ଗୁଣପୁର ପୌର ପରିଷଦ ଅଧିନ ରେ ଥିବା ୱାର୍ଡ ନଂ ୧୫ ର ଅଧିବାସୀ ମାନେ ପରିବେଶ ନିର୍ମଳ ପାଇଁ ଉପଜିଲ୍ଲାପାଳ ଙ୍କୁ କରିଲେ ଗୁହାରି !

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ଗୁଣପୁର ଅଧିନସ୍ଥ ଜେଲପେଟା ସାହି ରୁ ଘାସି ସାହି ଦେଇ ଯାଉଥିବା ଡ୍ରେନ୍ ଟି ଅଳିଆ ଆବର୍ଜନା ରେ ପୁରି ରହୁଛି । ବର୍ଷା ହେଲେ ଡ୍ରେନ୍ ରେ ବହୁତ ପାଣି ଆସି ଅଳିଆ ଗୁଡ଼ିକ ରାସ୍ତା କୁ କାଦୁଅ କରୁଛି । ଏପରିକି ଏଗୁଡିକ ଏଠାରେ ସାହି ବାସିନ୍ଦା ଙ୍କ ବ୍ୟବହାର ନିମନ୍ତେ ରହିଥିବା ନଳକୂପ ନିକଟ ରେ ଜମି ପାଣି କୁ ଦୂଷିତ କରୁଥିବା ନେଇ ଅଭିଯୋଗ ହୋଇଛି ।

ଏହି ଅଳିଆ ଆବର୍ଜନା କୁ ସଫା କରିବା ନିମନ୍ତେ ପୌର ପରିଷଦ କତୃପକ୍ଷ ଙ୍କୁ ବାରମ୍ବାର ସାହି ବାସୀନ୍ଦା କହି ଆସୁଥିଲେ ମଧ୍ୟ ପୌର କତୃପକ୍ଷ ଙ୍କ ଏଥି ପ୍ରତି ନିଘା ନାହିଁ ।

ଏ ଦିଗ ରେ ଉଚିତ ପଦକ୍ଷେପ ନେବା ନିମନ୍ତେ ସାହି ବାସିନ୍ଦା ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଛନ୍ତି , ଉପ ଜିଲ୍ଲାପାଳ ଙ୍କ ଅନୁପସ୍ଥିତ ରେ ତହସିଲଦାର ମୋହଦୟା ଙ୍କୁ ଏକ ପତ୍ର ମାଧ୍ୟମ ରେ ଜଣାଇ ଥିଲେ ଏବଂ ପୌର କତୃପକ୍ଷ ଙ୍କୁ କଡ଼ା ନିର୍ଦ୍ଧେଶ ଦେବା ନିମନ୍ତେ ଅନୁରୋଧ କରିଥିଲେ ।

ଆଗାମୀ ଦିନ ରେ ସାହି ବାସିନ୍ଦା ଙ୍କ ଅନୁରୋଧ ର ଉପଜିଲ୍ଲାପାଳ ମୋହଦୟ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ରହିଲା ।

ବିଇଓ ଙ୍କ କାର୍ୟ୍ୟାଳୟ ରେ ଲାଞ୍ଚ କାରବାର କୁ ନେଇ ଶିକ୍ଷକ ମହଲ ରେ ଅସନ୍ତୋଷ !

ଏଥର ସମ୍ଭାଳ ବ୍ୟୁରୋ (କେନ୍ଦୁଝର) – ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟରେ ଲାଞ୍ଚ କାରବାରକୁ ନେଇ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଖବରରୁ ଜଣାଯାଇଛି ଯେ ବ୍ଲକ କାର୍ୟ୍ୟାଳୟର ଜଣେ କର୍ମଚାରୀ ଶିକ୍ଷକ ମାନଙ୍କ ଏରିୟର ଓ ଶିକ୍ଷୟତ୍ରୀ ମାନଙ୍କ ପ୍ରସବ କାଳୀନ ଛୁଟି ମଞ୍ଜୁର ପାଇଁ ହଜାରେ ଟଙ୍କାରୁ ଦୁଇ ହଜାର ଟଙ୍କା ପର୍ୟ୍ୟନ୍ତ ଲାଞ୍ଚ ଆଦାୟ କରୁଛନ୍ତି। ଯଦି କେହି ଶିକ୍ଷକ ଲାଞ୍ଚ ଦେଉ ନାହାନ୍ତି ତାଙ୍କ ଫାଇଲ କାମକୁ ଅଧାପନ୍ତରିଆ କରି ପକାଇ ଦେଉଛନ୍ତି। ଦୀର୍ଘ ମାସ ହେଲା ଏପରି ଚାଲିଥିବାବେଳେ ଗତ ଦୁଇଦିନ ତଳେ ଏହାକୁନେଇ ଜଣେ ଶିକ୍ଷକଙ୍କ ସହିତ ସଂପୃକ୍ତ କର୍ମଚାରୀଙ୍କର ପାଟିତୁଣ୍ଡ ହେବାପରେ ଘଟଣା ଲୋକଲୋଚନକୁ ଆସିଛି। ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ସଂପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶିକ୍ଷକ ମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ଶରତ ଚନ୍ଦ୍ର ରାଉତଙ୍କୁ ପଚାରିବାରେ ସେ ଅଭିଯୋଗ ପାଇବାପରେ ଆଜି ସଂପୃକ୍ତ କର୍ମଚାରୀଙ୍କୁ ସ୍ଥାନାନ୍ତରିତ କରାଯାଇଛି, ଏବଂ ଶିକ୍ଷକ ମାନଙ୍କୁ ଗୋଟିଏବି ଟଙ୍କା ଲାଞ୍ଚ ନଦେବାକୁ କୁହାଯାଇଛି। ଯଦି କହି କର୍ମଚାରୀ ଲାଞ୍ଚ ନେଉଥିବା ଅଭିଯୋଗ ଆସେ ତେବେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଗତବର୍ଷ କାର୍ୟ୍ୟାଳୟର ଜଣେ କିରାଣୀ ଓ ଚତୁର୍ଥଶ୍ରେଣୀ କର୍ମଚାରୀ ଏହିପରି ଲାଞ୍ଚ ଆଦାୟ କରୁଥିବା ଅଭିଯୋଗ ପାଇ କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀ ରାତି ଅଧିଆ ତଦନ୍ତ କରିଥିଲେ। ପରବର୍ତ୍ତୀ ସମୟରେ କାର୍ୟ୍ୟଳୟର ମୁଖ୍ୟ କିରାଣୀ ଲାଞ୍ଚ ନେବାବେଳେ ଭିଜିଲାନସ ହାତରେ ଧରାପଡି ଥିଲେ।

ଅକ୍ଷୟ ତୃତୀୟା ଅବସରରେ ଉପଖଣ୍ଡ ସ୍ତରୀୟ କୃଷକ ଦିବସ ପାଳିତ : ଅକ୍ଷୀମୁଠି ବିଂଛି ଶୁଭାରମ୍ଭ କଲେ ଉପ ଜିଲ୍ଳାପାଳ । ଭଲ ଫସଲ ଅମଳ କିପରି କରିବ ସେହି ବିଷୟରେ ଚାଷୀ ମାନଙ୍କୁ ପରାମର୍ଶ ଦେଇଛନ୍ତି।

ଏଥର ସମ୍ଭାଳ ବ୍ୟୁରୋ – (ଗୁଣପୁର) ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଉପଖଣ୍ଡ ସ୍ତରୀୟ କୃଷକ ଦିବସ ରାୟଗଡ ଜିଲ୍ଳା ଗୁଣପୁର ର କୃଷି ଉପନିର୍ଦ୍ଦେଶକ ତତ୍ୱାବଧାନରେ ପାଳିତ ହୋଇଯାଇଛି । ଏହି ଅବସରରେ ଉପ ଜିଲ୍ଳାପାଳ ସିଦ୍ଧେଶ୍ଵର ବଳିରାମ ବନ୍ଦର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୁଣପୁର କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ଥିବା ଫାର୍ମର ଜମିରେ ଅକ୍ଷିମୁଠି ବା ବିହନ ବୁଣି ହଳ ବୁଲାଇଥିଲେ ।

ଚଳିତ ବର୍ଷ ଚାଷିଭାଇମାନେ ଭଲ ଫସଲ ଅମଳ କରି ନିଜର ଆର୍ଥିକ ସ୍ୱଚ୍ଛଳତାକୁ ସୁଦୃଢ କରିବା ସହ ଲୋକଙ୍କୁ ଖାଦ୍ୟ ଯୋଗାଇବାରେ ସହାୟକ ହୁଅନ୍ତୁ ବୋଲି ଉପ ଜିଲ୍ଳାପାଳ ଶ୍ରୀ ବନ୍ଦର ପ୍ରକାଶ କରିଥିଲେ । ଅକ୍ଷୟ ତୃତୀୟା ଅବସରରେ ପୂଜକ ଦ୍ୱାରା ପୂଜାପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବନ୍ଦର, ଜିଲ୍ଲା କୃଷି ଅଧିକାରୀ ଶ୍ରି ବିଜୟ ସୋରେନ, କୃଷି ଅଧିକାରୀ ଶ୍ରି ରାଜେନ୍ଦ୍ର ସାହୁ ଓ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଶ୍ରି ବିନୋଦ ପ୍ରଧାନ ଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ ଏବଂ ସ୍ଥାନୀୟ ଅଂଚଳର ବହୁ ଚାଷୀ ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ ।