ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ ହଟାଇବାର ନିଷ୍ପତ୍ତି ରଦ୍ଦ ; ମୋଦି ସରକାରଙ୍କୁ ଝଟକା ଦେଲେ ସୁପ୍ରିମକୋର୍ଟ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – କେନ୍ଦ୍ର ସରକାରଙ୍କୁ ଝଟକା ଦେଲେ ସୁପ୍ରିମକୋର୍ଟ । ଦେଶର ଚାଲିଥିବା ସିବିଆଇକୁ ନେଇ ଅନେକ ସମୟ ଧରି ବିବାଦ ଚାଲିଥିଲା । ଆଉ ଏନେି ଆଜି ଶୁଣାଶିକରିଛନ୍ତି ସୁପ୍ରିେକୋର୍ଟ । ସିଭିସି ନିଷ୍ପତିକୁ ପ୍ରତ୍ୟାଖାନ କରିଛନ୍ତି ସୁପ୍ରିମକୋର୍ଟ । ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ନିଷ୍ପତିକୁ ରଦ୍ଦ କଲେ ସୁପ୍ରିମକୋର୍ଟ । ଏହି ନିଷ୍ପତିରୁ ସ୍ପଷ୍ଟ ହୋଇଯାଇଛି ଆଲୋକ ବର୍ମା ହିଁ ସିବିଆଇ ମୁଖ୍ୟ ରହିବେ । ସିବିଆଇ ନିର୍ଦ୍ଦେଶକ ଆଲୋକବର୍ମାଙ୍କ ମାମଲାରେ ସୁପ୍ରିମ୍ କୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ଚାଲେଞ୍ଜ୍ କରି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହାର ଶୁଣାଣି କରି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ପୁଣି ଥରେ ନିର୍ଦ୍ଦେଶକ ଭାବେ ପୂନଃଅବସ୍ଥାପିତ କରିବାକୁ ସୁପ୍ରିମକୋର୍ଟ ଆଜି ରାୟ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟ କେନ୍ଦ୍ର ସରକାରଙ୍କୁ ବଡ଼ ଝଟକା ହୋଇଛି । ନିଷ୍ପତ୍ତି ଶୁଣାଇ କୋର୍ଟ କହିଛନ୍ତି, ନିୟମ ଅନୁସାରେ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବାର କୌଣସି ଅଧିକାର କେନ୍ଦ୍ର ସରକାରଙ୍କ ପାଖରେ ନାହିଁ । କେବଳ ଉଚ୍ଚସ୍ତରୀୟ କମିଟି ପାଖରେ ଏହି ଅଧିକାର ରହିଛି । ଉଚ୍ଚସ୍ତରୀୟ କମିଟିରେ ରହିବେ ପ୍ରଧାନମନ୍ତ୍ରୀ, ସିଜେଆଇ ଲୋକସଭା ବିରୋଧୀ ଦଳ ନେତା । ସୁପ୍ରିମକୋର୍ଟ କହିଛନ୍ତି ଉଚ୍ଚସ୍ତରୀୟ କମିଟି ହାତରେ ଅଛି ମାତ୍ର ଏକ ସପ୍ତାହ । ସେହି ସମୟ ଭିତରେ ହିଁ ନିଷ୍ପତ୍ତି ନେବା ଦରକାର । ତେବେ ଇତି ମଧ୍ୟରେ କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ ଆଲୋକ ବର୍ମା । ସୂଚନାଯୋଗ୍ୟ ଯେ ସିବିଆଇ ନିର୍ଦ୍ଦେଶକ ଭାବେ ଦୁଇବର୍ଷ କାର୍ଯ୍ୟ କରିବା ନେଇ ନିୟମ ଥିବା ସତ୍ତ୍ୱେ ସରକାର ସିବିଆଇ ନିର୍ଦ୍ଦେଶକ ଆଲୋକବର୍ମାଙ୍କୁ ଛୁଟିରେ ପଠାଇ ଦେଇଥିଲେ । ସେହିପରି ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ମଧ୍ୟ ସରକାର ଛୁଟିର ପଠାଇ ଦେଇଥିଲେ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ସୁପ୍ରିମ କୋର୍ଟର ଆଶ୍ରୟ ନେଇଥିଲେ । ଏ ନେଇ ଗତ ଡିସେମ୍ବର ୬ ତାରିଖରେ ଶୁଣାଣି ହୋଇଥିଲେ ମଧ୍ୟ ଏହାର ରାୟ ପ୍ରକାଶ ପାଇ ନଥିଲା । ଅନ୍ୟପକ୍ଷରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ପରସ୍ପରଙ୍କ ବିରୋଧରେ ସଙ୍ଗିନ୍ ଲାଞ୍ଚ ଅଭିଯୋଗ ଆଣିଥିବାରୁ ତଦନ୍ତ ଲାଗି ଉଭୟଙ୍କୁ ଛୁଟିରେ ପଠାଯିବା ଜରୁରୀ ଥିଲା ବୋଲି ସରକାର ଦର୍ଶାଇଥିଲେ ।

ମହାରଥୀ ପଦ ଛାଡିଲେ ଚାପ ରେ ନା ତାପରେ ?

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – କିଏ କହେ ମହାରଥୀ ନବୀନଙ୍କ ଚାପରେ ପଦ ଛାଡିଲେ । ଆଉ କିଏ କହେତ ଘଟଣାକୁ  ନେଇ ମହିଳା ସଂଗଠନରେ ଯେଉଁ ତାପ ସୃଷ୍ଟି ହୋଇଛି ଏହାକୁ ରୋକିବାରେ ମହାରଥୀଙ୍କ ପଦଗଲା। ମନେପଡେ ମହାରଥୀ ଙ୍କ ସେହି ଡାଇଲକ  ନପାହୁ ରାତି ନମରୁ ପତି …. ଏବେ କହିବେକି ଏହିରାତି ହେଲା ମୋ ଲାଗି ଶେଷ ରାତି ? ମୁଁ ନବୀନ ବାବୁଙ୍କ ଗେଲ୍ହା ପୁଅ । ଅବୁଝା ପୁଅମାନେ କାଳେ କଥା ଶୁଣନ୍ତିନି । ଏଣୁ ସବୁ କଥାରେ ଗେଲ୍ହା ପୁଅମାନେ ବଳୀ ପଡନ୍ତି । ରାଜ୍ୟ ରେ ଆଇନ ଶୃଙ୍ଖଳା ବିପର୍ଜିସ୍ତ ହୋଇ ପଡିଛି …;ଏଣୁ ସମ୍ପୃକ୍ତ ଦାଇତ୍ଵରେ ଥିବା ମୁଖିଆ ଇସ୍ତଫା ଦିଅନ୍ତୁ କହି ଯେଉଁ ନାରାବାଜି ଉଠୁଛି ଏହାକୁ ରୋକିବାକୁ ଗେଲ୍ହା ପୁଅ ବଳୀ ପଡିଲେକି ଆଉ ? ଚର୍ଚା ହୁଏ ନିଜ ଆଡୁ ଇସ୍ତଫା ଦେବା କଥାକୁ ଗଲେ ଏହା ଏକ ହାସ୍ୟାସ୍ପଦ କଥା ନୁହେଁ କି ? ଏମିତି ଯଦି କହିବାର  ଥିଲା ତେବେ ଘଟଣାକୁ ନେଇ କଥାଟା ଏତେ ଦୂରକୁ ଯିବା ଆଗରୁ ଇସ୍ତଫା ଦେଲେଣି କିଆଁ ? କେନ୍ଦ୍ର ମୁଖିଆ ଆସି ଗର୍ଜିବା ପରେ ଏମନ୍ତ ପଦକ୍ଷେପ କିଆଁ ?

ସେଯାହା ହେଉନା କାହିଁକି , ଏବେ ଟିକିଏ ଆଡେଇ ଦେଖିବା ନବୀନ ବାବୁଙ୍କ ମନ୍ତ୍ରୀ ମଣ୍ଡଳ ଆଡକୁ । ମନ୍ତ୍ରୀ ମଣ୍ଡଳର କୃଷି ବିଭାଗ ଏକ ଅଭିସପ୍ତ  ? ବିଭାଗରେ କୌଣସି ବ୍ୟକ୍ତି ସେମାନଙ୍କ ମନ୍ତ୍ରୀତ୍ଵ ର କାର୍ଯ୍ୟ କାଳ ସଂପୂର୍ଣ୍ଣ ରୂପେ ପୂରଣ କରିପାରି ନାହାନ୍ତି । ସଭିଙ୍କ ପଛରେ ଉଠିଛି କୌଣସି ନା କୌଣସି ଏକ ବିବାଦର କାହାଣୀ । ଏହାକୁ ବ୍ୟାଖ୍ୟା କରି ବୁଝିବା ଲୋକ ଠିକ ଜାଣିଥିଲେ ନିଶ୍ଚିତ ଭାବେ ନିର୍ବାଚନୀ ପୂର୍ବରୁ ମହାରଥୀଙ୍କୁ ହରାଇବାକୁ ପଡିବ ମନ୍ତ୍ରୀ ପଦ । ଯଦି ଏହି ବିଭାଗ ନବୀନ ସରକାରରେ ଏକ ଅଭିଶପ୍ତ ବିଭାଗ  ଧରିନେବା,  ତେବେ ବର୍ତ୍ତମାନ ଦାଇତ୍ଵ ବହନ କରିଥିବା ମନ୍ତ୍ରୀ ……

