ଦଳ ଛାଡିଲେ କୁସୁମ, ପଦ୍ମରୁ ଲଢ଼ିବେ ! “ମଦ ବେପାରୀ-କୋଇଲା ବେପାରୀ ପାଇଁ ମୁଁ ପ୍ରଚାର କରିପାରିବିନି” କହିଲେ କୁସୁମ !!!!

ଏଥର ସମ୍ଭାଳ ବ୍ୟୁରୋ (ସୁନ୍ଦରଗଡ଼) – ଯୋଗେଶ ସିଂଙ୍କୁ ସୁନ୍ଦରଗଡ ଆସନ ପାଇଁ ବିଜେଡି ଟିକେଟ ମିଳିବା ପରେ ନିରାଶ ହୋଇଛନ୍ତି ଆଶାୟୀ ପ୍ରାର୍ଥୀ କୁସୁମ ଟେଟେ  | ନିରାଶ ହୋଇ ଛାଡିଛନ୍ତି ବିଜେଡି | ଆଉ ପୂର୍ବରୁ ସେ ବିଜେପି ସହିତ ଯୋଗ ଯୋଗରେ ଥିବାରୁ ସେ ବିଜେପି ଟିକଟରୁ ସୁନ୍ଦରଗଡ ବିଧାନସଭା ଆସନରୁ ଲଢ଼ିବେ |

ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଛନ୍ତି କୁସୁମ ବୋଲି ସୂଚନା ମିଳିଛି | ଗତକାଲି ବିଜେଡି ପ୍ରାଥୀ ତାଲିକାରେ ତାଙ୍କୁ ଟିକେଟ ନ ଦେଇ ସୁନ୍ଦରଗଡ଼ ବିଧାନସଭା ବିଜେଡି ପ୍ରାଥୀ ଭାବେ କଂଗ୍ରେସ ରୁ ଆସି ବିଜେଡି ରେ ଯୋଗ ଦେଇଥିବା ଯୋଗେଶ ସିଂକୁ ଟିକେଟ ଦେବାପରେ କୁସୁମ ଅସନ୍ତୋଷ ପ୍ରକାଶ କରିଛନ୍ତି | ତେବେ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ତରଫରୁ ସୁନ୍ଦରଗଡ଼ ବିଧାୟକ ପ୍ରାଥୀ ହୋଇଥିଲେ କୁସୁମ ଏବଂ ଯୋଗେଶ ଙ୍କ ଠାରୁ ପରାଜିତ ହୋଇଥିଲେ | ଏହା ପରେ କୁସୁମ ଗତ ୧୭ତାରିଖ ଦିନ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦରୁ ଇସ୍ତଫା ଦେଇଥିଲେ ଏବଂ କହିଥିଲେ ସେ ଏଥର ବିଧାନସଭା ନିର୍ବାଚନ ମଇଦାନକୁ ଓଲ୍ହାଇବାକୁ ନିଷ୍ପତ୍ତି ନେଇଥିବା ହେତୁ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷା ପଦରୁ ଇସ୍ତଫା ଦେଇଛନ୍ତି | ,ନିର୍ବାଚନ ପାଇଁ ମୋତେ ଦଲୀୟ ଟିକେଟ ମିଳିବ ବୋଲି  ଦମ୍ଭୋକ୍ତି  ବାଢିଥିଲେ କୁସୁମ ! କିନ୍ତୁ ଗତକାଲି ବିଜେଡି ସୁପ୍ରିମୋଙ୍କ ଦ୍ୱାରା ହୋଇଥିବା ପ୍ରାର୍ଥୀ  ଘୋଷଣାରେ କୁସୁମଙ୍କ ନା ନ ଥିବାରୁ ସେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଛନ୍ତ |ଆହୁରି ମଧ୍ୟ କୁସୁମ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି କି ମୁଁ ବିସ୍ମିତ  କଂଗ୍ରେସ ଦଳରୁ ଆଣି ବିଜେଡ଼ି ପ୍ରାଥୀ ଘୋଷଣା କରାଯାଇଛି |  ଯେଉଁ ବ୍ୟକ୍ତି କି