ପହିଲି ରଜ ର କାଳ ବୈଶାଖୀ ଉଡ଼ାଇନେଲା ୯ ଗୋଟି ଘର ; ପ୍ରଶାସନ ର ସହାୟତା ଅପହଞ୍ଚ !

!!! ରାୟଗଡ଼ା ରୁ ଡ଼ି କିରଣ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୁରୋ (କୋଲନରା/ରାୟଗଡ଼ା) – ଗତକାଲି ହୋଇ ଥିବା କାଳ ବୈଶାଖୀ ର ପବନରେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅଧିନସ୍ଥ ଝରୋଡ଼ି ଗାଁ ର ୯ ଗୋଟି ଘରର ଛାତ ଉଡ଼ିଯାଇଅଛି ଫଳରେ ଏଠାରେ ରହୁଥିବା ୯ ଗୋଟି ପରିବାର ବେଘର ହୋଇ ପଡ଼ଛନ୍ତି।

ବ୍ଲକ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ବର୍ତ୍ତମାନ୍ ସୁଦ୍ଧା କୌଣସି ସହାୟତା ପ୍ରଦାନ କରାଯାଇ ନଥିବା ଅଭିଯୋଗ ହେଉଛି।

କ୍ଷତି ଗ୍ରସ୍ତ ପରିବାର ଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ରେ ଆଶ୍ରୟ ଦିଆଯାଇ ଭୋଜନ ଯୋଗାଇ ଦିଆ ଯାଉଥିବା ଜଣା ପଡିଛି।

କ୍ଷତି ଗ୍ରସ୍ତ ପରିବାର ବର୍ଗ ହେଲେ କୋଟିସ୍ଵର କାଡ୍ରାକା, ଭଗବାନ ମଣ୍ଡାଙ୍ଗି, ପୁନାଲୁ କାଡ୍ରାକା, ତ୍ରିନାଥ ତାଡ଼ିଙ୍ଗି, ଗଣେଶ ରତ୍ନାଲୁ, କର୍ଣ୍ଣନଦାନ ମଣ୍ଡାଙ୍ଗି, ଧର୍ମା ନିମାଲା, ବଜି ପାତିକା, ଅବତାର କାଡ୍ରାକା ।

ଯଥା ଶୀଘ୍ର ଏହି ପରିବାର ବର୍ଗ ଙ୍କୁ ସ୍ଥାୟୀ ବାସ ଗୃହ ଯୋଗାଇଦେବା ନିମନ୍ତେ ଦାବୀ ହେଉଛି।

ଅଧପନ୍ତରିଆ ଅବସ୍ଥା ରେ ମୁକୁନ୍ଦପୁର ଘାଟି , ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ରାୟଗଡ଼ା ଜିଲ୍ଲା ବିକାଶ ପରିଷଦ ର ଦାବି !

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼ା) – ରାୟଗଡା ଜିଲ୍ଲା ଅନ୍ତର୍ଗତ ମକୁନ୍ଦପୁର ଘାଟି ରାସ୍ତା କାମ ଅଧପନ୍ତରିଆ ଅବସ୍ତା ରେ ପଡ଼ିରହିଛି । ଶହ ଶହ ଯାନ ବାହାନ ଏହି ରାସ୍ତାଦେଇ ଯିବା ଆସିବା କରୁଥିବା ବେଳେ ଉକ୍ତ ରାସ୍ତା ପ୍ରତି ପ୍ରଶାସନର ଏଥି ପ୍ରତି ନିଘା ନାହିଁ । ପ୍ରତିଦିନ କିଛିନା କିଛି ଦୁର୍ଘଟଣା ଘଟି ରହୁଥିବା ବେଳେ ଆଜି( ଗୁରୁବାର ଦିନ) ଏକ ଅଭାବନୀୟ ଘଟଣା ଦୃଷ୍ଟି ଆକର୍ଷଣ ହେଇଛି। ଗୋଟିଏ ମାଲ ଵୋଝେଇ ଗାଡ଼ି ରାସ୍ତା ମଝିରେ କୌଣସି କାରଣରୁ ଅଟକି ଯାଇଥିବାବେଳେ ରାସ୍ତା ଅବରୋଧ ଯୋଗୁଁ ଗୋଟିଏ ଆମ୍ବୁଲାନ୍ସ ଏବଂ ଗୋଟିଏ ସ୍ୱର୍ଗରଥ ପ୍ରାୟ ୩ଘଣ୍ଟା ଧରି ଅଟକି ରହିଥିବା ଜଣାପଡ଼ିଛି। ତା, ସହିତ ପ୍ରାୟ ୪୦ରୁ ଉର୍ଦ୍ଧ ଛୋଟ ବଡ ଗାଡି ମୋଟର ସାଇକେଲ ମଧ୍ୟ ଅଟକି ରହିଥିଲା। ବର୍ଷ,ବର୍ଷ ଧରି ମାତ୍ର ଆଠ କିଲୋମିଟର ରାସ୍ତା ନିର୍ମାଣ ହୋଇପାରୁ ନାହିଁ ଏହା ଅତୀ ଲଜ୍ଜା ଜନକ ବିଷୟ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।

ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବଡ,ବଡ ରାଜନେତା,ମନ୍ତ୍ରୀ ମାନେ ଜିଲ୍ଲା ସଦର ମହକୁମାରେ ରହୁଥିବା ବେଳେ କଣ ପାଇଁ କାମ ହୋଇ ପାରୁନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଯାଥ ଶୀଘ୍ର କାର୍ଯ୍ୟ ଶେଷ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ପାଇଁ ରାୟଗଡ଼ା ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ଦାବୀ ହେଉଛି।

ଖଡ଼ିଆଳ ଜେ ଏମ୍ ଏଫ୍ ସି କୋର୍ଟ ର କନିଷ୍ଠ କିରାଣୀ ଙ୍କ ମୃତ ଦେହ ଉଦ୍ଧାର !

!!! ନୂଆପଡ଼ା ରୁ ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ ବ୍ୟୁରୋ (ନୂଆପଡ଼ା) – ନୂଆପଡ଼ା ଜିଲ୍ଲା ଖଡିଆଳ ସହର ବସ୍ ଷ୍ଟାଣ୍ଡ ପଛ ପଟେ ଥିବା ଶାନ୍ତି ନଗର ର ଏକ ଭଡା ଘରୁ ବେକ ରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଯୁବକ ର ମୃତ ଦେହ ଉଦ୍ଧାର ହୋଇଛି.

ମୃତ ବ୍ୟକ୍ତି ଙ୍କ ନାମ ଅଭିଳାଷ ଜଗତ ବୟସ 26 ବୋଲି ଜଣା ପଡିଛି.

ସେ ଖଡ଼ିଆଳ ଜେ ଏମ୍ ଏଫ୍ ସି କୋର୍ଟ ରେ କନିଷ୍ଠ କିରାଣୀ ଭାବରେ କାର୍ଯ୍ୟରତ ଥିବା ବେଳେ ଖଡ଼ିଆଳ ବସ ଷ୍ଟାଣ୍ଡ ପଛ ପଟେ ଏକ ଭଡ଼ା ଘରେ ରହି ଆସୁଥିଲେ.

ଆତ୍ମହତ୍ୟା ର ପ୍ରକୃତ କାରଣ ଜଣା ପଡିନଥିଲେ ସୁଦ୍ଧା ଖଡ଼ିଆଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି.

ବାଇକ ଭାରସାମ୍ୟ ହରାଇ ୧ ମୃତ !

!!! ନୂଆପଡ଼ା ରୁ ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ ବ୍ୟୁରୋ (ନୂଆପଡ଼ା) – ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ର ଡୁଆଝର – ଭାଲୁ ଡୁଙ୍ଗୁରି ଗ୍ରାମ କୁ ସଂଯୋଗ କରୁଥିବା ରାସ୍ତା ରେ ଏକ ବାଇକ୍ ଭାରସାମ୍ୟ ଗଛ ରେ ପିଟି ହେବାରୁ ଘଟଣା ସ୍ଥଳରେ ଜଣଙ୍କ ର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି.

ସେହି ଦୁଇଟି ବ୍ୟକ୍ତି ବୋଡେନ୍ ବ୍ଲକ ର ଫରସରା ପଞ୍ଚାୟତ ର ସର୍ଗୀ ଗୁଡ଼ା ଗ୍ରାମ ର ସୁବାଷ ହଂସ ଏବଂ ଇଶ୍ଵର ପଟେଲ ବୋଲି ଜଣା ପଡିଛି.

