ଅଧପନ୍ତରିଆ ଅବସ୍ଥା ରେ ମୁକୁନ୍ଦପୁର ଘାଟି , ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ରାୟଗଡ଼ା ଜିଲ୍ଲା ବିକାଶ ପରିଷଦ ର ଦାବି !

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼ା) – ରାୟଗଡା ଜିଲ୍ଲା ଅନ୍ତର୍ଗତ ମକୁନ୍ଦପୁର ଘାଟି ରାସ୍ତା କାମ ଅଧପନ୍ତରିଆ ଅବସ୍ତା ରେ ପଡ଼ିରହିଛି । ଶହ ଶହ ଯାନ ବାହାନ ଏହି ରାସ୍ତାଦେଇ ଯିବା ଆସିବା କରୁଥିବା ବେଳେ ଉକ୍ତ ରାସ୍ତା ପ୍ରତି ପ୍ରଶାସନର ଏଥି ପ୍ରତି ନିଘା ନାହିଁ । ପ୍ରତିଦିନ କିଛିନା କିଛି ଦୁର୍ଘଟଣା ଘଟି ରହୁଥିବା ବେଳେ ଆଜି( ଗୁରୁବାର ଦିନ) ଏକ ଅଭାବନୀୟ ଘଟଣା ଦୃଷ୍ଟି ଆକର୍ଷଣ ହେଇଛି। ଗୋଟିଏ ମାଲ ଵୋଝେଇ ଗାଡ଼ି ରାସ୍ତା ମଝିରେ କୌଣସି କାରଣରୁ ଅଟକି ଯାଇଥିବାବେଳେ ରାସ୍ତା ଅବରୋଧ ଯୋଗୁଁ ଗୋଟିଏ ଆମ୍ବୁଲାନ୍ସ ଏବଂ ଗୋଟିଏ ସ୍ୱର୍ଗରଥ ପ୍ରାୟ ୩ଘଣ୍ଟା ଧରି ଅଟକି ରହିଥିବା ଜଣାପଡ଼ିଛି। ତା, ସହିତ ପ୍ରାୟ ୪୦ରୁ ଉର୍ଦ୍ଧ ଛୋଟ ବଡ ଗାଡି ମୋଟର ସାଇକେଲ ମଧ୍ୟ ଅଟକି ରହିଥିଲା। ବର୍ଷ,ବର୍ଷ ଧରି ମାତ୍ର ଆଠ କିଲୋମିଟର ରାସ୍ତା ନିର୍ମାଣ ହୋଇପାରୁ ନାହିଁ ଏହା ଅତୀ ଲଜ୍ଜା ଜନକ ବିଷୟ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।

ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବଡ,ବଡ ରାଜନେତା,ମନ୍ତ୍ରୀ ମାନେ ଜିଲ୍ଲା ସଦର ମହକୁମାରେ ରହୁଥିବା ବେଳେ କଣ ପାଇଁ କାମ ହୋଇ ପାରୁନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଯାଥ ଶୀଘ୍ର କାର୍ଯ୍ୟ ଶେଷ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ପାଇଁ ରାୟଗଡ଼ା ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ଦାବୀ ହେଉଛି।

ଖଡ଼ିଆଳ ଜେ ଏମ୍ ଏଫ୍ ସି କୋର୍ଟ ର କନିଷ୍ଠ କିରାଣୀ ଙ୍କ ମୃତ ଦେହ ଉଦ୍ଧାର !

!!! ନୂଆପଡ଼ା ରୁ ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ ବ୍ୟୁରୋ (ନୂଆପଡ଼ା) – ନୂଆପଡ଼ା ଜିଲ୍ଲା ଖଡିଆଳ ସହର ବସ୍ ଷ୍ଟାଣ୍ଡ ପଛ ପଟେ ଥିବା ଶାନ୍ତି ନଗର ର ଏକ ଭଡା ଘରୁ ବେକ ରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଯୁବକ ର ମୃତ ଦେହ ଉଦ୍ଧାର ହୋଇଛି.

ମୃତ ବ୍ୟକ୍ତି ଙ୍କ ନାମ ଅଭିଳାଷ ଜଗତ ବୟସ 26 ବୋଲି ଜଣା ପଡିଛି.

ସେ ଖଡ଼ିଆଳ ଜେ ଏମ୍ ଏଫ୍ ସି କୋର୍ଟ ରେ କନିଷ୍ଠ କିରାଣୀ ଭାବରେ କାର୍ଯ୍ୟରତ ଥିବା ବେଳେ ଖଡ଼ିଆଳ ବସ ଷ୍ଟାଣ୍ଡ ପଛ ପଟେ ଏକ ଭଡ଼ା ଘରେ ରହି ଆସୁଥିଲେ.

ଆତ୍ମହତ୍ୟା ର ପ୍ରକୃତ କାରଣ ଜଣା ପଡିନଥିଲେ ସୁଦ୍ଧା ଖଡ଼ିଆଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି.