ଟିକରପଡା ପଞ୍ଚାୟତରେ ରଶ୍ମୀ ମହାପାତ୍ର ଙ୍କୁ ସମର୍ଥନ ।

ଏଥର ସମ୍ଭାଳ ବ୍ୟୁରୋ (ଏକାମ୍ର ଭୁବନେଶ୍ୱର) –  ଟିକରପଡା ପଞ୍ଚାୟତ ସ୍ଥିତ ବାସୁଆଘାଇ, କଲ୍ୟାଣପୁର,ଟିକରପଡା,ଆଦି ଅଞ୍ଚଳରେ ଆଜି ପଦଯାତ୍ରା କରିଥିଲେ ।
ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥିନୀ ରଶ୍ମୀ ମହାପାତ୍ର ଘର ଘର ବୁଲି ଭୋଟ ଭିଖ୍ୟା କରିଥିଲେ ।ଏଥିରେ ଜିଲ୍ଲା କଂଗ୍ରେସ ,ମହିଳା କଂଗ୍ରେସ,ଯୁବ କଂଗ୍ରେସ,ଛାତ୍ର କଂଗ୍ରେସ,ଓ ସ୍ଥାନୀୟ ଜନସାଧାରଣ ଯୋଗ ଦେଇ ପଦଯାତ୍ରାଟିକୁ ସଫଳ କରିଥିଲେ ।

 

ଟିକ୍‌ଟକ୍‌ ଆପ୍‌ ଉପରେ କଟକଣା; ପ୍ଲେ ଷ୍ଟୋରରୁ ଆପ୍‌ ହଟାଇବାକୁ ଗୁଗଲ ଓ ଆପଲକୁ ସରକାରଙ୍କ ନିର୍ଦେଶ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) –  ଚୀନ ଭିଡିଓ ଆପ୍‌ ଟିକ୍‌ଟକ୍‌ ଉପରେ ଶେଷରେ ସରକାର କଟକଣା ଲଗାଇଛନ୍ତି। ନିଜ ପ୍ଲେ ଷ୍ଟୋରରୁ ଏହି ଆପ୍ଲିକେଶନକୁ ହଟାଇବାକୁ ଗୁଗଲ ଏବଂ ଆପଲକୁ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି।
ଗତ ଏପ୍ରିଲ ୩ ତାରିଖରେ ମାଡ୍ରାସ ହାଇକୋର୍ଟ ଟିକ୍‌ଟକ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏଭଳି ଆପ୍‌ ଜରିଆରେ ଅଶ୍ଳୀଳ ଏବଂ ଅନୁଚିତ ସାମଗ୍ରୀ ଉପଲବ୍ଧ ହେଉଥିବା ଦର୍ଶାଇ ହାଇକୋର୍ଟ ଚିନ୍ତାବ୍ୟକ୍ତ କରିଥିଲେ। ଏପରି କି ଟିକ୍‌ଟକ ଭିଡିଓ କ୍ଲିପକୁ ଶେୟାର ନ କରିବାକୁ ଅନ୍ତରୀଣ ନିର୍ଦେଶ ଦେଇଥିଲେ। ତେ​‌ବେ କେନ୍ଦ୍ର ସରକାର ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଦେବାକୁ ମନା କରିଦେବା ସହ ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି କହିଥିଲେ। ଫଳରେ ହାଇକୋର୍ଟଙ୍କ ରାୟ ଆଧାରରେ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି।

ଅନ୍ୟପଟେ ମାଡ୍ରାସ ହାଇକୋର୍ଟଙ୍କ ଆଦେଶ ଏକତରଫା ଏବଂ ଭେଦଭାବପୂର୍ଣ୍ଣ ବୋଲି କମ୍ପାନୀ ପକ୍ଷରୁ ଦର୍ଶାଯାଇଛି। ଆପ୍‌ ଜରିଆରେ ଅଶ୍ଳୀଳ ଏବଂ ଅନୁଚିତ ସାମଗ୍ରୀର ଉପଲବ୍ଧଦା ପାଇଁ କମ୍ପାନୀକୁ ଦାୟୀ କରାଯାଇପାରିବ ନାହିଁ ବୋଲି ଟିକ୍‌ଟକ ପକ୍ଷରୁ କୁହାଯାଇଛି।

ଆସନ୍ତା ୧୮ ରୁ ରାଜ୍ୟ ର ସମସ୍ତ ସ୍କୁଲ ଛୁଟି ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –  ଆସନ୍ତା ୧୮ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲକୁ ଛୁଟି ଘୋଷଣା । ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହଳଶ ଦୃଷ୍ଟିରେ ରଖି ଛୁଟି ଘୋଷଣା କଲେ ଏସଆରସି ବିଷ୍ଣୁପଦ ସେଠୀ । ଏହି ନିର୍ଦ୍ଦେଶାନାମା ଜାରି କରି ଆସନ୍ତା ୧୮ ତାରିଖରୁ ଛୁଟି ଘୋଷଣା କରାଯାଇଛି । ତେବେ ରାଜ୍ୟର ଅନେକ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ଥିବାରୁ ଏଭଳି ନିଷ୍ପତି ନିଆଯାଇଛି ।
ପୂର୍ବରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୨ରୁ ସକାଳୁଆ ସ୍କୁଲ ହେବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଥିଲା । ଉଭୟ ସରକାରୀ ଓ ବେସରକାରୀ ସ୍କୁଲରେ ସକାଳୁଆ ସ୍କୁଲ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଗଣଶିକ୍ଷା ବିଭାଗ ଚିଠି ଲେଖିଥିଲା । ଏପ୍ରିଲ ୨ ପରଠାରୁ ମେ ୫ ପର୍ଯ୍ୟନ୍ତ ସକାଳ ୬ଟା ୩୦ରୁ ପୂର୍ବାହ୍ନ ୧୦ଟା ୩୦ ଯାଏଁ ସ୍କୁଲ ଖୋଲା ରହିବା ସହ ପିଲାମାନଙ୍କୁ ୧୦ଟା ବେଳେ ମଧ୍ୟାହ୍ନ ଭୋଜନ ଦିଆଯିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାଛଡା ମେ’ ୬ ତାରିଖରୁ ସ୍କୁଲ ଗୁଡିକରେ ଖରାଦିନ ଛୁଟି ଘୋଷଣା କରାଯାଇଥିବା ବେଳେ ଏହାକୁ ପରିବର୍ତ୍ତନ କରାଯାଇ ଆସନ୍ତା ୧୮ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଗୁଡିକରେ ଖରା ଛୁଟି ଘୋଷଣା କରିଛନ୍ତି ଏସଆରସି ବିଷ୍ଣୁପଦ ସେଠୀ ।