ଗ୍ରାହକସେବା କେନ୍ଦ୍ରରେ କୋଟିଏ ଟଙ୍କା ଆତ୍ମସାତ୍ ଅଭିଯୋଗ ; ମୁଖ୍ୟ ଶାଖା ଘେରିଲେ ହିତାଧିକାରୀ…!

!!! ନୂଆପଡ଼ା ରୁ ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ନୂଆପଡ଼ା) – ନୂଆପଡ଼ା ଜିଲ୍ଲା ଲଖନା ଥାନା କୁରୁମପୁରି ଗାଁର ଗ୍ରାହକ ସେବାକେନ୍ଦ୍ର ରେ ବଡଧରଣର ଠକେଇ ଅଭିଯୋଗ ହୋଇଛି । ଏଠାରେ ହଜାରହଜାର ଗା୍ରହକ ଜମାଖାତା ଖୋଲିଥିବା ବେଳେ ପ୍ରାୟ କୋଟିଏ ଟଙ୍କା ହଡପ କରାଯାଇଥିବା ଲଖନା ଥାନାରେ ଗ୍ରାହକ ମାନେ ଗତକାଲି ଲିଖିତ ଅଭିଯୋଗ କରିଥିଲେ । ପୁଣି ଆଜି ନିଜର ଟଙ୍କା ଫେରିପାଇବା ପାଇଁ ଶତାଧିକ ଗ୍ରାହକ ଜିଲ୍ଲାସଦର ମୁଖ୍ୟ ଭାରତୀୟଷ୍ଟେଟ ବ୍ୟାଙ୍କ ଘେରାଓ କରିଛନ୍ତି । ସୂଚନା ଯୋଗ୍ୟ ଯେ, ନୂଆପଡ଼ା ଷ୍ଟେଟବ୍ୟାଙ୍କ ଶାଖା ତରଫରୁ ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇଦେବା ଉଦେ୍ଧଶ୍ୟରେ କୋମନା ବ୍ଲକ କୁରୁମପୁରି ଠାରେ ଆଜକୁ ୨ ବର୍ଷ ହେବ ଏକ ଗ୍ରାହକ ସେବା କେନ୍ଦ୍ର(ମିନିଷ୍ଟେଟବ୍ୟାଙ୍କ) ସ୍ଥାପନ କରାଯାଇଥିଲା । ଏହାର ପରିଚାଳନା ଦାୟିତ୍ୱ ଲଖନାର ଦାସରଥୀ ସୁନାନୀ ନାମକ ଯୁବକ ନେଇଥିଲେ । ଆଦିବାସୀ ବହୁଳ ଅଂଚଳରେ ଲୋକଙ୍କ ମଧ୍ୟରେ ବ୍ୟାଙ୍କ କାରବାର ଉପରେ ବିଶେଷ ଜ୍ଞାନ ନ ଥିବାରୁ ଏହାର ସୁଯୋଗ ନେଇ ପ୍ରାୟ ହଜାର ହଜାର ଚାଷୀ ଙ୍କୁ ଅନ୍ଧାରରେ ରଖି ସେମାନଙ୍କର କୋଟିଏ ରୁ ଉଦ୍ଧ୍ୱର୍ ଟଙ୍କା ଚଳୁ କରିଥିବା ଲଖନା ଥାନାରେ ଅଭିଯୋଗ ହୋଇଛି । ପରିଚାଳକ ହିତାଧିକାରୀଙ୍କ ଆକାଉଣ୍ଟରୁ ଟଙ୍କା ସବୁ ଅନ୍ୟତ୍ର ଚାଲାଣ କରିଥିଲେ । ପଲସିପାଣି, ଦଲଦଲି, ଲିମଡିହି, ଠାକୁରପାଲି, କରଙ୍ଗାଭଟା, କାଶିପଲା, ଘାଟିପଡା, ସିନାପାଲି, କୁରୁମପୁରୀ, କୁସଦହନା, ଦିଆମୁଣ୍ଡା, ଚୌକପଡା, ଖଜୁରବାହାଲ, ମୁଣ୍ଡାପଲା ଲଟକନପଡାର ଗ୍ରାହକଙ୍କ ଆକଉଣ୍ଟରୁ ୨ କୋଟିରୁ ଊଦ୍ଧ୍ୱର୍ ଟଙ୍କା ଗାଏବ ହୋଇଥିବା ଅଭିଯୋଗ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସ୍ଥାନୀୟ କାଶିପଲା ଗାଁର ୧୬ଜଣ ହିତାଧିକାରୀ ଲଖନା ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ହିତାଧିକାରୀମାନେ ହେଲେ ଲାଲୁ ଶବରଙ୍କ ଆକାଉଣ୍ଟରୁ ୨୬ ହଜାର ଟଙ୍କା, ବିରସଂ ଶବରଙ୍କ ୯୧,୪୦୦ ଟଙ୍କା, ବାଲମତି ଶବରଙ୍କ ୧୩ ହଜାର ଟଙ୍କା, ବେଲମତୀ ଶବରଙ୍କ ୨୦ହଜାର ଟଙ୍କା, ସାଦନୀ ଶବରଙ୍କ ୯୦ହଜାର ଟଙ୍କା, ସାୟମନୀ ମାଝିଙ୍କ ୬୦ ହଜାର ଟଙ୍କା, ଗୁନ ମାଝି ୪୧ ହଜାର ଟଙ୍କା, ରାଏମତି ମାଝିଙ୍କ ୧୦ ହଜାର ଟଙ୍କା, ଖୁସିଲାଲ ଖର୍ସେଲଙ୍କ ୧୦ ହଜାର ଟଙ୍କା, ରୁକମଣୀ ନାଗଙ୍କ ୨୦ ହଜାର ଟଙ୍କା, ବିନୋଦଲାଲ ନାଗଙ୍କ ୧୦ ହଜାର ଟଙ୍କା, ମଧୁ ଶବରଙ୍କ ୫ ହଜାର ଟଙ୍କା, ଗଣ୍ଡାରାମ ମାଝିଙ୍କ ୫୫ ହଜାର ଟଙ୍କା, ମାଳତୀ ଶବରଙ୍କ ୧୧ ହଜାର ଟଙ୍କା, ମୋହନ ମାଝିଙ୍କ ୮୦ ହଜାର ଟଙ୍କା, ହେମ ମାଝିଙ୍କ ୧୫ ହଜାର ଟଙ୍କା ହଡପ କରାଯାଇଥିବା କୁହାଯାଇଛି । ଏହିଭଳି ଅନ୍ୟାନ୍ୟ ଗାଁର ୨ କୋଟିରୁ ଊଦ୍ଧ୍ୱର୍ ଟଙ୍କା ଗାଏବ ହୋଇଯାଇଥିବା ଅନୁମାନ କରାଯାଉଛି । ଏହା ଉପରେ ପୋଲିସ ତଦନ୍ତ କରୁଛି । ସବିଶେଷ ତଦନ୍ତ ପରେ ସବୁକିଛି ଜଣାପଡିବ ବୋଲି ଲଖନା ଥାନାଧିକାରୀ ତପନ କୁମାର ଦାସ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ହିତାଧିକାରୀମାନଙ୍କ ବିଭିନ୍ନ ସମୟରେ ସ୍ୱଂୟ ସହାୟକ ଦଳକୁ ମିଳିଥିବା ସହାୟତା ରାଶି ହେଉକି କୃଷି ବୀମା ଟଙ୍କା ଜମା ହୋଇଥିଲା । ଗ୍ରାହକ ସେବା କେନ୍ଦ୍ରରେ ବିଭିନ୍ନ ସମୟରେ ଗ୍ରାହକମାନେ ଯାଇ ପାସ ବହି ସବୁ ଛାଡି ଦେଉଥିଲେ । ଏହା ସହ ଆଧାର ନମ୍ବର ଏବଂ ପାସ ୱାର୍ଡ ମଧ୍ୟ ପ୍ରସ୍ତୁତ ପାଇଁ ଆସୁଥିଲେ । ଏହାର ସୁଯୋଗ ନେଇ ଟଙ୍କା ହଡପ କରାଯାଇଥିବା କୁହାଯାଉଛି । କେତେକ ହିତାଧିକାରୀ ପାସ ବହି ନେଇ ଅପଡେଟ କରିବା ପରେ ଟଙ୍କା ସବୁ ଅନ୍ୟତ୍ର ଗାଏବ ହୋଇଥିବା ଜାଣିବାକୁ ପାଇଥିଲେ । ଆଜି ଏନେଇ ହିତାଧିକାରୀ ମାନେ ମୁଖ୍ୟଷ୍ଟେଟ୍ବ୍ୟାଙ୍କ ଶାଖା କୁ ଘେରାଓ କରିଥିଲେ । ବିଜେପି ରାଜ୍ୟ ଉପସଭାପତି ପ୍ରଶନ୍ନ ପାଢୀ, ହୋମସିଂ ମାଝି, ମନିଜର ଆର୍ଯ୍ୟ, ତୁଲସ ପଟେଲ, ଚତୁର୍ଭୁଜ ଶର୍ମା, ଲାଲାରାମ ସାହୁ ପ୍ରମୁଖ ଶାଖା ପରିଚାଳକଙ୍କ ସହ ଆଲୋଚନା କରିଥିଲେ । ଘଟଣାସ୍ଥଳରେ ଏସଡିପିଓ ପ୍ରଶାନ୍ତ କୁମାର ପଟ୍ଟନାୟକ,ନୂଆପଡ଼ା ଆଇଆଇସି ଆଦିତ୍ୟ ମହାକୁଡ,ଏସଆଇ ଜିତୁ ମହାନନ୍ଦ ପହଚିଂହିତାଧିକାରୀ ମାନଙ୍କ ସହିତ ଆଲୋଚନା କରି ଦୁଇଦିନ ମଧ୍ୟରେ ଅଭିଯୁକ୍ତ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଭରଯୋଗ୍ୟ ପ୍ରତିଶୃତି ଦେବାରୁ ଆନେ୍ଦାଳନରୁ ଓହରିଥିଲେ ।

