ଗୁଣପୁର ପୌର ପରିଷଦ ରେ ସ୍ଵଚ୍ଛ ଭାରତ ମିସନ୍ ଫେଲ ; ପ୍ରଶାସନ ର ନିଘା ନାହିଁ।
!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି କିରଣ କୁମାର ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (ଗୁଣପୁର) – ସମ୍ପ୍ରତି ଗୁଣପୁର ସହର ସ୍ଵଚ୍ଛ ଓ ସୁନ୍ଦର ମାନ୍ୟତା ପାଇବା ଧାରା ମୂଷା ଲାଙ୍ଗୁଡ଼ିଆ ହେଲାଣି। ଗୁଣପୁର ପୌର ପରିଷଦ ଗୌଡ ରାଜତ୍ଵ ସମୟ ରେ ରାଜ୍ଯ ଦରବାର ରେ ପୁରସ୍କୃତ ହୋଇଥିବା ବେଳେ ଆଜି ଏହାର ଧାରା ଖସି ଖସି ଆସୁଛି। ପୌର ପରିଷଦ ର ପରିଚାଳନା କମିଟି ତଥା କାଉନସିଲ ବୋର୍ଡ କୁ ଭାଙ୍ଗି ଦିଆଯିବା ପରେ ସ୍ଥାନୀୟ ଅଞ୍ଚଳ ର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି। ପରିଷଦ ର ଉନ୍ନୟନ ମୂଳକ କାର୍ଯ୍ୟ ଆଗେଇବା କଥା କୁ ନକହିବା ଭଲ। ଏଠି ପ୍ରଧାନମନ୍ତ୍ରୀ ଙ୍କ ସ୍ଵଚ୍ଛ ଭାରତ ମିସନ୍ ଅଚଳ ହୋଇପଡ଼ିଛି। ଏନେଇ ଜନ ସାଧାରଣ ଙ୍କ ପକ୍ଷ୍ୟରୁ ଅଭିଯୋଗ ଏବଂ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମଧ୍ଯ ସମ୍ପୃକ୍ତ ଅଧିକାରୀ ଙ୍କ ନିଘା ନାହିଁ। କର୍ମକର୍ତ୍ତା ଶୁଣ୍ଢି କାନ ପାଲଟିଛନ୍ତି। ପୌର ବାସୀଙ୍କ ପକ୍ଷ୍ୟରୁ ପରିମଳ ବ୍ୟବସ୍ଥା ନେଇ ଅଧ୍ୟକ୍ଷ ମହୋଦୟ ଙ୍କ ଦୃଷ୍ଟି ଆକର୍ଷଣ କରାଗଲେ ମଧ୍ଯ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରୁନାହିଁ ବୋଲି ଅଭିଯୋଗ ହେଉଛି। ପୌର ପରିଷଦ ମଧ୍ୟରେ ରଖାଯାଇଥିବା ଡ଼ଷ୍ଟବିନ୍ ଗୁଡିକ ଦୀର୍ଘ ମାସ ମାସ ଧରି ସଫା କରାଯାଇନଥିବାରୁ ଅଞ୍ଚଳ ବାସୀ ଭରି ରହିଥିବା ଡ଼ଷ୍ଟବିନ ନିକଟରେ ଆବର୍ଜନା କୁଢ କରିବା ହେତୁ ଏହା ସ୍ଥାନୀୟ ପରିବେଷ କୁ ଦୂଷିତ କରୁଛି। ଏଥିରେ ଜନ୍ମୁ ଥିବା କୀଟାଣୁ ଅଞ୍ଚଳ ବାସୀ ଙ୍କ ରୋଗ ର କାରଣ ହୋଇପଡ଼ିଛି । ବର୍ତ୍ତମାନ ର ପୌର ପରିଷଦ ଅଧ୍ୟକ୍ଷ ଦାୟିତ୍ୱ ରେ ଥିବା ଉପଜିଲ୍ଲାପାଳ ମହୋଦୟ ଙ୍କ ଏନେଇ ସମୀକ୍ଷା ବୈଠକ ଏବଂ ଅଞ୍ଚଳ ପରିଦର୍ଶନ ଅନିବାଜ୍ୟ ହୋଇ ପଡ଼ିଛି।

