ଭାତହାଣ୍ଡି ଉପରେ ଲାତ ମାରୁଛି ବୀମା କମ୍ପାନୀ, ଏସିଏଫ ନାଁରେ ନେଉଛି ପିଟୁଣୀ ଟିକସ ; ଲୁଟୁଛି କମ୍ପାନୀ, ଅଭିଯୋଗ କଲେ ବି ପ୍ରଶାସନ ନିଦାବିଷ୍ଣୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀ ପ୍ରତାରଣାର ଶିକାର ତାତିଲେଣି ଚାଷୀ , ସ୍ୱାଧୀନତା ଦିବସ ରେ ହେବ ପ୍ରତିବାଦ ଦିବସ ପାଳନ…!

!!! ପଶ୍ଚିମ ଓଡିଶା ମୁଖ୍ୟ ଏମ୍. ଶ୍ରୀକାନ୍ତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବରଗଡ) – ବରଗଡ ଜିଲ୍ଲା କୁ ଓଡ଼ିଶାର ଭାତ ହାଣ୍ଡି ବୋଲି କୁହାଯାଏ । ହେଲେ ଆଜି ରାଜ୍ୟ ତଥା ଦେଶକୁ ଭାତ ଯୋଗାଉଥିବା ବରଗଡ଼ ଜିଲ୍ଲାର ଚାଷୀ ସବୁ ବେଳେ ସମସ୍ୟା ଘେରରେ । ଚାଷ ଓ ଚାଷୀ ର ଅନେକ ସମସ୍ୟା ରହିଛି , ସବୁ ବେଳେ ଚାଷୀକୁ କେବଳ ଆଶ୍ୱାସନା ବ୍ୟତୀତ ଅନ୍ୟ କିଛି ମିଳୁନାହିଁ । କେତେବେଳେ ଚାଷୀକୁ ମିଲର ମାନେ ଠାକୁଛନ୍ତି ତ କେତେବେଳେ ଇନ୍ସୁରାନ୍ସ କମ୍ପାନୀ , କେତେବେଳେ ନକଲି ବିହନ ତ କେତେବେଳ ନକଲି କୀଟନାଶକ । ଏହି ସବୁ ପରେବି ପ୍ରଶାସନିକ ଉଦାସୀନତା ଓ ଋଣ ବୋଝ ଚାଷୀକୁ ତଳିତଳାନ୍ତ କରିଦେଉଛି । ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡର ଚାଷୀ ଭାଇ ମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରତାରଣାର ଶିକାର ହୋଇଛନ୍ତି । ଏସିଏଫ ନାଁରେ ବୀମା କମ୍ପାନୀ ଚାଷୀଙ୍କ ପ୍ରାପ୍ୟର ୩୦ ରୁ ୪୦ ପ୍ରତିଶତ କାଟି ଦେଉଛି । ବାରମ୍ବାର ଏନେଇ ପ୍ରଶାସନକୁ ଜଣେଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ରାଜ୍ୟ ସରକାର କିଛି ପଦକ୍ଷେପ ନେବା ବଦଳରେ ଚୁପ ହୋଇ ଅସିଛି । ଚାଷୀଙ୍କୁ ଠକି ଚାଲିଥିବା ବୀମା କମ୍ପାନୀ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କିମ୍ବା ବୀମା କମ୍ପାନୀ କୁ ତାଗିଦ କରିବା ସାହସ ପ୍ରଶାସନ କରି ପାରୁନାହିଁ। ଏଥିପାଇଁ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି ।
