ଉଚ୍ଚ ଶିକ୍ଷା ର ସହାୟତା ନିମନ୍ତେ ଅଭିଯୋଗ ପ୍ରକୋଷ୍ଠ ରେ ଛାତ୍ରୀ !

!!! ରାୟଗଡ ଜିଲ୍ଲା ରାମନାଗୁଡା ରୁ ଡ଼ି କିରଣ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୁରୋ (ରାମନାଗୁଡା) – ନିଜର ଉଚ୍ଚ ଶିକ୍ଷା ର ସହାୟତା ନିମନ୍ତେ ସମ୍ପ୍ରତି ରାମନାଗୁଡ଼ା ଠାରେ ଅନୁଷ୍ଠିତ ହୋଇଯାଇଥିବା ଜିଲ୍ଲା ସ୍ତରୀୟ ଅଭିଯୋଗ ପ୍ରକୋଷ୍ଠ ରେ ହାଜର ହୋଇଛନ୍ତି ଛାତ୍ରୀ ସୁଶ୍ରୀ. ମହିମା ପଣ୍ଡା ସୁଶ୍ରୀ ମହିମା ୨୦୧୪ ମସିହା ନବୋଦୟ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ରାୟଗଡ଼ା ଜିଲ୍ଲା ଥେରୁବାଲି ନିକଟସ୍ଥ ବୁର୍ଜୀ ଗୁଡା ଜବାହର ନବୋଦୟ ବିଦ୍ୟାଳୟ ର ଷଷ୍ଠ ଶ୍ରେଣୀ ରେ ଜଏନ କରିଥିଲେ। ସେହି ଦିନ ଠାରୁ ସେ ଏହି ବିଦ୍ୟାଳୟର ଛାତ୍ରୀ ଭାବେ ଅଧ୍ୟୟନ କରି ଷଷ୍ଠ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଉତ୍ତୀର୍ଣ୍ଣ ହୋଇ ଆସିଛନ୍ତି। ଗତ ଦଶମ ଶ୍ରେଣୀର ପରୀକ୍ଷା ରେ ଏହି ବିଦ୍ୟାଳୟ ତରଫରୁ ବିଦ୍ୟାର୍ଥୀ ଭାବେ ପରୀକ୍ଷା ଦେଇ ୬୫ ପ୍ରତିଶତ ନମ୍ବର ରଖି ପାସ୍ ହୋଇଛନ୍ତି। ତାଙ୍କ ଶ୍ରେଣୀ ରେ ମୋଟ ୪୦ ଜଣ ବିଦ୍ୟାର୍ଥୀ ପଢୁଥିବା ବେଳେ ତନ୍ ମଧ୍ୟରୁ ସୁଶ୍ରୀ ପଣ୍ଡା ଅନ୍ୟତମ ଦଶମ ଶ୍ରେଣୀ ପାସ୍ କରିବା ପରେ ପୁଣି ବିଦ୍ୟାଳୟ ର ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ବିଦ୍ୟାର୍ଥୀ ଭାବେ ସେ ପାଠପଢା ଆରମ୍ଭ କରି ତାଙ୍କ କେରିଅର୍ ବନାଇବେ ବୋଲି ଆଶା ରଖିଥିଲେ। କିନ୍ତୁ ତାଙ୍କର ଏହି ଆଶା ମଉଳି ଯାଇଥିଲା ଯେଉଁ ଦିନ ଏହି ବିଦ୍ୟାଳୟର ପ୍ରିନ୍ସପାଲ ତାଙ୍କୁ ଯୁକ୍ତ ଦୁଇ ବିଦ୍ୟାଳୟ ର ଛାତ୍ରୀ ଭାବେ ଗ୍ରହଣ କରାଯାଇପାରିବ ନାହିଁ ବୋଲି କହିଥିଲେ।

ପରେ ସେ ତାଙ୍କ ମା’ଙ୍କ ସହ ମିଶି ରାମନାଗୁଡ଼ା ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା ଅଭିଯୋଗ ପ୍ରକୋଷ୍ଠ କୁ ଯାଇ ଫେରାଦ କରିଛନ୍ତି। ଏହାଙ୍କ ଅଭିଯୋଗ ଶୁଣି ଶୁଣାଣୀ ନିମନ୍ତେ ଆସିଥିବା ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ. ଆମ୍ରୀତ ରିତୁରାଜ ଏହି କ୍ଷେତ୍ରରେ ତାଙ୍କୁ ସହଯୋଗ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଛନ୍ତି। ସୁଶ୍ରୀ. ମହିମା ଙ୍କ ପରିବାର କହିଛନ୍ତି କି ତାଙ୍କ ଝିଅ ଦଶମ ଶ୍ରେଣୀ ପାସ କରିବା ପରେ ନିଶ୍ଚିତ ପୂର୍ବଧାରା ଅନୁଯାୟୀ ଏହି ବିଦ୍ୟାଳୟରେ ପଢିବାର ସୁଯୋଗ ପାଇବେ। ଏଣୁ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଅନଲାଇନ୍ ରେ ଅନ୍ୟ କୌଣସି ମହାବିଦ୍ୟାଳୟ କୁ ଦରଖାସ୍ତ କରିନାହାଁନ୍ତି। ବର୍ତ୍ତମାନ୍ ଆବେଦନ କରିବା ସମୟ ବିତିଯାଇଥିବା ପରେ ଏହି ବିଦ୍ୟାଳୟରେ ମହିମା ଙ୍କୁ ପଢ଼ିବାର ସୁଯୋଗ ନଦେବା ନେଇ ବିଦ୍ୟାଳୟପକ୍ଷ୍ୟରୁ ତାଙ୍କୁ ରୋକ୍ ଠୋକ ମନା କରାଦିଆଯାଇଛି। ସୁଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି କି ଯଦି ତାଙ୍କୁ ଏହି ବିଦ୍ୟାଳୟରେ ଚଳିତ ବର୍ଷ ପଢିବାର ସୁଯୋଗ ମିଳୁନି ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ପୂର୍ବ ରୁ ଜଣା କରିବା କଥା। ଏପରିକି ତାଙ୍କ ବାପା ଏହି ବିଦ୍ୟାଳୟ ଶିକ୍ଷକ ଓ ଅଭିଭାବକ ସଂଘ ର ଜଣେ ସଦସ୍ୟ ରହିଛନ୍ତି ଏବଂ ବିଦ୍ୟାଳୟ ଦ୍ଵାରା ଖୋଲା ଯାଇଥିବା ୱାଟସାପ୍ ଗ୍ରୁପ ର ସଦସ୍ୟ ଅଛନ୍ତି। ଯଦି ତାଙ୍କୁ କୌଣସି ମାଧ୍ୟମରେ ଏହି ବିଦ୍ୟାଳୟରେ ଅଧ୍ୟୟନ କରିବାର ଯୋଗ୍ୟ ନଥିବା ଜଣାଇ ଦିଆଯାଆନ୍ତା ତେବେ ସେ ଅନ୍ୟ କୌଣସି ଠାରେ ସେ ଆବେଦନ କରିଥାନ୍ତେ।

ଏହି ପରିପ୍ରେକ୍ଷୀ ରେ ସେ ଜିଲ୍ଲା ପ୍ରଶାସକ ଙ୍କୁ ଅନୁରୋଧ କରିଛନ୍ତି କି ଏହି ବିଦ୍ୟାଳୟର ଖାଲିଥିବା ସ୍ଥାନରେ ତାଙ୍କୁ ଜଏନ କରିବାକୁ ଦିଆଯାଇ ଉଚ୍ଚ ଶିକ୍ଷା ଲାଭ କରିବାର ସୁଯୋଗ ଦିଆଯାଉ। ଅନ୍ୟପକ୍ଷ ରେ ଚଳିତ ଶିକ୍ଷା ବର୍ଷ ରେ ସେ ଉଚ୍ଚ ଶିକ୍ଷା ପାଇବାରୁ ବଞ୍ଚିତ ହେବେ ଏବଂ ପାଠପଢା କ୍ଷେତ୍ର ରେ ତାଙ୍କର ଏକ ବର୍ଷ ନଷ୍ଟ ହେବ। ଏହା ମଧ୍ଯ ସେ ଅଭିଯୋଗ କରିଛନ୍ତି କି ଗତ ବର୍ଷ ଧାର୍ଯ୍ୟ କରାଯାଇଥିବା କଟ ଅଫ ମାର୍କ ର ନମ୍ବର ଠାରୁ ଖୁବ୍ କମ୍ ନମ୍ବର ରଖି ଛାତ୍ରୀ ଜଏନ କରିବାର ସୁଯୋଗ ପାଇଥିଲେ ମଧ୍ଯ ଏ ବର୍ଷ ୟାଙ୍କ ପାଇଁ କାହିଁକି ଏହି ପାତର ଅନ୍ତର । ଜିଲ୍ଲା ପ୍ରଶାସନ ସୁଶ୍ରୀ ମହିମା ଙ୍କ କ୍ଷେତ୍ର ରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ଉଚ୍ଚ ଶିକ୍ଷା ଅଧ୍ୟୟନ ର ସୁଯୋଗ ଦେବେ ବୋଲି ପରିବାର ଆଶା ବ୍ୟକ୍ତ କରିଛନ୍ତି। ସୁଶ୍ରୀ ମହିମା ପଣ୍ଡା ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମବାସୀ ଶ୍ରୀ ନରସିଂହ ପଣ୍ଡା ଙ୍କ ଝିଅ ଏବଂ ତାଙ୍କ ବାପା ଜଣେ ପ୍ରାଥମିକ ଶିକ୍ଷକ ବୋଲି ଜଣା ପଡ଼ିଛି।

ଏ ନେଇ ପ୍ରିନ୍ସିପାଲ ଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ଆମ୍ଭ ଦ୍ୱାରା ସଂଗୃହିତ ଦୁରଭାଷ ନମ୍ବର ୮୫୦୦୮୯୬୩୩୨ ଏବଂ ୭୬୦୬୦୯୪୬୪୭ କୁ ଯୋଗାଯୋଗ କରଯାଇଥିଲା । ଉଭୟ ଦୁଇଗୋଟି ନମ୍ବର ସୁଇଚ ଅଫ୍ ଥିବାରୁ ପ୍ରିନ୍ସପାଲ ଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଗଜପତି ଜିଲ୍ଲା ରେ ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ ଉପରେ ଜିଲ୍ଲା ସ୍ତରୀୟ ଇଣ୍ଟରଫେସ କାର୍ଯ୍ୟକ୍ରମ ଅନୁଷ୍ଠିତ…!

