ପାରଳାଖେମୁଣ୍ଡି ଠାରେ ଶିଶୁମିତ୍ର ଅଦାଲତ ଉଦ୍‍ଘାଟିତ…!

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗଜପତି/ପାରଳାଖେମୁଣ୍ଡି) – ସ୍ଥାନୀୟ ପାରଳାଖେମୁଣ୍ଡି କୋର୍ଟ ପରିସରରେ ଏକ ସ୍ୱତନ୍ତ୍ର ଶିଶୁ ନ୍ୟାୟଳୟ ଉଦ୍‍ଘାଟିତ ହୋଇଯାଇଛି । ଏହି ଶିଶୁ ମିତ୍ର ନ୍ୟାୟଳୟକୁ ଗଜପତି ଜିଲ୍ଲା ଦ୍ୱାରା ଜର୍ଜ ବିଶ୍ୱଜିତ ଦାସଉଦ୍‍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଯୋଗଦେଇ ଏହି ଶିଶୁମିତ୍ର ଅଦାଲତର ଆବଶ୍ୟକତା ଉପରେ କହିଥିଲେ । ଶିଶୁମିତ୍ର ଅଦାଲତର ମୁଖ୍ୟ ଉଦ୍ଦେଶ୍ୟ ଏହିକିଯେ ନିର୍ଦ୍ଦିଷ୍ଠ ଭାବେ ଯୌନ ନିର୍ଯ୍ୟାତନାର ଶିକାର ହୋଇଥିବା ଶିଶୁ ମାନଙ୍କର ମାମଲା ଗୁଡିକ ବିଚାର ହେବା ସମୟରେ ତାକୁ ଲିପିବ୍‍ଦ୍ଧ କରିବା , ନିର୍ଯ୍ୟାତିତ ଶିଶୁ ଓ ଶିଶୁମିତ୍ର ଅଦାଲତ କୋଠରୀରେ ବସି ତାଙ୍କର ମାମଲା ବିଷୟରେ ପ୍ରତ୍ୟେକ ବିଷୟ ବସ୍ତୁ ଉପରେ ଭିଡିଓ କନ୍‍ଫରେନସ ଦ୍ୱାରା ଶୁଣି ଓ ଦେଖିପାରିବେ । ଅନ୍ୟ ପକ୍ଷରେ ବିଚାରପତିଙ୍କ କଠୋରୀକୁ ନଯାଇ ଶିଶୁମିତ୍ର ଅଦାଲତରେ ବସି ବୟାନ ଦିଆଯାଇପାରିବ ।

ଶିଶୁମାନଙ୍କ ପାଇଁ ଏହି ନ୍ୟାୟଳୟ ଗଠନ ହୋଇଥିବାରୁ ଏହାକୁ ଶୀତତାପ ନିୟନ୍ତ୍ରକ ଏବଂ ବିଭିନ୍ନ ମନୋରଞ୍ଜନ ପାଇଁ ଖେଳନା, ଦୁରଦର୍ଶନ ସୁବିଧା ବିଭିନ୍ନ ଗଳ୍ପ ପୁସ୍ତକ ଇତ୍ୟାଦି ବ୍ୟବସ୍ଥା କରାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା , ସରକାରୀ ଜିଲ୍ଲା ଜର୍ଜ ଅରୁଣ ସାହୁ , ପ୍ରିନିସପାଲ ମାଝିଷ୍ଟ୍ରେଟ କିଶୋର ନ୍ୟାୟଳୟ ପରିଷଦ ଶୁଭଶ୍ରୀ ପ୍ରଧାନ, ସବ୍‍ଜର୍ଜ ବ୍ୟାମକେଶ ନାୟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍‍ଟର ବୁନୁରାଣୀ ପଟ୍ଟନାୟକ, ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ବିନୋଦ ଚନ୍ଦ୍ର ଜେନା,ଶିଶୁ ସୁରକ୍ଷା ଅଧିକାରୀ ଅରୁଣ ତ୍ରିପାଠୀଙ୍କ ସମେତ ଶିଶୁ ସୁରକ୍ଷା ସମିତିର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

ଉତ୍କଳ ସମ୍ମିଳନୀର ୬ଷ୍ଠ ରାଜ୍ୟକାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ…!