ଆଗାମୀ ଅଗଷ୍ଟ ୧୫ ତାରିଖ ଦିନ ପଦ୍ମପୁରରେ ପ୍ରତିବାଦ ଦିବସ ପାଳନ କରିବା ପାଇଁ ଚାଷୀମାନେ ନିଷ୍ପତ୍ତି ନେଇଛନ୍ତି । ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ଏବଂ ଜୟ କିଷାନ ଆନ୍ଦୋଳନ ପକ୍ଷରୁ ଆଜି ମହୁଲପାଲିଠାରେ ଅନୁଷ୍ଠିତ ସମାବେଶରେ ବିଚାରବିମର୍ଷ ପରେ ସଙ୍ଗଠନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ସେହିପରି ଜୁଲାଇ ୩୦ ତାରିଖ ଦିନ ଝାରବନ୍ଧଠାରେ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବାକୁ ସ୍ଥିର ହୋଇଛି । ଏହି ସମାବେଶରେ ବରିଷ୍ଠ ଚାଷୀ ନେତା ଶିବ ପ୍ରସାଦ ପ୍ରଧାନ, ଶୁଶିଲ କୁମାର ସାହୁ, ବିଶ୍ୱନାଥ ରଣା, ରୋହିତ ପ୍ରଧାନ, କୈଳାଶ ବାରିକ, ଅଶୋକ ସାହୁ, ସୌକି ମେହେର, ରମେଶ ମହାପାତ୍ର, ଡ଼ମ୍ବରୁଧର ସାହୁ, ପିତାମ୍ବର ସାହୁ ପ୍ରମୁଖ ଉଦବୋଧନ ଦେଇଥିଲେ ।

ଗଜପତି ଜିଲ୍ଲା ରେ ସ୍ୱତନ୍ତ୍ର କିଶୋର ଆରକ୍ଷୀ ୟୁନିଟର ଦାୟିତ୍ୱ ଓ ଭୁମିକା ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ଆନ୍ଧ୍ର ବ୍ୟାଙ୍କର ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ କିଶୋର ନ୍ୟାୟ ଅନ୍ତର୍ଗତ ଶିଶୁ ମାନଙ୍କ ଯତ୍ନ ଓ ସୁରକ୍ଷା ଅଧିନିୟମ-୨୦୧୫ ଉପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ସ୍ୱତନ୍ତ୍ର କିଶୋର ଆରକ୍ଷୀ ୟୁନିଟର ଦାୟିତ୍ୱ ଓ ଭୂମିକା ସମ୍ପର୍କିତ ଏକ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷିକା ସାରା ଶର୍ମା ଯୋଗ ଦେଇ ଉଦ୍‍ଘାଟନ କରିଥିଲେ । ପରେ ଶିଶୁ ସୁରକ୍ଷା ୟୁନିଟ ଜିଲ୍ଲା ଅଧିକାରୀ ଅରୁଣ କୁମାର ତ୍ରିପାଠୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ କହିଥିଲେ ।
ଜିଲ୍ଲା ଆରକ୍ଷି ଅଧିକ୍ଷିକା ସାରା ଶର୍ମା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରତ୍ୟେକ ଦିନ ଆଇନ ଗୁଡିକର କିଛିନା କିଛି ପରିବର୍ତ୍ତନ ହୋଇଛି । ଆସନ୍ତା ଦିନରେ ଏଠାରେ ମଧ୍ୟ କୋର୍ଟ ଖୋଲିବ । ଯେଉଁ ଠାରେ ଶତାଧିକ ସଂଖ୍ୟାରେ ପୋଷ୍କ ଆଇନ ସମ୍ୱନ୍ଧୀୟ କେଶ ଯିବ । ତେଣୁ ତୃଣମୁଳ ସ୍ତରରେ ଆମେ ଯେଉଁ ପୋଲିସ ଅଧିକାରୀ ମାନେ ଏହି ଶିଶୁ ସମ୍ୱନ୍ଧୀୟ କେସ ଗୁଡିକ ସିଧାସଳଖ ଭାବେ କାର୍ଯ୍ୟ ସମ୍ପାଦନା କରୁଛେ, ସେଥିପାଇଁ ଆମକୁ ସେହି ଦିଗରେ ଅଧିକ ଜ୍ଞାନ ଦରକାର । ଆମେ ସେ ଦିଗରେ ତ୍ୱରିତ ନ୍ୟାୟ ପ୍ରଦାନ କରିବା ସହ କେସକୁ ନିର୍ଦ୍ଦିଷ୍ଠ ସମୟ ସୀମା ମଧ୍ୟରେ ସମାପ୍ତ କରିବା ପାଇଁ ଚାହିଁବା ଆବଶ୍ୟକ ।
ପୋଲିସ ଅଧିକାରୀ ମାନେ ଜୁଭେନାଇଲ ଜଷ୍ଟିସ ଆଇନର ନିତି ନିୟମକୁ ଅନୁସରଣ କରି ଶିଶୁମାନଙ୍କ ସହ ସହାନୁଭୁତି ଓ ସମ୍ୱେଦନା ପ୍ରକାଶ କରି ଶିଶୁ ମାନଙ୍କ ସହ କାର୍ଯ୍ୟ ସମ୍ପାଦନା କରିବାକୁ ହେବ ।
ମୁଖ୍ୟତଃ ୧୮ ବର୍ଷରୁ କମ୍‍ ବୟସ ହୋଇଥିଲେ ଅପରାଧିକ କି ଭୁଲ କି ଅନ୍ୟ କୌଣସି ଘଟଣାରେ ଶିଶୁର ନାମ , ଫଟୋ , ଠିକଣା ଓ ପରିଚୟ ପ୍ରଭୃତି ଲେଖିପାରିବାକି ନାହିଁକି ପ୍ରକାଶ କରିପାରିବା ନାହିଁ, କାରଣ ଛୋଟ ପିଲାଟି କୌଣସି ଭୁଲ କି ଅପରାଧ କଲେ ଆଗକୁ ତାର କୌଣସି ରେକର୍ଡ ରହେ ନାହିଁ । ତେଣୁ ଏ ସବୁ ପ୍ରତି ସମସ୍ତ ଅଧିକାରୀ ମାନେ ଯତ୍ନବାନ ହୋଇ କାର୍ଯ୍ୟସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ ।
ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ ଯୋଗ ଦେଇ ଶିଶୁ ମାନଙ୍କ ନିମନ୍ତେ ଆଇନରେ ରହିଥିବା ବିଭିନ୍ନ ଅଧିକାର ଗୁଡିକ ବିଷୟରେ ବୁଝାଇ ସେମାନେ ଯେଭଳି କୌଣସି ଶୋଷଣ , ନିର୍ଯ୍ୟାତନା , ଅବହେଳା ଓ ଅସୁରକ୍ଷିତ ଅଯତ୍ନ ଓ ଅସୁବିଧାର ଶିକାର ନହୁଅନ୍ତି ସେ ଦିଗରେ ରହିଥିବା ସ୍ୱତନ୍ତ୍ର କିଶୋର ଆରକ୍ଷି ୟୁନିଟର ଦାୟିତ୍ୱ ଓ ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମର ପ୍ରଶିକ୍ଷକ ଭାବେ ରାଜ୍ୟ ସ୍ତରର ଭୁବନେଶ୍ୱରରୁ ଆସିଥିବା ଶିଶୁ ସୁରକ୍ଷା ପରାମର୍ଶ ଦାତା ମନୋଜ କୁମାର ତ୍ରିପାଠୀ ଯୋଗଦେଇ ଶିଶୁ ମାନଙ୍କ ସୁରକ୍ଷା ଓ ଯତ୍ନ ଅଧିନିୟମ ୨୦୧୫ର ବିଭିନ୍ନ ଦିଗ ଉପରେ ଆଲୋଚନା କରି ବିଭିନ୍ନ ଧାରା ଓ ଉପଧାରା , ପଷ୍କୋ ଆଇନ ୨୦୧୨ ଉପରେ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଆରକ୍ଷୀ ୟୁନିଟର ଅଧ୍ୟକ୍ଷ ଜିଲ୍ଲାର ସମସ୍ତ ଥାନା ଅଧିକାରୀ, ଏସଡିପିଓ ଠାକୁର ପ୍ରସାଦ ପାତ୍ର, ଜିଲ୍ଲା କିଶୋର ନ୍ୟାୟ ବୋର୍ଡ ସଦସ୍ୟ ଭାଗ୍ୟଲକ୍ଷ୍ମୀ ନାୟକ, ବିଜୟନିନୀ ମହିଳା ସହାୟତା କେନ୍ଦ୍ରର ସିଲି ପରିଡା ଓ ଗୌରୀ ସୋରେନ, ଜିଲ୍ଲା ଚାଇଲଡ ଲାଇନ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ନବଜୀବନ ଟ୍ରଷ୍ଟ ଏବଂ ଜିଲ୍ଲା ଶିଶୁ ମଙ୍ଗଳ ସମିତିର କର୍ମକର୍ତ୍ତା ଓ ସଦସ୍ୟ ଓ ସଦସ୍ୟା ଗଣ ଅଂଶ ଗ୍ରହଣ କରିଥିଲେ ।

ଘରୋଇ ଛାତ୍ରଛାତ୍ରୀ ନିବାସର ପରିଚାଳକଙ୍କୁ ଦିଆଗଲା କିଶୋର ନ୍ୟାୟର ମାର୍ଗ ଦର୍ଶିକା ଓ ମାନଦଣ୍ଡ ଉପରେ ତାଲିମ…!

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନର ସଭାକକ୍ଷ ଠାରେ ଜିଲ୍ଲାରେ ଥିବା ସମସ୍ତ ଘରୋଇ ଛାତ୍ରଛାତ୍ରୀ ନିବାସର ପରିଚାଳକଙ୍କ ନିମନ୍ତେ କିଶୋର ନ୍ୟାୟ ଅଧିନିୟମ ୨୦୧୫ ଓ ମାନ ଦଣ୍ଡ ଉପରେ ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଶୁ କଲ୍ୟାଣର ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ ଯୋଗଦେଇଥିବା ବେଳେ ଅନ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ରାଜ୍ୟ ସ୍ତରରୁ ଆସିଥିବା ପରାମର୍ଶ ଦାତା ଭାବେ ମନୋଜ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ସର୍ବପ୍ରଥମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଉପସ୍ଥିତ ଅଂଶ ଗ୍ରହଣକାରୀଙ୍କୁ ସ୍ୱାଗତ ଜଣାଇବା ସହ ପରାମର୍ଶ ଦାତା ମନୋଜ କୁମାର ତ୍ରିପାଠୀ ଶିଶୁ ମାନେ ରହୁଥିବା ଛାତ୍ରଛାତ୍ରୀ ନିବାସରେ କିପରି ଯତ୍ନ ଓ ସୁରକ୍ଷାରେ ରହିବେ ଏବଂ ଯତ୍ନ ଓ ସୁରକ୍ଷା ଉପରେ ଶିଶୁଙ୍କର ରାଜ୍ୟ ଓ କେନ୍ଦ୍ରସରକାର ଯାହା ନିୟମ ପ୍ରଣୟନ କରିଛନ୍ତି ତାହା ଉପରେ ବିଶେଷ ଭାବେ ଆଲୋଚନା କରିଥିଲେ ।
ସେହିପରି ଘରୋଇ ଛାତ୍ରଛାତ୍ରୀନିବାସରେ ରହୁଥିବା ଶିଶୁ ମାନେ ଯେପରି ଯୌନ ଶୋଷଣର ଶିକାର ନହୁଅନ୍ତି ସେଥିପ୍ରତି ପରିଚାଳକ ସତର୍କ ରହିବା ସହ ସ୍ୱତନ୍ତ୍ର ଏ ଦିଗ ପ୍ରତି ଧ୍ୟାନ ଦେବେ । ଯଦି କୌଣସି ସମୟରେ ଶିଶୁ ଯୌନ ଶୋଷଣର ଶିକାର ହୁଏ ତୁରନ୍ତ ଶିଶୁ କଲ୍ୟାଣ ସମିତି, ନିକଟସ୍ଥ ଥାନା ଏବଂ ଜିଲ୍ଲା ସୁରକ୍ଷା କାର୍ଯ୍ୟାଳୟକୁ ଲିଖିତ ଭାବେ ଜଣାଇବେ । ଯଦି ନଜଣାନ୍ତି ସେଥିପାଇଁ କି କି ଦଣ୍ଡ ବିଧାନ ଅଛି ତାହା ମଧ୍ୟ ପରାମର୍ଶ ଦାତା ଆଲୋଚନାରେ କହିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଉପଯୁକ୍ତ ଅଂଶଗ୍ରହଣକାରୀଙ୍କୁ ଗ୍ରୀନପେସେଜ ଓ ଏଚଆଇଭି ରୋଗରେ ସଂକ୍ରମିତ୍ର ବା ପ୍ରଭାବିତ ହୋଇଥିବା ଅନାଥ ଶିଶୁ କନ୍ୟା ଯାହାଙ୍କ ବୟସ ୫ରୁ ୧୦ ବର୍ଷ ମଧ୍ୟରେ ସେପରି ଶିଶୁଙ୍କୁ ଚିହ୍ନଟ କରି ସରକାରଙ୍କ ତରଫରୁ ବର୍ଷକୁ ସେହିକନ୍ୟାଙ୍କୁ ଏକହଜାରଟଙ୍କା ୧୮ ହଜାର ବର୍ଷ ହେବା ପର୍ଯ୍ୟନ୍ତ ମିଶିବା ଓ ଗ୍ରୀନପେସେଜ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଶେଷରେ ଶିଶୁସୁରକ୍ଷା ଅଧିକାରୀ ଛାତ୍ରଛାତ୍ରୀ ନିବାସର ସମସ୍ତ ପରିଚାଳକ ତଥା ଅଂଶ ଗ୍ରହଣକାରୀଙ୍କୁ ଅନୁରୋଧ କରିଥିଲେ କି ଯେଉଁ ଛାତ୍ରଛାତ୍ରୀ ନିବାସରେ ଶିଶୁମାନେ ରହିବା ପାଇଁ ଆନୁସାଙ୍ଗିକ ବ୍ୟବସ୍ଥା ନାହିଁ ସେ ସବୁ ଛାତ୍ରଛାତ୍ରୀ ନିବାସକୁ ତୁରନ୍ତ ବନ୍ଦ କରିଦିଅନ୍ତୁ ବୋଲି କହିଥିଲେ ।

(GIET UNIVERSITY) ଜି.ଆଇ.ଇ.ଟି ୟୁନିଭର୍ସିଟି ପରଦା ପଛର କିଛି କାହାଣୀ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର) – ଗୁଣପୁର ଠାରେ ଜି.ଆଇ.ଇ.ଟି ବୈଷୟୀକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହେବା ପଛରେ ସ୍ଥାନୀୟ ବାସୀଙ୍କର ଯେଉଁ ସ୍ୱପ୍ନଥିଲା ଏହା ପ୍ରତିଫଳନ ହୋଇପାରି ନଥିବା କୁହାଯାଉଛି । କେବଳ ଏହି ସଂସ୍ଥାର ଟ୍ରଷ୍ଟି ମେମ୍ବରଙ୍କ ଅର୍ଥକୋଷ ବଢିବା ବ୍ୟତୀତ ସ୍ଥାନୀୟ ଅଞ୍ଚଳ ବିଦ୍ୟାର୍ଥୀଙ୍କ କେତେ ଉନ୍ନତି ହୋଇଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ନିଜକୁ ଅନ୍ୟଙ୍କ ନିକଟରେ ଉପସ୍ଥାପନା କରି ବଡିମା ପ୍ରକାଶ କରିବା ପାଇଁ ଅର୍ଥ ଖର୍ଚ୍ଚକରି କିଛି ଟ୍ରଷ୍ଟି ଓ କମିଟି ଗଠନ କରାଇ ସମ୍ବର୍ଦ୍ଧିତ ହୋଇ ଜି. ଆଇ. ଇ. ଟି (GIET) କତୃପକ୍ଷ ନାମ କମାଉଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଆଦାୟ କଳାଧନକୁ ଧଳା କରିବା ନିମନ୍ତେ ଚାରେଟେବୁଲ ଟ୍ରଷ୍ଟ ଗଠନ କରାଯାଇଥିବା କୁହାଯାଉଛି । ଏହି ଚାରେଟେବୁଲ ଟ୍ରଷ୍ଟ ର କାର୍ଯ୍ୟକାରିତା ସନ୍ଦେହ ଘେରରେ। ଏହା ପକ୍ଷରୁ ଦିଆଯାଇଥିବା ଡ୍ରାଇଭିଙ୍ଗ ତାଲିମ୍ ଓ କାଠ କାରିଗର ତାଲିମ୍ କେବଳ ତାଙ୍କ ନିଜସ୍ଵ ଆବଶ୍ୟକତା ପୁରଣ ପାଇଁ କରାଯାଇଥିଲା ବୋଲି ଅଭିଯୋଗ ହେଉଛି ।

