ସାଧାରଣତନ୍ତ୍ର ଦିବସରେ ଦର୍ଶକଙ୍କୁ ଜନ୍‌ଙ୍କ ଭେଟି ।

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) – ମାଦ୍ରାସ କ୍ୟାଫେ, ପରମାଣୁ ଓ ସତ୍ୟମେବ ଜୟତେ ପରେ ଜନ୍‌ ପୁଣି ଥରେ ଦେଶ ଭକ୍ତିର ଏକ ଫିଲ୍ମ ନେଇ ଆସୁଛନ୍ତି। ତାଙ୍କ ଫିଲ୍ମର ନାଁ ହେଉଛି ‘ରୋମିଓ ଅକବର ୱାଲେଟର’। ଯାହାର ଟିଜର ରିଲିଜ୍‌ ହୋଇଯାଇଛି। ଫିଲ୍ମରେ ଜନ୍‌ ଅବ୍ରାହମ ଜଣେ ଏଜେଣ୍ଟ୍‌ ଭୂମିକାରେ ନଜର ଆସୁଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରବି ଗ୍ରେୱାଲ୍‌। ଫିଲ୍ମରେ ତାଙ୍କର ଭିନ୍ନ ଭିନ୍ନ ଲୁକ୍‌ ଦେଖିବାକୁ ମିଳିଛି। ଆଉ ତାଙ୍କ ଲୁକ୍‌ ମଧ୍ୟ ଦର୍ଶକଙ୍କୁ ଖୁବ୍‌ ପ୍ରଭାବିତ କରିଛି। ଟିଜରରେ ତାଙ୍କୁ ପୁଲିସ୍‌ ଓ ଜଣେ ମୁସ୍‌ଲିମ୍‌ ବ୍ୟକ୍ତି ସହ ଆହୁରି ଅନେକ ଚରିତ୍ରରେ ଦେଖିବାକୁ ମିଳିଛି। ଟିଜରରେ ବ୍ୟାକ୍‌ଗ୍ରାଉଣ୍ଡ୍‌ ଗୀତ ‘ଏ ୱତନ’ ବଜା ଯାଇଥିଲା। ଟିଜରରେ ଗୋଟିଏ ସମୟରେ ଜନ୍‌ଙ୍କୁ ରକ୍ତ ଜୁଡ଼ୁ ବୁଡ଼ୁ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଫିଲ୍ମର ଟିଜର ରିଲିଜ୍‌ ହେବା ପରେ ସୋଶାଲ୍‌ ମିଡିଆରେ ଏହା ଖୁବ୍‌ ଭାଇରାଲ୍‌ ହୋଇଛି।

ସୂଚନାଯୋଗ୍ୟ ଯେ, ଫିଲ୍ମର ପୋଷ୍ଟରକୁ ଖୁବ୍‌ ପସନ୍ଦ କରାଯାଉଛି। ଯେଉଁଥିରେ ଜନ୍‌ ଜଣେ ଜାସୁସ ଚରିତ୍ରରେ ନଜର ଆସିଛନ୍ତି। ଏହାସହ ପୋଷ୍ଟର ପଛରେ ତାଙ୍କର ଆହୁରି ଅନେକ ଲୁକ୍‌ ଦେଖିବାକୁ ମିଳିଛି।

ଫିଲ୍ମର କାହାଣୀ ୧୯୭୦ର ଏକ ସତ୍ୟ ଘଟଣା ଉପରେ ଆଧାରିତ। ଫିଲ୍ମର ଶୁଟିଂ ଗୁଜୁରାଟ୍‌, ଶ୍ରୀନଗର, ଦିଲ୍ଲୀ ଓ ନେପାଳ ବର୍ଡର୍‌ରେ ହୋଇଛି। ଫିଲ୍ମ ପାଇଁ ଜନ୍‌ ନିର୍ମାତାଙ୍କ ପ୍ରଥମ ପସନ୍ଦ ନ ଥିଲେ। ପ୍ରଥମେ ଏହା ସୁଶାନ୍ତ ସିଂହ ରାଜପୁତ୍‌ଙ୍କୁ ଅଫର ହୋଇଥିଲା। କିନ୍ତୁ ସମୟ ନ ଥିବାରୁ ସେ ମନା କରିଦେଇଥିଲେ। ଫିଲ୍ମଟି ଏପ୍ରିଲ୍‌ ୧୨ରେ ବିଭିନ୍ନ ସିନେମା ଘରେ ରିଲିଜ୍‌ ହେବ। ତେବେ ଆଜି ସାଧାରଣତନ୍ତ୍ର ଦିବସରେ ଏହି ଭଳି ଦେଶଭକ୍ତିର ଟିଜର ରିଲିଜ୍‌ ହେବା ନିଶ୍ଚିତ ଭାବେ ଦର୍ଶକଙ୍କ ପାଇଁ ଏହା କେଉଁ ଉପହାରଠୁ କମ୍‌ ନୁହେଁ।

ଆସିଲା ସଲମାନ୍‌ଙ୍କ ଫିଲ୍ମ ‘ଭାରତ୍‌’ର ଟିଜର୍ ।

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) – ରିଲିଜ୍‌ ହୋଇଯାଇଛି ସଲମାନ୍‌ ଖାନ୍‌ଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଭାରତ’ର ଟିଜର୍। ସଲମାନ୍‌ ଖାନ୍‌ଙ୍କ ଫିଲ୍ମର ଅନେକ ଲମ୍ବା ସମୟରୁ ଅପେକ୍ଷା କରାଯାଉଛି। ଫିଲ୍ମରେ ସଲମାନ୍‌ ବିଭିନ୍ନ ଅନ୍ଦାଜ୍‌ରେ ନଜର ଆସିବେ। ରିଲିଜ୍‌ ହୋଇଥିବା ଟ୍ରେଲର୍‌ରେ ସଲମାନ୍‌ କେବେ ନୌ ସେନାରେ ତ କେବେ ପୁଣି କୋଇଲା ଖଣିରେ କାମ କରୁଥିବା ନଜର ଆସୁଛନ୍ତି। କେବଳ ଏତିକି ନୁହେଁ ସଲମାନ୍‌ ଫିଲ୍ମରେ ସର୍କସରେ ମଧ୍ୟ କାମ କରୁଛନ୍ତି। ‘ଭାରତ୍‌’ର ଟିଜର୍ ଦେଖିବା ପରେ ଲାଗୁଛି ଫିଲ୍ମଟି ପୂରା ପୂରି ଦବଙ୍ଗ ସଲମାନ୍‌ଙ୍କ ଷ୍ଟାଇଲ୍‌ରେ ହିଁ ହୋଇଛି। ଟିଜର୍‌ଟି ରିଲିଜ୍‌ ହେବାର ୨୪ ଘଣ୍ଟା ଭିତରେ ୨କୋଟିରୁ ଅଧିକ ଲୋକ ଦେଖିସାରିଲେଣି। ‘ଭାରତ୍‌’ରେ ସଲମାନ୍‌ଙ୍କ ଫେଭରାଇଟ୍‌ ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜଫର୍‌ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ସଲମାନଙ୍କ ଫେଭରେଟ୍‌ କୋଷ୍ଟାର୍‌ କ୍ୟାଟ୍ରିନା ମଧ୍ୟ ନଜର ଆସିବେ। ଫିଲ୍ମର ଟିଜର୍‌ର ଆରମ୍ଭ ଭାରତ ବିଭାଜନରୁ ଆରମ୍ଭ ହୋଇଛି। ଏହାପରେ ସଲମାନ୍‌ ଜଣେ ନ୍ୟାଭି ଅଫିସର୍‌ ଲୁକ୍‌ରେ ଏକ ଯାହାଡ଼ ଉପରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ଏହାପରେ ସଲମାନ ଏକ ବାଇକରେ ଷ୍ଟଣ୍ଟ କରୁଛନ୍ତି। ଶେଷରେ ସଲମାନ ଟିକେ ବୟସ୍କ ବ୍ୟକ୍ତିଙ୍କ ଲୁକ୍‌ରେ ବକ୍ସିଂ କରୁଥିବା ନଜର ଆସିଛନ୍ତି। ଫିଲ୍ମରେ ସଲମାନ ଜାତିଧର୍ମ ଭେଦଭାବକୁ କଟାକ୍ଷ କରି ଏକ ଡାଇଲଗ୍‌ କହୁଛନ୍ତି। ଏହି ଡାଇଲଗ୍‌କୁ ନେଇ ସବୁଠୁ ଅଧିକ ଚର୍ଚ୍ଚା। ଏହି ଡାଇଲଗ୍‌କୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ଡାଇଲଗ୍‌ଟି ହେଉଛି ‘ଇଶ୍ ଦେଶ୍ କେ ନାମ୍‌ ପର ମେରେ ବାଉଜୀନେ ମେରା ନାମ୍‌ ଭାରତ୍ ରଖା ହେ। ଇତନେ ବଡ଼େ ନାମ୍‌କେ ଆଗେ ଜାତି, ଧର୍ମ, ସରନେମ୍‌ ଲଗାକର, ମେ ନା ତୋ ଅପନା ଔର୍ ନା ହି ଇଶ୍‌ ଦେଶ୍‌କା ମାନ୍‌ କମ୍‌ କରନା ଚାହାତା ହୁଁ।’ ତେବେ ଡାଇଲଗ୍‌ରୁ ସଲମାନ୍‌ଙ୍କ ଫିଲ୍ମରେ ମଧ୍ୟ ଦେଶଭକ୍ତି ଦେଖିବାକୁ ମିଳିବ ବୋଲି ଅନୁମାନ୍‌ କରାଯାଉଛି। ସଲମାନଙ୍କ ‘ଭାରତ୍’ ୨୦୧୪ରେ ଆସିଥିବା ଦକ୍ଷିଣ କୋରିଅନ୍‌ ଫିଲ୍ମ ‘ଓଡ୍‌ ଟୁ ମାଇଁ ଫାଦର୍‌’ର ରିମେକ୍‌। ଏହା କୋରିଆ ଯୁଦ୍ଧ ସମୟରେ ଏକ ଛୋଟ ପିଲା ତା ପରିବାରର ସୁରକ୍ଷାର ଦାୟିତ୍ୱ ନେଇଥିବା ଦର୍ଶାଯାଇଛି। ଫିଲ୍ମଟି ସବୁଥର ଭଳି ଏଥର ମଧ୍ୟ  ଇଦ୍‌ରେ ହିଁ ରିଲିଜ୍‌ ହେବ।