ଘଟଣା ସ୍ଥଳରେ ସୁବାଷ ହଂସ ଙ୍କ ମୃତ୍ୟୁ ହୋଇଥିଲା ଏବଂ ଇଶ୍ଵର ପଟେଲ ଙ୍କୁ ଖଡିଆଳ ଉପଖଣ୍ଡ ଚିକିତ୍ସାଳୟ ରେ ପ୍ରାଥମିକ ଚିକିତ୍ସା ପାଇଁ ପଠାଯାଇଛି.

ପୋଲିସ ସବ କୁ ଯବତ୍ କରି ଏହାର ତଦନ୍ତ କରୁଥିବା ଜଣାପଡିଛି.

ଆଇସକ୍ରିମ ଦେବା ବାହାନା ରେ ୫ ବର୍ଷ ର ଶିଶୁ କୁ ଦୁଷ୍କର୍ମ !

ଏଥର ସମ୍ଭାଳ ବ୍ୟୁରୋ (ନୟାଗଡ଼) –  ରାଜ୍ୟରେ ପୁଣି ଏକ ଲଜ୍ଜ୍ୟଜନକ ଘଟଣା ଘଟୁଥିବାର ସୂଚନା ମିଳିଛି | କୋମଳମତି ଶିଶୁ ଦୁଷ୍କର୍ମର ଶିକାର ହେଉଥିବା ଅଭିଯୋଗ ଆସୁଛି । ଲୋକଙ୍କ ହୀନମାନଷିକତା କାରଣରୁ ଦୁଷ୍କର୍ମର ଶିକାର ହେଉଛନ୍ତି ଶିଶୁ । ଏହାର ଏକ ଉଦାହରଣ ମିଳିଛି ନୟାଗଡ଼ରେ । ସୂଚନା ମୁତାବକ, ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଂଚଳରେ ଲଜ୍ଜ୍ୟା । ଗାଁ ଘର ବାରଣ୍ଡାରେ ଜଣେ ପାଂଚ ବର୍ଷର ଝିଅ ଖେଳୁଥିଲା । ସେହି ସମୟରେ ଜଣେ ଯୁବକ ତାକୁ ଆଇସକ୍ରିମ ଦେବା ବାହାନାରେ ନିଜ ଘରକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା । ଘଟଣା ସମ୍ପର୍କରେ ଜାଣିବା ପରେ ନାବାଳିକାର ପରିବାର ଲୋକେ ଇଟାମାଟି ପୋଲିସ ଥାନାରେ ଏତଲା ଦେଇଛନ୍ତି । ତଦନ୍ତ ଆରମ୍ଭ କରି ପୋଲିସ ଅଭିଯୁକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରୁଛି ।

ଭଲ ଫସଲ ଅମଳ ଉଦ୍ଦେଶ୍ୟ ରେ ପୁତୁରା ର ବଳି ଚଢାଇଛି ବଡ଼ ବାପା !

!!! ନୂଆପଡ଼ା ରୁ ସତୀଶ ଯୋଶୀ ଙ୍କ ରିପୋର୍ଟ !!!

