ବୋଡେ଼ନ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ମହାସମାରୋହ ପାଳିତ !

!!! ନୁଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!

ଏଥର ସମ୍ଭାଳ (ନୂଆପଡ଼ା) – ନୂଆପଡ଼ା ଜିଲ୍ଲା ବୋଡେ଼ନ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ମହାସମାରୋହ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ରବୀରଞ୍ଜନ ପ୍ରଧାନ ଓ ସମ୍ମାନନୀୟ ଅତିଥି ଭାବେ ସୁଶାନ୍ତ କୁମାର ବିଶି ଓ ସରତ ଚନ୍ଦ୍ର ଚଲାନ ଏବଂ ସାମୁଏଲ ଦାନୀ ଯୋଗ ଦେଇଥିଲେ। ଏହି ଅବସରରେ ବହୁ ଛାତ୍ର ଛାତ୍ରୀ ଓ ଗୁରୁଜନ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ।

ଭବାନୀପାଟଣା ହିଲ୍ ଟାଉନ ଅଞ୍ଚଳରେ କୁଢ କୁଢ ଆବର୍ଜନା ; ଏଠି ସ୍ଵଚ୍ଛ ଭାରତ ଅଭିଯାନ ଠପ୍ …!

!!! କଳାହାଣ୍ଡି ଜିଲ୍ଲା ରୁ ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଭବାନୀପାଟଣା) – ଭବାନୀପାଟଣା ସହର ଅନ୍ତର୍ଗତ ହିଲ ଟାଉନ ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ର ନିକଟରେ ଚାରି ମାସରୁ ଉର୍ଦ୍ଧ ହେବ କୁଢ଼ କୁଢ଼ ଆବର୍ଜନା ପଡି ରହିଛି।ଏଥିରୁ ଜନ୍ମିତ କୀଟାଣୁ ଶିଶୁ ଙ୍କୁ ସଂକ୍ରମିତ କରିବା ସମ୍ଭାବନା କୁ ଏଡ଼ାଇ ଦିଆଯାଇ ନପାରେ। ଏଥି ପ୍ରତି କାହାରି ଦୃଷ୍ଟି ନାହିଁ। ଏହା ନିକଟରେ ଏକ ନଳକୂପ ରହିଛି। ସ୍ଥାନୀୟ ଲୋକେ ଏହାର ଜଳ ବ୍ୟବହାର କରୁଛନ୍ତି। ଏହା ନିକଟରେ ଭିଜିଲାସନ୍ସ କର୍ମଚାରୀ ମାନେ ମଧ୍ୟ ରହନ୍ତି ତଥାପି କାହାରି ଦୃଷ୍ଟି ନାହିଁ। ଏଣୁ ସାଧାରଣରେ ପ୍ରଶ୍ନ ଉଠିଛି ଏଠିକାର ଲୋକେ ସଚେତନ ନୁହଁନ୍ତି ନା ପୌର ପ୍ରଶାସନ ର ଦୁର୍ବଳତା ର ନିଦର୍ଶନ ଅଟେ। ଗୋଟିଏ ପଟେ ସ୍ଵଛ ଭାରତ ନାମରେ କୋଟିକୋଟି ଟଙ୍କା ଖର୍ଚ୍ଚ ଚାଲିଥିବାବେଳେ ଏପଟେ ସହରର ସମସ୍ତ ୱାର୍ଡ ରେ କୁଢ଼ କୁଢ଼ ଆବର୍ଜନା ପଡ଼ିରହିଛି । ଏଠି ସ୍ଵଚ୍ଛ ଭାରତ ଅଭିଯାନ ସମ୍ପୁର୍ଣ୍ଣ ଠପ। ଏନେଇ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବୀ ହେଉଛି।

