ଗୁଣପୁର ବଂଶଧାରା ଯୁକ୍ତ ଦୁଇ ମହାବିଦ୍ୟାଳୟ ରେ ଯୋଗ ଶିବିର ଅନୁଷ୍ଠିତ ।

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ବଂଶଧାରା ଯୁକ୍ତ ଦୁଇ ବିଜ୍ଞାନ ଦୈନିକ ଏବଂ ଆବାସିକ ମହାବିଦ୍ୟାଳୟ ଠାରେ କ୍ରିକେଟ ମ୍ୟାଚ୍ , ବକୃତା , ସଙ୍ଗୀତ ଓ ମ୍ୟୁଜିକାଲ୍ ଚେୟାର ଏବଂ ଯୋଗ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଯୋଗ ଶିବିର କାର୍ଯ୍ୟକ୍ରମ ରେ ୧୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ଏବଂ ଏହି ଯୋଗ ଶିବିର କୁ ଯୋଗ ଗୁରୁ ଶ୍ରୀ ଉମା ଶଙ୍କର ଦାଶ ପରିଚାଳନା କରିଥିଲେ ।

ବଂଶଧାରା ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ଲକ୍ଷ୍ମୀ ନାରାୟଣ ମହାଙ୍କୁଡ , ଉପ ଅଧକ୍ଷ ଶ୍ରୀ ଲାଡ଼ି ରାଜ କୁମାର , ସମ୍ପାଦକ ଶ୍ରୀ ହରି କୃଷ୍ଣ ପୁରୁଷୋତ୍ତମ ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଙ୍କ ଉପସ୍ଥିତି ରେ ଉକ୍ତ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା ।

ଜାମିନ ପାଇଲେ ପ୍ରଦୀପ ମହାରଥୀ !

ଏଥର ସମ୍ଭାଳ ବ୍ୟୁରୋ (ପିପିଲି) – ପିପିଲି ବିଧାନସଭାର ବିଜେଡି ପ୍ରାଥୀ ପ୍ରଦୀପ ମହାରଥୀଙ୍କୁ ମିଳିଲା ଜାମିନ | ସ୍ୱତନ୍ତ୍ର ପ୍ରାଧୀକୃତ କୋର୍ଟ ଆଜି ତାଙ୍କୁ ସର୍ତମୂଳକ ଜାମିନ ଦେଇଛନ୍ତି | ତାଙ୍କୁ ୫୦ ହଜାର ଟଂକା ଓ ୨ ଜଣ ଜାମିନଦାରଙ୍କ ବଦଳରେ ଜାମିନରେ ଯିବାକୁ ଅନୁମତି ମିଳିଛି | ସେ କୌଣସି ଶଖିଙ୍କୁ ପ୍ରଭାବିତ କରିବେ ନାହିଁ କି ଧମକ ଚମକ ଦେଇପାରିବେ ନାହିଁ ଏବଂ ତଦନ୍ତକାରି ଅଧିକାରୀଙ୍କୁ ତଦନ୍ତରେ ସାହାଯ୍ୟ କରିବେ ବୋଲି ସର୍ତ୍ତରେ ଉଲ୍ଲେଖ ରହିଛି |
ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ଯାଞ୍ଚ ଟିମ ମହାରଥୀଙ୍କ ଫାର୍ମ ହାଉସରେ ରେଡ କରିଥିଲେ | ମଦ ଓ ଟଂକା ବଣ୍ଟା ଯାଉଥିବା ନେଇ ଖବର ପାଇବା ପରେ ମାଜିଷ୍ଟ୍ରେଟଙ୍କ ସହ ପୋଲିସ ତିମି ଯାଇ ଏହି ଚଢ଼ାଉ କରିଥିଲେ | ଚଢ଼ାଉ ସମୟରେ ମହାରଥୀ ଓ ତାଙ୍କ ସହଯୋଗୀମାନେ ମିଶି ମାଜିଷ୍ଟ୍ରେଟ ଓ ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ | ସେମାନଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଥିବା ନେଇ ପ୍ରଥମେ ଅଭିଯୋଗ କରାଯାଇଥିଲା | ଏପରିକି ନିଜେ ମାଜିଷ୍ଟ୍ରେଟ ଗଣମାଧ୍ୟମକୁ କହିଥିଲେ ଯେ ତାଙ୍କୁ ଓ ତାଙ୍କ ସହଯୋଗୀଙ୍କୁ ମହାରଥୀ ଗୋଡ଼ାଇ ଗୋଡ଼ାଇ ବାଡେଇ ଥିଲେ | ଆହତ ମାଜିଷ୍ଟ୍ରେଟ ଓ ପୋଲିସ ଅଧିକାରୀଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା | ହେଲେ ପରେ ମାଜିଷ୍ଟ୍ରେଟ ତାଙ୍କ ବୟାନ ବଦଳାଇ ଥିବା କୁହାଯାଉଛି | ଏପରିକି ଏସପି ମଧ୍ୟ ପ୍ରମାଣ ଆଧାରରେ ମହାରଥୀଙ୍କୁ ଗିରଫ କରାଯାଇଥିବା କୁହାଯାଇଥିଲା | ମହାରଥୀଙ୍କ ବିରୋଧରେ ସଂଗୀନ ଦଫାମାନ ଲଗାଯାଇଥିଲା | ଏଥିରେ ଆଇପିସିର ଧାରା ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯, ୧୭୧(ବି), ୧୮୬ ଓ ଲୋକପ୍ରତିନିଧି ଆଇନ ୧୨୩ରେ ମାମଲା ରୁଜୁହୋଇ ଥିଲା | ଗିରଫ ହେବାପରେ କୋର୍ଟ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଥିଲେ | ହେଲେ ଆସୁସ୍ଥତା ଦର୍ଶାଇ ସେ ଜେଲକୁ ନ ଯାଇ କ୍ୟାପିଟାଲ ହସ୍ପିଟାଲରେ ଆଡମିଟ ହୋଇଥିଲେ |

