ଭାଲେଣ୍ଟାଇନ୍ ଡେ ରେ ପ୍ରେମୀ ଯୁଗଳ ଧରା ପଡ଼ିଲେ ବିଛୁଆତି ଗଛ ଉପହାର ଦେବ (ନାରୀ ସେନା) କଳିଙ୍ଗସେନା !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପ୍ରେମ ର ମାସ ହେଉଛି ଫେବୃଆରୀ। ଗତ 7 ତାରିଖରୁ ପ୍ରେମ ସପ୍ତାହ ଆରମ୍ଭ ହୋଇଥିବା ବେଳେ ଆସନ୍ତା 14 ତାରିଖ ହେଉଛି ପ୍ରେମ ଦିବସ ବା ଭାଲେଣ୍ଟାଇନ୍ ଡେ। ଭାଲେଣ୍ଟାଇନ୍ ଡେ ରେ ପ୍ରେମୀ ଯୁଗଳ ଅଶ୍ଳୀଳ ଅବସ୍ଥା କିମ୍ବା ଦୃଷ୍ଟି କଟୁ କାର୍ଯ୍ୟକରୁଥିବା ବେଳେ ଧରା ପଡ଼ିଲେ ସେମାନଙ୍କୁ ବିଛୁଆତି ଗଛ ଉପହାର ଦେବ ନାରୀ କଳିଙ୍ଗସେନା ।

ସିନେମାହଲ , ପାର୍କ , ଉଦ୍ୟାନ ଓ ସର୍ବସାଧାରଣ ଜାଗାରେ କଳିଙ୍ଗ ସେନା ର 50 ଉର୍ଦ୍ଧ ଯୁବକ, 150 ଉର୍ଦ୍ଧ ଯୁବତୀ ସହର ରେ ବୁଲି ଅଶ୍ଳୀଳନତା କୁ ବିରୋଧ କରିବ ବୋଲି କଳିଙ୍ଗ ସେନା ପକ୍ଷରୁ ମହିଳା ମୋର୍ଚ୍ଚା ଅଧକ୍ଷା ସୁଭଦ୍ରା ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଥିଲେ।

କଳିଙ୍ଗ ସେନା ର ଚେତାବନୀ କୁ ଆଖି ଆଗରେ ରଖି ସହର ର ବିଭିନ୍ନ ସ୍ଥାନ ରେ ପେଟ୍ରୋଲିଂ ନିମନ୍ତେ ପୋଲିସ ମୁତୟନ କରିଛି କମିଶନରେଟ ପୋଲିସ । ଯୁବ ସମାଜ ର ସ୍ଥାୟିତ୍ୱ କଳିଙ୍ଗ ସେନା ର ଦାୟିତ୍ଵ ବୋଲି ନାରୀ ସେନା ଅଧକ୍ଷା ସୁଭଦ୍ରା ମିଶ୍ର କହିଛନ୍ତି । ଏଥିରେ ନାରୀ ସେନା ଅଧକ୍ଷା ସୁଭଦ୍ରା ମିଶ୍ର ଙ୍କ ସହ ସମ୍ପାଦିକା ସିମ୍ରନ୍ ଅଧିକାରୀ ଓ ସଦସ୍ୟା ବିନୋତା ମହାନ୍ତି, ପୂଜା ବେହେରା, ବବିତା ଶର୍ମା ଓ ଛନ୍ଦ୍ରୀକା ସିଂ ସମୂହ ଉପସ୍ଥିତ ଥିଲେ।

ଆରମ୍ଭ ହେଲା ଖଣ୍ଡଗିରି ଓ ଉଦୟଗିରି ମହୋତ୍ସବ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଆରମ୍ଭ ହୋଇଛି ଖଣ୍ଡଗିରି ଓ ଉଦୟଗିରି ମହୋତ୍ସବ। ଖଣ୍ଡଗିରି ଓ ଉଦୟଗିରିର ପଥରରେ ରହିଥିବା ଜୈନ ଗୁମ୍ଫା ଭାରତ ତଥା ସାରା ବିଶ୍ୱ ଇତିହାସରେ ପ୍ରସିଦ୍ଧି ଲାଭ କରିଛି। ସେତେବେଳର ଓଡ଼ିଶାର ଲୋକପ୍ରିୟ ରାଜା ଐରଖାରବେଳ ଜୈନ ଧର୍ମର ପ୍ରବର୍ତ୍ତକ ରହି ଏହି ପଥର ଶିଳାକୁ ସୁନ୍ଦର ଭାବରେ ଖୋଦିତ କରି ପାହାଡ଼ ଉପରେ ସୌନ୍ଦର୍ଯ୍ୟର ପରିବେଶ ତିଆରି କରି ଜୈନ ସନ୍ନ୍ୟାସିମାନଙ୍କୁ ସମର୍ପିତ କରିଥିଲେ।

