ଆମ ମାନଙ୍କ ଠାରୁ ବିଦାୟ ନେଲେ ବରିଷ୍ଠ ସାମ୍ବାଦିକ ରଞ୍ଜିତ ଗୁରୁ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁ ଆଉ ନାହାନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ମଧ୍ୟରାତ୍ରରେ ସେ ଆଖି ବୁଜି ଦେଇଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୬୧ ବର୍ଷ ବୟସ ହୋଇଥିଲା । ସଂକ୍ରମଣଜନିତ ଅସୁସ୍ଥତା ଯୋଗୁଁ ଗତ ୧ ତାରିଖରେ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । କିମସ୍ ଆଇସିୟୁରେ ଚିକିତ୍ସାଧୀନ ଥିବା ବେଳେ ଗତକାଲି ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା । ଭେଣ୍ଟିଲେଟରରେ ତାଙ୍କୁ ରଖାଯାଇଥିଲା । ରାତି ପ୍ରାୟ ସାଢ଼େ ୧୨ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଗୁରୁଙ୍କ ବିୟୋଗ ଖବର ସାମ୍ବାଦିକମହଲକୁ ସ୍ତବ୍ଧ କରିଦେଇଛି ।
‘ସମ୍ବାଦ’ ଖବରକାଗଜର ସମ୍ପାଦକୀୟ ପୃଷ୍ଠାର ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ରଣଜିତ ଗୁରୁ ଜଣେ ଅମାୟିକ ବ୍ୟକ୍ତିତ୍ୱ ଓ ଉଚ୍ଚକୋଟୀର ସାମ୍ବାଦିକ ଥିଲେ । ‘ସମ୍ବାଦ’ ରେ ତାଙ୍କର ନିୟମିତ ସ୍ତମ୍ଭ ‘ଅପ୍ରସଙ୍ଗ’ ବେଶ୍ ଚମତ୍କାର ଥିଲା । ଓଡ଼ିଶାର ସାମାଜିକ ଓ ରାଜନୈତିକ ସ୍ଥିତି ସମ୍ପର୍କରେ ସେଥିରେ ତାଙ୍କର ସୁକ୍ଷ୍ମ ଅନୁଶୀଳନ ସବୁ ମହଲରେ ଚର୍ଚ୍ଚିତ ହେଉଥିଲା । ତାଙ୍କ ମୃତ୍ୟୁ ଓଡ଼ିଆ ସାମ୍ବାଦିକତା ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।
ସମ୍ବଲପୁରରୁ ପ୍ରକାଶିତ ‘ହୀରାଖଣ୍ଡ’ ରେ ସାମ୍ବାଦିକତା ଆରମ୍ଭ କରିଥିବା ଶ୍ରୀ ଗୁରୁ ୧୯୮୪ ରେ ‘ସମ୍ବାଦ’ ରେ ଯୋଗଦେଇ ପରବର୍ତ୍ତୀ ସମୟରେ ସମ୍ବଲପୁର ଓ ରାଉରକେଲା ସଂସ୍କରଣର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ଖାଲି ଜଣେ ଉଚ୍ଚକୋଟୀର ସାମ୍ବାଦିକ ନୁହେଁ, କଳା ପ୍ରତି ତାଙ୍କର ପ୍ରବଳ ଆଗ୍ରହ ଥିଲା । କଲେଜ ଜୀବନରୁ ଆକାଶବାଣୀ ସମ୍ବଲପୁର ନାଟ୍ୟ ବିଭାଗର ଜଣେ ଏ- ଗ୍ରେଡ କଳାକାର ଥିଲେ ।
ବରଗଡ଼ ଜିଲ୍ଲା ଗୋଡ଼ଭଗା ନିକଟସ୍ଥ ମହଖଣ୍ଡ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଗୁରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମଏ ଓ ଏମଫିଲ୍ ଡିଗ୍ରୀ ହାସଲ କରିଥିଲେ । ତାଙ୍କ ପତ୍ନୀ ସୁନୀତା ତ୍ରିପାଠୀ ଅଧ୍ୟାପିକା ଅଛନ୍ତି । ଏକମାତ୍ର ଝିଅ କ୍ରାନ୍ତି ଡାକ୍ତରୀ ପାଠ ପଢ଼ୁଛନ୍ତି ।

ବିଲହୁଡା ଗଛରୁ ଝୁଲନ୍ତା ଶବ ଉଦ୍ଧାର…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ୍ !!!

