ବିନା ଫଳକରେ ଚାଲିଛି ତହସିଲ କାର୍ଯ୍ୟାଳୟ !

!!! ରାୟଗଡ଼ା ଜିଲ୍ଲା ପଦ୍ମପୁର ରୁ ଡ଼ି କିରଣ କୁମାର ଙ୍କ ରିପୋର୍ଟ !!!

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ବ୍ଲକ ରେ ତହସିଲ କାର୍ଯ୍ୟାଳୟର ରୂପରେଖ କାର୍ଯ୍ୟକାରୀ ନେଇ ରାୟଗଡା ଜିଲ୍ଲାର ପଦ୍ମପୁର ଠାରେ ଦୀର୍ଘ 4 ବର୍ଷରୁ ଉର୍ଦ୍ଧ୍ବହେବ ପ୍ରତିଷ୍ଠା ହୋଇଛି ତହସିଲ କାର୍ଯ୍ୟାଳୟ ।କାର୍ଯ୍ୟାଳୟର ସ୍ଥାୟୀ ଗୃହନିମନ୍ତେ ରାଜ୍ୟ ପାଣ୍ଠିର ଅର୍ଥରେ ଗୃହନିର୍ମାଣ କରାଯାଇଛି । ଏହି ନୂତନ କୋଠାରେ କାର୍ଯ୍ୟାଳୟ ଚାଲୁଥିଲେ ବି ଏଠାରେ ନାମ ଫଳକ ନାହିଁ । ଦୀର୍ଘ ବର୍ଷ ମଧ୍ୟରେ ଏହି କାର୍ଯ୍ୟାଳୟ ପରିଦର୍ଶନରେ ରାଜସ୍ବ ବିଭାଗୀୟ ଅଧିକାରୀ ମାନେ ଆସି ସାରିଥିଲେ ମଧ୍ୟ ଏଥିପ୍ରତି କାହାରି ନଜର ପଡିନଥିବା ଦୁଃଖ ଦାୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। କାର୍ଯ୍ୟାଳୟର ନାମ ଫଳକ ନଥିବାରୁ ବ୍ଲକ ର କୋଣ ଅନୁକୋଣରୁ ଆସୁଥିବା ଅନେକ ବ୍ୟକ୍ତି ଅଫିସ ଖୋଜା ଲୋଡ଼ା କରିବାକୁ ପଡୁଛି ବୋଲି କୁହାଯାଉଛି। ଯଥା ଶୀଘ୍ର କାର୍ଯ୍ୟାଳୟର ନାମଫଳକ ଲଗାଇବା ନିମନ୍ତେ ସାଧରଣ ରେ ଦାବୀ ହେଉଛି।

ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ର ଆରଟିଆଇ କୁ ବେଖାତିର ଓ ଅକାମୀ କରିବା ର ପ୍ରୟାସ !

(ରାୟଗଡ଼ା/ଗୁଣପୁର – ଡି. କିରଣ କୁମାର ଓ ଏମ୍. ଶ୍ରୀକାନ୍ତ ଙ୍କ ରିପୋର୍ଟ୍, ଏଥର ସମ୍ଭାଳ LIVE)

ରାୟଗଡ଼ା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନ ରେ ହୋଇ ଆସିଥିବା ବିଭିନ୍ନ ନିଯୁକ୍ତି ତଥା ANM, GNM, Pharmacist , DPM, GPM, କିରାଣୀ ଓ ଅନ୍ୟାନ୍ୟ ପଦବୀ ଗୁଡିକର ନିଯୁକ୍ତି ରେ ଅନିୟମିତତା ତଥା ସ୍ଥାୟୀ ଭାବରେ କର୍ମଚାରୀ ଙ୍କ ସ୍ଥାନ ପ୍ରଦତ୍ତ ରେ ଅନିୟମିତତା ନେଇ ବିଭିନ୍ନ ବିରୋଧୀ ଦଳ ଓ ପତ୍ର ପତ୍ରିକା ବାରମ୍ଵାର ପ୍ରତିବାଦ କରି ଆସିଛନ୍ତି।

ଏତତ୍ ବ୍ୟତୀତ ଦିର୍ଘ ଦିନ ହେବ ଥଇଥାନ ନିଯୁକ୍ତି ନିମନ୍ତେ ଆବେଦନ କରିଥିବା ବ୍ଯକ୍ତି ଙ୍କ ନିଯୁକ୍ତି ହୋଇ ପାରିନଥିବା ନେଇ ମଧ୍ଯ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିନାହିଁ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଔଷଧ ବଣ୍ଟନ ରେ ଅନିୟମିତତା ହେଇଥିବା ନେଇ ମଧ୍ଯ ଅଭିଯୋଗ ଆସୁଅଛି। ଏ ସମସ୍ତ ତଥ୍ଯ କୁ ରାୟଗଡ଼ା ର ବରିଷ୍ଠ ସାମ୍ବାଦିକ, ଆଇନ୍ ଜିବି ଓ ବୁଦ୍ଧୀଯିବି ସୂଚନା ଆଇନ ବଳରେ ତଥ୍ୟ ପ୍ରଦାନ ନିମନ୍ତେ ଆବେଦନ କରିଥିଲେ ମଧ୍ଯ ଆବେଦନ ତାରିଖ ଓ ଅପିଲ ତାରିଖ ଗୁଡିକ ଚାଲି ଯାଉଥିଲେ ସୁଦ୍ଧା କୌଣସି ସୂଚନା ପ୍ରଦାନ କରାଯାଉନାହିଁ।

ଅପର ପକ୍ଷରେ ଏହି ଦାୟିତ୍ଵ ରେ ଥିବା ଅଧିକାରୀ ବୃନ୍ଦ ପ୍ରଚାର କରୁଛନ୍ତି କି ସୂଚନା ମାଗୁଥିବା ବ୍ଯକ୍ତି ଙ୍କୁ ଅର୍ଥ ଦେଇ ଆମେ ସନ୍ତୁଷ୍ଟ କରୁଛୁ।

ଏହା କେବଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ରହୁଥିବା କେତେଜଣ ବରିଷ୍ଠ କିରାଣୀ ଓ ଦୀର୍ଘ 5 ବର୍ଷ ରୁ ଉର୍ଦ୍ଧ ରହି ଆସିଥିବା କର୍ମଚାରୀ ଙ୍କ ମନଗଢା କାହାଣୀ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।

ଏଣୁ ଉଚ୍ଚ କତୃପକ୍ଷ ତଥା ସ୍ୱାସ୍ଥ୍ୟ ବିଭାଗର ପଦସ୍ଥ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେଇ ସୂଚନା ଅଧିକାରୀ ଆଇନ କୁ କଡ଼ାକଡି ଭାବରେ କାର୍ଯ୍ୟକାରୀ କରିବା ସହ ଦୀର୍ଘ ଦିନରୁ ସୂଚନା ପ୍ରଦାନ କରାନଯାଇ ପଡି ରହିଥିବା ଦରଖାସ୍ତ ଗୁଡିକ ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପାଞ୍ଚ ବର୍ଷ ରୁ ଉର୍ଦ୍ଦ ରହିଥିବା କର୍ମଚାରୀ ଙ୍କୁ ଅନ୍ୟତ୍ର ବଦଳି ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ବୁଦ୍ଧି ଯିବି, ଜନ ସାଧାରଣ ଓ ସ୍ୱେଚ୍ଛାସେବି ସଂଗଠନ ଗୁଡିକ ଦାବି କରୁଛନ୍ତି।