ପେରଳାଖେମୁଣ୍ଡି ଠାରେ ଅଖଣ୍ଡ ଭାରତ ବର୍ଷ ଦିବସ ପାଳିତ ହୋଇଯାଇଛି।

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ନିକଟ ରଥ ସାମନାରେ ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଏବଂ ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ମିଳିତ ଆନୁକୂଲ୍ୟରେ ଅଖଣ୍ଡ ଭାରତ ବର୍ଷ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ କୁ ସଂଘ ର ଜିଲ୍ଲା ସଂଘ-ଚାଳକ ଭାରତ ମାତାଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଦେଇ ଏବଂ ଅଖଣ୍ଡ ଭାରତ ବର୍ଷର ମାନଚିତ୍ରରେ ଦୀପ ଲଗାଇ ଉଦ୍ଘାଟନ କରିଥିଲେ ।
ପରେ ଆୟୋଜିତ ସଭା କାର୍ଯ୍ୟକ୍ରମ ରେ ସଂଘ ର ଜିଲ୍ଲା ସଂଘ-ଚାଳକ ଶ୍ରୀ ଅନାଦି ପାଣିଗ୍ରାହୀ ଙ୍କ ସଭାପତିତ୍ୱରେ ମହେନ୍ଦ୍ର ଆଶ୍ରମର ସାଧକ ସନ୍ଥ ଲକ୍ଷ୍ମୀ ବାବା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୧୯୪୭ ମସିହା ଅଗଷ୍ଟ ୧୪ତାରିଖ ଦିନ ଆମେ ଚିନ୍ତା କରିଥିଲୁ ଯେ ଏଇ ଅଖଣ୍ଡ ଭାରତ ବର୍ଷ ୧୫ ତାରିଖ ଦିନ ସ୍ଵାଧୀନ ପାଇବ ହେଲେ ଆମେ ଯେଉଁ ସ୍ଵାଧୀନ ପାଇଲୁ ତାହା ଖଣ୍ଡିତ ଭାରତର ସ୍ଵାଧୀନ । ଏହା ପରବର୍ତ୍ତୀ ସମୟରେ ଆମକୁ ଆନନ୍ଦିତ କରିଥିଲେ ମଧ୍ୟ ତାହା ଅତ୍ୟନ୍ତ ଦୁଖଦାୟକ କଥା ବୋଲି କହିଥିଲେ ।
ମୁଖ୍ୟବକ୍ତା ଭାବେ ସଂଘ ର ଜିଲ୍ଲା ବୌଦ୍ଧିକ ପ୍ରମୁଖ ସରୋଜ କୁମାର ପଣ୍ଡା ଯୋଗ ଦେଇ ଅଖଣ୍ଡ ଭାରତ ବର୍ଷର ପୂର୍ବ ଇତିହାସ ଉପରେ ଆଲୋଚନା କରି କହିଥିଲେ ଯେ , ଭାରତ ବର୍ଷ କହିଲେ ଆମେ ଅଖଣ୍ଡ ଭାରତ ବର୍ଷକୁ ହିଁ ବୁଝୁ । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ସ୍ଵାଧୀନ ହୋଇଥିଲା କିନ୍ତୁ ତାହା କେବଳ ୩୦ ଟା ରାଜ୍ୟକୁ ନେଇ ହୋଇନଥିଲା , ଏଥିରେ ଅଖଣ୍ଡ ଭାରତ ବର୍ଷର ପାକିସ୍ତାନ , ଆଫଗାନିସ୍ତାନ , ବଙ୍ଗଳାଦେଶ , ତିବ୍ବାତ୍ , ବେଲୁଚିସ୍ଥାନ ପ୍ରଭୃତିଙ୍କୁ ନେଇ ଭାରତ ବର୍ଷ । ଏହିସବୁ ଦେଶକୁ ମିଶାଇଲା ପରେ ହିଁ ଆମେ ଅଖଣ୍ଡ ଭାରତ ବର୍ଷର ପରିକଳ୍ପନା କରିଥାଉଁ । ଯୋଜନା ଓ ଉଦ୍ଦେଶ୍ ମୂଳକ ଭାବେ ସେତେବେଳେ ଭାରତକୁ ଖଣ୍ଡ ଖଣ୍ଡ କରି ଦିଆଗଲା । ଏହା ଅଖଣ୍ଡ ଭାରତ ବର୍ଷ ପୁର୍ବରୁ ଅର୍ଥାତ ୧୯୪୭ ମସିହାରେ ସେତେବେଳେ ଭାରତର ଯେଉଁ ଭାଇସ ରାୟ ମାଉଣ୍ଟ ଵ୍ୟାଟେନ ଙ୍କ ଯୋଜନାରେ ଯୋଜନା ବଦ୍ଧ ଭାବେ ବିଦେଶୀ ଇଂରେଜ ମାନେ ଥିଲେ, ସେମାନେ ଭାରତକୁ ଖଣ୍ଡ ବିଖଣ୍ଡ କରିଦେଇ ଚାଲିଗଲେ । ଏମିତିକି , ସେମାନେ ଅଖଣ୍ଡ ଭାରତରେ ହିନ୍ଦୁ-ଅଣହିନ୍ଦୁ ସର୍ବାଧିକ ଭାବେ ରହୁଥିବା ଅଂଚଳକୁ ଦେଖି ଏକ ଧାର୍ମିକ ଭାଵ ଆଧାରରେ ଖଣ୍ଡ-ବିଖଣ୍ଡ କରିଦେଇ ଚାଲିଗଲେ । ଅଖଣ୍ଡ ଭାରତ ବର୍ଷରେ ସେତେବେଳେ ୩୦ ପ୍ରତିଶତ ହିନ୍ଦୁ ଥିଲେ , ହେଲେ ବର୍ତ୍ତମାନ ସେଠାରେ ଏକ ପ୍ରତିଶତ ଅଛନ୍ତି ବୋଲି କହିଥିଲେ ।
