ପାରଳାଖେମୁଣ୍ଡି ଠାରେ ଜିଲ୍ଲା ଭାଜପା ଓ ଯୁବ-ମୋର୍ଚ୍ଚା ପକ୍ଷରୁ କାରଗିଲ ବିଜୟ ଦିବସ ପାଳନ କରାଯିବା ସହ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ଠାରେ ଜିଲ୍ଲା ଭାଜପା:ଓ ଯୁବ-ମୋର୍ଚ୍ଚା ପକ୍ଷରୁ , କାରଗିଲ ବିଜୟ ଦିବସ ପାଳନ କରାଯିବା ସହ ସ୍ୱଚ୍ଛ ଭାରତ ଅଭିଯାନ’ରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।କାରଗିଲ ବିଜୟ ଦିବସ ପାଳନ ଅବସରରେ ସ୍ଥାନୀୟ ଗୁଣ୍ଡିଚା ବାଡ଼ି ପଡ଼ିଆରେ ବହୁ ସଂଖ୍ୟାରେ ଜିଲ୍ଲା ଭାଜପା ଓ ଯୁବ ମୋର୍ଚ୍ଚା କର୍ମୀଆଣେ ଏକତ୍ରିତ ହୋଇ କାରଗିଲ ବିଜୟ ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶହୀଦ ଯବାନ ମାନଂକ ଉପରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ | ଏଥିରେ ଦଳର ଅରୁଣୀମା ସାହୁ , ମୁଲି ଗୋପାଳ ରାଓ , ଜମିଦାର ପଟନାୟକ ,ସିଦ୍ଧେଶ୍ବର ମିଶ୍ର ,ପ୍ରଶାନ୍ତ ପ୍ରଧାନ ଓ ପି: କ୍ରିଷ୍ଣା ପ୍ରମୁଖ ଯୋଗ ଦେଇଥିଲେ ।

ସେମାନେ କହିଥିଲେ ଯେ, କାରଗିଲ ଯୁଦ୍ଧ ଦିବସ ଏକ ସ୍ମରଣୀୟ ଦିବସ । ଯେଉଁଥିରେ ଆମର ଅନେକ ଯବାନ ଦେଶ ପାଈଁ ସେମାନଙ୍କ ଜୀବନକୁ ବଳିଦାନ ଦେଇ ଯୁଦ୍ଧରେ ଭାରତକୁ ବିଜୟ ଲାଭ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେହି ଶହୀଦ ମାନଙ୍କୁ ଆଜିର ଦିନରେ ସ୍ମରଣ କରି ସମ୍ମାନ ଜଣାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ ।

ଏହି ଅବସରରେ ଆମେ ସମସ୍ତଙ୍କୁ ଜଣାଇବାକୁ ଚାହୁଁ ଯେ ,ଆମ ଦେଶର ଯବାନ ମାନେ , ଦେଶ ସୀମାରେ ରହି ଦିନରାତି ଆମକୁ ଶତୃ କବଳରୁ ଯେଉଁ ସୁରକ୍ଷା ଦେଇ ଆସୁଛନ୍ତି ସେମାନଙ୍କ ମନୋବଳ ବଢାଇବା ସହ ଶହୀଦ ମାନଙ୍କୁ ଉଚିତ ସମ୍ମାନ ଜଣାଇବା ପାଈଁ କାରଗିଲ ବିଜୟ ଦିବସ ପାଳନ କରାଯାଉଛି । ଦେଶର ସୁରକ୍ଷା ହିଁ ସମସ୍ତଙ୍କ ମଙ୍ଗଳମୟ ହେଉ ବୋଲି କାମନା କରିଥିଲେ ।
ଏହି ଅବସରରେ ,ସ୍ୱଚ୍ଛ ଭାରତ ଅଭିଯାନରେ ସମସ୍ତ ଦଳୀୟ କର୍ମୀ ସାମିଲ ହୋଇ ରଥଯାତ୍ରା ପରେ ସମ୍ପୂର୍ଣ ଭାବେ ଅପରିଷ୍କାର ଅବସ୍ଥାରେ ପୁତ୍ତି ଗନ୍ଧମୟ ହୋଇ ପଡ଼ି ରହିଥିବା ଗୁଣ୍ଡିଚା-ବାଡ଼ି ପଡିଆ ପରିସର ରେ ଅଳିଆ-ଆବର୍ଜନା ସଫା କରିଥିଲେ ।

ମାନ୍ୟବର ରାଜ୍ଯସଭା ସାଂସଦ ଶ୍ରୀଯୁକ୍ତ ଏନ୍. ଭାସ୍କର ରାଓ ଙ୍କ ୬୭ ତମ ଜନ୍ମ ଦିନ ଅବସରରେ ଏଥର ସମ୍ଭାଳ ପରିବାର ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା….!

