ଓଡ଼ିଶାର ଗ୍ରାମୀଣ ଉତ୍ପାଦିତ ସାମଗ୍ରୀ ବିକ୍ରୟ ପାଇଁ ସମନ୍ୱିତ ବିକ୍ରୟଯୋଜନା ପ୍ରସ୍ତୁତ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଓଡ଼ିଶାର ଗ୍ରାମୀଣ ଉତ୍ପାଦିତ ସାମଗ୍ରୀଗୁଡ଼ିକର ପର୍ଯ୍ୟାପ୍ତ ବଜାର ସମ୍ଭାବନା ଓ ସାମର୍ଥ୍ୟ ରହିଛି । ଏହାକୁ ଆଧାର କରି ଓଡ଼ିଶା ଗ୍ରାମୀଣ ବିକ୍ରିବଟା ପାଇଁ ଆଗାମୀ ଦିନରେ ଦେଶର ନାମିଦାମୀ କମ୍ପାନୀ ତଥା ଉଦ୍ୟୋଗମାନଙ୍କ ସହ ଅନୁବନ୍ଧିତ କରାଯିବ । ଏହାଦ୍ୱାରା ସେମାନଙ୍କ ଉତ୍ପାଦନର ଗୁଣବତ୍ତା ସୁନିଶ୍ଚିତ କରାଯିବା ସହ ବ୍ରାଣ୍ଡିଂଙ୍ଗ ମାଧ୍ୟମରେ ଅଧିକ ମୂଲ୍ୟଯୁକ୍ତ ହୋଇ ପାରିବ । ଗ୍ରାମୀଣ ଉତ୍ପାଦକମାନଙ୍କ ଆର୍ଥିକ ବିକାଶର ମାର୍ଗ ସୁଦୃଢ଼ ହେବା ସହ ସେମାନେ ଅର୍ନ୍ତଜାତୀୟବ ଜାର ରେ ମଧ୍ୟ ପହଞ୍ଚି ପାରିବେ । ଏଥିପାଇଁ ଯଥାଶୀଘ୍ର ଏକ ସମନ୍ୱିତ ବିକ୍ରୟଯୋଜନା (Integrated Market Plan) ପ୍ରସ୍ତୁତ କରବିାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ଜେନା ତାଙ୍କ ସଚିବାଳୟ ପ୍ରକୋଷ୍ଠରେ ଓରମାସ ଏବଂ ଓଡ଼ିଶା ଜୀବିକା ମିଶନର କାର୍ଯ୍ୟବଳୀ ସମୀକ୍ଷା କରି ଉପରୋକ୍ତ ନିର୍ଦ୍ଦେଶ ପ୍ରଦାନକରିଛନ୍ତି । ସମୀକ୍ଷାରୁ ଜଣାପଡିଥିଲା ଇତି ମଧ୍ୟରେ ଡ଼ାବର ଇଣ୍ଡିଆ, ମଦର ଡ଼ାଏରୀ ଏବଂ ଆଇ.ଟି.ସି. ଭଳି ଦେଶର ଅଗ୍ରଣୀ କମ୍ପାନୀମାନଙ୍କ ସହ ଓରମାସ୍ ଅନୁବନ୍ଧିତ ହୋଇ ହଳଦୀ, ମହୁ, ଧୁପକାଠି ଭଳି ଉତ୍ପାଦ ଗୁଡ଼ିକ ପ୍ୟାକେଜିଂ ଏବଂ ବିକ୍ରିବଟା ପାଇଁ ପଦକ୍ଷେ ପ ନେଇସାରିଛି । ସେହିଭଳି ଦୀନଦୟାଲ୍ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା କାର୍ଯ୍ୟକ୍ରମକୁ କିଭଳି ଆହୁରୀ ଭଲ ଭାବରେ କାର୍ଯ୍ୟକାରୀ କରାଯାଇ ପାରିବ ମନ୍ତ୍ରୀ ଶ୍ରୀ ଜେନା ତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ।
ଓଡ଼ିଶା ଜୀବିକା ମିଶନରବିଗତବର୍ଷର ସଫଳତା ଏବଂ ଚଳିତବର୍ଷର କାର୍ଯ୍ୟ ଖସଡ଼ା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଜେନା ବିସ୍ତୃତ ଭାବରେ ବୈଠକରେ ସମୀକ୍ଷା କରିଥିଲେ । ସମୀକ୍ଷାରୁ ଜଣାପଡିଥିଲା ବିଗତ ଆର୍ଥିକ ବର୍ଷରେ ଓଡ଼ିଶା ଜୀବିକା ମିଶନ ପାଇଁ ୨୯୪ କୋଟି ୬୩ ଲକ୍ଷ ଟଙ୍କାରବ୍ୟୟବରାଦ କରାଯାଇଥିବା ବେଳେ ୩୪୨ କୋଟି ୫୧ ଲକ୍ଷ ଟଙ୍କା ବ୍ୟୟ କରାଯାଇ ମିଶନ ଅଧୀନରେ ସମସ୍ତ ଯୋଜନାର କାର୍ଯ୍ୟାନ୍ୱୟନ କରାଯାଇଛି । ଚଳିତବର୍ଷ ମଧ୍ୟ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମସ୍ତ ଯୋଜନା ସମ୍ପୂର୍ଣ୍ଣ କରିବା ସହ କେନ୍ଦ୍ର ସରକାରଙ୍କ ଠାରୁ ମିଳୁଥିବା ଅର୍ଥ ବ୍ୟୟ କରି ବିନିଯୋଗ ରମାଣ ପତ୍ର ଯଥା ସମୟରେ ଦାଖଲ କରିବା ଉପରେ ମନ୍ତ୍ରୀ ଶ୍ରୀ ଜେନା ଗୁରୁତ୍ୱାରୋପ କରିଥିଲେ ।
ଆଜିର ଏହି ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ, ଜାତୀୟ ଗ୍ରାମୀଣ ଜୀବିକା ମିଶନର ନିର୍ଦ୍ଦେଶକ ତଥା ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନ ଉପସ୍ଥିତ ରହି ବିଭାଗୀୟ କାର୍ଯ୍ୟାବଳୀ ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ରୁଷର ଉପ-ପ୍ରଧାନ ମନ୍ତ୍ରୀ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ; ଦେଶରେ ସିଟି ଗ୍ୟାସ ବିତରଣରେ ପୁଞ୍ଜି ନିବେଶ ପାଇଁ ରୁଷକୁ ଆମନ୍ତ୍ରଣ – ଧର୍ମେନ୍ଦ୍ର !

ଏଥର ସମ୍ଭାଳ ବ୍ୟୁରୋ (ନ୍ୟୁଦିଲ୍ଲୀ) – ରୁଷର ଉପ-ପ୍ରଧାନମବୀ ଏଚ୍.ଇ ୟୁରି ପି ତୃଟନେଭ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ବୁଧବାର ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଭାରତ ଏବଂ ରୁଷ ମଧ୍ୟରେ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ନୂଆ ସମ୍ଭାବନା ଖୋଜିବା ସହ ସହଯୋଗ ପାଇଁ ଗୁରୁତ୍ୱଆରୋପ କରାଯାଇଥିଲା । ଆଗାମୀ ଦିନରେ ଭାରତରେ ସିଟି ଗ୍ୟାସ ବିତରଣରେ ପୁଞ୍ଜି ନିବେଶ କରିବା ପାଇଁ ରୁଷର କମ୍ପାନୀ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ବୋଲି ଟ୍ୱିଟର ମାଧ୍ୟମରେ ଶ୍ରୀ ପ୍ରଧାନ ଜଣାଇଛନ୍ତି । ଏହାସହ ଭାରତ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ରୁଷରେ ପୁଞ୍ଜି ନିବେଶ କରିବା ପାଇଁ ଇଚ୍ଛୁକ ଥିବା ମଧ୍ୟ ବୈଠକରେ ଆଲୋଚିତ ହୋଇଥିଲା ।
ପୂର୍ବ ରୁଷରୁ ଭାରତର ପୂର୍ବତଟ ପର୍ଯ୍ୟନ୍ତ ନୌ-ମାର୍ଗ ପ୍ରତିଷ୍ଠା ହେଲେ ଉର୍ଜା କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରାଯାଇପାରିବ ବୋଲି ବୈଠକରେ ଆଲୋକପାତ କରାଯାଇଥିଲା । ଏହାବ୍ୟତିତ ଏହି ବୈଠକରେ ରୁଷର ଉପ-ପ୍ରଧାନମନ୍ତ୍ରୀ ଏଚ.ଇ ତୃଟନେବ ସେପ୍ଟେମ୍ବର ୧୯ରେ ଭ୍ଲାଡିଭୋଷ୍ଟୋକରେ ଅନୁଷ୍ଠିତ ହେବାକୁ ଥିବା ୫ତମ ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମ ଉପରେ ଅବଗତ କରାଇଥିଲେ ।

ପାଣି ମୁନ୍ଦାକ ପାଈଁ ହାହାକାର, ନେତାଙ୍କ ପ୍ରତିଶ୍ରୁତି ପାଣିର ଗାର !

!!! ବରଗଡ଼ ରୁ ଏମ୍. ଶ୍ରୀକାନ୍ତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ ବ୍ୟୁରୋ(ବରଗଡ଼/ଗାଇସିଲେଟ) – ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମ ପଞ୍ଚାୟତସ୍ଥ ବର୍ହାମୁଣ୍ଡା ଗ୍ରାମରେ ଦେଖାଯାଇଛି ଜଳସଙ୍କଟ।

ଗ୍ରାମଟି ଗୋଟିଏ ୱାର୍ଡ ବିଶିଷ୍ଟ ହୋଇଥିବା ବେଳେ ପୁରୁଷ, ମହିଳା ଓ ଶିଶୁ ମିଶି ପ୍ରାୟ ୫୦୦ ଜଣ ଲୋକ ବାସ କରନ୍ତି।ଗ୍ରାମରେ ପାନୀୟ ଜଳପାଇଁ ଗୋଟିଏ ମାତ୍ର ନଳକୂପ ଅଛି, କିନ୍ତୁ ତାପମାତ୍ରା ବଢିବା ସଙ୍ଗେ ସଙ୍ଗେ ଉକ୍ତ ନଳକୂପର ଜଳସ୍ତର ଧୀରେ ଧୀରେ ତଳକୁ ଚାଲି ଯାଇଥାଏ। ଯାହା ଫଳରେ ମହିଳାମାନେ ପାଣି ବାଲଟିଏ ପାଇଁ ଘଣ୍ଟା ଘଣ୍ଟା ଧରି ଉକ୍ତ ନଳକୂପଠାରେ ଜମା ହୋଇଥାନ୍ତି ଏବଂ ପାଖରେ ଥିବା ନାଳରେ ବାଲିକୂଅ ଖୋଳି ପିଇବା ପାଣି ଆଣିଥାନ୍ତି ।

