ଭୁବନେଶ୍ୱରରେ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କୁ ବିଜୁ ଯୁବ-ଛାତ୍ର ଜନତା ଦଳର ବିରୋଧ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ସାଉଥ୍‍ କୋଷ୍ଟ ରେଳବାଇ ଗଠନ ସହ ଏହାର ମୁଖ୍ୟ କାର୍ଯ୍ୟାଳୟ ବିଶାଖାପାଣାରେ କରିବା ଏବଂ ୱାଲ୍‍ଟିୟର ଡିଭିଜନ୍‍କୁ ଏଥିରେ ମିଶାଇ ଓଡ଼ିଶାରେ ପୂର୍ବତଟ ରେଳବାଇକୁ ଧ୍ୱସ୍ତବିଧ୍ୱସ୍ତ କରିବା ପାଇଁ କେନ୍ଦ୍ର କରୁଥିବା ଷଡ଼ଯନ୍ତ୍ରକୁ ବିଜୁ ଜନତା ଦଳ ତୀବ୍ର ବିରୋଧ କରୁଛି । ଏହି ଅବସରରେ ଗତକାଲି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କ ଓଡ଼ିଶା ଗସ୍ତକୁ ବିରୋଧ କରି ବିଜୁ ଯୁବ ଜନତା ଦଳ ସଭାପତି ଅମରେଶ ପତ୍ରୀ ଓ ବିଜୁ ଛାତ୍ର ଜନତା ଦଳ ସଭାପତି ରାଣାପ୍ରତାପ ପାତ୍ରଙ୍କ ନେତୃତ୍ୱରେ ଜୟଦେବ ବିହାର ଛକରେ ହଜାର ହଜାର ସଂଖ୍ୟାରେ ଦଳୀୟ କର୍ମୀ ଓ ନେତା ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ପରେ ଶତାଧିକ କର୍ମୀ ପୋଲିସ ଦ୍ୱାରା ଗିରଫ ହୋଇଥିଲେ ।

ଓଡ଼ିଶାରେ ରେଳପଥକୁ ସଜାଡ଼ିବା ସହ ୩ଟି ନୂଆ ଡିଭିଜନ୍‍ ପ୍ରତିଷ୍ଠା  କରିବା ପାଇଁ  ମୁଖ୍ୟମନ୍ତ୍ରୀ ବାରମ୍ବାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇ ଆସୁଛନ୍ତି । ମାତ୍ର ଓଡ଼ିଶାକୁ ନ୍ୟାୟ ମିଳିବା ପରିବର୍ତ୍ତେ ହଠାତ୍‍ ଦକ୍ଷିଣ ତଟ ରେଳପଥ ନାମରେ ନୂଆ ରେଳ ଜୋନ୍‍ ପ୍ରତିଷ୍ଠା କରି ତା’ର ମୁଖ୍ୟାଳୟ ବିଶାଖାପାଟଣାରେ କରାଯାଇଛି । ଯେ ପର୍ଯ୍ୟନ୍ତ ଓଡ଼ିଶାରେ ୨ଟି ନୂଆ ଡିଭିଜନ୍‍ ଘୋଷଣା କରାଯାଇନାହିଁ କିମ୍ବା ସମଗ୍ର ଓଡ଼ିଶାକୁ ପୂର୍ବତଟ ରେଳପଥ ଅଧୀନକୁ ନଆସିଛି, ସେ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଶାଖାପାଟଣାରେ ଦକ୍ଷିଣତଟ ରେଳପଥର ମୁଖ୍ୟାଳୟ କାର୍ଯ୍ୟକ୍ଷମ କରାନଯାଉ ବୋଲି ଆଜି ବିକ୍ଷୋଭ ସ୍ଥଳରେ ଦଳର ସାଧାରଣ ସଂପାଦକ (ଯୁବ ବ୍ୟାପାର) ସଂଜୟ କୁମାର ଦାସବର୍ମା ଦୃଢ଼ ଦାବି ଜଣାଇଥିଲେ ।