ଆରମ୍ଭ ହେଲା ମକ ଭୋଟିଂ , ଇଭିଏମ ଓ ଭିଭିପାଟର ବ୍ୟବହାର ନେଇ ଭୋଟର ସଚେତନତା ଅଭିଯାନର ଶୁଭାରମ୍ଭ

ଏଥର ସମ୍ଭାଳ ବ୍ୟୁରୋ (ପଦ୍ମପୁର) – ଆଉ ମାସ କେଇଟା ପରେ ପୂରା ଦେଶରେ ହେବ ସାଧାରଣ ନିର୍ବାଚନ । ଏଥିପାଇଁ ରାଜ୍ୟ ମୁଖ୍ୟ ନିବାର୍ଚନୀ ଅଧିକାରୀ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଖାସକରି ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ଭିଭିପାଟର ବ୍ୟବହାର କରାଯିବ । ପୂର୍ବରୁ ଭୋଟର ମାନେ କେବଳ ଇଭିଏମରେ ଭୋଟ ଦେଇଥିବା ବେଳେ ଚଳିତ ଥର ନିର୍ବାଚନରେ ଉଭୟ ଇଭିଏମ ଓ ଭିଭିପାଟର ବ୍ୟବହାର ଦେଖିବାକୁ ମିଳିବ । ତେଣୁ ଇସିଙ୍କ ପକ୍ଷରୁ ଇଭିଏମ ଓ ଭିଭିପାଟର ବ୍ୟବହାର ନେଇ ଭୋଟରଙ୍କୁ ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାରେ ଇଭିଏମ ଓ ଭିଭିପାଟର ବ୍ୟବହାର ସର୍ମ୍ପକରେ ଭୋଟର ମାନଙ୍କୁ ସଚେତନ କରିବାକୁ ଅଭିଯାନ ଆରମ୍ଭ  କରାଯାଇଛି । ଯେହେତୁ ଚଳିତ ନିର୍ବାଚନରେ ଭିଭିପାଟକୁ ଅଧିକ ଗୁରୁତ୍ୱ ଦିଆଯାଉଛି ତେଣୁ ସେ ସର୍ମ୍ପକରେ ଭୋଟର ମାନଙ୍କୁ ଆଗୁଆ ସଚେତନ କରୁଛି ନିର୍ବାଚନ ଆୟୋଗ । ଭିଭିପାଟର ବ୍ୟବହାର ଦ୍ୱାରା ଇଭିଏମ ଟ୍ୟାମ୍ପରି ନେଇ ଯେଉଁ ଅଭିଯୋଗ ଆସୁଥିଲା ସେଥିରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡିବ ।କାରଣ ଭିଭିପାଟ ଜ୍ଞାନକୌଶଳର ବ୍ୟବହାର ଦ୍ୱାରା ଭୋଟର ଜାଣିପାରିବେ ସେ କାହାକୁ ଭୋଟ ଦେଇଛନ୍ତି । ଭୋଟ ଦେବାର ୭ ସେକେଣ୍ଡ ପର୍ଯ୍ୟନ୍ତ ଭିଭିପାଟ ମେସିନର ସ୍କ୍ରିନରେ ଭୋଟର ଦେଖିପାରିବେ ସେ କାହାକୁ ଭୋଟ ଦେଇଛନ୍ତି । ଏପରିକି ଭୋଟ ଦେଇ ସାରିବା ପରେ ଏକ ସ୍ଲିପ ବାହାରିବ ଯେଉଁଥିରେ ଭୋଟର କାହାକୁ ଭୋଟ ଦେଇଛନ୍ତି ତାହା ସ୍ପଷ୍ଟ ଉଲ୍ଲେଖ ରହିବ । ଯାହାକୁ ଭୋଟ ଗଣତି ସମୟରେ ମଧ୍ୟ ବ୍ୟବହାର କରାଯାଇପାରିବ । ଫେବୃୟାରୀ ୧୦ ତାରିଖ ପର୍ଯ୍ୟନ୍ତ ଏହି ସଚେତନତା ରଥ ପ୍ରତ୍ୟେକ ଗାଁ ବୁଲିବ । ପ୍ରତ୍ୟେକ ଗାଡି ପାଇଁ ୨ ଜଣ ପ୍ରଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ଯେଉଁମାନେ ପ୍ରତ୍ୟେକ ଗାଁରେ ୧୦୦ରୁ ୧୨୦ଟି ଭୋଟିଂ କରି ପୂରା ଭୋଟଗ୍ରହଣର ଡେମୋ ଦେଖାଇବେ । ଏହି କ୍ରମରେ ଆଜି ଉପଜିଲ୍ଲାପାଳ ଶ୍ରୀ ଦୌଳତ ଚନ୍ଦ୍ରକାର ପଦ୍ମପୁର ଉପଖଣ୍ଡର ବିଭିନ୍ନ ଅଂଚଳ ପରିଦର୍ଶନ କରି ତଦାରଖ କରିଥିଲେ। 

ଭୋଟ ଦେବାର ୭ ସେକେଣ୍ଡ ପର୍ଯ୍ୟନ୍ତ ଭୋଟର ଦେଖିପାରିବେ କାହାକୁ ଦେଲେ ଭୋଟ? ଇଭିଏମ ଓ ଭିଭିପାଟ ସର୍ମ୍ପକରେ ଭୋଟରଙ୍କୁ ସଚେତନ କରିବାକୁ ବୁଲିଲା ସଚେତନତା ରଥ

ଆଉ ମାସ କେଇଟା ପରେ ପୂରା ଦେଶରେ ହେବ ସାଧାରଣ ନିର୍ବାଚନ । ଏଥିପାଇଁ ରାଜ୍ୟ ମୁଖ୍ୟ ନିବାର୍ଚନୀ ଅଧିକାରୀ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଖାସକରି ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ଭିଭିପାଟର ବ୍ୟବହାର କରାଯିବ । ପୂର୍ବରୁ ଭୋଟର ମାନେ କେବଳ ଇଭିଏମରେ ଭୋଟ ଦେଇଥିବା ବେଳେ ଚଳିତ ଥର ନିର୍ବାଚନରେ ଉଭୟ ଇଭିଏମ ଓ ଭିଭିପାଟର ବ୍ୟବହାର ଦେଖିବାକୁ ମିଳିବ । ତେଣୁ ଇସିଙ୍କ ପକ୍ଷରୁ ଇଭିଏମ ଓ ଭିଭିପାଟର ବ୍ୟବହାର ନେଇ ଭୋଟରଙ୍କୁ ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାରେ ଇଭିଏମ ଓ ଭିଭିପାଟର ବ୍ୟବହାର ସର୍ମ୍ପକରେ ଭୋଟର ମାନଙ୍କୁ ସଚେତନ କରିବାକୁ ଅଭିଯାନ ଆରମ୍ଭ  କରାଯାଇଛି । ଯେହେତୁ ଚଳିତ ନିର୍ବାଚନରେ ଭିଭିପାଟକୁ ଅଧିକ ଗୁରୁତ୍ୱ ଦିଆଯାଉଛି ତେଣୁ ସେ ସର୍ମ୍ପକରେ ଭୋଟର ମାନଙ୍କୁ ଆଗୁଆ ସଚେତନ କରୁଛି ନିର୍ବାଚନ ଆୟୋଗ । ଭିଭିପାଟର ବ୍ୟବହାର ଦ୍ୱାରା ଇଭିଏମ ଟ୍ୟାମ୍ପରି ନେଇ ଯେଉଁ ଅଭିଯୋଗ ଆସୁଥିଲା ସେଥିରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡିବ ।

