ସହର ରେ ଚୋରି , ଡକାୟତି ଓ ହତ୍ୟା ଘଟଣା ରୋକିବା ପାଇଁ ପେଟ୍ରୋଲିଂ କୁ ଜୋରଦାର କରିବା ପାଇଁ ୩ଟି ପେଟ୍ରୋଲିଂ ବାଇକର ଉନ୍ମଚନ କରିଛନ୍ତି ଏସ୍. ପି ଏମ୍. ଶ୍ରବଣ ବିବେକ !

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼) – ରାୟଗଡ଼ା ସହରରେ ଚୋରୀ, ଡକାୟତି, ହତ୍ୟା ଘଟଣା ଦିନକୁ ଦିନ ବଡୁଥିବା ଯୋଗୁଁ ଆଜିଠାରୁ ରାୟଗଡା ପୋଲିସ ପକ୍ଷରୁ ପେଟ୍ରୋଲିଂ କୁ ଜୋରଦାର କରିବା ପାଇଁ ୩ଟି ପେଟ୍ରୋଲିଂ ବାଇକର ଉନ୍ମଚନ କରିଛନ୍ତି ଏସ୍. ପି ଏମ୍. ଶ୍ରବଣ ବିବେକ । ସେହିପରି ହେଲ୍ପ ଲାଇନ ନମ୍ବର ୯୩୪୮୨୪୬୪୬୦ ନମ୍ବର ଜାରୀ କରିଛନ୍ତି। ଏହି ନମ୍ବର ରେ ଯୋଗାଯୋଗ କଲେ ପୋଲିସ ଠାରୁ ସମସ୍ତ ପ୍ରକାର ସାହାଯ୍ୟ ସଙ୍ଗେ ସଙ୍ଗେ ଯୋଗାଇ ଦିଆଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କହିଛନ୍ତି । ପୋଲିସ ର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ଭୂୟସୀ ପ୍ରସଂଶା କରାଯାଇଛି । ଏହି ବାଇକ ମାଧ୍ୟମରେ ସହର ରେ ପୁଲିସ ୨୪ ଘଣ୍ଟା ପେଟ୍ରୋଲିଂ କରି ସହରକୁ ଅପରାଧ,ଚୋରୀ,ଡକାୟତି, ହତ୍ୟା ମୁକ୍ତ କରିବା ର ପ୍ରୟାସ ଜାରି ରଖିବେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ଗୁଣପୁର ପୌର ପରିଷଦ ୱାର୍ଡ ନଂ ୯ ଜନସାଧାରଣ , ଉପ ଜିଲ୍ଲାପାଳ ଙ୍କୁ ଦେଲେ ଲିଖିତ ଅଭିଯୋଗ !

!!! ଦକ୍ଷୀଣ ଓଡ଼ିଶା ମୂଖ୍ୟ ଡି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ଗୁଣୁପୁର ପୌର ପରିଷଦର ୯ ନଂ ୱାର୍ଡ ଅଧିନସ୍ଥ ଜଗନ୍ନାଥ କଲୋନୀ ତଥା ଜଗନ୍ନାଥ ପବ୍ଲିକ ସ୍କୁଲ ନିକଟ ତଳ ସାହି ଅଧିବାସୀ ଉପ ଜିଲ୍ଲାପାଳ ଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି । ଏଥିରେ ସେମାନେ ସେମାନଙ୍କ ବସତୀ ଅଞ୍ଚଳ ରାସ୍ତାର ଅସୁବିଧା ,ରାସ୍ଥା ପାର୍ଶ୍ଵରେ ଡ୍ରେନେଜର ବ୍ୟବସ୍ତା ନଥିବାରୁ ଘରେ ବ୍ୟବହୃତ ମଇଳା ପାଣି ରାସ୍ତା ଉପରେ ଜମିରହି ନାହିଁ ନଥିବା ଅସୁବିଧା ଘଟାଉଥିବା ,ଅଣ ନିଷ୍କାସିତ ମଇଳା ପାଣି ଖାଲି ଅଞ୍ଚଳ ରେ ଜମିରହିବା ଯୋଗୁଁ ଘୁଷୁରୀ ରହି ଅପରିଷ୍କାର କରୁଥିବା,ଏଥିରୁ ଜାତ ରୋଗବାହି କିଟାଣୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଥିବା,ଏଠାରେ ପ୍ରାୟ ଏକ ହଜାର ଶିଶୁଙ୍କୁ ନେଇ ଚାଲିଥିବା ଏକ ଘରୋଇ ବିଦ୍ୟାଳୟ ନିକଟରେ ଏଭଳି ପରିବେଶ ଥିବାରୁ ପିଲାଙ୍କୁ ଆଗାମୀ ଦିନରେ ରୋଗ ଆକ୍ରାନ୍ତର ସମ୍ଭାବନା ଥିବା ଦର୍ଶାଇଛନ୍ତି । ଏହାବି ଲିଖିତ ଅଭିଯୋଗ କରିଛନ୍ତିକି,ଏନେଇ ସେମାନେ ବାରମ୍ବାର ପୌର ପରିଷଦ ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ବି ଏହାର ସମାଧାନ କରିବା କିମ୍ବା ସ୍ଥାନୀୟ ପରିବେଶକୁ ସଫାସୁତୁରା କରିବା ପରିବର୍ତ୍ତେ ଅଞ୍ଚଳ ବାସୀ ପରିଷଦର ଖଜଣା ଦେଇନଥିବାରୁ ଏଭଳି ପରିସ୍ଥିତିରେ ସମ୍ମୁଖୀନ ହେଉଥିବା ପୌର ପରିଷଦ କତୃପକ୍ଷ ଓଲଟି କହିଛନ୍ତି।ଏନେଇ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତ ଖଜଣା ଆଦାୟ କରିବା ପୌର କର୍ମଚାରୀଙ୍କ କର୍ତ୍ତବ୍ୟ ନୁହେଁକି ? ଅଭିଯୋଗ କାରୀଙ୍କ ମଧ୍ୟରେ ଥିବା ଜଣେ ସଚେତନ ବାସିନ୍ଦା ତଥା ଜଣେ ଡକ୍ଟର ଉପଜିଲ୍ଲାପାଳଙ୍କୁ ଏହି ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ଆଗାମୀ ଦିନରେ ସ୍ଥାନୀୟ ଅଧିବାସୀ ଓ ପଡୋଶୀ କିଭଳି ଅସୁବିଧାର ସମ୍ମୁଖୀନ ହେବେ ଜଣାଇଛନ୍ତି। ଉପଜିଲ୍ଲାପାଳ ବର୍ତ୍ତମାନ ପୌର ପରିଷଦର ଅଧ୍ୟକ୍ଷ ଦାୟିତ୍ୱରେ ଥିବାରୁ ଅତିଶୀଘ୍ର ସମସ୍ୟାର ସମାଧାନ ହୋଇପାରିବ ବୋଲି ସାକ୍ଷାତ କରିଥିବା ମହିଳା ଆଶା ପ୍ରକଟ କରିଛନ୍ତି । ସମୟ କହିବ ଏ ଅଞ୍ଚଳ ବାସୀଙ୍କ ଦୀର୍ଘ ଦିନରୁ ରହିଥିବା ଏହି ପରିବେଶ ସ୍ୱଚ୍ଛତା ଦାବୀର ସମାଧାନ ହେବ ଆଉ ବାସିନ୍ଦା କେବେ ଅନୁଭବ କରିବେ ଉଭୟ ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ଏବଂ ସ୍ୱଚ୍ଛ ଓଡିଶା – ସୁନ୍ଦର ଓଡିଶା ନାରା ।