ଓଡିଶା ର ଗୌରବ , ଗୁଣପୁର ମାଟିର ଝିଅ ଶୀତଳ !

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ଫେମିନା ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଗୁଣପୁର  ଆଚବା ଗ୍ରାମ ର ଝିଅ ଶୀତଲ ସାହୁ       କୃତିତ୍ୱ ହାସଲ କରି ଜନ୍ମ ମାଟି ର ଗୌରବ ବଢ଼ାଇଛନ୍ତି। ଇଷ୍ଟଜୋନ୍‌ ପାଇଁ କୋଲକାତାରେ ଅନୁଷ୍ଠିତ ପ୍ରତିଯୋଗିତାରୁ ଓଡ଼ିଶାରୁ ଏକ ମାତ୍ର ପ୍ରତିଯୋଗୀ ଭାବେ ସେ ମନୋନୀତ ହୋଇଛନ୍ତି।

ପ୍ରତିଯୋଗିତାରେ ପରବର୍ତ୍ତୀ ରାଉଣ୍ଡ ସମସ୍ତ ରାଜ୍ୟର ଜଣେ ଲେଖାଁଏ ପ୍ରତିଯୋଗୀଙ୍କୁ ନେଇ ଅନୁଷ୍ଠିତ ହେବାକୁ ଥିବା ବେଳେ ଶୀତଲ ଉକ୍ତ ରାଉଣ୍ଡକୁ ଉତୀର୍ଣ୍ଣ ହୋଇ ଓଡ଼ିଶାକୁ ଗୌରବାନ୍ଵିତ କରିଛନ୍ତି। ନାବି ମୁମ୍ବାଇର ଏକ ବେସରକାରୀ କଂପାନିରେ ଚାକିରୀ କରୁଥିବା ଶୀତଲଙ୍କ ପିଲା ଦିନ ଗୁଣପୁର ରେ କଟିଥିବା ବେଳେ ଅଷ୍ଟମ ରୁ ମାଟ୍ରିକ୍‌ ପର୍ଯ୍ୟନ୍ତ ସେ ଗୁଣପୁର ସହିଦ ଲଖ୍ମଣ ନାୟକ ସ୍କୁଲ ରେ ପଢ଼ିଛନ୍ତି।

ପରେ ବୁର୍ଲାରେ ଆଇଟି ରେ ବି ଟେକ୍‌ ପାଠ୍ୟକ୍ରମ ଶେଷ କରିବା ପରେ ମୁମ୍ବାଇରେ ଚାକିରୀ ପାଇଥିଲେ। ଶୀତଲ ଙ୍କ ବାପା ଜୀବନ ସାହୁ ବୃତ୍ତିରେ ଜଣେ ଠିକାଦାର ହୋଇଥିବା ବେଳେ ମାଆ ସ୍ୱପ୍ନାରାଣୀ ଅଧିକାରୀ ଶିକ୍ଷୟିତ୍ରୀ ଭାବେ କାମ କରୁଛନ୍ତି ।

ଶୀତଲ ଙ୍କ କୃତିତ୍ୱ ପାଇଁ ତାଙ୍କ ପରିବାର ଲୋକ ଙ୍କ ସମେତ ଶ୍ରୀ ମନୋରଞ୍ଜନ ସାହୁ ଓ ଶ୍ରୀମତୀ ସଂଘମିତ୍ରା ଅଧିକାରୀ  ଶୁଭେଚ୍ଛା ଜଣାଇବା ସହ ଆମ ଚ୍ୟାନେଲ୍ ମାଧ୍ୟମ ରେ ରାଧାକାନ୍ତ ପଣ୍ଡା , ଦୀପକ କୁମାର ବେହେରା (ସୁନା) , ସୁବାଷ ଶତପଥୀ , ଏମ୍ ଶ୍ରୀକାନ୍ତ , ଡି କିରଣ କୁମାର ଏବଂ ଯୁବ ଆଇନଜିବି ଇନ୍ଦ୍ରାକ୍ଷି ପ୍ରସାଦ ଦାଶ ଶୁଭେଚ୍ଛା ଜଣାଇଛନ୍ତି ।

ଗିରଫ ହେଲେ ପ୍ରଦୀପ ମହାରଥୀ !

