ବନ ବିଭାଗର ଚଢ଼ାଉ ; ୫ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ଶାଳ କାଠ ଜବତ…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କଳାହାଣ୍ଡି) – କଳାହାଣ୍ଡି ଜିଲ୍ଲା ଉତ୍ତରଖଣ୍ଡ ଡି.ଏଫ.ଓ ନୀତିଶ କୁମାର ଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଦିନ ୧୦ ଘଣ୍ଟା ସମୟରେ ମ. ରାମପୁର ର ପ୍ରୋଫେସନାଲ ଡି.ଏଫ୍.ଓ ଗଜାନନ ଲାଡେ ଏବଂ ଏସି.ଏଫ୍ ବଂଶୀଧର ସ୍ଵାଇଁ ଙ୍କ ପ୍ରତ୍ୟକ୍ଷ ନେତୃତ୍ବରେ ନର୍ଲା ରେଞ୍ଜ୍ ଅଧୀନସ୍ଥ ବାଇଶିଙ୍ଗା ଗ୍ରାମ ଓ କନକ ପୁରଗ୍ରାମ ରେ ଚଢ଼ାଉ କରି ବନ ବିଭାଗ ୫ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ମୂଲ୍ୟ ର ଶାଳ କାଠ ଜବତ କରିଥିବା ରେ ସଫଳ ହୋଇଛି। ଏହି ଚଢାଉ ରେ ଉତ୍ତରଖଣ୍ଡ ଡି.ଏଫ୍.ଓ ଙ୍କ ଅଧୀନରେ ଥିବା ଚାରୋଟି ରେଞ୍ଜ୍ ଓ ନର୍ଲା ପୋଲିସ ର କର୍ମକର୍ତ୍ତା ସାମିଲ ଥିଲେ। ଜବତ କାଠ ଗୁଡ଼ିକ ନର୍ଲା ରେଞ୍ଜ୍ କାର୍ଯ୍ୟାଳୟ ରେ ରଖା ଯାଇଥିବା ସୂଚନା ମିଳିଛି। ଏହି ଚଢ଼ାଉ ସମୟରେ ମ.ରାମପୁର ରେଞ୍ଜ୍ ର କେଶବ ଚନ୍ଦ୍ର ମାଝୀ, କେଗାଁ ରେଞ୍ଜର ହରେକୃଷ୍ଣ ଦୋରା, ଭବାନିପାଟଣା ମୋବାଇଲ ରେଞ୍ଜର ଖେଞ୍ଜା ଦୂର୍ଗା ଙ୍କ ସମେତ ବନ ବିଭାଗ କର୍ମଚାରୀ ଉପସ୍ଥିତି ରହିଥିଲେ। ଚଢ଼ାଉ ବେଳେ ଗ୍ରାମ ମଧ୍ୟରେ ଦେଖାଦେଇଥିବା ଖାକି ପୋଷାକ ଧାରୀ ଙ୍କ ଛାଉଣୀ ଅଞ୍ଚଳବାସୀ ଙ୍କୁ ତାଜୁବ୍ କରି ଦେଇଥିଲା। ଏହି ଅଞ୍ଚଳରେ ଏଭଳି ବଡ଼ଧରଣର ଚଢ଼ାଉ ପୂର୍ବରୁ କେବେବି ହୋଇ ନଥିବା ଜଣାପଡ଼ିଛି। ଚଢ଼ାଉ ସମୟରେ କାଠ ଜବତ କରାଯାଇଥିବା ଘର ର ମାଲିକ୍ ମାନେ ନଥିବାରୁ ଚଢ଼ାଉ ଦଳ ଘର ତାଲା ଭାଙ୍ଗି ଘରୁ କାଠ ଜବତ କରିଥିଲେ। ଫଳରେ ବର୍ତ୍ତମାନ ସୁଦ୍ଧା ଏହି ମାମଲରେ କାହାରିକୁ ଗିରଫ୍ କରାଯାଇନଥିବା ସୂଚନା ମିଳିଛି। ଏନେଇ ବିଭାଗ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି।

ଭବାନୀପାଟଣା ଠାରେ ବହୁ ଆଡ଼ମ୍ବର ସହକାରେ ନନ୍ଦ ଉତ୍ସବ ପାଳନ….