କାରଣ ଭିଭିପାଟ ଜ୍ଞାନକୌଶଳର ବ୍ୟବହାର ଦ୍ୱାରା ଭୋଟର ଜାଣିପାରିବେ ସେ କାହାକୁ ଭୋଟ ଦେଇଛନ୍ତି । ଭୋଟ ଦେବାର ୭ ସେକେଣ୍ଡ ପର୍ଯ୍ୟନ୍ତ ଭିଭିପାଟ ମେସିନର ସ୍କ୍ରିନରେ ଭୋଟର ଦେଖିପାରିବେ ସେ କାହାକୁ ଭୋଟ ଦେଇଛନ୍ତି । ଏପରିକି ଭୋଟ ଦେଇ ସାରିବା ପରେ ଏକ ସ୍ଲିପ ବାହାରିବ ଯେଉଁଥିରେ ଭୋଟର କାହାକୁ ଭୋଟ ଦେଇଛନ୍ତି ତାହା ସ୍ପଷ୍ଟ ଉଲ୍ଲେଖ ରହିବ । ଯାହାକୁ ଭୋଟ ଗଣତି ସମୟରେ ମଧ୍ୟ ବ୍ୟବହାର କରାଯାଇପାରିବ ।

ଏହି ନୂଆ ଜ୍ଞାନକୌଶଳ ବାବଦରେ ଭୋଟରଙ୍କୁ ସଚେତନ କରିବାକୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଅଞ୍ଚଳରେ ୩୦ ଗୋଟି ସଚେତନତା ରଥ ବୁଲିବ । ଫେବୃୟାରୀ ୧୦ ତାରିଖ ପର୍ଯ୍ୟନ୍ତ ଏହି ସଚେତନତା ରଥ ପ୍ରତ୍ୟେକ ଗାଁ ବୁଲିବ । ପ୍ରତ୍ୟେକ ଗାଡି ପାଇଁ ୨ ଜଣ ପ୍ରଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ଯେଉଁମାନେ ପ୍ରତ୍ୟେକ ଗାଁରେ ୧୦୦ରୁ ୧୨୦ଟି ଭୋଟିଂ କରି ପୂରା ଭୋଟଗ୍ରହଣର ଡେମୋ ଦେଖାଇବେ । ଏନେଇ ଖୋର୍ଦ୍ଧା ଉପ-ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

୩୦୦ରୁ ଉର୍ଧ୍ଵ ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକ ରାଜରାସ୍ତାରେ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ । ସ୍କୁଲ ଗୁଡିକ ଉଠାଇ ଦିଆଯାଇ ଅନ୍ୟ ସ୍କୁଲରେ ମିଶାଇ ଦିଆଯିବା ପ୍ରତିବାଦ !

ଏଥର ସମ୍ଭାଳ ବ୍ୟୁରୋ (ଗଜପତି) – ଗଜପତି ଜିଲ୍ଲାର ରାୟଗଡ ବ୍ଲକର ଡମ୍ୱାଳ ପଞ୍ଚାୟତ ଅନ୍ତର୍ଗତ ସିଣ୍ଡିବା ଓ ବଡସଗାଁ ଗ୍ରାମ ସମେତ ବିଭିନ୍ନ ଗ୍ରାମରେ ବିଦ୍ୟାଳୟ ଗୁଡିକ ସମ୍ପୁର୍ଣ୍ଣ ଉଠାଇ ଦିଆଯାଇ ଅନ୍ୟ ଦୁରଦୂରାନ୍ତ ଗ୍ରାମରେ ଥିବା ବିଦ୍ୟାଳୟ ଗୁଡିକରେ  ମିଶାଇ ଦିଆଯାଉଥିବା ପ୍ରତିବାଦ କରି ରାୟଗଡ ବ୍ଲକର ୨ଗୋଟି ଗ୍ରାମର ୩୦୦ରୁ  ଉର୍ଧ୍ଵ ସ୍କୁଲ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ରାଜ ରାସ୍ତାରେ ଓହ୍ଲାଇବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସ୍ତାନୀୟ ଜଗନ୍ନାଥ ମନ୍ଦିର ଠାରୁ ସିଣ୍ଡିବା ଓ ବଡସଗାଁ ଗ୍ରାମର ୩୦୦ରୁ ଉର୍ଧ୍ଵ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ଓ ବିରାଟ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ଗ୍ରାମାଞ୍ଚଳରେ ବିଦ୍ୟାଳୟ ଗୁଡିକୁ ଉଠାଇ ଅନ୍ୟ ସ୍କୁଲରେ ମିଶ୍ରଣ କରିବା ନୀତି ଅନ୍ୟାୟ ବୋଲି ବିଭିନ୍ନ ପ୍ଲାକାର୍ଡ ଧରି ସ୍ଲୋଗାନ ଓ ବିକ୍ଷୋଭ କରି ସହର ପରିକ୍ରମା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ପରେ ଜିଲ୍ଲାପାଳ ଅନୁପମ ସାହାଙ୍କୁ ସାକ୍ଷାତ କରି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ ।

