ରସିକିଆ ସ୍କୁଲ ମାଷ୍ଟର ……କାଣ୍ଡ ଭିଆଇଲେ ବନ ଭିତର !

ଏଥର ସମ୍ଭାଳ ବ୍ୟୁରୋ (କୁଚିଣ୍ଡା) – ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଜଣେ କଲେଜ ଛାତ୍ରୀଙ୍କୁ ଜଙ୍ଗଲ ଭିତରେ ଦୁଷ୍କର୍ମ କରି ଲୋକଙ୍କ ହାତରେ ଧରା ପଡିଛନ୍ତି ଜଣେ ହାଇସ୍କୁଲ ଶିକ୍ଷକ l କୁଚିଣ୍ଡା ଅଞ୍ଚଳରେ ଏହି ଘଟଣାର ଭିଡ଼ିଓ ଭାଇରାଲ ହେବାପରେ ଏହି ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି l ଅଭିଯୁକ୍ତ ଜଣକ ହେଲେ ବାଉଗୋଡ଼ା ହାଇସ୍କୁଲର ଶିକ୍ଷକ ପ୍ରମୋଦ ଖରସେଲ  l ଭିଡ଼ିଓ ଭାଇରାଲ ହେବାପରେ ଛାତ୍ରୀଙ୍କ ପକ୍ଷରୁ ତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି l କିଛିଦିନ ତଳେ ପ୍ରମୋଦ ଉକ୍ତ ନାବାଳିକା ଛାତ୍ରୀଙ୍କୁ ତାଙ୍କ କଲେଜ ୟୁନିଫର୍ମ ପିନ୍ଧିଥିବା ଅବସ୍ଥାରେ ଜଙ୍ଗଲରୁ ବାହାରୁଥିବା ବେଳେ ଏହି ରାସ୍ତାରେ କିଛି ଲୋକ ତାଙ୍କୁ ଦେଖିଥିଲେ l ଲୋକେ ସେଠାରେ ଜମା ହେବାପରେ ପ୍ରମୋଦ ଓ ସଂପୃକ୍ତ ଛାତ୍ରୀ ଜଣକ  ଘଟଣା ସ୍ଥଳରୁ ପଳାଇବାକୁ ଉଦ୍ୟମ କରିଥିଲେ l ତେବେ ଲୋକମାନେ ମୋବାଇଲରେ ଉଭୟଙ୍କ ଭିଡ଼ିଓ ନେଇଥିଲେ l ଭିଡ଼ିଓ ରେ ପ୍ରମୋଦ ହେଲମେଟ ପିନ୍ଧି ମୁହଁ ଲୁଚାଇବା ଥିବାବେଳେ ଛାତ୍ରୀଙ୍କ ହାତରେ ମୁହଁ ଲୁଚାଇଥିଲେ l ଭିଡ଼ିଓ ଭାଇରାଲ ହୋଇଯିବାରୁ ଛାତ୍ରୀ ଜଣକ ପ୍ରମୋଦଙ୍କ ବିରୋଧରେ କୁଚିଣ୍ଡା ଥାନାରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି l ନାବାଳିକାଙ୍କ ଡ଼ାକ୍ତରି ମାଇନା ଆସିବାପରେ ଅଭିଯୁକ୍ତ ପ୍ରମୋଦକୁ କୁଚିଣ୍ଡା ପୋଲିସ ଗିରଫ କରିଛି l

ସମ୍ପୂର୍ଣ କାର୍ଯ୍ୟକ୍ଷମ ହୋଇପାରୁନି ନବନିର୍ମିତ ହସ୍ପିଟାଲ କୋଠା !

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ରାୟଗଡ ଜିଲ୍ଲା ଗୁଣପୁର ବ୍ଲକ ଅଧିନସ୍ଥ ଜଗନ୍ନାଥପୁର ଗ୍ରାମପଞ୍ଚାୟତ ଠାରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ଦ୍ୱାରା ଗତ ୧୩ ଡିସେମ୍ବର ୨୦୧୮ ମସିହା ରେ ନବ ନିର୍ମିତ କୋଠା ଉଦ୍ଘାଟନ ହୋଇଯାଇଛି ।

କୋଠା ନିର୍ମାଣ ପାଇଁ ଜଗନ୍ନାଥପୁର ସଦର ମହକୁମା ଅଞ୍ଚଳ ରେ ସରକାରୀ ଜମି ର ଅଭାବ ଥିବାରୁ ସ୍ଥାନୀୟ ଅଧିବାସୀ ପୁରୁଷୋତ୍ତମ ଚୌଧରୀ ଙ୍କ ପରିବାର ବର୍ଗ ୩ ଏକର ଜମି ସାଧାରଣ ଙ୍କ ନିମନ୍ତେ ଉତ୍ସର୍ଗ କରିଛନ୍ତି ।

ଏଠାରେ ବହୁଳ ଅର୍ଥ ବ୍ୟୟ ରେ ନିର୍ମିତ ନୂତନ କୋଠା ଟି କାର୍ଯ୍ୟକ୍ଷମ ହୋଇପାରିନି । ପୁର୍ବ ଭଳି ପୁରୁଣା କୋଠା ରେ ହିଁ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଚାଲିଛି । ପ୍ରତ୍ୟେହ ଦିନ ୯ ଘଣ୍ଟା ଠାରୁ ୧୨ ଘଣ୍ଟା ଏବଂ ଅପରାହ୍ନ ୩ ରୁ ସଂଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ଏହି ନୂତନ କୋଠା ଖୋଲାଯାଉଛି ।

ତଥାପି ବେଳେ ବେଳେ ଏହି ସମୟ ମଧ୍ୟରେ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲାଯାଉନଥିବାରୁ ଏଠାକୁ ଆସୁଥିବା ରୋଗୀ କେନ୍ଦ୍ର ଖୋଲା ଯିବା ଆଶା ନେଇ ଅପେକ୍ଷା କରି କରି ଫେରି ଯାଉଥିବା ଦେଖିବାକୁ ମିଳିଛି ।

ଅନ୍ୟ ସମୟ ରେ ଏହି ନୂତନ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲାଯାଉନଥିବାରୁ ଦୁର ଦୁରାନ୍ତ ରୁ ଆସୁଥିବା ରୋଗୀ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖିନ ହେଉଛନ୍ତି ।

ନୂତନ କୋଠା ନିର୍ମାଣ କରାଯାଇଥିବା ସତ୍ୱେ ପୁରାତନ କୋଠା ରେ ହସ୍ପିଟାଲ ଚାଲୁଥିବାରୁ ଏବଂ ଏଠାକୁ କର୍ମଚାରୀ ମାନେ ଠିକ୍ ଭାବେ ଆସୁନଥିବା ହେତୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏହି ଚିକିତ୍ସାଳୟ ରେ ୭ ଜଣ ଡାକ୍ତର ନିଯୁକ୍ତି ପାଇଥିବା ଜଣାପଡ଼ିଛି । ଏହି ଚିକିତ୍ସାଳୟ ର ଦାୟିତ୍ଵ ରେ ରହିଥିବା ଡାକ୍ତର ହିମାଂଶୁ ଦାସ ସପ୍ତାହର ୪ ଦିନ ଏଠାରେ ରହି ଅନ୍ୟ ଦିନ ଗୁଡ଼ିକ ପୁରୁଷୋତ୍ତମପୁର ଠାରେ ରହିଥିବା ତାଙ୍କ ନିଜସ୍ୱ କ୍ଲିନିକ୍ ରେ ବ୍ୟସ୍ତ ରହୁଥିବା ସାଧାରଣ ରେ ଅଭିଯୋଗ ହେଉଛି । ଏଭଳି ଅବ୍ୟବସ୍ଥା ଯୋଗୁଁ ସ୍ଥାନୀୟ ରୋଗୀ ନିକଟସ୍ଥ ଆନ୍ଧ୍ର ସୀମାରେ ଥିବା ହସ୍ପିଟାଲ ଉପରେ ନିର୍ଭର କରୁଥିବା ଦେଖା ଦେଇଛି ।

ନୂତନ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ଆସିଥିବା ରୋଗୀ ଶଯ୍ୟା ଗୁଡ଼ିକ ଏଠାରେ ରଖା ନଯାଇ ଏହାକୁ ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଘରେ ରଖି ବ୍ୟବହାର କରୁଥିବା ଅଭିଯୋଗ ହେଉଛି ।

ଏହି ସ୍ବାସ୍ଥ୍ୟ କେନ୍ଦ୍ର ଅଧିନରେ ୨ ଗୋଟି ପ୍ରାଇମେରୀ ହେଲଥ ସେଂଟର ରହିଛି । ଡମ୍ବସରା ଓ ପୁଟାସିଂ ଠାରେ ଚାଲୁଥିବା ଏହି ଦୁଇ ଟି କେନ୍ଦ୍ର ରେ ଚିକିତ୍ସିତ ହେଉଥିବା ଗର୍ଭବତୀ ମହିଳାଙ୍କ ମଧ୍ୟରୁ ଅଦ୍ୟାବଧି ୫ ଜଣ ଗର୍ଭବତୀ ମହିଳା ମୃତ୍ୟୁ ବରଣ କରିଥିବା ଖବର ଏହି ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଏହାର କାରଣ ଅସ୍ପଷ୍ଟ ରହିଛି ଏବଂ ଘଟଣାଟିକୁ ଚପେଇ ଦେବାରେ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ପ୍ରୟାସ କରୁଥିବା କୁହାଯାଉଛି । ଏ ନେଇ ଏକ ବିଧିବଦ୍ଧ ଅନୁସନ୍ଧାନ କରାଗଲେ ଏହାର ସତ୍ୟତା ପ୍ରକାଶ ପାଇବ ।