ଆଜି ଉଦଘାଟନୀ ସନ୍ଧ୍ୟାରେ ଅତିଥି ଭାବେ ଯୋଗ ଦେଇଥିଲେ ପର୍ଯ୍ୟଟନମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ବିଜୟ କୁମାର ମହାନ୍ତି, ପୂର୍ବତନ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ସୁଜିତ ସ୍ୱାଇଁ, ଦିଲ୍ଲୀପ ମାଝୀ, ଅସ୍ୱନୀ ସୁନ୍ଦରାୟ ଓ ହୃଦୟବଲ୍ଲବ ସୁନ୍ଦରାଏଙ୍କ ସହିତ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ, ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଉତ୍ପଳ କୁମାର ପତି, ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ ଓ ଅଜୟ କୁମାର ରାଉତ ପ୍ରମୁଖ ଯୋଗଦେଇଥିଲେ।

 

କଂଗ୍ରେସ ଇସାରାରେ ବିଜେଡି ସରକାର ଆଦାୟ କରୁନି ଖଣି ଦୁର୍ନୀତି ଜୋରିମାନା : ବିଜେପି ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟରେ ବିରୋଧୀ ଦଳ ବୋଲି ଦାବି କରୁଥିବା କଂଗ୍ରେସର ଇସାରାରେ ଶାସକ ବିଜେଡି ସରକାର ଖଣି ଦୁର୍ନୀତିରେ ଆଦାୟ ହେବାକୁ ଥିବା ଜୋରିମାନାକୁ ଆଦାୟ କରୁନାହାନ୍ତି। ବିଜେଡି କଂଗ୍ରେସ ଭାଇ ଭାଇ ଏକଥା ସ୍ପଷ୍ଟ। କଂଗ୍ରେସର ରାଜ୍ୟ ସଭାପତି ନିରଂଜନ ପଟ୍ଟନାୟକଙ୍କ ସର୍ମ୍ପକିୟ ଏବଂ ଏବେ ବିଜୁ ଜନତା ଦଳରେ ଥିବାରୁ ଜଣେ ଖଣି ମାଲିକଙ୍କୁ ରାଜ୍ୟ ସରକାର ଚାରି ଖୁଣ ମାଫ କରି ଜୋରିମାନା ଆଦାୟ ନକରି ତାରିଖ ପରେ ତାରିଖ ଗଡାଇ ଚାଲିଛନ୍ତି ବୋଲି କହିଛନ୍ତି ରାଜ୍ୟ ଉପସଭାପତି ସମୀର ମହାନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଓଡିଶାରେ ବହୁ ଚର୍ଚ୍ଚିତ ଖଣି ଦୁର୍ନୀତି ହୋଇଥିଲା ଯେଉଁଥିରେ ରାଜ୍ୟ ସରକାରଙ୍କର ପୋସ୍ତ୍ରାହନରେ ଖଣି ଦୁର୍ନୀତି ହୋଇଥିବାର ପ୍ରମାଣ ମିଳିଥିଲା । ଶାହା କମିଶନ ମଧ୍ୟ ସେଥିପାଇଁ ବସିଥିଲା। ସେତେବେଳେ ୨୦୦୯ ମସିହାରେ ଏକ ଭିଜିଲାନ୍ସ କେସ୍ ହୋଇଥଲା ଯେଉଁଥିରେ ଅପରାଧିକ ଖଣି ଉତ୍ତୋଳନ, ଜଙ୍ଗଲ ଆଇନରେ ଉଲଙ୍ଘନ ଏବଂ ଅପରାଧିକ ଭାବେ ପରିବହନ କରିବା ଅପରାଧରେ ସଂପୃକ୍ତି ଥିବା ବିଡି ପଟ୍ଟନାୟକ ମାଇନ୍ସ ବିରୋଧରେ ଭିଜିଲାନ୍ସ ଏକ ଚାର୍ଜସିଟ୍ କରିଥିଲା। ଏହା ବାଲେଶ୍ୱର ସର୍କଲ ଅଧୀନରେ ଏହି କେସଟି ରୁଜୁ ହୋଇଥିଲା । ବିଡି ପଟ୍ଟନାୟକ ମାଇନ୍ସ ଯାହା ଯୋଡା-କେନ୍ଦୁଝର ଜିଲ୍ଲା କଳାପାହାଡ଼ ମାଇନ୍ସ ମଧ୍ୟରେ ଅବସ୍ଥିତ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଭିଜିଲାନ୍ସ ଏହି କେସରେ ଦେଇଥବା ଦସ୍ତାବିଜ ଅନୁସାରେ ରାଜସ୍ୱ କ୍ଷତି ୧୩୦ କୋଟି ୪୯ ଲକ୍ଷ ୧୩୩୯୭ ହଜାର ଟଙ୍କା ହୋଇଥଲା। ଏହି ତଥ୍ୟକୁ ସଂପୂର୍ଣ୍ଣ ପର୍ଯ୍ୟାଲୋଚନା କରି ମାନ୍ୟବର ବିଚାରପତି ୧୩୦କୋଟିର ଜୋରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବର୍ତମାନ ସୁଦ୍ଧା ରାଜ୍ୟସରକାର ଏହାର ଆଦାୟ କରିବାର ବ୍ୟବସ୍ଥା କରିନାହାନ୍ତି। ବରଂ ରାଜ୍ୟ ସରକାର ଶାହ କମିଶନଙ୍କ ତଦନ୍ତ ଅନୁସାରେ ୮ କୋଟି ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଖାଲି ସେତିକି ନୁହେଁ, ଆଇନର ଗଳା ବାଟେ ଦେଇ ଖସିଯିବା ପାଇଁ ବ୍ୟାପକ ପ୍ରଚେଷ୍ଟା ମଧ୍ୟ କରିଛନ୍ତି ରାଜ୍ୟ ସରକାର। ଗତ ଫେବୃଆରୀ ୨ ତାରିଖ ଦିନ ବିଡି ପଟ୍ଟନାୟକ ମାଇନ୍ସ ରିଭ୍ୟୁ ପିଟିସନ କରିଥିଲା। ଯାହା ଆସନ୍ତା ଫେବୃଆରୀ ୧୬ରେ ବିଚାର କରାଯିବ।

