ନୂଆପଡ଼ା ତତ୍କାଳୀନ ଜିଲ୍ଲାପାଳ ଙ୍କ ବିକାଶ ର ନମୁନା ! ପାହାଡିଆ ରାସ୍ତାରେ ଖଟ ଉପରେ ପ୍ରସବ କଲେ ମହିଳା ! ବର୍ତ୍ତମାନ କୋରାପୁଟ ଭଳି ଆଦିବାସୀ ଅଧୁସିତ ଅଞ୍ଚଳ ରେ କରିବେ ଏଭଳି ବିକାଶ !

!!! ଦକ୍ଷିଣ ଓଡିଶା ଜୋନ୍ ମୁଖ୍ୟ ଡ଼ି କିରଣ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୁରୋ (ନୂଆପଡ଼ା) – ନୂଆପଡ଼ା ଜିଲ୍ଲାର ସମାଟପଦର ଗାଁ ଦୁଇ ବର୍ଷ ତଳେ ନା ମଧ୍ୟ କେହି ଶୁଣିନଥିଲେ | କିନ୍ତୁ ହଠାତ ଦିନେ ସମସ୍ତ ଖବରକାଗଜର ଶିରୋନାମା ପାଲଟିଯାଇଥିଲା ସମାଟପଦର ଗାଁ । ନୂଆପଡ଼ା ଜିଲ୍ଲାର ଜିଲ୍ଲାପାଳ ଡ. ପୋମା ଟୁଡ଼ୁ ଦୀର୍ଘ ୪କିମି ରାସ୍ତା ଚାଲିଚାଲି ପହଞ୍ଚିଥିଲେ ସେହି ଗାଁ ରେ ।

ସେହିଦିନ ଠାରୁ ସମାଟପଦର ଗାଁ ଚର୍ଚ୍ଚା ରେ ରହିଆସିଥିଲା । ଏବେ ମାତ୍ର ଚାରି ଦିନ ତଳେ ପୁଣିଥରେ ନୂଆପଡ଼ାର ବିଦାୟୀ ଜିଲ୍ଲାପାଳ  ସମାଟପଦର ଗାଁରେ ପହଞଞ୍ଚିଥିଲେ ।  ପ୍ରତିଶୃତି ଅନୁଯାଇ ସମାଟପଦର ଗାଁରେ ପହଂଚି ଆନୁଷ୍ଠାନିକ ଭାବରେ ବିଜୁଳି ସେବା ଉଦ୍ଘାଟନ  କରିଥିଲେ ।

ସମାଟପଦର  ଗାଁ ର ଦୀର୍ଘ ୭୦ ବର୍ଷ ର ପ୍ରତୀକ୍ଷାର ଅନ୍ତ ଘଟିଥିଲା  । କିନ୍ତୁ ବିଜୁଳି ଆଲୋକରେ  ଝଲସି ଉଠିଥିବା  ସମାଟପଦର ଗାଁ  ପୂର୍ବରୁ ଯେଉଁ ଅନ୍ଧାରରେ  ଥିଲା ସେହି ଅନ୍ଧାରରେ ବା ବିକାଶର ଅନ୍ଧାରି ମୁଲକରେ  ଅଛି ବୋଲି କହିଲେ ଭୁଲ ହେବନି | ଆଉ ତାହା ସତ ବୋଲି ପ୍ରମାଣିତ କରିଛି  ଏହି ଅଭାବନିୟ ଘଟଣା।

ହସ୍ତଗତ ସୂଚନା ଅନୁଯାୟୀ  ଗତ ରାତିରେ  ପ୍ରମିଳା ମାଝୀ ନାମକ ଜଣେ ଯୁବତୀ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ | କିନ୍ତୁ  ସର୍ମ୍ପକୀୟ ମାନେ ଏତେରାତିରେ ନିଛାଟିଆ ନିଘଞ୍ଚ ଜଙ୍ଗଲ ରାସ୍ତା ରେ ଦୀର୍ଘ ୪କିମି  ପାହାଡ଼ ଉପରୁ ତଳକୁ ଓହ୍ଲାଇ ଆସନ୍ନ ପ୍ରସବା ଙ୍କୁ ଚିକିତ୍ସାଳୟ ପର୍ଯ୍ୟନ୍ତ ନେବା ପାଇଁ  ସାହାସ ଜୁଟାଇ ପାରିନଥିଲେ ଓ ସକାଳ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ।

ସକାଳ ହେବା ମାତ୍ରେ  ସର୍ମ୍ପକୀୟ ମାନେ ପ୍ରସବା ଙ୍କୁ ଖଟରେ ବୋହି ଦୀର୍ଘ ୪କିମି ରାସ୍ତା ଚାଲି ପାହାଡ଼ ଉପରୁ ତଲକୁ ଓହ୍ଲାଇ ଥିଲେ  । ସର୍ମ୍ପର୍କୀୟ ମାନେ ରାସ୍ତାରୁ ୧୦୮ ଆମ୍ବୁଲାନ୍ସ ଯୋଗାଯୋଗ କରି ପାହାଡ଼ ତଳକୁ ଆସିବାକୁ ଅନୁରୋଧ କରିଥିଲେ |

କିନ୍ତୁ ଦୁର୍ଭାଗ୍ୟବଶତଃ ମହିଳା ଜଣକ ମଝି ରାସ୍ତା ରେ ହିଁ ଏକ ଶିଶୁ କନ୍ୟା କୁ ଜନ୍ମ ଦେଇଥିଲେ  । ନବଜାତ ଶିଶୁକନ୍ୟା ଓ ପ୍ରସବା ମହିଳା ଙ୍କୁ ଧରି ସର୍ମ୍ପକିୟ ମାନେ ପାହାଡ଼ ତଳେ ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟଧରି ଆମ୍ବୁଲାନ୍ସକୁ ଅପେକ୍ଷା କରିଥିଲେ ମଧ୍ୟ  ଆମ୍ବୁଲାନ୍ସ ର କୌଣସି ଦେଖା ମିଳିନଥିଲା ।

ଦୀର୍ଘ ସମୟଧରି ଆମ୍ବୁଲାନ୍ସ ନ ଆସିବାରୁ ବିରକ୍ତ ହୋଇ ପୁଣିଥରେ ମା ଓ ଛୁଆ କୁ ଧରି ପାହାଡ଼  ଚଢ଼ି ନିଜ ଗାଁ କୁ ଫେରି ଯାଇଥିଲେ । ଘଟଣାଟି  ରାଜ୍ୟ ରେ  ପ୍ରସବାଙ୍କ ପାଇଁ ଉଦ୍ଧିଷ୍ଟ ସେବା ସୁବିଧାର ଡିଣ୍ଡିମ ପିଟୁଥିବା ସରକାର ଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ଏସର୍ମ୍ପକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ   ଶୀମତି ଜ୍ୟୋତ୍ସାରାଣୀ ପଟ୍ଟନାୟକଙ୍କୁ  ପଚାରିବାରୁ  ଏସର୍ମ୍ପକରେ ଆମ ପାଖରେ ତଥ୍ୟନାହିଁ ଓ ୧୦୮ଆମ୍ବୁଲାନ୍ସ ସେବା ଆମ ପରିସର ଭୁକ୍ତ ନୁହେଁ|  କିନ୍ତୁ ଆମେ ଏହାର ତଦନ୍ତ କରିବୁ ଓ ଯଥାଶୀଘ୍ର ଜଣେ ସ୍ୱାସ୍ଥ୍ୟକର୍ମୀଙ୍କୁ  ସମାଟପଦର ଗାଁ କୁ ପଠାଇ ମା ଓ ଛୁଆ କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ଜଣାଇଥିଲେ ।

ଗୁଣପୁର ପୋଲିସ ର ସଫଳତା , ୨ ଆସାମୀ ଙ୍କ ସହ ସାଢ଼େ ଛଅ ତୁଳା ସୁନା, ପନ୍ଦର ତୁଳା ରୂପା ଓ ତେର ହାଜର ଟଙ୍କା ଜବତ !