ଏହି ବିକ୍ଷୋଭରେ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ସଂପାଦକ ସୁଶାନ୍ତ ଚୌଧୁରୀ, ଯୁବ ବିଜେଡି ଉପଦେଷ୍ଟା ଅମରେଶ ଜେନା, ରାଜ୍ୟ ଉପ-ସଭାପତି ଦୁର୍ଗା ସାମନ୍ତରାୟ, ରାଜକମଲ ଜେନା, ସାଧାରଣ ସଂପାଦକ ଜ୍ୟୋତି ରଞ୍ଜନ ଜେନା, ଦେବାଶିଷ ସିଟ୍‍, ସୁନୀଲ ପଣ୍ଡା, ପ୍ରମୋଦ କୁମାର ମହାପାତ୍ର, ସଂପାଦକ ମଳୟ ରଞ୍ଜନ ପତି, ଆଲୋକ କୁମାର ଭଟ୍ଟ, ଆଶିଷ ମିଶ୍ର, ପୃଥ୍ୱୀରାଜ ପଣ୍ଡା, ତାରିଣୀ ପ୍ରସାଦ ନାୟକ, ସାଂଗଠନିକ ସଂପାଦକ ରଶ୍ମୀ ରଞ୍ଜନ ଦାସ, ପୂର୍ଣ୍ଣେନ୍ଦୁ ପୂଜାପଣ୍ଡା ଭୁବନେଶ୍ୱର ଜିଲ୍ଲା ସଭାପତି ଅମରଜିତ୍‍ ସେନାପତି, କାର୍ଯ୍ୟକାରୀ ସଭାପତି ସୁଜିତ ସ୍ୱାଇଁ, ବିଜେଡି ନେତା ସୁବାସ ପାତ୍ର, ଛାତ୍ର ବିଜେଡି ଉପଦେଷ୍ଟା ଚିନ୍ମୟ ସାହୁ, ମହାସଚିବ ହରିଶଙ୍କର ରାଉତ, ଉପ-ସଭାପତି ରାଜେଶ ରାଜ ସ୍ୱାଇଁ, ସାଧାରଣ ସଂପାଦକ  ବିଶ୍ୱପ୍ରତାପ ସାହୁ,ସୁଜିତ ପାଲ୍‍ଟାସିଂହ, ଚିନ୍ମୟ ଦାସ, ପ୍ରଦୋଷ ପରିଡ଼ା, ମିକୁ ପ୍ରଧାନ, ମନୋଜ ସେନାପତି, ଶ୍ରୀଚନ୍ଦନ ପାତ୍ର, ଭଗବାନ ସାହୁ, ଦୀପକ ଜେନା, ସଂପାଦକ ପ୍ରମୋଦ ପାତ୍ର,  ସାଂଗଠନିକ ସଂପାଦକ ସ୍ଥିତପ୍ରଜ୍ଞା ପଣ୍ଡା, ସଂସଦ ନାୟକ, ସ୍ନେହାଶିଷ ଜେନା, ଭୁବନେଶ୍ୱର ଜିଲ୍ଲା ସଭାପତି କଳ୍ପତରୁ ଓଝା, ଜୋନ୍‍ ସଭାପତି ଅଜିତ ବେହେରା, ସଦସ୍ୟ ଧର୍ମାନନ୍ଦ ଧଳ, ସଂଜୟ ବିଶୋୟୀ, ଅଭିନ ସାହୁ, ରମାରଞ୍ଜନ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରି କେନ୍ଦ୍ର ସରକାର ବିରୋଧୀ ସ୍ଲୋଗାନ୍‍ ଦେବା ସହ ରେଳ ରାଷ୍ଟ୍ରମନ୍ତ୍ରୀ ଫେରିଯାଅ ବୋଲି ନାରା ଦେଇଥିଲେ ।

ଉତ୍କଳ ସମ୍ମିଳନୀ ଗଜପତି ଜିଲ୍ଲା ଶାଖାର ଜିଲ୍ଲା ସ୍ତରୀୟ ସାଧାରଣ ପରିଷଦ ବୈଠକ !

ଏଥର ସମ୍ଭାଳ ବ୍ୟୁରୋ (ଗଜପତି) –

ଉତ୍କଳ ସମ୍ମିଳନୀ ଗଜପତି ଜିଲ୍ଲା ଶାଖାର ଜିଲ୍ଲା ସ୍ତରୀୟ ସାଧାରଣ ପରିଷଦ ବୈଠକ କାର୍ଯ୍ୟକ୍ରମ, ପାରଳାଖେମୁଣ୍ଡି ସ୍ତିତ ଉତ୍କଳ ହିତୈଷିଣୀ ସମାଜର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶାଖା ସମ୍ମିଳନୀର ସଭାପତି ଗୌରଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ବୈଠକ କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀର ରାଜ୍ୟ ଉପ ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଜିଲ୍ଲା ଶାଖା ସାଧାରଣ ସମ୍ପାଦକ ବିନୋଦ ଚନ୍ଦ୍ର ଜେନା ଓ ଉପ ସଭାପତି ବଟକୃଷ୍ଣ ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ ।

