ଆଇସକ୍ରିମ ଦେବା ବାହାନା ରେ ୫ ବର୍ଷ ର ଶିଶୁ କୁ ଦୁଷ୍କର୍ମ !

ଏଥର ସମ୍ଭାଳ ବ୍ୟୁରୋ (ନୟାଗଡ଼) –  ରାଜ୍ୟରେ ପୁଣି ଏକ ଲଜ୍ଜ୍ୟଜନକ ଘଟଣା ଘଟୁଥିବାର ସୂଚନା ମିଳିଛି | କୋମଳମତି ଶିଶୁ ଦୁଷ୍କର୍ମର ଶିକାର ହେଉଥିବା ଅଭିଯୋଗ ଆସୁଛି । ଲୋକଙ୍କ ହୀନମାନଷିକତା କାରଣରୁ ଦୁଷ୍କର୍ମର ଶିକାର ହେଉଛନ୍ତି ଶିଶୁ । ଏହାର ଏକ ଉଦାହରଣ ମିଳିଛି ନୟାଗଡ଼ରେ । ସୂଚନା ମୁତାବକ, ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଂଚଳରେ ଲଜ୍ଜ୍ୟା । ଗାଁ ଘର ବାରଣ୍ଡାରେ ଜଣେ ପାଂଚ ବର୍ଷର ଝିଅ ଖେଳୁଥିଲା । ସେହି ସମୟରେ ଜଣେ ଯୁବକ ତାକୁ ଆଇସକ୍ରିମ ଦେବା ବାହାନାରେ ନିଜ ଘରକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା । ଘଟଣା ସମ୍ପର୍କରେ ଜାଣିବା ପରେ ନାବାଳିକାର ପରିବାର ଲୋକେ ଇଟାମାଟି ପୋଲିସ ଥାନାରେ ଏତଲା ଦେଇଛନ୍ତି । ତଦନ୍ତ ଆରମ୍ଭ କରି ପୋଲିସ ଅଭିଯୁକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରୁଛି ।

ଭଲ ଫସଲ ଅମଳ ଉଦ୍ଦେଶ୍ୟ ରେ ପୁତୁରା ର ବଳି ଚଢାଇଛି ବଡ଼ ବାପା !

!!! ନୂଆପଡ଼ା ରୁ ସତୀଶ ଯୋଶୀ ଙ୍କ ରିପୋର୍ଟ !!!

ଖରିଫ ଋତୁରେ ଭଲ ଫସଲ ଅମଳ ଉଦ୍ଦେଶ୍ୟରେ ପୁତୁରାର ବଳି ଚଢ଼ାଇଛି ବଡ଼ବାପା। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସମଗ୍ର ନୂଆପଡ଼ା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଶନିବାର ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଜଡ଼ାମୁଣ୍ଡା ଗ୍ରାମରେ। ପୁଲିସ ହତ୍ୟା ଅଭିଯୋଗରେ ବଡ଼ବାପା ଚିନ୍ତାମଣି ମାଝୀକୁ ଗିରଫ କରିଛି। ଅଭିଯୁକ୍ତ ଚିନ୍ତାମଣି ‘ମୁଁ ନିଜେ ମୋ ଜମିରେ ମୋ ପୁତୁରାକୁ ଚରୁ ଦେଇ ଦେଇଛି, ତମର କଣ ଯାଉଛି’ ବୋଲି ପୁଲିସକୁ କହିଥିବା ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଶନିବାର ପ୍ରାୟ ଦିନ ୧୧ଟା ସମୟରେ ଅଭିଯୁକ୍ତ ଚିନ୍ତାମଣି ନିଜ ଜମିରେ ବୁଲୁଥିଲା। ପାଖ ଜମିରେ ତା’ର ବଡ଼ ପୁତୁରା ରୂପସିଂ ମାଝୀ ହଳ କରୁଥିଲା। ସାନ ପୁତୁରା ଧନସିଂ ମାଝୀ (୧୨) ବଡ଼ ଭାଇଙ୍କ ପାଇଁ ବାସି ପଖାଳ ‌ଧରି ଆସିଥିଲା। ସେହି ସମୟରେ ପାଖରେ ବୁଲୁଥିବା ବଡ଼ବାପା ଚିନ୍ତାମଣି ପୁତୁରା ଧନସିଂଙ୍କୁ ପାଖକୁ ଡାକିଥିଲା। ଧନସିଂ ଖଳାରେ ଥିବା ଏକ ବଡ଼ ମହୁଲ ଗଛ ପାଖରେ ପହଞ୍ଚିଥିଲା। ପୂର୍ବ ଯୋଜନା ମୁତାବକ ଚିନ୍ତାମଣି ହଠାତ୍ ଧନସିଂ ଉପରେ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ଏହା ଦେଖି ନିକଟରେ ହଳ କରୁଥିବା ରୂପସିଂ ନିଜ ସାନଭାଇକୁ ବଞ୍ଚାଇବାକୁ ଦୌଡ଼ି ଆସିଥିଲା। କିନ୍ତୁ ସେ ପହଞ୍ଚିବା ପୂର୍ବରୁ ବଡ଼ବାପା ଚିନ୍ତାମଣି ପୁତୁରା ଧନସିଂର ବେକକୁ ଏକ କଟୁରୀରେ ହାଣି ପକାଇ ମୁଣ୍ଡ ଗଣ୍ଡି ଅଲଗା କରି ଦେଇଥିଲା। ରକ୍ତମୁଖା ବଡ଼ବାପା କଟୁରୀ ଧରିଥିବାରୁ ରୂପସିଂ ଡରି ଯାଇଥିଲା। ତା’ର ଚିତ୍କାର ଶୁଣି ଆଖପାଖରେ ଚାଷ କରୁଥିବା ଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ ଓ ତରବୋଡ଼ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ତରବୋଡ଼ ଫାଣ୍ଡି ଅଧିକାରୀ ଲଛିନ୍ଦ୍ର ଚଲାନ ପହଞ୍ଚି ହତ୍ୟା ଅଭିଯୁକ ଚିନ୍ତାମଣିକୁ କାବୁ କରି କୋମନା ଥାନାକୁ ନେଇଥିଲେ। କୋମନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି।