ସହାୟତା ଅପେକ୍ଷା ରେ ବୁଧୁରାମ ଙ୍କ ପରିବାର !

!!! ନୂଆପଡ଼ା ରୁ ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ନୂଆପଡ଼ା ଜିଲ୍ଲାର ସିନାପାଳି ବ୍ଲକ ତି ଲେମାଲ ଗାଁ ର ଶ୍ରୀ ବୁଧୁରାମ ବାଗ ମାତା ଗୋରୀ ବାଗ ଙ୍କ 3 ବର୍ଷ ର ପୁଅ କେନସର ରୋଗ ପୀଡିତ ଅଛନ୍ତି। ପୀଡ଼ିତ ପୁତ୍ର ଙ୍କୁ ନେଇ ପରିବାର ବର୍ଗ ସ୍ଥାନୀୟ ହସ୍ପିଟାଲ ଏବଂ କଟକ ବଡ଼ ହସ୍ପିଟାଲ କୁ ନେଇ ନିରାଶ ହୋଇ ଫେରିଛନ୍ତି। କୋମଳ ମତି ଛୁଆ ଖେଳା ବୁଲା କରିବା ସମୟ ରେ କ୍ୟାନ୍ସର ରୋଗ ରେ ପୀଡିତ ଥିବା ବାପା ମା ଙ୍କ ହୃଦୟ ରେ ବହୁ ଦୁଃଖ ଭରି ଦେଇଛି ବୋଲି ପରିବାର ବର୍ଗ ପ୍ରକାଶ କରିଛନ୍ତି। ଛୁଆ ର ଉଚ୍ଚ ଚିକିତ୍ସା ପାଇଁ କଟକ ବଡ ମେଡିକାଲର ଡାଃ. ଦିଲ୍ଲୀ ଏ. ଆଇ. ମ୍. ସ୍ ରେ ଚିକିତ୍ସା କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି। ବୁଧୁରାମ ନିଜ ଅର୍ଜିତ ସମ୍ପତ୍ତି କୁ ବିକ୍ରି କରି ଏବଂ କିଛି ଅର୍ଥ ଧାର କରଜ କରି ପୁଅ ର ଚିକିତ୍ସା ପାଇଁ କଟକ ମେଡିକାଲ ପର୍ଯ୍ୟନ୍ତ ଯିବାରେ ସମର୍ଥ ହୋଇ ପାରିଛନ୍ତି। ଆଗକୁ ଦିଲ୍ଲୀ ସ୍ଥିତ AIMS ମେଡିକାଲ କୁ ଚିକିତ୍ସା ପାଇଁ ଯିବାରେ ଆର୍ଥିକ ଦୁର୍ବଳ ଅଟନ୍ତି। ସ୍ଥାନୀୟ ପ୍ରଶାସନ ଏବଂ ରାଜ୍ଯ ସରକାର ଙ୍କ ପକ୍ଷରୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଲେ ପିଲାଟି ଉଚ୍ଚ ଚିକିତ୍ସା କରିପାରିବେ ବୋଲି ଆଶା ବାନ୍ଧିଛନ୍ତି। ଜିଲ୍ଲା ପ୍ରଶାସନ ସହାୟତା ର ହାତ ବଢ଼ାଇବା ନିମନ୍ତେ ନିବେଦନ କରିଛନ୍ତି।

ଓଡ଼ିଶାର ଗ୍ରାମୀଣ ଉତ୍ପାଦିତ ସାମଗ୍ରୀ ବିକ୍ରୟ ପାଇଁ ସମନ୍ୱିତ ବିକ୍ରୟଯୋଜନା ପ୍ରସ୍ତୁତ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଓଡ଼ିଶାର ଗ୍ରାମୀଣ ଉତ୍ପାଦିତ ସାମଗ୍ରୀଗୁଡ଼ିକର ପର୍ଯ୍ୟାପ୍ତ ବଜାର ସମ୍ଭାବନା ଓ ସାମର୍ଥ୍ୟ ରହିଛି । ଏହାକୁ ଆଧାର କରି ଓଡ଼ିଶା ଗ୍ରାମୀଣ ବିକ୍ରିବଟା ପାଇଁ ଆଗାମୀ ଦିନରେ ଦେଶର ନାମିଦାମୀ କମ୍ପାନୀ ତଥା ଉଦ୍ୟୋଗମାନଙ୍କ ସହ ଅନୁବନ୍ଧିତ କରାଯିବ । ଏହାଦ୍ୱାରା ସେମାନଙ୍କ ଉତ୍ପାଦନର ଗୁଣବତ୍ତା ସୁନିଶ୍ଚିତ କରାଯିବା ସହ ବ୍ରାଣ୍ଡିଂଙ୍ଗ ମାଧ୍ୟମରେ ଅଧିକ ମୂଲ୍ୟଯୁକ୍ତ ହୋଇ ପାରିବ । ଗ୍ରାମୀଣ ଉତ୍ପାଦକମାନଙ୍କ ଆର୍ଥିକ ବିକାଶର ମାର୍ଗ ସୁଦୃଢ଼ ହେବା ସହ ସେମାନେ ଅର୍ନ୍ତଜାତୀୟବ ଜାର ରେ ମଧ୍ୟ ପହଞ୍ଚି ପାରିବେ । ଏଥିପାଇଁ ଯଥାଶୀଘ୍ର ଏକ ସମନ୍ୱିତ ବିକ୍ରୟଯୋଜନା (Integrated Market Plan) ପ୍ରସ୍ତୁତ କରବିାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ଜେନା ତାଙ୍କ ସଚିବାଳୟ ପ୍ରକୋଷ୍ଠରେ ଓରମାସ ଏବଂ ଓଡ଼ିଶା ଜୀବିକା ମିଶନର କାର୍ଯ୍ୟବଳୀ ସମୀକ୍ଷା କରି ଉପରୋକ୍ତ ନିର୍ଦ୍ଦେଶ ପ୍ରଦାନକରିଛନ୍ତି । ସମୀକ୍ଷାରୁ ଜଣାପଡିଥିଲା ଇତି ମଧ୍ୟରେ ଡ଼ାବର ଇଣ୍ଡିଆ, ମଦର ଡ଼ାଏରୀ ଏବଂ ଆଇ.ଟି.ସି. ଭଳି ଦେଶର ଅଗ୍ରଣୀ କମ୍ପାନୀମାନଙ୍କ ସହ ଓରମାସ୍ ଅନୁବନ୍ଧିତ ହୋଇ ହଳଦୀ, ମହୁ, ଧୁପକାଠି ଭଳି ଉତ୍ପାଦ ଗୁଡ଼ିକ ପ୍ୟାକେଜିଂ ଏବଂ ବିକ୍ରିବଟା ପାଇଁ ପଦକ୍ଷେ ପ ନେଇସାରିଛି । ସେହିଭଳି ଦୀନଦୟାଲ୍ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା କାର୍ଯ୍ୟକ୍ରମକୁ କିଭଳି ଆହୁରୀ ଭଲ ଭାବରେ କାର୍ଯ୍ୟକାରୀ କରାଯାଇ ପାରିବ ମନ୍ତ୍ରୀ ଶ୍ରୀ ଜେନା ତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ।
ଓଡ଼ିଶା ଜୀବିକା ମିଶନରବିଗତବର୍ଷର ସଫଳତା ଏବଂ ଚଳିତବର୍ଷର କାର୍ଯ୍ୟ ଖସଡ଼ା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଜେନା ବିସ୍ତୃତ ଭାବରେ ବୈଠକରେ ସମୀକ୍ଷା କରିଥିଲେ । ସମୀକ୍ଷାରୁ ଜଣାପଡିଥିଲା ବିଗତ ଆର୍ଥିକ ବର୍ଷରେ ଓଡ଼ିଶା ଜୀବିକା ମିଶନ ପାଇଁ ୨୯୪ କୋଟି ୬୩ ଲକ୍ଷ ଟଙ୍କାରବ୍ୟୟବରାଦ କରାଯାଇଥିବା ବେଳେ ୩୪୨ କୋଟି ୫୧ ଲକ୍ଷ ଟଙ୍କା ବ୍ୟୟ କରାଯାଇ ମିଶନ ଅଧୀନରେ ସମସ୍ତ ଯୋଜନାର କାର୍ଯ୍ୟାନ୍ୱୟନ କରାଯାଇଛି । ଚଳିତବର୍ଷ ମଧ୍ୟ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମସ୍ତ ଯୋଜନା ସମ୍ପୂର୍ଣ୍ଣ କରିବା ସହ କେନ୍ଦ୍ର ସରକାରଙ୍କ ଠାରୁ ମିଳୁଥିବା ଅର୍ଥ ବ୍ୟୟ କରି ବିନିଯୋଗ ରମାଣ ପତ୍ର ଯଥା ସମୟରେ ଦାଖଲ କରିବା ଉପରେ ମନ୍ତ୍ରୀ ଶ୍ରୀ ଜେନା ଗୁରୁତ୍ୱାରୋପ କରିଥିଲେ ।
ଆଜିର ଏହି ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ, ଜାତୀୟ ଗ୍ରାମୀଣ ଜୀବିକା ମିଶନର ନିର୍ଦ୍ଦେଶକ ତଥା ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନ ଉପସ୍ଥିତ ରହି ବିଭାଗୀୟ କାର୍ଯ୍ୟାବଳୀ ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ରୁଷର ଉପ-ପ୍ରଧାନ ମନ୍ତ୍ରୀ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ; ଦେଶରେ ସିଟି ଗ୍ୟାସ ବିତରଣରେ ପୁଞ୍ଜି ନିବେଶ ପାଇଁ ରୁଷକୁ ଆମନ୍ତ୍ରଣ – ଧର୍ମେନ୍ଦ୍ର !

ଏଥର ସମ୍ଭାଳ ବ୍ୟୁରୋ (ନ୍ୟୁଦିଲ୍ଲୀ) – ରୁଷର ଉପ-ପ୍ରଧାନମବୀ ଏଚ୍.ଇ ୟୁରି ପି ତୃଟନେଭ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ବୁଧବାର ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଭାରତ ଏବଂ ରୁଷ ମଧ୍ୟରେ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ନୂଆ ସମ୍ଭାବନା ଖୋଜିବା ସହ ସହଯୋଗ ପାଇଁ ଗୁରୁତ୍ୱଆରୋପ କରାଯାଇଥିଲା । ଆଗାମୀ ଦିନରେ ଭାରତରେ ସିଟି ଗ୍ୟାସ ବିତରଣରେ ପୁଞ୍ଜି ନିବେଶ କରିବା ପାଇଁ ରୁଷର କମ୍ପାନୀ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ବୋଲି ଟ୍ୱିଟର ମାଧ୍ୟମରେ ଶ୍ରୀ ପ୍ରଧାନ ଜଣାଇଛନ୍ତି । ଏହାସହ ଭାରତ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ରୁଷରେ ପୁଞ୍ଜି ନିବେଶ କରିବା ପାଇଁ ଇଚ୍ଛୁକ ଥିବା ମଧ୍ୟ ବୈଠକରେ ଆଲୋଚିତ ହୋଇଥିଲା ।
ପୂର୍ବ ରୁଷରୁ ଭାରତର ପୂର୍ବତଟ ପର୍ଯ୍ୟନ୍ତ ନୌ-ମାର୍ଗ ପ୍ରତିଷ୍ଠା ହେଲେ ଉର୍ଜା କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରାଯାଇପାରିବ ବୋଲି ବୈଠକରେ ଆଲୋକପାତ କରାଯାଇଥିଲା । ଏହାବ୍ୟତିତ ଏହି ବୈଠକରେ ରୁଷର ଉପ-ପ୍ରଧାନମନ୍ତ୍ରୀ ଏଚ.ଇ ତୃଟନେବ ସେପ୍ଟେମ୍ବର ୧୯ରେ ଭ୍ଲାଡିଭୋଷ୍ଟୋକରେ ଅନୁଷ୍ଠିତ ହେବାକୁ ଥିବା ୫ତମ ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମ ଉପରେ ଅବଗତ କରାଇଥିଲେ ।

ପାଣି ମୁନ୍ଦାକ ପାଈଁ ହାହାକାର, ନେତାଙ୍କ ପ୍ରତିଶ୍ରୁତି ପାଣିର ଗାର !

!!! ବରଗଡ଼ ରୁ ଏମ୍. ଶ୍ରୀକାନ୍ତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ ବ୍ୟୁରୋ(ବରଗଡ଼/ଗାଇସିଲେଟ) – ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମ ପଞ୍ଚାୟତସ୍ଥ ବର୍ହାମୁଣ୍ଡା ଗ୍ରାମରେ ଦେଖାଯାଇଛି ଜଳସଙ୍କଟ।

ଗ୍ରାମଟି ଗୋଟିଏ ୱାର୍ଡ ବିଶିଷ୍ଟ ହୋଇଥିବା ବେଳେ ପୁରୁଷ, ମହିଳା ଓ ଶିଶୁ ମିଶି ପ୍ରାୟ ୫୦୦ ଜଣ ଲୋକ ବାସ କରନ୍ତି।ଗ୍ରାମରେ ପାନୀୟ ଜଳପାଇଁ ଗୋଟିଏ ମାତ୍ର ନଳକୂପ ଅଛି, କିନ୍ତୁ ତାପମାତ୍ରା ବଢିବା ସଙ୍ଗେ ସଙ୍ଗେ ଉକ୍ତ ନଳକୂପର ଜଳସ୍ତର ଧୀରେ ଧୀରେ ତଳକୁ ଚାଲି ଯାଇଥାଏ। ଯାହା ଫଳରେ ମହିଳାମାନେ ପାଣି ବାଲଟିଏ ପାଇଁ ଘଣ୍ଟା ଘଣ୍ଟା ଧରି ଉକ୍ତ ନଳକୂପଠାରେ ଜମା ହୋଇଥାନ୍ତି ଏବଂ ପାଖରେ ଥିବା ନାଳରେ ବାଲିକୂଅ ଖୋଳି ପିଇବା ପାଣି ଆଣିଥାନ୍ତି ।

ପୁରୁଷ ମାନେ ସାଇକଲ ସାହାଯ୍ୟରେ ପଡୋଶୀ ଗ୍ରାମ ତାଲପାଲିକୁ ପିଇବାପାଣି ଆଣିବାକୁ ଯାଇଥାନ୍ତି ।ବିଜେପୁର ଉପନିର୍ବାଚନ ସମୟରେ ମାଳମାଳ ନେତା ମନ୍ତ୍ରୀ ଏହି ଗ୍ରାମକୁ ଆସି ଜଳ ଯୋଗାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜିଯାଏ ତାହା ସାର୍ଥକ ହୋଇନାହିଁ।

ଗ୍ରାମବାସୀ ସ୍ଥାନୀୟ ବିଡିଓଙ୍କଠୁ ଆରମ୍ଭକରି ଭୁବନେଶ୍ବର ପର୍ଯ୍ୟନ୍ତ ଗ୍ରାମର ସମସ୍ୟାକୁ ନେଇ ଥରେ କି ଦିଥର ନୁହେଁ ପାଞ୍ଚଥର ଯାଇଛନ୍ତି।କିନ୍ତୁ ସମସ୍ୟାର ସମାଧାନ ହୋଇ ପାରୁନାହିଁ।