ସଂଘ ର ଜିଲ୍ଲା ସମ୍ପର୍କ ପ୍ରମୁଖ ରାଜେନ୍ଦ୍ର କୁମାର ପଣ୍ଡା କାର୍ଯ୍ୟକ୍ରମ ରେ ପ୍ରାରମ୍ଭିକ ସୁଚନା ଦେଇ କହିଥିଲେ ଯେ , ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ୧୯୨୫ ମସିହାରେ ଗଠନ ହେବା ଦିନଠାରୁ ଭାରତକୁ ଅଖଣ୍ଡ ଭାରତ ବର୍ଷ କରିବା ପାଈଁ ପାକିସ୍ତାନ , ବେଲୁଚିସ୍ଥାନ , ତିବ୍ବାତ୍ , ବାଙ୍ଗଲାଦେଶ ଓ ଆଫଗାନିସ୍ତାନ ପ୍ରଭୃତିକୁ ନେଇ ଏକ ଅଖଣ୍ଡ ଭାରତ ବର୍ଷ କରିବା ପାଈଁ ଅଣ୍ଟା ଭିଡି ତାର କାମ ଆଗେଇ ନେଇ ଚାଲିଛି । ଯାହାର କି ଏକ ଜ୍ବଳନ୍ତ ଉଦାହରଣ ଆଜି ସମସ୍ତଙ୍କ ଆଗରେ ଅଛି । ଯେମିତି କି କାଶ୍ମୀର ରୁ ଧାରା-୩୭୦ (୩୫)କ କୁ ଉଠାଇ ସେଠାରେ ଯେଉଁ ଭାରତ ବର୍ଷର ତ୍ରିରଙ୍ଗା ପତାକା ଲାଗୁ ନ ଥିଲା , ଏହି ଉଚ୍ଛେଦ ଫଳରେ ସେଠାରେ ଭାରତ ବର୍ଷର ତ୍ରିରଙ୍ଗା ପତାକା ଲାଗିଲା ।ଅଗଷ୍ଟ ୧୪ ତାରିଖକୁ ପ୍ରତିବର୍ଷ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଅଖଣ୍ଡ ଭାରତ ବର୍ଷ ଦିବସ ଭାବେ ପାଳନ କାରୀ ଆସୁଛି ବୋଲି ଶ୍ରୀ ପଣ୍ଡା କହିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘ ର ଜିଲ୍ଲା ବ୍ୟବସ୍ଥା ପ୍ରମୁଖ ଦାମୋଦର ଜେନା , ରମେଶ ଚନ୍ଦ୍ର ସାହୁ ,ଣ୍କୁଳ ମଣ୍ଡଳ , ଥବୀର ଭୂୟାଁ , ରଂଜନ ମହାରଣା , ଦାମୋଦର ମଣ୍ଡଳ ଏବଂ ଅହିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ନଗର ସମ୍ପାଦକ ସତ୍ୟ ନାରାୟଣ କାର୍ଜୀ , ସହ-ପରିଚାଳକ ରମେଶ କୁମାର ଶବର ଓ ଶ୍ରୀଧର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିଜୟ ; କହିଲେ ମୋତେ ଦିଆ ଯାଇଥିବା ଦାୟିତ୍ୱ ମୁଁ ନିଷ୍ଠାର ସହ କରିବି…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ରାଜ୍ୟ ଯୁବ କଲ୍ୟାଣ ବୋର୍ଡର ନବ ନିଯୁକ୍ତ ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ | ସେ ଏକ ବିବୃତିରେ କହିଛନ୍ତି ଯେ “ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୁବଶକ୍ତିର ସଫଳ ଉପଯୋଗ ନିମନ୍ତେ ବ୍ୟାପକ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି । ବିକାଶ ପ୍ରକ୍ରିୟାରେ ଯୁବଶକ୍ତିର ସଂପୃକ୍ତି ଓ ସହଯୋଗ ଏକାନ୍ତ ଜରୁରୀ । ଏହି ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯୁବ କଲ୍ୟାଣ ବୋର୍ଡÿର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଥିବାରୁ ମୁଁ ତାଙ୍କ ନିକଟରେ ମୋର କୃତଜ୍ଞତା ଜ୍ଞାପନ କରୁଛି । ମୁଁ ମୋର ଅନୁଭବ, ଅନୁଭୂତି ଓ ଉପଲବ୍ଧି ଆଧାରରେ ନିଷ୍ଠାର ସହିତ ମୋର ଦାୟିତ୍ୱ ନିର୍ବାହ କରିବି |”

ସେ ଆହୁରି ମଧ୍ୟ କହିଛନ୍ତି ” ଯୁବ ଶକ୍ତି ହିଁ ରାଷ୍ଟ୍ରଶକ୍ତି । ଏହି ଶକ୍ତିର ସଠିକ ବିନିଯୋଗ ହୋଇପାରିଲେ ସମାଗ୍ରିକ ପ୍ରଗତି ହାସଲ ହୋଇପାରିବ । ଯୁବ ସମାଜର ଆଶା, ଅଭିପ୍‍ସା, ଶକ୍ତି ସାମର୍ଥ୍ୟର ଉପଯୋଗ କରି ଓଡ଼ିଶାର ଉନ୍ନତି ପାଇଁ ସେମାନଙ୍କୁ ଅଭିପ୍ରେତ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ ପାଳନ କରିବି ଓ ଓଡ଼ିଶାର ପ୍ରଗତି ପ୍ରକ୍ରିୟାରେ ଯୁବଶକ୍ତିର ବିଶେଷ ସଂପୃକ୍ତିକୁ ସୁନିଶ୍ଚିତ କରିବା ମୋର ସଂକଳ୍ପବଦ୍ଧ ।”

କର୍ଲାମୁଣ୍ଡା ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କାର୍ଲାମୁଣ୍ଡା) – କର୍ଲାମୁଣ୍ଡା ବ୍ଲକ ସିଆଲପଲା ଓ ଲକ୍ଷ୍ମୀପଡ଼ା ନିକଟସ୍ଥ ଭୀମ ଭୋଇ ସଂସୃତିକ କଳାମଣ୍ଡପ ଓ ଗ୍ରନ୍ଥାଳୟ ମଠ ରେ ମହିମା ଧର୍ମାବଲମ୍ବୀ ଙ୍କ ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଧୁ ଙ୍କୁ ନାଲୁ ମୋହନ ଦାସ ଓ ଜୋରନ୍ଦା ଗାଦିରୁ ସାଧୁ ଅନାଦି ଦାସ ଙ୍କ ତତ୍ତ୍ଵାବଧାନରେ ଅୟୋଜିତ ଏହି ଉତ୍ସବ ରେ ପାଞ୍ଚ ସହ ରୁ ଅଧିକ ଧର୍ମାବଲମ୍ବୀ ଯୋଗ ଦେଇ ଥିଲେ। ସନ୍ଧ୍ୟାରେ ରେ ଅଖଣ୍ଡ ଦୀପ ପ୍ରଜ୍ବଳନ ଓ ଭଜନ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସାଧୁ ମେହେସ୍ଵର ଦାସ, ସାଧୁ ଚୈତନ୍ୟ ଦାସ ସିଆଲପଲା ଓ ଲକ୍ଷ୍ମୀପଡ଼ା ଗ୍ରାମ ର ଭକ୍ତ ବୃନ୍ଦ ସର୍ବଶ୍ରି ବଳିଷ୍ଠ ସାହୁ, ଗୋପ ସାହୁ, ବିହାରୀ ସାହୁ, ଲୋମ୍ବୋଦର ସାହୁ, ଭରତ ସାହୁ, ହୃଦାନନ୍ଦ ରଣା, ରଥ ରଣା ପ୍ରମୂଖ ଉପସ୍ଥିତ ଥିଲେ।