ପାରଳାଖେମୁଣ୍ଡି ଠାରେ ଏବିଭିପିର ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…!

ଏଥର ସମ୍ଭାଳ ବ୍ୟୁରୋ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଗଜପତି ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଜପତି ଓ ରାୟଗଡା ଜିଲ୍ଲା ବିଦ୍ୟାର୍ଥୀ ପରିଷଦର ସଂଗଠନ ସମ୍ପାଦକ ଦେବାଶିଷ ଦାସଙ୍କ ସଭାପତିତ୍ୱରେ ଶିକ୍ଷାବିତ୍‍ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସିଦ୍ଧେଶ୍ୱର ମିଶ୍ର ଓ ଲୋକନାଥ ମିଶ୍ର ଯୋଗ ଦେଇଥିଲେ , ମୁଖ୍ୟ ବକ୍ତା ରୁପେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ଯୋଗ ଦେଇ ମଞ୍ଚାସୀନ କରିଥିଲେ ।
ରାଷ୍ଟ୍ରନିର୍ମାଣରେ ଛାତ୍ର ସମାଜର କି ପ୍ରକାର ଭୂମିକା ରହିବାର ଆବଶ୍ୟକ ଅଛି ସେ ସମ୍ପର୍କରେ କହି ରାଷ୍ଟ୍ର ସେବା ପାଇଁ ଛାତ୍ରଛାତ୍ରୀ ମାନେ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ ମୁଖ୍ୟ ଅତିଥି ,ସେହିଭଳି ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ଚରିତ୍ର ନିର୍ମାଣର ଆବଶ୍ୟକତା ସମ୍ପର୍କରେ ଉପଦେଶ ଦେଇଥିଲେ । ଏହି ଅବସରରେ ଜିଲ୍ଲାର ପ୍ରାୟ ୬୦ଜଣ ଯୁକ୍ତ୨ ଓ ଦଶମ ଶ୍ରେଣୀର ଶତକଡା ୬୦ ନମ୍ୱର ମାର୍କ ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା ।ପରିଶେଷରେ ସତ୍ୟନାରାୟଣ କାର୍ଯ୍ୟୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଏବିଭିପି କାର୍ଯ୍ୟକର୍ତ୍ତା ଦିଲିପ ଶତପଥୀ , ବାଳକୃଷ୍ଣ ଜେନା, ତୃଷାର ଦାସ, ଶ୍ରୀଧର ପାଣିଗ୍ରାହୀ ମଲୀପୁର ଶଙ୍କର, ଶୁଭାଶିଷ ଜେନା, ପ୍ରତିଶ କୁମାର ସାମଲ, ସୌଦାଗର ସିଅ ଓ ଶିବ ପ୍ରସାଦ ପଣ୍ଡିତ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

୮ ବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇ ପଡିଛି ଅଙ୍ଗନଓ୍ବାଡି କେନ୍ଦ୍ର ; ବ୍ଲକ ଅଫିସ ଘେରିଲେ ମହିଳା…!