ମଦ ବ୍ୟବଶାୟୀ , କୋଇଲାବେପାରୀ ଓ ଅଞ୍ଚଳ ପ୍ରତି ଅବହେଳା କରି ଆସିଛି ଏବଂ ଯାହା ବିରୋଧରେ ସେ  ବାରମ୍ବାର ସ୍ବର ଉତ୍ତୋଳନ କରି  ଜନ ସାଧାରଣ ଙ୍କ ବିଶ୍ଵାସଭାଜନ ହୋଇ  ପାରି ଛନ୍ତି, ତାଙ୍କ ସପକ୍ଷରେ ମୁଁ ପ୍ରଚାର କରି ପାରିବି ନାହିଁ | ସେଇଥି ପାଇଁ ମୁଁ ବିଜେଡ଼ି ଦଳରସସମସ୍ତ ପଦଵୀ, ସାଧାରଣ ସଦସ୍ୟ  ପଦରୁ ଇସ୍ତଫା ପ୍ରଦାନ କରୁଛି ବୋଲି କୁସୁମ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି  | ଆହୁରୀ ମଧ୍ୟ ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସାମ୍ନାରେ କହିଛନ୍ତି ମୁଁ ବିଜେଡି ଦଳ ପାଇଁ କେମିତି ଖରା, କେମିତି ବର୍ଷା, କେମିତି ଶୀତ ମୁଁ ଜାଣିନି ଅହରହ କାମ କରି ଆସିଥିଲି | ମୋ ନିଷ୍ଠାର ଫଳ ଦେବା ପରିବର୍ତ୍ତେ ମୋ ପ୍ରତି ଚରମ ଧୋକା କରିଛି ବିଜେଡି |

ଶଙ୍ଖ ଫୁଙ୍କିଲେ ରଘୁନନ୍ଦନ … ବିଜେପି କୁ ବଡ଼ ଝଟକା !!!

ଏଥର ସମ୍ଭାଳ ବ୍ୟୁରୋ (ବାଲିକୁଦ) – ୨୦୧୯ ସାଧାରଣ ନିର୍ବାଚନ ଏରସମା-ବଲିକୁଦା ନିର୍ବାଚନମଣ୍ଡଳୀରେ ଏପ୍ରିଲ ୨୯ତାରିଖରେ ହେବାକୁ ଘୋଷଣା ହେବା ପରେ ସବୁ ରାଜନୈତିକ ଶିବିର ଚଳଚଞ୍ଚଳ ହୋଇଉଠିଛି।ଡ଼ ଦାମୋଦର ରାଉତ ବିଜେପିରେ ମିଶିବା ପରେ ନିଜର ଜନ୍ମମାଟି ଏରସମା-ବାଲିକୁଦା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏଠାରୁ ପ୍ରାର୍ଥୀ ହେବାକୁ ଆଶାୟୀ ଥିବା ପ୍ରମୁଖ ଦାବିଦାର ରଘୁନନ୍ଦନ ଦାସ ବିଜେପି ଛାଡି ବିଜେଡିରେ ଯୋଗଦେଇଛନ୍ତି।ଏନେଇ ବାଲିକୁଦା ବିଜେପିକୁ ଏକ ଶକ୍ତ ଝଟକା ଲାଗିବା ସହିତ ବର୍ତମାନ ବିଜେଡିର ବିଧାୟକ ଥିବା ପ୍ରଶାନ୍ତ ମୁଦୁଲିଙ୍କ ଚଳିତ ନିର୍ବାଚନରେ ପ୍ରାର୍ଥୀ ହେବାର ଆଶା ସୂତାଖିଅରେ ଝୁଲୁଛି ବୋଲି ରାଜନୈତିକ ବିଶେଷଜ୍ଞଙ୍କ ମଧ୍ୟରେ ମତପ୍ରକାଶ ପାଇଛି।ଦିନେ ଏରସମା-ବାଲିକୁଦା ବିଜେପିର ସ୍ଥିତି ନଥିଲା ଏଇ କିଛି ବର୍ଷ ମଧ୍ୟରେ ନେତା ଓ କର୍ମୀଙ୍କ ପ୍ରଚେଷ୍ଟାରେ ବିଜେପି ଦଳ ଆଗାମୀ ବିଧାନସଭା ନିର୍ବାଚନରେ ନିଜକୁ ପ୍ରମୁଖ ଦାବିଦାର ବୋଲି ଭାବୁଥିବା ବେଳେ ଦାମ ବାବୁ ବିଜେପିରେ ମିଶିବା ପରେ ନିଜ ଜନ୍ମମାଟି ଏରସମା-ବାଲିକୁଦା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେବା ପରଠୁଁ ବିଜେପିର ନେତା ଓ କର୍ମୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଥିବା ଶୁଣିବାକୁ ମିଳିଥିଲା।