ବାରମ୍ଵାର ବିଦ୍ୟୁତ କାଟ ଯୋଗୁଁ ଅତିଷ୍ଟ ଗୁଣପୁର ଗ୍ରାମବାସୀ ; ସମାଧାନ ପାଇଁ ରାଜ୍ଯ ଖାଉଟି ସୁରକ୍ଷା ପରିଷଦ ସଭ୍ୟା ଙ୍କ ଦାବୀ…!

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ଅଞ୍ଚଳରେ ଦୀର୍ଘ ସମୟ ଧରି ବିଦ୍ୟୁତ୍ ସମସ୍ୟା ରହିବା ସହ ବିଦ୍ୟୁତ୍ ର ଲୋଭୋଲ୍ଟେଜ ରହୁଥିବା କାରଣ ରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏହି ସମସ୍ୟା ର ସ୍ଥାୟୀ ସମାଧାନ ହୋଇ ପାରୁନଥିବାରୁ ସ୍ଥାନୀୟ ଜନ ସାଧାରଣ ଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହାର ସମାଧାନ ସକାସେ କି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସାଉଥକୋ କତୃପକ୍ଷ ଙ୍କ ସହ ଯୋଗାଯୋଗ କରିବାରୁ ଖୁବ୍ ଶୀଘ୍ର ଏହାର ଏକ ସ୍ଥାୟୀ ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି। ଖାଉଟି ଙ୍କ ଠାରୁ ବିଦ୍ୟୁତ ଶୁକ୍ଳ ଆଦାୟ କରିବାରେ ତତ୍ପର ଥିବା ବିଭାଗୀୟ କର୍ମକର୍ତ୍ତା ଖାଉଟି ଙ୍କ ଅସୁବିଧାର ସମାଧାନ କରିପାରୁନଥିବା ଅଭିଯୋଗ ହେଉଛି। ମାତ୍ର ପାଞ୍ଚ ସହ ଟଙ୍କା ରୁ ଉର୍ଦ୍ଧ ଅର୍ଥ ବକେୟା ରହିଥିବା ଖାଉଟି ଙ୍କ ବିଦ୍ୟୁତ୍ ଲାଇନ୍ ଯୋଗଯୋଗ କୁ ବିଛିନ୍ନ କରାଯିବ ବୋଲି ଡାକବାଜୀ ମାଧ୍ୟମରେ ପ୍ରଚାର ପ୍ରସାର କରି ଖାଉଟିଙ୍କୁ ଅସ୍ତବ୍ୟସ୍ତ କରୁଥିବା ବିଭାଗ ଖାଉଟି ଙ୍କୁ ବିଦ୍ୟୁତ ସଠିକ୍ ଭାବେ ଯୋଗାଇବାରେ ବିଫଳ ହୋଇ ପଡ଼ିଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ଆଗାମୀ ଦିନରେ ଏଭଳି ସମସ୍ୟା ଲାଗି ରହିଲେ ସମାଧାନ ନେଇ ଜନ ଆନ୍ଦୋଳନ ତେଜିବ ବୋଲି ସାଧରଣରେ ମତ ପ୍ରକାଶ ପାଉଛି। ଏଥି ପୂର୍ବରୁ ଏହାର ଏକ ସ୍ଥାୟୀ ସମାଧାନ ର ପନ୍ଥା ଗ୍ରହଣ କରିବା ନିମନ୍ତେ ରାଜ୍ଯ ଖାଉଟି ସୁରକ୍ଷା ପରିଷଦ ର ସଭ୍ୟା ଶ୍ରୀମତୀ ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଦାବୀ କରିଛନ୍ତି।

ଚନ୍ଦ୍ରପୁର ବ୍ଲକ ଗ୍ରସ୍ତ କଲେ ଗୁଣପୁର ଉପଜିଲ୍ଲାପାଳ.!

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାୟଗଡ଼ା/ଚନ୍ଦ୍ରପୁର) – ଗୁଣୁପୁର ଉପଜିଲ୍ଲାପାଳ ଡ଼କ୍ତର ଶିଧେଶ୍ୱର ବଳିରାମ ବନ୍ଦର ଗତ କାଲି ଚନ୍ଦ୍ରପୁର ବ୍ଲକ ଗସ୍ତ କରି ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କ ପାଖରେ ପହଂଚି ଲୋକ ଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ସେବା ମଧ୍ୟ ଯୋଗାଇଥିଲେ ଦୁଇ ପାହାଡ଼ ଚଢି ଚାଲି ଚାଲି ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

ଗତ କିଛି ଦିନ ତଳେ ଗୁଣୁପୁର ର ତତ୍କାଳୀନ ଉପଜିଲ୍ଲାପାଳ ତଥା ବର୍ତ୍ତମାନ ର ଜିଲ୍ଲା ପ୍ରକଳ୍ପ ପ୍ରଶାସକ ଅମୃତଋତୁରାଜ ସ୍କୁଟି ରେ ଯାଇ ତିନି ଦିନ ଚନ୍ଦ୍ରପୁର ବ୍ଲକ ରେ ରହି ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ସେମାନଙ୍କୁ ଆବଶ୍ୟକ ପଦକ୍ଷେପ ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ ଏବଂ କାର୍ଯ୍ୟକାରୀ ମଧ୍ୟ ପରେ ପରେ ହୋଇଥିଲା।