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗଜପତି/ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହ ଠାରେ ଉତ୍କଳ ସମ୍ମିଳନୀର ୬ଷ୍ଠ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀର ଗଜପତି ଜିଲ୍ଲା ସଭାପତି ଗୌରଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଆୟୋଜତି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଅଦ୍ୱୈତ କୁମାର ପାତ୍ର ସଭାପତିତ୍ୱ କରିଥିବା ବେଳେ ପଦ୍ମନାଭ ସାମଲ, ଉପସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ବିନୋଦ ମହାନ୍ତି, ଉଷାରାଣୀ ମହାନ୍ତି , କୌଶିକା ସାହୁ, ବିମଳ ଚନ୍ଦ୍ର ଷଡଙ୍ଗୀ, ସାଧାରଣ ସମ୍ପାଦକ ଅନନ୍ତ ପ୍ରସାଦ ଜେନା ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ ।

ଓଡିଶାରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତିର ବ୍ୟାପକ ପ୍ରଚାର, ପ୍ରସାର ଓ ସଂରକ୍ଷଣ ସହ ଶାସ୍ତ୍ରୀୟ ମାନ୍ୟତାର ବିକାଶ କିପରି ହୋଇପାରିବ , ସରକାରୀ ସ୍ତରରେ ଓଡିଆ ଭାଷାର ପ୍ରଚଳନ , ଓଡିଆରେ ନାମଫଳକ ଓ ବ୍ୟବହାର , ସମସ୍ତ ସ୍କୁଲ କଲେଜ ସମେତ ଇଂରାଜୀ ମାଧ୍ୟମିକ ସ୍କୁଲ କଲେଜରେ ମଧ୍ୟ ଓଡିଆ ଭଷା ସାହିତ୍ୟର ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥା ଉପରେ ଦୃଢା କାର୍ଯ୍ୟକାରୀ କରାଯିବାକୁ ଦାବୀ କରି ରାଜ୍ୟ ସରକାରୀଙ୍କୁ ଏ ଉପରେ ଦାବୀ ପତ୍ର ଦିଆଯିବାକୁ ନିଷ୍ପତି ନେଇଥିଲେ । ଏତଦ୍‍ ବ୍ୟତୀତ ବିଛିନ୍ନାଞ୍ଚଳରେ ଶିକ୍ଷା ବ୍ୟବସ୍ଥା ସମସ୍ୟା, ଓଡିଆଙ୍କ ପ୍ରତି ଅବହେଳା , ସୀମାସୁରକ୍ଷା ଏବଂ ନିର୍ମାଣ ପ୍ରକଳ୍ପ ଗୁଡିକର ଅଗ୍ରଗତିକୁ ଓ କାର୍ଯ୍ୟକ୍ଷମ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ସେହିପରି ଗଜପତି ଜିଲ୍ଲା ସୀମାନ୍ତେର ଆନ୍ଧ୍ର ସରକାର ବଂଶୀଧାରା ଏବଂ ମହେନ୍ଦ୍ର ତନୟା ପାଣି ନେବାକୁ ଉଦ୍ୟମ କରୁଥିବା ବେଳେ ଜିଲ୍ଲାର ସ୍ୱାର୍ଥ ଓ ସୁରକ୍ଷାକୁ ଆଦୌ ଧ୍ୟାନ ଦିଆଯାଉ ନାହିଁ । ଏହି କାର୍ଯ୍ୟକ୍ରମରେ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ବିନ୍ଦୁ ଓ ବଳୟ କବିତା ପୁସ୍ତକ ଲୋକାର୍ପଣ ହେବା ସହ ରାଜ୍ୟର ବିଭିନ୍ନ ଜିଲ୍ଲା ଅଞ୍ଚଳରୁ ଆସିଥିବା ପ୍ରତିନିଧି ମାନଙ୍କୁ ସମ୍ମାନିତ କରାଯାଇଥିଲା । ରାଜ୍ୟର ୨୧ଟି ଶାଖାର କର୍ମକର୍ତ୍ତା ଓ କାର୍ଯ୍ୟକାରୀଣ କମିଟିର ସଦସ୍ୟ ପ୍ରାୟ ୫୧ଜଣ ଯୋଗ ଦେଇଥିଲେ ।

ପାରଳାଖେମୁଣ୍ଡି ଠାରେ ଭକ୍ତ କବି ଗୋପାଳକୃଷ୍ଣଙ୍କ ୨୩୬ ଜୟନ୍ତୀ ଉତ୍ସବ ପାଳିତ…!