ପରଦାକୁ ଆସିଲା ‘ତୁ ମୋ ସୁନା ଚଢ଼େଇ’ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପରଦାକୁ ଆସିଛି ନୂଆ ଓଡ଼ିଆ ଫିଲ୍ମ ‘ତୁ ମୋ ସୁନା ଚଢ଼େଇ’। ଶୁକ୍ରବାର ସମ୍ରାଟ ସିନେମା ହଲ୍‌ରେ ଏହି ଫିଲ୍ମର ପ୍ରିମିୟର ଶୋ’ ହୋଇଛି। ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ନାୟକ ଜ୍ୟୋତି ଓ ନବାଗତା ଲେସା। ଦିଲିପ ପଣ୍ଡା ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ପଣ୍ଡା।

ଅନ୍ୟମାନଙ୍କ ମଧ୍ୟରେ ରାଇମୋହନ ଓ ଯାତ୍ରା ଟାଇଗର ଦୈତାରୀ ପଣ୍ଡାଙ୍କୁ ଫିଲ୍ମରେ ଦେଖିବାକୁ ମିଳିବ। ଫିଲ୍ମରେ ରହିଛି ୬ଟି ମନଛୁଆଁ ଗୀତ। ଗୀତ ଗୁଡ଼ିକ ଅସୀମା ପଣ୍ଡା, ଅନନ୍ୟା ଓ ହ୍ୟୁମାନ ସାଗର ଗାଇଛନ୍ତି। ତେବେ ଫିଲ୍ମଟିର ଟାଇଟଲ ଗୀତ ଦର୍ଶକଙ୍କ ବେଶ ପସନ୍ଦ ଆସିଛି।

ସୂଚନାରୁ ପ୍ରକାଶ, ଏହି ଫିଲ୍ମର ଅଡିଓ ରିଲିଜ୍‌ ବେଳେ ହଙ୍ଗାମା ହୋଇଥିଲା। ଫିଲ୍ମର ହିରୋଇନ୍‌ଙ୍କୁ ନିର୍ଦ୍ଦେଶକ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଥିଲା। ବାଦ ବିବାଦ ପରେ ଶେଷରେ ଆଜି ଫିଲ୍ମ ରିଲିଜ୍‌ ହୋଇଛି। ଏହି ଫିଲ୍ମ ଦର୍ଶକଙ୍କ ମନ କଣିପାରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛନ୍ତି।

ପ୍ରଥମ ଦିନରେ ଏତିକି କୋଟିର ବିଜ୍‌ନେସ୍‌ କଲା ‘ମଣିକର୍ଣ୍ଣିକା’ ।

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) – କଙ୍ଗନା ରାନାୱତ୍‌ ଅଭିନୀତ ତଥା ନିର୍ଦ୍ଦେଶିତ ବହୁଚର୍ଚ୍ଚିତ ଫିଲ୍ମ ‘ମଣିକର୍ଣ୍ଣିକା: ଦ କୁଇନ୍‌ ଅଫ୍‌ ଝାନ୍‌ସି’ ସାଧାରଣତନ୍ତ୍ର ଦିବସର ଦିନକ ପୂର୍ବରୁ ଅର୍ଥାତ୍‌ ୨୫ ଜାନୁଆରୀରେ ରିଲିଜ୍‌ ହୋଇଛି।

ରିଲିଜ୍‌ ପୂର୍ବରୁ ଏହି ଫିଲ୍ମ୍‌ର ସ୍ପେଶାଲ୍‌ ସ୍କ୍ରିନିଂ ରଖାଯାଇଥିଲା। ଏହି ସମାରୋହରେ ରାଷ୍ଟ୍ରପତି ରାମନାଥ୍ କୋବିନ୍ଦ ଏବଂ ବରିଷ୍ଠ ବିଜେପି ନେତା ଲାଲ୍‌କୃଷ୍ଣ ଆଡଭାନୀ ଉପସ୍ଥିତ ଥିଲେ।