ଦଳପାଇଁ ଅଦମ୍ୟ ଇଚ୍ଛାଶକ୍ତିକୁ ନେଇ କାର୍ଯ୍ୟ କରୁଥିବା ନେତାଙ୍କ ପ୍ରଚେଷ୍ଟା ଓ ଦଳରେ ପ୍ରତ୍ୟେକ କର୍ମୀଙ୍କ ଅବଦାନ ପାଇଁ ଏରସମା-ବାଲିକୁଦା ନିର୍ବାଚନ ମଣ୍ଡଳୀରେ ଆଜି ବିଜେପିର ସ୍ଥିତି ସୁଦୃଢ଼ ହୋଇଛି।ଏଭଳି ସ୍ଥିତିରେ ଦାମବାବୁଙ୍କୁ ଏଠାରୁ ପ୍ରାର୍ଥୀ କରାଯିବ ବୋଲି ହେଉଥିବା ଚର୍ଚ୍ଚା ଦାବିଦାର ଆଶାୟୀ ପ୍ରାର୍ଥୀଙ୍କ ଶିବିରରେ ନିରାଶା ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଥିଲା।ଏବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି ଏହି ନିର୍ବାଚନମଣ୍ଡଳୀ ବିଜେପିର ପ୍ରମୁଖ ଦାବିଦାର ଟିକେଟ୍ ଆଶାୟୀ ପ୍ରାର୍ଥୀ ବାଲିକୁଦା ଅଞ୍ଚଳର ରଘୁନନ୍ଦନ ଦାସ ସୋମବାର ଅପରାହ୍ନରେ ନବୀନ ନିବାସରେ ପହଞ୍ଚି ବିଜେଡିରେ ଯୋଗଦେଇଛନ୍ତି।ଗତ ୨୦୧୪ ବିଧାନସଭା ନିର୍ବାଚନରେ ଏରସମା-ବାଲିକୁଦା ନିର୍ବାଚନମଣ୍ଡଳୀରୁ ରଘୁନନ୍ଦନ ସ୍ୱାଧୀନ ପ୍ରାର୍ଥୀ ହୋଇ ୩୨ହଜାର ୧୩୫ଖଣ୍ଡ ଭୋଟ୍ ପାଇ ୩ୟ ସ୍ଥାନରେ ରହିଥିଲେ।ଏପରିକି ଏହି ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ଯାଗାରେ ରଘୁନନ୍ଦନଙ୍କ ସମର୍ଥକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ସେ ବିଜେପି ଛାଡି ବିଜେଡିରେ ଯୋଗଦେବା ଏହି ନିର୍ବାଚନମଣ୍ଡଳୀର ବିଜେପିକୁ ଏକ ଶକ୍ତ ଧକ୍କା ଲାଗିବା ସହିତ ଆଗାମୀ ନିର୍ବାଚନରେ ଦଳ ପାଇଁ ଏହା ଶୁଭଙ୍କର ନୁହେଁ ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷରେ ବର୍ତ୍ତମାନ ବିଜେଡିର ବିଧାୟକ ଥିବା ପ୍ରଶାନ୍ତ ମୁଦୁଲି ୨୦୧୪ ନିର୍ବାଚନରେ ସମୁଦାୟ ୬୯ହଜାର ୩୩୫ଖଣ୍ଡ ଭୋଟ୍ ପାଇ ଦ୍ବିତୀୟ ସ୍ଥାନରେ ଥିବା କଂଗ୍ରେସ ଠାରୁ ୨୯ହଜାର ୩୫୪ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ।କିନ୍ତୁ ଦଳରେ ବିଦ୍ରୋହୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ପ୍ରଶାନ୍ତଙ୍କ ସ୍ଥିତି ଭଲ ନଥିବା କୁହାଯାଉଥିବା ବେଳେ ରଘୁନନ୍ଦନ ବିଜେପି ଛାଡି ବିଜେଡିରେ ଯୋଗଦେବା ପରେ ଚଳିତ ନିର୍ବାଚନରେ ବିଜେଡି ପ୍ରଶାନ୍ତଙ୍କୁ ପ୍ରାର୍ଥୀ ନକରି ରଘୁନନ୍ଦନଙ୍କୁ ପ୍ରାର୍ଥୀ କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ନିର୍ବାଚନ ପୂର୍ବରୁ ପୋଲିସକୁ ବଡ ସଫଳତା- ବଡଧରଣର ଜାଲନୋଟ ଛାପା କାରଖାନା ଠାବ ,

ଏଥର ସମ୍ଭାଳ ବ୍ୟୁରୋ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଥାନାରେ ଘଟଣା ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାର ଶର୍ମା ଅଧିକ ସୂଚନା ଦେଇ ସାମ୍ୱାଦିକ ମାନଙ୍କୁ କହିଛନ୍ତି ଯେ ପାରଳାଖେମୁଣ୍ଡି ସହରରେ ଥିବା ଶ୍ରୀଧର ନଗର ୨ୟ ଲାଇନ ଠାରେ ଦୀର୍ଘ ଦିନ ଧରି ଏକ ଭଡା ଘରେ ଜାଲ ନୋଟ ଛାପା କାରଖାନା ଚାଲିଥିବା କୌଣସି ସୁତ୍ରରୁ ସୁରାକ ମିଳିଥିଲା । ପୋଲିସ ଏହାକୁ ଦୃଷ୍ଟିରେ ରଖି ଏସଡିପିଓ ଠାକୁର ପ୍ରସାଦ ପାତ୍ର ଏବଂ ଥାନା ଅଧିକାରୀ ବିବେକା ନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ସଦଳବଳେ ଅଚାନକ ସେହି ଜାଲନୋଟ ଛାପାକାରଖାନା ଉପରେ ଚଢାଉ କରିଥିଲେ । ସେଠାରେ କାରବାରରେ ସମ୍ପୃକ୍ତ ଥିବା ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ମହାଦେଇପୁର ଗ୍ରାମର କରୁଣାକର ପରିଡା ଏବଂ ପଡୋଶୀ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ମେଳିଆପୁଟି ଅନ୍ତର୍ଗତ ବସୁନ୍ଦରା ଗ୍ରାମର ସନ୍ତୋଷ ମାଝୀଙ୍କୁ ଗିରଫ କରିଥିଲେ । ତାହା ସହିତ ଜାଲ ନୋଟ ଛାପାକାରବାରରେ ବ୍ୟବହୃତ ହେଉଥିବା କେତୋଟି ବାଲଟି , ହାତଗ୍ଲୋବ ଜାଲନୋଟ ଛାପା ଛାଞ୍ଚ ବିଭିନ୍ନ କେମିକେଲ ଓ କେମିକେଲରେ ବୁଡି ରହିଥିବା ଜାଲନୋଟ, ଜାଲନୋଟ ସାଇଜର ପେପର କଟିଂ , ମୋବାଇଲ ସମେତ ୨,୫୦,୦୦୦ଟଙ୍କାର ୫୦୦ଟଙ୍କିଆ ଜାଲନୋଟ ଜବତ କରାଯାଇଥିଲା ।

ଶ୍ରୀଧର ନଗର ୨ୟଲାଇନରେ ଚଞ୍ଚଳା ବାରିକ ନାମକ ଜଣେ ମହିଳାଙ୍କ ଘରେ ଗିରଫ ସଂପୃକ୍ତ ୨ଜଣ ଯୁବକ ଭଡାସୁତ୍ରରେ ନେଇ ଏଭଳି ଜାଲନୋଟ ଛାପାକାରଖାନା ଚଳାଇ ଆସୁଥିଲେ । ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଏହି ଜାଲ ନୋଟ ଗୁଡିକ ବଣ୍ଟନ କରାଯିବା ପାଇଁ ଏଭଳି ଜାଲନୋଟ ଛାପାକାରଖାନା ଚାଲିଥିବା ପୋଲିସ ପକ୍ଷରୁ ସନ୍ଦେହ କରାଯାଉଛି ତେବେ ଏହାର ଅଧିକ ତଦନ୍ତ ଚାଲିଛି । ଅନ୍ୟ ପକ୍ଷରେ ଏହି କାରବାରରେ ଆଉ କେତେକ ଯୁବକ ସଂପୃକ୍ତ ଥିବା ପୋଲିସ ଅନୁମାନ କରି ତଦନ୍ତକୁ ଜୋରଦାର କରିଛି । ଅତିଶୀଘ୍ର ଅନ୍ୟ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ଧରାଯିବ ବୋଲି ଏସପି ସାରା ଶର୍ମା କହିଛନ୍ତି ।

ଏହି ଚଢାଉରେ ଅନ୍ୟମାନଙ୍କ ମଧ୍ୟରେ ଏସ ଆଇ ସୁନିଲ କୁମାର ଦଳାଇ,ଏ ଏସଆଇ ଜଗଦୀଶ ପଣ୍ଡା ଓ ଦିବାକର ପ୍ରଧାନ ହାବିଲଦାର ବିର୍ଜି ଜେନା, ବିପି ରଥ, କେ.ବି ରତ୍ନମ, ହରିକୃଷ୍ଣ ସାମଲ, ସୁସିଲ କୁମାର ପାତ୍ର ସାମିଲ ଥିଲେ ।

ବିଧାୟକ ପ୍ରଫୁଲ୍ଲ ମାଝୀଙ୍କ ଆସନ ଟଳମଳ !!!!!

ଏଥର ସମ୍ଭାଳ ବ୍ୟୁରୋ (ସୁନ୍ଦରଗଡ଼) – ବିଜେଡି ଦଳ ପକ୍ଷରୁ ଦୂତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରାଥୀ ତାଲିକା ଘୋଷଣା କରାଯାଇଛି | ହେଲେ କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ପ୍ରଥମ ପର୍ୟାୟ ପ୍ରାଥୀ ତାଲିକାରେ ସୁନ୍ଦରଗଡ଼ ଜିଲ୍ଲାର ମାତ୍ର ୨ଟି ଆସନ ଘୋଷଣା କରାଯାଇଛି |   ସେଗୁଡିକ ହେଲା  ବିରମିତ୍ର ପୁର ଓ ରାଜଗାଙ୍ଗପୁର |  ହେଲେ ଆଉ ୫ଟି ଆସନ କଂଗ୍ରେସ ରୁ ପ୍ରାଥୀ କିଏ ହେବ ବୋଲି ଚର୍ଚ୍ଚା ଜୋର ଧରିଛି | ଏପରିକି ବିଧାୟକ ଥିବା ତଲସରା ଆସନରେ ଡ଼ ପ୍ରଫୁଲ୍ଲ ମାଝୀ ଦାବିଦାର ଥିବା ବେଳେ ସେ ଆସନଟିକୁ ବି ଝୁଲେଇ ରଖାଯାଇଥିବା ଯୋଗୁ ତାଙ୍କର ଟିକଟ ଅନିଶ୍ଚିତତା ନାହିଁ ତ, ଏହାକୁ ନେଇ  ସୁନ୍ଦରଗଡରେ ଚାଲିଛି ଜୋରଦାର ଟୁପୁରୁ ଟାପୁରୁ |

ଗତ ୨୦୦୪ ମସିହାରେ ସାଧାରଣ ନିର୍ବାଚନ ପରେ ତଲସରା ବିଧାୟକ ଗଜାଧର ମାଝୀ ଙ୍କ ସ୍ବର୍ଗବାସ ହେବାପରେ ତାଙ୍କ ପୁତୁରା ଜ୍ୱାଇଁ ଉପନିର୍ବାଚନରେ ପ୍ରାର୍ଥୀ  ହୋଇ ବିଜୟୀ ହେବାପରେ ଲଗାତାର ଭାବେ୨୦୦୯ଓ୨୦୧୪ନିର୍ବାଚନରେ ବିଜୟୀ ହୋଇ ହେଟ୍ରିକ କରିବା ଓ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଠାରୁ ଶ୍ରେଷ୍ଠ ବିଧାୟକ ଭାବେ ପୁରସ୍କୃତ ହୋଇଥିଲେ | ଟିକେଟ ପାଇବା ଥୟ, କିନ୍ତୁ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ତାଙ୍କ ନାମ ନ ଥିବାରୁ ତାଙ୍କ ଆସନ ଟଲମଲ ହେଉଥିବା ଚର୍ଚ୍ଚା ହେଉଛି |  ଜିଲ୍ଲା କଂଗ୍ରେସର ଆଶାୟୀ ପ୍ରାଥୀଙ୍କ ଦରଖାସ୍ତ ଦାଖଲ ସମୟରେ ପ୍ରଫୁଲ୍ଲ ମାଝୀ ସୁନ୍ଦରଗଡ଼ ଲୋକସଭା ଆସନ ଓ ତାଙ୍କର ପତ୍ନୀ ବାଲିଶଙ୍କରା ବ୍ଲକ ର ଅଧ୍ୟକ୍ଷା ତ୍ରିବେଣୀ ମାଝୀଙ୍କୁ ତଲସରା ବିଧାନସଭା ଆସନରୁ ପ୍ରାର୍ଥୀ କରିବା ପାଇଁ ଦରଖାସ୍ତ ଦାଖଲ କରିଥିଲେ |  ସୁନ୍ଦରଗଡ଼ ଲୋକସଭା ଆସନରୁ ଜର୍ଜ ତିର୍କୀଙ୍କୁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରିବା ପରେ ପ୍ରଫୁଲ୍ଲ ମାଝୀ ତଲସରା ବିଧାନସଭା ମଣ୍ଡଳୀରୁ ଟିକେଟ ପାଇବେ ବୋଲି ଆଶାକରା ଯାଉଥିଲା | କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣାରେ ତଲସରା ବିଧାନସଭା ପ୍ରାଥୀ କିଏ ହବ ନାମ ନ ଥିବାରୁ ତାଙ୍କ ଆସନ ଟଳମଳ ହେଉଥିବା ଚର୍ଚ୍ଚା ହେଉଛି | ବିଜେଡ଼ିରୁ ଟିକେଟ ପାଇନଥିବା ବିନୟ ଟପ୍ପୋ ଙ୍କୁ କଂଗ୍ରେସରୁ ପ୍ରାର୍ଥୀ  କରାଇବା ପାଇଁ ହେଉଥିବା ଶୁଣିବାକୁ ମିଳିଛି|  ବିନୟ ଟପ୍ପୋ ୧୯୯୦ ମସିହାରେ ସ୍ବର୍ଗତ ଗଜାଧର ମାଝୀ ଙ୍କ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ ହୋଇ  ୧୦୦୦୦ ଭୋଟ୍ ନେଇ ଗଜାଧର ମାଝୀଙ୍କୁ ପରାଜିତ କରିବାରେ ମୁଖ୍ୟ ଭୂମିକା ନେଇଥିଲେ | ୨୦୦୯ମସିହାରେ ଝାରଖଣ୍ଡ ମୁକ୍ତିମୋର୍ଚାରୁ ତଲସରା ଆସନ ରୁ ପ୍ରାଥୀ ହୋଇ ୪୯୯୪ ଖଣ୍ଡ ଭୋଟ ପାଇଥିଲେ | ୨୦୧୪ନିର୍ବାଚନ ରେ ବିଜେଡ଼ି ଦଳରେ ପ୍ରାଥୀ ହୋଇ ମାତ୍ର ୧୧୦୦ ଶହ  ଭୋଟରେ କଂଗ୍ରେସ ପ୍ରାର୍ଥୀଙ୍କଠୁ ପରାଜିତ ହୋଇଥିଲେ | ଚଳିତ ନିର୍ବାଚନ ରେ ବିଜେଡିରୁ ଟିକେଟ ପାଇବେ ନାହିଁ ବୋଲି ସେ ଜାଣି କଂଗ୍ରେସ ସହ ବହୁଦିନ ଧରି ଆଲୋଚନା କରୁଥିବାରୁ  ଶ୍ରେଷ୍ଠ ବିଧାୟକ ପ୍ରଫୁଲ୍ଲ ମାଝୀ ଙ୍କ ଟିକେଟ କଟିପାରେ ବୋଲି ଚର୍ଚ୍ଚା ଜୋର ଧରିଛି |