ଏଥର୍ ସମ୍ଭାଳ (କୋକସରା) – କଳାହାଣ୍ଡି ଜିଲ୍ଲା କୋକସରା ଗ୍ରାମର ଏକ ବିଲହୁଡା ରେ ଥିବା ଗଛରୁ ଏକ ଝୁଲନ୍ତା ଶବ କୋକସରା ପୋଲିସ ଉଦ୍ଧାର କରିଛି ।ଏହି ଶବ ଟି ସ୍ଥାନୀୟ ନିବାସୀ ଡମ୍ବୁରୁ ବାଗ (50)ଙ୍କର ବୋଲି ଜଣାପଡିଛି । ଖବର ନେବାରେ ଜଣାପଡିଛି ସ୍ବର୍ଗତ ବାଗ ଗତ ରାତ୍ର ରେ ପରିବାର ସହ ରାତ୍ରି ଭୋଜନ ସାରି ଘରେ ଶୋଇଥିଲେ । ପରଦିନ ସକାକୁ ପୁଅ ଡମ୍ବୁରୁ ବାଗ (୨୨)ହୁଡ଼ା ରାସ୍ତାରେ ଶୌଚ କରିବାକୁ ଯିବାବେଳେ ବାପାଙ୍କ ଶବ ଗଛରେ ଝୁଲୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ ।ଥାନାକୁ ଯାଇ ଲିଖିତ ଅଭିଯୋଗ ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ସ୍ଥନୀୟ ହସପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।ମୃତ୍ୟୁର କାରଣ ଜଣା ପଡିନାହିଁ । ଥାନା ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ତଦନ୍ତ ଜାରି ରଖିଛନ୍ତି ।

ଗୁଣପୁର ମହର୍ଷି ଗୁରୁକୁଳ ମହାବିଦ୍ୟାଳୟ ରେ ରକ୍ତ ଦାନ ଶିବିର ଅନୁଷ୍ଠିତ…!