ଏଥର ସମ୍ଭାଳ ବ୍ୟୁରୋ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୃତ୍ତିକା ସଂରକ୍ଷଣ ବିଭାଗର ସମ୍ମିଳନୀ କକ୍ଷ ଠାରେ କମ୍ୟୁନିଟି ରେଡିଓ ୯୦.୮ ଜନକଲ୍ୟାଣ ପ୍ରତିଷ୍ଠାନ ପକ୍ଷରୁ ୟୁନିସେଫ ସହାୟତାରେ ଏକ ଜିଲ୍ଲାସ୍ତରୀୟ ଇଣ୍ଟରଫେସ ତଥା ପରିସରଭୂକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠି ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ କିଶୋର ଓ ଯୁବାବୟସ ପ୍ରାପ୍ତ ମାନଙ୍କୁ ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ ଉପରେ କିଭଳି ସଚେତନ କରାଇ ସେମାନଙ୍କୁ ଏହାର ପରିସର ଭୁକ୍ତ କରାଯାଇପାରିବ ସେ ନେଇ ଏଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପ୍ରତିଷ୍ଠାନର ମୁଖ୍ୟ ଦୁର୍ଗା ମାଧବ ପଣ୍ଡା ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ କହିଥିଲେ । ଜିଲ୍ଲା ବନଖଣ୍ଡିୟ ଅଧିକାରୀ ବିବେକ କୁମାର ତ୍ୟାଗି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ଲାଷ୍ଟିକ ଓ ପଲିଥିନ ଆମ ପରିବେଶକୁ ଶୋଷଣ କରୁଛି । ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ପ୍ଲାଷ୍ଟିକର ବ୍ୟବସାୟ ବହୁଳ ମାତ୍ରାରେ ବଢି ଚାଲିଛି ଆମେ କଣ କରୁଛୁ ଏବଂ ଏହାର ବ୍ୟବହାର ଦ୍ୱାରା ପରିବେଶ ଉପରେ କି ପ୍ରକାର ପ୍ରଭାବ ପଡୁଛି । ଏ ଦିଗରେ ଆମେ ସମ୍ପୁର୍ଣ୍ଣ ଭାବେ ସଚେତନ ହୋଇପାରିଲେ ହିଁ ଏହାର ବ୍ୟବହାରକୁ ରୋକାଯାଇପାରିବ ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଯୋଗ ଦେଇ ସହରରେ ଅଳିଆ ଆବର୍ଜନା ବାର୍ଜ୍ୟବସ୍ତୁର ସ୍ଥିତ ଏବଂ ଏ ଦିଗରେ ପୌରସଂସ୍ଥା ଓ ବାଣିଜ୍ୟ ଏବଂ ଘରୋଇ ମାନଙ୍କ ଭୁମିକା ଓ ଗୋଷ୍ଠୀ ସ୍ତରରେ ଏହାର ପରିଚାଳନା କିଭଳି ହେବା ଆବଶ୍ୟକ ତାହା ବୁଝାଇଥିଲେ ।
ସ୍ୱାସ୍ଥ୍ୟ ମିଶନର ସୌମ୍ୟା ଗୌଡ ଏବଂ ଏଡିଏମଓ ଡ. ପ୍ରଦୀପ କୁମାର ପାତ୍ର ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ପ୍ଲାଷ୍ଟିକ ଓ ବାର୍ଜ୍ୟବସ୍ତୁ ଦ୍ୱାରା ସ୍ୱାସ୍ଥ୍ୟରେ ପଡୁଥିବା ପ୍ରଭାବ ସମ୍ପର୍କରେ କହି ଶୋଭାଯାତ୍ରା, ସଭା, ମାସମିଡିଆ, ପୋଷ୍ଟେଲ , ନାଚ,ଗୀତ,ପଥପ୍ରାନ୍ତ ନାଟକ ପ୍ରଭୃତି ଦିଗରେ ପ୍ଲାଷ୍ଟିକ, ପଲିଥିନ ବ୍ୟବହାରରେ ପଡୁୁଥିବା କୁ -ପ୍ରଭାବ ଉପରେ ସଚେତନ କରାଯାଇପାରିଲେ ହିଁ ଏହାର ବ୍ୟବହାରକୁ ରୋକାଯାଇପାରିବ ବୋଲି କହିଥିଲେ । ଏହି ଅବସରରେ ଏକ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅକ୍ଷୟ ମହାନ୍ତି ପ୍ରାରମ୍ଭିକ ସୂଚନା କହିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଜନବାଣୀ କମୁ୍ୟନିଟି ରେଡିଓ ୯୦.୮ର ମୀନାକ୍ଷୀ ଶବର, ସୌଦାମିନୀ ନାୟକ ଏବଂ ରଶ୍ମିତା ଜେନା ପ୍ରମୁଖ ପରିଚାଳନା କରିଥିଲେ ।

ପଞ୍ଚାୟତ ପ୍ରତିନିଧି ମାନଙ୍କ ୩ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହୋଇଯାଇଛି …!

ଏଥର ସମ୍ଭାଳ ବ୍ୟୁରୋ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ଠାରେ ସୁରକ୍ଷା ସ୍ୱେଚ୍ଛାସେବୀ ଅନୁଷ୍ଠାନ କାର୍ଯ୍ୟାଳୟ ର ସଭାଗୃହ ଠାରେ ଅନୁଷ୍ଠାନ ପକ୍ଷରୁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତ ରାଜ ବିଭାଗ ଆନୁକୂଲ୍ୟରେ ପଞ୍ଚାୟତ ପ୍ରତିନିଧି ମାନଙ୍କ ୩ଦିନିଆ ପ୍ରଶିକ୍ଷଣ କାଯ୍ୟକ୍ରମ ଆମ ଗାଁ-ଆମ ବିକାଶ ସମ୍ପର୍କିତରେ ଅନୁଷ୍ଠିତ ହୋଇଯାଇଛନ୍ତି।ଏହି କାର୍ଯ୍ୟକ୍ରମରେ ସୁରକ୍ଷା ଅନୁଷ୍ଠାନର ମୁଖ୍ୟ ଏସ .ମୋତି ଲାଲ ରେଡ୍ଡୀଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁରର କୈଳାସ ମହାନ୍ତି ଯୋଗ ଦେଇ ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ଦିଗରେ ପଞ୍ଚାୟତ ପ୍ରତିନିଧି ମାନଙ୍କ ରହିଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ କର୍ତ୍ତବ୍ୟ ସମ୍ପର୍କରେ ବିଶେଷ ଆଲୋକପାତ କରିଥିଲେ । ମୁଖ୍ୟତଃ ଆମ ଗାଁ-ଆମ ବିକାଶ କାର୍ଯ୍ୟକ୍ରମ ଅନୁସାରେ ବିଭିନ୍ନ କ୍ଷେତ୍ରରେ ଗ୍ରାମାଞ୍ଚଳର ବିକାଶ କେମିତି ହୋଇ ପାରିବ ଏବଂ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା ଗୁଡ଼ିକର ସଫଳ ରୂପାୟନ କିଭଳି ହୋଇ ପାରିବ ସେସବୁ ଉପରେ ବୁଝାଇ ସଚେତନ କରାଇଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ପ୍ରଶିକ୍ଷକ ଭାବେ ଦେବୀ ପ୍ରାସାଦ ମିଶାଲ ଓ ସମୟ ଚୌଧୁରୀ ପ୍ରମୁଖ ଯୋଗଦେଇ ନୂଆଗଡ ବ୍ଲକ ଅନ୍ତର୍ଗତ ଟାଗିଲି,ତାବରଡା ଏବଂ ନୂଆଗଡ ପ୍ରଭୁତି ବିଭିନ୍ନ ପଞ୍ଚାୟତ ଅଞ୍ଚଳର ପଞ୍ଚାୟତ ପ୍ରତିନିଧି, ଗ୍ରାମସେବକ ଓ ଆଶାକର୍ମୀ ମାନେ ବହୁ ସଂଖ୍ୟାରେ ଯୋଗ ଦେଇ ପ୍ରଶିକ୍ଷଣ ନେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସୁରକ୍ଷା ଅନୁଷ୍ଠାନର ସଂଯୋଜକ ପ୍ରସନ୍ନ କୁମାର ଦଳେଇ ଏବଂ ବିଘ୍ନରାଜ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ।

ବିଶ୍ବଭୂଷଣ ହରିଚନ୍ଦନ ହେଲେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପ୍ରତୀକ୍ଷାର ଅନ୍ତ ଘଟିଛି । ବହୁ କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ପଡିଛି । ବିଳମ୍ବ ହେଲେ ବି ଓଡ଼ିଶାର ବିଶିଷ୍ଟ ଜନନେତା , ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶ୍ରୀ ବିଶ୍ବଭୂଷଣ ହରିଚନ୍ଦନ ଆନ୍ଧ୍ର ପ୍ରଦେଶର ରଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ରାଷ୍ଟ୍ରପତି ଭବନରୁ ଏହି ମର୍ମରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିଯୁକ୍ତି ପରେ ବିଭିନ୍ନ ମହଲରୁ ଶ୍ରୀ ହରିଚନ୍ଦନଙ୍କୁ ବିଭିନ୍ନ ମହଲରୁ ବିପୁଳ ସୁଭେଚ୍ଛାର ସୁଅ ଛୁଟିଛି |
ଏହି ଗୁରୁତ୍ୱପୂର୍ଣ ନିଯୁକ୍ତି ପାଇବା ପରେ ଶ୍ରୀଯୁକ୍ତ ହରିଚନ୍ଦନ ତାଙ୍କ ପ୍ରତିକ୍ରିୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ସାହଙ୍କୁ କୃତଜ୍ଞତା ଜଣାଇବା ସହ ସ୍ୱତନ୍ତ୍ର ଭାବେ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ | ସୂଚନା ଯୋଗ୍ୟ ଯେ ଶ୍ରୀ ହରିଚନ୍ଦନଙ୍କୁ ଏହି ଗୁରୁତ୍ୱପୂର୍ଣ ନିଯୁକ୍ତି ମିଳିବା ପଛରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପ୍ରମୁଖ ଭୂମିକା ରହିଛି ।