ଉଭୟ ସିଣ୍ଡିବା ଓ ବଡସଗାଁ ଗ୍ରାମର ଵାର୍ଡ ସଭ୍ୟ ବିଶ୍ୱନାଥ ଭୂୟାଁ ବିଦ୍ୟାଳୟ କମିଟି ସଭାପତି ଶୁକଦେବ ଗମାଙ୍ଗ, ରାଜେଶ କାର୍ଯ୍ୟୀ, ଜଗନ୍ନାଥ ଗମାଙ୍ଗ କୁଟିଆ ମଣ୍ଡଳ, ରୀନା ମଣ୍ଡଳ ପ୍ରମୁଖ ଅଭିଯୋଗ କରି ସାମ୍ୱାଦିକ ମାନଙ୍କୁ କହିଛନ୍ତି ଯେ ସିଣ୍ଡିବା ଗ୍ରାମର ବିଦ୍ୟାଳୟ କୁ ଡମ୍ୱାଳ ଗ୍ରାମର ବିଦ୍ୟାଳୟରେ ଏବଂ ବଡସଗାଁ ଗ୍ରାମର ବିଦ୍ୟାଳୟକୁ ଉଠାଇ  ମଣ୍ଡଳ ସାହି ଗ୍ରାମର ବିଦ୍ୟାଳୟରେ ଏଭଳି ୨୦ରୁ୨୫ଟି ବିଦ୍ୟାଳୟକୁ ଉଠାଇ ଅନ୍ୟତ୍ର ଦୂରଦୂରାନ୍ତରରେ ଥିବା ଗ୍ରାମର ବିଦ୍ୟାଳୟ ଗୁଡିକରେ ମିଶ୍ରଣ କରିଦିଆଯାଇଛି । ସରକାରଙ୍କ ଏଭଳି ନୀତି ହେବା ଫଳରେ ଗତ ସେପ୍‍ଟେମ୍ୱର ମାସ ଠାରୁ ସମ୍ପୃକ୍ତ ସିଣ୍ଡିବା ଓ ବଡସଗାଁ ଗ୍ରାମର ବିଦ୍ୟାଳୟ ବନ୍ଦ ରହିଛି । ତାହା ଏହି ଗ୍ରାମ ଗୁଡିକଠାରୁ ଅତି କମରେ ୩/୪କିମି ଦୁରତାରେ ରହିଛି ତାହା ପୁଣି ଏହା ଦୁର୍ଗମ ଅଞ୍ଚଳରେ ଘାଟିରାସ୍ତା ଦେଇ ଚାଲିଯିବାକୁ ହେବ । ଏଭଳି କ୍ଷେତ୍ରରେ  ଦୁର୍ଗମ ଅଞ୍ଚଳରେ ଏହି କୋମଳମତି ଛୋଟ ଶିଶୁ ମାନେ ବହିବସ୍ତାନି ଧରି ୩/୪କିମି ପର୍ଯ୍ୟନ୍ତ ଦୁରତା ପର୍ଯ୍ୟନ୍ତ ଘାଟିରାସ୍ତାରେ ସ୍କୁଲକୁ ଚାଲିଯିବା ବେଳେ ଯଦି କୌଣସି ଅଘଟଣ ତାହା ହେଲେ ସେଥିପାଇଁ ସରକାର ଦାୟୀ ହେବେକି ବୋଲି ପ୍ରଶ୍ନ କରିଥିଲେ ।

ବର୍ତ୍ତମାନ ଦୂରଦୂରାନ୍ତ ସ୍କୁଲକୁ ଛାତ୍ରଛାତ୍ରୀ ମାନେ ଯାଇ ନ ପାରି ପାଠପଢାରୁ ବଞ୍ଚିତ ଅଛନ୍ତି ଏ  ଦିଗରେ ଶିକ୍ଷା ବିଭାଗ ବିଇଓ କି ଡିଇଓ କେହି ହେଲେ ଏଭଳି ସମସ୍ୟା ଉପରେ ବୁଝିବା ପାଇଁ ଆସିନାହାନ୍ତି । ତେଣୁ ତୁରନ୍ତ ଉପରୋକ୍ତ ବିଦ୍ୟାଳୟ ଖୋଲି କାର୍ଯ୍ୟକ୍ଷମ କରାଯାଉ ନଚେତ ଏହାରପ୍ରତିବାଦରେ ଆନ୍ଦୋଳନ ତୀବ୍ର କରାଯିବ ବୋଲି କହିଛନ୍ତି ।

ବିଜେପି ନେତାଙ୍କ ଆକ୍ଷେପର ଶିକାର ପାଲଟିଛନ୍ତି ଆଦିବାସୀ ନେତା ସାଂସଦ ରାମଚନ୍ଦ୍ର !