ଏଥର ସମ୍ଭାଳ ବ୍ୟୁରୋ (ପିପିଲି) – ଯାଂଚ ପାଇଁ ଯାଇଥିବା ମାଜିଷ୍ଟ୍ରେଟଙ୍କୁ ପିପିଲିର ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ଗୋଡ଼ାଇ ଗୋଡ଼ାଇ ପିଟିବା ଘଟଣା ତାଙ୍କୁ ବେଶ ମହଙ୍ଗା ପଡ଼ିଛି । ମାଜିଷ୍ଟ୍ରେଟଙ୍କ ବୟାନ ଆଧାରରେ ପିପିଲି ଥାନା ପୁଲିସ ତାଙ୍କୁ ଆଜି ଗିରଫ କରିଛି । ମହାଥୀଙ୍କ ଫାର୍ମ ହାଉସରେ ଟଙ୍କା ଓ ମଦ ବଣ୍ଟାଯାଉଥିବା ସମ୍ପର୍କରେ ଖବର ପାଇ ନିର୍ବାଚନ କମିଶନଙ୍କ ଦ୍ୱାରା ଗଠିତ ସ୍କ୍ୱାଡ ଯାଇ ଅଚାନକ ଯାଞ୍ଚ କରିଥିଲା । ଏହି ଟିମରେ ମାଜିଷ୍ଟ୍ରେଟ, ଥାନା ଏଏସଆଇ ଓ ଅନ୍ୟ ଅଧିକାରୀମାନେ ସାମିଲ ଥିଲେ । ଏମାନେ ଫାର୍ମ ହାଉସ ଭିତରକୁ ପସିବା ପରେ ସେଠାରେ ଉପସ୍ଥିତ ଥିବା ମହାରଥୀ ଓ ତାଙ୍କ ସମର୍ଥକମାନେ ଟିମକୁ ଆକ୍ରମଣ କରିଥିଲେ । ମହାରଥୀ ନିଜେ ଆକ୍ରମଣରେ ସାମିଲ ଥିଲେ ଓ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ଏ ନେଇ ମାଜିଷ୍ଟ୍ରେଟ ନିଜେ ତାଙ୍କ ବୟାନରେ ଉଲ୍ଲେଖ କରିଛନ୍ତି । ଫଳରେ ଆଉ ପୁଲିସ କିମ୍ବା ଅନ୍ୟମାନଙ୍କ ପାଖରେ ବିକଳ୍ପ ବ୍ୟବସ୍ଥା ନଥିଲା । ଅଭିଯୋଗକୁ ଭିତ୍ତିକରି ମହାରଥୀଙ୍କୁ ପିପିଲି ଥାନାକୁ ଡକାଯାଇ ଜେରା କରାଯାଇଥିଲା । ତା ପରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ପୁଲିସ ସଙ୍ଗୀତ ଦଫା ଲଗାଇଛି । ଆଇପିସିର ବିଭିନ୍ନ ଧାରାରେ ମାମଲା ହୋଇଛି । ହତ୍ୟା ଉଦ୍ୟମ କରିବା, ମାରଣାସ୍ତ୍ର ବ୍ୟବହାର କରିବା, ନିର୍ବାଚନ କମିଶନଙ୍କ ଟିମକୁ ଆକ୍ରମଣ କରିବା ପ୍ରଭୃତି ଘଟଣା ନେଇ ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯, ୧୭୧(ବି), ୧୮୬ ଓ ଲୋକପ୍ରତିନିଧି ଆଇନ ୧୨୩ରେ ଏହି ମାମଲା ରୁଜୁହୋଇଛି ।
ମହାରଥୀଙ୍କ ପତ୍ନୀ ଓ ପୁଅ, ବୋହୁ ମଧ୍ୟ ଥାନାକୁ ଆସିଥିଲେ । ପଚରା ଉଚରା ପରେ ମହାରଥୀଙ୍କୁ ରଖି ଏମାନଙ୍କୁ ଛାଡ଼ି ଦେଇଛନ୍ତି ।

ଟିକରପଡା ପଞ୍ଚାୟତରେ ରଶ୍ମୀ ମହାପାତ୍ର ଙ୍କୁ ସମର୍ଥନ ।

ଏଥର ସମ୍ଭାଳ ବ୍ୟୁରୋ (ଏକାମ୍ର ଭୁବନେଶ୍ୱର) –  ଟିକରପଡା ପଞ୍ଚାୟତ ସ୍ଥିତ ବାସୁଆଘାଇ, କଲ୍ୟାଣପୁର,ଟିକରପଡା,ଆଦି ଅଞ୍ଚଳରେ ଆଜି ପଦଯାତ୍ରା କରିଥିଲେ ।
ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥିନୀ ରଶ୍ମୀ ମହାପାତ୍ର ଘର ଘର ବୁଲି ଭୋଟ ଭିଖ୍ୟା କରିଥିଲେ ।ଏଥିରେ ଜିଲ୍ଲା କଂଗ୍ରେସ ,ମହିଳା କଂଗ୍ରେସ,ଯୁବ କଂଗ୍ରେସ,ଛାତ୍ର କଂଗ୍ରେସ,ଓ ସ୍ଥାନୀୟ ଜନସାଧାରଣ ଯୋଗ ଦେଇ ପଦଯାତ୍ରାଟିକୁ ସଫଳ କରିଥିଲେ ।

 

ଟିକ୍‌ଟକ୍‌ ଆପ୍‌ ଉପରେ କଟକଣା; ପ୍ଲେ ଷ୍ଟୋରରୁ ଆପ୍‌ ହଟାଇବାକୁ ଗୁଗଲ ଓ ଆପଲକୁ ସରକାରଙ୍କ ନିର୍ଦେଶ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) –  ଚୀନ ଭିଡିଓ ଆପ୍‌ ଟିକ୍‌ଟକ୍‌ ଉପରେ ଶେଷରେ ସରକାର କଟକଣା ଲଗାଇଛନ୍ତି। ନିଜ ପ୍ଲେ ଷ୍ଟୋରରୁ ଏହି ଆପ୍ଲିକେଶନକୁ ହଟାଇବାକୁ ଗୁଗଲ ଏବଂ ଆପଲକୁ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି।
ଗତ ଏପ୍ରିଲ ୩ ତାରିଖରେ ମାଡ୍ରାସ ହାଇକୋର୍ଟ ଟିକ୍‌ଟକ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏଭଳି ଆପ୍‌ ଜରିଆରେ ଅଶ୍ଳୀଳ ଏବଂ ଅନୁଚିତ ସାମଗ୍ରୀ ଉପଲବ୍ଧ ହେଉଥିବା ଦର୍ଶାଇ ହାଇକୋର୍ଟ ଚିନ୍ତାବ୍ୟକ୍ତ କରିଥିଲେ। ଏପରି କି ଟିକ୍‌ଟକ ଭିଡିଓ କ୍ଲିପକୁ ଶେୟାର ନ କରିବାକୁ ଅନ୍ତରୀଣ ନିର୍ଦେଶ ଦେଇଥିଲେ। ତେ​‌ବେ କେନ୍ଦ୍ର ସରକାର ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଦେବାକୁ ମନା କରିଦେବା ସହ ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି କହିଥିଲେ। ଫଳରେ ହାଇକୋର୍ଟଙ୍କ ରାୟ ଆଧାରରେ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି।

ଅନ୍ୟପଟେ ମାଡ୍ରାସ ହାଇକୋର୍ଟଙ୍କ ଆଦେଶ ଏକତରଫା ଏବଂ ଭେଦଭାବପୂର୍ଣ୍ଣ ବୋଲି କମ୍ପାନୀ ପକ୍ଷରୁ ଦର୍ଶାଯାଇଛି। ଆପ୍‌ ଜରିଆରେ ଅଶ୍ଳୀଳ ଏବଂ ଅନୁଚିତ ସାମଗ୍ରୀର ଉପଲବ୍ଧଦା ପାଇଁ କମ୍ପାନୀକୁ ଦାୟୀ କରାଯାଇପାରିବ ନାହିଁ ବୋଲି ଟିକ୍‌ଟକ ପକ୍ଷରୁ କୁହାଯାଇଛି।

ଆସନ୍ତା ୧୮ ରୁ ରାଜ୍ୟ ର ସମସ୍ତ ସ୍କୁଲ ଛୁଟି ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –  ଆସନ୍ତା ୧୮ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲକୁ ଛୁଟି ଘୋଷଣା । ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହଳଶ ଦୃଷ୍ଟିରେ ରଖି ଛୁଟି ଘୋଷଣା କଲେ ଏସଆରସି ବିଷ୍ଣୁପଦ ସେଠୀ । ଏହି ନିର୍ଦ୍ଦେଶାନାମା ଜାରି କରି ଆସନ୍ତା ୧୮ ତାରିଖରୁ ଛୁଟି ଘୋଷଣା କରାଯାଇଛି । ତେବେ ରାଜ୍ୟର ଅନେକ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ଥିବାରୁ ଏଭଳି ନିଷ୍ପତି ନିଆଯାଇଛି ।
ପୂର୍ବରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୨ରୁ ସକାଳୁଆ ସ୍କୁଲ ହେବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଥିଲା । ଉଭୟ ସରକାରୀ ଓ ବେସରକାରୀ ସ୍କୁଲରେ ସକାଳୁଆ ସ୍କୁଲ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଗଣଶିକ୍ଷା ବିଭାଗ ଚିଠି ଲେଖିଥିଲା । ଏପ୍ରିଲ ୨ ପରଠାରୁ ମେ ୫ ପର୍ଯ୍ୟନ୍ତ ସକାଳ ୬ଟା ୩୦ରୁ ପୂର୍ବାହ୍ନ ୧୦ଟା ୩୦ ଯାଏଁ ସ୍କୁଲ ଖୋଲା ରହିବା ସହ ପିଲାମାନଙ୍କୁ ୧୦ଟା ବେଳେ ମଧ୍ୟାହ୍ନ ଭୋଜନ ଦିଆଯିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାଛଡା ମେ’ ୬ ତାରିଖରୁ ସ୍କୁଲ ଗୁଡିକରେ ଖରାଦିନ ଛୁଟି ଘୋଷଣା କରାଯାଇଥିବା ବେଳେ ଏହାକୁ ପରିବର୍ତ୍ତନ କରାଯାଇ ଆସନ୍ତା ୧୮ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଗୁଡିକରେ ଖରା ଛୁଟି ଘୋଷଣା କରିଛନ୍ତି ଏସଆରସି ବିଷ୍ଣୁପଦ ସେଠୀ ।