ବର୍ତ୍ତମାନ ର ସ୍ବାସ୍ଥ୍ୟ ବିଭାଗ ର ମୁଖ୍ୟ ସଚିବ ଶ୍ରୀ ପ୍ରଫୁଲ କୁମାର ମେହେର୍ଦ୍ଦା ଏବଂ ଯୁଗ୍ମ ସଚିବ ଶ୍ରୀମତୀ ଗୁହା ପୁନମ୍ ତାପସ୍ କୁମାର ଏହି ଜିଲ୍ଲା ର ପୂର୍ବତନ ଜିଲ୍ଲାପାଳ ଭାବେ ରହି ଯାଇଥିବାରୁ ଜିଲ୍ଲା ର ଏହି ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତି ଦୃଷ୍ଟି ଦେବେ ବୋଲି ଅଞ୍ଚଳବାସୀ ଆଶା ପ୍ରକଟ କରିଛନ୍ତି ।

ହସ୍ପିଟାଲ ଯିବା ରାସ୍ତା ରେ ଅଟୋ ରେ ଜନ୍ମ ନେଲା ଅସାଧାରଣ ଶିଶୁ !

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ଗୁଣପୁର ବ୍କିକ୍ ଅଧିନସ୍ଥ ଦଣ୍ଡୁଗୁଡା କୁଡିଆ ଗ୍ରାମ ର ବୃନ୍ଦାବତୀ ଶବର ଜନ୍ମ ଦେଇଛନ୍ତି ଏକ ଅସାଧାରଣ ଶିଶୁ । ଗତ ୫ ବର୍ଷ ପୂର୍ବେ ବୃନ୍ଦାବତୀ ରାୟଗଡ ଜିଲ୍ଲା ବିଷମ କଟକ ହସ୍ପିଟାଲ କୁ ପ୍ରଥମ ପ୍ରସବ ପାଈଁ ଯାଇଥିଲେ । ସେଠାରେ ସେ ପୁତ୍ର ସନ୍ତାନ ଟିଏ ଜନ୍ମ ଦେବା ପରେ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ପଠାଯାଇଥିଲା ।

ପରୀକ୍ଷା ପରେ ସେ ପାରାଲିସେସ୍ ରୋଗ ରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ପରବର୍ତ୍ତୀ ସମୟରେ ଦ୍ବିତୀୟ ଗର୍ଭ ହେବା ପରେ ସେ ପ୍ରସବ ନିମନ୍ତେ ଦଣ୍ଡୁଗୁଡା ଗ୍ରାମ ଠାରୁ ୧୦ କିମି ଦୂରତା ଗୁଣପୁର ହସ୍ପିଟାଲ କୁ ଯିବା ବାଟ ରେ ଅଟୋ ଭିତରେ ସନ୍ତାନ ଜନ୍ମ ଦେଇଥିଲେ ।

ଏହି ସନ୍ତାନ ଜନ୍ମ ନେବ ପୁର୍ବ ରୁ ମୃତ ଅବସ୍ଥା ଥିବା ଜଣାପଡ଼ିଥିଲା । ଶିଶୁ ଟି ଗର୍ଭାବସ୍ଥା ରେ ଥିବା ବେଳେ ଏହାର ର ପରୀକ୍ଷା କରାଯାଇନଥିଲା କୀ ବୋଲି ପ୍ରଶ୍ନ ଉଠୁଛି ।

ପ୍ରସବିତ ମୃତ ସନ୍ତାନ ଟି ଏକ ଅସାଧାରଣ ଆକୃତି ଦେଖା ଦେଇଛି । ଗର୍ଭବତୀ ମହିଳା ଙ୍କୁ ସରକାରୀ ଅମ୍ବୁଲେଂସ୍ ରେ ନ ଅଣାଯାଇ ଅଟୋ ସହାୟତା ରେ କାହିଁକି ଅଣାଯାଉଥିଲା ଏହାର କାରଣ ଅସ୍ପଷ୍ଟ ରହିଛି ।