ଆଲୋଚନା ଗୁଡିକ ମଧ୍ୟରେ ମୁଖ୍ୟତଃ ପାରଳାଖେମୁଣ୍ଡି ସହର ତଥା ଜିଲ୍ଲାଞ୍ଚଳ ଉପାନ୍ତ ଅଞ୍ଚଳରେ ଥିବା ଯୋଗୁଁ ଏଠାରେ ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତିର ଉତ୍‍ଥାନର ଘୋର ଆବଶ୍ୟକତା ରହିଛି । ତେଣୁ କରି ବିଭିନ୍ନ କ୍ଷେତ୍ରରେ ଓଡିଆ ଭାଷାରେ ନାମଫଳକ ଲେଖାଯିବା ଉପରେ ସରକାରୀ ତାଗିଦ ସତ୍ୱେ ତାହା କରାଯାଉନାହିଁ  । ଯାହାକି ଚଳାଚଳ କରାଯାଉଥିବା ବିଭିନ୍ନ ଘରୋଇ ବସ , ବ୍ୟବସାୟୀକ ପ୍ରତିଷ୍ଠାନ ପ୍ରଭୃତିରେ ଓଡିଆ ଭାଷାରେ ଲେଖିବା ପ୍ରଭୃତି ଅବମାନନା କରାଯାଉଛି । ସେହି ଭଳି ସରକାରୀ ଦପ୍ତର ଗୁଡିକରେ ମଧ୍ୟ ଓଡିଆ ଭାଷାର ପ୍ରଚଳନ ପ୍ରତି ଘୋର ଅବମାନନା କରାଯାଉଛି । ସରକାରୀ ତାଗିଦ ପ୍ରତି ଅବମାନନା କରୁଥିବା ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଅର୍ଥଦଣ୍ଡର ବିଧúବ୍ୟବସ୍ଥା ରହିଥିବା ସତ୍ୱେ ଏହି ଦିଗରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗଜପତି ଜିଲ୍ଲାରେ ଠପ୍‍ ହୋଇପଡିଥିବା ଏବଂ ଉଦାସୀନତା ଯୋଗୁଁ ଓଡିଆ ଭାଷାରେ ନାମଫଳକ ଲେଖା ଓ ସରକାରୀ ଦପ୍ତରରେ ଓଡିଆ ଭାଷାର ପ୍ରଚଳନ ହୋଇପାରୁନଥିବା ବୈଠକରେ ଘୋର କ୍ଷୋଭ ପ୍ରକାଶ ପାଇଥିଲା । ତେଣୁ ଏହି ଦିଗରେ ଆଗାମୀ ଦିନରେ ଜିଲ୍ଲା ଉତ୍କଳ ସମ୍ମିଳନୀ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସର୍ବସମ୍ମେତ କ୍ରମେ ନିଷ୍ପତି ନିଆଯାଇଥିଲା ।

ଏହି ଅବସରରେ ସାଧାରଣ ପରିଷଦ ଜିଲ୍ଲା ଶାଖା ପାଇଁ କର୍ମକର୍ତ୍ତା ମନୋନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଭାପତି ଭାବେ ଗୌରଚନ୍ଦ୍ର ପଣ୍ଡା , କାର୍ଯ୍ୟକାରୀ ସଭାପତି ଭାବେ ଭାରତଭୁଷଣ ମହାନ୍ତି, ଉପସଭାପତି ଭାବେ ବଟକୃଷ୍ଣ ପାତ୍ର ଏବଂ ମୀନାକ୍ଷୀ ସାହୁ, ସାଧାରଣ ସମ୍ପାଦକ ବିନୋଦ ଚନ୍ଦ୍ର ଜେନା, ଯୁଗ୍ମ ସମ୍ପାଦକ ଭାବେ ବନମାଳୀ ମହାପାତ୍ର ଏବଂ ପ୍ରସନ୍ନ ପଟ୍ଟନାୟକ, କୋଷାଧ୍ୟକ୍ଷ ଅନାଦି ପାଣିଗ୍ରାହୀ ଏବଂ କାର୍ଯ୍ୟକାରିଣୀ ସଭ୍ୟ ଭାବେ ୧୦ ଜଣ ମନୋନୟନ ହୋଇଥିଲେ ।

ଆଗାମୀ ୧୦ ତାରିଖ ଦିନ କଳାହାଣ୍ଡି ଜିଲ୍ଲା ଭବାନୀପାଟନା ଠାରେ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀର ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଶାଖା ପକ୍ଷରୁ ବହୁ ସଂଖ୍ୟାରେ ଯୋଗଦେବା ଉପରେ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ବିନୋଦ ଚନ୍ଦ୍ର ଜେନା ଜିଲ୍ଲା ଶାଖାର ବିଭିନ୍ନ ଉଲ୍ଲଖନୀୟ କାର୍ଯ୍ୟକ୍ରମ ଗୁଡିକ ଉପରେ ସୂଚନା ପାଠ କରିଥିଲେ ।

ପଦ୍ମ ଧରିଲେ ବୈଜୟନ୍ତ ପଣ୍ଡା ! କହିଲେ ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରରେ ବିଫଳ !

ଏଥର ସମ୍ଭାଳ ବ୍ୟୁରୋ (ନୁଆଦିଲ୍ଲୀ) – କେତେବେଳେ କଂଗ୍ରେସ, କେତେବେଲେ ବିଜେପି, କେତେବେଳେ ନୂଆ ଦଳ , ଏମିତି କିଛି ମାସ ଓଡିଶା ରାଜନୀତିକୁ  ଘାଇଲା କରି ରଖିଥିଲେ | ସବୁଆଡୁ ହିସାବ କିତାବ କଲେ, ଦେଖିଲେ କଂଗ୍ରେସକୁ ଯାଇ କିଛି ଲାଭ ନାହିଁ, ରାଜ୍ୟ ସରକାର ହାତରୁ ଯାଇଛି, କେନ୍ଦ୍ର ସରକାର ହାତରେ ଥାଉ | ନୂଆ ଦଳ ନହେଲା ନାହିଁ, ନିଜ ପାଇଁ ଆସନ ଟିଏ ତ  ସୁରକ୍ଷିତ କରାଇ ପାରିବେ| ଦେଖିଲେ କଂଗ୍ରେସରେ  ଯୋଗ ଦେଲେ ତାଙ୍କ ଗଣିତକୁ ଖାପ ଖାଉନି | ତେଣୁ ସବୁଆଡୁ ବିଜେପି ଅପେକ୍ଷାକୃତ ନିରାପଦ ଆଉ ଫାଇଦାମନ୍ଦ ବୋଲି ଆକଳନ କରି, ଗତ କାଲି ପଦ୍ମ ପୋଖରୀରେ ବୁଡ଼ ମାରିଛନ୍ତି ବୈଜୟନ୍ତ ପଣ୍ଡା |   କଣ ଠେସା ହେବାପରେ ଆଉ କାହା କାହା କାନ୍ଧରେ ନ ଆଉଜି କେତେ ଦିନ ବା ରାଜନୀତିରେ ଅଂଟା ସଳଖି ଠିଆ ହୋଇ ପାରିବେ, ତେଣୁ ବିଜେପି ଭଳି ମଜଭୁତିଆ ଭରା ରେ ଆଉଜିବାକୁ ଉତ୍ତମ ନିଷ୍ପତ୍ତି ନେଇଛନ୍ତି ବୈଜୟନ୍ତ |  ନୂଆଦିଲ୍ଲୀ ଠାରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ଆୟୋଜିତ ଉତ୍ସବରେ ଶ୍ରୀ ପଣ୍ଡା ଦଳର ସଦସ୍ୟତା ଗ୍ରହଣ କରିବା ପରେ ତାଙ୍କୁ ଦଳରେ ଗ୍ରହଣ କରାଯାଇଛି  । ସେ ଯାହାବି ହେଉ ବୈଜୟନ୍ତଙ୍କ ଯୋଗ ଦାନ ବିଜେପିକୁ ନିଶ୍ଚିତ ଭାବେ ସହାୟକ ହେବ | ବିଜେଡିରେ ଫାଟ କରାଇବା ସହ ଅସନ୍ତୁଷ୍ଟମାନଙ୍କୁ ନିଜ ସପକ୍ଷରେ ନେବାରେ ବୈଜୟନ୍ତ ସଖ୍ୟମ ହେବେ | ବୈଜୟନ୍ତଙ୍କ ଯୋଗ ଦାନ ବିଜେଡି ପାଇଁ ଚିନ୍ତାର କାରଣ ହୋଇ ପଡିବ ଏହା ସତ୍ୟ, ହେଲେ ବିଜେପି ଭିତରେ ରାଜ୍ୟ ସ୍ତରରେ ଆଉ ଏକ ଗେରୁଆ କ୍ଷମତା କେନ୍ଦ୍ରର ଆବିର୍ଭାବ ହେବ |