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(ଭବାନୀପାଟଣା) – ସ୍ଥାନୀୟ ରାଧାଗୋବିନ୍ଦ ଧାମ ଠାରେ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବ ରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି କୃତୀ କୁନିକୁନି କଳାକାର ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ବାଳମୁକୁନ୍ଦ ଅନୁଷ୍ଠାନ ର ସଂଗଠକ ସସ୍ମିତା ପ୍ରଧାନ ଙ୍କ ତତ୍ତ୍ୱବୋଧନରେ କୁନିକୁନି ଛାତ୍ରଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ। ରାଧାଗୋବିନ୍ଦ ଧାମ ର ମୁଖ୍ୟ ଅଜୟ ମାଥୁର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବି ଜେ ଡ଼ି ଜ଼ିଲ୍ଲା ସଭାପତି ପ୍ରବୋଧ ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୁନି କୁନି ବିଦ୍ୟାର୍ଥୀ ଙ୍କୁ ଉତ୍ସାହିତ କରିଥିଲେ। ତାପର ଦିନ ନନ୍ଦ ଉତ୍ସବ ରେ ସହର ପରିକ୍ରମା କରାଯାଇଥିଲା। ପରେ ଶ୍ରୀକୃଷ୍ଣ ଙ୍କ ସମ୍ବଧୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଅନୁଷ୍ଠାନ ର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ।

ବହୁ ପ୍ରତୀକ୍ଷିତ ଜୁନାଗଡ଼ ରୁ ଭୁବନେଶ୍ବର ଟ୍ରେନ ଚଳାଚଳ ସଫଳ ହୋଇଛି…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଜୁନାଗଡ଼) – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ରୁ ରାଜଧାନୀ ଭୁବନେଶ୍ଵର କୁ ସିଧାସଳଖ ରାୟଗଡ଼ା ଦେଇ ବହୁ ପ୍ରତୀକ୍ଷିତ ଟ୍ରେନ ଚଳାଚଳ ସଫଳ ହୋଇଛି। ଏହାକୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିବାର ଥିଲା। କିନ୍ତୁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ଦେହାନ୍ତ ଯୋଗୁଁ ଶ୍ରୀ ପ୍ରଦାନ ତାଙ୍କ କାର୍ଯ୍ୟକ୍ରମ କୁ ବାତିଲ କରିଛନ୍ତି। ଜୁନାଗଡ଼ ରୋଡ଼ ରୁ ଭୁବନେଶ୍ବର ଏକ୍ସପ୍ରେସ ପୂର୍ବ ନିର୍ଦ୍ଧାରିତ ସମୟରେ ଷ୍ଟେସନ୍ ଛାଡ଼ିଛି। ଏହି ଅବସରରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଜୁନାଗଡ଼ ବିଧାୟକ ତଥା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଓ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଉପସ୍ଥିତ ରହି ଟ୍ରେନ ଯାତ୍ରା ର ଶୁଭ ମାନସୀ ଥିଲେ। ଯୋଗଯୋଗ କ୍ଷେତ୍ର ରେ କଳାହାଣ୍ଡି ଜିଲ୍ଲା ଆଉ ଏକ ପାଦ ଆଗକୁ ବଢି ଥିବାରୁ କଳାହାଣ୍ଡି ବାସୀ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ଟ୍ରେନ ଚଳାଚଳ ଯୋଗୁଁ ସ୍ଥାନୀୟ ଯାତ୍ରୀ ଙ୍କ ମନରେ ଉତ୍ସାହ ଦେଖାଯାଇଛି। ଏହା ଫଳରେ ଯାତ୍ରୀଙ୍କ ଯାତ୍ରା ଜନିତ କଷ୍ଟ ଲାଘବ ହେବ ବୋଲି ରେଳଯାତ୍ରୀ ପ୍ରକାଶ କରିଛନ୍ତି।

ଧର୍ମଗଡ଼ ରେ ନନ୍ଦ ଉତ୍ସବ ପାଳିତ..!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – ଜନ୍ମାଷ୍ଟମୀ ଉପଲକ୍ଷେ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ଯାଦବ ମହାସଭା ତରଫରୁ ନନ୍ଦ ଉତ୍ସବ ଅୟୋଜିତ କରାଯାଇଥିଲା। ଏହି ଅବସରରେ ସତାଧିକା ଯାଦବ ପୁରୁଷ ଓ ମହିଳା ଯୋଗଦେଇ ଧର୍ମଗଡ଼ ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣ ରୁ ଏକ ବିଶାଳ ଶୋଭାଯାତ୍ରା ସହ ଧର୍ମଗଡ଼ ନଗର ପରିକ୍ରମା କରିଥିଲେ। ଏହି ଅବସରରେ ଆଯୋଜିତ ସଭା ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌସଧିକ ବାଗ ଓ ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦ ରାଜ୍ଯ ସଭାପତି ବଳରାମ ସିଂ ଯାଦବ ମୁଖ୍ଯ ବକ୍ତା ଭାବେ ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବ୍ଲକ ପୂର୍ବତନ ସଭାପତି ଧନୁ ଗୋପାଲ, ଜିଲ୍ଲା ଯୁବ ଯାଦବ ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା, ଧର୍ମଗଡ଼ ଯୁବ ସଭାପତି ଲବଣୀ ରାଉତ ଯୋଗ ଦେଇଥିବା ବେଳେ ପୂଜକ ଭାବେ ରବି ଶଙ୍କର ଓ କର୍ତ୍ତା ଭାବେ ମହେନ୍ଦ୍ର ଖରସେଲ ପିଣ୍ଟୁ ଭଇସାଲ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଜ୍ଞାପିତ ଅଞ୍ଚଳ ସଭାପତି ଅନିରୁଦ୍ଧ ଲହଜଡ଼ ଧନ୍ୟବାଦ୍ ଅର୍ପଣ କରିଥିଲେ।

ବଦଳିବେ ବିଜେଡି ମହିଳା, ଯୁବ ଓ ଛାତ୍ର ମୁଖିଆ ; ନୂଆ ମୁହଁ ଖୋଜା ଆରମ୍ଭ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ବିଜେଡି ନିଜର ସାଂଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିବା ସହ ଜିଲ୍ଲାୱାରୀ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେବାପରେ ଦଳର ୩ ଛାମୁଆ ସଂଗଠନର ମୁଖିଆଙ୍କୁ ପରିବର୍ତ୍ତନ କରିବା ପ୍ରକ୍ରିୟା ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ ବିଜେଡି ମହିଳା, ଯୁବ ଓ ଛାତ୍ର ମୁଖିଆ ପଦରେ କାହାକୁ ଅବସ୍ଥାପିତ କରାଯିବ ସେଥିନେଇ ଦଳର ପ୍ରଭାବଶାଳୀ ନେତାମାନଙ୍କ ମଧ୍ୟରେ ବିଚାରବିମର୍ଶ ଆରମ୍ଭ ହୋଇଛି। ବିଜେଡି ନେତୃତ୍ୱଙ୍କ ପରାମର୍ଶରେ ଦଳର କିଛି ପ୍ରଭାବଶାଳୀ ନେତାମାନେ ଏବେ ଦଳର ଯୁବ ଓ ଛାତ୍ର ସଂଗଠନରେ ନୂଆ ଚେହେରାକୁ ଅବସ୍ଥାପିତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଦଳର ଯୁବ ସଭାପତି ଅମ୍ରେଶ ପତ୍ରୀଙ୍କୁ ରାଜ୍ୟ ଉଠାଜଳସେଚନ ନିଗମ ଅଧ୍ୟକ୍ଷ ଭାବେ ଥଇଥାନ କରାଯାଇଛି। ଯୁବ ସଭାପତି ଭାବେ ଶ୍ରୀ ପତ୍ରୀଙ୍କ କାର୍ଯ୍ୟ ଉତ୍ସାହଜନକ ନଥିବାରୁ ତାଙ୍କ ସ୍ଥାନରେ ଜଣେ ଦକ୍ଷ ଓ ପ୍ରଭାବଶାଳୀ ଯୁବନେତାଙ୍କୁ ଏହି ଦାୟିତ୍ୱ ଦେବା ପାଇଁ ଦଳୀୟ ନେତୃତ୍ୱ ଚାହୁଁଛନ୍ତି।

ପୂର୍ବରୁ ଯୁବ ବିଜେଡି ସଭାପତି ଭାବେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଓ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କ ନାଁ ଚର୍ଚ୍ଚାରେ ରହିଥିଲା। କିନ୍ତୁ ଶ୍ରୀ ରାୟଙ୍କୁ ଭଦ୍ରକ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଏବଂ ଚନ୍ଦ୍ରସାରଥୀଙ୍କୁ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିବା ପରେ ସେମାନେ ଯୁବ ସଭାପତି ପଦ ଦୌଡ଼ରୁ ବାଦ୍ ପଡ଼ିଛନ୍ତି। ସେହିପରି ଛାତ୍ର ସଭାପତି ରାଣାପ୍ରତାପ ପାତ୍ର ସାଧାରଣ ନିର୍ବାଚନ ସମୟରୁ ଅସନ୍ତୁଷ୍ଟ ଥିବାରୁ ତାଙ୍କୁ ସାଂଗଠନିକ କାର୍ଯ୍ୟକ୍ରମରୁ ଦୂରେଇ ରଖାଯାଇଛି ।

ସେହିପରି ମହିଳା ବିଜେଡି ସଭାନେତ୍ରୀ ମିନତୀ ବେହେରା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦରେ ଆସୀନ ହୋଇସାରିଥିବାରୁ ସେ ରାଜନୀତିକ କାର୍ଯ୍ୟକ୍ରମରେ ସାମିଲ ହେବାରେ ସମସ୍ୟା ରହିଛି। ମିନତୀଙ୍କ ସ୍ଥାନରେ ଦଳ ଅନ୍ୟ କୌଣସି ନେତ୍ରୀଙ୍କୁ ଥଇଥାନ କରିବ। ଦଳର ଆଗଧାଡ଼ିର ନେତ୍ରୀମାନଙ୍କୁ ନିକଟରେ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରାଯାଇଥିବାରୁ ସେମାନଙ୍କ ପରିବର୍ତ୍ତେ ଅନ୍ୟ କୌଣସି ନେତ୍ରୀଙ୍କୁ ମହିଳା ସାମ୍ମୁଖ୍ୟର ସଭାନେତ୍ରୀ ପଦରେ ଥଇଥାନ କରାଯାଇପାରେ।

ବିଜେଡି ସୂତ୍ରରୁ ଜଣାପଡ଼ିଛି ଯେ, ଦଳ ଏହି ୩ ଛାମୁଆ ସଂଗଠନର ରାଜ୍ୟ କମିଟି ଉପରେ ଅଧିକ ନିର୍ଭରଶୀଳ ନରହି ଜୋନ୍ କମିଟିଗୁଡ଼ିକୁ ଶକ୍ତିଶାଳୀ କରିବା ନିମନ୍ତେ ଯୋଜନା କରୁଛି। ସମଗ୍ର ରାଜ୍ୟକୁ ୪ଟି ଜୋନରେ ବିଭକ୍ତ କରି ଜୋନ୍ କମିଟିଗୁଡ଼ିକୁ ଅଧିକ କ୍ରିୟାଶୀଳ କରାଯିବ। ଏହି ଜୋନ୍ କମିଟି ଉପରେ ଜିଲ୍ଲା ଓ ବ୍ଲକସ୍ତରରେ ସାଂଗଠନିକ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବାର ଦାୟିତ୍ୱ ରହିବ। ତେଣୁ ଏସବୁ ଛାମୁଆ ସଂଗଠନର ରାଜ୍ୟ ମୁଖିଆଙ୍କ ପ୍ରଦର୍ଶନ ଯଦି କୌଣସି କାରଣରୁ ଉତ୍ସାହଜନକ ନରହେ, ତା’ର ପ୍ରଭାବ ଆଉ ସେହି ସଂଗଠନ ଉପରେ ପଡ଼ିବ ନାହିଁ ଓ ବାରମ୍ବାର ଏହାର ମୁଖିଆଙ୍କୁ ବଦଳାଇବାର ଆବଶ୍ୟକତା ଅନୁଭବ ହେବ ନାହିଁ ବୋଲି ଦଳ ସୂତ୍ରରୁ ସୂଚନା ମିଳିଛି।

ତେବେ ବିଜେଡି ଆସନ୍ତା ମାସ ପ୍ରଥମ ସପ୍ତାହ ସୁଦ୍ଧା ନିଜର ଏହି ୩ ଛାମୁଆ ସଂଗଠନର ମୁଖ୍ୟଙ୍କ ନାମ ଘୋଷଣା କରିବାର ସମ୍ଭାବନା ରହିଥିବା ଜଣାପଡ଼ିଛି।