ପୂର୍ବରୁ ଜିଲ୍ଲା ସ୍ତରୀୟ ପ୍ରଶାସକ ବର୍ତ୍ତମାନ ଉପଖଣ୍ଡ ସ୍ତରୀୟ ପ୍ରଶାସକ ଙ୍କ ଚନ୍ଦ୍ରପୁର ଭଳି ମାଓ ପ୍ରବଣ ଇଲାକା କୁ ଗସ୍ତ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସନୀୟ ହେବା ସହ ଆଗାମୀ ଦିନରେ ଏଠାର ସ୍ୱାସ୍ଥ୍ୟ ଓ ଶିକ୍ଷା ଦିଗରେ ରହିଥିବା ସମସ୍ୟାକୁ ଦୂର କରିବ ବୋଲି ଆଶା ବ୍ୟକ୍ତ କରିଛି ।

ଖଡ଼ିଆଳ ଦଳିତ ଆଦିବାସୀ ମଞ୍ଚ ପକ୍ଷରୁ NAC ଅଫିସ୍ ଘେରାଉ !

!!! ନୂଆପଡ଼ା ରୁ ସତୀଶ ଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୁରୋ (ନୂଆପଡ଼ା) – ଭୂମି ହୀନ ମାନଙ୍କୁ ଘର ଡିହ ଓ ପଟା ଯୋଗାଇ ଦେବା ନିମନ୍ତେ ଦଳିତ ଅଧିକାର ମଞ୍ଚ , ଖଡ଼ିଆଳ ପକ୍ଷରୁ ଆଜି N A C ଅଫିସ ଘେରାଉ କରାଯାଇଛି ।

ଖଡ଼ିଆଳ ସହର ରେ ଘର ଡିହ ପଟା ଦେବାରେ ଲୋକଙ୍କ ମଧ୍ୟରେ ପାତର ଅନ୍ତର କରାଯାଉଥିବା ଅଭିଯୋଗ ହେଉଛି ।

ଏହି ଆନ୍ଦୋଳନ କୁ ଖଡ଼ିଆଳ ଜନସାଧାରଣ ସମର୍ଥନ କରିବା ସହ ଆଗାମୀ ଦିନ ରେ ଲୋକଙ୍କ ପଟ୍ଟା ପ୍ରଦାନ ଦିଗରେ ସ୍ଥାନୀୟ ପ୍ରଶାସନ ପାତର ଅନ୍ତର ନ କରି ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

ସରକାର ଙ୍କ ମାଳମାଳ ଯୋଜନା ତୃଣମୂଳ ସ୍ତରରେ ଅପହଞ୍ଚ ; ସହାୟତା ଅପେକ୍ଷାରେ ବୃଦ୍ଧା ପୁତନା ଜଗତ…..!

!!! ନୂଆପଡ଼ା ରୁ ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ ବ୍ୟୁରୋ (ନୂଆପଡ଼ା) – ସରକାର ଙ୍କ ମାଳମାଳ ଯୋଜନା ତୃଣମୂଳ ସ୍ତରରେ ଅପହଞ୍ଚ। ଏହାର ଉଦାହରଣ ସୃଷ୍ଟି କରିଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅଧିନସ୍ଥ କେନ୍ଦୁମୁଣ୍ଡା ଗ୍ରାମର ସ୍ଵର୍ଗତ ବଂଶୀଧର ଜଗତ ଙ୍କ ପରିବାର। ଗରିବୀ ଓ ଅସହାୟତା ର କଷଟି ପଥରରେ ଘସି ହୋଇ ଆର ପାରିକି ଚାଲିଯାଇଛନ୍ତି ବଂଶୀଧର। ବର୍ତ୍ତମାନ ପରିବାର ବୋଲି ୬୦ ବର୍ଷ ବୟସ୍କା ବିଧବା ସ୍ତ୍ରୀ ପୁତିନା ଜଗତ ଏବଂ ମାନସିକ ବିକାର ଗ୍ରସ୍ତ ଯୁବା ପୁଅ କୁଶଦେବ ଜଗତ। କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଯୋଜନା ରୁ ଘର ଟିଏ ପାଇବା ଆଶାରେ ଦୌଡ଼ି ଦୌଡ଼ି ଭଙ୍ଗା ଦଦରା ଘର ଟିଏ ଛାଡି ଚାଲିଯାଇଛନ୍ତି ଅସହାୟ ପରିବାର ପାଇଁ। ପୁଅ ର ଚିକିତ୍ସା ପାଇଁ କିମ୍ବା ଭତ୍ତା ଟିଏ ପାଇଁ ହାତ ପତେଇ ନିରାଶ ହେବା ପରେ ଚିନ୍ତାରେ ପଡି ପାରାଲିସେସ୍ ରୋଗ ରେ ପଡ଼ି ଜୀବନ ଓ ଅସହାୟତା ସହ ସଂଘର୍ସ କରି ଫେଲ ମାରି ଶେଷରେ ବିଧବା ପତ୍ନୀ ଙ୍କୁ ପୁଅ ର ଭାର ଟେକି ଦେଇ ଯାଇଛନ୍ତି ବଂଶୀଧର।

ବର୍ତ୍ତମାନ ବିଧବା ପୁତନା ଜଗତ ଙ୍କ ବୃଦ୍ଧା ବୟସ ପୁଅ ର ସେବାରେ କରିବାରେ ଅସମର୍ଥ ହୋଇପଡିଛି। ଏପଟ ଭଙ୍ଗା ଦଦରା ଘର ପାଇଁ ଚାଳ ଯୋଗାଡ଼ କରିବା କିମ୍ବା ରୋଗୀଣା ପୁଅ ର ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିବା କି ଭତ୍ତା ଟିଏ ଯୋଗାଡ କରିବା ତ ଦୂରର କଥା ନିଜ ବୃଦ୍ଧା ଅବସ୍ତା ପାଇଁ ବିଧବା କିମ୍ବା ବୃଦ୍ଧା ପେନସନ୍ ଯୋଗାଡିବା ରେ ଅସମର୍ଥା ପୁତନା ଜଗତ। ହାତ ବଢ଼ାଇଛନ୍ତି ସରକାରୀ କିମ୍ବା ବେଶରକାରୀ ସହାୟତା ପାଇଁ। ବର୍ତ୍ତମାନ ଏମାନଙ୍କ ସାହା ଗ୍ରାମ ବାସୀଙ୍କ ମିଳିତ ଉଦ୍ୟମର ସହାୟତା। ତେବେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କାହା ପାଇଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ସ୍ଥାନୀୟ ବି. ଡି. ଓ ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ତଦନ୍ତ କରି ଖୁବ୍ ଶୀଘ୍ର ସହାୟତା ଯୋଗାଇବା ନିମନ୍ତେ ପ୍ରତିଶୃତି ଦେଇଛନ୍ତି। ତଥାପି ଏବେବି ସହାୟତା ଅପେକ୍ଷାରେ ସ୍ଵର୍ଗତ ବଂଶୀଧର ଙ୍କ ପରିବାର।

ଜଳ କଷ୍ଟ ରେ ଅତିଷ୍ଟ କତ୍ଵାଲୁଗୁଡ଼ା ଗ୍ରାମ ବାସୀ ; ପରିମଳ ବ୍ୟବସ୍ଥା ଏଠି ଠପ୍ !

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡି଼. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ସହରାଞ୍ଚଳ ବାସୀ ଙ୍କ ଜଳ କଷ୍ଟ ଦୂର କରିବା ନିମନ୍ତେ ରାଜ୍ଯ ସରକାର ସହରାଞ୍ଚଳ ବାସୀ ଙ୍କ ପାଇଁ ବସୁଧା ଯୋଜନା ପ୍ରଚଳନ କରିଛନ୍ତି।

କିନ୍ତୁ ଗୁଣପୁର ପୌର ପରିଷଦ ଅଞ୍ଚଳର କତ୍ଵlଲୁଗୁଡ଼ା ଗ୍ରାମ ବାସୀ ଏହାର ସୁଫଳ ପାଇ ପାରୁନାହାନ୍ତି।

ରାଜ୍ୟ ସରକାର ଙ୍କ ବସୁଧା ଯୋଜନା ଏଠି ଫେଲ୍ ମାରିଥିବା ଅଭିଯୋଗ ହେଉଛି।

ପୌର ପରିଷଦ ର 4 ନମ୍ଵର୍ ୱାର୍ଡ଼ ରେ ଥିବା ଏହି କତ୍ଵlଲୁଗୁଡ଼ା ଗ୍ରାମ ର ଅଧିକାଂଶ ଅଧିବାସୀ ଗରିବ ସୀମା ରେଖା ତଳେ ରହିଛନ୍ତି।

ଏହି ଅଞ୍ଚଳ ର ଅତି ନିକଟ ରେ ସରକାର ଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ ରେ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଛି ତଥାପି, ଏହି ଅଞ୍ଚଳ ବାସୀ ପାଣି ପାଇଁ ଦହଳ ବିକଳ।

ଗ୍ରୀଷ୍ମ ର ପ୍ରକୋପ ବଢିବା ସଙ୍ଗେ ସଙ୍ଗେ ପାଣି ର ଅଭାବ ଅଞ୍ଚଳ ବାସୀ ଙ୍କୁ ଅତିଷ୍ଟ କରୁଛି, ତଥାପି ଏଥି ପ୍ରତି ସ୍ଥାନୀୟ ପ୍ରଶାସନ ର କୌଣସି ନିଘା ନାହିଁ।

ସ୍ଥାନୀୟ ଅଞ୍ଚଳର ପରିମଳ ବ୍ୟବସ୍ଥା ନ କହିବା ଭଲ. ପୌର ପରିଷଦ କର୍ମକର୍ତ୍ତା ଙ୍କ ପାଇଁ ଏହି ଅଞ୍ଚଳ ବାସୀ ସାଜିଛନ୍ତି ଯେମିତି କି ସାବତ ପୁଅ।

ଆନ୍ଧ୍ର ଠିକାଦାର ଙ୍କ ଅବହେଳା ଓ ମନମୁଖୀ କାର୍ଯ୍ଯ ; ଆନ୍ଧ୍ର ଠିକା ସଂସ୍ଥା ସହ ପ୍ରଶାସନ ଓ ରାଜନେତା ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଅଧାପନ୍ତରିଆ ଅବସ୍ଥା ରେ ଜଗନ୍ନାଥପୁର ପୋଲ ନିର୍ମାଣ !

!!! ଦକ୍ଷିଣ ଓଡ଼ିଶା ମୁଖ୍ୟ ଡି଼. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ର ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ୪ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଶେଷ ହୋଇ ପାରିନାହିଁ। ନୂତନ ପୋଲ ନିର୍ମାଣ କାର୍ଯ୍ୟ କୁ ଆନ୍ଧ୍ର ର ଏକ ଠିକା ସଂସ୍ଥା ୭ କୋଟି ଟଙ୍କା ବ୍ୟୟ ରେ ୨୦୧୫-୨୦୧୬ ବର୍ଷ ରେ ନିଜ ହାତକୁ ନେଇ ଥିବା ସୂଚନା ମିଳିଛି। ଦୀର୍ଘ ବର୍ଷ ଧରି ସ୍ଥାନୀୟ ଜନ ସାଧାରଣ ଅଭିଯୋଗ କରି ଆସୁଥିଲେ ସୁଦ୍ଧା କୌଣସି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହେଉଛି।

୨୦୧୬ ମସିହା ଜୁଲାଇ ମାସରେ ବର୍ଷା ରେ ବ୍ରିଟିଶ ଶାସନ କାଳ ରୁ ଥିବା ପୁରୁଣା ପୋଲ ଟି ବର୍ଷା ରେ ଭାସି ଯାଇଥିବା ଯୋଗୁଁ ଉକ୍ତ ପୋଲ ନିକଟରେ ଲକ୍ଷ୍ୟାଧିକ ଟଙ୍କା ବ୍ୟୟ ଅଟକଳ ରେ ଚାରି ଚାରି ଥର ଅସ୍ଥାୟୀ ପୋଲର ନିର୍ମାଣ କରାଯାଇଥିବା ବେଳେ ପୁଣି ବର୍ଷା ହେଲେ ଧୋଇ ଯାଇ ତାହା ଜନ ସାଧରଣର ଙ୍କ କୌଣସି ବ୍ୟବହାର ଉପଯୋଗୀ ହେଉନଥିବା ନେଇ ଅଭିଯୋଗ ପରେ ନୂତନ ପୋଲ ନିର୍ମାଣ ନିମନ୍ତେ ଆନ୍ଧ୍ର ର ଏକ ଠିକା ସଂସ୍ଥା କୁ ଟେଣ୍ଡର ଦିଆଯାଇଥିଲା।

ଯଦି ସରକାର ଙ୍କ ସ୍ଥାନୀୟ ଜନ ସାଧାରଣ ଙ୍କ ନିମନ୍ତେ ନୂତନ ପୋଲ କରିବାର ଥିଲା ତେବେ ଚାରି ଚାରି ଥର ଅସ୍ଥାୟୀ ପୋଲ ନିର୍ମାଣ କରି ସରକାର ଙ୍କ ରାଜସ୍ଵ ନଷ୍ଟ କରିବା କେତେ ଦୂର ଯଥାର୍ଥ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି। ଉକ୍ତ ନୂତନ ପୋଲ ର ନିର୍ମାଣ କାର୍ଯ୍ୟ ଯାଥା ଶିଘ୍ର ସରୁ ନଥିବା ଯୋଗୁଁ ପୁଣି ଆଗାମୀ ବର୍ଷା ରୁତୁ ରେ ଗୁଣପୁର ବ୍ଲକ ର ତିନି ଗୋଟି ପଞ୍ଚାୟତ ଓ ପୋଡଶୀ ୫୦ ଗ୍ରାମ ପୂର୍ବ ଭଳି ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ କ୍ଷେତ୍ର ରେ ଅସୁବିଧା ର ସମ୍ମୁଖୀନ ହେବେ ବୋଲି ମତ ପ୍ରକାଶ ପାଉଛି।

ସରକାର ଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଏପ୍ରିଲ ୨୦୧୮ ମସିହା ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଟାର୍ଗେଟ ଦିଆ ଯାଇଥିବା ବେଳେ ଆନ୍ଧ୍ର ଠିକାଦାର ଙ୍କ ମନମୁଖୀ କାର୍ଯ୍ଯ ଓ ଅବହେଳା ନିମନ୍ତେ ପୂର୍ବତନ ବିଧାୟକ ଏବଂ ସଂସାଦ ଏହା ଉପରେ ଦ୍ରୁଷ୍ଟି ଦେଲେ ନାହିଁ କାହିଁକି ଅଥବା ଆନ୍ଧ୍ର ଠିକା ସଂସ୍ଥା କୁ ପୌଷ୍ୟ ପୁତ୍ର ଆଦର୍ଶ ଦେଖି ଅଣଦେଖା କରିଛନ୍ତି ବୋଲି ସ୍ଥାନୀୟ ବୁଦ୍ଧୀ ମହଲ ରେ ଚର୍ଚ୍ଚା ହେଉଛି।

ଏହା ସ୍ଥାନୀୟ ଲୋକ ଙ୍କ ପ୍ରତି ଅଣଦେଖା ନା ପୂର୍ବତନ ବିଧାୟକ ଏବଂ ସଂସାଦ ଙ୍କ ଆନ୍ଧ୍ର ଠିକା ସଂସ୍ଥା ସହ ନିବିଡ଼ ମଧୁଚନ୍ଦ୍ରିକା ବୋଲି ପ୍ରଶ୍ନ ବାଚୀ ସୃଷ୍ଟି କରୁଛି।