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ Live (ପାରଳାଖେମୁଣ୍ଡି) – ରୀତି ଯୁଗର ଶ୍ରେଷ୍ଠ କବି ଗୋପାଳକୃଷ୍ଣ ଥିଲେ ଜଣେ ଯୋଗଜନ୍ମା ବରପୁତ୍ର , କିମ୍ୱଦନ୍ତୀ ପୁରୁଷ । ତାଙ୍କର ରାଧକୃଷ୍ଣ ପ୍ରେମ ରସର ସାଂଗିକତା ଯାଦୁ କରି ଆଜି ମଧ୍ୟ ଓଡିଶାର ପାଣି, ପବନ, ପୁରପଲ୍ଲୀ ଠାରୁ ଆରମ୍ଭ କରି ଜନମାନସକୁ ବହୁଳ ଭାବରେ ପୁଲକିତ , ପ୍ରଭବିତ ଏବଂ ଉଜ୍ୱିବୀତ ରହିଛି । ସର୍ବ ପୁରାତନ ଗୋପାଳ କୃଷ୍ଣ ପାଠାଗାରର ପୁନରୁଦ୍ଧାର ଏବଂ କବିଙ୍କର ପୁର୍ଣ୍ଣବୟାବ ମୂର୍ତ୍ତିଟିଏ ଏ ମାଟି ପାଇଁ ଜରୁରୀବୋଲି ଅତିଥି ମାନେ ନିଜ ବକ୍ତବ୍ୟରେ କହିଥିଲେ । ବାଲିଖାନା କମଳାଙ୍ଗୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ଆଶାଲତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍‍ଘାଟନୀ ସଙ୍ଗୀତକୁ ଗୁରୁ କୈଳାସ ପଟ୍ଟନାୟକ କରିଥିବା ବେଳେ ସ୍ୱାଗତ ସମ୍ଭାଷଣ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଓ ଅତିଥିପରିଚୟ ପ୍ରଦାନ କରିଥିଲେ ପୂର୍ଣ୍ଣଚନ୍ଦ୍ର ରଥ । ସମସ୍ତ କାର୍ଯ୍ୟକ୍ରମକୁ ବ୍ରଜନନ୍ଦ ପଟ୍ଟନାୟକ , ନିତ୍ୟାନନ୍ଦ ଚୌଧୁରୀ, ଭୁବନେଶ୍ୱର ପଟ୍ଟନାୟକ,ବଟକୃଷ୍ଣ ପଟ୍ଟନାୟକ ପରିଚାଳନା କରିଥିଲେ ।

ଗଜପତି ଜିଲ୍ଲା ରକ୍ତଦାତା ସଂଗଠନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ…!

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ Live (ଗଜପତି/ପାରଳାଖେମୁଣ୍ଡି) – ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଦାନ କେନ୍ଦ୍ର ଠାରେ ଗଜପତି ରକ୍ତଦାତା ସଂଗଠନ ତରଫରୁ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ମୁଖ୍ୟ ନବୀନ କୁମାର ଓ ସଦସ୍ୟମାନଙ୍କ ଦ୍ୱାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୁପେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଓ ସମ୍ମାନନୀୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ.ଗୁନୁରାଣୀ ପଟ୍ଟନାୟକ ଓ ବ୍ଲଡ ବ୍ୟାଙ୍କ ଇନ୍‍ଚାର୍ଜ ଡ.ରାଜଲକ୍ଷ୍ମୀ ଯୋଗଦେଇଥିଲେ । ଏସପି ସାରା ଶର୍ମା କାର୍ଯ୍ୟକ୍ରମ ଉଦ୍‍ଘାଟନ କରିଥିବା ବେଳେ ରକ୍ତଦାନ କେନ୍ଦ୍ରର କର୍ମୀ ମାନେ ପରିଚାଳନା କରିଥିଲେ । ଏହି ରକ୍ତଦାନ ଶିବିରରେ ମୁଖ୍ୟତଃ ୧୨ନମ୍ୱର ୱାର୍ଡର ରକ୍ତଦାତା ମାନେ ଭାଗ ନେଇଥିଲେ । ୫୦ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଗରିବ ଓ ଆବଶ୍ୟକିୟ ଅଭାବିଙ୍କ ରକ୍ତର ଆବଶ୍ୟକତା ପୁରଣ ପାଇଁ ଆଗାମୀ ଦିନରେ ସହରର ପ୍ରତ୍ୟେକ ୱାର୍ଡରୁ ଏପରି ରକ୍ତ ସଂଗ୍ରହ କରାଯିବ ବୋଲି ସଂଗଠନର ମୁଖ୍ୟ ନବୀନ କୁମାର କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଦସ୍ୟ ମୋହନି ପ୍ରଧାନ, ଏସ ରୁଷି, ମମତା ପାଢୀ , କୈଳାସ ଚନ୍ଦ୍ର ବିଶ୍ୱାଳ, ରଇତ କୁମାର ପଲେଇ, ଓ ପିନିଣ୍ଟି କ୍ରାନ୍ତି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

