ରାମନାଗୁଡା ବ୍ଳକ ବନ୍ୟାଞ୍ଚଳ ପରିଦର୍ଶନ କଲେ ଗୁଣପୁର ଉପ ଜିଲ୍ଲାପାଳ !

!!! ଦକ୍ଷିଣ ଓଡିଶା ମୁଖ୍ୟ ଡ଼ି କିରଣ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ଉପଜିଲ୍ଲାପାଳ ଡଃ ସିଦ୍ଧେଶ୍ବର ବଳିରାମ ବନ୍ଦୋର ବଂଶଧାରା ବନ୍ୟା ପ୍ରଭାବିତ ରାମନାଗୁଡା ବ୍ଳକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେ ରାମନାଗୁଡା ବ୍ଳକର ଲିମାପଦର ଗ୍ରାମରେ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ପରିବାଚାଷ ଜମି ବୁଲି ଦେଖିବା କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ପ୍ରତି ବର୍ଷ ବଂଶଧାରା ପାଣି ଆସି ଚାଷ ଜମି ନଷ୍ଟ ହେବା ସହ ପରିବାଚାଷ ନଷ୍ଟ ହେଉଥିବା ଲୋକମାନେ ଅଭିଯୋଗ କରିବା ସହ ତୁରନ୍ତ ଏହି ଦିଗରେ ପଦକ୍ଷେପ ନେବା ସହ ଆଡିବନ୍ଦ ନିମନ୍ତେ ଦାବି କରିଥିଲେ। ଆଡିବନ୍ଦ ବନ୍ଦ ନିମନ୍ତେ ଉପଜିଲ୍ଲାପାଳ ଏନେଇ ବିଭାଗୀୟ ଉଚ୍ଚ କତ୍ତୁପକ୍ଷଙ୍କୁ ଅବଗତ କରାଇବାକୁ ପ୍ରୁତିଶୃତି ଦେଇଥିଲେ। ସେହିପରି ଉପଜିଲ୍ଲାପାଳ ବଂଶଧାରା ତଟବତ୍ତୀଅଞ୍ଚଳ ବୁଲି ଦେଖିବା ସହ ଆଚବା, ସୁବାଇ, ଢେପଗୁମୁଡା, ଭାମିନି ଆଦି ବନ୍ୟାଞ୍ଚଳ ବୁଲି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଗୁମୁଡାରେ କ୍ଷତିଗ୍ରସ୍ତ ଘର ବୁଲି ଦେଖିବା ସହ ଅତିଶୀଘ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା ସହ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଉପଜିଲ୍ଲାପାଳଙ୍କ ଏହି ଗ୍ରସ୍ତ ସମୟରେ ରାମନାଗୁଡା ତହସିଲଦାର ଜୟଶ୍ରୀ ମଲ୍ଲିକ, ଅତିରିକ୍ତ ତହସିଲଦାର ଫଡ୍ରିନାଲ୍ ଏକ୍କା,ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ନର୍ଲାରେ ପରୀ କାର୍ଯ୍ୟକ୍ରମ ; ଶୋଭାଯାତ୍ରା,ନାଟକ ଓ ସଂକିର୍ତ୍ତନ୍ୟ ମାଧ୍ୟମରେ ସଚେତନତା ସୃଷ୍ଟି କରିବାକୁ ପ୍ରୟାସ…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କଳାହାଣ୍ଡି) – ଓଡିଶାର ପ୍ରତ୍ୟକ ଥାନା ଅଞ୍ଚଳରେ ପରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାବେଳେ ନର୍ଲାରେ ଏକ ନିଆରା ଢଙ୍ଗରେ ଏହା ପାଳନ କରାଯାଇଛି । ସଂକିର୍ତ୍ତନ୍ୟ, ନାଟକ ଓ ଶୋଭାଯାତ୍ରା ମାଧ୍ୟମରେ ଶିଶୁ ମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନାକୁ ପ୍ରତିହତ କରିବା ପାଇଁ ସତେତନତା ବାର୍ତ୍ତା ପ୍ରଦାନ କରିଛନ୍ତି କଳାକାର । ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ନର୍ଲା ପୋଲିସ ଦ୍ୱାରା ପରୀ ପାଇଁ କଥା ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ନର୍ଲା ଥାନାଧିକାରୀ ରମଣୀ ରଞ୍ଜନ ଦଳାଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭା ରେ ମୁଖ୍ୟ ଅଥିତି ଭାବେ ନର୍ଲା ସରପଞ୍ଚ ଚିରଞ୍ଜିବି ଗୌଡ଼ିଆ, ସମ୍ମାନିତ ଅଥିତି ଭାବେ ନର୍ଲା ପଂଚାୟତ ସମିତି ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଜୟ ସେନାପତି, ଖେଳ ଶିକ୍ଷକ ରୁପସିଙ୍ଗ ରାଉତ, ଶାନ୍ତପୂର ସମିତି ସଭ୍ୟ ଗୋବିନ୍ଦ ତାଣ୍ଡି, ୱାର୍ଲଡ ଭିଜନ ଇଣ୍ଡିଆ ନର୍ଲା ଏଡିପିର ବୀରେନ୍ଦ୍ର ଦିଗଲ, ସିଡବ୍ଲୁସି ର ଅବିବୁଲା ଖାଁ, କଳାହାଣ୍ଡି ଚାଇଲ୍ଡ ହେଲ୍ପ ଲାଇନର ସୁଧାଂଶୁ ଶେଖର ମାଝୀ ପ୍ରମୂଖ ମଞ୍ଚାସୀନ ରହି ଶିଶୁ ମାନେ କିପରି ସମ୍ମାନର ସହ ବଞ୍ଚିପାରିବେ ତଥା ସେମାନଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନାକୁ ରୋକାଯାଇ ପାରିବ ସେନେଇ ନିଜ ନିଜର ମତ ପ୍ରକାଶ କରିଥିଲେ । ନର୍ଲା ଥାନାଧିକାରୀ ରମଣୀ ରଞ୍ଜନ ଦଳାଇ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବିଷଦ ଭାବରେ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ନର୍ଲା ଶିଶୁ ମନ୍ଦିର ଛକ ଠାରୁ ଘୁମୁରା ବାଦ୍ୟନାଦ ସହ ହାଇସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ନାରୀ ମାନଙ୍କ ପ୍ରତି ହେଉଥିବା ବିଭିନ୍ନ ଅତ୍ୟାଚାରକୁ ବନ୍ଦ କରିବାସହ ଶିଶୁ ନିର୍ଯ୍ୟାତନା ବନ୍ଦ କରିବା ଉପରେ ଜନସଚେତତା ସୃଷ୍ଟି କରିଥିଲେ ।

ସଭା ସ୍ଥଳରେ ସମାଜସେବୀ, ଅଭିନେତା ତଥା କବି ଅରୁଣ ପ୍ରଧାନୀଙ୍କ ଏକ ଟିମ ସଚେତନ ଧର୍ମୀ ନାଟକ ‘‘ଭରସା’’ ପରିବେଷଣ କରିଥିବା ବେଳେ ପ୍ରଖ୍ୟାତ ମୃଦଙ୍ଗ ବାଦକ ଗୁରୁ ବିଜୟ ପଣ୍ଡାଙ୍କ ସଂକୀର୍ତ୍ତନ୍ୟ ଦଳ କୀର୍ତ୍ତନ ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ।

ଶିଶୁ ମାନଙ୍କ ପ୍ରତି ହେଉଥିବା ଯୌନ ନିର୍ଯ୍ୟାତନା, ସେମାନଙ୍କୁ ଶ୍ରମିକ ଭାବରେ କାର୍ଯ୍ୟରେ ନିୟୋଜିତ କରିବା ଏବଂ ଚାଲାଣ ଆଦି ବନ୍ଦ କରି ଏକ ସୁସ୍ଥ ସମାଜ ଗଠନ ଦିଗରେ ସମସ୍ତେ ପ୍ରୟାସୀ ହେବାକୁ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁରୋଧ କରାଯାଇଥିଲା । କାର୍ଯ୍ୟକ୍ରମକୁ ନର୍ଲା ଥାନାର ସମସ୍ତ ପୋଲିସ କର୍ମଚାରୀ ସହଯୋଗ କରି ଥିଲେ ।

କାଶୀନଗର ବ୍ଲକର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିଲେ ସ୍ବାଭିମାନ ମଞ୍ଚର ମୁଖ୍ୟ ଡଃ. ତିରୁପତି ପାଣିଗ୍ରାହୀ…!