ବାରମ୍ବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଭିଯୋଗ କରାଯାଉଛି ଯେ ଏଥିରେ ରାଜନୈତିକ ସଂପୃକ୍ତି ରହିଛି। ଏହି ଭିଜିଲାନ୍ସ କେସରେ ସଂପୃକ୍ତ ଥିବା ବ୍ୟକ୍ତି ଥିଲେ ଜଣେ ପୂର୍ବତନ ବିଧାୟକ ଯିଏକି ମୁଖ୍ୟମନ୍ତ୍ରୀଙ୍କ ପାଖାପାଖି ଘୁରିବୁଲନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଯାଇ ଦୋଷୀମାନଙ୍କୁ ଗଳାବାଟ ଦେଉଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ। ରାଜ୍ୟସରକାର ଏଭଳି ଦୁର୍ନୀତି ଏବଂ ଭ୍ରଷ୍ଟାଚାରକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

୨୦୧୯’ ନିର୍ବାଚନ ଲାଗି ଆଜି ନିର୍ବାଚନ କମିଶନ ଙ୍କ ଗ୍ରସ୍ତ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆଜିଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଇସିଆଇର ଏକ ଟିମ୍‌ ଆସୁଛି।  ଭୁବନେଶ୍ୱରରେ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିବା ସହ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ପୃଥକ ଭାବେ ଆଲୋଚନା କରିବେ କମିଶନ। ଜିଲ୍ଳାସ୍ତରର ନିର୍ବାଚନ ଅଧିକାରୀ, ଏସ୍‌ପି, ପୁଲିସ ଆଇଜି ଓ ୩ ରାଜସ୍ୱ ଆୟୋଗଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ସହ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା ମଧ୍ୟ କରିବେ କମିସନ । ଏଥିସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ନିର୍ବାଚନ ପ୍ରସ୍ତୁତି ନେଇ ମଧ୍ୟ କମିସନ ଅନୁଧ୍ୟାନ କରିବା ସହ ପୁଲିସ ନୋଡାଲ ଅଫିସର ଓ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ମୁଖ୍ୟଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ସେହିପରି ୧୫ ତାରିଖରେ କମିସନ ରାଜ୍ୟ ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ, ଆଇନ ବିଭାଗ ସଚିବ ଓ କେନ୍ଦ୍ରୀୟ ଅଧିକାରୀଙ୍କ ସହ ଆଲୋଚନା କରି ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ନେଇ ସମୀକ୍ଷା କରିବେ।