ପାରଳାଖେମୁଣ୍ଡି ଆର୍. ଏମ୍. ସି କାର୍ଯ୍ୟାଳୟ ପରିସରରେ ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ…!

ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ Live (ଗଜପତି/ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ଆରଏମସି କାର୍ଯ୍ୟାଳୟ ପରିସରରେ ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ , ଗଜପତି ଶାଖା ଏକ ଜିଲ୍ଲା ସ୍ତରୀୟ ବୈଠକ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଅକ୍ଷୟ ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି ଦୀନବନ୍ଧୁ ମହାନ୍ତି, ସାଧାରଣ ସମ୍ପାଦକ ପ୍ରଫୁଲ ଚନ୍ଦ୍ର ପଟ୍ଟନାୟକ ଏବଂ କେନ୍ଦ୍ରୀୟ ସାଂଗଠନିକ ସମ୍ପାଦକ ବିଜୟ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମରେ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ଯଥା ସପ୍ତମ ବେତନ ବକେୟା ପ୍ରାପ୍ତି, ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି , କାର୍ଯ୍ୟକ୍ଷେତ୍ରରେ କର୍ମଚାରୀ ଅଭାବ ପୁରଣ ଏବଂ ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କୁ ବକେୟା ପ୍ରାପ୍ତି ପ୍ରଭୃତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ବନ ବିଭାଗର ଦେବଗିରି ରେଞ୍ଜ୍ ପକ୍ଷରୁ ୭୦ତମ ବନ ମହୋତ୍ସବ ସପ୍ତାହ କାର୍ଯ୍ୟକ୍ରମ ଶୁଭାରମ୍ଭ…!

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ Live (ଗଜପତି/ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କେରାଣ୍ଡି ପଞ୍ଚାୟତର ବି.ସିତାପୁର ଗ୍ରାମସ୍ଥିତ ଗୋପିନାଥ ଗଜପତି ଉଚ୍ଚ ବିଦ୍ୟାଳୟ ପରିସରରେ ବନବିଭାଗର ଦେବଗିରି ରେଞ୍ଜ ପକ୍ଷରୁ ୭୦ତମ ବନମୋହତ୍ସବ ସପ୍ତାହ ପାଳନର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରେଞ୍ଜ ଅଧିକାରୀ ଏମ. ନରସିଂହଙ୍କ ସଭାପତିତ୍ୱରେ ସରକାରୀ ବନ ସଂରକ୍ଷଣ ଅଧିକାରୀ ପ୍ରଭାକର ନାୟକ ଯୋଗ ଦେଇ ଉତାପ୍ତ ପୃଥିବୀକୁ ଶୀତଳ କରିବାର ମୁଖ୍ୟ ଉପାୟ ହେଲା ସବୁ ଆଡେ ଗଛ ଲଗାଇ ପରିବେଶ ସବୁ ଜିମା କରିଦେବା, ଜଙ୍ଗଲକୁ ସଂରକ୍ଷଣ କରି ନୁଆଗଛ ଲଗାଇବା ଏବଂ ସୁସ୍ଥ ପରିବେଶ ପାଇଁ ବୃକ୍ଷରୋପଣ ର ଆବଶ୍ୟକତା ଉପରେ କହିଥିଲେ । ପ୍ରତ୍ୟେକେ ନିଜର ଜନ୍ମ ଦିନ ସମେତ ପର୍ବପର୍ବାଣୀ ଦିନରେ ଅନ୍ତତଃ ପକ୍ଷେ ଗୋଟିଏ ଲେଖାଏଁ ଗଛ ଲଗାଇବା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେରାଣ୍ଡି ସରପଞ୍ଚ ରେଗିଟି ରାଣି , ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୁଭ୍ର ନାରାୟଣ ଦାସ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ବନତ୍ସୋବର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ କହିଥିଲେ । ଏହି କାର୍ଯ୍ୟକ୍ରମ ପାଳନ ଅବସରରେ ବିଦ୍ୟାଳୟ ପରିସରରେ ସମସ୍ତ ମଞ୍ଚାସୀନ ଅତିଥି ମାନଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ , ଛାତ୍ରଛାତ୍ରୀ ଓ ବନ ବିଭାଗର କର୍ମଚାରୀ ମାନେ ପିଜୁଳି, ଜାମୁକୋଳି,କରଞ୍ଜିଓ , କଦମ୍ୱ ଏବଂ ରାଧାକୃଷ୍ଣଚୁଡା ପ୍ରଭୃତି ବୃକ୍ଷରୋପଣ କରିଥିବା ବେଳେ ପୂର୍ଣ୍ଣଚନ୍ଦ୍ର ଗୌଡ, ସନ୍ତୋଷ ସାହୁ, ବାବୁଲା ପଟ୍ଟନାୟକ,ଏମ .ମହେଶ, ସନ୍ତୋଷ ପରିଛା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

