୫ ଟି ବିଭାଗ ର ଅତିରିକ୍ତ ଗୁରୁ ଦାୟିତ୍ଵ ସଚିବ ଶ୍ରୀ ପାଣ୍ଡିଆନ ଙ୍କ ହାତ ରେ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ମୁଖ୍ୟମନ୍ତ୍ରୀଙ୍କ ପଞ୍ଚମ ପାଳି ସରକାର ଆସିବା ପଛରେ ସଫଳ ଚିତ୍ରନାଟ୍ୟ, ସଂଳାପ, ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିଥିବା ତାଙ୍କର ସଫଳ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଅଫିସିଆଲି ମିଳିଛି ଗୁରୁ ଦାୟିତ୍ୱ | ତାଙ୍କୁ କରାଯାଇଛି  ୫-ଟି ସଚିବ | ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ତାଙ୍କର ଦାୟିତ୍ୱ ମନପ୍ରାଣ ଦେଇ ସଫଳତାର ସହ ତୁଲାଇଥିବା ଶ୍ରୀ ପାଣ୍ଡିଆନଙ୍କ ମୁଣ୍ଡ ଉପରେ ବିଧି ବଦ୍ଧ ଭାବେ ତାଙ୍କ ୟୁଏସପି( ୟୁନିକ ସେଲିଂ ପ୍ରାଇସ) ୫-ଟି ଦାୟିତ୍ୱ | ବିଭିନ୍ନ ଯୋଜନା, ସ୍କିମ, ଲୋକ ହିତକର କାର୍ଯ୍ୟକ୍ରମର ପ୍ରଚଳନ କଲା ପରେ ପଞ୍ଚମ ପାଳିରେ ଏବେ ସବୁଠୁ ବଡ କାମ ହେଉଛି ସେଗୁଡିକର ସଫଳ, ସମୟୋଚିତ ତଥା ସ୍ୱଚ୍ଛତାର ସହ ରୂପାୟନ | ଆଉ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ କେମିତି ଆଗଉଛି, ତାକୁ ଗତିଶୀଳ କରି କେମିତି ଧାର୍ଯ୍ୟ ସମୟସୀମା ଭିତରେ ଲୋକଙ୍କ କାମରେ ଲାଗିପାରିବ ବା କାର୍ଯ୍ୟକାରୀ ହୋଇପାରିବ ତାହାର ତଦାରଖ କରିବା ଏବେ ସମୟର ବଡ ଆହ୍ବାନ | ଆଉ ସେ ଗୁରୁ ଦାୟିତ୍ୱ ଦିଆଯାଇଛି  ମୁଖ୍ୟମନ୍ତ୍ରୀଙ୍କ ପଂଚମ ପାଳି  ସଫଳତା ରଥର ନେପଥ୍ୟରେ ସାରଥୀ  (ବିରୋଧୀ ଯେତେବି ଜଳନ୍ତୁ  ବା ସମାଲୋଚନା କରନ୍ତୁ ପଛେ ବାସ୍ତବତା ହିଁ ଏଇଆ) ଶ୍ରୀ ପାଣ୍ଡିଆନଙ୍କୁ |   ନାଁକୁ ୫-ଟି ସଚିବ ହେଲେ , ହେଲେ ସବୁ ବିଭାଗର କାର୍ଯ୍ୟ ତାଙ୍କରି ତତ୍ତ୍ବାବଧାନରେ ଗତିଶୀଳ ହେବ | ମାନେ ସେ ରଖିବେ ରଖିବେ ସବୁ ବିଭାଗର ହିସାବ | ଆଉ ସବୁ ବିଭାଗୀୟ ସଚିବ ସିଧାସଳଖ ଭାବେ ତାଙ୍କ ଆଗରେ ରହିବେ ଉତ୍ତରଦାୟୀ, କିଏ ସ୍ଵୀକାର କରନ୍ତୁ ବା ନକରନ୍ତୁ | ୪ପାଳି ସରକାର ଏମିତି ସେମିତି ଚାଲିଗଲା, ନବୀନଙ୍କ ଲୋକ ପ୍ରିୟତା ଓ ନେପଥ୍ୟ କଲ୍ପକାର  ପାଣ୍ଡିଆନଙ୍କ ରୋଡ଼ ମ୍ୟାପ ସଫଳତା ଆଣିଦେଲା ପଞ୍ଚମ ପାଳି