ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଅନ-ଷ୍ଟେରିଓ ଟାଇପିଙ୍ଗ ସିନେମା ସମ୍ପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି…!

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ନାଓ ଏବଂ ମହିଳା ବିକାଶ ପ୍ରତିଷ୍ଠାନର ମିଳିତ ଆନୁକୁଲ୍ୟ ରେ, ଭୁବନେଶ୍ୱର ସ୍ଥିତ ଅକ୍ସଫାମ୍ ଇଣ୍ଡିଆ ସହାୟତାରେ , ଲିଙ୍ଗଗତ ସମାନତା ଦିଗରେ ସମାଜର ଯୁବପିଢି ଙ୍କୁ ପ୍ରୋତ୍ସାହିତ କରିବା ପାଈଁ ” ଅନ-ଷ୍ଟେରିଓ ଟାଇପିଙ୍ଗ ସିନେମା ସମ୍ପର୍କିତ ସଚେତନତା କର୍ମଶ।ଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟତଃ ସିନେମାରେ କିଭଳି ଭାଷା-ଚିତ୍ର ସବୁ ଗତାନୁଗତିକ ଭାବେ ବ୍ୟବହାର ହୋଇ ତାହା ସମାଜରେ ଏକ କୁ-ପ୍ରଭାବ ପକାଉଛି ଏବଂ ସମାଜରେ ନାରୀ ଓ ପୁରୁଷ ମାନଙ୍କ ମଧ୍ୟରେ ଯେଉଁ ସବୁ ଭେଦ-ଭାଵ ରହିଛି , ତାକୁ କିଭଳି ସମାନ ସ୍ତରକୁ ଅଣା ଯାଇପାରିବ, ସେ ଦିଗରେ ଯୁବପିଢି ମାନଙ୍କୁ ସଚେତନ କରାଇବା- ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ ।