!!! ନୂଆପଡ଼ା ରୁ ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ନୂଆପଡ଼ା/କୋମନା) – ମାତୃ ଓ ଶିଶୁ ସୁରକ୍ଷା ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ମନୋଭାବ ଯୋଗୁଁ ସେସବୁ ସୁବିଧାରୁ ବଞ୍ଚିତ ହେଉଛନ୍ତି ସାଧାରଣ ଲୋକେ । ଏଭଲି ଏକ ଉଦାହରଣ ଦେଖିବାକୁ ମିଲିଛି ନୂଆପଡା ଜିଲା କୋମନା ବ୍ଲକ ଗଣ୍ତାମେର ପଞ୍ଚାୟତ ର କଣ୍ଟାପାଲି ଗ୍ରାମରେ । ଗତ ୮ ବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇ ପଡିଛି ଗ୍ରାମର ୩ ଟି ଅଙ୍ଗନଓ୍ଵାଡି କେନ୍ଦ୍ର । ଫଳରେ କୁନି କୁନି ଛୁଆମାନଙ୍କୁ କେତେବେଲେ ରାସ୍ତାରେ ତ କେତେବେଲେ ପର ଘରେ ପଢାଉଥିବା ଦେଖିବାକୁ ମିଲୁଛି । ସେହିଭଲି ଗର୍ଭବତୀ ମହିଲାଙ୍କୁ ମଧ୍ୟ ରାସ୍ତାରେ ଟିକା ଦିଆଯାଉଥିବା ଗ୍ରାମର ମହିଲାମାନେ ଅଭିଯୋଗ କରିଛନ୍ତି । ଆଜି ଉକ୍ତ ଗ୍ରାମର ଶତାଧିକ ମହିଳା ବ୍ଲକ ଅଫିସ କୁ ଆସିଥିଲେ । ବ୍କକ ଅଫିସରେ ବିଡିଓ ଅନୁପସ୍ଥିତ ଥିବାରୁ ଏବିଡିଓ ଦେବାଶିଷ ସିହ୍ନାଙ୍କୁ ଦେଖା କରିଥିଲେ । ଶ୍ରୀ ସିହ୍ନା ଆସନ୍ତାକାଲି ଗ୍ରାମକୁ ଯାଇ ଘଟଣାର ତଦନ୍ତ କରିବା ସହ ଅସମ୍ପୂର୍ଣ୍ଣ କୋଠା କୁ ସମ୍ପୂର୍ଣ୍ଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ସ୍ଥାନୀୟ ଜଗନ୍ନାଥ ମନ୍ଦିର ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରଥଯାତ୍ରା ସମୀକ୍ଷା ବୈଠକ !!!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ଗୁଣପୁର ରଥଯାତ୍ରା ର ଶେଷ ଦିବସ ରେ ଦେଖା ଦେଇଥିବା ବିଭ୍ରାଟ କୁ କେନ୍ଦ୍ର କରି ବିଭିନ୍ନ ଗଣ ମାଧ୍ୟମ ରେ ଖବର ପ୍ରକାଶ ପାଇଥିଲା । ବିଭ୍ରାଟ ପାଈଁ ସ୍ଥାନୀୟ ଦେବତ୍ତୋର ବିଭାଗ ଅଧିକାରୀ ତଥା ତହସିଲଦାର ଙ୍କୁ ଦାୟୀ କରାଯାଇଥିଲା ।

ପ୍ରାରମ୍ଭରୁ ଶେଷ ଦିବସ ଯାଏଁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ କାର୍ଯ୍ୟରତ ଥାଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ତହସିଲଦାର ଙ୍କ ପ୍ରତି ଏଭଳି ମତ ପ୍ରକାଶ ପାଇବା ଘଟଣା କୁ ସାଧାରଣ ରେ ନିନ୍ଦା ପ୍ରକଟ କରାଯାଇଛି । ଜଣେ ମହିଳା ଅଧିକାରୀ ଏତେ ବଡ଼ ଦାୟିତ୍ଵ ରେ ରହି ସାଧାରଣ ଜନତା ଙ୍କ ସହଯୋଗ ବିନା କିଛି ଅଧିନସ୍ଥ ସରକାରୀ କର୍ମଚାରୀ ଙ୍କୁ ନେଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ତାଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଧେଶ କୁ ନା ପସନ୍ଦ କରିଛନ୍ତି ।

ଏହି ଘଟଣା ପ୍ରଘଟ ହେବା ପରେ ଲୋକ ଙ୍କ ମଧ୍ୟରେ ରହିଥିବା ସକାରାତ୍ମକ ଓ ନକାରାତ୍ମକ ମନ ଭାବ କୁ ଦୁର କରିବାକୁ ଯାଇ ଦାୟିତ୍ଵ ରେ ଥିବା ରାୟଗଡ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଶ୍ରୀ ଅମ୍ରିତ୍ ଋତୁରାଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବୈଠକ ଆହ୍ୱାନ କରିଥିଲେ ।

ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସର ରେ ଗତ ସଂଧ୍ୟା ରେ ଅନୁଷ୍ଠିତ ବୈଠକ ରେ ସ୍ଥାନୀୟ ତହସିଲଦାର ସୁଶ୍ରୀ ନମ୍ରତା ମୋଦୀ , ପୌର ପରିଷଦ ଅଧିକାରୀ ଶ୍ରୀ ଭାଵଗ୍ରାହି ସାହୁ , ଗଣମାଧ୍ୟମ ପ୍ରତିନିଧି , ମନ୍ଦିର ସେବାୟତ ଓ ବୁଦ୍ଧିଜୀବି ଉପସ୍ଥିତ ଥିଲେ ।

ରଥଟଣା ଯିବା ସମୟ ରେ ଉପୁଜିଥିବା ତ୍ରୁଟି ଯୋଗୁଁ ପ୍ରଶାସନ ପକ୍ଷରୁ କିଛି ସମୟ ପାଇଁ ରଥ ଟଣା ବନ୍ଦ କରି ଦିଆଯାଇଥିଲା । ଫଳ ରେ ଭକ୍ତ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ସତ୍ୱେ ତହସିଲଦାର ସୁଶ୍ରୀ ନମ୍ରତା ମୋଦୀ ଙ୍କ ଏଭଳି ପଦକ୍ଷେପ କୁ ସାଧାରଣ ରେ ଭୁୟସି ପ୍ରଶଂସା କରାଯାଇଛି ।

ଯଦି ତହସିଲଦାର ମହୋଦୟା ରଥଟଣା କୁ ଅଟକାଇବା ପ୍ରୟାସ କରିନଥାନ୍ତେ ତେବେ ଅଣାୟତ ହୋଇ ବଡ଼ଦାଣ୍ଡ ରେ ଗଡୁ ଥିବା ରଥ ଯୋଗୁଁ କିଛି ଅଘଟଣ ହୋଇଥାନ୍ତା ତେବେ ଏଥି ପାଈଁ କିଏ ଦାୟୀ ? ହୁଅନ୍ତା ବୋଲି ସାଧାରଣ ରେ ମତ ପ୍ରକାଶ ପାଇଥିଲା ।

ଅନ୍ୟ ପକ୍ଷରେ ପ୍ରଶାସନ ପକ୍ଷରୁ ଟ୍ରାଫିକ କୁ ନିୟନ୍ତ୍ରଣ କରିବା ଲାଗି କରାଯାଇଥିବା ବ୍ଲୁ ପ୍ରିଣ୍ଟ ରେ ଦିଆ ଯାଇ ଥିବା ଗାର୍ଲସ୍ ହାଇ ସ୍କୁଲ ଠାରୁ ମେହନ୍ତର ସାହି ଦେଇ ଯାଇଥିବା ରାସ୍ତା ମଧ୍ୟରେ ଥିବା କଲ୍ଭର୍ଟ କୁ ଭଙ୍ଗା ଯାଇଥିବାରୁ ଉତ୍କଟ ଟ୍ରାଫିକ ସମସ୍ୟା ଦେଖାଯାଇଥିଲା କିନ୍ତୁ ଉପୁଜି ଥିବା ଟ୍ରାଫିକ ସମସ୍ୟା ପାଇଁ ତହସିଲଦାର ଏବଂ ସ୍ଥାନୀୟ ପୋଲିସ ପ୍ରଶାସନ ଙ୍କୁ ଦାୟୀ କରିବା କେତେ ଦୁର ଯଥାର୍ଥ ବୋଲି ପ୍ରଶ୍ନ ଉଠୁଛି ।