ଖରିଫ ଋତୁରେ ଭଲ ଫସଲ ଅମଳ ଉଦ୍ଦେଶ୍ୟରେ ପୁତୁରାର ବଳି ଚଢ଼ାଇଛି ବଡ଼ବାପା। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସମଗ୍ର ନୂଆପଡ଼ା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଶନିବାର ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଜଡ଼ାମୁଣ୍ଡା ଗ୍ରାମରେ। ପୁଲିସ ହତ୍ୟା ଅଭିଯୋଗରେ ବଡ଼ବାପା ଚିନ୍ତାମଣି ମାଝୀକୁ ଗିରଫ କରିଛି। ଅଭିଯୁକ୍ତ ଚିନ୍ତାମଣି ‘ମୁଁ ନିଜେ ମୋ ଜମିରେ ମୋ ପୁତୁରାକୁ ଚରୁ ଦେଇ ଦେଇଛି, ତମର କଣ ଯାଉଛି’ ବୋଲି ପୁଲିସକୁ କହିଥିବା ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଶନିବାର ପ୍ରାୟ ଦିନ ୧୧ଟା ସମୟରେ ଅଭିଯୁକ୍ତ ଚିନ୍ତାମଣି ନିଜ ଜମିରେ ବୁଲୁଥିଲା। ପାଖ ଜମିରେ ତା’ର ବଡ଼ ପୁତୁରା ରୂପସିଂ ମାଝୀ ହଳ କରୁଥିଲା। ସାନ ପୁତୁରା ଧନସିଂ ମାଝୀ (୧୨) ବଡ଼ ଭାଇଙ୍କ ପାଇଁ ବାସି ପଖାଳ ‌ଧରି ଆସିଥିଲା। ସେହି ସମୟରେ ପାଖରେ ବୁଲୁଥିବା ବଡ଼ବାପା ଚିନ୍ତାମଣି ପୁତୁରା ଧନସିଂଙ୍କୁ ପାଖକୁ ଡାକିଥିଲା। ଧନସିଂ ଖଳାରେ ଥିବା ଏକ ବଡ଼ ମହୁଲ ଗଛ ପାଖରେ ପହଞ୍ଚିଥିଲା। ପୂର୍ବ ଯୋଜନା ମୁତାବକ ଚିନ୍ତାମଣି ହଠାତ୍ ଧନସିଂ ଉପରେ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ଏହା ଦେଖି ନିକଟରେ ହଳ କରୁଥିବା ରୂପସିଂ ନିଜ ସାନଭାଇକୁ ବଞ୍ଚାଇବାକୁ ଦୌଡ଼ି ଆସିଥିଲା। କିନ୍ତୁ ସେ ପହଞ୍ଚିବା ପୂର୍ବରୁ ବଡ଼ବାପା ଚିନ୍ତାମଣି ପୁତୁରା ଧନସିଂର ବେକକୁ ଏକ କଟୁରୀରେ ହାଣି ପକାଇ ମୁଣ୍ଡ ଗଣ୍ଡି ଅଲଗା କରି ଦେଇଥିଲା। ରକ୍ତମୁଖା ବଡ଼ବାପା କଟୁରୀ ଧରିଥିବାରୁ ରୂପସିଂ ଡରି ଯାଇଥିଲା। ତା’ର ଚିତ୍କାର ଶୁଣି ଆଖପାଖରେ ଚାଷ କରୁଥିବା ଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ ଓ ତରବୋଡ଼ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ତରବୋଡ଼ ଫାଣ୍ଡି ଅଧିକାରୀ ଲଛିନ୍ଦ୍ର ଚଲାନ ପହଞ୍ଚି ହତ୍ୟା ଅଭିଯୁକ ଚିନ୍ତାମଣିକୁ କାବୁ କରି କୋମନା ଥାନାକୁ ନେଇଥିଲେ। କୋମନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି।

ଗୁଣପୁର ଠାରେ ବିଶ୍ବ ପରିବେଶ ଦିବସ ଅନୁଷ୍ଠିତ !

!!! ଗୁଣପୁର ରୁ ଡ଼ି କିରଣ କୁମାର ଓ ଏମ ଶ୍ରୀକାନ୍ତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ରେ ବିଶ୍ବ ପରିବେଶ ଦିବସ ଅନୁଷ୍ଠିତ ହୋଇଯାଇଛି ।

ଆଜି ର ଦିନ ରେ ଗୁଣପୁର ଜଙ୍ଗଲ ବିଭାଗ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ଛାତ୍ର ଛାତ୍ରୀ ମାନଂକ ମିଳିତ ଆନୁକୁଲ୍ୟ ରେ ଗୁଣପୁର ଏସ୍ ଡ଼ି ଜେ ଏମ କୋର୍ଟ ପରିସର ଏବଂ ଗୁଣପୁର ରେଳ ଷ୍ଟେସନ ପରିସର ରେ ପ୍ରାୟ ୭୦ ଗୋଟି ଚାରା ଗଛ ଲଗାଯାଇଥିଲା ।

କେବଳ ଗଛ ଲଗେଇବା ନୁହଁ ଏହି ଗଛ ଗୁଡ଼ିକ ବଢିବା ଏବଂ ଏହାର ସୁରକ୍ଷା ନେଇ ନିୟମିତ ଏଥିରେ ପାଣି ଦେବା ନିମନ୍ତେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ଛାତ୍ର ଛାତ୍ରୀ ସଂକଳ୍ପ ନେଇଥିଲେ ।

ଏହି କାର୍ଯ୍ୟକ୍ରମ କୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ଜିଲ୍ଲା ବିଭାଗ ପ୍ରମୁଖ ଶ୍ରୀ ଉମା ଶଙ୍କର ଦାଶ , ଜିଲ୍ଲା ସଂଯୋଜକ ଶ୍ରୀ ବି ସତୀଶ କୁମାର ଓ ପୂର୍ବତନ ନଗର ସଭାପତି ତଥା ଆଇନଜୀବି ଶ୍ରୀ ଇନ୍ଦ୍ରାକ୍ଷି ପ୍ରସାଦ ଦାଶ , ଅଧ୍ୟାପକ ଶ୍ରୀ ପ୍ରଶାନ୍ତ କୁମାର ହୋତା ପ୍ରମୁଖ ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବରିଷ୍ଠ ସାମ୍ବାଦିକ ନାଗଭୂଷଣ ରାଓ , ରାଧାକାନ୍ତ ପଣ୍ଡା , ଦୀପକ ବେହେରା , ଯୁବ ସାମ୍ବାଦିକ ଚିନ୍ମୟ ପାଣିଗ୍ରାହୀ , ଶକ୍ତି ଦାଶ , ସନ୍ତୋଷ ରଥ , ସିଦ୍ଧାର୍ଥ ଦାଶ, ସନ୍ତୋଷ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହିଥିଲେ ।

ପରଲୋକ ରେ ଓଡ଼ିଆ ସିନେ ଜଗତ ର ହାସ୍ୟ ଅଭିନେତା ସଲିଲ୍ ମିତ୍ର !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) : ହସେଇ ହସେଇ ବେଦମ୍ କରୁଥିବା ସଲିଲ ଶେଷରେ ସମସ୍ତଙ୍କୁ ଦୁଃଖର ସାଗରରେ ଭସେଇ ଚାଲିଗଲେ ଆରପାରିକୁ। ହଜାରେ ଦୁଃଖରେ ଥିଲେ ମଧ୍ୟ ଯାହାଙ୍କ ଅଭିନୟ ସମସ୍ତଙ୍କୁ ହସାଇ ଦେଉଥିଲା ସେ ଆଜି ସମସ୍ତଙ୍କ ଆଖିରେ ଲୁହ ଭରିଦେଲେ।

ଦୁର୍ଘଟଣାରେ ଆହତ ହୋଇ କିମ୍‌ସ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ହାସ୍ୟ ଅଭିନେତା ସଲିଲ ମିତ୍ର ଗତ କାଲି ରାତି ପ୍ରାୟ ୧୨ଟା ୧୫ ମିନିଟ୍‌ରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ ଓ ୨ ଝିଅ ଉପସ୍ଥିତ ଥିଲେ। ମେ ୧୨ ତାରିଖରେ ଶ୍ରୀ ମିତ୍ର କେନ୍ଦୁଝରରୁ ସୁଟିଂ ଶେଷ କରି କାର୍‌ରେ କଟକ ଫେରୁଥିବା ବେଳେ ଘଟଗାଁ କଲେଜ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ।

ଏଥିରେ ସେ ଏବଂ କାର୍‌ ଚାଳକ ଗୁରୁତର ଆହତ ହୋଇଥି‌ଲେ। ଦୁର୍ଘଟଣାରେ ତାଙ୍କ ହାତ ଓ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଛାତିରେ ମଧ୍ୟ ଆଘାତ ଲାଗିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମ କଟକ ବଡ଼ ମେଡିକାଲ୍‌ରେ ଭର୍ତି କରାଯାଇଥିଲା। ପରେ ସେଠାରୁ କିମ୍‌ସ ସ୍ଥାନାନ୍ତର କରାଯାଇଥିଲା।

୧୯୯୯ରେ ‘ପୁଅ ଭାଙ୍ଗିଦେଲା ସୁନା ସଂସାର’ରୁ ଅଭିନୟ ଜଗତରେ ପାଦ ଦେଇଥିବା ସ୍ବର୍ଗତ ମିତ୍ର ଅନେକ ମଞ୍ଚ, ଟିଭି ଧାରାବାହିକ ଓ ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜୟ କରିପାରିଥିଲେ। ପରେ ଅର୍ଜୁନ(୨୦୦୫), ଶୁଭ ବିବାହ(୨୦୧୦), ହିରୋ(୨୦୧୧), କେବେ ତୁମେ ନାହ, କେବେ ମୁଁ ନାହିଁ(୨୦୧୨), ତୁ ମୋ ଆରମ୍ଭ , ତୁ ମୋ ଶେଷ(୨୦୧୨), ଗଞ୍ଜା ଲଢ଼େଇ(୨୦୧୪), ଗପ ହେଲେ ବି ସତ(୨୦୧୫) ଏବଂ ସିଷ୍ଟର ଶ୍ରୀଦେବି(୨୦୧୭) ଆଦି ଚଳଚ୍ଚିତ୍ରରେ ହାସ୍ୟ ଅଭି‌ନେତା ଭୂମିକାରେ ଅଭିନୟ କରି ଲୋକଙ୍କୁ ହସେଇ ହସେଇ ବେଦମ କରିଛନ୍ତି।