କଥା ରଖିଲେ ଅରୁଣ ; ଖୋଲା ଦରବାର ରେ କଲେ ଲୋକଙ୍କ ଜନ ଶୁଣାଣୀ କାର୍ଯ୍ୟକ୍ରମ…!

ଏଥର ସମ୍ଭାଳ ବ୍ୟୁରୋ (ନୟାଗଡ଼) – ବିଧାୟକ ଭାବେ ନିର୍ବାଚିତ ହେବା ପରେ କୃତଜ୍ଞତା ଜଣାଇବା ପାଇଁ ନିର୍ବାଚନମଣ୍ଡଳୀ ଗସ୍ତ କଲାବେଳେ କଥା ଦେଇଥିଲେ ଲୋକଙ୍କ ଅଧିକ ନିକଟତର ହେବେ । ଲୋକଙ୍କ ପାଖକୁ ଆସି ଦୁଃଖ ଶୁଣିବେ, ଅସୁବିଧା ସୁବିଧା ବୁଝି ସମାଧାନ କରିବେ । ନିବୁଜ କୋଠରୀରେ ନୁହେଁ ଓପନ ରେ ହେବ ଲୋକଙ୍କ ପାଇଁ ଜନଶୁଣାଣୀ ।

ଆଉ ସେଇଆ କଲେ । କଥାରଖି ରାଜରାସ୍ତା କଡରେ ଖୋଲିଲେ ଶୁଣାଣି ଦରବାର । ରାଜରାସ୍ତାକଡ଼ ପାଲଟିଥିଲା ବିଧାୟକଙ୍କ କାର୍ଯ୍ୟାଳୟ I ରବିବାର ସକାଳ ୮ଟା ସମୟରେ ନୟାଗଡ ବିଧାୟକ ତଥା ରାଜ୍ୟ ସରକାରଙ୍କକୃଷି, ମତ୍ସ୍ୟ, ପଶୁ ସଁମ୍ପଦ ଓ ଉଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ନୟାଗଡ ପୁରୁଣା ବସଷ୍ଟାଣ୍ଡ ଠାରେ ନୟାଗଡ ବ୍ଲକ ଓ ପୌରପରିଷଦବାସୀଙ୍କୁ ନେଇ ଜନଶୁଣାଣୀ କରିଥିଲେ I ଏଥିରେ ଶତାଧିକ ଜନତା ସେମାନଙ୍କର ଦୁଃଖ ମନ୍ତ୍ରୀଙ୍କୁ ଜଣାଇଥିଲେ I ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କ ସୁଖ ଦୁଃଖରେ ସହଭାଗୀଦାର ହୋଇ ଓ ନିକଟରୁ ନିକଟତର ହେବାପାଇଁ ଏହା ମନ୍ତ୍ରୀଙ୍କ ଏକ ଅଭିନୟ ପ୍ରୟାସ I ଆଗକୁ ମଧ୍ୟ ମନ୍ତ୍ରୀ ଅନେକ ସ୍ଥାନରେ ଏପରି ଜନଶୁଣାଣୀ କରିବେ ବୋଲି ସୂଚନା ଦେଇଥିଲେ I ଆଗକୁ ଦେଖିବାର ଅଛି ଜନସାଧାରଣଙ୍କ ଅଭିଯୋଗକୁ କିପରି ମନ୍ତ୍ରୀ ସମାଧାନ କରୁଛନ୍ତି I