ଜନ୍ମ ଦିନର ଅବସରରେ ଆପଣ ଙ୍କୁ ଏଥର ସମ୍ଭାଳ ପରିବାର ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଚଳିତ ବର୍ଷ ଭଳି ଶତ ଶତ ଜନ୍ମ ଦିବସ ପାଳନ କରୁଥାନ୍ତୁ ; ଜଗନ୍ନାଥ ନିକଟରେ ଏହାହିଁ ଆମର କାମନା। ଜଣେ ଅଣ ଓଡ଼ିଆ ହୋଇ ପୂର୍ବ ଜନ୍ମ ଦିବସ ମଧ୍ୟରେ ଓଡ଼ିଶା ଇତିହାସ ରେ ଆପଣ ଯେମିତି ସ୍ଥାନ ନେଇ ଅବିଭକ୍ତ କୋରାପୁଟ ଜିଲ୍ଲା ବାସୀ ଙ୍କ ପାଇଁ ଆପଣ ଯେଉଁ ମାଇଲ ଖୁଣ୍ଟ ସାଜିଛନ୍ତି ଏଥି ପାଇଁ ଜନ ମାନସ ପଟରେ ଆପଣ ସବୁ ଦିନ ପାଇଁ ସ୍ମୃତି ର ଗାର ହୋଇ ରହିଛନ୍ତି, ରହିଥାନ୍ତୁ ମଧ୍ଯ। କିଏ କହୁ ବା ନ କହୁ ଓଡ଼ିଶା ଇତିହାସ କହିବ ସ୍ଵର୍ଗତ ବିଜୁ ବାବୁ ଙ୍କ ଅମଳରୁ ବର୍ତ୍ତମାନ୍ ଯାଏଁ ଜନତା ଦଳ ରେ ଅବିଭକ୍ତ କୋରାପୁଟ ଜିଲ୍ଲା ଏକ ସ୍ଵତନ୍ତ୍ର ସ୍ଥାନ ପାଇଛି। ଏହା କେବଳ ଆପଣ ଙ୍କ ବଳିଷ୍ଠ ସାଂଗଠନିକ ଯୋଗୁଁ। ହୁଏତ ଏଥିରେ ଆଜି କିଛିଟା ବ୍ୟତିକ୍ରମ ଘଟିଛି। ସଭିଏଁ ଏହାକୁ ସ୍ଵୀକାର କରିବେ କେବଳ ଏହା କିଛି ବିଭୀଷଣ ଙ୍କ ପାଇଁ। ଆପଣଙ୍କ ନିଷ୍ଠାପରତା ଆଜି ଆପଣ ଙ୍କୁ ନୁହେଁ ଜିଲ୍ଲା ବାସୀ ଙ୍କୁ ରାଜ୍ୟ ସଭାରେ ଏକ ସ୍ଥାନ ଦେଇ ପାରିଛି। ଆଗାମୀ ଦିନ ଗୁଡ଼ିକରେ ମଧ୍ଯ ଏହି ସ୍ଥାନ ବଜାଇ ରହୁ ଏହାହିଁ ଅଞ୍ଚଳ ବାସୀଙ୍କ ପକ୍ଷ୍ୟରୁ ଆମ କାମନା। ମା ମାଝୀ ଗୌରୀ ଆପଣ ଙ୍କ ଚଲାପଥ ସଦା ସୁଗମ୍ୟ କରି ନିଷ୍କକଣ୍ଟକ କରିରଖନ୍ତୁ।

୭ ଦିନ ଘରକୁ ଯାଇନଥିଲେ ବୈଜ୍ଞାନିକ । ଚନ୍ଦ୍ରାୟନ – ୨ ସଫଳତା ପଛର ଅକୁହା କଥା ।

ଏଥର ସମ୍ଭାଳ ବ୍ୟୁରୋ (ଶ୍ରୀହରିକୋଟା) – ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଜି ଇତିହାସ ରଚିଛି ଭାରତ । ଅପରାହ୍ନ ୨ଟା ୪୩ମିନିଟ୍‌ରେ ଚନ୍ଦ୍ରଯାନ-୨କୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ଵନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ କରାଯାଇଛି । ପ୍ରଥମେ ଏହାର ଉତ୍‌କ୍ଷେପଣ ସମୟରେ ସମସ୍ୟା ସୃଷ୍ଟି ହୋଇଥିବାରୁ ଦ୍ୱିତୀୟ ଥରରେ ଏହା ସଫଳ ଭାବେ ଚନ୍ଦ୍ରକୁ ନିଜ ଯାତ୍ରା ଆରମ୍ଭ କରି ସାରିଛି । ଚନ୍ଦ୍ରକୁ ସଫଳ ଭାବେ ଚନ୍ଦ୍ରଯାନ-୨ ନିଜର ଯାତ୍ରା ଆରମ୍ଭ କରି ସାରିଥିବା ବେଳେ ଇସ୍ରୋର ନିର୍ଦ୍ଦେଶକ କେ.ଶିବନ ଏ ନେଇ ନିଜ ପୂରା ଟିମ୍‌କୁ ଧନ୍ୟବାଦ୍‌ ଜଣାଇଛନ୍ତି ।

୭ଦିନ ପର୍ଯ୍ୟନ୍ତ ତାଙ୍କର ପୂରା ଟିମ୍‌ ଘରକୁ ନ ଯାଇ ଦିନ ରାତି ଏକ କରି ଚନ୍ଦ୍ରଯାନ-୨କୁ ପୁଣି ଥରେ ଉତ୍‌କ୍ଷେପଣ ପାଇଁ ପ୍ରସ୍ତୁତ କରିଥିବାରୁ ସେ ଧନ୍ୟବାଦ୍‌ ଜଣାଇଛନ୍ତି । ୭ଦିନ ତଳ କଥା ମନେ ପକାଇ ସେ ଭାବବିହ୍ଵଳ ହେବା ସହ ଟିମ୍‌ର ନିଷ୍ଠା ପାଇଁ ସେମାନଙ୍କୁ ସଲାମ୍‌ କରିଛନ୍ତି ।

ସୂଚନା ମୁତାବକ, ପୂର୍ବରୁ ୪ଥର ବାତିଲ ହେବା ପରେ ପ୍ରଥମେ ଜୁଲାଇ ୧୫ରେ ଚନ୍ଦ୍ରଯାନ-୨କୁ ଉତ୍‌କ୍ଷେପଣ କରାଯିବା ନେଇ ସମୟ ଧାର‌୍ୟ୍ୟ କରାଯାଇଥିଲା । କିନ୍ତୁ କିନ୍ତୁ ଚନ୍ଦ୍ରଯାନକୁ ମହାକାଶରେ ପହଞ୍ଚାଇବାକୁ ଥିବା ଜିଏସଏଲଭି-ମାର୍କ-୩ର କ୍ରାୟୋଜେନିକ ଇଂଜିନର ହିଲିୟମ ବଟଲରେ ଲିକ୍‌ ହେବାରୁ ଉତକ୍ଷେପଣର ୫୬ ମିନିଟ ପୂର୍ବରୁ ଏହି ଉତକ୍ଷେପଣକୁ ବାତିଲ କରାଯାଇଥିଲା । ଏହା ପରେ ଦିନ ରାତି ଏକ କରି ଇସ୍ରୋର ପୂରା ଟିମ୍‌ କେବଳ ୫ଦିନ ମଧ୍ୟରେ ହୋଇଥିବା ସମସ୍ୟାର ସମାଧାନ କରି ନେଇଥିଲେ, ଯାହାଦ୍ୱାରା ଆଜି ଏହାର ସଫଳଭାବେ ଉତ୍‌କ୍ଷେପଣ କରାଯାଇ ପାରିଥିବା ଜଣା ପଡ଼ିଛି ।

ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଙ୍କୁ ଏଥର ସମ୍ଭାଳ ପରିବାର ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା…!

ଜନ୍ମ ଦିନର ଅବସରରେ ଆପଣ ଙ୍କୁ ଏଥର ସମ୍ଭାଳ ପରିବାର ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଚଳିତ ବର୍ଷ ଭଳି ଶତ ଶତ ଜନ୍ମ ଦିବସ ପାଳନ କରୁଥାନ୍ତୁ ; ଜଗନ୍ନାଥ ନିକଟରେ ଏହାହିଁ ଆମର କାମନା। ପୂର୍ବ ଜନ୍ମ ଦିବସ ମଧ୍ୟରେ ନୂଆ ପଦକ୍ଷେପ ଗ୍ରହଣ କରି ଓଡ଼ିଶା ଇତିହାସ ରେ ଆପଣ ଯେମିତି ସ୍ଥାନ ନେଇଛନ୍ତି ଠିକ୍ ସେହି ଭଳି ଆଗାମୀ ଦିବସ ଗୁଡ଼ିକରେ ନୂଆ ନୂଆ ପଦେକ୍ଷପମାନ ନେଇ ଓଡ଼ିଶା ବାସୀ ଙ୍କ ଦୃଦୟ ଜିତିବା ର ପଥ କୁ ଇଶ୍ଵର ସୁଗମ୍ୟ କରନ୍ତୁ। ଆପଣ ଙ୍କ ପାଇଁ ଆଜି ପାରଳା ଆରକ୍ଷୀ ବିଭାଗ ରାଜ୍ଯ ଦରବାରରେ ଯେଉଁ ଭଳି ଶୀର୍ଷ ସ୍ଥାନ ଟିଏ ପାଇ ଲୋକଲୋଚନ କୁ ଆସିପାରିଛି ସେହିଭଳି ଆଗାମୀ ଦିନରେ ଆପଣଙ୍କ କାର୍ଯ୍ୟରତ ଜିଲ୍ଲା ଗୁଡ଼ିକ ଜନ ମାନସ ପଟରେ ଲିପି ବଦ୍ଧ ହୋଇ ରହୁ ଏହାହିଁ ଆମ କାମନା।