ପୁରୁଷ ମାନେ ସାଇକଲ ସାହାଯ୍ୟରେ ପଡୋଶୀ ଗ୍ରାମ ତାଲପାଲିକୁ ପିଇବାପାଣି ଆଣିବାକୁ ଯାଇଥାନ୍ତି ।ବିଜେପୁର ଉପନିର୍ବାଚନ ସମୟରେ ମାଳମାଳ ନେତା ମନ୍ତ୍ରୀ ଏହି ଗ୍ରାମକୁ ଆସି ଜଳ ଯୋଗାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜିଯାଏ ତାହା ସାର୍ଥକ ହୋଇନାହିଁ।

ଗ୍ରାମବାସୀ ସ୍ଥାନୀୟ ବିଡିଓଙ୍କଠୁ ଆରମ୍ଭକରି ଭୁବନେଶ୍ବର ପର୍ଯ୍ୟନ୍ତ ଗ୍ରାମର ସମସ୍ୟାକୁ ନେଇ ଥରେ କି ଦିଥର ନୁହେଁ ପାଞ୍ଚଥର ଯାଇଛନ୍ତି।କିନ୍ତୁ ସମସ୍ୟାର ସମାଧାନ ହୋଇ ପାରୁନାହିଁ।

୪ ନକଲି ସାମ୍ୱାଦିକ ଙ୍କୁ ଗିରଫ କଲା ପୋଲିସ !

!!! ବରଗଡ ରୁ ଏମ ଶ୍ରୀକାନ୍ତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୁରୋ (ବରଗଡ) – ବ୍ଲାକମେଲିଂ ଏବଂ ବଟି ଆଦାୟବେଳେ ନକଲି ସାମ୍ବାଦିକ ଧରା ପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ସମେତ ୪ ନକଲି ସାମ୍ବାଦିକ ରହିଛନ୍ତି। ବରଗଡ଼ ପୋଲିସ ଏମାନଙ୍କୁ ଗିରଫ କରିଛି।

ଗିରଫ ନକଲି ସାମ୍ବାଦିକମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ଭାକରସାହିର ତପନ କୁମାର ସାହୁ, ଉତ୍ତରପ୍ରଦେଶ ନୋଏଡାର ଅନୁଜ ଅଗ୍ରଓ୍ୱାଲ, ବୁଲନ୍ଦସହରର ବିଶାଲ ଗାମ୍ଭୀର ଏବଂ ଦିଲ୍ଲୀଗେଟ୍ ଗାଜିଆବାଦର ଇମ୍ରାନ୍‌ ଖାନ।
ସେମାନଙ୍କଠାରୁ ବିଭିନ୍ନ ଘରୋଇ ଚ୍ୟାନେଲର ବୁମ୍ ସହ କ୍ୟାମେରା, ପରିଚୟପତ୍ର, ମୋବାଇଲ ଫୋନ, ଆଇ ପ୍ୟାଡ୍ ଏବଂ ୧୯ହଜାର ୬୮୦ ଟଙ୍କା ଜବତ ହୋଇଛି।

ବରଗଡ଼ ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ରର ମ୍ୟାନେଜର ମନୋଜ କୁମାର ଶଥପଥୀଙ୍କ ଅଭିଯୋଗ ଅନୁସାରେ ୪ ଅଭିଯୁକ୍ତ ଙ୍କୁ ପୋଲୋସ୍ ଗିରଫ କରିଛି।

ବାରମ୍ବାର ବିଜୁଳି ବିଭ୍ରାଟ ପ୍ରସଙ୍ଗରେ ନରସିଂହଙ୍କ ଚେତାବନୀ ; ଲୋକଙ୍କ ସହିତ ଲୁଚକାଳି ନ ଖେଳୁ ବିଦ୍ୟୁତ୍ ବିଭାଗ !