କର୍‌ନି ସେନାର ବିରୋଧ ଯୋଗୁ ଏହି ଫିଲ୍ମ ଚର୍ଚ୍ଚାରେ ଥିଲା ଏବଂ ଏହାର ରିଲିଜ୍‌କୁ ଦର୍ଶକ ଖୁବ୍ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ତେବେ ଆଶାନୁସାରେ ନ ହେଲେ ବି ଫିଲ୍ମ ପ୍ରଥମ ଦିନରେ ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରିଛି। ଫିଲ୍ମର କିଛି ସିନ୍‌ ଉପରେ କର୍‌ନି ସେନାର ଆପତ୍ତି, ଏହାକୁ ନେଇ ବିରୋଧ ଏବଂ କରନି ସେନାକୁ କଙ୍ଗନାଙ୍କ ପ୍ରତିଜବାବ ଯୋଗୁ ରିଲିଜ୍‌ ପୂର୍ବରୁ ହିଁ ‘ମଣିକର୍ଣ୍ଣକା’କୁ  ଖୁବ୍‌ ପବ୍ଲିସିଟି ମିଳିସାରିଥିଲା। ତେଣୁ ସମସ୍ତଙ୍କ ନଜର ଏହାର ପ୍ରଥମ ଦିନର କଲେକ୍ସନ୍ ଉପରେ ଥିଲା। ‘ମଣିକର୍ଣ୍ଣିକା’କୁ ଦେଶର ୩ ହଜାର ସ୍କ୍ରିନ୍‌ରେ ଏକକାଳୀନ ରିଲିଜ୍‌ କରାଯାଇଛି। ଏହା ବ୍ୟତୀତ ଏହି ଫିଲ୍ମ ବିଦେଶରେ ମଧ୍ୟ ୭୦୦ ସ୍କ୍ରିନ୍‌ରେ ଲଞ୍ଚ୍‌ ହୋଇଛି। ପ୍ରାୟ ୧୨୫ କୋଟି ବଜେଟ୍‌ର ଏହି ଫିଲ୍ମ ରିଲିଜ୍‌ର ପ୍ରଥମ ଦିନ ୧୩ରୁ ୧୫ କୋଟି ଟଙ୍କା ଆୟ କରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଫିଲ୍ମଟି ପ୍ରଥମ ଦିନରେ ପାଖାପାଖି ୯ କୋଟି ଟଙ୍କାର ବିଜ୍‌ନେସ କରିଛି। ଆଶା କାରାଯାଉଛି ଯେ ଗଣତନ୍ତ୍ର ଦିବସର ଛୁଟିରେ ଫିଲ୍ମଟି ଭଲ ଆୟ କରିବ। ତେବେ ଫିଲ୍ମରେ କଙ୍ଗନାଙ୍କ ଅଭିନୟକୁ ଲୋକେ ତାରିଫ୍‌ କରିଛନ୍ତି। କିନ୍ତୁ କାହାଣୀକୁ ନେଇ ରିଆକ୍ସନ୍‌ ମିଶ୍ର ରହିଛି। କଙ୍ଗନାଙ୍କ ଅଭିନୟକୁ ଦେଖି କିଛି ପ୍ରଶଂସକ ତାଙ୍କୁ ତୃତୀୟ ଥର ପାଇଁ ଜତୀୟ ସମ୍ମାନ ଦେବାକୁ ଯୁକ୍ତି ବାଢ଼ିଛନ୍ତି। ଏହା ପୂର୍ବରୁ ଫିଲ୍ମ ‘କୁଇନ୍’ ଓ ‘ତନୁ ୱେଡ୍ସ ମନୁ ରିଟର୍ନ୍ସ’ ପାଇଁ କଙ୍ଗନାଙ୍କୁ ଜାତୀୟ ପୁରସ୍କାର ମିଳି ସାରିଛି।

