ଗୁଣପୁର ଠାରେ ପଲ୍ଲୀଶ୍ରୀ ମେଳା ଉଦ୍ଘାଟିତ !
ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ରାୟଗଡ ଜିଲ୍ଲା ଗୁଣପୁର ରାଜୀବ ଗାନ୍ଧୀ ପଡିଆ ଠାରେ ଗତ କାଲି ପଲ୍ଲୀଶ୍ରୀ ମେଳା ଉଦ୍ଘାଟିତ ହୋଇଯାଇଛି ।
ଏହାକୁ ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ଉଦ୍ଘାଟିତ କରିଥିବା ବେଳେ ସେଠାରେ ରାୟଗଡ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଶ୍ରୀ ଅମ୍ରିତ୍ ଋତୁରାଜ , ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ବର ବଲିରାମ ବନ୍ଧୋର , ଓ.ର.ମା.ସ୍ ର ଅଧିକାରୀ ଏବଂ ଅନ୍ୟ ସରକାରୀ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।
ଏହି ମେଳା କୁ ଓ.ର.ମା.ସ୍ ଆୟୋଜନ କରିଥିଲା ।
ଗୁଣପୁର ରେ ଗତ କିଛି ବର୍ଷ ଧରି ଲୋକ ଙ୍କ ମନୋରଞ୍ଜନ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଉଥିଲା କିନ୍ତୁ ଏହି ଏହି ବର୍ଷ ତାହାକୁ ବନ୍ଦ କରାଯାଇ ତାହା ବଦଳ ରେ ଗୁଣ୍ଡିଚା ମନ୍ଦିର ର ରକ୍ଷଣା ବେକ୍ଷଣ କାର୍ଯ୍ୟ କରାଯିବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଥିଲା ।
ଏହାକୁ ଆଖିରେ ରଖି ଗୁଣପୁର ତତ୍କାଳୀନ ଉପ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ ଙ୍କ ପରିଚାଳନା ରେ ଏହି ବର୍ଷ ପଲ୍ଲୀଶ୍ରୀ ମେଳା ର ଆୟୋଜନ ହୋଇଛି ।
ଏଥିରେ ୫୦ ଗୋଟି ଷ୍ଟଲ ରହିଥିବା ବେଳେ ଏହା ୧୦ ଦିନ ଧରି ଚାଲିବ ବୋଲି ସୁଚନା ମିଳିଛି । ଏହି ମେଳା ଦ୍ୱାରା ହସ୍ତ କଳା ର ବହୁଳ ପ୍ରଦର୍ଶନ ସହ ସେମାନ ଙ୍କ ରୋଜଗାର ବଢ଼ାଇ ବାରେ ସହାୟକ ହେବା ଏକ ଭିନ୍ନ ପଦକ୍ଷେପ କୁ ଜନସାଧାରଣ ଭୁୟସି ପ୍ରଶଂସା କରିବା ସହ ଶ୍ରୀ ଋତୁରାଜ ଙ୍କୁ ସାଧୁବାଦ ଜଣାଇଛନ୍ତି ।