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ର ସତ୍ୟମଗୁଡା ଗ୍ରାମ ନିବାସୀ ଜି. ଗିରିବାବୁ ପିତା ଜି. ନାଗଭୂଷଣ ୨୮/୬/୧୯ ତାରିଖରେ ଶଶୁର ଘର କୁ ଯାଇ ୨/୭/୧୯ ତାରିଖ ଦିନ ଫେରିବା ପରେ ତାଙ୍କ ପୋଡଶୀ ଙ୍କ ଠାରୁ ଜାଣିବାକୁ ପାଇଲେ କି ଗତ ୨୯/୭/୧୯ ତାରିଖ ଦିନ ରାତିରେ ତାଙ୍କ ଘର କବାଟ ଓ ଆଲମାରୀ ଭାଙ୍ଗି ଜିନିଷ ଚୋରୀ କରି ନେଇଯାଇଛନ୍ତି।
ଏ ନେଇ ଶ୍ରି ଗିରି ଗୁଣପୁର ଥାନା ରେ ଗତ ୨/୭/୧୯ ତାରିଖ ଦିନ ସେ ଘରେ ନଥିବା ବେଳେ ସାଢ଼େ ଛଅ ତୁଳା ସୁନା, ପନ୍ଦର ତୁଳା ରୂପା ଓ ତେର ହାଜର ଟଙ୍କା ଚୋରୀ ହୋଇଯାଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ଗୁଣପୁର ଥାନା ଅଧିକାରୀ କେସ ନମ୍ବର ୭୦ ତା – ୨/୭/୧୯ ରିଖ କ୍ରମେ ଭାରତୀୟ ଦଣ୍ଡବିଧି ଆଇନ ଧାରା ୪୫୭ ଓ ୩୮୦ କ୍ରମେ ଏକ ଚୋରୀ ମାମଲା ରୁଜୁ କରିଥିଲେ। ସ୍ଥାନୀୟ ପୋଲିସ ତଦନ୍ତ କରି ଏହି ଚୋରି ମାମଲାରେ ପୂଜାଜାନି (୩୦) ଏବଂ ପ୍ରିୟଙ୍କା ଜାନି (୨୫) ଙ୍କୁ ଗିରଫ କରିଛି। ଆଜି ସ୍ଥାନୀୟ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡ଼. ରାଜ କିଶୋର ଦାଶ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଉକ୍ତ ଘଟଣା ସମ୍ପର୍କରେ ଦର୍ଶାଇ କହିଛନ୍ତି କି, ଉଭୟ ଗିରଫ ଆସାମୀ ପାରଳାଖେମୁଣ୍ଡି ରେଲୱେ ଷ୍ଟେସନ ନିକଟ ରେ ବସବାସ କରୁଥିବା କହୁଛନ୍ତି। ତଥାପି ଏମାନଙ୍କ ପରିଚୟ ଉପରେ ସନ୍ଦେହ କରି ପୋଲିସ୍ ପକ୍ଷରୁ ଛାନବିନ କରାଯାଉଛି। ଉଭୟ ଆସାମୀ ଜଣେ ପୁରୁଷ ଙ୍କ ସହ ମିଶି ଏହି ଚୋରୀ କାମ କରିଥିବା ମାନି ନେଇଛନ୍ତି। ଚୋରୀ କରିଥିବା ଜିନିଷ ମଧ୍ୟରୁ ୧୮ ଗ୍ରାମ ଓଜନ ର ସୁନା ଚେନ୍, ୧୨ ଗ୍ରାମ ଓଜନ ର ଦୁଇ ଗୋଟି ମୁଦି ଏବଂ ୧.୩୦୦ ଗ୍ରାମ ର କାନ ଫୁଲ ଓ ରୂପା ର କିଛି ଜିନିଷ ପୋଲିସ୍ ଠାରେ ସମର୍ପଣ କରିଛନ୍ତି। ଏଗୁଡିକ ପୋଲିସ ସିଜ୍ କରି ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛନ୍ତି। ଏହାର ତଦନ୍ତ ଭାର ସ୍ଥାନୀୟ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ. ରଶ୍ମି ରଞ୍ଜନ ପ୍ରଧାନ, ଏସ୍. ଆଇ. ଶ୍ରୀ. ରାଜ କିଶୋର ବେହେରା, ମହିଳା ଥାନା ଅଧିକାରୀ ନେଇ ଥିବା ଜଣା ଯାଇଛି।