ସ୍କୁଲ କଲେଜ ଶିକ୍ଷକ ମିଳିତ ମଞ୍ଚର ଆନ୍ଦୋଳନ ୨୦ରେ ।

ଏଥର ସମ୍ଭାଳ (ଭୁବନେଶ୍ୱର) – ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ମିଳିତ ମଞ୍ଚ ଆସନ୍ତା ୨୦ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବ। ସରକାରଙ୍କ ଉଦାସୀନତା ପ୍ରତିବାଦରେ ଏହି ଆନ୍ଦୋଳନ ଡାକରା ଦେଇଛି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ମିଳିତ ମଞ୍ଚ।
ଏକ ଲକ୍ଷ ଶିକ୍ଷକ ଏବଂ କର୍ମଚାରୀଙ୍କୁ ନେଇ ୨୦ ତାରିଖରେ ଲୋୟର ପିଏମ୍‌ଜି ଛକରେ ଏକ ମହାସମାବେଶ ଅନୁଷ୍ଠିତ ହେବ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି କହିଛି ସଂଘ। ପୂର୍ବରୁ ସଂଘ ପକ୍ଷରୁ ଦିଆଯାଇଥିବା ଦାବି ସରକାର ପୂରଣ କରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି। ସପ୍ତମ ବେତନ ହାରରେ ଦରମା ପ୍ରଦାନ, ଚାକିରୀ ସର୍ତ୍ତାବଳୀ ଓ ବକେୟା ଥିବା ଦରମା ପାଇଁ ବହୁ ଦିନରୁ ଦାବି ହୋଇଆସୁଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ସର୍ଦ୍ଦାର ରାଜସ୍ ମେଡିକାଲ କଲେଜ ଦୁର୍ନୀତିର ତଦନ୍ତ କରିବ ଇଡି ।

ଏଥର ସମ୍ଭାଳ ବ୍ୟୁରୋ (କଳାହାଣ୍ଡି) – ସର୍ଦ୍ଦାର ରାଜସ୍ ମେଡିକାଲ କଲେଜ ଦୁର୍ନୀତିର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। କଲେଜରେ ହୋଇଥିବା ଆର୍ଥିକ ଅନିୟମିତତାର ଖୋଳତାଡ଼ ହେବ। କେମିତି ଜାଲିଆତି କରି ଆଡମିଶନ ପାଇଁ ଅନୁମତି ଅଣାଯାଇଥିଲା ସେନେଇ ତଦନ୍ତ ହେବ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସହ ହୋଇଥିବା ଏମଓୟୁକୁ କିପରି ଉଲ୍ଲଂଘନ କରାଯାଇଥିଲା ଓ ରାଜ୍ୟ ସରକାରଙ୍କ ୧୦ କୋଟି ଓ ୨୫ ଏକର ଜମି ପାଇବା ସତ୍ତ୍ୱେ କାହିଁକି ମେଡିକାଲ କଲେଜର ଭିତ୍ତିଭୂମି ବୃଦ୍ଧି କରାଯାଇନଥିଲା, ସେନେଇ ଖୋଳତାଡ଼ ଚାଲିବ।

ଏଥିସହ ଶତାଧିକ ଛାତ୍ରଛାତ୍ରୀଙ୍କଠାରୁ ବେଆଇନ ଭାବେ ଅର୍ଥ ସଂଗ୍ରହ ସହ ସେମାନଙ୍କ ଭବିଷ୍ୟତ ସହ କିପରି ଖେଳ ଖେଳା ଯାଇଥିଲା ସେ ଦିଗକୁ ନେଇ ମଧ୍ୟ ତଦନ୍ତ କରିବ ଇଡି।

ଆବଶ୍ୟକ ପଡିଲେ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମ୍ୟାନେଜିଂ ଟ୍ରଷ୍ଟି ଏ. ଜନସେଲ ରାଜାକୁ ସମନ କରିପାରେ ଇଡି। ସେଲଭମ ଏଜୁକେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଥିଲେ ଏ. ଜନସେଲ ରାଜା। ଘଟଣାରେ କ୍ରାଇମବ୍ରାଞ୍ଚର ଅପରାଧ ଅର୍ଥନୈତିକ ଶାଖା-EOW ଏ. ଜନସେଲ ରାଜାଙ୍କୁ ରାଜ୍ୟ ବାହାରୁ ଗିରଫ କରିଥିଲା। ସେଲଭମ୍ ଏଜୁକେସନ୍ ଟ୍ରଷ୍ଟ ହିଁ ସେଠାରେ ମେଡିକାଲ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ସହ MOU କରିଥିଲା।