ପାଇଁ | ହେଲେ ପଞ୍ଚମ ପାଳି ସରକାରଂକ କାର୍ଯ୍ୟଧାରା ଓ ଦକ୍ଷତା ଉପରେ ନିର୍ଭର କରୁଛି ସରକାରଙ୍କ ଭାବମୂର୍ତ୍ତି ଆଉ ଶାସକ ଦଳର ଭାଗ୍ୟ |  ଆଉ ସେଇଠି ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ୫-ଟି ଉପରେ | ମୁଖ୍ୟମନ୍ତ୍ରୀ ଏବେ ସବୁ ଜାଗାରେ ସବୁ ସଭାରେ ଘୋଷୁଥିବା ୫-ଟି ର ଅନୁପାଳନ ହେଲେ ସରକାରଙ୍କ ଭାବମୂର୍ତ୍ତି ସୁରକ୍ଷିତ ରହିବ ଓ କିଛି ଲୋକପ୍ରିୟତା ଆସନ୍ତା ଥର ପାଇଁ ସଞ୍ଚି ହେବ ଆର ଥର ପାଇଁ | ତେଣୁ ଏବେ ମୁଖ୍ୟମନ୍ତ୍ରୀଙ୍କ ୟୁଏସପିର ଭାଗ୍ୟ ତାଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ  ପାଣ୍ଡିଆନଙ୍କ ହାତରେ ନ୍ୟସ୍ତ କରାଯାଇଛି | ଆଗରୁ ଗୋପନରେ ସବୁ ତୁଲାଉଥିଲେ, ଏବେ ଆଧିକାରିକ ଭାବେ ଓପନରେ ତୁଲାଇବେ ୫-ଟି ସଚିବ ଦାୟିତ୍ୱ, ବ୍ୟକ୍ତିଗତ ସଚିବ ଦାୟିତ୍ୱ ସହ  |
୨୦୧୯ ନିର୍ବାଚନ ନିହାତି ଭାବେ ବିଜେଡି ପାଇଁ ଏକ ପ୍ରକାର ଚାଲେଞ୍ଜ ଥିଲା | ନବୀନଙ୍କ ଲୋକ ପ୍ରିୟତା ଯଦିଓ ସେତେଟା କମି ନଥିଲା, ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ୧୨୦ ପ୍ଲସ ମିଶନ ଘୋଷଣା ସାକାର ପାଇଁ ଜୋରଦାର ଉଦ୍ୟମ ଚଳାଇଥିବା ବିଜେପି ବିଜେଡି ପାଇଁ ସାମାନ୍ୟ ମୁଣ୍ଡ ବିନ୍ଧା ସୃଷ୍ଟି କରିଥିଲା | ୨୦୧୪ ନିର୍ବାଚନ ପରେ ଅନୁଷ୍ଠିତ ହୋଇଥଲା ପଂଚାୟତି ରାଜ ନିର୍ବାଚନ | ଅନେକ ସ୍ଥାନରେ ଦଳୀୟ ପତାକା ଧରିବା ପାଇଁ ଯେଉଁ ବିଜେପିର କର୍ମୀ ନଥିଲେ, କେନ୍ଦ୍ର ନେତାଙ୍କ ଘନ ଘନ ଗସ୍ତ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଶାଣିତ ରଣନୀତି କାରଣରୁ କଂଗ୍ରେସକୁ ଧ୍ୱସ୍ତ ବିଧ୍ୱସ୍ତ କରି ବିଜେପି ଆସିଗଲା ନମ୍ବର ୨ ପୋଜିସନକୁ | ବିଜେପି ଅନେକ ଜିଲ୍ଲାରେ ଗଠନ କଲା ଜିଲ୍ଲା ପରିଷଦ |  କଂଗ୍ରେସର ସ୍ଥିତି ଦୟନୀୟ ହେବା, ଧର୍ମେନ୍ଦ୍ରଙ୍କ ଗୋଟି  ଚାଳନା ଓ କେନ୍ଦ୍ରୀୟ ବିଜେପି ନେତାଙ୍କ ମାର୍ଗ ଦର୍ଶନରେ ବିଜେପି ଦ୍ଵିତୀୟ ପୋଜିସନରେ ଦମଦାର ଏଣ୍ଟ୍ରି ସର୍ବୋପରି ବାଗୀ ନେତା ବୈଜୟନ୍ତ ପଣ୍ଡା-ଦାମ ରାଉତଙ୍କ ଆକ୍ରମଣ ବିଜେଡି ପାଇଁ ନିଶ୍ଚିତ ଭାବେ ବିଜେଡ଼ିକୁ ତାର