!!! ବଲାଙ୍ଗୀର ରୁ ଏମ୍. ଶ୍ରୀକାନ୍ତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ ବ୍ୟୁରୋ (ବଲାଙ୍ଗୀର) – ଗତ କିଛି ସପ୍ତାହ ହେଲା ବଲାଙ୍ଗିର ସହର ତଥା ଆଖପାଖ ଅଞ୍ଚଳରେ ଘୋର ବିଜୁଳି ବିଭ୍ରାଟ ଦେଖାଦେଉଛି । ସାମାନ୍ୟ ବର୍ଷା କିମ୍ବା ପବନ ହେଲେ ସାରା ସହରରେ ବିଜୁଳି ସରବରାହ ବନ୍ଦ କରି ଦିଆଯାଉଛି । ଏପରି ସମୟରେ କୌଣସି ଜାଗାରେ ବିଜୁଳି ତାର ଉପରେ ଗଛ ପଡି ବିଜୁଳି ସରବରାହ ବନ୍ଦ ହେଲେ ୮/୧୦ ଘଣ୍ଟା ପର୍ଯ୍ୟନ୍ତ ସହର ପୁରା ଅନ୍ଧକାର ରହୁଛି । ଉପଭୋକ୍ତାକୁ ଦିଆଯାଇଥିବା ଫୋନ ନମ୍ବରରେ ଅଭିଯୋଗ କଲେ କୌଣସି ଅଧିକାରୀ ଉଠାଉନାହାନ୍ତି । ଏହାକୁ ନେଇ ମାନ୍ୟବର ବିଧାୟକ ନରସିଂହ ମିଶ୍ର ଏକ ପ୍ରେସ ବିବୃତି ମାଧ୍ୟମରେ କ୍ଷୋଭ ପ୍ରକାଶ କରିଛନ୍ତି । ସେ ବିଭାଗକୁ ଚେତେଇ ଦେଇଛନ୍ତି ଯେ ବଲାଙ୍ଗିର ଲୋକଙ୍କ ସହିତ ଲୁଚକାଳି ନ ଖେଳିବା ପାଇଁ । କେତେବେଳେ ରାଜ୍ୟ ସରକାରଙ୍କ ଯୋଜନା ତ କେତେବେଳେ କେନ୍ଦ୍ର ସରକାରଙ୍କର ସୌଭାଗ୍ୟ ଯୋଜନା ପରି ଅନେକ ଯୋଜନା ବଲାଙ୍ଗିରକୁ ଆସିଥିଲେ ମଧ୍ୟ ଆମ ବିଜୁଳି ଉପଭୋକ୍ତଙ୍କ ଭାଗ୍ୟ ବଦଳି ନାହିଁ । ଗତ କିଛି ଦିନ ତଳେ ସରକାରୀ ବିଜୁ ଜନତା ଦଳର କର୍ମକର୍ତ୍ତାମାନେ ୱେସ୍କୋ ଅଫିସରେ ବିଜୁଳିକୁ ନେଇ ଆନ୍ଦୋଳନ କରିଥିଲେ । ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେ ଯେ ଖୋଦ୍ ରାଜ୍ୟସରକାର ୨୦ ବର୍ଷ ଶାସନରେ ଥିଲେ ମଧ୍ୟ ବିଜୁଳି ଉତ୍ପାଦନ ଏବଂ ବିତରଣ କ୍ଷେତ୍ରରେ ଅପାରଗ ସାବ୍ୟସ୍ତ ହୋଇଛି, ଏହା ତାଙ୍କ ନିଜ ଦଳର ଲୋକେ ଆନ୍ଦୋଳନ ମାଧ୍ୟମରେ ସ୍ୱିକାର କରୁଛନ୍ତି । କେନ୍ଦ୍ର ସରକାର ମଧ୍ୟ ବିନା ଭିତ୍ତିଭୂମି, କୁଶଳୀ କାରିଗର, ଅଧିକ ଯନ୍ତ୍ରପାତିର ବନ୍ଦୋବସ୍ତ ନ କରି ପୁରୁଣା ଯୋଜନା, ପୁରୁଣ ଯନ୍ତ୍ରପାତି, ବିଦ୍ୟୁତ ସାମଗ୍ରୀକୁ ନେଇ ସୌଭାଗ୍ୟ ଯୋଜନା ନାଁ ରେ ଲୋକଙ୍କର ଭାଗବେଗ ସହିତ ଖେଳୁଛନ୍ତି । ତେଣୁ ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ସ୍ଥାନୀୟ ବିଜୁଳି ବିଭାଗ ବଲାଙ୍ଗିରରେ ଚାଲୁଥିବା ନିୟମତି ବିଜୁଳି ବିଭ୍ରାଟ ପ୍ରତି ଗୁରୁତର ସହିତ ବିଚାର କରି ଏହାର ସ୍ଥାୟୀ ସମାଧାନ ନ କଲେ ଆଗକୁ ଏହା ଏକ ବିରାଟ ଆନ୍ଦୋଳନର ରୂପ ନେବ ବୋଲି ଶ୍ରୀ ମିଶ୍ର ଚେତେଇ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବରୁ ବିଧାୟକଙ୍କ ସମିକ୍ଷା ବୈଠକରେ ବିଜୁଳି ବିଭାଗର ଉପରିସ୍ଥ ଅଧିକାରୀମାନେ ଅନୁପସ୍ଥିତ ଥିଲେ ଏବଂ ସେଠାରେ ଉପସ୍ଥିତ ଥିବା ଯନ୍ତ୍ରୀ ଚାଲିଥିବା ବିଜୁଳି ସମସ୍ୟା ବାବଦରେ କିଛି ଠୋସ ଉତ୍ତର ଦେଇ ପାରୁନଥିବାରୁ ସେଠାରେ ମଧ୍ୟ କ୍ଷୋଭ ପ୍ରକାଶ କରାଯାଇଥିଲା ।

ପାନୀୟ ଜଳ ସମସ୍ୟା କୁ ନେଇ ପଞ୍ଚାୟତ ଅଫିସ୍ ରେ ତାଲା ପକାଇଲେ ହାତୀବନ୍ଧା ଗ୍ରାମବାସୀ !

!!! ନୂଆପଡ଼ା ଜିଲ୍ଲା ସିନାପଲ୍ଲୀ ରୁ ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ ବ୍ୟୁରୋ (ସିନାପଲ୍ଲୀ) – ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତୀବନ୍ଧା ରେ ପାନୀୟ ଜଳ ସମସ୍ୟା ର ସମାଧାନ ଦାବି ରେ ଶନିବାର ଦିନ ପଂଚାୟତ ଅଫିସ ତାଲା ପକାଇଥିଲେ ଗ୍ରାମବାସୀ ! ଆଜି ଶତାଧିକ ଲୋକେ ଏକ ରାଲି ରେ ବାହାରି ପଂଚାୟତ ଅଫିସ ଘେରାଉ କରିଥିଲେ !ଏ ପରିକି ପଂଚାୟତ ଅଫିସ ତାଲା ପକାଇ ଥିଲେ!ଖବର ପାଇଁ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ ମଧ୍ୟା ଧାରଣା ରେ ସାମିଲ ହେଲେ!ତେବେ 15 ଦିନ ମଧ୍ୟ ରେ ଜଳ ଯୋଗାଣ କାମ ଶେଷ ହେବ ବୋଲି ପ୍ରଶାସନ ପ୍ରତିଶୃତି ଦେବା ପରେ ଧାରଣା ରୁ ଉଲାଇ ଥିଲେ ଗ୍ରାମବାସୀ !ସ୍ଥାନୀୟ ତହସିଲଦାର ମଧ୍ୟଉପସ୍ଥିତ ଥିଲେ ପରିସ୍ଥିତି କୁ ଆଖି ଆଗରେ ରଖି ପୋଲିସ ଫୋର୍ସ ମୁତୟନ କରିଥିଲେ !ସୂଚନା କ୍ରମେ ଏହି ଅଞ୍ଚଳ କୁ ଉଦନ୍ତି ନଦୀ ରୁ ଜଳ ଯୋଗାଣ ବ୍ୟବସ୍ତା କରାଯାଇଛି !ହେଲେ ଏହି ବ୍ୟବସ୍ତା ରୁ ହାତୀବନ୍ଧା ଗ୍ରାମବାସୀ ବଞ୍ଚିତ ଅଛନ୍ତି !ଏହା ବ୍ୟତୀତ ଗ୍ରାମ ର ମହୁଲପଡ, ବନ୍ଧପଡ, କଲେଜପଡା, ବସ ଷ୍ଟାଣ୍ଡ ପଡା ବାସି ମଧ୍ୟା ପାନୀୟ ଜଳ ରୁ ବଂଚିତ ଅଛନ୍ତି !ବାରମ୍ବାର ପ୍ରଶାସନ କୁ ଅଭିଯୋଗ କଲେ ମଧ୍ୟ କୌଣସି ଫଳ ମିଳି ପାରୁନାହିଁ !