ଏଥର ସମ୍ଭାଳ (ଗୁଣପୁର) – ମହର୍ଷି ଗୁରୁକୂଳ ବିଜ୍ଞାନ ମହାବିଦ୍ୟାଳୟ ଗୁଣପୁର ଥରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାୟନ ରତ ବିଦ୍ୟାର୍ଥୀଙ୍କ ଠାରୁ ସମୁଦାୟ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଅବସରରେ ଅନୁଷ୍ଠିତ ସଚେତନତା ସଭାରେ ସ୍ଥାନୀୟ ବିଧାୟକ ରଘୁନାଥ ଗମାଙ୍ଗ ମୁଖ୍ୟ ଅତିଥି,ଡ଼ଃ ସୂର୍ଯ୍ୟ ନାରାୟଣ ପଣ୍ଡା ମୁଖ୍ୟ ବକ୍ତା,ସମ୍ମାନୀତ ଅତିଥି ଭାବେ ସୂର୍ଯ୍ୟ ନାରାୟଣ ରଥ ଏବଂ ଡଃ. ଲକ୍ଷ୍ମଣ ପାତ୍ର ଯୋଗ ଦେଇ ରକ୍ତ ଦାନର ମହାନତା ନେଇ ନିଜସ୍ୱ ମତ ବ୍ୟକ୍ତ ଜରିଥିଲେ । ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା କରାଯାଇଥିବା ରକ୍ତଦାନ ପ୍ରକ୍ରିୟା କୁ ଉତ୍ସାହିତ କରିବାକୁ ଯାଇ ଗୁଣପୁର ବିଧାୟକ ଶ୍ରୀ. ଗମାଙ୍ଗ ନିଜ ନିର୍ବାଚନ ମଣ୍ଡଳୀ ରେ ସମସ୍ତ ବ୍ଲକ ରେ ଆଗାମୀ ଦିନରେ ଏଭଳି ରକ୍ତ ଦାନ ଶିବିର ର ଆୟୋଜନ କରାଇ ଗୁଣପୁର ରକ୍ତ ସଂଗ୍ରହାଳୟ କୁ ପଠାଇ ରୋଗୀ ଙ୍କ ଆବଶ୍ୟକ ରକ୍ତ ଅଭାବତା ଦୂର କରିବା ରେ ପ୍ରୟାସ କରିବେ ବୋଲି ପ୍ରକାଶ କରିଛନ୍ତି । ଏଥିରେ ସ୍ଥାନୀୟ ଚିକିତ୍ସାଳୟ ର ଡାକ୍ତର ଶ୍ରୀ ଲକ୍ଷ୍ମୀ ପାତ୍ର ନିତ୍ୟପ୍ରତ୍ଯ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ପ୍ରଣବ ପଟ୍ଟନାୟକ ଏହି ସଭା କାର୍ଯ୍ୟ ପରିଚାଳନା କରିଥିଲେ । ରକ୍ତ ସଂଗ୍ରହ କାର୍ଯ୍ୟ ରେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ର କର୍ମୀ ସୁରୁଚି ପାତ୍ର ଓ ଆନନ୍ଦ ରାଓ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ କମିଟି ର ଅଧ୍ୟକ୍ଷ ସନ୍ତୋଷ କୁମାର ଗୁରୁ, ପରିଚାଳନା ନିର୍ଦ୍ଦେଶକ ଲୋକନାଥ ମିଶ୍ର ଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଏବଂ ସ୍ଥାନୀୟ ଶିକ୍ଷାବିତ ଏଲ୍. ଲକ୍ଷ୍ମୀନାରାୟଣା, ବୁଦ୍ଧୀ ଯିବି ଦେବୀ ଆଚାର୍ଯ୍ୟ, ପଞ୍ଚାନନ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

ଆନ୍ଧ୍ରକୁ ବେଆଇନ ଭାବେ ବାଲି ଚୋରା-ଚାଲାଣ ହେବା ବେଳେ ଧରା ପଡ଼ିଲା ୫ ଟି ଟ୍ରକ…!

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅଞ୍ଚଳର ବଂଶଧାରା ନଦୀ ମୁହାଣରୁ ମେସିନ ଦ୍ୱାରା ବାଲି ଉଠାଇ , କାଗଜପତ୍ର ଜାଲ କରି ଆନ୍ଧ୍ର ଟ୍ରକ ଯୋଗେ ଆନ୍ଧ୍ରକୁ ଚୋରା ଚାଲାଣ ହେଉଥିବା ବେଳେ ୫ଟି ଟ୍ରକ ଧରାପଡ଼ିଛି । ରାତାରାତି ପୁରୄଟିଗୁଡା ସ୍ଥିତ ବଂଶଧାରା ନଦୀ ମୁହାଣ ବାଲି ରେମ୍ପ ରୁ ୫ଟି ୧୪ ଚକିଆ ବଡ଼ବଡ଼ ଟ୍ରକରେ ବେଆଇନ ଭାବେ ନଦୀରେ ଜେସିପି ମେସିନ ଲଗାଇ ଆବଶ୍ୟକ ଠାରୁ ଅଧିକ ବାଲି ଲୋଡ଼ କରି ପଡୋଶୀ ଆନ୍ଧ୍ରକୁ ଚୋରା ରାସ୍ତା ଦେଇ ଚାଲାଣ କରୁଥିଲେ ।

ସ୍ଥାନୀୟ ଅଞ୍ଚଳର କେତେକ ଲୋକ ଏହାଦେଖି ସେମାନଙ୍କ କାଗଜପତ୍ର ଦେଖି ଏବଂ ତାହା ଚତୁର ଓ କୌଶଳତାର ସହ ସମ୍ପୁର୍ଣ୍ଣ ଜାଲ ହୋଇଥିବା ଜାଣି ଟ୍ରକ ସବୁ ସେଠାରେହିଁ ଅଟକ ରଖିଥିଲେ । ପରେ ପୋଲିସ ଓ ତହସିଲଦାରଙ୍କୁ ଖବର ଦେଇ ଘଟଣା ସ୍ଥଳକୁ ଡକାଇ ଅଟକ ତଥା କାଗଜପତ୍ର ଜାଲକରି ଖଣିଜ-ସମ୍ପଦକୁ ବେଆଇନ ଚୋରା-ଚାଲାଣ କରୁଥିବା ଅଭିଯୋଗ ପ୍ରକାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ।

ତହସିଲଦାର ଓ ପୋଲିସ ତୁରନ୍ତ ସେଠାରୁ ବାଲି ବୋଝେଇ ୧୪ ଚକିଆ ଟ୍ରକ ଗୁଡ଼ିକ ତହସିଲ କାର୍ଯ୍ୟାଳୟ ପରିସରକୁ ନେଇ ଅଟକ ରଖି ପଚରାଉଚରା କରିଥିଲେ ।

ବାଲି ନେବାପାଇଁ ମିଳୁଥିବା ସରକାରୀ ଅନୁମତି କାଗଜପତ୍ର ସବୁର ଟିକିନିଖି ଯାଞ୍ଚ କରି ଥିଲେ ତହସିଲଦାର ଶାନ୍ତି ସ୍ୱରୂପ ମିଶ୍ର ଏବଂ ଥାନା ଅଧିକାରୀ ଆନନ୍ଦ ପାତ୍ର । ଯାଞ୍ଚ ବେଳେ “ୱାଇ” ଫର୍ମ ର ଅନୁମତି ପତ୍ର ଟ୍ରାଞ୍ଜିଟ-ପାସ ଓ ଡେଷ୍ଠିନେସନ ବାହାରିବା ଓ ପହଞ୍ଚିବା ସ୍ଥାନ ସବୁ ଜାଲ କରାଯାଇଛି । ଏମିତିକି ଯେଉଁଠାରୁ ବାଲି ଉଠାଣ ହେଉଛି , ସେହିଠାକୁ ବାଲି ଯାଉଛି , ଓ କେବଳ ଓଡିଶା ଭିତରେ ବୋଲି ଷ୍ଟାମ୍ପ ବାଜିଥିବା ବେଳେ ତାକୁ ଲିଭାଯାଇଥିବା ୫ ସିଏଫଟି ସ୍ଥଳେ ଅଧିକ ବାଲି ବୋଝେଇ କରିବା ପ୍ରଭୃତି ଭଳି ଅନେକ ଜାଲ ହୋଇଥିବା ଜଣା ପଡ଼ିଥିଲା ।

ସ୍ଥାନୀୟ ବାସି ଗାବରା ତିରୁପତି ରାଓ , କେ. ମଧୁ ଙ୍କ ସମେତ ଅଞ୍ଚଳ ବାସି ସେମାନଙ୍କ ଅଭିଯୋଗରେ କହିଛନ୍ତି ଯେ , ସ୍ଥାନୀୟ ଲୋକେ ଘର ନିର୍ମାଣ ପାଈଁ ଟ୍ରାକ୍ଟରରେ ବାଲି ନେଲେ ରାଜସ୍ୱ ବିଭାଗ ତାକୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋୟାଲଟି ଫାଇନ ପକାଉଛନ୍ତି । ହେଲେ ଆନ୍ଧ୍ରର ୧୪ ଚକିଆ ଟ୍ରକ ଯୋଗେ ବାଲି ବେଆଇନ ଭାବେ ଆନ୍ଧ୍ରକୁ ଚୋରା ଚାଲାଣ ହେଉଥିବା ବେଳେ କିଭଳି ତହସିଲ ବିଭାଗ ନଜରରେ ପଡୁନି ଓ ତାକୁ ଧରି ପାରୁ ନାହାନ୍ତି ଏବଂ ବାରମ୍ବାର ଏଭଳି ବେଆଇନ ବାଲି ଚୋର-ଚାଲାଣ ହେଉଥିବା ଖବର ତହସିଲ ବିଭାଗକୁ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଉନାହିଁ ବୋଲି ଅଭିଯୋଗରେ କହିଛନ୍ତି ।

