ଶ୍ରାବଣ ମାସର ପ୍ରଥମ ସୋମବାର ଉପଲକ୍ଷେ , ଗୁଣପୁର ଠାରେ କାଉଡିଆ ଙ୍କ ଭିଡ଼ !
!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (ଗୁଣପୁର) – ଶ୍ରାବଣ ମାସ ଆରମ୍ଭ ହେଲେ ଦେଖାଯାଏ କାଉଡ଼ିଆ ଙ୍କ ଭିଡ । ଶୈବ ପୀଠ ଗୁଡ଼ିକ ରେ ଗେରୁଆ ବସ୍ତ୍ର ର ଏକ ସୁନ୍ଦର ସୁସଜ୍ଜିତ ଧାଡି ମାନ ଦେଖିବାକୁ ମିଳିଥାଏ ।
ରାୟଗଡ ଜିଲ୍ଲା ଗୁଣପୁର ସହର ରେ ଶ୍ରାବଣ ମାସର ପ୍ରଥମ ସୋମବାର ନିମନ୍ତେ ବହୁ ଭକ୍ତ କାନ୍ଧ ରେ ବାହୁଙ୍ଗି ଧରି ସ୍ଥାନୀୟ ବାଘୁଆ ମନ୍ଦିର ଏବଂ ବିଶ୍ୱନାଥ ମନ୍ଦିର ରେ ପାଣି ଢାଳି ପୁଜାଅର୍ଚନା କରିଥିଲେ ।
କାଉଡିଆ ମାନେ ସ୍ଥାନୀୟ ବଂଶଧାରା ନଦୀ ତଟ ରେ ପୂଜା ଅର୍ଚନା କରି ସେଠାରୁ ପାଣି କାନ୍ଧେଈ ବାବା ଶ୍ରୀ ଶିବ ଶଙ୍କର ଙ୍କ ନାମ ଧୁନ୍ ଗାଇ ଗାଇ ପ୍ରଭୁ ଙ୍କ ଆଶୀର୍ବାଦ ଭିକ୍ଷା କରି ଯାତ୍ରା ଆରମ୍ଭ କରିଥିଲେ ।
ଶ୍ରୀ ଶ୍ରୀ ବାବା ବିଶ୍ଵନାଥ ବୋଲବମ ସଂଘ ର କାଉଡ଼ିଆ ମାନେ ବାବା କୃଷ୍ଣ ଚନ୍ଦ୍ର ରାଜୁଗୁରୁ ମହାପାତ୍ର ଓ ପିଙ୍କି ମହାପାତ୍ରଙ୍କ ତତ୍ୱାବଧାନ ରେ ବଡି ଭୋର ରୁ ବଂଶଧାରା ନଦୀ କୂଳ ଭୂତନାଥ ମନ୍ଦିର ଘାଟରେ ପୂଜାର୍ଚ୍ଚନା ସାରି ଘାଟରୁ ପାଣି ଉଠାଇ ଆଣି ଗୁଣପୁର ବାବା ଶ୍ରୀ ରାମ ଲିଙ୍ଗେଶ୍ୱର ( ବାଘୁଆ ମନ୍ଦିର) ଓ ଶ୍ରୀ ବିଶ୍ୱନାଥ ମନ୍ଦିର କୁ ଆସି ଶିଵ ଶମ୍ଭୁ ଙ୍କ ଉପରେ ଢାଳି ପୂଜାର୍ଚ୍ଚନା କରିଛନ୍ତି ।