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳା ସ୍ବାଭିମାନ ମଞ୍ଚ ପକ୍ଷରୁ , ଗତ ଲଗାଣ ବର୍ଷାରେ ସର୍ବାଧିକ ପ୍ରଭାବିତ ହୋଇଥିବା କାଶୀନଗର ବ୍ଲକର କ୍ଷତିଗ୍ରସ୍ତ ଅଞ୍ଚଳ ସବୁ ବୁଲି ଦେଖିଥିଲେ ସ୍ବାଭିମାନ ମଞ୍ଚର ମୁଖ୍ୟ ତଥା ହାଇ-ଟେକ୍ ମେଡ଼ିକାଲ କଲେଜର (ଗ୍ରୁପ)ଅଧ୍ୟକ୍ଷ ଡ଼ଃ ତିରୁପତି ପାଣିଗ୍ରାହୀ , ପ୍ରଭାବିତ ଅଂଚଳ ପରିଦର୍ଶନ କରି ଏବଂ ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ବହୁତ କ୍ଷୟକ୍ଷତି ହୋଇଥିବା ଜାଣି ପାରିଥିଲେ ।
ଏ ସମ୍ପର୍କରେ ଅଧ୍ୟକ୍ଷ ଡ଼ଃ ପାଣିଗ୍ରାହୀ ସାମ୍ବାଦିକଙ୍କୁ ସୁଚନା ଦେଇ କହିଥିଲେ ଯେ , ବଂଶଧାରା ନଦୀ ଅପର ପାର୍ଶ୍ୱରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ନେରେଡି ବ୍ୟାରେଜ୍ ନିର୍ମାଣ ନେଇ ବିବାଦୀୟ ସ୍ଥିତି ରହିଥିଲେ ମଧ୍ୟ ଆନ୍ଧ୍ର ଏଥିପ୍ରତି କୋଣସି ଭ୍ରକ୍ଷେପ୍ ନ କରି ଆନ୍ଧ୍ର ବଂଶଧାରା ନଦୀ ପାର୍ଶ୍ୱରେ ଲେଫ୍ଟ ଓ ରାଇଟ କେନାଲ ନିର୍ମାଣ କରି ଦେଇ ପାଣି ନେବା ଜାରୀ ରଖିଛି ଏଭଳି କେନାଲ ନିର୍ମାଣ କରିବା ଦ୍ୱାରା ନଦୀରେ ବିଭିନ୍ନ ସମୟରେ ଜୋରରେ ଆସୁଥିବା ପାଣିକୁ ନଦୀ ପାର୍ଶ୍ଵକୁ ଲାଗି କମ୍ ଉଚ୍ଚରେ ନିର୍ମାଣ କରିଥିବା କେନାଲ ଦେଇ ୯ ଟିଏମସି ପାଣି ସେମାନେ ନେଇ ଯାଉଛନ୍ତି । ଯାହାକି , ଏହି କେନାଲ ଦେଇ ସେମାନେ ୬୨ ହଜାର ହେକ୍ଟର ଚାଷଜମିକୁ ଜଳସେଚିତ କରିବା ଲକ୍ଷ୍ୟଧାର୍ଯ୍ୟ ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆନ୍ଧ୍ର ୪୭ ହଜାର ହେକ୍ଟର ଜମିରେ ଚାଷ ପାଈଁ ଆବଶ୍ୟକ ପଡୁଥିବା ପାଣି ନେଇସାରିଲେଣି । ଯାହାକି ଆନ୍ଧ୍ର ଅଞ୍ଚଳର ଚାଷୀ ଏହି ପାଣିରେ ସେମାନେ ବର୍ଷରେ ୩ ଟା ଫସଲ କରିପାରିବେ । ଆମକୁ ଏବେ ଯେଉଁ ନଦୀରେ ପାଣି , ପଥର ଓ ବନ୍ୟାଜଳ ଦେଖାଯାଉଛି , ଏହା ଆମକୁ ଖରା ଦିନରେ ମରୁଡି ଏବଂ ବର୍ଷା ଦିନରେ ବନ୍ୟାର ସମ୍ମୁଖିନ ହେବାକୁ ପଡ଼ୁଛି ।

ଶତାଧିକ ଚାଷ ଜମିରେ ବାଲିଚର ମାଡ଼ିଯାଇ ଫସଲ ନଷ୍ଟ ହୋଇଯାଇଛି । ଏତେ ସବୁ କ୍ଷୟ କ୍ଷତି ହେଉଥିଲେ ମଧ୍ୟ ଏହାର ବିକଳ୍ପ ସମାଧାନ ତଥା ସ୍ଥାୟୀ ପ୍ରତିକାର ପାଈଁ କୋଣସି ପ୍ରଶାସନିକ ବ୍ୟବସ୍ଥା କରାଯାଇ ପାରୁ ନ ଥିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଅଭିଯୋଗରେ କହିଛନ୍ତି ।
ବଂଶଧାରା ନଦୀରେ ଯେତେବେଳେ ପାଣି ଆସୁଛି , ଆନ୍ଧ୍ର ସେହି ପାଣିକୁ ଉପର ମୁଣ୍ଡରୁ ହିଁ ନିର୍ମାଣ କରିଥିବା କେନାଲ ଦେଇ ନେଇ ଯାଉଛି । ଏମିତିକି ମୋଟ ୬୨ ହଜାର ହେକ୍ଟର ଚାଷଜମିକୁ ଜଳସେଚିତ କରିବା ଲକ୍ଷ ରଖି ବର୍ତ୍ତମାନ ସୁଦ୍ଧା ୪୭ ହଜାର ହେକ୍ଟର ଚାଷ ପାଈଁ ପାଣି ନେଇ ସାରିଥିଲେ ମଧ୍ୟ ଆମ ରାଜ୍ୟ ସରକାର ଏ ଦିଗରେ ଆମ ଚାଷୀଙ୍କ ପାଈଁ କୋଣସି ଜଳସେଚନର ବ୍ୟବସ୍ଥା କରି ପାରିନାହାନ୍ତି । ବଂଶଧାରା ନଦୀର ଉପର ମୁଣ୍ଡରୁ ଆମର ପାଣି ଆସୁଛି , ତଳ ମୁଣ୍ଡରେ ଆମେ ରହିଥିଲେ ମଧ୍ୟ ଆନ୍ଧ୍ର ପାର୍ଶ୍ଵ କେନାଲ ନିର୍ମାଣ କରି ସେହି ପାଣିକୁ ନେଇଯାଉଥିବା ଯୋଗୁଁ ଆମେ ସେହି ପାଣିଦ୍ବାରା ଆମ ଜଳସେଚନ କ୍ଷେତ୍ରରେ ବିନିଯୋଗ କରିବାରୁ ସମ୍ପୁର୍ଣ୍ଣ ଭାବେ ବଞ୍ଚିତ ହେଉଛୁ ।
ଆନ୍ଧ୍ରର ଏହିଭଳି ବେଆଇନ ଓ ଅଞ୍ଚଳବାସୀଙ୍କ ପ୍ରତି ହେଉଥିବା ଘୋର ଅନ୍ୟାୟ ଦିଗରେ ଦୃଷ୍ଟି ଦେଇ ରାଜ୍ୟ ସରକାର , ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ସାହାଯ୍ୟ-ସହଯୋଗର ହାତ ବଢ଼ାଇବାକୁ ନିବେଦନ କରିଛନ୍ତି।
ଅଞ୍ଚଳବାସୀ ଓ ଚାଷୀଙ୍କ ଜଳସେଚନ ଓ ପାନୀୟ ଜଳର ସ୍ୱାର୍ଥ ପ୍ରତି ବିଶେଷ ଦୃଷ୍ଟି ଦେଇ ଏହାର ବିକଳ୍ପ ବ୍ୟବସ୍ଥା ପାଈଁ ରାଜ୍ୟ ସରକାର ବଂଶଧାରା ନଦୀର ଉପର ମୁଣ୍ଡରେ ନିଶ୍ଚିତ ଭାବେ ଏହିଭଳି ଜରୁରୀକାଳୀନ ସ୍ଥିତିରେ ଏକ ମେଗା-ଜଳସେଚନ ପ୍ରକଳ୍ପ ନିର୍ମାଣ କରିବାକୁ ଦାବି କରା ଯାଇଛି । ଏହା ନିର୍ମାଣ କରା ନ ଗଲେ ଅଞ୍ଚଳବାସୀ ପ୍ରତିବର୍ଷ ବିଭିନ୍ନ ସମୟରେ ମରୁଡି ଓ ବନ୍ୟାର ସମ୍ମୁଖିନ ହେଉଥିବେ ।
ଅନ୍ୟପକ୍ଷରେ ଏହି ବଂଶଧାରା ନଦୀ ଜଳ ଦ୍ବାରା କାଶୀନଗର ବ୍ଲକ ଅଞ୍ଚଳର ହଜାର ହଜାର ହେକ୍ଟର ଚାଷ ଜମିକୁ ଜଳସେଚିତ କରାଇବାର ବହୁ କ୍ଷମତା ଥିଲେ ମଧ୍ୟ ଆମେ କିଛି କରିପାରୁନୁ । ଏହି ଲଗାଣ ବର୍ଷା ପୁର୍ବରୁ ଜଳସେଚନ ଓ ବର୍ଷା ଅଭାବରୁ ଶତାଧିକ ଚାଷୀକୁଳ ମରୁଡି ର ଶିକାର ହୋଇଥିଲେ । ସେମାନଙ୍କ ଚାଷ ଜମିର ମାଟି ଫାଟି ତଳି ପ୍ରାୟତଃ ପୋଡି ଯାଇଥିଲା । ହେଲେ ବର୍ତ୍ତମାନ ଯେଉଁ ଲଗାଣ ବର୍ଷା ହେଲା , ସେଥିରେ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ବାଲିଚର ମାଡ଼ି ଯାଇଛି ।