ଏହି ଯୋଗଦାନ ଉତ୍ସବରେ ବିଜେପିର ଓଡିଶା ପ୍ରଭାରୀ ଅରୁଣ ସିଂହ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧମେନ୍ଦ୍ର ପ୍ରଧାନ ଓ ଓଡିଶା ବିଧାନସଭାରେ ବିଜେପି ବିଧାୟକଦଳ ନେତା କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ପଣ୍ଡା କହିଥିଲେ ଯେ ୨୨ବର୍ଷ ତଳେ ଓଡିଶା  ରେ ବିଜେଡି ପ୍ରତିଷ୍ଠାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ରାଜ୍ୟର ବିକାଶପାଇଁ ସେତେବେଳ ଗଠନ ହୋଇଥିବା ଆଞ୍ଚଳିକ ଦଳ ପରବର୍ତ୍ତୀ ସମୟରେ ବିଜେପି ସହିତ ମେଣ୍ଟକରି ରାଜ୍ୟରେ ଶାସନ କରିଥିଲେ । ମେଣ୍ଟ ସରକାର ସମୟରେ ରାଜ୍ୟର ବିଶେଷ ପ୍ରଗତି ହୋଇପାରିଥିଲା । ବର୍ତ୍ତମାନ ରାଜ୍ୟରେ ଶାସନ କ୍ଷମତାରେ ଥିବା ସରକାର ବ୍ୟାପକ ଦୁର୍ନୀତିରେ ଲିପ୍ତ ରହିବା ସହିତ ବିଭିନ୍ନ କ୍ଷେତ୍ରରେ ପ୍ରଗତି ପୁରା ଶିଥିଳ ହୋଇ ଯାଇଛି ବୋଲି ବୈଜୟନ୍ତ କାହୋଇଚଛି  । ଏପରିକି ସଡକ, ସେତୁ ଆଦି ନଥିବା ଯୋଗୁଁ ଏବେ ବି ଓଡିଶାରେ ଗର୍ଭବତୀ ମହିଳା ଓ ରୋଗୀମାନେ ଖଟିଆରେ ବୁହା ହେଉଥିବା ବିଷୟ ଅଭିଯୋଗ କରିଛନ୍ତି ପଣ୍ଡା |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‍ ଶାହାଙ୍କ ନେତୃତ୍ୱକୁ ସ୍ୱୀକାର କରି ସେ ବିଜେପିରେ ଯୋଗ ଦେଇଥିବା କହିଛନ୍ତି |  ଉପସ୍ଥିତଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ବୈଜୟନ୍ତଙ୍କ ଯୋଗଦାନ ଯୋଗୁଁ ଓଡିଶା ବିଜେପି ଲାଭାନ୍ୱିତ ହେବ । ପୂର୍ବରୁ ଶ୍ରୀ ପଣ୍ଡା ୨୦ବର୍ଷରୁ ଅଧିକ ସମୟ ଧରି ଉଭୟ ଲୋକସଭା ଓ ରାଜ୍ୟସଭାରେ ସଫଳତା ଭାବେ କାର୍ଯ୍ୟ କରିଥିବାରୁ ତାଙ୍କର ଅଭିଜ୍ଞତାରୁ  ଦଳ କିଛି ଫାଇଦା ପାଇବ |