ଏଥର ସମ୍ଭାଳ ବ୍ୟୁରୋ (ମୟୂରଭଞ୍ଜ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲଥିବା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ସଙ୍ଗୀନ ଆରୋପ ଆଣିଛନ୍ତି ମୟୂରଭଞ୍ଜ ଲୋକସଭା ସାଂସଦ ଇଂ. ରାମଚନ୍ଦ୍ର ହାଁସଦାଃ । କେନ୍ଦ୍ର ସରକାର ତାଙ୍କ ବିରୋଧରେ ଚକ୍ରାନ୍ତ କରି ସିବିଆଇ ଲଗାଇ ମାମଲା ରୁଜୁ କରିଛି ଏବଂ ତାଙ୍କ ବିରୋଧରେ ହୋଇଥିବା ଚିଟଫଣ୍ଡ ମାମଲା ଆଦାଲତରେ ବିଚାରାଧୀନ ରହିଛି । ସିବିଆଇ ଜାଣିଶୁଣି ମାମଲାର ବିଚାରକୁ ଶୀଘ୍ର କରାଇ ଦେଉନାହିଁ । ବିଚାର ବ୍ୟବସ୍ଥା ପ୍ରତି ଯଥେଷ୍ଟ ସମ୍ମାନ ଓ ବିଶ୍ୱାସ ରହିଛି । ଯେତେ ପର୍ଯ୍ୟନ୍ତ ଆଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି, ସେତେପର୍ଯ୍ୟନ୍ତ ତାଙ୍କୁ ଦୋଷୀ ବୋଲି କୁହାଯାଇ ପାରିବ ନାହିଁ । କିନ୍ତୁ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରିପଦା ପୁଲିସ ହାଇ ସ୍କୁଲ ପଡ଼ିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକାର୍ପଣ ସମାରୋହରେ ସାଂସଦ ଶ୍ରୀହାଁସଦାଃଙ୍କ ଉପସ୍ଥିତିରେ ଦୁର୍ନୀତି ଗ୍ରସ୍ତ ସାଂସଦ ଭାବେ ଚିତ୍ରଣ କରିବା ସଂଗେସଂଗେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରତି ମଧ୍ୟ କଟୁ ଶବ୍ଦ ପ୍ରୟୋଗକରିଥିଲେ ; ଯାହା ତାଙ୍କର ସ୍ୱାଭିମାନ, ସମ୍ମାନ, ପଦମର୍ଯ୍ୟାଦାକୁ ହାନୀ ପହଁଞ୍ଚାଇଛି । ଯାହା ଜଣେ ଦାୟିତ୍ୱ ସମ୍ପନ୍ନ ସାଂସଦ ତଥା ମନ୍ତ୍ରୀଙ୍କ ନିକଟରୁ ଆଶା କରାଯାଏ ନାହିଁ । ସାଂସଦ ଇଂ. ହାଁସଦାଃ ଜଣେ ଆଦିବାସୀ ନେତା ବୋଲି ମନ୍ତ୍ରୀ ଶ୍ରୀପ୍ରଧାନ ଭଲ ଭାବେ ଜାଣିଛନ୍ତି । ତାଙ୍କର ଆକ୍ଷେପ ସହ୍ୟ କରିବାର ସମସ୍ତ ସୀମାକୁ ଆତିକ୍ରାନ୍ତ କରିସାରିଛି । ଏଥି ସହିତ ଆର୍ଥିକ ସ୍ୱଚ୍ଛଳ, ଲିଗାଲ ଆଡ଼ଭାଇଜର ଇତ୍ୟାଦି ନ ଥିବାର ସୁଯୋଗ ନେଇ ଆକ୍ଷେପ କରିଆସୁଛନ୍ତି  ବୋଲି ମୟୂରଭଞ୍ଜ ଲୋକସଭା ସାଂସଦ ଇଂ. ଶ୍ରୀହାଁସଦାଃ ରବିବାର ବାରିପଦା ସ୍ୱସ୍ତିକ ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଥିଲେ । ଏଥି ସହିତ ସାଂସଦ ଇଂ. ହାଁସଦାଃ ଏହା ବିରୋଧରେ ଅଦାଲତର ଦ୍ୱାର ଖଟଖଟାଇବେ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ । ଏହି ସମୟରେ ଅନ୍ୟମାନଙ୍କ ମଧ୍ୟରେ ରାଇରଙ୍ଗପୁର ବାର ଆସୋସିଏସନର ସଭାପତି ତଥା ସାଂସଦ ଶ୍ରୀହାଁସଦାଃଙ୍କ ଆଇନ ପରାମର୍ଶଦାତା ଅକ୍ଷୟ ମହାନ୍ତି  ଓ ଦେବାଶିଷ  ମିଶ୍ର ପ୍ରମୁଖ ମଞ୍ଚାସୀନ ରହିଥିଲେ ।

ତିତିଲି କ୍ଷତିଗ୍ରସ୍ତ ଧାନ, କପା ଓ କାଜୁ ବଗିଚା ଚାଷୀ ଙ୍କୁ କ୍ଷତି ପୂରଣ ମିଳୁନି, ଚାଷୀ ଅସନ୍ତୋଷ ।

