ଆଜି ର ରାଶିଫଳ ୦୨/୦୩/୨୦୧୯ ଶନିବାର ।

ମେଷ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ଧନଲାଭର ଯୋଗ ରହିଛି। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ସ୍ବାସ୍ଥ୍ୟ ବଢ଼ିଆ ରହିବ।

ବୃଷ: ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।

ମିଥୁନ: ଆଜି କିଛି ନୂଆ ଅନୁଭବ କରି‌େବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

କର୍କଟ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।

ସି˚ହ: ମାଆ ଦୁର୍ଗାଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।

କନ୍ୟା: ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।

ତୁଳା: ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।

ବିଛା: ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ।

ଧନୁ: ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।

ମକର: ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ।

କୁମ୍ଭ: ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍‌ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।

ମୀନ: ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।

ନିଜ ମାଟିକୁ ଫେରିଛନ୍ତି ମାଟିର ବୀରପୁତ୍ର ଅଭିନନ୍ଦନ;ଖୁସି ରେ ନାଚିଲା ଦେଶ ।

ଏଥର ସମ୍ଭାଳ ବ୍ୟୁରୋ (ନ୍ୟୁଦିଲ୍ଲୀ) – ଉତ୍କଣ୍ଠାର ଅବସାନ । ନିଜ ମାଟିକୁ ଫେରିଛନ୍ତି ମାଟିର ବୀର ସନ୍ତାନ ଅଭିନନ୍ଦନ । ପାକିସ୍ଥାନୀ ସେନା କବଳରେ ପ୍ରାୟ ୪୮ ଘଣ୍ଟା ର ପଣବନ୍ଦୀ ଜୀବନ କାଟିବା ପରେ ଆଜି ତାଙ୍କୁ ମୁକ୍ତି ମିଳିଛି । ଭାରତ-ପାକିସ୍ଥାନ ସୀମା ୱାଘା ବର୍ଡର ନିକଟରେ ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡାର ଅଭିନନ୍ଦନଙ୍କୁ ସସମ୍ମାନେ ଫେରାଇ ଦେଉଛି । ଅଭିନନ୍ଦନଙ୍କୁ ପାଇ ସମଗ୍ର ଭାରତବର୍ଷରେ ଖୁସିର ଲହରି ଖେଳିଯାଇଛି ।

ଭାରତ ମାତାର ସୁରକ୍ଷା ପାଇଁ ନିଜର ବୀରତ୍ୱ ଓ ସାହସିକତା ଦେଖାଇଥିବା ଅଭିନନ୍ଦନଙ୍କୁ ନେଇ ସାରା ଦେଶ ଗର୍ବିତ । ପାକିସ୍ଥାନୀ ସେନା କବଳରୁ ଅଭିନନ୍ଦନଙ୍କୁ ଫେରାଇ ଆଣିବାକୁ ଭାରତର ରଣହୁଙ୍କାର, କୁଟନୀତି ଓ ଆନ୍ତର୍ଜାତୀୟ ସମୁଦାୟର ଚାପ ଆଗରେ ପାକିସ୍ଥାନ ମୁଣ୍ଡ ନୂଆଁଇବାକୁ ବାଧ୍ୟ ହୋଇଥିଲା । ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଗତକାଲି ସଂସଦର ମିଳିତ ଅଧିବେଶନରେ ଭାଷଣ ଦେଇ ଅଭିନନ୍ଦନଙ୍କୁ ଶୁକ୍ରବାର ଦିନ ଭାରତ ଫେରାଇ ଦେବାକୁ ଘୋଷଣା କରିଥିଲେ । ସେହି ଅନୁଯାୟୀ, ଅଭିନନ୍ଦନଙ୍କୁ ଭାରତ ଫେରାଇବାକୁ ପାକିସ୍ଥାନ ସେନା ଆଜି ସକାଳୁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରିଥିଲା । ବିଭିନ୍ନ ଯାଞ୍ଚ ସହ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲା ।

ସକାଳ ପ୍ରାୟ ୧୦ ଟା ସୁଦ୍ଧା ଅଭିନନ୍ଦନଙ୍କୁ ପ୍ରତ୍ୟାର୍ପଣ କରାଯିବ ବୋଲି ପ୍ରଥମେ ସୂଚନା ମିଳିଥିଲେ ମଧ୍ୟ ତାଙ୍କର ଫେରନ୍ତାକୁ ସଂଧ୍ୟା ହୋଇଯାଇଥିଲା । ଅପରାହ୍ନରେ ପାକିସ୍ଥାନୀ ସେନା କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ ଲାହୋରରୁ ଆଣି ପହଞ୍ଚାଇଥିଲେ ୱାଘା ବର୍ଡର ପାକିସ୍ଥାନ ଚେକପୋଷ୍ଟରେ । ସେଠାରେ ତାଙ୍କର କଷ୍ଟମସ୍, ଇମିଗ୍ରେସନ୍ କାଗଜପତ୍ର ଯାଞ୍ଚ କରାଯାଇଥିଲା । ଏକ ଡାକ୍ତରୀ ଦ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଆବଶ୍ୟକ ପ୍ରକ୍ରିୟା ସରିଲା ପରେ ଅଭିନନ୍ଦନଙ୍କୁ ଭାରତକୁ ହସ୍ତାନ୍ତରିତ କରାଯାଉଛି ।

ଅଭିନନ୍ଦନଙ୍କ ପରିବାର ସମେତ ବର୍ଡର ଏପଟେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ହଜାର ହଜାର ଦେଶବାସୀ ଆତ୍ମବିଭୋର ହୋଇପଡ଼ିଛନ୍ତି । ସମସ୍ତଙ୍କ ଆଖିରେ ଭରିଯାଇଛି ଲୁହ । ଏକ ଆବେଗପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛି । ପ୍ରୋଟୋକଲ୍ ଅନୁଯାୟୀ, ଅଭିନନ୍ଦନଙ୍କୁ ସ୍ୱାଗତ ଜଣାଇ ସେଠାରେ ବାଜାବାଣ ଫୁଟାଇ ଉତ୍ସବ ପାଳନ ହୋଇ ନ ଥିଲେ ମଧ୍ୟ ଉତ୍ସବର ମାହୋଲ୍ ଦେଖିବାକୁ ମିଳିଛି । ଦେଶର ସବୁ ଜାଗାରେ ଅଭିନନ୍ଦନଙ୍କୁ ସ୍ୱାଗତ ଜଣାଇ ବିଜୟ ଉତ୍ସବ ପାଳନ ଚାଲିଛି ।

ଅଟାରି-ୱାଘା ବର୍ଡରରୁ ଅଭିନନ୍ଦନଙ୍କୁ ଅମୃତସର ଅଣାଯାଇ ସେଠାରୁ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ଅଣାଯାଉଛି ।