ଓଡିଶା ରାଜନୀତିରେ ଦୀର୍ଘ ଅର୍ଧ ଶତାବ୍ଦୀର ଅନୁଭୂତି ରଖିଥିବା ବିଶ୍ୱଭୂଷଣ ହରିଚନ୍ଦନ ଜନସଂଘରୁ ତାଙ୍କ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ବେଳେ ଶ୍ରୀ ହରିଚନ୍ଦନ ବିଜେପି ଗଠନ ହେବା ପରେ ୧୯୮୦ରୁ ୧୯୮୮ ପର୍ଯ୍ୟନ୍ତ ବିଜେପି ରାଜ୍ୟ ସଭାପତି ରହିଥିଲେ । ପରବର୍ତ୍ତୀ ସମୟରେ ସେ ଜନତା ଦଳରେ ଯୋଗଦେଇ ବିଜୁ ବାବୁଙ୍କ ମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ | ୧୯୯୬ରେ ପୁଣି ବିଜେପିକୁ ପ୍ରତ୍ୟାବର୍ତ୍ତନ କରିଥିଲେ | ମୋଟ ୫ଥର ବିଧାୟକ ହୋଇଥିବା ଶ୍ରୀ ହରିଚନ୍ଦନ ତିନିଜଣ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ, ବିଜୁ ପଟ୍ଟନାୟକ ଏବଂ ନବୀନ ପଟ୍ଟନାୟକ(ମେଣ୍ଟ ସରକାର)ଙ୍କ ମନ୍ତ୍ରିମଣ୍ଡଳରେ ବହୁ ଗୁରୁତ୍ୱପୂର୍ଣ ବିଭାଗ ଦାୟିତ୍ୱ ସଫଳତାର ସହ ନିର୍ବାହ କରିଥିଲେ | ୨୦୦୯ରେ ସେ ଶେଷଥର ପାଇଁ ଭୁବନେଶ୍ୱର ବିଧାନସଭା ଆସନରୁ ଲଢ଼ି ପରାଜିତ ହେବ ପରେ ବି ଦଳୀୟ କାର୍ଯ୍ୟକ୍ରମରେ ଆବଶ୍ୟକ ସମୟରେ ସକ୍ରିୟ ଭୂମିକା ନିର୍ବାହ କରି ଆସୁଥିଲେ |

ଗ୍ରାମୀଣ ମହିଳାଙ୍କ କାର୍ଯ୍ୟଶୀଳ ଦକ୍ଷତାକୁ ପରିପ୍ରକାଶ କରାଇବ ସିଏସସି-ଭିଏଲ୍ଇ ; ସିଏସସି -ଭିଏଲ୍ଇ ୱାର୍କସପର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ/ଭୁବନେଶ୍ୱର) – ନୂଆଦିଲ୍ଲୀ ଠାରେ ମଙ୍ଗଳବାର କମନ୍ ସର୍ଭିସ୍ ସେଂଟର(ସିଏସସି ) ଦିବସ ଅବସରରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଏସସି ଓମେନ୍ ଭିଲେଜ୍ ଲେଭେଲ୍ ଏଂଟ୍ରପ୍ରିନର୍ସ (ଭିଏଲଇ) ୱାର୍କସପକୁ କେନ୍ଦ୍ର ବୈଦୁତିକ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ସଞ୍ଜୟ ଧୋତ୍ରେଙ୍କ ଉପସ୍ଥିତିରେ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଘରର ସମସ୍ତ ପ୍ରକାର ପରିଚାଳନାରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ କହିବା ସହ ଭିଏଲଇ ଦ୍ୱାରା ସେମାନଙ୍କ ଦକ୍ଷତାର କିପରି ଲାଭ ଉଠାଯାଇପାରିବ ତା’ଉପରେ ଆଲୋକପାତ କରିଥିଲେ ।
ଭିଏଲଇ ଗ୍ରାମାଂଚଳରେ ଉଦ୍ୟମଶୀଳତାକୁ ଗତି ଦେବା ବିଶେଷତଃ ମହିଳାମାନଙ୍କର ଆତ୍ମବିଶ୍ୱାସକୁ ପରିପ୍ରକାଶ କରିବା ଓ ସେମାନଙ୍କୁ ସଶକ୍ତ ମଧ୍ୟ କରିବ । ଏହା ଗାଁରେ ଅର୍ଥବ୍ୟବସ୍ଥାର ବିକାଶ କରିବା ସହ ସମସ୍ତଙ୍କୁ ସେବା ମଧ୍ୟ ଯୋଗାଇବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ସିଏସସି ମାଧ୍ୟମରେ ଏଲପିଜି ଗ୍ୟାସର ପଞ୍ଜିକରଣ ଓ ରିଫିଲ ଭରିବା ଓଡିଶା ରାଜ୍ୟରୁ ଆରମ୍ଭ ହୋଇଛି । ଏହି ମଡେଲ୍ ଏଲପିଜି ବିତରଣ ନେଟୱାର୍କକୁ ବିସ୍ତାର କରିବାରେ ସାହାଯ୍ୟ କରିପାରିବ । ଏହାବ୍ୟତିତ ସିଏସସି ଗାଁରେ ରାଜସ୍ୱ ବୃଦ୍ଧି କରିବା ସହ ମହିଳାମାନଙ୍କ ପାଇଁ ଆର୍ଥିକ ଅବସରର ଦ୍ୱାର ଖୋଲିବ ଏବଂ ସେମାନଙ୍କୁ ଉଦ୍ୟମୀ କରିବ । ଏହାସହ ଗାଁରେ ଏସଏଚଜି ପରମ୍ପରାକୁ ଉତଥାନ କରିବା ପାଇଁ ପ୍ରତ୍ସାହିତ କରିପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଦେଶରେ ଏଲପିଜି ବ୍ୟବହାରକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ସିଏସସି ସହ ଏଲପିଜି ବିତରଣକୁ ଏକୀଭୂତ କରିବାର ଏକ ଭଲ ସୁଯୋଗ । ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଏହାର ଲାଭ ଉଠାଇବା ପାଇଁ ପ୍ରସ୍ତୁତି ଚାଲିଥବା ଶ୍ରୀ ପ୍ରଧାନ କହିଛନ୍ତି ।

ଓଏଏଲପି ଚୁକ୍ତି ସ୍ୱାକ୍ଷର ଉର୍ଜା ଓ ପେଟ୍ରୋଲିୟମ କ୍ଷେତ୍ରରେ ଏକ ବୃହତ ପଦକ୍ଷେପ ; ଓଏଏଲପି ଦ୍ୱାରା ଆବଂଟିତ ୩୨ ବ୍ଲକ ପାଇଁ ପଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାୟର ଚୁକ୍ତି ସ୍ଵାକ୍ଷର – ଧର୍ମେନ୍ଦ୍ର ପ୍ରଧାନ

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ/ଭୁବନେଶ୍ୱର) – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଓପନ୍ ଏକ୍ରେଜ୍ ଲାଇନସେସିଂ ପ୍ରୋଗ୍ରାମ (ଓଏଏଲ୍ପି) ଅଧୀନରେ ଦ୍ୱିତୀୟ ଓ ତୃତୀୟ ବିଡ୍ ରାଉଣ୍ଡରେ ଆବଂଟିତ ୩୨ ବ୍ଲକ ପାଇଁ ଚୁକ୍ତି ସାକ୍ଷର କରିଛି ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କ୍ରୁଡ୍ ଅଏଲ୍ ଏବଂ ଗ୍ୟାସର ଉତ୍ପାଦନ ବଢାଇବା ସରକାରଙ୍କ ପ୍ରାଥମିକତା । ଦେଶରେ ରିଫାଇନାରୀର ନେଟ୍ୱାର୍କ ଏବଂ ବଜାର ପ୍ରତିଷ୍ଠିତ ଅଛି । ଆଗାମୀ ଦିନରେ ଉର୍ଜା ଓ ପେଟ୍ରୋଲିୟମ କ୍ଷେତ୍ରରେ ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ବେଳେ ଆଜିର ଓଏଲଏପି କଂଟ୍ରାକ୍ଟ ଏହି ଦିଗରେ ବୃହତ ପଦକ୍ଷେପ ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଆଗାମୀ ଦିନରେ ଭାରତ ୫ ଟ୍ରିଲିୟନର ଅର୍ଥନୀତି ହେବାକୁ ଯାଉଛି । ଏଥିପାଇଁ ଉର୍ଜା ସୁରକ୍ଷା, ଉପଲ୨ି ଓ ଅଭିଗମ୍ୟତା ହେବା ଆବଶ୍ୟକ । ଆଗାମୀ କିଛି ବର୍ଷରେ ଭାରତ ଉର୍ଜା ବ୍ୟବହାର କ୍ଷେତ୍ରରେ ଚିନକୁ ଟପିବ । ଗତ ୫ ବର୍ଷରେ ଉର୍ଜା ଓ ପେଟ୍ରୋଲିୟମ କ୍ଷେତ୍ରରେ ବହୁ ସଂସ୍କାର ଅଣାଯାଇଛିା ଦେଶର ଉପôାଦନ ବଂଟନରୁ ରାଜସ୍ୱ ବଂଟନ ଏବଂ ବର୍ତମାନ ସର୍ବାଧିକ କାର୍ଯ୍ୟ ପ୍ରତିଶ୍ରୁତି କାର୍ଯ୍ୟକ୍ରମକୁ ପହଁଚିଛି, ଯାହା ଉତ୍ପାଦନ ବୃଦ୍ଧି ପାଇଁ ଆବଶ୍ୟକ ।
ଓଏଲଏପିର ସଫଳ ବିଡରଙ୍କୁ ଶ୍ରୀ ପ୍ରଧାନ ଆଶ୍ୱାସନା ଦେଇଛନ୍ତି ଯେ, ଆଲୋଚନା ଓ ବୁଝାମଣା ମାଧ୍ୟମରେ କୌଣସି ବିଷୟର ସମାଧାନ କରାଯାଇପାରିବ ଏବଂ କୌଣସି ପ୍ରକଳ୍ପ ବିଳମ୍ବ ହେବା ଉଚିତ୍ ନୁହେଁ ।

ପ୍ରଧାନଶିକ୍ଷକଙ୍କ ବଦଳି ବାତିଲକୁ ନେଇ ପାଲା ; ଗ୍ରାମବାସୀ ପକାଇଲେ ସ୍କୁଲ ଫାଟକରେ ତାଲା…!

ଏଥର ସମ୍ଭାଳ ବ୍ୟୁରୋ (ମୟୂରଭଞ୍ଜ) – ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ଶାମାଖୁଣ୍ଟା ବ୍ଲକର ବାଉଁଶବିଲା ଗ୍ରାମପଞ୍ଚାୟତର ଦାଡ଼ଦୁଡ଼ ସରକାରୀ ପ୍ରାଥମିକ ବିଦ୍ୟାଳୟ । ଉକ୍ତ ବିଦ୍ୟାଳୟ ୨୦୦୭ ମସିହାରେ ପ୍ରତିÂା ହୋଇଥିବା ସମୟରୁ କରୁଣା କର ବାରିକ ବିଦ୍ୟାଳୟରେ ପ୍ରଥମେ ଶିକ୍ଷା ସହାୟକ ପରବର୍ତ୍ତି ସମୟରେ ନିୟମିତ ଶିକ୍ଷକ ଏବଂ ପ୍ରଧାନଶିକ୍ଷକ ପଦବୀରେ କାର୍ଯ୍ୟକରି ଆସୁଥିବା ବେଳେ କେତେକ ଗ୍ରାମବାସୀମାନଙ୍କ ଲିଖିତ ଅଭିଯୋଗ ଏବଂ କରୁଣାକର ବାରିକଙ୍କ ଉକ୍ତ ବିଦ୍ୟାଳୟରୁ ଅନ୍ୟତ୍ର ବଦଳି ପାଇଁ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଜଣାଇବା ପରେ ଅନ୍ୟ ଏକ ବିଦ୍ୟାଳୟକୁ ଡେପୁଟେସନରେ ପଠାଇ ଦିଆଯାଇଛି । କିନ୍ତୁ କେତେକ ଗ୍ରାମବାସୀ କରୁଣାକର ବାରିକଙ୍କ ବଦଳି ଦାବି କରି ଶିକ୍ଷା ବିଭାଗର ପଦାଧିକାରୀମାନଙ୍କ ନିକଟରେ ଲିଖିତ ଅଭିଯୋଗ ଫର୍ଦ୍ଧ ଦାଖଲ କରିଥିବା ବେଳେ ଅନ୍ୟ କେତେକ ଗ୍ରାମବାସୀ ତାଙ୍କ ଡେପୁଟେସନକୁ ବାତିଲ କରାଇ ଦାଡ଼ଦୁଡ଼ ସ୍କୁଲକୁ ଫେରାଇ ଆଣିବା ଦାବିରେ ଜୁଲାଇ ୧୬ ମଙ୍ଗଳବାର ପୂର୍ବାହ୍ନରେ ବିଦ୍ୟାଳୟ ଖୋଲିବା ପୂର୍ବାରୁ ବିଦ୍ୟାଳୟର ଫାଟକରେ ତାଲା ପକାଇ ଦେଇଥିଲେ । ଫଳରେ କରୁଣାକର ବାରିକଙ୍କ ବଦଳିକୁ ନେଇ ଆରମ୍ଭ ହୋଇଥିବା ଡ୍ରାମାରେ ଅଧ୍ୟୟନରତ କୋମଳମତି ଛାତ୍ରଛାତ୍ରୀମାନେ ଅସ୍ତ୍ର ହୋଇଥିଲେ । ସେମାନଙ୍କୁ ବିଦ୍ୟାଳୟ ସମ୍ମୁଖ ବରଗଛ ମୂଳରେ କିଛି ସମୟ ବସିବାକୁ ପଡ଼ିଥିଲା । କ୍ଲଷ୍ଟର ସିଆରସିସି ଧୀରେନ୍ଦ୍ର ଭଞ୍ଜଦେଓଙ୍କ କହିବା ଅନୁସାରେ କେତେକ ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ ଆଧାରରେ ଶାମାଖୁଣ୍ଟା ବିଇଓ ବିଦ୍ୟାଳୟର ପ୍ରଧାନଶିକ୍ଷକ କରୁଣାକର ବାରିକଙ୍କୁ ବଦଳି କରିଛନ୍ତି । ବିଦ୍ୟାଳୟରେ ତାଲା ପକାଯାଇଥିବା ଖବର ପାଇ ଆସି ପହଁଞ୍ଚିଛନ୍ତି । ଏଥି ସହିତ ଫାଟକରେ ତାଲା ପକାଇଥିବା ଛାତ୍ର ଅଭିଭାବକମାନଙ୍କ ସହ ଆଲୋଚନା କରିବା ପରେ ବିଦ୍ୟାଳୟରୁ ତାଲା ଖୋଲାଯାଇଛି । ଛାତ୍ରଛାତ୍ରୀମାନେ ଶ୍ରେଣୀ କୋଠରୀକୁ ଯାଇଛନ୍ତି । ସାତ ଦିନ ମଧ୍ୟରେ ସେମାନଙ୍କ ଅଭିଯୋଗଗୁଡ଼ିକ ଲିଖିତ ଭାବେ ଜଣାଇବା ପରେ ଦାବି ଉପରେ ପଦକ୍ଷେପ ନିଆଯିବ ବୋଲି ସିଆରସିସି ଶ୍ରୀଭଞ୍ଜଦେଓ କହିଛନ୍ତି । ସେହିପରି ଶାମାଖୁଣ୍ଟା ବିଇଓ ଅଯୋଦ୍ଧା ନାଥ ମହାପାତ୍ରଙ୍କ କହିବା ଅନୁସାରେ ଦାଡ଼ଦୁଡ଼ ଗ୍ରାମବାସୀ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ କରୁଣାକର ବାରିକ ଉଭୟଙ୍କ ଲିଖିତ ଅଭିଯୋଗ ହସ୍ତଗତ ହେବା ପରେ ପ୍ରଧାନଶିକ୍ଷକ କରୁଣାକରଙ୍କୁ ବିଦ୍ୟାଳୟରୁ ଅନ୍ୟତ୍ର କାମଚଳା ଡେପୁଟେସନରେ ଅନ୍ୟ ବିଦ୍ୟାଳୟକୁ ପଠାଇ ଦିଆଯାଇଛି । ବିଶେଷ କରି ପ୍ରଧାନଶିକ୍ଷକ ଶ୍ରୀବାରିକ ତାଙ୍କ ଜୀବନ ପ୍ରତି ବିପଦ ରହିଥିବାର ଦର୍ଶାଇ ଅନ୍ୟତ୍ର ବଦଳି ନିମନ୍ତେ ଲିଖିତ ଜଣାଇଥିଲେ । ସେହିପରି ଗ୍ରାମବାସୀମାନେ ପ୍ରଧାନଶିକ୍ଷକଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରାଇବା ନିମନ୍ତେ ଲିଖିତ ଦାବି ଜଣାଇଥିଲେ , ନଚେତ ଭବିଷ୍ୟତରେ ଅସୁବିଧା ହେବ ବୋଲି ଚେତାବନୀ ଦେଇଥିଲେ । ଏଣେ ଆଜି କେତେକ ଛାତ୍ର ଅଭିଭାବକ ଡେପୁଟେସନରେ ପଠାଇ ଦିଆଯାଇଥିବା ପ୍ରଧାନଶିକ୍ଷକଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ନିମନ୍ତେ ଦାବି କରି ଫାଟକରେ ତାଲା ପକାଇ ଦେଇଛନ୍ତି । ଗ୍ରାମବାସୀ ତଥା ଛାତ୍ର ଅଭିଭାବକମାନଙ୍କ ସହ ଆଲୋଚନା କରିବା ପରେ ଗ୍ରାମର ଉଭୟ ପକ୍ଷ ବସି ନିଜ ନିଜ ମଧ୍ୟରେ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାର କରାଇବାକୁ ପରାମର୍ଶ ଦେଈନ୍ତି ବୋଲି ବିଇଓ ଶ୍ରୀମହାପାତ୍ର କହିଛନ୍ତି । ଏଠାରେ ପ୍ରଶ୍ନ ଉଠିଛି, ଯଦି କେତେକ ଛାତ୍ର ଅଭିଭାବକମାନଙ୍କ ଦାବି ଅନୁସାରେ ଯଦି ପ୍ରଧାନଶିକ୍ଷକ କରୁଣାକର ବାରିକଙ୍କୁ ଦାଡ଼ଦୁଡ଼ ବିଦ୍ୟାଳୟକୁ ଫେରାଇ ଅଣାଯାଏ ଏବଂ ଯିଦି ପ୍ରଧାନଶିକ୍ଷକ କରୁଣାକରଙ୍କ ଜୀବନ ପ୍ରତି ବିପଦ ଥିବାର ଅଭିଯୋଗ ସତ୍ୟ ହୁଏ, ତେବେ ଏଥି ନିମନ୍ତେ କିଏ ଉତ୍ତରଦାୟୀ ହେବ । ପୁଣି, ବିଦ୍ୟାଳୟ ସ୍ଥାପନ ସମୟରୁ କରୁଣାକର ବାରିକ ଉକ୍ତ ବିଦ୍ୟାଳୟରେ ଶିକ୍ଷକତା କରିଆସୁଥିବା ବେଳେ ତାଙ୍କର ଅନ୍ୟତ୍ର ବଦଳି ଆଇନ ସମ୍ମତ । ତେବେ ଦେଖାଦେଇଥିବା ସମସ୍ୟା ଭିତରୁ ଶିକ୍ଷା ବିଭାଗ ଅଧିକାରୀ କିପରି ଭାବେ ସମାଧାନର ରାସ୍ତା ବାହାର କରାଇପାରୁଛନ୍ତି, ତାହା ପରବର୍ତ୍ତି ସମୟରେ ଜଣାପଡ଼ିବ ।

କ୍ୟାନସର ହସ୍ପିଟାଲ ପାଇଁ ଚଳିତ ମାସ ଶେଷସୁଦ୍ଧା ଟାଟା ଟ୍ରଷ୍ଟକୁ ଜମି ହସ୍ତାନ୍ତର…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବାରଙ୍ଗ ଠାରେ ପ୍ରସ୍ତାବିତ କ୍ୟାନସର ହସ୍ପିଟାଲ ପାଇଁ ଆବଶ୍ୟକ ପଡୁଥିବା ଜମି ଚଳିତମାସ ଶେଷ ସୁଦ୍ଧା ଟାଟା ଟ୍ରଷ୍ଟକୁ ହସ୍ତାନ୍ତର କରାଯିବା । କଟକ ଜିଲ୍ଲାପାଳଙ୍କ ସହିତ ଆଲୋଚନା ପରେ ହସ୍ପିଟାଲ ନିକଟକୁ ମାସକ ମଧ୍ୟରେ ରାସ୍ତା କାର୍ଯ୍ୟ ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଛି । ଏହି ଗବେଷଣା କେନ୍ଦ୍ର ଲାଗି ରାଜ୍ୟ ସରକାର ଓ ଟାଟା ଟ୍ରଷ୍ଟ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଆଜି ଓଡିଶା କ୍ୟାନସର କେୟାର ଫାଉଣ୍ଡେସନ (ଓସିସିଏଫ୍‍)ର ଦ୍ୱିତୀୟ ପରିଚାଳନା ମଣ୍ଡଳୀ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ଜଣାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଧାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିଭାଗର ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ଟାଟା ଟ୍ରଷ୍ଟର ସଦସ୍ୟ, କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରର ନିଦେ୍ର୍ଧଶକ ଲଲାଟେନ୍ଦୁ ଷଡଙ୍ଗୀ, ଖ୍ୟାତନାମା କ୍ୟାନସର ବିଶେଷଜ୍ଞ ଡାକ୍ତର ଦିନେଶ ପେନ୍ଧାରକର ଓ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ବୈଠକର ସୂଚନା ଅନୁଯାୟୀ ଭିମ୍‍ସାର, ଏମ୍‍କେସିଜି, କୋରାପୁଟ ଓ କେନ୍ଦୁଝରରେ ରେଡିଓଥେରାପି, କେମୋଥେରାପି, କ୍ୟାନସର ଚିହ୍ନଟ ଓ ଚିକିତ୍ସାର ବିକାଶ କରାଯିବ । ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରରେ ରେଡିଓ ଥେରାପି ପାଇଁ ସ୍ୱତନ୍ତ୍ର ବ୍ଲକ, ସମ୍ପ୍ରସାରଣ ପାଇଁ ସ୍ୱତନ୍ତ୍ର ମାଷ୍ଟରପ୍ଲାନ ଯଥାଶୀଘ୍ର ପ୍ରସ୍ତୁତ କରାଯିବ ।ସେହିପରି କ୍ୟାନସରକୁ ଏକ ନୋଟିଫିକେବୁଲ ରୋଗ ହିସାବରେ ବିବେଚନା ଲାଗି ନିଷ୍ପତ୍ତି ହୋଇଛି ।