ତାଙ୍କ ପରଲୋକ ଖବର ପାଇ ବିଳମ୍ବିତ ରାତିରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଛନ୍ତି। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡ଼ିତ ଅନେକ ବ୍ୟକ୍ତି କିମ୍‌ସରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ କବି ବିଚିତ୍ରାନନ୍ଦ ବେବର୍ତ୍ତା ଙ୍କ ର କବିତା ପସରା ‘ସ୍ୱର ଓ ସ୍ୱାକ୍ଷର’ ଲୋକାର୍ପଣ ମହୋତ୍ସବ !

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଗଜପତି ଠାରେ ଅନୁଷ୍ଠିତ ହୋଇଯାଇଛି ସ୍ୱର ଓ ସ୍ୱାକ୍ଷରର ଲୋକାର୍ପଣ ମହୋତ୍ସବ । ଡ.ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୁରୁ ଗୌରବ ଗୌରଚନ୍ଦ୍ର ପଣ୍ଡା, ମୁଖ୍ୟ ବକ୍ତା ଭାବେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ କୃଷ୍ଣଚନ୍ଦ୍ର ମହାରଣା, ଡ.କଲ୍ୟାଣି ମିଶ୍ର, ବିରାଜିନି ବେବର୍ତ୍ତା, ବଟକୃଷ୍ଣ ପାତ୍ର ଏବଂ ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ଶାଖା ସଦସ୍ୟ ବଳରାମ ନାଗା ଯୋଗଦାନ କରି ଅଧୁନା ଯୁବଗୋଷ୍ଠୀ କାଗଜ କଲମରେ ନିଜର ସୃଜନାତ୍ମକ ପ୍ରକ୍ରିୟାକୁ ଆଉ ଉନ୍ମେଷ କରି ପାରୁନାହାନ୍ତି, ତେଣୁ ଯେତେବେଳେ ଯାହା ମନକୁ ଆସେ ସମାଜର ହିତ ସାଧନ ନିମନ୍ତେ ସାରସ୍ୱତ ସାଧନା ଗୁଡିକ ଏକାଠି କରି ମୁଦ୍ରଣ ବହି ଆକାରରେ ପ୍ରକାଶ କରିବା ଉଚିତ । ଆଗଭଳି ଉପନ୍ୟାସ, କାବ୍ୟ ଗ୍ରନ୍ଥ, ମହାକାବ୍ୟ ସଂପ୍ରତି ନାହିଁ କହିଲେ ଚଳେ ।

କ୍ଷୁଦ୍ରଗଳ୍ପ, କ୍ଷୁଦ୍ରକବିତା କ୍ଷୁଦ୍ର ଆଲୋଚନାରେ ଲେଖକଗଣ ଅଣନିଶ୍ୱାସୀ ହେଲାବେଳେ ପାଠକ ମାନେ ହତାଶ ହୋଇ ପଡୁଛନ୍ତି ତେଣୁ ସମାଜର ହିତ ସାଧନ ଓ ପାଠକଙ୍କ ମନକୁ ଛୁଇଁଲା ଭଳି ଲେଖା ଲେଖିବା ବିଧେୟ । କାର୍ଯ୍ୟକ୍ରମକୁ ନିତ୍ୟାନନ୍ଦ ଚୌଧୁରୀ, ତ୍ରିପତି ପ୍ରସାଦ ପଣ୍ଡା, ଶାଶ୍ୱତି ବେବର୍ତ୍ତା,ସ୍ନେହଲତା ପାଣିଗ୍ରାହୀ, ଜ୍ୟୋତ୍ସ୍ନା ଡାକୁଆ ପ୍ରଭୃତି ପରିଚାଳନା କରିଥିବାବେଳେ ସ୍ୱର୍ଣ୍ଣ ପ୍ରଭା ପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଗୁଣପୁର ଠାରେ ଆମ୍ବ ମୋହତ୍ସବ ଅନୁଷ୍ଠିତ !