ଏହି ଅବସରରେ , ମହିଳା ବିକାଶ ପ୍ରତିଷ୍ଠାନର ସମ୍ପାଦିକା ମିନତି ପାଢିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳା ରେ ଗଜପତି ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡ଼ଃ ଅଜୟ କୁମାର ତ୍ରିପାଠୀ ଯୋଗଦେଇ ,ସାମାଜିକ ପ୍ରକ୍ରିୟା ମଧ୍ୟରେ ନାରୀ ଓ ପୁରୁଷ ସମାଜର ଏକ ବର୍ଦ୍ଧିତ ପରମ୍ପରା ମଧ୍ୟରେ ରହିଥିବା ଦୁଇଟି ଅଙ୍ଗ । ଏହି ଦୃଷ୍ଟିରୁ ନାରୀ ଓ ପୁରୁଷ ମାନଙ୍କ ମଧ୍ୟରେ ସମାନତା ରହିବା ନିହାତି ଆବଶ୍ୟକତା ରହିଛି ।
ଆମେ ସାମାଜିକ ସ୍ତରରେ ନାରୀ ଓ ପୁରୁଷକୁ ସମାନ ଦୃଷ୍ଟିରେ ଦେଖିଲେ ମଧ୍ୟ ଆମେ କେଉଁଠି ନା କେଉଁଠି ତାହାକୁ ମାନସିକ ସ୍ତରରେ ଗ୍ରହଣ କରି ପାରୁନୁ । ନାରୀକୁ ତାର ସାମାଜିକ ସ୍ତରରେ ସୁରକ୍ଷିତ କରିବା ପାଇଁ ଅତୀତରୁ ହିଁ ଅନେକ ଆନ୍ଦୋଳନ ଆରମ୍ଭ କରାଯାଇଛି ଏବଂ ଏ ଦିଗରେ ଅନେକ ସଚେତନତା ସୃଷ୍ଟି ମଧ୍ୟ କରାଯାଇଛି । ଏମିତିକି , ନାରୀ ବାଲ୍ୟ-ବିବାହ ବିରୋଧରେ ସ୍ୱର ଉତ୍ତୋଳନ ଏବଂ ନାରୀଶିକ୍ଷା , ଏଭଳି ଅନେକ ପଦକ୍ଷେପ-ମାନ ଗ୍ରହଣ କରାଯାଇଛି , ହେଲେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ବାନ୍ଧି ହୋଇ ସେମାନେ ନିର୍ଯ୍ୟାତିତ ଓ ନିଷ୍ପେସିତ ହୋଇ ରହୁଛନ୍ତି । ତେଣୁ ସମାଜରେ ଯେଉଁ ଯୁବପିଢି ରହିଛନ୍ତି ,ଏ ଦିଗରେ ସେମାନେ ଆଗକୁ ବଢ଼ି କିଭଳି ନେତୃତ୍ୱ ନେଇ ଏଭଳି ହିଂସାକୁ ସବୁ ସ୍ତରରେ ବିରୋଧ କରିବା ସହ ଲିଙ୍ଗଗତ ସମାନତା ଦିଗରେ ସଚେତନ ହେବେ , ସେଥି ଉପରେ ବିଶେଷ ଗୁରୁତ୍ଵାରୋପ୍ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ ଅକ୍ସଫାମ୍ ଇଣ୍ଡିଆର ଆଫସନାଁ ବେଗମ୍ ,ମହାବିଦ୍ୟାଳୟର ଅଧ୍ୟାପକ ଚନ୍ଦ୍ର ଶେଖର ଦାସ , ଜିଲ୍ଲା ଜୁଭେନାଇଲ ଜଷ୍ଟିସ ବୋର୍ଡ ସଦସ୍ୟା ଭାଗ୍ୟଲକ୍ଷ୍ମୀ ନାୟକ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ମହିଳା ହିଂସା ଓ ଲିଙ୍ଗଗତ ସମାନତା ର ବିଭିନ୍ନ ଦିଗ ସମ୍ପର୍କରେ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ସଂଯୋଜକ ନଟବର ପାଢ଼ୀ ଯୋଗଦେଇ ସ୍ବାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୁଚନା ଦେଇ ଆଭିମୁଖ୍ୟ ଉପରେ କହିଥିଲେ ।
ମହିଳା ସହାୟତା କେନ୍ଦ୍ରର ପରାମର୍ଶିକା ଶିଲି ପରିଡା ଯୋଗ ଦେଇ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରି ଅନ-ଷ୍ଟେରିଓ ଟାଇପିଙ୍ଗ ସିନେମା ର ଭାଷା-ଚିତ୍ର ସବୁ ଗତାନୁଗତିକ ସମାଜରେ କିଭଳି କୁ-ପ୍ରଭାବ ପକାଇଥାଏ ଏବଂ ଲିଙ୍ଗଗତ ସମାନତା ର ବିଭିନ୍ନ ଦିଗ ଉପରେ ବୁଝାଇଥିଲେ ।
ଏହି କାର୍ଯ୍ୟକ୍ରମରେ ନାରୀ ହିଂସା ,ନାରୀ-ସୁରକ୍ଷା ଓ ସିନେମାର ଭାଷା-ଚିତ୍ର ର ବ୍ୟବହାର ସବୁ ସମାଜରେ କିଭଳି କୁ-ପ୍ରଭାବ ପକାଉଛି , ସେ ସମ୍ପର୍କରେ ଏକ ଭିଡିଓ- ଶୋ ପ୍ରଦର୍ଶନ କରାଯାଇଥିଲା ।

ଧର୍ମଗଡ଼ ରେ ବ୍ଲକ ସ୍ତରୀୟ ସ୍ଵାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ୟାରେ ଲାଲ୍ ଦୁର୍ଗା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଧର୍ମଗଡ଼) – ଧର୍ମଗଡ଼ ବ୍ଲକ ସ୍ତରୀୟ ସ୍ବାଧିନତା ଦିବସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବ୍ଲକ ସଦ୍ଭାବନା ସଭାଗୃହରେ ସହଯୋଗୀ ଉପଜିଲ୍ଲାପାଳ ବରିହା ଓ ରାଜେନ୍ଦ୍ର କୁମାର ମେହେର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଏହି ବୈଠକରେ ସ୍ଵାଧୀନତା ଦିବସ କୁ କିପରି ଆଡ଼ମ୍ବର ସହିତ ପାଳନ କରାଯିବ ସେହି ବିଷୟରେ ଆଲୋଚନା କରାଯଇଥିଲା। ବୈଠକ ଆରମ୍ଭରେ ସୂଚନ ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ସିଂ ସ୍ଵାଗତ ଭାଷଣ ଦେବା ସହ ବିଗତ ବର୍ଷ ରେ କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ଚଳିତ ବର୍ଷ ପ୍ୟାରେଡ୍ ରେ ସ୍ଥାନୀୟ ପୁଲିସ ବିଭାଗ ସମେତ ବିଭିନ୍ନ ବିଦ୍ୟାଳୟର ୨୨ ଗୋଟି ପ୍ୟାରେଡ୍ ଦଳ ଅଂଶ ଗ୍ରହଣ କରିବେ ବୋଲି ସୂଚନ ଦିଆଯାଇଛି।

କଳାହାଣ୍ଡି ଉତ୍ସବ ପଡିଆରେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ଵାଧୀନତା ଦିବସ ପାଳନ କରିବା ସ୍ଥିର କରାଯାଇଥିବା ରୁ ଏହାକୁ ପ୍ୟାରଡ ଉପଯୋଗୀ ସେଫଇ କାର୍ଯ୍ୟ କରିବା ନିମନ୍ତେ ସ୍ଥାନୀୟ ଏନ୍.ଏ.ସି କତୃପକ୍ଷ ଙ୍କୁ ଦାୟିତ୍ଵ ଦିଆଯାଇଛି।

ସ୍ଵାଧୀନତା ଦିବସ ଅବସରରେ କରାଯାଇଥିବା ପ୍ରତିଯୋଗିତା ରେ କୃତିତ୍ଵ ହାସଲ କରିଥିବା ବିଦ୍ୟାର୍ଥୀ ଏବଂ ଅନ୍ୟାନ୍ୟ କ୍ଷେତ୍ର ରେ କୃତିହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏହି ଅବସରରେ ସମ୍ମାନିତ କରାଯିବା ସ୍ଥିର କରାଯାଇଅଛି। ଅନୁଷ୍ଠିତ ବୈଠକରେ ସ୍ଥାନୀୟ ବି.ଡି.ଓ ଅଶୋକ କୁମାର ଭୋଇ, ଧର୍ମଗଡ଼ ଆଇ.ଆଇ.ସି ଦସୁ ପରଜା, ଇଲେକ୍ଟିକ ଏସ୍.ଡ଼ି. ଓ ଭଗବାନ ସାହୁ ଙ୍କ ସମେତ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ପ୍ରତିନିଧି , ସ୍ଵେଚ୍ଛାସେବୀ ସଂଗଠକ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

କଲେଜ ଛାତ୍ରୀ ଙ୍କୁ ଦୁଷ୍କର୍ମ ଅଭିଯୋଗ,ଅଭିଯୁକ୍ତକୁ ଗିରଫ;ପୋଲିସ୍ ର ପଚରାଉଚରା ଜାରି…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ରତିନିଧି ପ୍ୟାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଜୟପାଟଣା) – କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ନାବାଳିକା ଙ୍କ ପ୍ରତି ଦୁଷ୍କର୍ମ ବଢ଼ିବାରେ ଲାଗିଛି।

ଆଜି ଜୟପାଟଣା ପୋଲିସ ଏହି ମାମଲାରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ଜ୍ୟୋତି ରଞ୍ଜନ ଦାଶ କୁ ଅଟକ ରଖି ପଚରାଉଚରା କରିଛି।

ଜୟପାଟଣା ପୋଲିସ ସୂତ୍ରରୁ ପ୍ରକାଶ ଯେ ଏହି ଥାନା ଅନ୍ତର୍ଗତ ମୁଖୀଗୁଡା ଠାରେ ଏହି ନାବାଳିକା ଜଣକ ତାଙ୍କ ସମ୍ପର୍କୀୟ ମଉସା ଘରେ ରହି ସେହି ଅଞ୍ଚଳର କଲେଜ ରେ ଯୁକ୍ତ ଦୁଇ ରେ ପଢୁଥିଲେ।

କିନ୍ତୁ ଦୀର୍ଘ ଦିନ ଧରି ଛାତ୍ରୀ ଙ୍କୁ ଏହି ମଉସା ଜଣକ ବାରମ୍ବାର ବଳପୂର୍ବକ ଶାରୀରିକ ନିର୍ଯ୍ୟାତନା ତଥା ଦୁଷ୍କର୍ମ କରିଚାଲିଥିଲେ।

ଏ ନେଇ ନାବାଳିକା କୋଣସି ମତେ ଗତକାଲି ଆସି ଜୟପାଟଣା ଥାନା ରେ ଲିଖିତ ଅଭିଯୋଗ ଦେଲା ପରେ ପୋଲିସ ଅଭିଯୋଗ ମୁତାବକ ୧୮୮/୧୯ କେଶ ନମ୍ବର ରୁଜୁ କରି ଅଭିଯୁକ୍ତ ନାବାଳିକା ଙ୍କ ମଉସା ଜ୍ୟୋତି ରଞ୍ଜନ କୁ ଗିରଫ କରି ପଚରାଉଚରା ଜାରି ରଖିଛି ।

ଅଭିଯୁକ୍ତ ଙ୍କ ନାଁ ରେ ଆପିସି ୩୭୬,୩୪୧,୩୨୩ ତଥା ପୋସ୍କୋ ଆକ୍ଟ ଲଗାଯାଇ ତଦନ୍ତ ଚାଲିଛି। ଏହି ନାବାଳିକା ଙ୍କୁ ବର୍ତ୍ତମାନ ଜିଲ୍ଲା ସୁଧାଘର କୁ ପଠାଯାଇଛି ବୋଲି ଜୟପାଟଣା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି।

ବନ୍ୟା ସମୟରେ କରାଯାଇଥିବା ଖାଦ୍ୟ ଯୋଗାଣ ରେ ହେର୍ ଫେର୍ ନେଇ ଅଭିଯୋଗ !

!!! ରାୟଗଡ ଜିଲ୍ଲା ଗୁଡାରୀ ରୁ ତ୍ରିପତି ବିଡିକା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଡାରୀ) – ଗତ ଦୁଇ ଦିନ ଧରି ଲଗାଣ ବର୍ଷା ରେ ରାୟଗଡ ଜିଲ୍ଲା ଗୁଡାରୀ ଠାରେ ବଂଶଧାରା ନଦୀ ରେ ଜଳ ସ୍ଥର ବୃଦ୍ଧି ପାଇବା ଦ୍ୱାରା ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ବର୍ଜ୍ୟ ଜଳ ନିଷ୍କାସନ ପାଇଁ ତିଆରି ହୋଇଥିବା ନର୍ଦ୍ଦମା ରେ ସହର ମଧ୍ୟରୁ ଜଳ ନିଷ୍କାସିତ ହୋଇନପାରି ନର୍ଦ୍ଦମା ରେ ପାଣି ଜମି ସହର ମଧ୍ୟରେ କୁତ୍ରିମ ବନ୍ୟା ସୃଷ୍ଟି ହୋଇଥିଲା।

ବନ୍ୟା ଆଶଙ୍କା ଖବର ପାଇ ଉପଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ବର ବଳିରାମ ବନ୍ଧୋର ଗୁଡାରୀ ଠାରେ ପହଞ୍ଚି ଜମି ରହିଥିବା ପାଣି କୁ ନିଷ୍କାସନ କରିବାର ବ୍ୟବସ୍ଥା କରିଥିଲେ ।

ଏହି ଅଞ୍ଚଳବାସୀ ମାନଙ୍କୁ ଏଠାରୁ ସ୍ଥାନାନ୍ତରିତ କରାଯାଇ ସ୍ଥାନୀୟ ବ୍ରାହ୍ମଣ ସାହି ସ୍କୁଲ ଠାରେ ଥଇଥାନ କରାଯାଇଥିଲା । ଆଶ୍ରୟ ସ୍ଥଳ ରେ ୨୦ ଜଣ ଲୋକ ଙ୍କୁ ଥଇଥାନ କରାଯାଇଥିବା ଜଣାପଡ଼ିଛି ।

ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ଗାୟତ୍ରୀ ଦେବୀ ଆଶ୍ରୟ ସ୍ଥଳ ରେ ଥିବା ୩୫୦ ଜଣ ଙ୍କୁ ଖାଦ୍ୟ ରନ୍ଧାଯାଇ ଖାଦ୍ୟ ପରସା ଯାଇଥିବା ସୁଚନା ଦେଇଛନ୍ତି ।

କିନ୍ତୁ ବାସ୍ତବ ରେ କିଛି ହାତ ଗଣତି ଲୋକ ଙ୍କୁ ଖାଦ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି । ଏଥି ପୁର୍ବରୁ ଫନି ବାତ୍ୟା ସମୟରେ ହୋଇଥିବା ଟଙ୍କା ହଡପ ର ସୁଧ ଏହି ବନ୍ୟା ସମୟର ଅଧିକା ଖାଦ୍ୟ ଯୋଗାଇବା ସୁଚନା ନୁହେଁ କି ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି । ଆଶ୍ରୟ ନେଇଥିବା ବ୍ୟକ୍ତି ଙ୍କ ମଧ୍ୟରୁ ଜଣେ ବୃଦ୍ଧ ଙ୍କ କହିବା ଅନୁସାରେ ଆଶ୍ରିତ ବ୍ୟକ୍ତି ଙ୍କୁ ଠିକ୍ ଭାବେ ଖାଦ୍ୟ ଯୋଗାଇ ଦିଆ ଯାଇନଥିଲା ।

ତେବେ ଏହି ଅଭିଯୋଗ କୁ ନେଇ ଏକ ଉଚ୍ଚ ସ୍ଥରିୟ ତଦନ୍ତ ଅବସମ୍ଭାବି ହୋଇପଡିଛି । ଜିଲ୍ଲା ସ୍ଥରିୟ ଅଧିକାରୀ ଏହାର ତଦନ୍ତ କରିବା ନିମନ୍ତେ ଦାବୀ ହେଉଛି ।

କୁନ୍ଦୁଲି ପୀଡିତା ଙ୍କ ଆତ୍ମହତ୍ୟା ପାଇଁ ବାସ୍ତବ ରେ ଦାୟୀ ବ୍ୟକ୍ତି ଙ୍କ ଗିରଫ୍ ଦାବୀ କରିଛି SPWF …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – କୋରାପୁଟ ଜିଲ୍ଲା ର ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣ ଦୁଷ୍କର୍ମ ମାମଲା ର କେସ କୁ ତଦନ୍ତ କରି କମିଶନର ଦେଇଥିବା ରିପୋର୍ଟ୍ ଅନୁଯାୟୀ କିଏ ବାସ୍ତବ ରେ ଦୋଷୀ ରାଜ୍ୟ ସରକାର ଖୋଲା ଖୋଲି ଭାବେ ପ୍ରକାଶ କରନ୍ତୁ। ଷ୍ଟେଟ୍ ପ୍ରୋଗ୍ରେସିଭ ୱିମେନ୍ସ ଫୋରମ (ଏସ୍.ପି.ୱ.ଏଫ୍) ପକ୍ଷ୍ୟରୁ ଅଧ୍ୟକ୍ଷା ମମତା ସାମନ୍ତରାୟ, ଆବାହିକା ନିରୁପମା ରଥ ଏବଂ ସଂଯୋଜିକା ଜୟନ୍ତୀ ସାହୁ ଙ୍କ ସ୍ୱାକ୍ଷର ଥାଇ ଏକ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଛି। କୁନ୍ଦୁଲି ପୀଡ଼ିତାଙ୍କ କେସକୁ ତଦନ୍ତ କରିବା ପାଇଁ ସରକାର ଙ୍କ ପକ୍ଷରୁ କମିଶନର ଭାବେ କୋରାପୁଟ ଜିଲ୍ଲା ର ମାନ୍ୟବର ଜିଲ୍ଲା ଜର୍ଜ ବିଦ୍ୟୁତ କୁମାର ମିଶ୍ର ଙ୍କୁ ନିଯୁକ୍ତି ଦିଆଯାଇଥିଲା। କମିଶନର ଙ୍କ ରିପୋର୍ଟ୍ ରେ ଫୋରମ ପୂର୍ବ ରୁ କରିଥିବା ଅଭିଯୋଗର ସତ୍ୟାସତ୍ୟ ସର୍ବ ସାଧାରଣ ରେ ପଦାକୁ ଆସିଛି ବୋଲି ଫୋରମ୍ ଦାବୀ କରିଛି। ଯେଉଁ ବ୍ୟକ୍ତି ପୀଡିତାଙ୍କୁ ସୁଦୂର ଭୁବନେଶ୍ବର କୁ ଆଣି ଜନ ଶୁଣାଣି କାର୍ଯ୍ଯକ୍ରମ ର ଖୋଲା ମଞ୍ଚ ରେ ଠିଆ କରାଇ ଆଇନ ର ଧାରା ୨୨୮(କ) କୁ ଉଲ୍ଲଘନ କରିଛନ୍ତି ସେମାନଙ୍କ ବିରୁଦ୍ଧରେ ରେ ରାଜ୍ଯ ସରକାର ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଫୋରମ୍ ପକ୍ଷରୁ ଦାବୀ କରାଯାଇଛି । ଯେଉଁ ବ୍ୟକ୍ତି ମାନେ ଏହି ଜନ ଶୁଣାଣି କରି କୁନ୍ଦୁଲି ପୀଡ଼ିତା ଙ୍କୁ ଆତ୍ମହତ୍ଯା କରିବାକୁ ବାଧ୍ୟ କରିଥିଲେ ଏବଂ ତଦନ୍ତ କମିଶନର ତାଙ୍କ ରିପୋର୍ଟ ରେ ଯେଉଁ ମାନେ ଏଥି ପାଇଁ ଦାୟୀ ବୋଲି ସ୍ପଷ୍ଟ କରିଛନ୍ତି ତୁରନ୍ତ ରାଜ୍ଯ ସରକାର ସେମାନଙ୍କ ନାମକୁ ସର୍ବ ସାଧାରଣ ରେ ପ୍ରକାଶ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗିରଫ କରନ୍ତୁ ବୋଲି ଫୋରମ୍ ଦାବୀ କରିଛି।

ବାହ୍ୟ ଜଗତ ରୁ ବିଛିନ୍ନ ୮ ଟି ପଞ୍ଚାୟତ ; ବର୍ତ୍ତମାନ ସୁଦ୍ଧା ପହଞ୍ଚି ପାରିନି ଜିଲ୍ଲା ପ୍ରଶାସନ !

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଧର୍ମଗଡ଼) – ଓଡିଶା ର ବିଭିନ୍ନ ସ୍ଥାନ ରେ ଲଘୁଚାପ ଜନିତ ଲଗାଣ ବର୍ଷା ର ପ୍ରଭାବ ଲାଗି ରହିଥିବା ବେଳେ କଳାହାଣ୍ଡି ଜିଲ୍ଲା ର ଥୁଆମୂଳ ଠାରେ ବର୍ଷା ଯୋଗୁଁ ସର୍ବାଧିକ ୨୦୦.୦ ମିମି ବର୍ଷା ରେକର୍ଡ କରାଯାଇଛି ।