ୠଣନୀତିରେ କିଛିଟା ବିନ୍ୟାସ ଆଣିବା ପାଇଁ ବାଧ୍ୟ କରିଥିଲା | ଆଉ ସେ ସମୟରେ ମଙ୍ଗ ଧରିଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନ | ଏକଥା ବାହାରକୁ ଜଣ ପଡ଼ିନଥିଲେ ମଧ୍ୟ ଶ୍ରୀ ପାଣ୍ଡିଆନଙ୍କ ଉଦ୍ଦେଶ୍ୟରେ ବିରୋଧୀ ତଥା ବାଗୀ ନେତାଙ୍କ  ଶାଣିତ ସମାଲୋଚନା ଆଉ ନିର୍ବାଚନ ଫଳାଫଳ ବାହାରିବା ପରେ ବିଜେଡି ନେତାଙ୍କ ସୋସିଆଲ ମିଡିଆରେ ସ୍ବୀକାରୋକ୍ତିରୁ ପ୍ରମାଣିତ ହୋଇଯାଇଥିଲା ଯେ ସେ ହିଁ ନଵୀନ ବାକୁଙ୍କୁ ସଫଳତା ପାଇଁ ୠଣନୀତି ପ୍ରସ୍ତୁତିର ନେପଥ୍ୟ ନାୟକ |  ଆଉ ସେଇଥି ପାଇଁ ଏକଦା ବିରୋଧୀ ଦଳ ଟାର୍ଗେଟରେ ଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ | ଗୋଟିଏ ସମୟରେ ଯାହା ଯେଉଁଠି ହେଲେ ଯେମିତି ବିରୋଧୀଙ୍କ ହତାଶା ସବୁ ସ୍ବର୍ଗତ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ମୁଣ୍ଡରେ ଯାଉଥିଲା ବା ବିରୋଧୀ ଯେମିତି ସବୁ ବେଳେ ସହିଦ ନଗର କ୍ଷମତା କେନ୍ଦ୍ରକୁ ସମାଲୋଚନା କରୁଥିଲେ, ସେମିତି ତାଙ୍କ ପରେ ଏବେ ବିରୋଧୀ ସବୁ ହତାଶା ଯାଉଛି ଶ୍ରୀ ପାଣ୍ଡିଆନଙ୍କ ଉପରେ | ସିଧାସଳଖ କେହି ନା ନେଉନାହାନ୍ତି ସିନା ସବୁ କଥାରେ ଦକ୍ଷିଣୀ ଅଫିସରଙ୍କ କବଜାରେ ମୁଖ୍ୟମନ୍ତ୍ରୀ ଅଛନ୍ତି ବୋଲି ସମାଲୋଚନା କରି ଶ୍ରୀ ପାଣ୍ଡିଆନଙ୍କ ଯୋଗୁ ବିରୋଧୀଙ୍କ ସବୁ ଚାଲ ଫସର ଫାଟୁଛି ବୋଲି ପ୍ରମାଣିତ କରିଦେଇଥିଲେ ସେମାନେ | ହେଲେ ଶାମ ଦଣ୍ଡ ଭେଦର ପ୍ରୟୋଗ କରି ସବୁ ପ୍ରତିକୂଳ ପରିସ୍ଥିତିକୁ ଚତୁରତାର ସହ ଏଡାଇ ପୁଣି ନବୀନଙ୍କ ଲୋକ ପ୍ରିୟତା ନାଁରେ ପଞ୍ଚମ ପାଳି ସରକାର ଆସିଲା |
ହେଲେ ପଞ୍ଚମ ପାଳି ସରକାରରେ ଆହ୍ବାନ ଅନେକ |  ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ନୂଆ ଆଉ ସଶକ୍ତ ବିରୋଧୀ | ୮ ଏମପି, ୨୩ ବିଧାୟକ କିଛି ଛୋଟିଆ ସଫଳତା ନୁହେଁ ଓଡିଶାରେ ବିଜେପି ପାଇଁ, ପୁଣି ଏକାକୀ | ତେଣୁ ୨୦୨୩ ବା ୨୦୨୪ରେ  ବା ଯେବେ ବି ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ନିର୍ବାଚନ ୨୦୧୯ ପରି ସହଜ ହୋଇନପାରେ | ଏବେ ଯଦିଓ କେନ୍ଦ୍ର ଓ ରାଜ୍ୟ ଭିତରେ ରାଜନୀତି ସାମାନ୍ୟ ଥଣ୍ଡା ପଡିଛି…କେନ୍ଦ୍ର ଅବହେଳା ସ୍ୱର ଆଉ ନାହିଁ ….