ଖଣିଜ ଉତ୍ତୋଳନ ଅନିୟମିତତା ମାମଲା:୧୫ ଖଣି ଲିଜ୍‌ଧାରୀ ଙ୍କୁ ଝଟକା !

!!! ପଶ୍ଚିମ ଓଡିଶା ଜୋନ୍ ମୁଖ୍ୟ ଏମ ଶ୍ରୀକାନ୍ତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୁରୋ (କେନ୍ଦୁଝର) – ଖଣିଜ ପଦାର୍ଥ ଉତ୍ତୋଳନରେ ହୋଇଥିବା ଅନିୟମିତତା ମାମଲାରେ ମାଲା ରାୟଙ୍କ ସମେତ ୧୫ଖଣି ଲିଜ୍‌ଧାରୀଙ୍କୁ କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁ ଝଟକା ଲାଗିଛି। କ୍ଷତିପୂରଣ ଦାଖଲ ପାଇଁ ରାଜ୍ୟ ସରକାର କରିଥିବା ନୋଟିସ ବିରୋଧରେ ୧୫ ଲୁହାପଥର ଓ ମାଙ୍ଗାନିଜ ଖଣି ଲିଜ୍‌ଧାରୀ କେନ୍ଦ୍ର ଇସ୍ପାତ୍‌ ଓ ଖଣି ମନ୍ତ୍ରଣାଳୟଙ୍କ ଟ୍ରିବ୍ୟୁନାଲ୍‌ର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ଏମ୍‌ଏମ୍‌ଡିଆର ଆଇନ ୧୯୫୭ ଅଧୀନରେ କେନ୍ଦ୍ର ଖଣି ଓ ଖଣିଜ ବିଭାଗର ଅଭିଯୋଗ ଶୁଣାଣି ଟ୍ରିବ୍ୟୁନାଲ ତଥା ଯୁଗ୍ମ ସଚିବ ନିରଞ୍ଜନ କେ.ସିଂ ଫାଇନାଲ ଅର୍ଡର ନଂ ୩୧/୨୦୧୯ରୁ ୪୫/୨୦୧୯/ତା. ୯।୫।୨୦୧୯ ରିଖରେ ଲିଜ୍‌ଧାରୀଙ୍କ ଆବେଦନକୁ ଖାରଜ କରିଛନ୍ତି। ଏପରି କି ଯେଉଁ ଖଣି କମ୍ପାନୀ କ୍ଷତିପୂରଣ ଦାଖଲ ନ କରିବେ ସେମାନଙ୍କ ଲିଜ୍‌ ବାତିଲ ପାଇଁ ରାଜ୍ୟ ସରକାର ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ଟ୍ରିବ୍ୟୁନାଲ ରାୟରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଓଡ଼ିଶା ସରକାର ମିନେରାଲ କନ୍‌ସେସନ ରୁଲ୍‌- ୨୦୧୬ ର ରୁଲ୍‌ ନଂ୧୨(୧୦) ଓ ଏମ୍‌ଏମ୍‌ଡିଆର ଆଇନ ୧୯୫୭ର ସେକ୍ସନ ୨୧(୫) ଅଧୀନରେ ୧୫ ଖଣି ଲିଜ୍‌ଧାରୀଙ୍କ ବିରୋଧରେ କ୍ଷତିପୂରଣ ଦାଖଲ ନୋଟିସ ଦେଇଥିଲେ। ଏପରି କି ଉକ୍ତ ନୋଟିସ ପାଇବାର ୬୦ ଦିନ ମଧ୍ୟରେ ପ୍ରଚଳିତ ସୁଧ ହାର ସହ ରାଜ୍ୟ ସରକାରଙ୍କୁ କ୍ଷତିପୂରଣ ଟଙ୍କା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ପ୍ରାପ୍ୟ ଅନାଦାୟ କ୍ଷେତ୍ରରେ ରାଜ୍ୟ ସରକାର ଖଣି ଲିଜ୍‌ ବାତିଲ ସହ ସେମାନଙ୍କ ପରଫର୍ମାନ୍ସ ସିକ୍ୟୁରିଟି ବାଜ୍ୟାପ୍ତ କରିପାରିବେ ବୋଲି ଉଲ୍ଲେଖ ରହିଥିଲା। ରାଜ୍ୟ ସରକାରଙ୍କ ଏହି ନୋଟିସ ବିରୋଧରେ ଖଣି ଲିଜ୍‌ଧାରୀମାନେ କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନ ଟ୍ରିବ୍ୟୁନାଲ୍‌ଙ୍କ ଦ୍ୱାରସ୍ଥ ହୋଇଥିଲେ। ଖଣି ଲିଜ୍‌ଧାରୀଙ୍କ ଉକ୍ତ ଆବେଦନର ଶୁଣାଣି କରି ଟିବ୍ୟୁନାଲ ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କ୍ଷତିପୂରଣ ନୋଟିସ ବୈଧ ବୋଲି ଉଲ୍ଲେଖ କରିଛନ୍ତି। ପ୍ରକାଶ ଥାଉ କି, ଓଡ଼ିଶା ସରକାର ବହୁ ପୂର୍ବରୁ ଖଣିଲିଜ୍‌ଧାରୀଙ୍କୁ ଡିମାଣ୍ଡ ନୋଟିସ ପଠାଇ ସାରିଛନ୍ତି। କାରଣ ସମ୍ପୃକ୍ତ ଖଣି ଲିଜ୍‌ଧାରୀମାନେ ଏମ୍‌ଏମ୍‌ଡିଆର ଆଇନ ୧୯୫୭ର ସେକ୍ସନ ୨୧(୫) ଅନୁଯାୟୀ ଜଙ୍ଗଲ ଓ ପରିବେଶ ଆଇନର ଉଲ୍ଲଂଘନ କରି ଖଣି ଖନନ କରିଛନ୍ତି। ଏନେଇ ସୁପ୍ରିମ କୋର୍ଟରେ ମଧ୍ୟ ଏକ ମାମଲା(ନଂ ୧୧୪/୨୦୧୪) ରୁଜୁ ହୋଇଥିଲା। ସେଥିରେ କ୍ଷତିପୂରଣ ଆଦାୟ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ସେଣ୍ଟ୍ରାଲ ଏମ୍ପାଓ୍ବାର୍ଡ କମିଟି ସୁପାରିସ କରିଥିଲା। ଏହାକୁ ଆଧାର କରି ରାଜ୍ୟ ସରକାର ଉକ୍ତ ୧୫ ଖଣି ଲିଜ୍‌ଧାରୀଙ୍କୁ ନୋଟିସ ଜାରି କରିଥିଲେ। ମାତ୍ର ଏହାକୁ ବିରୋଧ କରି ସେମାନେ ପୁଣି ଖଣି ମନ୍ତ୍ରଣାଳୟ ନିକଟରେ ଆବେଦନ କରିଥିଲେ। ତେବେ କୋଟି କୋଟି ଟଙ୍କାର ସମ୍ପତ୍ତି ଲାଭ କରିଥିବା ୧୫ଖଣି
କମ୍ପାନୀର ଆର୍ଥିକ ସ୍ବାର୍ଥ, ସାମାଜିକ ଓ ବାଣିଜି୍ୟକ ପ୍ରତି ଏବେ ଆହ୍ବାନ ସୃଷ୍ଟି ହୋଇଥିବାବେଳେ ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖଣି ମନ୍ତ୍ରଣାଳୟର ଦ୍ୱାରସ୍ଥ ହୋଇଥିବା ଖଣି ଲିଜ୍‌ଧାରୀ ହେଲେ ମାଲା ରାୟ ଆଣ୍ଡ ଅଦର୍ସ, ସତ୍ୟଜିତ ପ୍ରଧାନ, ସୁନନ୍ଦନ ପ୍ରଧାନ, ସୁଶୀଲ କୁମାର ପାଢୀ, ଏସ୍‌.ଡି.ଶର୍ମା, ନାରାୟଣୀ ସନ୍ସ, ରାଜ କୁମାର ଅଗ୍ରୱାଲ, ଡି.ସି ଡୋଗ୍ରାଙ୍କ ଉତ୍ତରାଧିକାରୀ ସଞ୍ଜୟ କୁମାର ଡୋଗ୍ରା, ଦୀନେଶ ଚନ୍ଦ୍ର ଦାସ, ଓ ଜୟକିଶୋର ଚୌବେ।
କାହା ବାହୁ ଛାୟା ତଳେ ସାଇ ମା’ ତାରିଣୀ ଟୋଲ ୱେଜ୍‌ ଲିମିଟେଡ ଠିକା ସ˚ସ୍ଥା !