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଙ୍କ ଦ୍ଵାରା ୫ ଟି ପ୍ରକଳ୍ପ ର ଶିଳାନ୍ୟାସ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କତା ଉଦ୍ୟୋଗର ବିକାଶ ପାଇଁ ଆଜି ରାଜଧାନୀ ଭୁବନେଶ୍ୱରରେ ହୋଇଛି ଏକ କର୍ମଶାଳା। ଭାରତ ସରକାରଙ୍କ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟ ତରଫରୁ କୟର ବୋର୍ଡ ପକ୍ଷରୁ ଏହି କର୍ମଶାଳା ହୋଇଯାଇଛି। ୨.୫ କୋଟି ଟଙ୍କା ବ୍ୟୟରେ ରାଜ୍ୟର କୋଣାର୍କ, ରାଜକନିକା, ରାଧାରାଣୀ, ରଘୁନାଥପୁର ଓ ଭୋଗରାଇରେ ନିର୍ମିତ ହେବ କୟର ଫ୍ୟାସିଲିଟି ସେଣ୍ଟର। ଯାହାର ଶିଳାନ୍ୟାସ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। କତା ତିଆରି ହାତୀ, ଘୋଡା, ବାଇଚଢେଇ ବସା, ଅଳଙ୍କାର, ପାପୋଛ ଭଳି ସାମଗ୍ରୀକୁ ସୁଲଭ ମୂଲ୍ୟରେ ରାଜ୍ୟ ତଥା ବାହାରେ ପ୍ରଚାର ପ୍ରସାର କରିବା ଲକ୍ଷ୍ୟ ରଖାଯାଇଛି।

ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଓଡ଼ିଶାରେ ୭୫ଟି ନୂତନ ଉଦ୍ୟୋଗ ସ୍ଥାପନ କରିବାର ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ୩୦୦ରୁ ଅଧିକ ଏସ୍‌ଏଚ୍‌ଜି ଗ୍ରୁପ୍‌ରେ ମହିଳାମାନେ କତା ସାମଗ୍ରୀ ତିଆରି କରୁଥିଲେ ବି ଏହି ଶିଳ୍ପ ସବୁଠି ପହଞ୍ଚିପାରୁନି। ତେଣୁ ମାର୍କେଟିଂ ଉପରେ ଅଧିକ ଗୁରୁତ୍ୱ ଦିଆଯିବ କହିଛନ୍ତି କୟର ବୋର୍ଡ ସଂପାଦକ କୁମାର ରାଜା।

ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା ବାତିଲ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀଙ୍କ ମୃତ୍ୟୁ ଯୋଗୁଁ ଆସନ୍ତାକାଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ହେବାକୁ ଥିବା ରାଜ୍ୟସ୍ତରୀୟ କର୍ମଶାଳାକୁ ଦଳ ବାତିଲ କରିଛି। ଦଳୀୟ ସାଙ୍ଗଠନିକ ନିର୍ବାଚନ ପାଇଁ ଏହି ରାଜ୍ୟସ୍ତରୀୟ କର୍ମଶାଳା ହେବାର କାର୍ଯ୍ୟକ୍ରମ ଥିଲା। ଏଥିରେ ଦଳର ସମସ୍ତ ବରିଷ୍ଠ ପଦାଧିକାରୀ ଓ ପ୍ରମୁଖ ନେତାମାନେ ସାମିଲ ହୋଇଥାନ୍ତେ। ରାଜ୍ୟ ବିଜେପି ମୁଖପାତ୍ର ସୁଦୀପ୍ତ ରାୟ କହିଛନ୍ତି ଯେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ନିର୍ଦ୍ଦେଶରେ ଏହି କର୍ମଶାଳାକୁ ସ୍ଥଗିତ ରଖାଯାଇଛି, କର୍ମଶାଳା ତାରିଖ ପରେ ଧାର୍ଯ୍ୟ ହେବ। ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଜାତୀୟସ୍ତରର ଶିକ୍ଷାନୁଷ୍ଠାନ ଯଥା- ଆଇଜର ଓ ଆଇଆଇଏମ୍ ପ୍ରତିଷ୍ଠା ଦିଗରେ ତତକାଳୀନ କେନ୍ଦ୍ରମନ୍ତ୍ରୀ ଜେଟଲୀଙ୍କ ପ୍ରମୁଖ ଅବଦାନ ଥିଲା। ଶ୍ରୀ ଜେଟଲୀଙ୍କ ବ୍ୟକ୍ତିଗତ ପ୍ରୟାସ ଯୋଗୁଁ ବ୍ରହ୍ମପୁରରେ ଆଇଜର ଓ ସମ୍ବଲପୁରରେ ଆଇଆଇଏମ୍ ପ୍ରତିଷ୍ଠା ସମ୍ଭବପର ହୋଇପାରିଥିଲା।