ଅନ୍ୟ ପକ୍ଷରେ ଯେଉଁ ବାଲି ମାଫିଆ ମାନେ ସରକାରୀ କାଗଜପତ୍ରକୁ ଜାଲ କରି ବେଆଇନ ଭାବେ ବାଲି ଚୋରା ଚାଲାଣ କରୁଛନ୍ତି , ସେମାନଙ୍କ ନାମରେ ଅପରାଧିକ ମାମଲା ରୁଜୁ କରିବା ପାଇଁ ଦାବି କରିଥିଲେ ।

ଏ ସମ୍ପର୍କରେ ତହସିଲଦାର ଶାନ୍ତି ସ୍ୱରୂପ ମିଶ୍ର ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ , ଆମେ ଟ୍ରକରେ ୫ ସିଏଫଟି ସ୍ଥଳେ ୭ ସିଏଫଟି ବାଲି ଲୋଡ଼ ହୋଇ ଯାଉଥିବା ଏବଂ କାଗଜ ପତ୍ରରେ ସବୁ ଭୁଲଭାଲ୍ ଥିବା ଜାଣିବାକୁ ପାଇଲୁ । ଏହାବାଦ , ରାଜସ୍ୱ ବିଭାଗର ବିନା ଅନୁମତିରେ ଓଡିଶାର ଖଣିଜ ସମ୍ପଦ ଓଡିଶା ବାହାରକୁ ନେଇ ହେବ ନାହିଁ ।ରାଜସ୍ୱ ବିଭାଗର ଗାଇଡ଼ ଲାଇନ ପ୍ରକାରେ ଯାହା ନୀତି-ନିୟମ ସବୁ ରହିଛି , ସେହି ଆଧାରରେ ଧରା ପଡିଥିବା ଟ୍ରକ ଗୁଡିକ ପ୍ରତି ଆମେ ବିହିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ଏବଂ ଅଧିକରୁ ଅଧିକ ଫାଇନ ପକାଯିବ ବୋଲି କହିଥିଲେ ।

ଗୋଳାମୁଣ୍ଡା ବ୍ଲକ ରେ ମନ୍ତ୍ରୀ ବାଣ୍ଟିଲେ ଭତ୍ତା…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୋଳାମୁଣ୍ଡା) – କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଠାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ଦ୍ୱାରା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ୨୮ ଗୋଟି ପଞ୍ଚୟତ ର ହିତାଧିକାରୀ ଉପକୃତ ହୋଇଛନ୍ତି । ୨୪୫ ଜଣ ହିତାଧିକାରୀ ଙ୍କୁ ମଧୁବାବୁ ପେନସନ ,ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ର ଅନ୍ତର୍ଭୁକ୍ତ କରାଯାଇଛି । ୧୨୭ ଜଣକୁ ପ୍ରଧାନ ମନ୍ତ୍ରୀ ଆବାସ ଗୃହର କାର୍ଯ୍ୟାଦେଶ,୮ ଜଣ ଦିବ୍ୟଙ୍ଗଙ୍କୁ ହୁଇଲ ଚେୟାର ଓ ୮ ଜଣ ବିକଳାଙ୍ଗଙ୍କୁ ବସ ପାସ ମନ୍ତ୍ରୀ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଫୁଣ୍ଡାପାରଙ୍ଗ ପଞ୍ଚାୟତ ପିଇଇ ତ୍ରିଲୋଚନ ନାୟକ, ଧମାନପୁର ସମିତି ସଭ୍ୟ ଇଂ ଦିନେଶ କୁମାର ରାଉତ,ରଙ୍ଗସାପଲି ସରପଞ୍ଚ ସନ୍ତୋଷ ବୁଦ୍ଧିଆ ଯୋଗଦେଇ ଥିବାବେଳେ ଖାଳିଆ କାନି ପିଇଓ ଡମ୍ବୁରୁ ସୁନାନୀ ଏବଂ ଖଳିଆ ପାଲି ପିଇଓ ରମାକାନ୍ତ ମହାପାତ୍ର ସହଯୋଗ କରିଥିଲେ ।