ଗଣତନ୍ତ୍ର ଦିବସରେ ଦେଶର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଗଣତନ୍ତ୍ର ଦିବସ ଅବସରରେ ସନ୍ଧ୍ୟାରେ ଦେଶର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି। ହିମାଚଳ ପ୍ରଦେଶରେ  କଲ୍କୁ, ମହାରାଷ୍ଟ୍ରରେ କଲ୍ୟାଣ ଏବଂ ପୁଣେ ଏବଂ କେରଳରେ ନିଆଁ ଲାଗିଛି। ତେବେ ଏହି ଘଟଣାରେ କୌଣସି ମୃତାହତ ହୋଇ ନଥିବା ଖବର ଆସି ନାହିଁ। ହିମାଚଳପ୍ରଦେଶରେ କଲ୍କୁ ଜିଲ୍ଲାରେ ବହଙ୍ଗରେ ଶନିବାର ସନ୍ଧ୍ୟାରେ ନିଆଁ ଲାଗିଥିଲା। ଏହି ଅଗ୍ନିକାଣ୍ଡରେ ୩ଟି ସେଡ୍‌ ଜଳିଯାଇଛି। ସେହିପରି ମହାରାଷ୍ଟ୍ରରେ କଳ୍ୟାଣ ତିଲକ ଚୌକ ଇଲାକାରେ ଏକ ୬ ତାଲା ବିଶିଷ୍ଟ କୋଠାରେ ନିଆଁ ଲାଗିଥିଲା। ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ସେହିପରି କେରଳରେ ଏକ ସ୍ଥାନରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଥିଲା।

ନିର୍ବାଚନୀ ଥୋପ ! ମହିଳାଙ୍କୁ ମିଳିବ ପୁଷ୍ପ-କୁମ୍‌କୁମ୍‌ ସ୍କିମ ।

ଏଥର ସମ୍ଭାଳ ବ୍ୟୁରୋ (ଅମରାବତୀ) – ମହିଳାଙ୍କୁ  ମିଳିବ ୧୦ ହଜାର ଟଙ୍କା ଓ ସ୍ମାର୍ଟ ଫୋନ୍‌। ଓଡ଼ିଶା ସରକାର ଭଳି ଆନ୍ଧ୍ରପ୍ରଦେଶ ସରକାର ନିର୍ବାଚନକୁ ଆଖି ଆଗରେ ରଖି କିଛି ଏମିତି ଲୋଭନୀୟ ଯୋଜନା ଘୋଷଣା କରିଛନ୍ତି। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟଡୁ ସ୍ୱଂୟ ସହାୟକ ଗୋଷ୍ଠୀର ମହିଳାମାନଙ୍କ ପାଇଁ ୧୦ ହଜାର ଟଙ୍କା ଏବଂ ସ୍ମାର୍ଟଫୋନ ଦେବାକୁ ଘୋଷଣା କରିଛନ୍ତି। ମହିଳା ଏବଂ ଶିଶୁ ବିକାଶ ଯୋଜନା କାର୍ଯ୍ୟକ୍ରମ ଅଧୀନରେ ମହିଳାମାନଙ୍କୁ ଏହି ଅର୍ଥରାଶି ପ୍ରଦାନ କରାଯିବ।

ଏହି ସ୍କିମର ନାଁ ରହିଛି ପୁଷ୍ପ-କୁମ୍‌କୁମ୍‌। ଅମରାବତୀର ଏକ ସରକାରୀ ସଭାରେ ଏହି ସ୍କିମର ଘୋଷଣା କରିଛନ୍ତି ଚନ୍ଦ୍ରବାବୁ ନାଇଡୁ। ତେବେ ଏହି ଟଙ୍କା ଚେକ୍‌ ଆକାରରେ ୩ଟି ଇନଷ୍ଟଲମେଣ୍ଟରେ ପ୍ରଦାନ କରାଯିବ। ପ୍ରଥମ କିସ୍ତିରେ ସମସ୍ତ ଚେକ୍‌ ଫେବୃଆରୀ ପ୍ରଥମ ସପ୍ତାହରେ ଦିଆଯିବ । ସ୍କିମ ଅନୁସାରେ ମହିଳାଙ୍କୁ ତିନିଟି କିସ୍ତିରେ ୨୫୦୦ ଟଙ୍କା ପ୍ରଦାନ କରାଯିବ ।

ଯାହା ଫେବୃଆରୀରେ ଉଠାଯାଇପାରିବ। ସେହିପରି ୩୦୦୦ ଟଙ୍କା ଫେବୃଆରୀ ଶେଷ ଏବଂ ଅପ୍ରେଲରେ ୪୦୦୦ ଟଙ୍କା ପ୍ରଦାନ କରାଯିବ। ଏହି ଯୋଜନାରେ ୯୩ ଲକ୍ଷ ମହିଳା ଉପକୃତ ହେବେ ବୋଲି ଜଣାପଡ଼ିଛି। ଏଥିପାଇଁ ସରକାରଙ୍କ ତହବିଲରୁ ୯,୪୦୦ କୋଟି ଟଙ୍କାର ବୋଝ ପଡ଼ିବ। ତେବେ ଏହି ଯୋଜନାକୁ ବିରୋଧୀ ୱାଇଏସ୍‌ଆରସିପିର ମୁଖ୍ୟ ଜଗମୋହନ ରେଡ୍ଡୀ ସମାଲୋଚନା କରିଛନ୍ତି। କହିଛନ୍ତି ସରକାରଙ୍କର ଏହା ହେଉଛି ଭୋଟ୍‌ ପାଇଁ ନୋଟ୍‌ ଯୋଜନା।

ସାଧାରଣତନ୍ତ୍ର ଦିବସରେ ସହିଦ ହେଲେ ଓଡ଼ିଆ ଯବାନ ।

ଏଥର ସମ୍ଭାଳ ବ୍ୟୁରୋ (ଖୋର୍ଦ୍ଧା) – ଗତକାଲି ସାଧାରଣତନ୍ତ୍ର ଦିବସରେ ଜଣେ ଓଡ଼ିଆ ଯବାନଙ୍କ ପରଲୋକ ହୋଇଛି। ତାଙ୍କ ନାଁ ହେମନ୍ତ ପଣ୍ଡା। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଅଠରାଙ୍ଗ ଗାଁରେ। ହେମନ୍ତ ଜମ୍ମୁ କଶ୍ମୀରରେ ବାରମୁଲାରେ ମୁତୟନ ହୋଇଥିଲେ। ସେ ଗୁଳିମାଡ଼ରେ ଆହତ ହୋଇ ଚିକିତ୍ସାଧୀନ ଥିଲେ। ତେବେ ଆତଙ୍କବାଦୀଙ୍କ ଗୁଳିରେ ସେ ଆହତ ହୋଇଥିଲେ ନା ଆଉ କିଛି କାରଣ ଯୋଗୁ ତାଙ୍କ ଦେହରେ ଗୁଳିମାଡ଼ ହୋଇଥିଲା, ତାହା ସ୍ପଷ୍ଟ ହୋଇନାହିଁ। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏନେଇ ସ୍ପଷ୍ଟ ସୂଚନା ମିଳି ପାରି ନାହିଁ। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ଆଜିର ରାଶିଫଳ ୨୭.୦୧.୨୦୧୯ ରବିବାର ।

ମେଷ: ଆର୍ଥିକ ସ୍ଥିତି ଭଲ ରହିବ। ଶରୀର ଫୂର୍ତ୍ତି ରହିବ। ବନ୍ଧୁଙ୍କଠାରୁ ଉପହାର ପାଇ‍ବେ।

ବୃଷ: ମିଠା କଥା କହି ଲୋକଙ୍କ ମନ ଜିତିବେ। ଶୁଭ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ସାହିତ୍ୟ କ୍ଷେତ୍ରରେ ରୁଚି ବଢ଼ିବ।

ମିଥୁନ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ପାଣି ଠାରୁ ଦୂରେଇ ରୁହନ୍ତୁ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ।

କର୍କଟ: ଘରେ ହସଖୁସିର ବାତାବରଣ ରହିବ। ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି। ମନ ଖୁସି ରହିବ।

ସିଂହ: ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।

କନ୍ୟା: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ନୂତନ ବସ୍ତ୍ର କିଣିପାରନ୍ତି। ଘରକୁ ଅତିଥି ଆସିପାରନ୍ତି।

ତୁଳା: ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ଯାନବାହନ କିଣିପାରନ୍ତି। ଅନୈତିକ କାର୍ଯ୍ୟ ଠାରୁ ଦୂରେଇ ରୁହନ୍ତୁ।

ବିଚ୍ଛା: ନୂତନ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବିବାହ ସ୍ଥିର ହୋଇପାରେ।

ଧନୁ: ବିଦେଶରୁ ଖୁସି ଖବର ଶୁଣି ପାରନ୍ତି। ବ୍ୟବସାୟରେ ଆଶାମୁତାବକ ଲାଭ ମିଳିବ। ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ।

ମକର: ଶରୀର ସୁସ୍ଥ ରହିବ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଉନ୍ନତି କରିବେ। ଅଳସୁଆ ଅନୁଭବ କରିବେ।

କୁମ୍ଭ: ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ଦୁର୍ଘଟଣା ଯୋଗ ରହିଛି। ସତର୍କ ରୁହନ୍ତୁ।

ମୀନ: ମାନ-ସମ୍ମାନ ମିଳିବ। ମାଲି ମକଦ୍ଦମାରେ ବିଜୟୀ ହେବେ। ଈଶ୍ୱରଙ୍କୁ ଆରାଧନା କରନ୍ତୁ।

ବରୀ ର ବିଭିନ୍ନ ସ୍ଥାନରେ ସଧାରଣତନ୍ତ୍ର ଦିବସ ପାଳିତ ।

!!! ବରୀ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ !!!

ବରୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ , ଆମ୍ର କାନନ ନୋଡାଲ ବିଦ୍ୟାଳୟ ଓ ଚନ୍ଦନପୁର  ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।

ବ୍ଲକ ଅଧକ୍ଷା ସୁନନ୍ଦା ଦାସ , ବିଡ଼ିଓ  ପ୍ରଭାସ ବେଉରା ଓ ରମେଶ ଚନ୍ଦ୍ର ଭଞ୍ଜ ଙ୍କ ଉପସ୍ଥିତି ରେ ବ୍ଲକ କାର୍ଯ୍ୟାଳୟ ଠାରେ ପତାକା ଉତ୍ତୋଳନ ହୋଇଥିବା ବେଳେ ଚନ୍ଦନ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ବିମଳା ବିଶ୍ବା ଙ୍କ ଉପସ୍ଥିତି ରେ ଶିକ୍ଷକ ମକର ଧ୍ୱଜ ସାହୁ ଏବଂ ଆମ୍ର କାନନ ନୋଡାଲ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସଂଘମିତ୍ରା ସାମଲ ପତାକା ଉତ୍ତୋଳନ କରିଥିଲେ ।

ସ୍କୁଲ ଛାତ୍ର ଛାତ୍ରୀ ମାନେ ପେରେଡ୍ ଯୋଗେ ମନୋରଞ୍ଜନ କରିଥିବା ବେଳେ ସମସ୍ତେ ଏକ ସ୍ୱର ରେ ଜାତୀୟ ସଂଗୀତ ଗାନ କରିଥିଲେ ।

ପରିଶେଷ ରେ ସମସ୍ତ ଙ୍କୁ ମିଷ୍ଟାନ ବଣ୍ଟା ଯାଇଥିଲା ।

ଶବ୍ଦ ପ୍ରଦୂଷଣ କୁ ବିରୋଧ କରିବା ରୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ବଦଳି !

ରାୟଗଡ଼ା ଜିଲ୍ଲା ମୁଖ୍ୟ ପେଣ୍ଠ ସ୍ଥଳି ରେ ଅବସ୍ଥିତ ଜିଲ୍ଲା ହାଇସ୍କୁଲ ତଥା ଜି ସି ଡ଼ି ହାଇସ୍କୁଲ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ବଦଳି ଘଟଣା ଅବିଭାବକ ମହଲ ରେ ଚର୍ଚ୍ଚା ର ବିଷୟ ପାଲଟିଛି ।

ଗତ ତା ୨୪.୦୧.୨୦୧୯ ରିଖ ଦିନ ଜିସିଡ଼ି ହାଇସ୍କୁଲ ପଡିଆ ଠାରେ ସରକାରୀ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା ।

ଏହି ନିଯୁକ୍ତି ମେଳା ରେ ବ୍ୟବହାର କରାଯାଇଥିବା ଡାକବାଜି ଯନ୍ତ୍ର ର ଶବ୍ଦ ପ୍ରଦୂଷଣ ଛାତ୍ର ଛାତ୍ରୀ ଙ୍କ ଅଧ୍ୟୟନ ରେ ବାଧା ସୃଷ୍ଟି କରୁଥିବା ନେଇ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଏସ୍ ଆଶାଲତା ପରିଚାଳନା କତ୍ତୃପକ୍ଷ ଙ୍କୁ ଅଭିଯୋଗ କରିଥିଲେ ।

ଆଗକୁ ଦଶମ ଶ୍ରେଣୀ ବିଦ୍ୟାର୍ଥୀ ଙ୍କ ବୋର୍ଡ଼ ପରୀକ୍ଷା ରହିଥିବାରୁ ବିଦ୍ୟାଳୟ ରେ ରିତିମତ ଶିକ୍ଷାଦାନ ଚାଲିଥିବା ବେଳେ ଏଭଳି ଶବ୍ଦ ପ୍ରଦୂଷଣ ର ବିରୋଧ ଅତ୍ୟାବଶ୍ୟକ ଥିଲାବୋଲି ସାଧାରଣ ଇ ମତ ପ୍ରକାଶ ପାଇଛି ।

ସହର ର ମଧ୍ୟ ସ୍ଥଳି ରେ ରହିଥିବା ଏହି ଜିସିଡି ହାଇସ୍କୁଲ ଖେଳ ପଡିଆ ରେ ସ୍ଥାନୀୟ ଅଞ୍ଚଳର ସମସ୍ତ ଉତ୍ସବ ମହୋତ୍ସବ ଅନୁଷ୍ଠିତ ହୋଇଥାଏ ।

ବିଦ୍ୟାଳୟ ର ପ୍ରାଚେରୀ କୁ ଲାଗି ସମ୍ମୁଖ ରେ ସ୍କୁଲ ପଡିଆ ଟି ରହିଥିବାରୁ ଏଠାରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମ ଗୁଡିକ ରେ ବ୍ୟବହାର କରାଯାଉଥିବା ଡ଼ାକବାଜି ଯନ୍ତ୍ର ବିଦ୍ୟାଳୟ ର ଶିକ୍ଷାଦାନ ରେ କୁପ୍ରଭାଵ ପକାଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିଲେ ମଧ୍ୟ ଏଥିପ୍ରତି କାହାରି ନଜିର ରାହୁନଥିବା ପରିତାପର ବିଷୟ ।