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ତିତିଲି କ୍ଷତିଗ୍ରସ୍ତ ଧାନ, କପା ଓ କାଜୁ ବଗିଚା ଚାଷୀ ଙ୍କୁ କ୍ଷତି ପୂରଣ ପୈଠ କରିନଥିବା ବିରୋଧ କରି ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅଧିନସ୍ଥ ୧୯ ଗ୍ରାମପଞ୍ଚାୟତ ର ଗ୍ରାମ ମୁଖିଆ ଏବଂ ୱାର୍ଡ ମେମ୍ବର ଙ୍କୁ ନେଇ ଏକ ପ୍ରତିବାଦ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଲୋକଚେତନା ସଙ୍ଗଠନ ପକ୍ଷରୁ ସ୍ଥାନୀୟ ସଙ୍ଗୀତ କଳା ନିକେତନ ପରିସରରେ ଆୟୋଜିତ ଏହି ବୈଠକରେ ସରକାର ଙ୍କ ଦୋମୁହାଁ ନୀତିକୁ ନେଇ କ୍ଷୋଭ ପ୍ରକାଶ କରାଯାଇଛି। ଜଙ୍ଗଲ ଜମିର ପଟା ପାଇବା ନିମନ୍ତେ ଦୁଇ ହଜାର ରୁ ଉର୍ଦ୍ଧ ଆବେଦନ ପତ୍ର ତହସିଲ କାର୍ଯ୍ଯାଳୟ ରେ ଦାଖଲ ହୋଇଥିଲେ ସୁଦ୍ଧା ଏଯାବତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ବୈଠକ ରେ ପ୍ରକାଶ ପାଇଛି । ଗରିବୀ ଆଦିବାସୀ ହରିଜନ ଓ ଚାଷୀକୂଳ ନିମନ୍ତେ ଚଳନ୍ତି ସରକାର କୁମ୍ଭିର କାନ୍ଦଣା କାନ୍ଦୁଛନ୍ତି ବୋଲି ମତ ପ୍ରକାଶ ପାଇଛି। ଆଗାମୀ ୨୦ ତାରିଖ ସୁଦ୍ଧା ଜଙ୍ଗଲ ଜମି ର ପଟ୍ଟା ଏବଂ ତିତିଲି କ୍ଷତି ପୂରଣ ନପାଇଲେ ଆଗାମୀ ୨୭ ତାରିଖ ଠାରୁ ତହସିଲ୍ ଅଫିସ ସମ୍ମୁଖରେ ଆଦିବାସୀ ଓ ଚାଷୀକୂଳ ଅହୋରାତ୍ର ଧାରଣା ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଲୋକଚେତନା ସଂଗଠନ ର ସଭାପତି ଜେମ୍ସ ଶବର ଙ୍କ ପୌରହିତ୍ୱ ରେ ଅନୁଷ୍ଠିତ ଏହି ବୈଠକ ରେ ଆଦିବାସୀ ଗ୍ରାମ୍ୟ ଉନ୍ନୟନ ସଂଘ ପକ୍ଷରୁ ଦିବାକର ଶବର ଗୁଣପୁର ସରପଞ୍ଚ ମହାସଂଘ ର ସଭାନେତ୍ରୀ ଗୌରୀ ଗମାଙ୍ଗ ସମେତ ବ୍ଲକ ର ସମିତି ସଦସ୍ୟ ଗଣ ଉପସ୍ଥିତ ଥିଲେ।

କାହା ଇଙ୍ଗିତରେ ଅପଦସ୍ତ ହେଲେ ସୁଧିର ?

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡା) – ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ଅଧିନସ୍ଥ ରାମନାଗୁଡା ବ୍ଲକ ଠାରେ ଆୟୋଜିତ ହୋଇଯାଇଥିବା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟ ସମ୍ମାନିତ ଅତିଥି ଜିଲ୍ଲାପାଳ ମୋହଦୋୟା ଶ୍ରୀମତୀ ଗୁହା ପୁନମ ତାପସ କୁମାର , ଗୁଣୁପୁର ବିଧାୟକ ଶ୍ରୀ ତ୍ରିନାଥ ଗମାଙ୍ଗ , ରାୟଗଡ଼ା ବିଧାୟକ ଶ୍ରୀ ଲାଲ ବିହାରୀ ହମିରିକା ଓ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଶ୍ରୀ ସୁଧୀର ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ଗୁଣପୁର ବିଧାୟକ ନିଜ ବକ୍ତବ୍ୟରେ ଯଥାଶିଘ୍ର ପ୍ରକଳ୍ପର କାର୍ଯ୍ୟ  ତ୍ୱରାନ୍ୱିତ କରାଯିବାକୁ କହିଥିଲେ ।

ଏହି ସଭାରେ କିନ୍ତୁ ସମ୍ମାନିତ ଅତିଥି ଭାବେ ଡକାଯାଇଥିବା ଶ୍ରୀ ସୁଧୀର ଦାଶ ଙ୍କୁ ବକ୍ତବ୍ୟ ଦେବାକୁ ସୁଯୋଗ ଦେଇନଥିଲେ ଜିଲ୍ଲାପାଳ ଗୁହା ପୁନମ୍ । ତେବେ ଶ୍ରୀ ଦାସ ଯଦି କହିବାକୁ ସୁଯୋଗ ଦିଆ ନଗଲା କଣ ପାଇଁ ତାଙ୍କୁ ଡକାଯାଇଥିଲା ? କଣ ତାଙ୍କ ମୁହଁ ଦେଖିବାକୁ ???