୧୫ କର୍ମଚାରୀଙ୍କ ଚାକିରି ଖାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଠୋର ଆଭିମୁଖ୍ୟ ଦେଖାଇଛନ୍ତି । ଭିଜିଲାନସ୍ କୋର୍ଟରେ ଦୋଷୀ ସାବ୍ୟସ୍ତ ୧୫ ଜଣ କର୍ମଚାରୀଙ୍କୁ ଆଜି ଚାକିରିରୁ ବରଖାସ୍ତ କରିଛନ୍ତି । ୨ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ବି ବନ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ବରଖାସ୍ତ କର୍ମଚାରୀମାନେ ହେଲେ
୧. ଦେବୀ ପ୍ରସାଦ ପାଢ଼ୀ- ପୂର୍ବତନ ଆଇଏମଭି, ବୌଦ୍ଧ ଜିଲ୍ଲା
୨. ଦେବଦତ୍ତ ଦାଶ- ଡୁଙ୍ଗୁରିପାଲି ସମବାୟ ସମିତିର ପୂର୍ବତନ ସମ୍ପାଦକ
୩. କାଳିପ୍ରସାଦ ସିଂ- ଉମରକୋଟ ମୁ୍ୟନିସିପାଲିଟି ଅକଟ୍ରାଇ ଟାକ୍ସ ସର୍କାର
୪. ବଟକୃଷ୍ଣ ବାରିକ- ଧାମନଗର ତହସିଲର ପୂର୍ବତନ କନିଷ୍ଠ କିରାଣୀ
୫. କୃଷ୍ଣମୋହନ ଦାସ- କଳାହାଣ୍ଡି ଏମ.ରାମପୁର ବ୍ଲକ୍ ର ପୂର୍ବତନ ଭିଏଲଡବ୍ଲୁ
୬. ଅଶୋକ କୁମାର ସାହା- କେସିଙ୍ଗା ବ୍ଲକ୍ ର ପୂର୍ବତନ ସମ୍ପାଦକ/ପିଇଓ
୭. ପଦ୍ମମୁଖ ଶବର- ଜୁନାଗଡ଼ ବ୍ଲକ୍ ର ପୂର୍ବତନ ପିଇଓ
୮. କିଶୋର ଚନ୍ଦ୍ର ପ୍ରଧାନ- ବୌଦ୍ଧ ଜିଲ୍ଲା ମୁର୍ଷୁଣ୍ଢି ପଞ୍ଚାୟତର ପୂର୍ବତନ ସମ୍ପାଦକ
୯. ବିଜୟ କୁମାର ସାହୁ- ସାଳିଆ(ବାଣପୁର) ଜଳସେଚନ ପ୍ରକଳ୍ପର ପୂର୍ବତନ ଆସିଷ୍ଟାଣ୍ଟ ଇଂଜିନିୟର
୧୦. କରୁଣାକର ପଣ୍ଡା- ଭବାନୀପାଟଣା ଆଇଟିଡିଏର ପୂର୍ବତନ ଜେଇ
୧୧. ମଙ୍ଗଳ ସିଂ ମୁଣ୍ଡା- କୁଳିଅଣା ବ୍ଲକ୍ ପୂର୍ବତନ ଜେଇ
୧୨. ବୈଦ୍ୟନାଥ ମାଝୀ- କୁଳିଅଣା ବ୍ଲକ୍ ର ପୂର୍ବତନ ଆସିଷ୍ଟାଣ୍ଟ ଇଂଜିନିୟର
୧୩. ପ୍ରତାପ ଚନ୍ଦ୍ର ରାଉତ- ମୟୁରଭଂଜ ସରକଣା ବ୍ଲକ୍ ପୂର୍ବତନ ଜେଇ
୧୪. ନିଗମାନନ୍ଦ ପଣ୍ଡା- ଥୁଆମୂଳ-ରାମପୁର ଆଇଟିଡିଏ ପୂର୍ବତନ ଜେଇ
୧୫. ଚିତ୍ତରଞ୍ଜନ ଲାଲ- ବିଏମସି ବରିଷ୍ଠ କିରାଣୀ(ହେଲଥ୍ ଅଫିସ)
ପେନସନ୍ ବନ୍ଦ
ଅଶ୍ୱିନୀ କୁମାର ଶର୍ମା- କଳାହାଣ୍ଡି ଆଇଟିଡିଏର ଅବସରପ୍ରାପ୍ତ ଆସିଷ୍ଟାଣ୍ଟ ଇଂଜିନିୟର
ଶଶାଙ୍କ ଶେଖର ପଟ୍ଟନାୟକ- କଳାହାଣ୍ଡି ଡିଆରଡିଏର ଅବସରପ୍ରାପ୍ତ ପୂର୍ବତନ ଏପିଡି
ଦୁର୍ନୀତି ପ୍ରତି ଏହା ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲେରାନ୍ସ ନୀତି ବୋଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ରାଜରାସ୍ତା ରେ ଧାନତଳି ରୋଇଲେ ସାନପୁର୍ଲା ଗ୍ରାମବାସୀ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଜୁନାଗଡ଼) – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଛୋରିଆଗଡ଼ ପଞ୍ଚାୟତ ସାନଫୁର୍ଲା ବନ୍ଧପଡ଼ା କୁ ସଂଯୋଗ କରୁଥିବା ଦେଢ଼ କିମି ବିଶିଷ୍ଟ ରାସ୍ତା ଗତ ୧୭ ବର୍ଷ ହେବ ରକ୍ଷଣାବେକ୍ଷଣ ଅଭାବରୁ ମରଣ ଯନ୍ତା ପାଲଟିଛି। ବର୍ଷା ବେଳେ ରାସ୍ତା ରେ ବଡ଼ ବଡ଼ ଖାଲ ସ୍ରୁଷ୍ଟି ହୋଇ କାଦୁଆ ହେଉଛି। ଦୀର୍ଘ ବର୍ଷ ହେଲା ଏହି ରାସ୍ତା ର ମରାମତି ନିମନ୍ତେ ସ୍ଥାନୀୟ ପ୍ରଶାସନ ଓ ରାଜନେତା ଙ୍କ ନିକଟରେ ଗ୍ରାମବାସୀ ଦାବି କରି ଆସୁଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିନାହିଁ। ଫଳରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଛି। ବର୍ତ୍ତମାନ୍ ର ଲଗାଣ ବର୍ଷା ଯୋଗୁଁ ଏହି ରାସ୍ତା ଉପରେ କାଦୁଅ ଜମା ହୋଇ ଯାତାୟାତ ରେ ଅସୁବିଧା ସୃଷ୍ଟି ହେଉଛି। ରାସ୍ତା ଉପରେ କାଦୁଅ ରହି କ୍ଷେତ ଜମି ସୃଷ୍ଟି କରିଥିବାରୁ ସାନଫୁର୍ଲା ବନ୍ଧପଡ଼ା ଗ୍ରାମବାସୀ ଏହି ରାସ୍ତା ଉପରେ ଧାନତଳି ରୋଇ ଅଭିନବ ପ୍ରତିବାଦ ଜଣାଇଛନ୍ତି। ଉଭୟ ରାଜ୍ଯ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ବିକାଶ ନେଇ ଡିଣ୍ଡିମ ପିଟୁଥିବା ବେଳେ ଏହାର ଛିଟା ଏଠି ପଡ଼ିପାରି ନାହିଁ। ରାସ୍ତାର ଉନ୍ନତି କରଣ ଦିଗରେ ଯାଥାଶୀଘ୍ର ପଦକ୍ଷେପ ନେବା ନିମନ୍ତେ ସାଧାରଣରେ ଦାବି ହେଉଛି।