଓ ଆଦିତ୍ୟ ପଣ୍ଡା,ତହସିଲଦାର ପୁଷ୍ପକ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ପ୍ରଣୟ କୁମାର ସାହୁ,ଜିଲ୍ଲାପରିଷଦ ଉପାଧ୍ୟକ୍ଷ ମଦନ ଦୀପ ସମେତ ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ,ସମିତିସଭ୍ଯ ଓ ଜିଲ୍ଲାପରିଷଦ ଉପସ୍ଥିତ ଥିଲେ |

କାଙ୍କେରମଂଜି ଓ ହଲୁଆପାଲି ଗାଁର ବନବାସୀ ଦେଖାଇଲେ କମାଲ !

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ନୂଆପଡ଼ା) – ଏକତା ହିଁ ବଳ । ଗାଁ ଲୋକେ ଏକତ୍ରିତ ହୋଇ କୌଣସି ଅସାଧ୍ୟ କାମକୁ ହାସଲ  କରିବାକୁ ଲକ୍ଷ୍ୟ ରଖିବେ, ତେବେ ତାହା ନିଶ୍ଚୟ ସଫଳ ହୋଇଯିବ । ଏମିତି ଏକ ଅସାଧ୍ୟ କାମକୁ ସୁନାବେଡା ଅଭୟାରଣ୍ୟର ଦୁର୍ଗମ ଜଙ୍ଗଲ  ପାହାଡ ଘେରା କାଙ୍କେରମଂଜି ଓ ହଲୁଆପାଲି ଗାଁର ବନବାସୀ ମିଶି ସାଧ୍ୟ କରି ଦେଖାଇଛନ୍ତି । ଦୁଇ ଗାଁ ଲୋକେ ୩ ଦିନର ଶ୍ରମଦାନ କରି ବହୁ ପ୍ରତିକ୍ଷିତ  କାଙ୍କେରମଂଜି-ହଲୁଆପାଲି ନାଲା ଉପରେ ପଥର, କାଠ ଓ ମାଟି ପକାଇ ପ୍ରାୟ ୮୦ ଫୁଟର ଏକ କାଠ ପୋଲ  ନିର୍ମାଣ କରିବାରେ ସଫଳ ହୋଇଛନ୍ତି । ଏବେ ଏହି ରାସ୍ତାରେ ସୁନାବେଡା ଓ ସୋସେଙ୍ଗ ପଞ୍ଚାୟତର ଗ୍ରାମବାସୀ ସହଜରେ କମ ସମୟ ଭିତରେ ଜିଲ୍ଲା ମୁଖ୍ୟାଳୟରେ ପହଂଚି  ପାରୁଛନ୍ତି । ସେହିପରି କେରମେଲି, ଟାନୱାଟ ପଞ୍ଚାୟତ ସମେତ ସଦର ବ୍ଲକର ଲୋକେ ସିଧାସଳଖ ଭାବେ ସୁନାବେଡା ଓ ସୋସେଙ୍ଗ ପଞ୍ଚାୟତକୁ ଯାତାୟତ କରୁଛନ୍ତି । ଏବେ ଦୁଇ ଗାଁର ଆଦିବାସୀଙ୍କ ମହତ କାମକୁ ଲୋକେ ଭୁୟସୀ ପ୍ରଶଂସା କରିଛନ୍ତି ।