ନିଜକୁ ଷ୍ଟେସନ ମାଷ୍ଟର ପରିଚୟ ଦେଇ ଯାତ୍ରୀଙ୍କୁ ଠକେଇ କରୁଥିବା ଏକ ଯୁବକ ଗିରଫ !

!!! ବଲାଙ୍ଗୀର ରୁ ଏମ୍. ଶ୍ରୀକାନ୍ତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ ବ୍ୟୁରୋ (ବଲାଙ୍ଗୀର) – ନିଜକୁ ଷ୍ଟେସନ ମାଷ୍ଟର ପରିଚୟ ଦେଇ ଯାତ୍ରୀଙ୍କୁ ଠକେଇ କରୁଥିବା ଏକ ଯୁବକଙ୍କୁ ଗିରଫ କରିଛି ବଲାଙ୍ଗିର ଆରପିଅଏଫ୍ ପୁଲିସ। ଗିରଫ ଯୁବକ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ଲୋଇସିଂହାର ହୃଷିକେଶ ଦାସ । ବଲାଙ୍ଗିର-ସମ୍ବଲପୁର ରେଲୱେ ଲାଇନର ଲୋଇସିଂହା ରେଲୱେ ଷ୍ଟେସନରେ ନିଜକୁ ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟରର ପରିଚୟ ଦେଇ ଯାତ୍ରୀ ମାନଙ୍କ ଠାରୁ ଠକେଇ କରୁଥିଲା ହୃଷିକେଶ। ଏପରିକି ରେଲୱେ ବିଭାଗର ବିଭିନ୍ନ ପ୍ରକାର ଡୁପ୍ଳିକେଟ ଆଇଡି କାର୍ଡ ମଧ୍ୟ ତିଆରି କରିଛି ହୃଷିକେଶ । ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର ନାଁରେ ଡୁପ୍ଳିକେଟ ଆଇଡି କାର୍ଡ ତିଆରି କରି ଲୋଇସିଂହା ରେଲୱେ ଷ୍ଟେସନରେ ଯାତ୍ରୀ ମାନଙ୍କୁ ଠକୁଥିଲା। କାହାକୁ ତତ୍କାଳ ଟିକେଟ କରାଇ ଦେବି ଓ ଆଉ କାହାର ଟିକେଟ ଚେକିଂ କରିବା ବାହାନାରେ ଠକେଇ କରୁଥିଲା ହୃଷିକେଶ। ତେବେ ଜଣେ ଯାତ୍ରୀଙ୍କ ଠାରୁ ଅଭିଯୋଗ ପାଇଲା ପରେ ବଲାଙ୍ଗିର ରେଲୱେ ପୁଲିସ ହୃଷିକେଶକୁ କାବୁ କରିଥିଲା। ଯାଞ୍ଚ କରିବା ପରେ ହୃଷିକେଶର ସମସ୍ତ କାଗଜପତ୍ର ଡୁପ୍ଳିକେଟ ବୋଲି ଜଣା ପଡିଥିଲା। ବଲାଙ୍ଗିର ଆରପିଏଫ ହୃଷିକେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି |

ବରଗଡ଼ ସଂସାଦ ସୁରେଶ ପୂଜାରୀ ଙ୍କୁ ପଦ୍ମପୁରରେ ଭବ୍ୟ ସମ୍ବର୍ଦ୍ଧନା !