“ଘରେ ଘରେ ଶଙ୍ଖ: ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ” ଅଭିଯାନ ମାର୍ଚ୍ଚ ୫ ରୁ ଆରମ୍ଭ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦରେ ବିଜୁ ଜନତା ଦଳ ୨୦୦୦ ମସିହାରୁ ଲୋକମାନଙ୍କର ସେବା କରିଆସୁଛି । ଜନସାଧାରଣଙ୍କର ଆଶା ଆକାଂକ୍ଷାକୁ ପୂରଣ କରିବା ସହିତ ଓଡ଼ିଶାର ସ୍ୱାଭିମାନ ଓ ସମ୍ମାନକୁ ବିଜୁ ଜନତା ଦଳ ଅଗ୍ରାଧିକାର ଦେଇଥିବାରୁ ଲୋକମାନଙ୍କ ଭିତରେ ଏହାର ଗ୍ରହଣୀୟତା ବଢ଼ି ବଢ଼ି ଚାଲିଛ, ଯାହା ଏକ ଆଞ୍ଚଳିକ ଦଳ ପାଇଁ ନିଶ୍ଚିତ ରୂପେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି । ବିଜୁ ଜନତା ଦଳର କାର୍ଯ୍ୟକ୍ରମ ହେଉଛି ଲୋକମାନଙ୍କର ଆଶା ଓ ଭରଷାକୁ ନେଇ । ବିଜୁ ଜନତା ଦଳ ତା’ର ଜନକଲ୍ୟାଣ କାର୍ଯ୍ୟକ୍ରମ ପ୍ରସ୍ତୁତ କରେ ଲୋକମତ ଆଧାରରେ । ଯାହାକୁ କାର୍ଯ୍ୟକାରୀ କରିବା ପାଇଁ ସବୁପ୍ରକାର ଉଦ୍ୟମ କରିଥାଏ । ଅନେକ ଦଳ ନିର୍ବାଚନ ପୂର୍ବରୁ ଇସ୍ତାହାର ପ୍ରକାଶ କରିଥାନ୍ତି । ଅନ୍ୟମାନଙ୍କ ପାଇଁ ନିର୍ବାଚନ ପରେ ଇସ୍ତାହାରର କୌଣସି ପ୍ରାସଂଗିକତା ପ୍ରାୟତଃ ନଥାଏ । ଏହା କେବଳ ପ୍ରତିଶ୍ରୁତି ପୁସ୍ତିକା ଭାବରେ ନିର୍ବାଚନରେ ବ୍ୟବହୃତ ହୋଇଥାଏ । କିନ୍ତୁ ବିଜୁ ଜନତା ଦଳ କ୍ଷେତ୍ରରେ ଏହା ଅଲଗା । ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପ୍ରତିବଦ୍ଧତାର ସହିତ କାର୍ଯ୍ୟକାରୀ କରିବା ପାଇଁ ବିଜୁ ଜନତା ଦଳର ସଭାପତି ଶ୍ରୀନବୀନ ପଟ୍ଟନାୟକ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି | ୨୦୧୪ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ତା’ର ଇସ୍ତାହାରରେ ରାଜ୍ୟବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ନବନିର୍ବାଚିତ ସରକାର ଗଠନ ହେବାର ପ୍ରଥମ ମନ୍ତ୍ରୀ ପରିଷଦ ବୈଠକରେ ତାକୁ ସଂକଳ୍ପ ଭାବରେ ଗ୍ରହଣ କରି ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିଥିଲା, ଏବଂ ତା’ପରଠାରୁ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ଗୁଡିÿକୁ ଅକ୍ଷରେ ଅକ୍ଷରେ କେବଳ ପାଳନ କରାଯାଇ ନାହିଁ, ତା’ଠାରୁ ଅଧିକ କାର୍ଯ୍ୟ ମଧ୍ୟ ସଂପାଦିତ ହୋଇଛି । ଏହାକୁ ବିରୋଧୀମାନେ ମଧ୍ୟ ଅସ୍ୱୀକାର କରିପାରିବେ ନାହିଁ । ସାଧାରଣ ଲୋକମାନେ ମର୍ମେ ମର୍ମେ ସରକାରଙ୍କ ପ୍ରଗତିର ସୁଫଳ ଅନୁଭବ କରୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ, ସବୁ ବର୍ଗର ଲୋକଙ୍କ ପାଇଁ । ସମସ୍ତଙ୍କ ପାଇଁ ବିକାଶ ସହିତ ମହିଳା ମାନଙ୍କୁ ଅଗ୍ରାଧିକାର ଦେଇ ବିଜୁ ଜନତା ଦଳ ସରକାର ରାଜ୍ୟର ପ୍ରଗତି କ୍ଷେତ୍ରରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି । ଆସନ୍ତା ନିର୍ବାଚନ ପାଇଁ ସବୁ ଦଳର ଇସ୍ତାହାର ପ୍ରସ୍ତୁତି ଚାଲିଛି । କିନ୍ତୁ ବିଜୁ ଜନତା ଦଳର ଇସ୍ତାହାର ପ୍ରସ୍ତୁତ କରନ୍ତି ଓଡ଼ିଶାର ଜନସାଧାରଣ । ଅର୍ଥାତ୍‍ ଜନସାଧାରଣଙ୍କ ସକ୍ରିୟ ସଂପୃକ୍ତି, ସହଯୋଗ, ମତାମତକୁ ଆଧାର କରି ପ୍ରସ୍ତୁତ ହୁଏ ଇସ୍ତାହାର ଓ ବିଜୁ ଜନତା ଦଳର ନେତା ଶ୍ରୀ ନବୀନ ପଟ୍ଟନାୟକ ତାକୁ ସଂକଳ୍ପ ଭାବେ ଗ୍ରହଣ କରି କାର୍ଯ୍ୟକାରୀ କରିଥାନ୍ତି । କେବଳ ଭୌତିକ ବିକାଶ ନୁହେଁ, ଓଡ଼ିଶାବାସୀଙ୍କ ଖୁସି ପାଇଁ ବିଜୁ ଜନତା ଦଳ ବଦ୍ଧପରିକର । ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ସାଲିସହୀନ ସଂଗ୍ରାମ ଫଳରେ ଓଡ଼ିଶାର ଅସ୍ମିତା ଓ ପରିଚିତି ଆଜି ସ୍ପର୍ଶ କରିଛି ନୂତନ ଶିଖର ଏବଂ ଜାତୀୟ ପ୍ରେକ୍ଷାପଟ୍ଟରେ ଓଡ଼ିଶା ନିଜର ସମ୍ମାନଜନକ ସ୍ଥିତି ଜାହିର କରିପାରିଛି ।

ପ୍ରଗତି ପ୍ରକ୍ରିୟାକୁ ଆହୁରି ବ୍ୟାପକ ଓ ତ୍ୱରାନ୍ୱିତ କରିବା ପାଇଁ ଲୋକମାନଙ୍କର ଆଶା ଓ ଅଭିପ୍‍ସାର ସଠିକ୍‍ ଆକଳନ କରିବା ସହିତ ସେମାନଙ୍କ ମତ, ଉପଦେଶ, ପରାମର୍ଶ ଓ ପ୍ରସ୍ତାବକୁ ସଂକଳିତ କରି ବାସ୍ତବ ରୂପ ଦେବା ଲକ୍ଷ୍ୟରେ ବିଜୁ ଜନତା ଦଳ ଗ୍ରହଣ କରିବାକୁ ଯାଉଛି ଏକ ଅଭିନବ ପ୍ରୟାସ । ତୃଣମୂଳ ସ୍ତରରୁ ସଂଗ୍ରହ କରାଯିବ ଲୋକମତ ଓ ଏହାକୁ ନେଇ ନିର୍ମାଣ କରାଯିବ ଲୋକକ୍ଷେତ୍ର । ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଉପାଦାନ ସଂଗ୍ରହ କରାଯିବ ଏବଂ ସମୟର ଆହ୍ୱାନ ଓ ଆବଶ୍ୟକତା ଅନୁସାରେ ନୂଆ ଚିନ୍ତନ ଓ ପ୍ରସ୍ତାବ ଗ୍ରହଣ କରାଯିବ । ଏହାକୁ ନେଇ ପ୍ରସ୍ତୁତ ହେବ ବିଜୁ ଜନତା ଦଳର ଇସ୍ତାହାର ଏବଂ ତାକୁ କାର୍ଯ୍ୟରେ ପରିଣତ କରିବାକୁ ବିଜୁ ଜନତା ଦଳ ସଂକଳ୍ପବଦ୍ଧ ରହିବ । ବିଜୁ ଜନତା ଦଳ ସରକାର ଲୋକମାନଙ୍କର । ଏହା ସବୁଦିନେ ଲୋକମାନଙ୍କ ସହିତ ରହିଆସିଛି ଏବଂ ଏହାକୁ ଆହୁରି ବ୍ୟାପକ କରିବା ପାଇଁ ନିଆଯାଉଛି ଏଭଳି ଏକ ପ୍ରୟାସ । ବିଜୁ ଜନତା ଦଳର ଇସ୍ତାହାରରେ ପ୍ରତିଫଳିତ ହେବ ଲୋକମାନଙ୍କର ପ୍ରସ୍ତାବ ଓ ପରାମର୍ଶ ଏବଂ ତାକୁ କାର୍ଯ୍ୟକାରୀ କରିବେ ନବୀନ ପଟ୍ଟନାୟକଙ୍କ ସରକାର ।