ଏଭଳି ସମସ୍ୟା ଉପୁଜି ନଥିଲେ ପୁର୍ବ ଦିନ ଗୁଡ଼ିକ ଭଳି ବାହୁଡା ଯାତ୍ରା ଦିନ ମଧ୍ୟ ସୁରୁଖୁରୁ ରେ ଯାତ୍ରା ସମ୍ପର୍ଣ୍ଣ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଇଛି ।

ଯାହା ହେଉ କାହା ନିର୍ଦ୍ଧେଶ ରେ ଏହି କଲ୍ଭର୍ଟ ଭଙ୍ଗା ଯାଇଛି ଏହାର ଏକ ଉଚ୍ଚ ସ୍ତରିୟ ତଦନ୍ତ କରିବେ ବୋଲି ଶ୍ରୀ ଋତୁରାଜ ପ୍ରତିଶୃତି ଦେଇଛନ୍ତି ।

ଆଗାମୀ ବର୍ଷ କୁ ହେବାକୁ ଥିବା ରଥଯାତ୍ରା ଯେଭଳି ସୁରୁଖୁରୁ ରେ ହୋଇପାରିବ ସେ ନେଇ ଶ୍ରୀ ଋତୁରାଜ ନିଜେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବେ ବୋଲି ସୁଚନା ଦେଇଥିଲେ ।

ପ୍ରକାଶ ଥାଉ କୀ ଗତ ବର୍ଷ ହୋଇଯାଇଥିବା ରଥଯାତ୍ରା ର ଦାୟିତ୍ଵ ଶ୍ରୀ ଋତୁରାଜ ଗୁଣପୁର ଉପ ଜିଲ୍ଲାପାଳ ଭାବେ ରହିଥିବା ବେଳେ ତୁଲାଇ ଥିଲେ ଏବଂ ଏହା ଗୁଣପୁର ରଥଯାତ୍ରା ପରିଚାଳନା ଇତିହାସ ଅଧ୍ୟାୟ ରେ ଏକ ନୂତନତ୍ୱ ସୃଷ୍ଟି କରିଥିଲା ।

ଏଣୁ ଆଗାମୀ ଦିନ ପାଇଁ ଶ୍ରୀ ଋତୁରାଜ ଙ୍କ ଦ୍ୱାରା ପ୍ରସ୍ତୁତ କରାଯିବାକୁ ଥିବା ବ୍ଲୁ ପ୍ରିଣ୍ଟ ଯାତ୍ରା ପରିଚାଳନା କୁ ସୁଗମ କରିବ ବୋଲି ସାଧାରଣ ରେ ଆଶା ପ୍ରକାଶ ପାଇଛି ।

ଚଳିତ ରଥଯାତ୍ରା ରେ କାର୍ଯ୍ୟକ୍ରମର କିଛିଟା ପରିବର୍ତ୍ତନ କରାଯାଇ ନୂତନତ୍ୱ କୁ ଆଣିବା ରେ ପ୍ରୟାସ କରିଥିବା ପ୍ରଶାସନ ର ପଦକ୍ଷେପ କୁ କିଛି ହୀନସ୍ୱାର୍ଥ ମନବୃତ୍ତି ରଖି ବିରୋଧ କରୁଥିବା ବ୍ୟକ୍ତି ବିଶେଷ ଙ୍କ ଯୋଗୁଁ ଯାତ୍ରା ସମୟ ରେ ଅନେକ ଅଘଟଣ ଦେଖାଯାଇଥିବା ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ।

ବୈଠକ ଶେଷ ପର୍ଯ୍ୟାୟ ରେ ଗୁଣପୁର ଉପ ଜିଲ୍ଲାପାଳ ଦାୟିତ୍ଵ ରେ ଥିବା ପି.ଏ ଆଇ.ଟି.ଡ଼ି.ଏ ଶ୍ରୀ ଗୋରା ଚାନ୍ଦ ଗମାଙ୍ଗ ଆସି ବୈଠକ ରେ ଯୋଗ ଦେଇଥିଲେ ମଧ୍ୟ ଏହାଙ୍କ ଉପସ୍ଥିତି କୁ ଅଧିକ ଗୁରୁତ୍ୱ ଦିଆଯାଇଛି ।