ବିଦ୍ୟାର୍ଥୀ ଓ ବିଦ୍ୟାଳୟ କୁ ନିଜର କରି ଦୀର୍ଘ ଦିନ ଧରି କାର୍ଯ୍ୟରତ ଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ହଟାତ ବଦଳି କରାଯାଇଥିବା ଘଟଣା କୁ ରାୟଗଡା ବାସୀ ସହଜ ରେ ଗ୍ରହଣ କରିପାରିନାହାନ୍ତି ।

୨୪ ତାରିଖ ଦିନ ଜିଲ୍ଲା ପ୍ରଶାସନ ଦ୍ୱାରା କରାଯାଇଥିବା ନିଯୁକ୍ତି ମେଳା ର ଶବ୍ଦ ପ୍ରଦୂସଣ କୁ ବିରୋଧ କରିବାରୁ ପର ଦିନ ଅର୍ଥାତ ୨୪ ତାରିଖ ଦିନ ହଟାତ ଜିସିଡି ହାଇସ୍କୁଲ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପଦ ରୁ ହଟେଇ ଦେଇ ଆର ଏସ୍ ଇ ଡବ୍ଲୁ ସି ନୂତନ ସରକାରୀ ହାଇସ୍କୁଲ ର ସହକାରି ଶିକ୍ଷକ ଭାବେ ବଦଳି କରାଯାଇଛି ।

ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଚିଠି ନମ୍ବର ୫୧୫/୨୪/୦୧/୨୦୧୯ ବଦଳି ଆଦେଶ ରେ Ground Of Administrative Exigency ଅର୍ଥାତ ପ୍ରଶାସନିକ ଅତ୍ୟାବଶ୍ୟକତା କାରଣ ଦର୍ଶାଯାଇ ବଦଳି କରାଯାଇଛି ।

ଏହାକୁ ନେଇ ସାଧାରଣ ରେ ଅନେକ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।

ପ୍ରଶାସନ ର ଏମିତି କଣ ଅତ୍ୟାବଶ୍ୟକତା ରହିଥିଲା ଯେ ହଟାତ ଏସ୍ ଆଶାଲତା ଙ୍କୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପଦ ରୁ ହଟାଇ ଦିଆଯାଇ ସହକାରୀ ଶିକ୍ଷୟତ୍ରୀ ଭାବେ ଅବସ୍ଥାପିତ କରାଗଲା ।

କେବଳ ଜିଲ୍ଲା ପ୍ରଶାସନ ଦ୍ୱାରା ଘଟିଥିବା ତ୍ରୁଟି କୁ ବିରୋଧ କରିବା ଘଟଣା ପ୍ରଶାସନ ର ଆତ୍ୟବଶ୍ୟକତା କାରଣ ହୋଇପାରେ କି ?

ଏଥିରୁ ପରବର୍ତ୍ତୀ ପିଢ଼ି ଙ୍କୁ ସଚେତନ କରାଯାଉନି କି ; ପ୍ରଶାସନ ର ତ୍ରୁଟି ବିଚ୍ୟୁତ କାର୍ଯ୍ୟରେ ବିରୋଧୀ ଆଚରଣ କରି ଅଙ୍ଗୁଳି ନିର୍ଦ୍ଦେଶ କଲେ ଏଭଳି ଦଶା ଭୋଗିବାକୁ ହେବ ।

ପ୍ରଦୂଷଣ ବିରୋଧ କରିବା ସଙ୍ଗେ ସଙ୍ଗେ ଜିଲ୍ଲା ଶିକ୍ଷା ଅଧିକାରୀ କାହା ଇଙ୍ଗିତ ରେ ଏଭଳି ବଦଳି ଆଦେଶ କରିଛନ୍ତି ଏବଂ ବିଦ୍ୟାର୍ଥୀ ଙ୍କ ଶିକ୍ଷା ଗ୍ରହଣ ରେ ବ୍ୟାଘାତ ସୃଷ୍ଟି କରୁଥିବା କାର୍ଯ୍ୟ କୁ ଶିକ୍ଷକ ଭାବେ ବିରୋଧ କରିବା ଏକ ଜଘନ୍ୟ ପ୍ରଶାସନିକ ଅପରାଧ କି ବୋଲି ବିଦ୍ଧିଜିବି ଓ ଅବିଭାଵକ ମହଲ ରେ ବିରାଟ ପ୍ରଶ୍ନ ଠିଆ କରିଛି ।

…. ଏଥର ସମ୍ଭାଳ