ତାରା କହିଲେ ରୋକ୍‌ଠୋକ୍‌ କଥା , ହେମାଙ୍କ ଘର ବାହୁଡ଼ା ନେଇ ଖୁସି ନୁହଁ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କଂଗ୍ରେସକୁ ହେମା ଗମାଙ୍ଗଙ୍କ ବାହୁଡ଼ାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ସେପଟେ ଏହାକୁ ନେଇ ପ୍ରତିକିୟା ରଖିଛନ୍ତି ଜୟପୁର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ  ତାରା ପ୍ରସାଦ ବାହିନୀପତି । ହେମା ଗମାଙ୍ଗ ଦଳକୁ ଆସନ୍ତୁ କିନ୍ତୁ କୌଣସି ପଦ ପଦବୀ ଆଶା ରଖନ୍ତୁ ନାହିଁ ବୋଲି ରୋକଠୋକ୍ କହିଛନ୍ତି ତାରା । ଦଳକୁ କିଏ ଆସିଲା, କିଏ ଗଲା କୌଣସି ଫରକ ପଡିବନି। କିନ୍ତୁ ହେମାଙ୍କ ଉପରେ ଲୋକେ ଅସନ୍ତୁଷ୍ଟ ଥିବା କହିଛନ୍ତି ତାରା। ଗତକାଲି ଓଟିଭିକୁ  ସୂଚନା ଦେଇ କଂଗ୍ରେସକୁ ଫେରିବା ନେଇ ସଂକେତ ଦେଇଥିଲେ ହେମା ଗମାଙ୍ଗ। କଂଗ୍ରେସର ଟପ୍ ନେତାଙ୍କୁ ଭେଟିବା ପାଇଁ ସେ ଏବେ ଦିଲ୍ଲୀରେ ଅଛନ୍ତି। ତେଣୁ ତାରାଙ୍କ ମନ୍ତବ୍ୟ ନେଇ ହେମାଙ୍କ ପ୍ରତିକ୍ରିୟା ମିଳିନାହିଁ ।

ରାଶିଫଳ ୧୩:୦୨:୨୦୧୯ ବୁଧବାର ।

ମେଷ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଅସୁସ୍ଥ ଅନୁଭବ କରିବେ।

ବୃଷ: ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ। ବ୍ୟବସାୟରେ ପରିବର୍ତ୍ତନ କରନ୍ତୁ ନାହିଁ। ନୂତନ ପୋଷାକ କିଣିପାରନ୍ତି। ବନ୍ଧୁଙ୍କ ସହ ସମୟ ବିତାଇବେ।

ମିଥୁନ: ମିଠା କଥା କହି ଲୋକଙ୍କ ମନ ଜିତିବେ। ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଖର୍ଚ୍ଚ ବଢ଼ିବ।

କର୍କଟ: ବିବାହ ସ୍ଥିର ହୋଇପାରେ। ଧନପ୍ରାପ୍ତି ଯୋଗ ରହିଛି। ପରିବାରରେ ହସଖୁସିର ପରିବେଶ ରହିବ।

ସିଂହ: ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।

କନ୍ୟା:  କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ।

ତୁଳା: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଛାତ୍ରଛାତ୍ରୀଙ୍କମାନେ ପରୀକ୍ଷାରେ ସଫଳତା ପାଇବେ। ବ୍ୟବସାୟରେ ଆଶାମୁତାବକ ଲାଭ ମିଳିବ।

ବିଚ୍ଛା: ମନୋରଞ୍ଜନ ସ୍ଥାନକୁ  ବୁଲିବାକୁ ଯାଇପାରନ୍ତି। ମାନ-ସମ୍ମାନ ମିଳିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।

ଧନୁ: ଦ୍ୱନ୍ଦ୍ୱ ଭିତରେ ରହିବେ। ସାହିତ୍ୟ ଓ କଳା କ୍ଷେତ୍ରରେ ରୁଚି ବଢ଼ିବ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ମକର: ଅଳସୁଆ ଅନୁଭବ କରିବେ। ଭାଗ୍ୟ ବୃଦ୍ଧି ହେବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ।

କୁମ୍ଭ: ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ଧାର୍ମିକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ ହୋଇପାରେ। ଋଣ ଦିଅନ୍ତୁ ନାହିଁ।

ମୀନ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ। ଶରୀର ଫୂର୍ତ୍ତି ରହିବ।