!!! ବରଗଡ଼ ରୁ ଏମ୍. ଶ୍ରୀକାନ୍ତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ ବ୍ୟୁରୋ (ବରଗଡ଼/ପଦ୍ମପୁର) – ଭାରତୀୟ ଜନତା ପାର୍ଟି ପଦ୍ମପୁର ଓ ଗ୍ରାମୀଣ ମଣ୍ଡଳ ତରଫରୁ ବରଗଡ଼ ଲୋକସଭାର ନବନିର୍ବାଚିତ ସାଂସଦ ଶ୍ରୀଯୁକ୍ତ ସୁରେଶ ପୂଜାରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ପ୍ରଥମେ ସାଂସଦ ଶ୍ରୀ ପୁଜାରୀଙ୍କୁ ସତୀଭଟା ଗ୍ରାମରେ ସମ୍ବର୍ଦ୍ଧନା କରିବା ପରେ ବାଦୀମାଲ ଗ୍ରାମରେ ମଧ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା,ପରେ ସନ୍ଧ୍ୟା ୦୬ ଟାରେ ପଦ୍ମପୁର ନଗର ରାଜବାଟି ଠାରୁ ପଦ୍ମପୁର ନଗର ଓ ଗ୍ରାମୀଣ କାର୍ଯ୍ୟକର୍ତାଙ୍କ ଦ୍ଵାରା ଏକ ବିଶାଳ ବାଇକ୍ ରେଲିରେ ନଗର ପରିକ୍ରମା କରାଯାଇଥିଲା ।ପଦ୍ମପୁର ର ବିଭିନ୍ନ ସ୍ଥାନରେ ବିଭିନ୍ନ ସଂସ୍ଥା ମାନଙ୍କ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରିଶେଷରେ ବାଇକ୍ ଶୋଭଯାତ୍ରା ସ୍ଥାନୀୟ ପୁରୋହିତ କଲ୍ୟାଣ ମଣ୍ଡପ ପହଂଚିଲା ଏବଂ ସେଠାରେ ନବନିର୍ବାଚିତ ସାଂସଦ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଏକ ଜନସଭାକୁ ଉଦବୋଧନ ଦେଇଥିଲେ।ଆଗାମୀ ଦିନରେ ପଦ୍ମପୁର ଅଞ୍ଚଳର ବିକାଶ ପାଇଁ ଦୄଢ଼ ପ୍ରତିସ୍ମୁତି ଦେଇଥିଲେ। ଉକ୍ତ ସଭାରେ ଶ୍ରୀ ପୂଜାରୀ ଙ୍କ ସମେତ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ,ଅଶ୍ୱିନୀ ଷଡ଼ଙ୍ଗୀ, ଇରାଶିଷ୍ ଆଚାର୍ଯ୍ୟ,ସୁଶାନ୍ତ ମିଶ୍ର ,ଅରୁପା ସାହୁ ,କୁମରମଣୀ ନାୟକ,ମୁକ୍ତା ସାହୁ,ଶିରିଶ ବହିଦାର, ପ୍ରତାପ କେଶରୀ ସିଂ ବରିହା ,ଗୋବର୍ଦ୍ଧନ ଅଗ୍ରୱାଲ,ଶ୍ରୀକାନ୍ତ ପାଣିଗ୍ରାହୀ,ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ସମ୍ପୂର୍ଣ କାର୍ଯ୍ୟକ୍ରମକୁ ସୁନୀଲ ଅଗ୍ରୱାଲ , ଚିନ୍ମୟ କୁମାର ପଣ୍ଡା,ପ୍ରିତେଶ ବହିଦାର,ପ୍ରମୋଦ ମେହେର,କୁନାଲ ପାଣିଗ୍ରାହୀ,ଅଶୋକ ମିଶ୍ର,ହରି ସିଂ,ନରେଶ ସାହୁ,ସୁବାଷ ପାତ୍ର, ହିତେଶ ଅଗ୍ରୱାଲ, ଅଭିପ୍ରୀତ ପଟ୍ଟନାୟକ,ସିଦ୍ଧେଶ୍ୱର ମହାରଣା, ସରାଜ ମିଶ୍ର,ପ୍ରମୁଖ ପରିଚାଳନା କରିଥିଲେ।

ପାରଳା ସମ୍ୱାଦ ସାହିତ୍ୟ ଘରର ସପ୍ତମ ବାର୍ଷିକ ଉତ୍ସବ ଓ ରଜଉତ୍ସବ ବହୁ ଆଡ଼ମ୍ବର ସହିତ ପାଳିତ ହୋଇଯାଇଛି !

ଏଥର ସମ୍ଭାଳ ବ୍ୟୁରୋ (ଗଜପତି/ପାରଳାଖେମୁଣ୍ଡି) – ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସମ୍ୱାଦ ସାହିତ୍ୟ ଘରର ସପ୍ତମ ବାର୍ଷିକ ଉତ୍ସବ ଓ ରଜଉତ୍ସବ ମହା ଆଡମ୍ୱର ସହକାରେ ପାଳିତ ହୋଇଯାଇଛି । ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ସାଶିତ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ. ଅଜୟ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜାତୀୟ ପୁରସ୍କାର ପ୍ରାପ୍ତ (ସେବା ନିବୃତ୍ତ) ପ୍ରଧାନଶିକ୍ଷିକା ଆଶାଲତା ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ଓ ପାରଳା ସମ୍ୱାଦ ସାହିତ୍ୟଘରର ସଂଯୋଜକ ଦେବାଶିଷ ପାଢୀ ଯୋଗଦେଇ ଉଗ୍ର ଆଧୁନିକତା ଆମକୁ ଗ୍ରାସିବାକୁ ଲାଗିଛି, ଏହା ଠାରୁ ଦୁରେଇ ପବିତ୍ର ଓଡିଆ ପରମ୍ପରାକୁ ଆପଣେଇ ପାରିଲେ ଆମର ଜୀବନ ସୁଖ ଓ ଶାନ୍ତିମୟ ହୋଇପାରିବ । ୬୦ ବର୍ଷ ପଛକୁ ଚାହିଁ ଜଙ୍ଗଲରେ ହାତୀକୁ ସୁରକ୍ଷା ଦେବା ସହ ଓଡିଆ ଅସ୍ମିତାକୁ ଶୟନେ ସପନେ ଜାଗରଣେ ଉଜ୍ଜ୍ୱୀବିତ ଜରୁରୀ କହିଥିଲେ । ସାହିତ୍ୟ ଘରର ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା ଦୀର୍ଘ ୭ବର୍ଷର ମଧୁ ସ୍ମୃତିକୁ ତାଙ୍କର ସମ୍ପାଦକୀୟ ବିବରଣୀରେ ଉପସ୍ଥାପନା କରିଥିଲେ । ତନୁଜା ଶତପଥୀ ଅତିଥିମାନଙ୍କୁ ମଞ୍ଚ ଉପରକୁ ଆବାହନ କରିଥିବା ବେଳେ ହରିମୋହନ ପଟ୍ଟନାୟକ ସ୍ୱାଗତ ସମ୍ଭାଷଣ କରିଥିଲେ ।