ବିଜୁ ଜନତା ଦଳର “ଘରେ ଘରେ ଶଙ୍ଖ: ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ” ଅଭିଯାନକୁ ମାର୍ଚ୍ଚ ୫ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୩ତମ ଜନ୍ମ ଜୟନ୍ତୀରୁ ଦଳର ମାନ୍ୟବର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ । ଏହି ଅଭିଯାନକୁ ବିଜୁ ମହିଳା ଜନତା ଦଳର କାର୍ଯ୍ୟକର୍ତ୍ତାମାନଙ୍କ ସହ ମହିଳାମାନେ ମିଶି ରାଜ୍ୟର ସମସ୍ତ ଘରେ ଘରେ ପହଞ୍ଚାଇବେ । ଏଥିରେ ପ୍ରତ୍ୟେକ ଓଡ଼ିଶାବାସୀ ସାମିଲ ହେବାକୁ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସାଧାରଣ ସଂପାଦକ ତଥା ମୁଖପାତ୍ର ଡ. ଅରୁଣ କୁମାର ସାହୁ, ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଶ୍ରୀମତୀ ମିନତୀ ବେହେରା, ଦଳର ମୁଖପାତ୍ର ଡ.ସସ୍ମିତ ପାତ୍ର ଏବଂ ରାଜ୍ୟ ସଂପାଦକ ଶ୍ରୀ ବିଜୟ ନାୟକ ପ୍ରମୁଖ ଦଳ ପକ୍ଷରୁ ବିନମ୍ର ନିବେଦନ କରିଛନ୍ତି ।

 

ଆଜି ର ରାଶିଫଳ ୦୨/୦୩/୨୦୧୯ ଶନିବାର ।

ମେଷ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ଧନଲାଭର ଯୋଗ ରହିଛି। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ସ୍ବାସ୍ଥ୍ୟ ବଢ଼ିଆ ରହିବ।

ବୃଷ: ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।

ମିଥୁନ: ଆଜି କିଛି ନୂଆ ଅନୁଭବ କରି‌େବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

କର୍କଟ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।

ସି˚ହ: ମାଆ ଦୁର୍ଗାଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।

କନ୍ୟା: ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।

ତୁଳା: ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।

ବିଛା: ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ।

ଧନୁ: ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।

ମକର: ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ।

କୁମ୍ଭ: ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍‌ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।

ମୀନ: ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।

ନିଜ ମାଟିକୁ ଫେରିଛନ୍ତି ମାଟିର ବୀରପୁତ୍ର ଅଭିନନ୍ଦନ;ଖୁସି ରେ ନାଚିଲା ଦେଶ ।

ଏଥର ସମ୍ଭାଳ ବ୍ୟୁରୋ (ନ୍ୟୁଦିଲ୍ଲୀ) – ଉତ୍କଣ୍ଠାର ଅବସାନ । ନିଜ ମାଟିକୁ ଫେରିଛନ୍ତି ମାଟିର ବୀର ସନ୍ତାନ ଅଭିନନ୍ଦନ । ପାକିସ୍ଥାନୀ ସେନା କବଳରେ ପ୍ରାୟ ୪୮ ଘଣ୍ଟା ର ପଣବନ୍ଦୀ ଜୀବନ କାଟିବା ପରେ ଆଜି ତାଙ୍କୁ ମୁକ୍ତି ମିଳିଛି । ଭାରତ-ପାକିସ୍ଥାନ ସୀମା ୱାଘା ବର୍ଡର ନିକଟରେ ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡାର ଅଭିନନ୍ଦନଙ୍କୁ ସସମ୍ମାନେ ଫେରାଇ ଦେଉଛି । ଅଭିନନ୍ଦନଙ୍କୁ ପାଇ ସମଗ୍ର ଭାରତବର୍ଷରେ ଖୁସିର ଲହରି ଖେଳିଯାଇଛି ।

ଭାରତ ମାତାର ସୁରକ୍ଷା ପାଇଁ ନିଜର ବୀରତ୍ୱ ଓ ସାହସିକତା ଦେଖାଇଥିବା ଅଭିନନ୍ଦନଙ୍କୁ ନେଇ ସାରା ଦେଶ ଗର୍ବିତ । ପାକିସ୍ଥାନୀ ସେନା କବଳରୁ ଅଭିନନ୍ଦନଙ୍କୁ ଫେରାଇ ଆଣିବାକୁ ଭାରତର ରଣହୁଙ୍କାର, କୁଟନୀତି ଓ ଆନ୍ତର୍ଜାତୀୟ ସମୁଦାୟର ଚାପ ଆଗରେ ପାକିସ୍ଥାନ ମୁଣ୍ଡ ନୂଆଁଇବାକୁ ବାଧ୍ୟ ହୋଇଥିଲା । ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଗତକାଲି ସଂସଦର ମିଳିତ ଅଧିବେଶନରେ ଭାଷଣ ଦେଇ ଅଭିନନ୍ଦନଙ୍କୁ ଶୁକ୍ରବାର ଦିନ ଭାରତ ଫେରାଇ ଦେବାକୁ ଘୋଷଣା କରିଥିଲେ । ସେହି ଅନୁଯାୟୀ, ଅଭିନନ୍ଦନଙ୍କୁ ଭାରତ ଫେରାଇବାକୁ ପାକିସ୍ଥାନ ସେନା ଆଜି ସକାଳୁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରିଥିଲା । ବିଭିନ୍ନ ଯାଞ୍ଚ ସହ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲା ।

ସକାଳ ପ୍ରାୟ ୧୦ ଟା ସୁଦ୍ଧା ଅଭିନନ୍ଦନଙ୍କୁ ପ୍ରତ୍ୟାର୍ପଣ କରାଯିବ ବୋଲି ପ୍ରଥମେ ସୂଚନା ମିଳିଥିଲେ ମଧ୍ୟ ତାଙ୍କର ଫେରନ୍ତାକୁ ସଂଧ୍ୟା ହୋଇଯାଇଥିଲା । ଅପରାହ୍ନରେ ପାକିସ୍ଥାନୀ ସେନା କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ ଲାହୋରରୁ ଆଣି ପହଞ୍ଚାଇଥିଲେ ୱାଘା ବର୍ଡର ପାକିସ୍ଥାନ ଚେକପୋଷ୍ଟରେ । ସେଠାରେ ତାଙ୍କର କଷ୍ଟମସ୍, ଇମିଗ୍ରେସନ୍ କାଗଜପତ୍ର ଯାଞ୍ଚ କରାଯାଇଥିଲା । ଏକ ଡାକ୍ତରୀ ଦ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଆବଶ୍ୟକ ପ୍ରକ୍ରିୟା ସରିଲା ପରେ ଅଭିନନ୍ଦନଙ୍କୁ ଭାରତକୁ ହସ୍ତାନ୍ତରିତ କରାଯାଉଛି ।

ଅଭିନନ୍ଦନଙ୍କ ପରିବାର ସମେତ ବର୍ଡର ଏପଟେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ହଜାର ହଜାର ଦେଶବାସୀ ଆତ୍ମବିଭୋର ହୋଇପଡ଼ିଛନ୍ତି । ସମସ୍ତଙ୍କ ଆଖିରେ ଭରିଯାଇଛି ଲୁହ । ଏକ ଆବେଗପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛି । ପ୍ରୋଟୋକଲ୍ ଅନୁଯାୟୀ, ଅଭିନନ୍ଦନଙ୍କୁ ସ୍ୱାଗତ ଜଣାଇ ସେଠାରେ ବାଜାବାଣ ଫୁଟାଇ ଉତ୍ସବ ପାଳନ ହୋଇ ନ ଥିଲେ ମଧ୍ୟ ଉତ୍ସବର ମାହୋଲ୍ ଦେଖିବାକୁ ମିଳିଛି । ଦେଶର ସବୁ ଜାଗାରେ ଅଭିନନ୍ଦନଙ୍କୁ ସ୍ୱାଗତ ଜଣାଇ ବିଜୟ ଉତ୍ସବ ପାଳନ ଚାଲିଛି ।

ଅଟାରି-ୱାଘା ବର୍ଡରରୁ ଅଭିନନ୍ଦନଙ୍କୁ ଅମୃତସର ଅଣାଯାଇ ସେଠାରୁ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ଅଣାଯାଉଛି ।