ଚାଷୀଙ୍କ ପ୍ରତି ଏଇ ଯେଉଁ ଦୁଇଟି କ୍ଷେତ୍ରରେ ଘୋର ଅନ୍ୟାୟ ହୋଇଛି , ସେଥିପ୍ରତି ରାଜ୍ୟ ଓ ଜିଲ୍ଲା ପ୍ରଶାସନ ତୁରନ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କ ପ୍ରତି ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇବାକୁ ସ୍ବାଭିମାନ ମଞ୍ଚର ମୁଖ୍ୟ ଡ଼ଃ ତିରୁପତି ପାଣିଗ୍ରାହୀ ଦାବି ଜଣାଇଛନ୍ତି ।

ଚାଷ ଅଛି ଯାହାର ଦୁଃଖ ନାହିଁ ତାହାର ; ତଳି ରୁଆରେ ସହଯୋଗୀ ଗଜପତି ଜିଲ୍ଲା ଜିଲ୍ଲା ପରିଷଦ ଅଧ୍ୟକ୍ଷା…!

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଯେ କୋଣସି କାର୍ଯ୍ୟ ପୁରଣ କରିବା ପାଇଁ ମନ ଭିତରେ ଆଶା ଓ ଆକାଂକ୍ଷା ଭରି ରହିଲେ ତାହା କାର୍ଯ୍ୟରେ କରି ଦେଖାଇବା ପାଈଁ ମନ ଭିତରେ ନିଶ୍ଚିତ ଆଗ୍ରହ ସୃଷ୍ଟି କରିଥାଏ । ଏଥିପାଇଁ ସେତିକି ବେଳେ ନିଜର ବ୍ୟକ୍ତିତ୍ୱ କି ପଦ-ପଦବୀରେ ଥିଲେ ମଧ୍ୟ ସମ୍ପୁର୍ଣ୍ଣ ଭାବେ ତାହା ଫିକା ପଡ଼ି ଯାଇଥାଏ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଜିଲ୍ଲା ଭାଜପା:ର ବରିଷ୍ଠ ନେତ୍ରୀ ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତା ରାଣୀ ବେହେରାଙ୍କ ଠାରେ । ଯାହାକି ଏକ କାଦୁଅ ଭରା ଚାଷ ଜମିରେ ମହିଳା ଶ୍ରମିକ ମାନଙ୍କ ସହ ସାମିଲ ହୋଇ ଧାନତଳି ରୋଉ ଥିବା ଦେଖିବାକୁ ମିଳିଥିଲା ।
ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବେହେରା କାଶୀନଗର କ୍ଷେତ୍ର ପରିଦର୍ଶନରେ ଯାଉଥିବା ବେଳେ ରାସ୍ତା ପାର୍ଶ୍ଵ ଚାଷ ଜମିରେ ମହିଳା ଶ୍ରମିକ ମାନେ ଧାନତଳି ଧରି ରୁଆକାର୍ଯ୍ୟ କରୁଥିବା ଦେଖିଥିଲେ । ଏହି ରୁଆ କାର୍ଯ୍ୟ ଦେଖି ତାଙ୍କ ମନରେ ମଧ୍ୟ ଆଶା ଓ ଆଗ୍ରହ ସୃଷ୍ଟି ହେଲା ଯେ ସେ ମଧ୍ୟ ସେହି ଚାଷ ଜମିକୁ ଯାଇ ମହିଳା ମାନଙ୍କ ସହ ସାମିଲ ହୋଇ ଧାନ ତଳି ରୋଇବେ । ତତକ୍ଷଣ।ତ ସେ ରାସ୍ତା ପାର୍ଶ୍ୱରେ ଗାଡି ରଖି ଦେଇ କାଦୁଅ ଭରା ଚାଷ ଜମିକୁ ଯାଇ ମେଞ୍ଚେ ଧାନ ତଳି ଧରି ଆରମ୍ଭ କରିଦେଇଥିଲେ ରୁଆ କାର୍ଯ୍ୟ । ପ୍ରାୟ ୧୫ ମିନିଟ ଧରି ଚାଷ ଜମିରେ ମହିଳା ମାନଙ୍କୁ ସହ ସୁଖଦୁଃଖ ହୋଇ ତଳି ଧରି ରୁଆ କାର୍ଯ୍ୟ କରିଥିଲେ।