ଆନ୍ଧ୍ର ଠିକା ସଂସ୍ଥା କୁ ବଦଳାଇ ଏକ ନୂତନ ସଂସ୍ଥା କୁ ଉକ୍ତ କାର୍ଯ୍ୟ ସମାପନ କରିବା ନିମନ୍ତେ ଦାବୀ ହୋଇ ଆସୁଥିଲେ ମଧ୍ଯ, ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ନଦେବା ନିମନ୍ତେ କେଉଁ ରାଜନୈତିକ ଚାପ କାମ କରୁଛି ତାହା ଜନ ସାଧାରଣ ମହଲ ରେ ଆଲୋଡନ ସୃଷ୍ଟି କରୁଛି। ବର୍ତ୍ତମାନ ଦେଖିବାକୁ ରହିଲା ଆଗାମୀ ଦିନରେ ଜନ ସାଧାରଣଙ୍କ ସୁବିଧା ସୁଯୋଗ ନିମନ୍ତେ ଜିଲ୍ଲା ପ୍ରଶାସନ ଓ ବର୍ତ୍ତମାନ ବିଧାୟକ ଏବଂ ସଂସାଦ ଦୃଷ୍ଟି ଦେବେ ନା ଆନ୍ଧ୍ର ଠିକା ସଂସ୍ଥା ଉପରେ ଆସ୍ଥା ପ୍ରକଟ କରି ଜନ ସାଧାରଣ ଙ୍କୁ ଅସୁବିଧା ରେ ପକାଇବେ।

ରାଜ୍ଯ ସମାଜ ମଙ୍ଗଳ ସଚିବଙ୍କ ଯୁଗ୍ମ ସମୀକ୍ଷା ; ଅସହାୟ ତଥା ପାରିବାରିକ ସମସ୍ୟା ରେ ଥିବା ବ୍ୟକ୍ତି ବିଶେଷ ଙ୍କ ସହାୟତା ବିଷୟରେ ଆଲୋଚନା….!

!!! ଦକ୍ଷିଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ରାଜ୍ୟ ସମାଜ ମଙ୍ଗଳ ବୋର୍ଡ଼ ସଚିବ ଶ୍ରୀ କେ. ଏସ୍ କୁତୁବୁଦ୍ଧିନ୍ ଏବଂ ରାୟଗଡ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ୱାହିଦା ବେଗମ୍ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ଵାରା ପରିଚାଳିତ ଗୁଣପୁର ଉପଜିଲ୍ଲାପାଳ ଙ୍କ ଅଫିସ ପରିସରରେ ଥିବା ସାହାରା ପରିବାର ପରାମର୍ଶ କେନ୍ଦ୍ର କୁ ଯୁଗ୍ମ ସମୀକ୍ଷା ଏବଂ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଉକ୍ତ କେନ୍ଦ୍ର ରେ ହେଉଥିବା ପାରିବାରିକ ମାମଲା ସମାଧାନ ଏବଂ ସଚେତନତା କାର୍ଯ୍ୟକ୍ରମ ଆଦି ବିଭିନ୍ନ ବିଷୟରେ ସମୀକ୍ଷା କରିଥିଲେ। ଏଥି ସହ ଗୁଣପୁର ଉପଜିଲ୍ଲାପାଳ ତଥା ଅଧ୍ୟକ୍ଷ ଡାଃ ସିଦ୍ଧେଶ୍ଵର ବଳିରାମ ଙ୍କ ସହ ବିସ୍ତୃତ ଆଲୋଚନା କରି କିଭଳି ଅସହାୟ ତଥା ପାରିବାରିକ ସମସ୍ୟା ରେ ଥିବା ଆଦିବାସୀ ଓ ନକ୍ସଲ ପ୍ରବଣ ଜିଲ୍ଲା ରେ କିଭଳି ସହାୟତା ଯୋଗାଇ ଦିଆଯିବ ସେହି ଉପରେ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଗୁଣପୁର କେନ୍ଦ୍ର ର ପରାମର୍ଶ ଦାତ୍ରୀ ଜୟଶ୍ରୀ ମହାପାତ୍ର, ଆଶା ଲତା ଷଡଙ୍ଗୀ, ଗୌରୀ ମହାଙ୍କୁଡ, ଅନୁଷ୍ଠାନ ର ଆବାହକ ତଥା ସମ୍ପାଦକ ପ୍ରୋମଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଅପହଞ୍ଚ ଇଲାକାରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ, କାର୍ଯାନୁଷ୍ଠାନକୁ ଅପେକ୍ଷା ; ମୌଳିକ ସୁବିଧାସୁଯୋଗରୁ ବଞ୍ଚିତ ଅନୁପଗଡ଼ ଗାଁ !