ଶିକ୍ଷକ ନିଯୁକ୍ତି ଦାବୀ ରେ ସ୍କୁଲ ରେ ତାଲା ଠୁଙ୍କିଛନ୍ତି ଗ୍ରାମବାସୀ…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଭବାନୀପାଟଣା) – ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ପରିଆ ଗ୍ରାମବାସୀ । ଗତ ୬ ଦିନ ହେଲା ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଛନ୍ତି ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି। ଦାବି ପୁରଣ ନହେବା ଯାଏ ସ୍କୁଲ ରେ ତାଲା ଝୁଲାଇ ରଖିବେ ବୋଲି ଅଞ୍ଚଳବାସୀ ଜିଦ୍ ଧରି ବସିଛନ୍ତି । ଫଳରେ ବିଦ୍ୟାର୍ଥୀ ଙ୍କ ପାଠ ପଢ଼ା ସମ୍ପୂର୍ଣ୍ଣ ଭାବେ ଠପ ହୋଇଯାଇଛି। ପରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ୨୬୬ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ସେହି ଅନୁପାତରେ ଶିକ୍ଷକ ନାହାଁନ୍ତି ।

ବର୍ତ୍ତମାନ ସ୍କୁଲରେ ୨୬୬ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୪ ଜଣ ଶିକ୍ଷକ ଅଛନ୍ତି । କିଛି ମାସ ପୁର୍ବରୁ ଆଉ ଜଣେ ଶିକ୍ଷକ ଏଠାରେ ନିଯୁକ୍ତି ପାଇଥିଲେ ହେଲେ ଶିକ୍ଷକ କୁ ବି.ଇ.ଓ କର୍ଲାପଡା ସ୍କୁଲ କୁ ବଦଳି କରିଥିଲେ । ସ୍କୁଲ ରେ ଶିକ୍ଷକ ଅଭାବ ଥିବାବେଳେ ପୁଣି ଜଣେ ଶିକ୍ଷକ ଙ୍କୁ ବଦଳି କରିବା ନେଇ ଶିକ୍ଷାଦାନ ରେ ବାଧାପ୍ରାପ୍ତ ହେବା ସହ ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଶିକ୍ଷକ ନିଯୁକ୍ତି ନହେବା ପର୍ଯ୍ୟନ୍ତ ସ୍କୁଲରେ ତାଲା ଝୁଲିବ ବୋଲି ଗ୍ରାମବାସୀ ଧମକ ଦେଇଛନ୍ତି ।
ପ୍ରଶାସନ ର ତ୍ରୁଟି ଓ ଗ୍ରାମବାସୀ ଙ୍କ ଜିଦ୍ ଆଗରେ କୋମଳମତି ଶିଶୁ ବଳି ପଡୁଛନ୍ତି। ଯାଥା ଶୀଘ୍ର ଏହାର ଏକ ସ୍ଥାୟୀ ସମାଧନ କରାନଗଲେ ସ୍ଥାନୀୟ ବୁଦ୍ଧୀଯିବି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ର ଆଶ୍ରୟ ନେବେ ବୋଲି ସୂଚନା ମିଳିଛି ।

ଗାଁକୁ ନାହିଁ ରାସ୍ତା ; ପକ୍କା ରାସ୍ତା ଟି ନିର୍ମାଣ ପାଇଁ ସାଧାରଣରେ ଦାବୀ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୋଳାମୁଣ୍ଡା) – କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚପ୍ରିଆ ପଞ୍ଚାୟତ ସ୍ଥିତ ଡଙ୍ଗରପଡା ସ୍କୁଲ ରାସ୍ତା କଥା ନକହିବା ଭଲ। ଅଳ୍ପ ବର୍ଷା ହେଲେ ଏହି ରାସ୍ତା ର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ୁଛି। କେବଳ ବିଦ୍ୟାର୍ଥୀ ଙ୍କ ପାଇଁ ନୁହଁ ଗ୍ରାମ ବାସୀଙ୍କ ଯାତାୟତ ର ଏହା ଏକ ଶାହା ଭରସା । ବର୍ଷା ହେଲେ ଲୋକେ ଗ୍ରାମ ବାହାରକୁ ଯିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ରାସ୍ତାଘାଟ ନିର୍ମାଣ କରାଯାଉଥିବା ବେଳେ ଏହି ଅଞ୍ଚଳର ଶହେ ଗୋଟି ପରିବାର ପାଇଁ ରହିଥିବା ଏହି କାଦୁଅ ପୂର୍ଣ୍ଣ କଞ୍ଚା ରାସ୍ତାଟି ପ୍ରତି କାହାରି ନଜର ପାଉନଥିବାରୁ ଏହା ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି କରୁଛି। ତୁରନ୍ତ ଏଠାରେ ଏକ ପକ୍କା ରାସ୍ତା ନିର୍ମାଣ ପାଇଁ ସାଧାରଣ ରେ ଦାବୀ ହେଉଛି।

ଗଜପତି ଜିଲ୍ଲା “ଉଡାନ” କାର୍ଯ୍ୟକର୍ମକୁ ମନ୍ତ୍ରୀ ଙ୍କ ପ୍ରଶଂସା…

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଓଡ଼ିଶାରେ ପ୍ରଥମ ପରିକଳ୍ପନା କରି ଗତ ୧୫ ଦିନ ଧରି ଚାଲିଥିବା “ଉଡାନ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଦେଖି ମାନ୍ୟବର ମନ୍ତ୍ରୀ ସୂଚନା ଓ ପ୍ରଯୁକ୍ତି ବିଦ୍ୟା , କ୍ରୀଡ଼ା ଓ ଯୁବା ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ଭୁୟସି ପ୍ରଶଂସା କରିଛନ୍ତି ।

ପାରଳାଖେମୁଣ୍ଡି ସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲାର ବେକାର ଯୁବକଯୁବତୀ ମାନଙ୍କୁ ନେଇ ସାମରିକ ଓ ଅର୍ଦ୍ଧସାମରିକ ବାହିନୀରେ ନିଯୁକ୍ତି ହେବାପାଇଁ ନିଜକୁ ପୁର୍ବରୁ କିଭଳି ପ୍ରସ୍ତୁତ ରଖିବେ ସେ ନେଇ ଉଡାନ ପ୍ରଶିକ୍ଷଣ ଚାଲିଛି । ତେବେ ସ୍ଵାଧୀନତା ଦିବସ ପାଳନ ଅବ୍ୟହିତ ପୁର୍ବରୁ ଜିଲ୍ଲା ପୋଲିସ ପ୍ରଶାସନର ଉଡାନ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିଲେ । ତାହା ଦେଖି ପ୍ରସଂଶା କରିବା ସହ ସମଗ୍ର ଓଡ଼ିଶାରେ ଏହା ଏକ ଆଦର୍ଶ ଓ ଉଦାହରଣ ଭାବେ ନେଇ ହେବ , ସରକାରୀ ସ୍ତରରେ ଏହା କିଭଳି ଅନ୍ୟ ଜିଲ୍ଲାରେ ହୋଇପାରିବ ମୁଁ ସେଥିପ୍ରତି ଲକ୍ଷ ରଖି ସରକାରଙ୍କୁ ସହଯୋଗ କରିବି ବୋଲି ସାମ୍ବାଦିକ ମାନଙ୍କୁ କହିଥିଲେ ।

ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ , ଏହିଭଳି ପ୍ରଶିକ୍ଷଣ ଆୟୋଜନରେ ଜିଲ୍ଲାର ୨୯୦ ଜଣ ବେକାର ଯୁବକଯୁବତୀ ଯେଉଁ ଯୋଗ ଦେଇଛନ୍ତି , ସେମାନଙ୍କୁ ମୁଁ ସ୍ୱାଗତ ଓ ଅଭିନନ୍ଦନ ଜଣାଉଛି ଏବଂ ଏଭଳି ଆୟୋଜନ ର ପରିକଳ୍ପନା ପାଈଁ ମୁଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଏବଂ ତାଙ୍କୁ ସହଯୋଗ କରି ଆସୁଥିବା ଜିଲ୍ଲାପାଳ ଅନୁପମ ଶାହାଙ୍କୁ ମୁଁ ପ୍ରଶଂସା କରିବା ସହ ଧନ୍ୟବାଦ ଦେଉଛି ।

ବଡ଼ କଥା ହେଲା ଯେ , ସବୁ ଜାଗାରେ ସମାଲୋଚନା ଆସିଥାଏ , ଯେ ସମାଜରେ ବର୍ତ୍ତମାନ ଯୁବ-ସମାଜ ବିଚ୍ୟୁତ ହୋଇ ଭୁଲ ରାସ୍ତାରେ ଯାଉଛନ୍ତି ଏବଂ ସେମାନେ ସମାଜରେ ଯେଉଁ କାମରେ ଆସିବା କଥା , ତାହା ହେଉନି , ପ୍ରକୃତରେ ତାହା ଭୁଲ କଥା , ବର୍ତ୍ତମାନ ଗଜପତି ଜିଲ୍ଲାକୁ ଆସି ମୁଁ ଯାହା ଦେଖିଲି ଶାନ୍ତି ଶୃଙ୍ଖଳା ଓ ନିଷ୍ଠାର ସହ ଯେଉଁଭଳି ସେମାନେ ପ୍ରଶିକ୍ଷଣ ନେଉଛନ୍ତି ତାହା ପ୍ରେରଣା ଦାୟକ । ସେଥିପାଈଁ ମୁଁ ତାଙ୍କ ଆଗାମୀ ଦିନର ଭବିଷ୍ୟତ କାମନା କରୁଛି ।

ଆମେ ରାଷ୍ଟ୍ର ଗଠନ ତଥା ନୁଆ ଓଡିଶା ଓ ଭାରତ ଗଠନର ଯେଉଁ ସଂକଳ୍ପ ନେଇଛେ ଏବଂ ତାକୁ ଗଢି ତୋଳିବା ପାଈଁ ଆପଣମାନଙ୍କ ଯେଉଁ ପ୍ରୟାସ ପ୍ରକୃତରେ ତାହା ଅତ୍ୟନ୍ତ ପ୍ରଶଂସନୀୟ ।

ସବୁଠାରୁ ବଡ଼ କଥା ହେଲା ଯେ ଆଜିର ଯେଉଁ ଯୁବକ ଯୁବତୀ ଯେଉଁ ମାନେ କି ଦେଶ ଗଠନରେ ସହାୟକ ହେବେ , ସେମାନଙ୍କ ପ୍ରଚେଷ୍ଠା କେବଳ ପାରଳାଖେମୁଣ୍ଡି କି ଗଜପତି ଜିଲ୍ଲାରେ ସୀମିତ ନ ରହି ସାରା ଓଡିଶା ଓ ଭାରତ ବର୍ଷରେ ବଳବତ୍ତର ରହିବ ବୋଲି ମୁଁ ଆଶା କରୁଛି । ଏହି ଉଡାନ କାର୍ଯ୍ୟକ୍ରମ ଯେଉଁ ପ୍ରଶିକ୍ଷଣ ଚାଲିଛି , ଅର୍ଦ୍ଧ ସାମରିକ ଓ ସାମରିକ ବାହିନୀରେ ଯୋଗ ଦେବାପାଇଁ ପୁର୍ବରୁ ପ୍ରସ୍ତୁତି ହେବାକୁ ଯେଉଁ ତାଲିମ ଦିଆ ହେଉଛି , ତାହା ଅନ୍ୟ ଜିଲ୍ଲା ମାନଙ୍କରେ ମଧ୍ୟ ହେବା ଉଚିତ । ଏ ଦିଗରେ ବାକି ଯାହା ରହିଲା ଯେ , ସରକାରୀ ସ୍ତରରେ ସାହାଯ୍ୟ-ସହଯୋଗ କଥା , ଏ ସମ୍ପର୍କରେ ମୁଁ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛି ଓ କହିଛି , ମୋର ଯେଉଁ ଯୁବ-ସେବା ବିଭାଗ ରହିଛି , ତା ଭିତରେ ଯଦି ଯୁବକ ଯୁବତୀ ମାନଙ୍କ ପାଈଁ କିଛି ଥାଏ , ତା ହେଲେ ମୁଁ କୌଣସି ଭାବରେ ଯଦି ଏହି କାର୍ଯ୍ୟରେ ଯଦି କିଛି ସାହାଯ୍ୟ କରିପାରିବି , ତା ହେଲେ ମୋତେ ଯଦି କୌଣସି କିଛି ସାହାଯ୍ୟ ମଗାଯାଏ ଏବଂ ଯେଉଁ ଅଫିସର ମାଧ୍ୟମରେ ସାହାଯ୍ୟ ଦେଇହେବ ତାହେଲେ ମୁଁ ନିଶ୍ଚୟ ସାହାଯ୍ୟ କରିବି । ଆପଣ ମାନଙ୍କ ବିକାଶ ପାଈଁ ଏବଂ ଏ ଅଞ୍ଚଳର ଯୁବକ ଯୁବତୀ ମାନେ ଆଗାମୀ ଦିନରେ ଗଜପତି ଜିଲ୍ଲାକୁ ସମୃଦ୍ଧିଶାଳୀ କରିବା ପାଈଁ ଏବଂ ନୁଆ ଓଡିଶା ଓ ନୁଆ ଭାରତ ଗଢିତୋଳିବା ପାଈଁ ଯେଉଁ ପ୍ରଚେଷ୍ଠା ଚଲାଇଛନ୍ତି , ସେ ଦିଗରେ ଅର୍ଥ କେବେହେଲେ ବାଧକ ସାଜିବ ନାହିଁ , ଏଥିରେ ମୁଁ ପ୍ରତିଶ୍ରୁତି ଦେଉଛି, ଶେଷରେ ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି: ଶାନ୍ତନୁ କୁମାର ଦାସ ଏବଂ ପ୍ରକାଶ କୁମାର ଜେନା , ଯୋଗ ଦେଇ ଚାଲିଥିବା କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୁଚନା ସବୁ ପ୍ରଦାନ କରିଥିଲେ ।

ଜିଲ୍ଲାପାଳ ଅନୁପମ ଶାହା ଏବଂ ଏସପି:-ସାରାଁ ଶର୍ମା ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଆରଆଇ:-ଡମ୍ବରୁ ଧର ହନାଗା ପ୍ରଷିକ୍ଷାର୍ଥି ମାନଙ୍କ ମିଳିତ ପ୍ୟାରେଡ଼ ଓ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

କମ୍ବିଂ ଅପରେସନ ବେଳେ ମାଓବାଦୀ ଓ ଏସ ଓ ଜି ମୁହାଁମୁହିଁ…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଭବାନୀପାଟଣା) – ଗତକାଲି ପୋଲିସ ଓ ମାଓବାଦୀ ଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟ କୁ ନେଇ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଙ୍କ ସମ୍ବାଦିକ ସମ୍ମିଳନୀ। ଭବାନୀପାଟଣା ସଦର ପୋଲିସ ଥାନା ଅନ୍ତର୍ଗତ ଗୁଣ୍ଡି ସଂରକ୍ଷିତ ଜଙ୍ଗଲ ରେ ଗତକାଲି ସଂଧ୍ୟା ସମୟରେ ମାଓବାଦୀ ଓ ଏସଓଜି ଯବାନ ଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।

ଗୁଣ୍ଡି ଜଙ୍ଗଲରେ ମାଓବାଦୀମାନେ କ୍ୟମ୍ପ କରି ରହିଥିଲେ ଶୋଗ ଯବାନ ମାନେ କମ୍ବିଂ କରୁଥିବା ସମୟରେ ମାଓବାଦୀ ମାନେ ଗୁଳି ଚଳାଇଥିଲେ ଶୋଗ ଯବାନ ମାନେ ପାଲଟା ଗୁଳି ଚାଳନା କରିବା ଫଳରେ ମାଓବାଦୀ ମାନେ ଛତ୍ରଭଙ୍ଗ କରିଥିଲେ । ମାଓ କେମ୍ପ ରୁ ଡିଟୋନେଟର , ଜିଲେଟିନ୍ , ମାଓ ପତ୍ରିକା, ଔଷଧ , ବ୍ୟାଗ ଓ ବିଭିନ୍ନ ଜିନିଷ ଉଦ୍ଧାର ହୋଇଛି ଏବଂ କିଛି ମାଓବାଦୀ ଶୋଗ ଯବାନ ଗୁଳିରେ ଗୁରୁତର ହୋଇଛନ୍ତି ବୋଲି କଳାହାଣ୍ଡି ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।