ଧାନତଳି ଧରି ଚାଷ ଜମିରେ ରୋଇବା ସମ୍ପର୍କରେ ଅଧ୍ୟକ୍ଷା ଶ୍ରୀମତୀ ବେହେରା କହିଥିଲେ ଯେ , ମୁଁ କାଶୀନଗର ଫିଲ୍ଡ଼ ଭିଜିଟ ରେ ଯାଉଥିବା ବେଳେ ରାସ୍ତା ପାର୍ଶ୍ୱରେ ମହିଳାମାନେ ଚାଷ ଜମିରେ ଧାନତଳି ଧରି ରୁଆକାର୍ଯ୍ୟ କରୁଥିବା ଦେଖି ମୋ ମନରେ ମଧ୍ୟ ତାହା କରିବା ପାଈଁ ଇଛା ଓ ଆଗ୍ରହ ସୃଷ୍ଟି କରିଥିଲା । ଚାଷୀମାନେ ଦେଶର ମେରୁଦଣ୍ଡ ସଦୃଶ । କେତେ କଷ୍ଟ ପଡ଼ି ସେମାନେ ଆମକୁ ଖାଦ୍ୟ ଯୋଗାଇଦେବା କ୍ଷେତ୍ରରେ ବହୁତ ଉପକାର କରୁଛନ୍ତି । ଅନ୍ୟପକ୍ଷରେ ମୁଁ କେବେ ହେଲେ ଏଭଳି ରୁଆକାର୍ଯ୍ୟ କରିନଥିଲି । ହେଲେ ମହିଳା ମାନଙ୍କ ଧାନତଳି ରୁଆକାର୍ଯ୍ୟ ଦେଖି ମୋତେ ମଧ୍ୟ ସେଇଭଳି କରିବାକୁ ଇଛା ଓ ଆଗ୍ରହ ହେବାରୁ ମୁଁ ସେମାନଙ୍କ ସହ ମଶିରୁଆକାର୍ଯ୍ୟ କରିଥିଲି ।ଏହା ମୋତେ ବହୁତ ଭଲ ଲାଗିଲା , ଯାହାହେଉ ,ବିଳମ୍ବରେ ବର୍ଷା ଆସିଥିଲେ ମଧ୍ୟ ଚାଷ କାର୍ଯ୍ୟକୁ ଆଗେଇ ନେବା ଉଦ୍ଦେଶ୍ୟରେ ଚାଷୀ ଓ କୃଷି ଶ୍ରମିକ ମାନଙ୍କୁ ଉତ୍ସାହିତ କରିବା ପାଈଁ ସେମାନଙ୍କ ସହ ରୁଆକାର୍ଯ୍ୟରେ ସାମିଲ ହୋଇଥିବା କହିଥିଲେ ।

ଗାନ୍ଧୀ ପରିବାରକୁ ଛାଡ଼ିଲାନି କଂଗ୍ରେସ; ସୋନିଆ ଅନ୍ତରୀଣ ଅଧ୍ୟକ୍ଷା…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଗାନ୍ଧୀ ପରିବାରକୁ ଛାଡ଼ି ପାରିଲାନି କଂଗ୍ରେସ । ଗାନ୍ଧୀ ପରିବାର ବାହାରେ ଦଳର ନେତୃତ୍ୱ ନେବାକୁ ସମ୍ଭବତଃ ଯୋଗ୍ୟ ଲୋକ ବାହାରିଲେନି । ଅଥବା ଅନ୍ୟ କାହାରି ଉପରେ ଦଳ ଭରସା ଜୁଟାଇ ପାରିନାହିଁ । ରାହୁଲ ଗାନ୍ଧୀଙ୍କୁ ମନାଇବାରେ ବିଫଳ କଂଗ୍ରେସ ଶେଷରେ ସୋନିଆ ଗାନ୍ଧୀଙ୍କୁ ପୁଣିଥରେ ନେତୃତ୍ୱ ଭାର ସମର୍ପି ଦେଇଛି । ସିଡବ୍ଲୁସି(କଂଗ୍ରେସ କାର୍ଯ୍ୟକାରୀ କମିଟି) ବୈଠକରେ ସର୍ବସମ୍ମତିକ୍ରମେ ସୋନିଆଙ୍କୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ କରାଯାଇଛି । ଗାନ୍ଧୀ ପରିବାର ବାହାରୁ ଜଣଙ୍କ ହାତରେ ନେତୃତ୍ୱ ଦେବାକୁ କିଛି ଦିନ ହେଲା କସରତ ଚାଲିଥିଲା । ଏହିକ୍ରମରେ ମୁକୁଲ୍ ୱାସନିକ୍ ଙ୍କ ନାଁ ଅଧିକ ଚର୍ଚ୍ଚା ହୋଇଥିଲା ।