!!! ନୂଆପଡ଼ା ରୁ ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ନୂଆପଡ଼ା/କୋମନା/ଅନୁପଗଡ଼) -ନୂଆପଡ଼ା ଜିଲା କୋମନା ବ୍ଲକ ପଏଁର ପଂଚାୟତର ବଣ ପାହାଡ ଘେରା ଗାଁ ଅନୁପଗଡ଼ । ଏଠି ବସବାସ କରନ୍ତି ୪୫ ଟି ଆଦିବାସୀ ପରିବାରର ଦେଢ ଶହ ରୁ ଅଧିକ ଲୋକ । ସ୍ୱାଧିନତାର ୭୨ ବର୍ଷ ପରେ ବି ଏଠି ମୌଳିକ ସୁବିଧା ସାତସପନ । ଗମନାଗମନ ପାଇଁ ନା ଅଛି ଭଲ ରାସ୍ତା ନା ଆଲୁଅ ର ସୁବିଧା । ଜଙ୍ଗଳଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପୋଷୁ ଥିବା ଏହି ଆଦିବାସୀ ଏବେ ବି ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଛନ୍ତି । କୋମନା ବ୍ଲକ କାର୍ଯ୍ୟାଳୟ ରୁ ମାତ୍ର ୧୦ କିମି ଦୂରତାରେ ଥିବା ଏହି ଗାଁରେ ଭଲ ରାସ୍ତା ଟିଏ ନାହଁ । ରୋଗୀମାନେ ଖଟିଆରେ ବୁହା ହୋଇ ପାହାଡ ତଳ କୁ ଆସନ୍ତି । ପିଇବା ପାଣି ର କୌଣସି ସୁବିଧା ନ ଥିବାରୁ ବାଧ୍ୟ ହୋଇ ଝରଣା ପାଣି ପିଇବାକୁ ପଡେ । ଗାଁ ର ସମସ୍ୟା ନେଇ ଗତ ୧୯ ତାରିଳରେ ଗାଁ ଲୋକେ ଜିଲା ପ୍ରଶାସନ ପାଖରେ ଗୁହାରୀ କରିଥିଲେ । ଫଳରେ ସ୍ୱାଧିନତାର ୭୨ ବର୍ଷ ପରେ ଆଜି ଜିଲ୍ଲା ପ୍ରଶାସନ ର ପାଦ ପଡିଛି ଅନୁପଗଡ ଗାଁରେ । ଜିଲ୍ଲାପାଳ ପୋମା ଟୁଡୁଙ୍କ ନିର୍ଦ୍ଦେଶରେ ଡିଆର୍ଟିଏ ପିଡି ବୃଷବ ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ଏକ ଜିଲାସ୍ତରୀୟ ଟିମ ଅନୁପଗଡ ପରିଦର୍ଶନ କରିଛନ୍ତି । ଗାଁରେ ଥିବା ସମସ୍ତ ସମସ୍ୟାର ସମଧାନ କରିବା ସହ ସବୁ ସୁବିଧାସୁଯୋଗ ଯୋଗାଇ ଦିଆଯିବ ବୋଲି ଶ୍ରୀ ନାଏକ କହିଛନ୍ତି । ଏହି ଗସ୍ତରେ ଜିଲା କଂଗ୍ରେସ ସଭାପତି ଘାସିରାମ ମାଝୀ, ଆଦିବାସୀ ନେତା ସୋମନାଥ ଖମାରୀ, ଏପିଡି ବିଦେଶ ଘୋଷ, କୋମନା ବିଡିଓ ଶ୍ୟାମଳ ରାୟ, ଏପିଓ ମିନଲାଲ ଚନ୍ଦ୍ରକାର, ପିଡି ଷ୍ଟେନୋ କମଲାସନ ରଥ,ପିଇଓ ବିକେନ୍ଦ୍ର ମାଝୀ, ଜିଆରଏସ୍ ଦେବାଶିଷ ନାଏକ ପ୍ରମୁଖ ସାମିଲ ଥିଲେ । ଅନେକ ସମସ୍ୟାରେ ଛନ୍ଦି ହୋଇ ଜୀବନ ବିତାଉଥିବା ଏହି କୋମଳ ହୃଦୟ ଆଦିବାସୀଙ୍କୁ କେତେ ଶିଘ୍ର ସେମାନଙ୍କ ଅଧିକାର ମିଲୁଛି ତାହା ଦେଖିବାକୁ ବାକି ରହିଲା ।

ରାଜ୍ୟରେ ୧୪୧ଟି ଜଳସେଚନ ପ୍ରକଳ୍ପ ପୂରା ଓ ୩୯୩ ପ୍ରକଳ୍ପ ଆଂଶିକ ଅଚଳ ; ଜଳସଂପଦ ମନ୍ତ୍ରୀଙ୍କ ଜିଲ୍ଲାରେ ନାହିଁ ଜଳସେଚନ ପ୍ରକଳ୍ପ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଏଣିକି ବୃହତ୍ ଜଳସେଚନ ପ୍ରକଳ୍ପ ନିର୍ମାଣ ଆଉ ସମ୍ଭବ ନୁହେଁ । ଏ ନେଇ ଜମି ଅଧିଗ୍ରହଣ ବେଳେ ବଡ଼ ଧରଣର ବିସ୍ଥାପନ ସମସ୍ୟା ସହିତ ଜଟିଳ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ଫଳରେ ରାଜ୍ୟରେ ଅଧିକାଂଶ ବୃହତ୍ ଜଳସେଚନ ପ୍ରକଳ୍ପ ଆଗେଇ ପାରୁନାହିଁ । ଏହି ଦୃଷ୍ଟିରୁ କୃଷିର ବିକାଶକୁ ଆଗେଇ ନେବା ପାଇଁ ରାଜ୍ୟରେ କ୍ଷୁଦ୍ର ଜଳସେଚନର ଆବଶ୍ୟକତା ଅଧିକ । କିନ୍ତୁ ନିର୍ମାଣ ହୋଇଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମଧ୍ୟରୁ ୧୪୧ଟି ପୂରା ଅଚଳ ହୋଇପଡ଼ିଥିବା ବେଳେ ୩୯୩ଟି ଆଂଶିକ ଅଚଳ ବୋଲି ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି ।
ଆଜି ବିଧାନସଭାରେ ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କର ଏକ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାସ ଉପରୋକ୍ତ ତଥ୍ୟ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟର ୨୯ଟି ଜିଲ୍ଲାରେ ୩୮୨୨ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରହିଛି । ଏସବୁ ପ୍ରକଳ୍ପ ମାଧ୍ୟମରେ ୫ ଲକ୍ଷ ୫୪ ହଜାର ୯୦ ହେକ୍ଟର ଜମିକୁ ଜଳ ଯୋଗାଇବାର ବ୍ୟବସ୍ଥା ହୋଇଥିଲା । କିନ୍ତୁ ଏହି ସଂଖ୍ୟକ ପ୍ରକଳ୍ପଗୁଡ଼ିକ ଅଚଳ ହେବା ଯୋଗୁଁ ବର୍ତ୍ତମାନ ୪ ଲକ୍ଷ ୭୭ ହଜାର ୪୭୬ ହେକ୍ଟର ଜମିକୁ ପ୍ରକୃତରେ ଜଳସେଚନ କରାଯାଉଥିବା ସେ ପ୍ରକାଶ କରିଛନ୍ତି ।
ସବୁଠାରୁ କୌତୁହଳର ବିଷୟ ଯେ ଖୋଦ୍ ଜଳ ସଂପଦ ମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଗୋଟିଏ ବି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନାହିଁ । ସମ୍ଭବତଃ ଏହି କାରଣରୁ ସେ ତାଙ୍କ ଲିଖିତ ଉତ୍ତରରେ ୨୯ଟି ଜିଲ୍ଲାରେ ଜଳସେଚନ ପ୍ରକଳ୍ପର ସ୍ଥିତି ସଂପର୍କରେ ଜିଲ୍ଲାୱାରୀ ତଥ୍ୟ ଦେଇଥିଲେ ବି ନିଜ ଜିଲ୍ଲାର ତଥ୍ୟ ଦେଇ ନାହାନ୍ତି । ସେ ଯାହାହେଉ ସଂପୂର୍ଣ୍ଣ ଓ ଆଂଶିକ ଅଚଳ ଥିବା ୫୩୪ଟି ପ୍ରକଳ୍ପ ଯୋଗୁଁ ୩୫୨୬୦ ହେକ୍ଟର ଜମିକୁ ଜଳସେଚନ ବାଧାପ୍ରାପ୍ତ ହୋଇଛି । ଏପରି କି ଅଚଳ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକ୍ଷମ କରିବାକୁ ହେଲେ ୧୭୬.୩୦ କୋଟି ଟଙ୍କା ଆବଶ୍ୟକ ହେବ ବୋଲି ସେ ଦର୍ଶାଇଛନ୍ତି ।

ଫନି ସମୟରେ କ୍ଷୟକ୍ଷତି ୯୩୩୬.୨୭ କୋଟି, ମିଳିଛି ୭୮୮.୮୭୫ କୋଟି ଟଙ୍କା ; ଋିଲିଫ, ପୁନରୁଦ୍ଧାର ପାଇଁ ଦିଆଯାଇଛି ୧୪୮୧.୨୫ କୋଟି ୧୯ ବର୍ଷରେ ଓଡ଼ିଶାର ଦାବି ୩୮୦୯୪ କୋଟି, ପାଇଛି ୪୫୭୨ କୋଟି !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଭୀଷଣ ସାମୁଦ୍ରିକ ବାତ୍ୟା ଫନି ଯୋଗୁଁ କ୍ଷତିଗ୍ରସ୍ତ ସାଧାରଣ ସଂପତ୍ତି, ବାସଗୃହ, ଫସଲ, ଗୃହପାଳିତ ପଶୁପକ୍ଷୀ, ଡଙ୍ଗା, ଜାଲ ଆଦି ବ୍ୟକ୍ତିଗତ ସଂପତ୍ତିର ପରିମାଣ ମୋଟ ୯୩୩୬.୨୭ କୋଟି ଟଙ୍କା ଆକଳନ ହୋଇଛି । ବର୍ତ୍ତମାନ ସୁଦ୍ଧା ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବିଭିନ୍ନ ବିଭାଗ ଓ କ୍ଷତିଗ୍ରସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ୧୪୮୧.୨୫ କୋଟି ଟଙ୍କା ଦିଆଯାଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ, ୨୦୦୦ ମସିହାରୁ ୨୦୧୯ ପର୍ଯ୍ୟନ୍ତ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯଥା: ମରୁଡ଼ି, ବନ୍ୟା, ପ୍ରବଳ ବର୍ଷାଜନିତ କ୍ଷୟକ୍ଷତି, ଫାଇଲିନ୍, ହୁଡ୍ହୁଡ୍, ତିତିଲି ଓ ସର୍ବଶେଷରେ ଫନି ବାତ୍ୟା ଜନିିତ କ୍ଷୟକ୍ଷତି ପାଇଁ ଓଡ଼ିଶା ସରକାର ମୋଟ ୩୮୦୯୪ କୋଟି ୫୧ ଲକ୍ଷ ଟଙ୍କା ଦାବି କରିଛନ୍ତି । କିନ୍ତୁ ଏଥିପାଇଁ କେନ୍ଦ୍ର ସରକାର ଦେଇଛନ୍ତିି ମାତ୍ର ୪୫୭୨ କୋଟି ୯୭ ଲକ୍ଷ ଟଙ୍କା ।
ଆଜି ବିଧାନସଭାରେ ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କ ଦୁଇଟି ଭିନ୍ନ ଭିନ୍ନ ତଥା ବିପର୍ଯ୍ୟୟ ସଂପର୍କିତ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ ଓଡ଼ିଶା ରିଲିଫ କୋଡ୍ର ନିର୍ଦ୍ଦେଶାବଳୀ ଅନୁଯାୟୀ ଫନି ବାତ୍ୟାର କ୍ଷୟକ୍ଷତି ଆକଳନ କରାଯାଇଥିଲା । ପ୍ରାଥମିକ ଆକଳନ ୭ ଦିନ ମଧ୍ୟରେ କରାଯାଇଥିବା ବେଳେ ବିସ୍ତୃତ ଆକଳନ ପାଇଁ ଏକ ମାସ ସମୟ ଲାଗିଥିଲା । ମୋଟ କ୍ଷୟକ୍ଷତି ଆକଳନ ପରିମାଣ ୯୩୩୬.୨୭ କୋଟି ଟଙ୍କା । ତେବେ ବିପର୍ଯ୍ୟୟ ସହାୟତା ପାଣ୍ଠିର ନିୟମ ଅନୁଯାୟୀ ୫୨୨୭.୬୮ କୋଟି ଟଙ୍କାର ନିମନ୍ତେ କେନ୍ଦ୍ର ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠି(ଏଡିଆରଏଫ୍)ରୁ ୭୮୮.୮୭୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ମାରାଣ୍ଡି ପ୍ରକାଶ କରିଛନ୍ତି ।
ଗତ ୧୯ ବର୍ଷର ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି ଦାବି ସଂକ୍ରାନ୍ତରେ ଉଲ୍ଲେଖ କରି ମନ୍ତ୍ରୀ କହିଲେ ଯେ ୨୦୦୩ ଅକ୍ଟୋବର ମାସର ବନ୍ୟା କ୍ଷୟକ୍ଷତି ପାଇଁ ରାଜ୍ୟ ସରକାର ୩୪୮.୭୮ କୋଟି ଦାବି କରିଥିବା ବେଳେ ଟଙ୍କାଏ ବି ମିଳିନଥିଲା । ସେହିପରି ୨୦୦୫ର ବନ୍ୟା ଓ ପ୍ରବଳ ବର୍ଷା, ୨୦୦୬ ଜୁଲାଇ ଓ ଅଗଷ୍ଟ ଓ ସେପେ୍ଟମ୍ବର ମାସର ବନ୍ୟା, ୨୦୦୯ ଝଡ଼ବାତ୍ୟା, ଅଚାନକ ବନ୍ୟା ଓ ମରୁଡ଼ି, ୨୦୧୪ର ହୁଡ୍ହୁଡ୍ ଓ ୨୦୧୮ର ମରୁଡ଼ି ନିମନ୍ତେ ମଧ୍ୟ ଟଙ୍କାଏ ବି କେନ୍ଦ୍ର ଦେଇନଥିଲା ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।
ରାଜସ୍ୱ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ ୨୦୧୩ ମସିହାରେ ଘଟିଥିବା ଅତି ପ୍ରଳୟଙ୍କରୀ ଫାଇଲିନ୍ ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଯୋଗୁଁ କ୍ଷୟକ୍ଷତିର ଆକଳନ କରି ରାଜ୍ୟ ସରକାର ୫୮୩୨.୫୦ କୋଟି ଟଙ୍କା ଦାବି କରିଥିଲେ । କିନ୍ତୁ ମିଳିଥିଲା ୧୧୪୯.୮୩ କୋଟି ଟଙ୍କା । ସେହିପରି ୨୦୧୪ର ହୁଡ୍ହୁଡ୍ ବାତ୍ୟା ପାଇଁ ରାଜ୍ୟ ସରକାର ମାଗିଥିଲେ ୭୭୭.୧୨ କୋଟି ଟଙ୍କା । କିନ୍ତୁ ଟଙ୍କାଏ ବି ମିଳିଲା ନାହିଁ । ୨୦୧୮ର ତିତିଲି ବାତ୍ୟା ପାଇଁ ରାଜ୍ୟ ସରକାର ଦାବି କରିଥିଲେ ୨୭୭୯.୩୨ କୋଟି ଟଙ୍କା । କିନ୍ତୁ ମିଳିଥିଲା ୩୪୧.୭୨ କୋଟି ଟଙ୍କା ।