!!! ପଶ୍ଚିମ ଓଡିଶା ଜୋନ୍ ମୁଖ୍ୟ ଏମ ଶ୍ରୀକାନ୍ତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୁରୋ (କେନ୍ଦୁଝର) –  ୨୧୫ ନମ୍ବର ଜାତୀୟ ରାଜପଥ ନିର୍ମାଣ କାମ ସ˚ପୂର୍ଣ୍ଣ ନ ହେଉଣୁ କେନ୍ଦୁଝର ଜିଲ୍ଲାର ତିନୋଟି ସ୍ଥାନରେ ବର୍ଷ ବର୍ଷ ଧରି ଟୋଲ୍‌ ଆଦାୟ ଜାରି ରହିଥିବା ଖବର ମିଳିଛି । ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବା କୁ ସାଇ ମା’ ତାରିଣୀ ଟୋଲ ୱେଜ୍‌ ଲିମିଟେଡ ଠିକା ସଂସ୍ଥା କୁ ଜାତୀୟ ରାଜପଥ କତ୍ତୃର୍ପକ୍ଷ ବାରମ୍ବାର ଚିଠି ଲେଖିଲେ ବି ଏହାକୁ ଠିକା ସଂସ୍ଥା ମାନୁ ନଥିବା ନଥିବା ଜଣା ପଡିଛି । ଅସ˚ପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ଏହି ଅଞ୍ଚଳ ରେ ରେ ଲୋକ ଦୁର୍ଘଟଣାର ଶିକାର ହେଉଥିବା ବେଳେ ଠିକା ସ˚ସ୍ଥା ଟୋଲ୍‌ ଆଦାୟରେ ବ୍ୟସ୍ତ ଥିବା ଅଭିଯୋଗ ହେଉଛି ।

କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ପାଣିକୋଇଲି-ରିମୁଳି ପର୍ଯ୍ୟନ୍ତ ଜାତୀୟ ରାଜପଥ ନିର୍ମାଣ ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହିତ ସାଇ ମା’ ତାରିଣୀ ଟୋଲ ୱେଜ୍‌ ଲିମିଟେଡ୍‌ର ଗତ ୨୦୧୧ ମସିହା ସେପ୍ଟେମ୍ବର ୨୮ ରେ ଚୁକ୍ତିନାମା ହୋଇଥିଲା। ୨୧୫ ନମ୍ବର ଜାତୀୟ ରାଜପଥର ୧୬୬ କିଲୋମିଟର ରାସ୍ତା ନିର୍ମାଣ ର ଚୁକ୍ତିନାମା କୁ ଏହି ଠିକା ସଂସ୍ଥା ଉଲ୍ଲଂଘନ କରୁଥିବା କୁହା ଯାଉଛି ।

ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହେଉନଥିବା ରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୋଗ ପରେ ଏକ ଇଞ୍ଜିନିୟର ଟିମ୍‌ ଅନୁଧ୍ୟାନ କରି ଏହାର ସତ୍ୟାସତ୍ୟ ଲୋକଲୋଚନ କୁ ଆଣିଥିବା ଜଣା ପଡିଛି । ଏସବୁ ସତ୍ତ୍ବେ ଗତ ୨୦୧୭ ମସିହାରୁ ଠିକା ସ˚ସ୍ଥା କେନ୍ଦୁଝର ଜିଲ୍ଲାର ବନାଯୋଡ଼ି, ଢେ଼ଙ୍କିକୋଟ ଓ ହସନପୁରଠାରେ ଟୋଲ ଆଦାୟ ଆରମ୍ଭ କରିଥିବା ନେଇ ଅଭିଯୋଗ ହେବାରୁ ଏହାକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ଜାତୀୟ ରାଜପଥ ଜାତୀୟ ରାଜପଥ କତୃପକ୍ଷ ୨୭.୧୦.୨୦୧୭, ୨୨.୧୧.୨୦୧୭, ୨୫.୧.୨୦୧୮, ୨୧.୨.୨୦୧୮, ୧୦.୪.୨୦୧୮ ଓ ୨୩.୭.୨୦୧୮ରେ ବାରମ୍ବାର ଚିଠି ଲେଖି ଏହି କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ରାସ୍ତା ନିର୍ମାଣ ସ୍ଥାନ ରେ ଠିକା ସଂସ୍ଥା ପକ୍ଷରୁ କୌଣସି ନିର୍ମାଣ ସରଞ୍ଜାମ ନ ଥିବା ନେଇ ମଧ୍ଯ ସୂଚନା ଦେଇଥିଲେ ।

ବାରମ୍ବାର ଅଭିଯୋଗ ଏବ୍ଂ ନିର୍ଦ୍ଦେଶନାମା ପରେ ବି ଠିକା ସଂସ୍ଥା ଏହାକୁ ଏଡ଼ାଇ ଗତ ୨୦୧୭ ଅଗଷ୍ଟ ୧୭ ତାରିଖରୁ ଟୋଲ ଆଦାୟ ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କଠାରୁ ଏକ ପ୍ରଭିଜନାଲ ସାଟିର୍ଫିକେଟ ହାସଲ କରିଥିଲା।

ନିୟମ ଅନୁସାରେ, ପ୍ରଭିଜିନାଲ ସାର୍ଟିଫିକେଟ ପାଇବାର ୯୦ ଦିନ ମଧ୍ଯରେ ଅସ˚ପୂର୍ଣ୍ଣ କାମ ସ˚ପୂର୍ଣ୍ଣ କରିବା କଥା। ଅର୍ଥାତ ୨୦୧୭ ନଭେମ୍ବର ୧୭ ସୁଦ୍ଧା ଏହି ଅଧାପନ୍ତରିଆ ପଡ଼ିଥିବା ରାଜପଥ ନିର୍ମାଣ ସରିବା କଥା ; କିନ୍ତୁ ଠିକା ସଂସ୍ଥା ତାହା ସମ୍ପୂର୍ଣ୍ଣ ନ କରି ଟୋଲ ଆଦାୟ ରେ ବ୍ୟସ୍ତ ରହିଥିବା ସାଧାରଣ ରେ ଅଭିଯୋଗ ହୋଇଛି ।

କାର୍ଯ୍ୟ ସ˚ପୂର୍ଣ୍ଣ ନ ହେଲେ କ୍ଷତି ଭରଣା ପାଇଁ ମଧ୍ଯ ଚୁକ୍ତିରେ ଉଲ୍ଲେଖ ଥିଲା। ଏଥିପାଇଁ ପ୍ରାୟ ୨୮ କୋଟି ଟଙ୍କା କ୍ଷତି ହୋଇଥିଲା। ତାହାକୁ ମଧ୍ଯ ଦେଲା ନାହିଁ ଠିକା ସ˚ସ୍ଥା।