ସଂଖ୍ୟା ନଥାଇ ବିଜେପି ରାଜ୍ୟସଭା ଆସନ ହାତେଇ ନେଉଛି….ପୂର୍ବାପେକ୍ଷା କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଧର୍ମେଦ୍ରଙ୍କ ଗୁରୁତ୍ୱ ବୃଦ୍ଧି ପାଇଛି…..ବିଭିନ୍ନ ପ୍ରସଙ୍ଗରେ ସଂସଦରେ ବିଜେପିକୁ ବିଜେଡି ସମର୍ଥନ ଦେଉଛି, ହେଲେ “ପିଲିଟିକାଲ ଡାଇନାମିକସ ” କେତେବେଳେ କି ମୋଡ ନେଇପାରେ | ତେଣୁ ଅତି ସନ୍ତର୍ପଣରେ କାମ କରିବାକୁ ପଡିପାରେ ବିଜେଡି ଆଉ ରାଜ୍ୟ ସରକାରଙ୍କୁ |  ଲୋକଙ୍କ ଭିତରେ ସରକାରଙ୍କ ଭାବମୂର୍ତ୍ତି ବଜାୟ ରଖିବା ବା ଲୋକଙ୍କ ମନକୁ କିଣିବା ଦରକାର ନିଜସ୍ୱ ଯୋଜନା ରୂପାୟନ ମାଧ୍ୟମରେ | ଓଡ଼ିଶାରେ ଯୋଜନାର ଅଭାବ ନାହିଁ, ଭୃଣ ସଂଚାର ଠାରୁ ଜୁଇ ଜାଳିବା ପର୍ଯ୍ୟନ୍ତ ଯୋଜନା | ହେଲେ କାର୍ଯ୍ୟକ୍ରମ ରୂପାୟନରେ ତ୍ରୁଟି ଯୋଗୁ ସରକାର ଲୋକପ୍ରିୟତା ବଢିବା ଯାହାର ଲୋକ ଅସନ୍ତୁଷ୍ଟ ହେଉଛନ୍ତି | କେତେ ଜଣ ହାତଗଣତି କାମିକିଆ ସଚିବଙ୍କୁ ଛାଡିଦେଲେ ଆଉ କେତେକ ଵିଭାଗରେ ସମନ୍ବୟର ଘୋର ଅଭାବ ରହି ବିଭିନ୍ନ ସରକାରୀ ଯୋଜନା ଠିକଣା ଢଙ୍ଗରେ ଠିକଣା ସମୟରେ କାର୍ଯ୍ୟକାରୀ ହୋଇପାରୁନି |  ଆଉ ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ୫-ଟି ମନ୍ତ୍ର (TeamWork, Technology, Transperency, Transformation and Time Limit)। ଦଳର ନବ ନିର୍ବାଚିତ ବିଧାୟକ ଏବଂ ନୂଆ ମନ୍ତ୍ରୀମାନେ ଏହି 5T ମନ୍ତ୍ର ଧରି ଲୋକଙ୍କୁ ଉତ୍ତମ ପ୍ରଶାସନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଆସୁଛନ୍ତି  । ଆଜିକାଲି ବିଭିନ୍ନ ସରକାରୀ ସଭାସମିତିରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣରେ 5T ମନ୍ତ୍ର ପ୍ରାଥମିକତା ରହୁଛି । ମୁଖ୍ୟମନ୍ତ୍ରୀ ଏହାକୁ ସର୍ବାଧିକ ଗୁରୁତ୍ୱ ଦେଇଥିବା ଯୋଗୁ ସମସ୍ତ ବିଭାଗର କାର୍ଯ୍ୟକାରିତା ସମୀକ୍ଷା କରିବା ଓ ତ୍ୱରାନ୍ୱିତ କରିବା ଦାୟିତ୍ୱ ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନ୍ ଙ୍କ ଉପରେ ଏହାର ଦାୟିତ୍ୱ ଛାଡ଼ିଛନ୍ତି | ବ୍ୟକ୍ତିଗତ ସଚିବ ଦାୟିତ୍ୱ ୫-ଟି ସଚିବ ଭାବେ  ଅତିରିକ୍ତ ଗୁରୁ ଦାୟିତ୍ୱ ତୁଲାଇବେ ଶ୍ରୀ  ପାଣ୍ଡିଆନ୍ ।