କଂଗ୍ରେସ ଅଧ୍ୟକ୍ଷ ବାଛିବା ପାଇଁ ଶନିବାର ଦିନ ଦୁଇଟି ପର୍ଯ୍ୟାୟରେ ହୋଇଥିଲା ଘମାଘୋଟ ଆଲୋଚନା । ରାହୁଲ ଗାନ୍ଧୀଙ୍କ ପରାମର୍ଶକ୍ରମେ ରାଜ୍ୟ ନେତାମାନଙ୍କ ସହ ସହମତି ଭିତରେ ସଭାପତି ବାଛିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସେଥିପାଇଁ ୫ ଟି ଜୋନାଲ୍ ଗ୍ରୁପ ଗଠନ କରାଯାଇଥିଲା । ଏହି ଗ୍ରୁପ୍ ରେ ରାହୁଲଙ୍କୁ ପଶ୍ଚିମାଳଞ୍ଚଳ ଏବଂ ସୋନିଆଙ୍କୁ ପୂର୍ବାଞ୍ଚଳ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ତାହାକୁ ପ୍ରତ୍ୟାଖ୍ୟାନ କରି ଚୟନ ପ୍ରକ୍ରିୟାରୁ ସେମାନେ ଦୂରେଇ ରହିଥିଲେ । ଅନ୍ୟପକ୍ଷରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଉତ୍ତରାଞ୍ଚଳ, ଡ. ମନମୋହନ ସିଂହଙ୍କୁ ଦକ୍ଷିଣାଞ୍ଚଳ ଏବଂ ଅମ୍ବାକା ସୋନିଙ୍କୁ ଉତ୍ତର ପୂର୍ବାଞ୍ଚଳ ଦାୟିତ୍ୱରେ ରଖାଯାଇଥିଲା ।
ଦିନ ତମାମ ରାଜ୍ୟ ନେତାମାନଙ୍କ ସହ ବିଚାର ବିମର୍ଷ କରିଥିଲେ ସିଡ଼ବ୍ଲୁସି ଜୋନାଲ୍ ଗ୍ରୁପ୍ ସଦସ୍ୟମାନେ । ତେବେ ରାହୁଲ ଗାନ୍ଧୀଙ୍କ ସମର୍ଥନରେ ଅଧିକାଂଶଙ୍କର ମତ ଆସିଥିଲା । ରାହୁଲ ତାଙ୍କ ଇସ୍ତଫା ଫେରାଇ ନେତୃତ୍ୱଭାର ବଜାୟ ରଖନ୍ତୁ ବୋଲି ସେମାନେ ଚାହିଁଥିଲେ । ଏହି ମତାମତ ଆଧାରରେ ସିଡବ୍ଲୁସିର ବରିଷ୍ଠ ନେତାମାନେ ରାହୁଲ ତାଙ୍କ ବିଚାରର ପୁର୍ନବିଚାର କରିବାକୁ ଅନୁରୋଧ କରିଥିଲେ । ମାତ୍ର ରାହୁଲଙ୍କ ଉପରେ ଏହା କୌଣସି ପ୍ରଭାବ ପକାଇ ନ ଥିଲା । ସେ ନିଜ ଜିଦ୍ ରେ ଅଟଳ ରହିଥିଲେ ।
ରାହୁଲଙ୍କୁ ଫେରାଇ ଆଣିବାରେ ବିଫଳ ୫୪ ଜଣିଆ ସିଡବ୍ଲୁସି ଶେଷରେ ସୋନିଆ ଗାନ୍ଧୀଙ୍କ ଉପରକୁ ଆଖି ଫେରାଇଥିଲେ । ସୋନିଆ ଗାନ୍ଧୀଙ୍କ ନେତୃତ୍ୱ ତଳେ କଂଗ୍ରେସ ଏକାଠି ରହିବ ଏବଂ ମଜବୁତ ହେବ ବୋଲି ନେତାମାନଙ୍କର ହୃଦବୋଧ ହୋଇଥିଲା । ସିଡବ୍ଲୁସି ବୈଠକରେ ସୋନିଆଙ୍କ ନାଁ ପ୍ରସ୍ତାବିତ ହେଲା ମାତ୍ରେ ସମସ୍ତେ ତାହାକୁ ସମର୍ଥନ କରିଥିଲେ । ଦଳର ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ସାଂଗଠନିକ ନିର୍ବାଚନ ସରି ନୂଆ ନେତା ନିର୍ବାଚିତ ହେବା ଯାଏଁ ସୋନିଆଙ୍କ ହାତରେ ରହିବ ଦଳର ନେତୃତ୍ୱ । ତେବେ ଆଗକୁ ସିଏ ହିଁ ଅଧ୍ୟକ୍ଷ ନିର୍ବାଚିତ ହେବେ ବୋଲି କୁହାଯାଉଛି ।