!!! ଗୁଣପୁର ରୁ ଡି କିରଣ କୁମାର ଙ୍କ ରିପୋର୍ଟ !!!

ଜିଲ୍ଲା ପ୍ରଶାସନ ରାୟଗଡା ଓ ଓଡିଶା ମିଶନ ସହାୟତାରେ ଗୁଣପୁର ନୂତନ ବାସ ଷ୍ଟାଣ୍ଡ ନିକଟସ୍ଥ ଚଇତି ମଣ୍ଡପ ପଡିଆ ଠାରେ ଆମ୍ବ ମହୋତ୍ସବ ଉତ୍ସବ ୨୦୧୯ ଆଜି ସକଳ ୧୦ ଘଣ୍ଟା ସମୟରେ ଆରମ୍ଭ ହୋଇଛି ।

ଏହାକୁ ସ୍ଥାନୀୟ ପଞ୍ଚାୟତ ସମିତି ଅଧକ୍ଷା ଶ୍ରୀମତୀ ଦେବକୀ ଗମାଙ୍ଗ ଉଦ୍ଘାଟନ କରିଥିଲେ।

ଉତ୍ସବ ଉଦ୍ଘାଟନ ସମାରୋହ ରେ ଗୁଣପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀମତୀ ଗାୟତ୍ରୀ ଦେବୀ , ORMAS ର କର୍ମଚାରୀ ବୃନ୍ଦ , ଉଦ୍ୟାନ ବିଭାଗ ଗୁଣପୁର ର କର୍ମଚାରୀ ବୃନ୍ଦ , ଗୁଣପୁର ଉପଖଣ୍ଡ ଲୋକ ସୁଚନା ଅଧିକାରୀ ସୁଶ୍ରୀ ରଶ୍ମିରାଣୀ ନିମାକା ଏବଂ ଅଙ୍ଗନବାଡି କର୍ମୀ ମାନେ ଉପସ୍ଥିତ ରହିଥିଲେ ।

ଏଠାରେ ଖୋଲା ଯାଇଥିବା ଷ୍ଟଲ ଗୁଡିକରେ ଆମ୍ବର ରାଜା ଓ ଶୁଦ୍ଧ ତାର ମଜା ବିଭିନ୍ନ ପ୍ରକାର ଆମ୍ବର ପ୍ରଦର୍ଶନୀ ଓ ବିକ୍ରୟ କରାଯିବା ର ଆୟୋଜନ କରାଯାଇଛି ।

ଏହି ପ୍ରଦର୍ଶନୀକୁ ଆମରପଲ୍ଲି ,ବାଇଗଣ ପଲ୍ଲୀ, ଦେଶରା , ଲେଙ୍ଗଡା, ଗୁଲାବଖାସ, ଆଖୁରସ , ହାତୀ ମୁଣ୍ଡ ଭଳି ବିଭିନ୍ନ କିସମର ଅମ୍ଵ ବିକ୍ରୟ ପାଇଁ ଆସିଛି ।

ସାବିତ୍ରୀ ଅମାବାସ୍ୟା କୁ ଆଖିରେ ରଖି ଏହି ଉତ୍ସବ କୁ ଆୟୋଜନ କରାଯାଇଛି ବୋଲି ଜଣାପଡିଛି ।

ହିନ୍ଦୁ ଗଣ ପର୍ବ ରେ ଆମ୍ଵ ର ଜରୁରୀ ରହିଥିବାରୁ ଷ୍ଟଲ ଗୁଡିକରେ ଭଲ ବିକ୍ରି ହେବ ବୋଲି ଆୟୋଜକ କହିଛନ୍ତି । ଏହି ଉତ୍ସବକୁ ଓରମାସ ଆୟୋଜନ କରିଛନ୍ତି ।

ଏହା ଚଳିତ ୨ ତାରିଖ ରୁ ୬ ତାରିଖ ଯାଏଁ ଚାଲୁ ହେବ ବୋଲି ଆୟୋଜକ ପ୍ରକାଶ କରିଛନ୍ତି ।