ସ୍ୱାଧିନତାର ୭୩ ବର୍ଷ ପରେ ବି ସୁନାବେଡା ଅଭୟାରଣ୍ୟବାସୀ ମୌଳିକ ସୁବିଧା ସୁଯୋଗରୁ ବଂଚିତ  ହୋଇ ରହିଛନ୍ତି । ବନବାସୀ ମାନଙ୍କ ପାଇଁ ଗମନା ଗମନ, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି ଭଳି ମୌଳିକ ସୁବିଧା ସାତ ସପନ ହୋଇ ରହିଛି । ପ୍ରତି ବର୍ଷ ବର୍ଷା ଋତୁ ଆସିଗଲେ, ଅଭୟାରଣ୍ୟବାସୀଙ୍କ ପାଇଁ ଦୁଃଖ ଆହୁରୀ ଦ୍ୱିଗୁଣିତ ହୁଏ । ଅଭୟାରଣ୍ୟର ଅନେକ ନଦୀ, ନାଳରେ ପାହାଡ ଉପର ବନ୍ୟା ଜଳ ପ୍ରବାହିତ ହୁଏ । ଅନେକ ଗାଁରେ ବ୍ରିଜ ଅଭାବ ହେତୁ ବନବାସୀ ଦିନ, ସପ୍ତାହ, ମାସ ଧରି ଜଳବନ୍ଦୀ ଜୀବନ ଅତିବାହିତ କରନ୍ତି । ସେଥି ମଧ୍ୟରୁ ସଦର ବ୍ଲକ କେରମେଲି ପଞ୍ଚାୟତର କାଙ୍କେରମଂଜି-ହଲୁଆପାଲି ମଧ୍ୟସ୍ଥ ବଙ୍ଗାଘାଟି ନାଳା ଅନ୍ୟତମ । କାଙ୍କେରମଂଜି ଗାଁ ମୁଣ୍ଡରେ ରହିଛି ବଙ୍ଗାଘାଟି ନାଲା । ବର୍ଷା ୬ ମାସ ଏହି ନାଳା ଉପରେ ୩ ଫୁଟ ରୁ ୬ ଫୁଟ ପର୍ଯ୍ୟନ୍ତ ପାଣି ପ୍ରବାହିତ ହୋଇଥାଏ । ପାହାଡ ପାଣିର ବେଗ ତିବ୍ର ରହିବା ସହ ପଥରିଆ ରାସ୍ତାରେ ପାଣି ଭିତରେ ଅତିକ୍ରମ କରିବାକୁ କାଷ୍ଟକର ହୋଇଥାଏ । କାଙ୍କେରମଂଜି ଗାଁ ଲୋକେ ନାଲାକୁ ଅତିକ୍ରମ କରି ନିଜ ଚାଷ ଜମିକୁ ଯାଇ ପାରିନଥାନ୍ତି । ଅନେକ ସମୟରେ ଚାଷବାସ ନଷ୍ଟ ହେବାର ସମ୍ଭବନା ରହିଛି । ଚାଷୀ ନିଜ ଚାଷ ଜମିକୁ ଚାଷ କାମରେ ଯାଇଥିବା ବେଳେ ନାଳାରେ ପାଣି ବଢିଗଲେ, ଦିନ ଦିନ ଧରି ନାଲା ଆରପାରିରେ ଜଳବନ୍ଦୀ ହୋଇ ଭୋକ ଉପବାସରେ ଜୀବନ ଅତିବାହିତ କରନ୍ତି । ସୁନାବେଡା ଓ ସୋସେଙ୍ଗ ପଞ୍ଚାୟତବାସୀ ଜିଲ୍ଲା ମୁଖ୍ୟାଳୟକୁ ଯିବା ଆସିବା କରିବା ପାଇଁ ଦୁଃଖ ଭୋଗିଥାନ୍ତି । ଏହି ଦୁଇ ପଞ୍ଚାୟତବାସୀଙ୍କୁ ୩୦ କିମି ବଦଳରେ ୮୦ କିମି ଦୂରତା ଅତିକ୍ରମ କରି ନୂଆପଡ଼ାକୁ ଯିବା ଆସିବା କରନ୍ତି । ଗର୍ଭବତୀ, ରୋଗୀଙ୍କୁ ହସ୍ପିଟାଲ ପହଂଚିବାରେ  ବିଲମ୍ବ ଘଟିଲେ ମୃତ୍ୟୁ  ମୁଖରେ ପଡିଥାନ୍ତି । ଅଭୟାରଣ୍ୟବାସୀ ଅନେକ ଥର ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ବି କୌଣସି ସୁଫଳ ମିଳିନଥିଲା । ଶେଷରେ କାଙ୍କେରମଂଜି ଓ ହଲୁଆପାଲି ଗାଁ ଲୋକେ ମିଶି ନାଲା ଉପରେ ବ୍ରିଜ ନିର୍ମାଣ କରିବାକୁ ସ୍ଥିର କରିଥିଲେ ।

ଗତ ୧୯ ତାରିଖରେ କାଙ୍କେରମଂଜି ଓ ହଲୁଆପାଲି ଗାଁ ଲୋକଙ୍କ ମଧ୍ୟରେ ଏକ ବୈଠକ ବସିଥିଲା । ସେଠାରେ ଦୁଇ ଗାଁ ଲୋକେ ମିଶି ବଙ୍ଗାଘାଟି ନାଲା ଉପରେ ଏକ ଅସ୍ଥାୟୀ ବ୍ରିଜ ନିର୍ମାଣ କରିବାକୁ ସ୍ଥିର କରିଥିଲେ । ୨୦ ତାରିଖ ସକାଳେ ଦୁଇ ଗାଁର ଶତାଧିକ ପୁରୁଷ ଓ ମହିଳା ଏକତ୍ରିତ ହୋଇ ଗଏଁତି, ରଫା, ଝୁଡି ଧରି ବାହାରି ଥିଲେ । ନାଲା ନିକଟରେ ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିଲା । ବାଉଁସ ଓ କାଠରେ ବାଡ ତିଆରି କରି ସେଥି ଭିତରେ ପଥର ଭର୍ତ୍ତି କରି ପିଲର ନିର୍ମାଣ କରିଥିଲେ । ପିଲର ଉପରେ ବଡ ବଡ କାଠ ପକାଇ ତା ଉପରେ ଛୋଟ ଛୋଟ କାଠ ଓ ବାଉଁସ ବିଛାଇ ଥିଲେ । ତାରି ଉପରେ ଗଛର ଡାଳ ପକାଇ ମାଟି ପକାଇ ରାସ୍ତା ନିର୍ମାଣ କରିଥିଲେ । ଦୁଇ ଗାଁ ଲୋକଙ୍କ ୩ ଦିନର ଶ୍ରମଦାନ ପରେ ପ୍ରାୟ ୮୦ ଫୁଟ ଲମ୍ବର ପଥର, କାଠ ଓ ମାଟି ପକାଇ ଏକ ଅସ୍ଥାୟୀ ବ୍ରିଜ ନିର୍ମାଣ କରିବାରେ ଲୋକେ ସକ୍ଷମ ହୋଇଥିଲେ । ଗାଁ ଲୋକଙ୍କ ଏଭଳି ଉଦ୍ୟମକୁ ଜିଲ୍ଲାବାସୀ ଉଚ୍ଚ ପ୍ରଶଂସା କରିଛନ୍ତି । ଶ୍ୟାମସୁନ୍ଦର ମାଝି, ଲଲିତ ମାଝି, ମନଧର ମାଝି, ବଜତ ମାଝି, ଶୁଶିଲ ମାଝି, ଗୁଡୁ ପହରିଆ, ଇନ୍ଦ୍ରା ମଝି, ଶୁକମନୀ ମାଝି, ପଦ୍ମାବତୀ ମାଝି, ନୃପତି ମାଝି, ଧନମତି ମାଝି, ରଜନୀ ମାଝି ପ୍ରମୁଖ ସାମିଲ ହୋଇଥିଲେ ।