ଡ. ମନମୋହନ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଡବ୍ଲୁସି ବୈଠକରେ ବିଦାୟୀ ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ଖୁବ୍ ତାରିଫ୍ କରାଯାଇଥିଲା । ସମସ୍ତଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିବାରୁ ରାହୁଲଙ୍କ ଇସ୍ତଫାକୁ ବୈଠକରେ ଗୃହୀତ କରାଯାଇଥିଲା ।
ସୂଚନାଯୋଗ୍ୟ, ସୋନିଆ ଗାନ୍ଧୀ ହେଉଛନ୍ତି କଂଗ୍ରେସର ଦୀର୍ଘକାଳୀନ ସଭାନେତ୍ରୀ । ୧୯୯୮ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ସେ ଥିଲେ କଂଗ୍ରେସ ସଭାନେତ୍ରୀ । ୨୦୧୭ ରେ ପୁଅ ରାହୁଲଙ୍କ ହାତକୁ ଦାୟିତ୍ୱ ଛାଡ଼ିଥିଲେ ସୋନିଆ ।

ଆମପାଣି ପୋଲିସ୍ ପକ୍ଷରୁ ପରୀ ସଚେତନତା ଶିବିର ଅନୁଷ୍ଠିତ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଆମପାଣି) – ଆମପାଣି ଠାରେ ଶିଶୁ ଯୌନ ନିର୍ଯାତନା, ଶିଶୁ ଶ୍ରମିକ ପ୍ରଥା ଓ ଶିଶୁ ଚଲାଣ ସମ୍ପର୍କିତ ‘ପରୀ ପାଇଁ ଦିନଟିଏ’ ସଚେତନତା ଅଭିଯାନ ଉପଲକ୍ଷେ ଆମପାଣି ପୋଲିସ ପ୍ରଶାସନ ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆମପାଣି ସ୍ଥିତ ବିଭିନ୍ନ ବିଦ୍ୟାଳୟ ର ଛାତ୍ରୀମାନେ ସଚେତନତା ସମ୍ପର୍କିତ ବିଭିନ୍ନ ପ୍ଲାକାର୍ଡ ଧରି ଓ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ଏହି ଅବସରରେ ଆମପାଣି ଥାନା ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର ଙ୍କ ସଭାପତିତ୍ବରେ ଆମପାଣି ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ପରୀ ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଏହି ଶିବିରରେ ଆମପାଣି ସରପଞ୍ଚ ଟିକି ଚନ୍ଦ୍ର ଧଙ୍ଗଡ଼ା ମାଝୀ, ପୂର୍ବତନ ସରପଞ୍ଚ କୁମୁଦ ଧଙ୍ଗଡ଼ା ମାଝୀ, ସୁବାଷ ନାୟକ, ସାମାଜ ସେବୀ ବନମାଳୀ ବାଗ, ଆମପାଣି ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ର କନିଷ୍ଠ ଶିକ୍ଷକ ଚିତ୍ତରଞ୍ଜନ ଠାକୁର, ଆମପାଣି ଜୋନ୍ ଜିଲ୍ଲା ପରିଷଦ ସଦସ୍ୟା ହେମାଙ୍ଗୀନି ହଂସ ସମେତ ସାମାଜ ସେବୀ ଗଙ୍ଗାରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।