ସେତେ ବେଳେ ବସ୍ ରେ କାର୍ଯ୍ୟରତ ଡ୍ରାଇଭର ମାନଙ୍କୁ ମୋଟା ଅଂଶ ର ଅର୍ଥ ଦରମା ଆକାରରେ ଦେବାକୁ ପଡୁଥିଲା ବୋଲି କିଛି ବେକାରୀ ଯୁବକ ଙ୍କୁ ତାଲିମ୍ ଦେବା ଆଳରେ ନେଇ ସେମାନଙ୍କ ତାଲିମ୍ ଅବଧି ସାରିବା ପରେ ଜି. ଆଇ. ଇ. ଟି ଦ୍ଵାରା ପରିଚାଳିତ ବସ ଗୁଡ଼ିକରେ ଖୁବ୍ କମ୍ ଦରମାରେ ନିଯୁକ୍ତି ଦିଆଗଲା ଏବଂ ଜି.ଆଇ.ଇ.ଟି ଦ୍ଵାରା ନିର୍ମିତ କୋଠା ନିମନ୍ତେ ଆବଶ୍ୟକୀୟ କାଠ ସରଞ୍ଜାମ ତିଆରି ପାଇଁ କୁଶଳି କାରିଗର ଙ୍କୁ କାର୍ଯ୍ୟରେ ଲଗାଇ ବହୁ ଅର୍ଥ ମଜୁରୀ ବାବଦରେ ଖର୍ଚ୍ଚ ହେବାକୁ ପଡୁଥିବାରୁ କିଛି ଯୁବକଙ୍କୁ ତାଲିମ୍ ଦେବା ଆଳରେ କମ୍ ପରିମାଣ ଖର୍ଚ୍ଚ ରେ କାର୍ଯ୍ୟ ତୁଲାଇବା ପାଇଁ ଏପରି ବ୍ୟବସ୍ଥା କରାଯାଇଥିଲା; ତେବେ ଆଜି ଏସବୁ ତାଲିମ୍ କୁଆଡେ ଉଭାନ୍ ହେଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସ୍ଥାନୀୟ ଜୈନିକ ଆତ୍ମୀୟ କିରାଣୀ ଙ୍କୁ ନିଜ ଏଜେଣ୍ଟ ସଜାଇ ସରକାରୀ ଜମି ହଡ଼ପ କରିବା ବ୍ୟବସ୍ଥା ସୁପରିଚାଳନା କରିବା ନିମନ୍ତେ ଉକ୍ତ ବ୍ୟକ୍ତି ଙ୍କୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ରୁ ତହସିଲ କାର୍ଯ୍ଯାଳୟ କୁ ଏବଂ ବ୍ଲକ କାର୍ଯ୍ୟାଳୟ କୁ ବଦଳାଇ ବ୍ୟକ୍ତି ଜଣଙ୍କ ର ପାଞ୍ଚ ବର୍ଷ କାଳୀନ ଅବଧି କାର୍ଯ୍ୟ ପୂରଣ ର ନିୟମ ଧାରା କୁ ଭଙ୍ଗ କରି ଚାଲିଛନ୍ତି ବୋଲି ସାଧାରଣରେ କୁହାବୋଲା ହେଉଛନ୍ତି । ଏଭଳି କାର୍ଯ୍ୟ କରାଇବାରେ ଜି.ଆଇ.ଇ.ଟି କତୃପକ୍ଷ ଙ୍କ ନିକଟରେ କିଛି ଅସମ୍ଭବ ନୁହେଁ ଏବଂ ରାୟଗଡ଼ା ଜିଲ୍ଲା ରେ କାର୍ଯ୍ୟରତ ଥିବା ଜୈନିକ ପୂର୍ବତନ ଜିଲ୍ଲାପାଳ ଜି.ଆଇ.ଇ.ଟି ଜମି କେଳାଙ୍କେରୀ କୁ ଲୋକଲୋଚନକୁ ଆଣିବା ନିମନ୍ତେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଥିବା ବେଳେ ଏହାଙ୍କୁ ରାୟଗଡ଼ା ଜିଲ୍ଲା ରୁ ରାତି ଅଧିଆ ବଦଳି କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜିଲ୍ଲା ର ଜଣେ ବରିଷ୍ଠ ନାଗରିକ ତଥା ସାମ୍ବାଦିକ ପ୍ରକାଶ କରିଛନ୍ତି। ଏହାର ସତ୍ୟତା ନେଇ ଏକ ଅନୁସନ୍ଧାନ ଅବଶ୍ୟମ୍ଭାବୀ ହୋଇପଡିଛି ।

ଦାଦନ ଶ୍ରମିକଙ୍କ ଥଇଥାନ ପାଇଁ ଶ୍ରମ ବିଭାଗର କିଛି ଯୋଜନା ନାହିଁ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ୨୦୧୧-୧୨ ବର୍ଷରୁ ୨୦୧୮-୧୯ ବର୍ଷ ମଧ୍ୟରେ ୮୫୬୮୦ଜଣଙ୍କୁ ତାଲିମ ପ୍ରଦାନ କରାଯାଇ ନିଯୁକ୍ତିକ୍ଷମ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୬୭୭୭ଜଣ ନିଯୁକ୍ତି ସୁଯୋଗ ପାଇଛନ୍ତି । ତେବେ ରାଜ୍ୟ ବାହାରର ଇଟା ତିଆରି କାମରେ ଦକ୍ଷତା ଅର୍ଜନ କରି କାମ କରୁଥିବା ଲକ୍ଷ ଲକ୍ଷ ଦାଦନ ଶ୍ରମିକଙ୍କୁ ଥଇଥାନ କରିବା ପାଇଁ ତାଙ୍କ ବିଭାଗ ପକ୍ଷରୁ କୌଣସି ସ୍ୱତନ୍ତ୍ର ଯୋଜନା ନାହିଁ ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ସ୍ପଷ୍ଟ କରିଦେଇଛନ୍ତି ।
ଆଜି ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଲିଖିତ ଉତରରେ ମନ୍ତ୍ରୀ ଶ୍ରୀ ନାୟକ କହିଲେ ଯେ ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ଓ ଖପ୍ରାଖୋଲ ବ୍ଲକକୁ ଦାଦନ ଶ୍ରମିକ ପ୍ରବଣ ବ୍ଲକ ଭାବେ ଚିହ୍ନଟ କରାଯାଇଛି । ଗତବର୍ଷ ୯ଜଣ ଶ୍ରମିକ ପରିବାରର ପିଲାମାନଙ୍କୁ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ତାଲିମ ଦିଆଯାଇଛି । ସେହିପରି ସେହି ବ୍ଲକରୁ ଚଳିତ ବର୍ଷ ୨୪ ଶ୍ରମିକ ପରିବାରର ପିଲାମାନଙ୍କୁ ଆଇଟିଆଇରେ ନାମ ଲେଖାଇବା ବ୍ୟବସ୍ଥା କରାଯାଇଛି । ନୂଆପଡ଼ା ଜିଲ୍ଲା ନୂଆପଡ଼ା ବ୍ଲକର ୩୯ଜଣ ଶ୍ରମିକ ପରିବାରର ପିଲାମାନଙ୍କୁ ଆଇଟିଆଇରେ ନାମ ଲେଖାଇବା ପାଇଁ ବ୍ୟବସ୍ଥା କରାଯାଇଛି ।