କୋକସରା ସରସ୍ଵତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ୟାରେଲାଲ୍ ଦୁର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କୋକସରା) – କୋକସରା ବ୍ଲକ କୁସୁମ ଖୁଣ୍ଟି ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର ଠାରେ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସ୍ଥାନିୟ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ଶିବ ମନ୍ଦିର ପୂଜକ ଶ୍ରୀ ଅଶୋକ ଦାସ କୁନି କୁନି ଛାତ୍ର ଛାତ୍ରୀ ଙ୍କ ଗହଣରେ ଉପସ୍ଥିତ ରହି ଶ୍ରୀ କୃଷ୍ଣ ବନ୍ଦନା ଆରତି ଓ ପୂଜନ କାର୍ଯ୍ୟ ସମାପନ କରି ଥିଲେ। ସାମାଜସେବି ଦିନାର୍ଦ୍ଧନ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଦିବସ ଟି ହିନ୍ଦୁ ଙ୍କ ପାଇଁ ଏକ ସୌଭାଗ୍ୟ ର ଦିନ ବୋଲି କହି ଶିକ୍ଷାନୁଷ୍ଠାନ ର କାର୍ଯ୍ୟକଳାପ ଉପରେ ସନ୍ତୁଷ୍ଟ ବ୍ୟକ୍ତ କରିଥିଲେ। ଏହି ଅବସରରେ ଅତିଥି ଓ ଅଭିଭାବକ ମାନଙ୍କ ଦ୍ଵାରା ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ସଭା କାର୍ଯ୍ୟକ୍ରମ ରେ ମୋଟେର ଫାଣ୍ଡି ଅଧିକାରୀ ଶେଖର ଜେନା ଯୋଗଦେଇ ଶିଶୁ ମନଲାଖି ସୁନ୍ଦର ଭଜନ ପରିବେଷଣ କରିଥିଲେ। ନିଜ ବକ୍ତବ୍ୟ ରେ ହେଲମେଟ ର ବ୍ୟବହାର ନେଇ ବାର୍ତ୍ତା ପ୍ରଦାନ କରିଥିଲେ। ବିଦ୍ୟାଳୟ ର ବିଦ୍ୟାର୍ଥୀ ଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା।

ନକଲି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ ଅଭିଯୋଗ ରେ ୨ ଅଟକ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୋଲାମୁଣ୍ଡା) – କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସଦର ମହକୁମା ର ଏକ ଭଡ଼ା ଘରେ ରହୁଥିବା ଯୁବକ ଓ ଯୁବତୀ ଦୁଇଜଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ନକଲି କାର୍ଯ୍ୟାଦେଶ ଦେଇ ଲୋକଙ୍କ ଠାରୁ ୫ ହାଜର ଲେଖାଏଁ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ବାସିନ୍ଦା ଅଶୋକ ସାହୁ ଙ୍କ ଠାରୁ ଅଭିଯୋଗ ପାଇବା ପରେ ଥାନା ଅଧିକାରୀ ଉଭୟଙ୍କୁ ଅଟକ ରଖି ତଦନ୍ତ ଚଳାଇଛନ୍ତି। ପୋଲିସ ର ସୂଚନା ନୁଯାଇ ଅଭିଯୁକ୍ତ ଅଭିନାସ ରଣା ଓ କାନ୍ତି ମାଝୀ ଉଭୟେ ସ୍ଵାମୀ ସ୍ତ୍ରୀ ଏବଂ ଏମାନଙ୍କ ନିଜ ବାସସ୍ଥାନ ନର୍ଲା ବୋଲି ଜଣାପଡ଼ିଛି। ନକଲି କାର୍ଯ୍ୟାଦେଶ ରେ ଲଗାଯାଇଥିବା ସିଲ୍ ମୋହର ଅସଲି ହୋଇଥିବାରୁ ଏହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ; ୩ ଗିରଫ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଭବାନୀପାଟଣା) – ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କୀଟପଦର ଗ୍ରାମଠାରେ ଏକ ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ରେ ତିନି ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ କଳାହାଣ୍ଡି ଜ଼ିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସିରଲୀଗୁଡ଼ା ଗ୍ରାମର ରାକେଶ ପୁଞ୍ଜି ସହ କୈଳାଶ ଦଣ୍ଡସେନା ର ପୂର୍ବ ଶତ୍ରୁତା ଥିଲା, ଏଣୁ କୈଳାଶ କୁ ହଟାଇ ଦେବା ପାଇଁ ଯୋଜନାବଦ୍ଧ ଭାବେ କୀଟପଦର ଗ୍ରାମ ଠାରେ ହତ୍ୟା କରାଯାଇଛି। ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରି ଅଭିଯୁକ୍ତ ରାକେଶ ପୁଞ୍ଜି (୧୯), ଡମ୍ବରୁଧର ପୂଜାରୀ (୨୧)ଓ କାମଦେବ ଜାଲ (୨୫) ଙ୍କୁ ଗିରଫ କରି ଥିଲେ। ଗିରଫ କରି ୨୭୪/୧୯ ନମ୍ବର ରେ କେଶ ରୁଜୁ କରି ଭାରତୀୟ ଦଣ୍ଡ ବିଧି ଆଇନ ର ଧାରା ୧୨୦(ବି )/୩୦୨/୧୦୯/୩୪/ ଲାଗୁ କରି କୋର୍ଟ ଚାଲାଣ କରିଛନ୍ତି।

ଲାଞ୍ଜିଗଡ ବେଦାନ୍ତ ଫାଟକ ସାମ୍ନାରେ ସଂଘର୍ଷ ଘଟଣାର ବିଚାରଧୀନ କଏଦୀଙ୍କ ମୃତ୍ୟୁ ; ଲାଞ୍ଜିଗଡ ବେଦାନ୍ତରେ ୧୪୪ ଧାରା ଜାରି…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କଳାହାଣ୍ଡି) – କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଫାଟକ ସାମ୍ନାର ସଂଘର୍ଷ ଘଟଣାରେ ଭବାନିପାଟଣା ଜେଲରେ ବିଚାରଧିନ କଏଦି ଭାବରେ ସଜା କାଟୁଥିବା ଜଣେ କଏଦିଙ୍କ ମୃତ୍ୟୁକୁ ନେଇ ଆଗୁଆ ଆଶଙ୍କା କରି ବେଦାନ୍ତ ପ୍ଲାଣ୍ଟର ମୂଖ୍ୟ ଫାଟକ, ବେଦାନ୍ତ ଟାଉନସିପ ଏରିଆ ଓ ତା ଅାଖ ପାଖ ୨କିମି ପରିଧି ଭିତରେ ୧୪୪ ଧାରା ଗତ କାଲି ସନ୍ଧ୍ୟା ୫.୩୦ ରୁ ଲାଗୁକରାଯାଇଛି ।

ମୃତ କଏଦୀଙ୍କ ଜଣକ ହେଲେ ଲାଞ୍ଜିଗଡ ଥାନା ବସନ୍ତପଡା ପଞ୍ଚାୟତ ଅନ୍ତର୍ଗତ ରେଙ୍ଗୋପାଲି ଗାଁର ପଟ୍ଟନାୟକ ହରିଜନ(୪୦) । ତାଙ୍କୁ ୪ମାସ ତଳେ ପୋଲିସ ଗିରଫ କରିଥିଲା । ସେହିଦିନ ଠାରୁ ସେ ଭବାନିପାଟଣା ଜେଲରେ ଥିଲେ । ତିନି ଦିନ ପଟ୍ଟନାୟକ ହରିଜନଙ୍କ ଦେହ ଜେଲରେ ଖରାପ ହୋଇଥିଲା।ଅତ୍ୟନ୍ତ ଗୁରୁତର ହେବାରୁ ଜେଲ କତୃପକ୍ଷ ଭବାନୀପାଟଣା ଡାକ୍ତର ଖାନାକୁ ନେଇଥିଲେ। ସେଠାରେ ଦୁଇ ଦିନ ରଖିବା ପରେ ଡାକ୍ତର ଗତକାଲି ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରିଥିଲେ । ସେଠାରେ ରାତି ୨ ରୁ ୩ ଘଣ୍ଟା ଚିକିତ୍ସା ସମୟରେ ପଟ୍ଟନାୟକ ଙ୍କର ମୃତ୍ୟୁ ହୋଇ ଯାଇଥିଲା । ପୋଲିସ ମୃତକଙ୍କ ପରିବାରବର୍ଗଙ୍କୁ ଖବର ଦେବାପରେ ସେମାନେ ସେଠାରେ ପହଞ୍ଚି ଶବକୁ ଲାଞ୍ଜିଗଡ଼ କୁ ଆଣିଥିଲେ ।

ଏଠାରେ ସୂଚନା ଯୋଗ୍ୟଯେ ସ୍ଥାନୀୟ ନିଯୁକ୍ତିକୁ ନେଇ ପ୍ଲାଣ୍ଟ ଆଖପାଖର ଲୋକେ ବେଦାନ୍ତ ଗେଟ ସମ୍ମୁଖରେ ଧାରଣା ଦେବା ସମୟରେ ସଂଘର୍ଷ ଘଟିଥିଲା । ଓଆଇଇଏସଏଫ ଜବାନଙ୍କ ଆକ୍ରମଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଜନତାଙ୍କ ଅକ୍ରମଣରେ ଜଣେ ହାବିଲଦାରଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ପୋଲିସ ୩୦୦ ଜଣଙ୍କ ନାମରେ ଅଭିଯୋଗ ଫର୍ଦ ପ୍ରସ୍ତୁତ କରିଥିବା ବେଳେ ପର୍ଯ୍ୟାୟକ୍ରମେ ୨୯ ଜଣଙ୍କୁ ଗିରଫ କରିଥିଲା । ସେହି କ୍ରମରେ ମୃତ ପଟ୍ଟନାୟକ ହରିଜନକୁ ୪ମାସ ତଳେ ଗିରଫକରି ଜେଲ ପଠେଇ ଦିଆ ଯାଇଥିଲା । ଅଭିଯୁକ୍ତ ମାନଙ୍କ ନାମରେ କେସ ନଂ ୧୫/୨୦୧୯ ରେ ମାମଲା ରୁଜୁ ହେବାସହ ୧୪୭, ୧୪୮, ୧୪୯, ୩୨୩, ୩୨୫, ୪୩୬, ୩୦୨, ୫୦୬ ଭଳି ସଙ୍ଗିନ ଧାରା ଲାଗିବାସହ ୨୭ ଆର୍ମସ୍ ଆକ୍ଟ ଲାଗିଥିଲା । ଗିରଫ ୨୯ ଜଣଙ୍କ ମଧ୍ୟରୁ ଅଗଷ୍ଟ ୬ ତାରିଖ ଦିନ ୬ଜଣ, ୭ ତାରିଖ ଦିନ ୩ ଜଣ ଓ ଆଜି ୨ ଜଣଙ୍କୁ ଏପରି ମୋଟ ୧୧ ଜଣଙ୍କୁ ବେଲ ହୋଇଛି ଓ ପଟ୍ଟନାୟକ ହରିଜନ ସମେତ ୧୮ ଜଣ ଜେଲରେ ରହିଥିଲେ ।
ଗତ ମାସରେ ଏମାନଙ୍କୁ ମୁକ୍ତ କରିବା ଓ ବେଆଇନ ଗିରଫଦାରିକୁ ବନ୍ଦ କରିବା ଦାବିନେଇ ଛତ୍ରପୁର ଗାଁର ମହିଳାମାନେ ବେଦାନ୍ତ ଫାଟକ ସାମ୍ନାରେ ଧାରଣାରେ ବସିଥିଲେ । ବର୍ତ୍ତମାନ ବିଚାରଧିନ ଅବସ୍ଥାରେ ପଟ୍ଟନାୟକ ହରିଜନର ମୃତ୍ୟୁ ହୋଇଯାଇ ଥିବାରୁ ଜନ ଅସନ୍ତୋଷ ଦେଖାଯାଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ବେଦାନ୍ତ ପ୍ଲାଣ୍ଟରୁ ୨କିମି ପରିଧି ଭିତରେ ୧୪୪ ଧାରା ଲାଗୁ ହୋଇଥିବାରୁ ଏହି ଅଞ୍ଚଳ ଜନ ମାନବ ଶୂନ୍ୟ ହୋଇପଡିଛି ।