ଲଗାଣ ବର୍ଷା ଯୋଗୁଁ ଜିଲ୍ଲା ର ୮ ଗୋଟି ପଞ୍ଚାୟତ ବାହ୍ୟ ଜଗତ ରୁ ବିଛିନ୍ନ ହୋଇଯାଇଥିବା ସୁଚନା ମିଳିଛି । କଳାହାଣ୍ଡି ଜିଲ୍ଲା ର ପେଟଫୁଲା ନଦୀରେ କାଠଖୁରା ଗାଁ ର ସେନା ମାଝି ଭାସି ଯାଇ ନିଖୋଜ ଥିବା ଜଣାପଡିଛି ।

ଉକ୍ତ ବିଛିନ୍ନାଞ୍ଚଳ କୁ ଜିଲ୍ଲା କିମ୍ବା ସ୍ଥାନୀୟ ପ୍ରଶାସନ ପହଞ୍ଚି ପାରିନଥିବା ଅଭିଯୋଗ ହେଉଛି । ସେହି ୮ ପଞ୍ଚାୟତ ର ଜନ ସାଧାରଣ ଜିଲ୍ଲା ପ୍ରଶାସନ ପକ୍ଷରୁ ମୌଳିକ ସୁବିଧା ଆଶା କରି ବସି ରହିଛନ୍ତି ।

ଜିଲ୍ଲାପାଳ ତୁରନ୍ତ ସମୀକ୍ଷା କରି ଉଚିତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦାବୀ ହେଉଛି ।

ବଂଶଧାରା ନଦୀ ରେ ଜଳ ବୃଦ୍ଧି ଓ ବନ୍ୟା ଆଶଙ୍କା ର ସମୀକ୍ଷା କରୁଛନ୍ତି ରାୟଗଡ ଜିଲ୍ଲାପାଳ ।

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର/ଗୁଡ଼ାରୀ) – ବଂଶଧାରା ନଦୀ ର ଜଳ ସ୍ଥର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ରୁ ବନ୍ୟା ର ମୁକାବିଲା ନିମନ୍ତେ ଗୁଡାରୀ ଠାରେ ସମୀକ୍ଷାରତ ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ବର ବଳିରାମ ବନ୍ଧୋର ।

ଗୁଡାରୀ ଗ୍ରାମ ରେ ବର୍ଷା ଯୋଗୁଁ ଭରି ରହିଥିବା ପାଣି ନିଷ୍କାସନ ନିମନ୍ତେ କୁଶଳୀ ପାଣି ନିଷ୍କାସନ ପ୍ରକ୍ରିୟା ଅବଲମ୍ବନ କରିଛନ୍ତି ଶ୍ରୀ ବଳିରାମ।

ଗତ ୨୪ ଘଣ୍ଟା ମଧ୍ୟରେ ଗୁଣପୁର ଠାରେ ୧୦୭.୦ ଏମ୍ ଏମ୍ , ଗୁଡାରୀ ଠାରେ ୧୮୮.୮ ଏମ୍ ଏମ୍ , ଚନ୍ଦ୍ରପୁର ଠାରେ ୧୪୧.୦ ଏମ୍ ଏମ୍ ଏବଂ ମୁନିଗୁଡା ଠାରେ ସର୍ବାଧିକ ୨୨୯.୮ ଏମ୍ ଏମ୍ ବର୍ଷା ର ପରିମାଣ ରହିଥିବା ସୁଚନା ମିଳିଛି ।

ଆଗକୁ ବର୍ଷା ଲାଗି ରହିଲେ ନଦୀ ଜଳ ବଢ଼ିବା ସହ ବନ୍ୟା ଆସିବା ଆଶଙ୍କା କରିଛି ସ୍ଥାନୀୟ ପ୍ରଶାସନ ।

ବର୍ଷା ଯୋଗୁଁ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକୁ ମଧ୍ୟାହ୍ନ ପର ଠାରୁ ଛୁଟି ଘୋଷଣା କରିବା ସହ ପିଲା ମାନଙ୍କୁ ସୁରକ୍ଷିତ ନିଜ ନିଜ ଘର କୁ ପଠାଇବା ନିମନ୍ତେ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ନିର୍ଦ୍ଧେଶ ଦେଇଛନ୍ତି ।