ସେହିପରି ଏହି ରାଜପଥରେ ହୋଇଥିବା ଖାଲଖମା ଓ ଅନ୍ୟାନ୍ୟ ମରାମତି ବାବଦରେ ପ୍ରାୟ ୨୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି, ଯାହାକୁ ଭରଣା କରିବାକୁ ମଧ୍ଯ ଠିକା ସ˚ସ୍ଥା ରାଜି ନୁହେଁ। ଏହା ନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ ୧୫.୭.୨୦୧୮, ୩୦.୧୦.୨୦୧୮, ୩୧.୧.୨୦୧୯ରେ ବାରମ୍ବାର ଏ ସ˚ପର୍କରେ ଚିଠି ଲେଖିଥିଲେ। ଏହାକୁ ମଧ୍ଯ ଠିକା ସ˚ସ୍ଥା ଶୁଣିଲା ନାହିଁ। ଖାଲି ସେତିକି ନୁହେଁ, ଏହି ଅସ˚ପୂର୍ଣ୍ଣ କାର୍ଯ୍ୟ ପାଇଁ ହୋଇଥିବା କ୍ଷତି ୨୭.୯୭ କୋଟି ଟଙ୍କା ଭରଣା ପାଇଁ ସିଏଜି ଅଡିଟ୍‌ରେ ମଧ୍ଯ ମଞ୍ଜୁରି ମିଳିଥିଲା। ସିଏଜିଙ୍କ ଅଡିଟ୍‌ ସ˚ପର୍କରେ ଗତ ୨୦୧୮ ଡିସେମ୍ବର ୨୪ ରେ ଏକ ଚିଠି ଜରିଆରେ ଅବଗତ କରାଯାଇଥିଲା। କିନ୍ତୁ ଏ ଚିଠିର ଜବାବ ମଧ୍ଯ ଦେଲା ନାହିଁ ଠିକା ସ˚ସ୍ଥା। ଶେଷରେ ଗତ ୧୦.୪.୨୦୧୯ ରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଠିକା ସ˚ସ୍ଥା ସାଇ ତାରିଣୀ ଟୋଲ୍‌ ୱେଜ୍‌କୁ ରାଜପଥ ନିର୍ମାଣ ଅସ˚ପୂର୍ଣ୍ଣ ଥିବାରୁ କାହିଁକି ଚୁକ୍ତିନାମା ରଦ୍ଦ କରା ନଯିବ ବୋଲି ଚିଠି ଲେଖାଯାଇଛି।

କେନ୍ଦୁଝର ଜିଲ୍ଲାର ବୁଦ୍ଧିଜୀବୀଙ୍କ ମହଲରେ ଗୋଟିଏ ପ୍ରଶ୍ନ ଆସୁଛି, ଯଦି ବର୍ଷ ବର୍ଷ ଧରି ଏକ ଠିକା ସ˚ସ୍ଥା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ମାନୁ ନାହିଁ କି ଚୁକ୍ତିନାମା ଅନୁସାରେ କାମ କରୁ ନାହିଁ। ଆଜିଯାଏ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।

ଏ ସ˚ପର୍କରେ କେନ୍ଦୁଝର ନାଗରିକ ମଞ୍ଚର ସଭାପତି କିରଣ ଶଙ୍କର ସାହୁ କହିଛନ୍ତି, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସଲାସୁତରାରେ ହିଁ ଠିକା ସ˚ସ୍ଥା ଠକି ଚାଲିଛି। ଯଦି ଜାତୀୟ ରାଜପଥ ବିଭାଗ ପ୍ରକୃତରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହିଁଥାନ୍ତେ, କେବେଠୁ ନେଇ ସାରନ୍ତେଣି। ଖାଲି ଲୋକ ଦେଖାଣିଆ ଚିଠି ଲେଖି ଚୁପ୍‌ ବସୁଛି ଏନ୍‌.ଏଚ୍‌.ଏ.ଆଇ ବୋଲି ଶ୍ରୀ ସାହୁ କହିଛନ୍ତି।