ନିର୍ମିତ ହେବାର ପାଞ୍ଚ ମାସ ନ ପୁରୁଣୁ ଗାର୍ଡୱାଲ୍ ଆଁ ; ପୁନଃ ନିର୍ମାଣ ପାଇଁ ଦାବୀ…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କଳାହାଣ୍ଡି) – କଳାହାଣ୍ଡି ଜିଲ୍ଲାର ଏମ୍.ରାମପୁର ବ୍ଳକ ଅନ୍ତର୍ଗତ ମୋହନଗିରି ଗ୍ରାମ ପଞ୍ଚାୟତ ର ଦେଉଲିଶୁଲିଆ ନିକଟ ରେ ବୋହି ଯାଉଥିବା କାଳିଗଙ୍ଗା ନଦୀ ପାର୍ଶ୍ଵ ରେ ସରକାର ଙ୍କ ପକ୍ଷରୁ ବନ୍ୟା ଜଳ କୁ ଅଟକାଇବା ନିମନ୍ତେ ଏକ ଗାର୍ଡ଼ୱାଲ ନିର୍ମାଣ କରାଯାଇଛି। ଏହାର ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ମାର୍ଚ୍ଚ ମାସ ୧୪ ତାରିଖ ରେ ସମ୍ପୂର୍ଣ୍ଣ ହୋଇଥିଲା। ଏହା ଅତି ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ପାଞ୍ଚ ମାସ ନ ପୁରୁଣୁ ଫାଟି ଆଁ ହୋଇ ଠିକାଦାର ଓ ଯନ୍ତ୍ରୀ ଙ୍କ ମଧୁ ଚନ୍ଦ୍ରିକା କୁ ପଦାରେ ପକାଇଛି। ପାଞ୍ଚ ଲକ୍ଷ ଟଙ୍କା ଅର୍ଥ ବ୍ୟୟ ରେ ଖର୍ଚ୍ଚ ହୋଇ ନିର୍ମିତ ହେଉଥିବା ଏଭଳି ଗାର୍ଡୱାଲ୍ କାର୍ଯ୍ୟ ପ୍ରତି କିପରି ସମ୍ପୃକ୍ତ କତୃପକ୍ଷ ଙ୍କ ନଜର ରହି ନଥିଲା ବୋଲି ଅଭିଯୋଗ ହେଉଛି। ଆଗାମୀ ଦିନରେ ଏଦେଇ ଜଳ ପ୍ରବାହିତ ହୋଇ ଏହାକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେବ ବୋଲି ସାଧାରଣ ରେ ଆସଂଙ୍କା ସୃଷ୍ଟି ହୋଇଛି। ଠିକାଦାର ଓ ଯନ୍ତ୍ରୀ ଙ୍କ ବେପାରୁଆ ମନୋଭାବ ଯୋଗୁଁ କାର୍ଯ୍ୟ ଏଭଳି ନିମ୍ନମାନ ହୋଇଥିବା ବେଳେ ଆଗାମୀ ଦିନରେ ଏହା ର ମରାମତି କିମ୍ବା ପୁନଃ ନିର୍ମାଣ କେଉଁ ସରକାରୀ ଅର୍ଥକୋଷ ରୁ ନିର୍ମାଣ କରାଯିବ ନା ଉଭୟ ଙ୍କ ଦାୟିତ୍ଵ ହୀନତା ଯୋଗୁଁ ଏହାକୁ ସଜାଡ଼ିବା ପାଇଁ ଆବଶ୍ୟକ ଅର୍ଥ ଠିକାଦାର ଓ ଯନ୍ତ୍ରୀ ଙ୍କ ଠାରୁ ଆଦାୟ କରାଯିବ ବୋଲି ପ୍ରଶ୍ନ ଉଠୁଛି। ସମୟ କହିବ ଦୁର୍ନୀତି କୁ ଦୂରଭାଷା ମାଧ୍ୟମରେ ଜାଣିବା ପରେ ସରକାର ନେଉଥିବା ପଦକ୍ଷେପ ଏଠାରେ କେମିତି କାମ କରୁଛି।

ଚନ୍ଦ୍ରୟାନ – ୨ ଗୁଣପୁର ଅଞ୍ଚଳ ବାସୀଙ୍କୁ ଖୋରାକ୍ ଯୋଗାଇବ ?