ସ୍ଥାନୀୟ ପ୍ରଶାସନ ର ଏତାଦୃଶ ପଦକ୍ଷେପ କୁ ସାଧାରଣ ରେ ଭୁୟସି ପ୍ରଶଂସା କରିବା ସହ ଗୁଣପୁର ବିଧାୟକ ଙ୍କ ଅନୁପସ୍ଥିତି ଚକିତ ଏବଂ ଚର୍ଚ୍ଚା ର ପରିସର କୁ ଟାଣିଛି ।

ଜିଲ୍ଲାପାଳ ଙ୍କ ବନ୍ୟା ସମୀକ୍ଷା ରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ଅମ୍ରିତ୍ ଋତୁରାଜ , ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ବର ବଳିରାମ ବନ୍ଧୋର , ଗୁଣପୁର ପ୍ରକଳ୍ପ ପ୍ରଶାସକ ଶ୍ରୀ ଗୋରାଚାନ୍ଦ ଗମାଙ୍ଗ ଏବଂ ତହସିଲଦାର ସୁଶ୍ରୀ ନମ୍ରତା ମୋଦୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବଂଶଧାରା ନଦୀ ର ଜଳ ସ୍ଥର ବୃଦ୍ଧି ; ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିତି ର ମୁକାବିଲା ଓ ସମୀକ୍ଷା ଜାରି !

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ ଜିଲ୍ଲା ଗୁଣପୁର ବଂଶଧାରା ନଦୀ ର ଜଳ ବିପଦ ସଙ୍କେତ ସ୍ତର ଉପରେ ପ୍ରବାହିତ ହେଉଛି । ଗତ ଦିନ ରୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଲାଗି ରହିଥିବା ରୁ ବଂଶଧାରା ନଦୀ ର ଜଳ ବୃଦ୍ଧି ପାଇଥିବା ଦେଖାଯାଇଛି ।

ବଂଶଧାରା ନଦୀ ର ବିପଦ ସଙ୍କେତ ୮୪.୦୦ ମିଟର ରହିଥିବା ବେଳେ ଦିନ ୧୦ ଘଣ୍ଟା ସୁଦ୍ଧା ନଦୀ ର ଜଳ ସ୍ଥର ୮୫.୦୫ ମିଟର ଥିବା ବେଳେ ଦିନ ୧୧ ଘଣ୍ଟା ସୁଦ୍ଧା ତାହା ବୃଦ୍ଧି ପାଇ ୮୫.୬୬ ମିଟର ହେବା ର ସମ୍ଭାବନା ରହିଥିବା ସୁଚନା ମିଳିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିବାରୁ ରାୟଗଡ଼ା – ଗୁମୁଡା କୁ ଯୋଗାଯୋଗ ବିଛିନ୍ନ ହୋଇଯାଇଥିବା ଦେଖିବାକୁ ମିଳିଛି ।

ନଦୀ ର ଜଳ ୮୭.୦୦ ମିଟର ରୁ ଉପରେ ପ୍ରବାହିତ ହେଲେ ବନ୍ୟା ର ଆଶଙ୍କା ରହିଛି ବୋଲି ସୁଚନା ମିଳିଛି ।

ପରିସ୍ଥିତି ଉପରେ ନିୟନ୍ତ୍ରଣ ପାଈଁ ଗୁଡାରୀ ଠାରେ ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ବର ବଳିରାମ ଉପସ୍ଥିତ ରହି ସମୀକ୍ଷା କରୁଛନ୍ତି ଏବଂ ବନ୍ୟା ର ଆଶଙ୍କା ଥିବା ଖବର ପାଇ ରାୟଗଡ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା , ଜିଲ୍ଲା ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ଅମ୍ରିତ୍ ଋତୁରାଜ ପରିସ୍ଥିତି ର କିଭଳି ମୁକାବିଲା କରାଯିବ ତା ନେଇ ସମୀକ୍ଷା ପାଈଁ ଗୁଣପୁର – ଗୁଡାରୀ ଅଭିମୁଖେ ଆସୁଥିବା ଖବର ମିଳିଛି ।