ଓଡ଼ିଶାବାସୀ ବାଛିବେ ଉତ୍ତରାଧିକାରୀ ; ପରିବାରରୁ ନୁହେଁ : ନବୀନ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଓଡ଼ିଶା ରାଜନୀତିରେ ଦୀର୍ଘ ବର୍ଷ ହେଲା ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ବିଭିନ୍ନ ସମୟରେ ନାନା ଆଲୋଚନା ଚାଲିଥାଏ । ନବୀନଙ୍କ ପରେ ବିଜେଡିରେ ତାଙ୍କ ଉତ୍ତରାଧିକାରୀ କିଏ ହେବ ଏହାକୁ ନେଇ ବହୁ କଳ୍ପନାଜଳ୍ପନା ମଧ୍ୟ ହୋଇଛି । ନବୀନଙ୍କ ପରିବାରରୁ କିଏ ଆସିବେ କି ନାହିଁ ସେ କଥା ମଧ୍ୟ ଉଠିଛି । ତାଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କୁ ନେଇ ବି ଅନେକ ସମୟରେ ଆଲୋଚନା ହୋଇଛି । ବାସ୍ତବରେ ତାଙ୍କ ଉତ୍ତରାଧିକାରୀ କିଏ ହେବ ତାହାକୁ ନେଇ ଅନେକ ପ୍ରଶ୍ନ ଦେଖାଦେଇଛି । ଏ ସମ୍ପର୍କରେ ନବୀନ ଏବେ ସ୍ପଷ୍ଟ କରିଛନ୍ତି । ସବୁ ଆଶା ଆଶଙ୍କାକୁ ଦୂରେଇ ନବୀନ ମତ ରଖିଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାର ସମୟରେ ସେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ପରିବାରରୁ କେହି ଉତ୍ତରାଧିକାରୀ ଭାବେ ଆସିବେ ନାହିଁ । ଏପରି କି ତାଙ୍କ ଭଉଣୀ ଗୀତା ମେହେଟା ମଧ୍ୟ ଆସିବେ ନାହିଁ ବୋଲି ନବୀନ କହିଛନ୍ତି । ହେଲେ ତାଙ୍କ ଉତ୍ତରାଧିକାରୀ କିଏ ହେବ ଏହା ଉପରେ ନବୀନ ମତ ରଖିଛନ୍ତି ତାହା ଓଡ଼ିଶାବାସୀ ତାଙ୍କ ନେତା ବାଛିବେ । ନବୀନ ତାଙ୍କ ପରେ ବିଜେଡିର ଉତ୍ତରାଧିକାରୀ ବାଛିବା ଦାୟିତ୍ୱ ଓଡ଼ିଶାବାସୀଙ୍କ ଉପରେ ଛାଡ଼ି ଦେଇଛନ୍ତି । ଓଡ଼ିଶାବାସୀ ଯାହାକୁ ଚାହିଁବେ ସେ ବିଜେଡିର ନେତୃତ୍ୱ ନେବ ଏକଥା ନବୀନ ଜଣାଇଛନ୍ତି ।
ନବୀନଙ୍କ ଫିଟନେସ ଭିଡ଼ିଓ ଭାଇରାଲ ହେବା ପରେ ତାକୁ ନେଇ ବହୁ ସମାଲୋଚନା ଓ ଆଲୋଚନା ଚାଲିଛି । ଏହାକୁ ନେଇ ଜାତୀୟ ଗଣମାଧ୍ୟମ ନବୀନଙ୍କର ସାକ୍ଷାତକାର କରିଥିଲେ । ଏହି ଘଟଣାରେ ନବୀନ ଦଳରୁ ବାଦ ପଡ଼ିଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ମୁଣ୍ଡରେ ଅଠା ବୋଳିଛନ୍ତି । ବୈଜୟନ୍ତ ସବୁବେଳେ କୁହନ୍ତି ସେ ହେଉଛନ୍ତି ବିଜେଡିର ପ୍ରତିଷ୍ଠାତା ସଦସ୍ୟ । ବିଭିନ୍ନ କାର୍ଯ୍ୟକ୍ରମ ଓ ଆଲୋଚନାରେ ବୈଜୟନ୍ତ ଏହି ଦାବି ରଖିଥାନ୍ତି । ହେଲେ ଏହି କଥା ଯେ, ଭୁଲ ଓ ବୈଜୟନ୍ତଙ୍କ ଦାବି ଠିକ ନୁହେଁ ତାହା ନବୀନ ସ୍ପଷ୍ଟ କରିଛନ୍ତି । ବୈଜୟନ୍ତ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ନୁହଁନ୍ତି । ସେ ପ୍ରତିଷ୍ଠାତା ସଦସ୍ୟ ଥିଲେ ବୋଲି ମିଛକଥା କହୁଛନ୍ତି । ସେ ରାଜ୍ୟସଭା ସାଂସଦ ହେଲା ପରେ ବିଜେଡିକୁ ଆସିଲେ ବୋଲି ନବୀନ ଏହି ସାକ୍ଷାତକାରରେ ସମସ୍ତଙ୍କୁ ଅବଗତ କରାଇଛନ୍ତି । ଏହି ସାକ୍ଷାତକାରରେ ନବୀନ ବିଜେପି ବିରୋଧରେ ବିଷୋଦଗାର କରିଛନ୍ତି । ଏନଡିଏ ତାଙ୍କର ବଡ଼ ରାଜନୈତିକ ପ୍ରତିଦ୍ୱନ୍ଦ୍ୱି ବୋଲି କହିଛନ୍ତି । ଓଡ଼ିଶାରୁ ବିଜେପି ତାଙ୍କ ପାଇଁ ଆଦୌ ବିପଦ ନୁହେଁ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି । ଏନଡିଏ କି ୟୁପିଏ କେହି ରାଜୈନତିକ ଶତ୍ରୁ ନୁହଁନ୍ତି ବୋଲି ଦର୍ଶାଇଛନ୍ତି । ଓଡ଼ିଶାରେ ଏଥର ବି ମୋଦିଙ୍କ କୌଣସି ପ୍ରଭାବ ପଡ଼ିବ ନାହିଁ । ଓଡ଼ିଶା ଭୋଟର ପରିବର୍ତ୍ତନ ଚାହାଁନ୍ତି ନାହିଁ । ପ୍ରତିଥର ଓଡ଼ିଶାବାସୀ ତାଙ୍କୁ ଅଧିକ ଆସନରେ ଜିତାଉଛନ୍ତି ବୋଲି ସେ କହିଛନ୍ତି । ଓଡ଼ିଶାବାସୀଙ୍କ ପାଇଁ ଅନ୍ୟକୌଣସି ଦଳ ଭଲ କାମ କରିପାରିବ ନାହିଁ । ଏନଡିଏ ଅଧିନରେ ଦେଶର ଗଣତନ୍ତ୍ର ବିପଦରେ ରହିଛି ବୋଲି ନବୀନ ମତ ରଖିଛନ୍ତି । ବିଜେପିକୁ ଏକ ସାମ୍ପ୍ରଦାୟିକ ଦଳ ଭାବେ ସେ ଆକ୍ଷେପ କରିଛନ୍ତି । ବିରୋକ୍ରାଟମାନେ ସବୁ ଦଳ ଓ ସରକାରରେ ନିଷ୍ପତ୍ତି ନେଉଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ସେ ସବୁ ବାଜେ କଥା ବୋଲି ନବୀନ କହିଛନ୍ତି । ସେ ନିଜେ ଓ ମନ୍ତ୍ରୀମାନେ ସବୁ ନିଷ୍ପତ୍ତି ନିଅନ୍ତି ବୋଲି କହିଛନ୍ତି । ଏପରି କି ତାଙ୍କର ଓଡ଼ିଆ ଭାଷାକୁନେଇ ଯେଉଁ ଅଭିଯୋଗ ଉଠୁଛି ତାକୁ ନେଇ ସେ ଖଣ୍ଡନ କରିଛନ୍ତି । ସେ ଓଡ଼ିଆ କହିବା ଓ ବୁଝିବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ।
ଜାତୀୟ ଗଣମାଧ୍ୟମରେ ନବୀନଙ୍କ ଏହି ସାକ୍ଷାତକାରର ମତ ଓଡ଼ିଶା ରାଜନୀତିକ ମହଲରେ ହଟ୍ଟ ଚମଟ ସୃଷ୍ଟି କରିଛି । ଯାହାକୁ ନେଇ ବହୁ ବିତର୍କ ଆରମ୍ଭ ହୋଇଯାଇଛି । ବୈଜୟନ୍ତ ପଣ୍ଡା ଟ୍ୱିଟ କରି ନବୀନଙ୍କ ମତକୁ ଖଣ୍ଡନ କରିବା ସହ ସେ ମଧ୍ୟ ସେହି ଜାତୀୟ ଗଣମାଧ୍ୟମର ସାମ୍ବାଦିକଙ୍କୁ ଡାକି ନବୀନ ଓ ତାଙ୍କ ଅଧିକାରୀଙ୍କ ବିରୋଧ ବିଷୋଦଗାର କରିଛନ୍ତି ।

ଗୁଣପୁର ନିର୍ବାଚନ ମଣ୍ଡଳୀ ର ସ୍ଵାଧୀନ ପ୍ରାର୍ଥୀ ଶ୍ରୀ ତ୍ରିନାଥ ଗମାଙ୍ଗ ଆଜି ଗୁଣପୁର ସହରରେ କରିଛନ୍ତି ନିଜର ବିଜୟ ସଙ୍କଳ୍ପ ଶୋଭାଯାତ୍ରା !

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ଗୁଣପୁର ନିର୍ବାଚନ ମଣ୍ଡଳୀ ର ସ୍ଵାଧୀନ ପ୍ରାର୍ଥୀ ଶ୍ରୀ ତ୍ରିନାଥ ଗମାଙ୍ଗ ଆଜି ଗୁଣପୁର ସହରରେ ନିଜର ବିଜୟ ସଙ୍କଳ୍ପ ଶୋଭାଯାତ୍ରା କରିଛନ୍ତି। ଏହି ଶୋଭାଯାତ୍ରା ଗୁଣପୁର ଜଗନ୍ନାଥ ମନ୍ଦିର ଠାରୁ ବାହାରି ସହର ପରିକ୍ରମା କରି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚି ଥିଲା। ଗତ ପାଞ୍ଚ ବର୍ଷ ଗୁଣପୁର ବିଧାୟକ ଭାବେ ରହିଆସିଥିବା ଶ୍ରି ଗମାଙ୍ଗ ଙ୍କୁ 2019 ନିର୍ବାଚନ ରେ ବିଜେଡି ପକ୍ଷରୁ ଟିକେଟ ମିଳିନଥିବା ଯୋଗୁଁ ସେ ସ୍ଵଧୀନ ପାର୍ଥି ଭାବେ ନିର୍ବାଚନ ଲଢୁଛନ୍ତି । ଜିଲ୍ଲା ନେତୃବୃନ୍ଦ ଙ୍କ ଠାରୁ ଆରମ୍ଭ କରି ରାଜ୍ଯ ନେତୃବୃନ୍ଦ ପର୍ଯ୍ୟନ୍ତ ସମସ୍ତ ସଭିଏଁ ଶ୍ରି ଗମାଙ୍ଗ ଙ୍କୁ ନିର୍ବାଚନ ମଣ୍ଡଳୀ ଉନ୍ନତି କାର୍ଯ୍ୟ ରେ ଅଣଦେଖା କରୁଥିବାରୁ ସେ ବିଜେଡି ଛାଡି ସ୍ଵାଧୀନ ପ୍ରାର୍ଥୀ ଭାବେ ଲଢୁଥିବା କୁହାଯାଇଛି। ବାରମ୍ବାର ଆମ ପ୍ରତି କରାଯାଇଥିବା ଅବିଚାର ବିରୁଦ୍ଧରେ ଏ ଲଢେଇ ବୋଲି ନାରା ଦେଇ ନିର୍ବାଚନୀ ମଇଦାନ କୁ ଓହ୍ଲାଇଛନ୍ତି।

ଗତକାଲି ବିଜେଡି ପକ୍ଷରୁ କରାଯାଇଥିବା ଶୋଭାଯାତ୍ରା ର ପୋରକ୍ଷରେ ଆଜିର ଏହି ଅସନ୍ତୋଷ ବିଜେଡ଼ି ଗୋଷ୍ଠୀ ତଥା ବର୍ତ୍ତମାନ ର ସ୍ଵାଧୀନ ପ୍ରାର୍ଥୀ ଶ୍ରୀ ତ୍ରିନାଥ ଗମାଙ୍ଗ ଙ୍କ ର ଏହି ଶୋଭାଯାତ୍ରା ବୋଲି ଭୋଟର ଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ଗୁଣପୁର ନିର୍ବାଚନ ମଣ୍ଡଳୀ ରେ ଭୋଟର ମାନେ କେବଳ ବିଜେଡ଼ି ର କିମ୍ବା ନବୀନ ଙ୍କ ସମର୍ଥକ ନୁହଁନ୍ତି; ସ୍ଥାନୀୟ ଜନ ନେତା ନିର୍ବାଚନ ମଣ୍ଡଳୀ ବିକାଶ ର ଉନ୍ନତି କର୍ତ୍ତା ଙ୍କ ସମର୍ଥକ ଅଟନ୍ତି ବୋଲି ଆଜିର ଅନୁଷ୍ଠିତ ଏହି ବିଶାଳ ଶୋଭାଯାତ୍ରା ସୂଚାଉଛି ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି। ସ୍ଥାନୀୟ ନେତା ଙ୍କୁ ଅଣଦେଖା କରାଯିବା ବିରୋଧରେ ଏହା ଏକ ମହାମେଳି ଏବଂ ନିର୍ବାଚନ ମଣ୍ଡଳୀର ଭୋଟ ଙ୍କ ପକ୍ଷରୁ ଏକ ଉଚିତ୍ ଜବାବ ବୋଲି କର୍ମୀ ଙ୍କ ମଧ୍ଯ ରେ ମତ ପ୍ରକାଶ ପାଇଛି। ଏହି ଶୋଭାଯାତ୍ରା ବେଳେ ଜନ ସାଧାରଣ ପ୍ରାର୍ଥୀ ତ୍ରିନାଥ ଗମାଙ୍ଗ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ନିର୍ବାଚନୀ ରଣାଙ୍ଗଣ ରେ ପାର୍ଥି ଦେଇଥିବା ରାୟଗଡ଼ା ଜିଲ୍ଲା ର ପୂର୍ବତନ ବିଜେଡ଼ି ସମ୍ପାଦକ ତଥା ଗୁଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ପୁର୍ବତନ ଅଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ଼ ଙ୍କୁ ମଧ୍ଯ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଜଣାଉଥିବା ଦେଖାଯାଇଥିଲା ।

ଭୁବନେଶ୍ୱର ମଧ୍ୟରେ ବିବାଦୀୟ ମେୟର , ଉତ୍ତର ରେ ବିଲ୍ଡର !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଢେଙ୍କାନାଳରୁ ଲଢ଼ିବେ ମହେଶ ସାହୁ । କଟିଲେ ବାଦଲ ବଂଚିତ  ପ୍ରିୟ, ଚାପରେ ସଫଳ ସୌମ୍ୟ  । ମଧ୍ୟବାସୀଙ୍କ ମେମୋରି କୁ ତାଜା କରିବ ବୁନୁ ଙ୍କ ବିବାଦୀୟ ସେକ୍ସ ସିଡ଼ି ।

ଆଜି ପୁଣି  ପ୍ରକାଶ ପାଇଛି ବିଜେଡିର ପ୍ରାର୍ଥୀ ତାଲିକା | ପ୍ରକାଶିତ ତାଲିକା ଅନୁଯାୟୀ ଢେଙ୍କାନାଳ ଲୋକସଭା ଆସନରୁ ବିଧାୟକ ମହେଶ ସାହୁ ଲଢ଼ିବାକୁ ଥିବା ବେଳେ କେନ୍ଦୁଝରରୁ ଲଢ଼ିବେ ଚନ୍ଦ୍ରାଣି ମୁର୍ମୁ |

ସେହିପରି ବହୁ ପ୍ରତିକ୍ଷିତ ଭୁବନେଶ୍ୱର ଆସନରୁ ଦୁଇଜଣ ଯାକ ବିଧାୟକ ଙ୍କୁ ବାଇ ବାଇ କରିଛି ବିଜେଡି | ମଧ୍ୟ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ରୁ ନିର୍ବିବାଦୀୟ ବିଧାୟକ ବାଦଲ ମହାନ୍ତି ଙ୍କ ବଦଳରେ ପ୍ରାର୍ଥୀ କରିଛି ବିବାଦୀୟ ମେୟର ଅନନ୍ତ ନାରାୟଣ ଜେନା | ବିବାଦୀୟ ସେକ୍ସ ସିଡ଼ି ମାମଲାରେ ଜଡିତ ହୋଇ ଦଳକୁ ଓ ସରକାରଙ୍କୁ ବଦନାମ କରିଥିବା ଅନନ୍ତ ଙ୍କୁ ପ୍ରାର୍ଥୀ କରି ଗୋଟାଏ ରିସ୍କ ନେଇଛି ବିଜେଡି | ଆଉ କୌଣସି ଅଦୃଶ୍ୟ କାରଣ ପାଇଁ ବୁନୁ ଙ୍କ ଚାପ ଆଉ ଜିଦ ଆଗରେ ମୁଣ୍ଡ ନୁଆଁଇଛି ଦଳ ଆଉ ଦଳର ମୁଖିଆ | ଆଉ ବିରୋଧୀ ଦଳ ପକ୍ଷରୁ ଲୋକ ଙ୍କ ମେମୋରି କୁ ତାଜା କରିବା ପାଇଁ ପୁଣି ସେଇ ବିବାଦୀୟ ସେକ୍ସ ସିଡ଼ି ବଜାରକୁ ଆସିବାର ସମ୍ଭାବନା ଅଛି |

ଆଉ ଉତ୍ତର ଭୁବନେଶ୍ୱରରୁ କଟିଛନ୍ତି ବିଧାୟକ ପ୍ରିୟଦର୍ଶୀ ମିଶ୍ର | ପୂର୍ବରୁ ଯାହା ଚର୍ଚା ହେଉଥିଲା ଜଣେ ଜମି ବ୍ୟବସାୟୀଙ୍କୁ ଦଳ ପ୍ରାର୍ଥୀ କରିବ , ତାହାହିଁ ହୋଇଛି | ଉତ୍ତର ରୁ ଜଣେ ବ୍ୟବସାୟୀ ସୁଶାନ୍ତ ରାଉତଙ୍କୁ ପ୍ରାର୍ଥୀ କରିଛି | ସେହିପରି ସୌମ୍ୟରଞ୍ଜନ ପଟ୍ଟନାୟକ ତାଙ୍କ ଅଭିସନ୍ଧିରେ ସଫଳ ହୋଇଛନ୍ତି | ତାଙ୍କ ଚାପ ଆଗରେ ଦଳ ତାଙ୍କୁ ଖଣ୍ଡପଡ଼ା ଆସନ  ଲଢ଼ିବାକୁ ଦଳୀୟ ପ୍ରାର୍ଥୀ କରିଛି | ସେହିପରି ଯାଜପୁରରୁ ପ୍ରଣବ ପ୍ରକାଶ ଦାସ, ପାଲଲହଡା ରୁ ମୁକେଶ ପାଲ, କୋରେଇ ରୁ ବବି ଦାସ ଙ୍କ ସମର୍ଥିତ ପ୍ରାର୍ଥୀ ଅଶୋକ  ବଳଙ୍କୁ ପ୍ରାର୍ଥୀ କରାଯାଇଛି | ସେହିପରି ଆଠମଲ୍ଲିକ ରୁ ରମେଶ ସାଏଙ୍କୁ ଦଳ ପ୍ରାର୍ଥୀ କରିଛି |