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର) – ଚନ୍ଦ୍ରୟାନ – ୨ ରେ ଜି.ଆଇ.ଇ.ଟି ର ପୂର୍ବତନ ବିଦ୍ୟାର୍ଥୀ ସାମିଲ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସାମିଲ ବିଦ୍ୟାର୍ଥୀ ଙ୍କ ପାରିବାରିକ ସୁଚନା କିମ୍ବା ସ୍ଥାନୀୟ ସୁଚନା ନଥାଇ କେବଳ ଜି.ଆଈ.ଇ.ଟି ର ବିଦ୍ୟାର୍ଥୀ ଭାବେ ଉପସ୍ଥାପନା କରି ସଂସ୍ଥା ର ନାମ କୁ ରୋଷନ୍ କରିବା ଦିଗ ରେ ପଣ୍ଡା ଚାଟୁକାର ଙ୍କ ଏହା ଏକ ବଳିଷ୍ଠ ଚାଲ ବୋଲି କୁହାବୋଲା ହେଉଛନ୍ତି । ବାପା ନା କୁ ଛାଡ଼ି ମଉସା ନା କୁ ରୋଷନ କରିବା କେତେ ଯେ ଯଥାର୍ଥ ବୋଲି କୁହାଯାଉଛି । ଚନ୍ଦ୍ରୟାନ ଉତକ୍ଷପଣ ହୋଇ ସପ୍ତାହ ବିତି ଯାଇ ବାସୀ ଖବର ପାଲଟିବା ପରେ ଏହା ପଣ୍ଡା ଚାଟୁକାର ଙ୍କ ପାଇଁ କିଭଳି ତାଜା ଖବର ପାଲଟିଲା ? ପ୍ରକାଶିତ ଖବର ବିଦ୍ୟାର୍ଥୀ ଙ୍କ ଠାରୁ ରକ୍ତ ସଂଗ୍ରହ କରି , ବିଦ୍ୟାର୍ଥୀ ଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ କରି ଅନୁଷ୍ଠାନ ର ନାମ କୁ ବଢାଇବା ଛଡ଼ା ବିଦ୍ୟାର୍ଥୀ ଙ୍କ ପାଈଁ କଣ ଉତ୍ସର୍ଗିକୃତ କରିଛି ? ଜି.ଆଈ.ଇ.ଟି ପରଦା ପଛ ର କାହାଣୀ ପ୍ରକାଶ ହେବା ପରେ ଏହା ଉପରେ ବାଦଲ ର ଛାୟା ଘୋଡାଇବା ଲାଗି ଏମାନ ଙ୍କ ଏହା ପ୍ରୟାସ ନୁହେଁ କି ? ଏଭଳି ଅନେକ ପ୍ରଶ୍ନ ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି । କଥା ଉଠିଛି ” ଚନ୍ଦନ କସ୍ତୁରୀ ହେଲେ ବୋଳାଇ , ଗ୍ରାମ ସୁକରୀ କି କେବେ ହୋଇବ ଗାଇ ” ! ଚନ୍ଦ୍ରୟାନ – ୨ ରେ ସାମିଲ ବିଦ୍ୟାର୍ଥୀ ଫେରିବା ପରେ ଚନ୍ଦ୍ର ରେ କଳଙ୍କ ଭାଗ ପାଇଁ ଆଉ କିଛି ଖୋରାକ ଜନତା ଦରବାର କୁ ଯୋଗାଇବ ବୋଲି ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି ।

ଆମର ସହୃଦୟ ପାଠକ ପାଠିକା ଓ ଅନୁଗାମୀ ଙ୍କ ନିକଟରେ ଆମ୍ଭେ କୃତଜ୍ଞ । ଖବର ଟି ପ୍ରକାଶ ପାଇବାର ୧୨ ଘଣ୍ଟା ମଧ୍ୟରେ ୧୦୦୦ ରୁ ଅଧିକ ବ୍ୟକ୍ତି ଏହାକୁ ଦେଖି ପଠାଇଥିବା ଭିନ୍ନ ଭିନ୍ନ ଟିପ୍ପଣୀ ଆମକୁ ଆହୁରି ଅନେକ ଉତ୍ସାହିତ କରିଛି। ଏହାର ଅନେକ ଖବର ପ୍ରକାଶ କରିବାର ପ୍ରୟାସ ଜାରି ରଖିଛୁ । ଆପଣ ମାନଙ୍କ ସହଯୋଗ ହେଲେ ଭିତିରି ଅନେକ ଖବର ପରି ପ୍ରକାଶ ହେବ । ଧନ୍ୟବାଦ ସହ ଆପଣ ମାନଙ୍କ ସହଯୋଗ କାମନା କରେ ଏଥର ସମ୍ଭାଳ ପରିବାର ।