ଏଥିପୁର୍ବରୁ ଅନୁଷ୍ଠିତ ହୋଇଥିବା ହୁଳହୁଳି , ପୁଚିଖେଳ, ଶଙ୍ଖଧ୍ୱନୀ, ଝୋଟି ଓ ପାରମ୍ପରିକ କାକରା ପିଠା, କ୍ଷୀରୀ ପ୍ରତିଯୋଗୀତାର ବିଜୟିନୀ ଛାତ୍ରୀ, ଗୃହିଣୀ ଓ କର୍ମଜୀବୀ ମହିଳାମାନଙ୍କୁ ପୁରସ୍କୃତ କରିଥିଲେ ମଞ୍ଚାସୀନ ଅତିଥି ମାନେ । ବରିଷ୍ଠ ବିଭାଗ କାକରା ପିଠାରେ ସ୍ନେହଲତା ପାଣିଗ୍ରାହୀ ପ୍ରଥମ, ଅନୁଶ୍ରୀ ପଟ୍ଟନାୟକ ଦ୍ୱିତୀୟ , ଶକୁନ୍ତଳା ଶବର ତୃତୀୟ ସେହିପରି କ୍ଷୀରୀରେ ରାଜେଶ୍ୱରୀ ସ୍ୱାଇଁ ପ୍ରଥମ, ଅର୍ପିତା ପାତ୍ର ଦ୍ୱିତୀୟ ସେହିପରି ହୁଳହୁଳି ବରିଷ୍ଠରେ ଶକୁନ୍ତଳା ଶବର ପ୍ରଥମ, କାଞ୍ଚନମାଳା ପଟ୍ଟନାୟକ ଦ୍ୱିତୀୟ , ସ୍ନେହଲତା ପାଣିଗ୍ରାହୀ ତୃତୀୟ । ହୁଳହୁଳି କନିଷ୍ଠରେ ତନିଷା ବେବର୍ତ୍ତା ପ୍ରଥମ, ମହାଲକ୍ଷ୍ମୀ ମହାପାତ୍ର ଦ୍ୱିତୀୟ, ମାମୁନି ବେହେରା ତୃତୀୟ । ଝୋଟି ବରିଷ୍ଠରେ ଅନୁଶ୍ରୀ ପଟ୍ଟନାୟକ ପ୍ରଥମ, ଜ୍ୟୋତି କୁମାରୀ ବେହେରା ଦ୍ୱିତୀୟ, ଦେବକୀ ଜେନା ତୃତୀୟ । ଝୋଟି କନିଷ୍ଠରେ ରାଜେଶ୍ୱରୀ ସ୍ୱାଇଁ ପ୍ରଥମ, ମହାଲକ୍ଷ୍ମୀ ଦ୍ୱିତୀୟ, ମାମୁନି ବେହେରା ତୃତୀୟ ସେହିଭଳି ପୁଚି ଖେଳେ କନିଷ୍ଠରେ ପ୍ରିୟଙ୍କା ବେହେରା ପ୍ରଥମ, ତନିଷା ବେବର୍ତ୍ତା ଦ୍ୱିତୀୟ, ସନ୍ତୋଷିନୀ ପାତ୍ର ତୃତୀୟ ହୋଇଥିବା ବେଳେ ଶଙ୍ଖଧ୍ୱନୀ ବରିଷ୍ଠରେ ଦେବକୀ ଜେନା ପ୍ରଥମ, ସୁନିତା କୁମାରୀ ପଣ୍ଡା ଦ୍ୱିତୀୟ, ସୁନିତା କୁମାରୀ ପ୍ରଧାନ ତୃତୀୟ ହୋଇଥିଲେ । କାର୍ଯ୍ୟକ୍ରମ ଶେଷରେ ସ୍ଥାନୀୟ ଶ୍ରୀଜଗନ୍ନାଥ ଓଡିଶୀ କଳା କେନ୍ଦ୍ରର ଛାତ୍ରୀମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ପାରମ୍ପରିକ କାକରା ପିଠା, କ୍ଷୀରୀ ଉପସ୍ଥିତ ସମସ୍ତ ଦର୍ଶକଙ୍କୁ ପରିବେଷଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଶାଶ୍ୱତୀ ବେବର୍ତ୍ତା, ସ୍ୱସ୍ତିକା ପଟ୍ଟନାୟକ, ନିତ୍ୟାନନ୍ଦ ଚୌଧୁରୀ, ବିଷ୍ଣୁ ପଣ୍ଡା, ଅରୁପାଞ୍ଜଳି ମହାନ୍ତି, ତ୍ରିପତି ପ୍ରସାଦ ପଣ୍ଡା , ଶରତ ଚନ୍ଦ୍ର ସାହୁ ପ୍ରମୁଖ ପରିଚାଳନା କରିଥିବା ବେଳେ ଶ୍ରୀକାନ୍ତ ମହାରଣା ସହଯୋଗ କରିଥିଲେ ।

ଗଜପତି ରକ୍ତଦାତା ସ୍ୱେଚ୍ଚାସେବୀ ସଂଗଠନ ତରଫରୁ ବିଶ୍ୱ ରକ୍ତଦାନ ଦିବସ ଅନୁଷ୍ଠିତ !

ଏଥର ସମ୍ଭାଳ ବ୍ୟୁରୋ (ପାରଳାଖେମୁଣ୍ଡି /ଗଜପତି)- ଗଜପତି ରକ୍ତ ଦାତା ସ୍ୱେଚ୍ଚାସେବୀ ସଂଗଠନ ତରଫରୁ ବିଶ୍ୱ ରକ୍ତ ଦାନ ଦିବସ ଓ ଗଜପତି ରକ୍ତଦାତା ସଂଗଠନର ପ୍ରତିଷ୍ଠାଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର ସଭାଗୃହ ଠାରେ ପାଳିତ ହୋଇଯାଇଛି । ଗଜପତି ରକ୍ତଦାତା ସ୍ୱେଚ୍ଛାସେବୀ ସଂଗଠନର ସଭାପତି ନବୀନ କୁମାର ଓ ସଂଗଠନର ସମସ୍ତ ସକ୍ରିୟ ସଦସ୍ୟ ମାନଙ୍କ ପ୍ରଚେଷ୍ଟାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିି ଭାବେ ଜିଲ୍ଲାପାଳ ଅନୁପମ ଶାହା, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡଃ. ଗୁନରାଣୀ ପଟ୍ଟନାୟକ, ଜିଲ୍ଲା ବନବିଭାଗ ଅଧିକାରୀ ବିବେକ କୁମାର, ଏଡିପିଏଚ ଓ ଡଃ. ପ୍ରଦୀପ କୁମାର ପାତ୍ର, ମୁଖ୍ୟବକ୍ତା ବ୍ଲଡବ୍ୟାଙ୍କ ଇନ ଚାର୍ଜ ଡ. ରାମଲକ୍ଷ୍ମୀ, ଗଜପତି ହେଲ୍‍ପ ୟୁଥ ଆସୋସିଏସନ, ଏଚଡିଏଫସି ବ୍ୟାଙ୍କ, ଜୟ ଅଫ ଗିଭିଙ୍ଗ ଏବଂ ଗଜପତି ଜିଲ୍ଲା ମେଡିସିନି ରିପ୍ରେଡେଣ୍ଟିଭ ଆଦି ସ୍ୱେଚ୍ଛାସେବୀ ସଂଗଠନର ମାନଙ୍କ ସହଯୋଗର କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା ।

ଜିଲ୍ଲାପାଳ ଅନୁପମ ସାହା ପ୍ରଦ୍ୱୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ରକ୍ତଦାନ କ୍ଷେତ୍ରରେ ଏହି ସଂଗଠନର ଅବଦାନକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ଶ୍ରୀ ସାହା କହିଥିଲେ । ତା ସଙ୍ଗେ ସଙ୍ଗେସଙ୍ଗେ ଜିଲ୍ଲାର ବିଭିନ୍ନ ସଂଗଠନ ମାନଙ୍କୁ ଆଗକୁ ଆସି ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ସେହିପରି ଅନ୍ୟ ଅତିଥି ମାନେ ରକ୍ତଦାନ ଦିବସରେ ରକ୍ତଦାନର ମହତ୍ୱ ବିଷୟରେ ଆଲୋଚନା କରିଥିଲେ । ଶେଷରେ ବ୍ଲଡ ବ୍ୟାଙ୍କ ଇନଚାର୍ଜ ଡ. ରାମ ଲକ୍ଷ୍ମୀ ଜିଲ୍ଲାରେ ଆବଶ୍ୟକ ହେଉଥିବା ରକ୍ତ ଓ ରକ୍ତ ଅଭାବକୁ ଦୁର କରିବା ଦିଗରେ ଏହି ସଂଗଠନର ଅନବରତ ଚେଷ୍ଟା ଓ ଅବଦାନକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଅଧିକରୁ ଅଧିକ ଯୁବକ ମାନଙ୍କୁ ରକ୍ତ ଦାନ କ୍ଷେତ୍ରରେ ଯୋଗଦାନ ପାଇଁ ଉତ୍ସାହିତ କରିଥିଲେ । ଶେଷରେ ଯେଉଁ ବ୍ୟକ୍ତି ମାନେ ୧୫ଥର ବା ତଦୁର୍ଦ୍ଧ ସ୍ୱେଚ୍ଛାସେବୀ ରକ୍ତ ଦାନ କରିଛନ୍ତି ସେମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଶିଶିର କୁମାର ଭଞ୍ଜ ସାମନ୍ତ, କୈଳାସ ଚନ୍ଦ୍ର ବିଶ୍ୱାଳ, ମାଲା ଶ୍ରୀନୁ, ବିଜୟକୁମାର ମହାପାତ୍ର, ମୋହିନୀ ପ୍ରଧାନ, ମମତା ପାଢୀ, ଏସ ଋଷି, ଚନ୍ଦ୍ର ଶେଖର ନବୀନ, ଲକି, ବୁଢି ଅମ୍ଭିକା, ପ୍ରସାଦ ମହାପାତ୍ର, ସନ୍ତୋଷ ମହାନ୍ତି, ମାଧବ ରାଓ, ନିହାର ପଣ୍ଡା,ଏମ କିରଣ କୁମାର ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ କୈଳାସ ଚନ୍ଦ୍ର ବିଶ୍ୱାଳ ଓ ମମତା ପାଢୀ ପରିଚାଳନା କରିଥିଲେ ।