ବକ୍ତବ୍ୟ ଦେବାକୁ ସୁଯୋଗ ନ ଦେବା ନେଇ ଜିଲ୍ଲାପାଳଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ଶ୍ରୀ ସୁଧିର ଦାଶ । ଏହି ଘଟଣାକୁ ନେଇ ଜନ ସାଧାରଣ ଓ ବିଜେଡି କର୍ମୀଙ୍କ ମନରେ ତିବ୍ର ପ୍ରତିକ୍ରିୟା ସହ ଜିଲ୍ଲାପାଳ ମୋହଦୟା ଙ୍କ ଉପରେ ଜନ ଅସୋନ୍ତୋଷ ଦେଖାଦେଇଛି ।

ବିଜୁ ଜନତା ଦଳର ଆଦିବାସୀ ମହିଳା ନେତ୍ରୀଙ୍କ ପରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ସୁଧୀର ଦାଶଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ଅପମାନିତ ହେବାକୁ ପଡ଼ିଛି । କାହା ପ୍ରଭାବରେ ଜିଲ୍ଲାପାଲ ମହୋଦୟ ଜଣେ ନେତାଙ୍କୁ ଏଭଳି ଅପମାନିତ ବା ଆପଦସ୍ଥା କରିବାକୁ ଦୁଃସାହସ କରି ପାରୁଛନ୍ତି ବୋଲି ଚର୍ଚା ଚାଲିଛି |  ଶ୍ରୀ ଦାସଙ୍କୁ ସୁଯୋଗ ନଦେବା ପଛରେ କାହାର ଡାହାଣ ବା ବାଁ ହାତ ଭଳି କାମ କରୁଛି ବୋଲି ବିଜେଡି କର୍ମୀଙ୍କ ମହଲରେ ଚର୍ଚ୍ଚା ହେଉଛି |

ଏପରି ପରିସ୍ଥିତି ରେ ଆନ୍ନା କାହାର ସପକ୍ଷବାଦୀତା କରିବେ ଓ କାହାକୁ ବିରୋଧ କରିବେ ତଥା ରାୟଗଡ଼ା ଜିଲ୍ଲାପାଳଙ୍କ ବଦଳି ନେଇ ଯେଉଁ ଚର୍ଚ୍ଚା ହେଉଛି ସେଥିରେ ବଦଳି ନିମନ୍ତେ ସହାୟକ ହେବେ ନା ଓଲଟା ତୀର ସୁଧୀରଙ୍କ ଆଡକୁ ମୁହାଁଇବ  ବୋଲି ରାଜନୈତିକ ସମୀକ୍ଷକ ପ୍ରଶ୍ନ ଉଠାଇଛନ୍ତି ।

ଚାଷୀଙ୍କ ପାଇଁ ଗର୍ଜିଲା କଂଗ୍ରେସ: ଋଣଛାଡ ନହେଲେ ଗାଦି ଛାଡ – ନରସିଂହ ମିଶ୍ର

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – କେନ୍ଦ୍ରର ସାଢେ ଚାରି ବର୍ଷ ଏବଂ ରାଜ୍ୟର ୧୮ବର୍ଷ  ଶାସନ ଓଡିଶାର କୃଷି, କୃଷକ ଓ ଯୁବକମାନଙ୍କ ପାଇଁ ଏକ ଅଭିଶପ୍ତ ସମୟ । ପ୍ରତିଶୃତି ଦେଇ ଉଭୟ ସରକାର ଶାସନରେ ବସିଛନ୍ତି । କେନ୍ଦ୍ର ତାର ପ୍ରତିଶୃତିକୁ ଜୁମଲା କହି ଲୋକଙ୍କୁ ପ୍ରତାରିତ କରିଛି । ଠିକ୍ ସେମିତି ରାଜ୍ୟ ସରକାର ତାର ପ୍ରତିଶୃତିକୁ ପ୍ରତ୍ୟେକ ୫ବର୍ଷରେ ଯୋଜନାର ନାମ ପରିବର୍ତ୍ତନ କରି ଲୋକଙ୍କୁ ଠକି ·ଲିଛି । ଆଜିବି ଜିଲ୍ଲାର ଜଳସେଚନ ମାତ୍ର ୩ ପ୍ରତିଶତ । କୃଷି ଓ କୃଷକ ଏଭଳି ଅନଶ୍ଚିତତାରେ ବଞ୍ଚôବେ କିପରି । ଯୁବକଙ୍କ କଥା ଶୁଣୁଛି କିଏ । ଜିଲ୍ଲାରେ ବହୁ ଦିନରୁ ଦାବି କଣ୍ଟାବାଞ୍ଜି ଠାରେ ୱାଗନ ଫେକଟ୍ରିକୁ ନା କେନ୍ଦ୍ର ନା ରାଜ୍ୟ ଶୁଣୁଛି । ହଜାର ହଜାର ଯୁବକ ଆଜି ରାଜ୍ୟ ବାହାରେ ଦାଦନ ଖଟିବା ପାଇଁ ଯାଉଛନ୍ତୁ ତେଣୁ ରାଜ୍ୟରେ ଏପରି ନିକମ୍ମା ସରକାର ରହିବା ରାଜ୍ୟବାସୀଙ୍କ ପାଇଁ ଅଭିଶାପ ସଦୃଶ । ରାଜ୍ୟ ସରକାର ଯଦି ଯୁବକ, କୃଷକ ଏବଂ କୃଷି ପାଇଁ କିଛି କରିପାରୁନାହିଁ ତାହା ହେଲେ ଗାଦି ଛାଡିଦେବା ଦରକାର ବୋଲି ଆଜି ସ୍ଥାନୀୟ କଳା ମଣ୍ଡଳ ପଡିଆ ଠାରେ ଅନୁଷ୍ଠିତ  ହୋଇଥିବା ଜାଗରଣ ସମାବେଶରେ ସମବେତ ହଜାର ହଜାର ଚାଷୀ, ମହିଳା ଓ ବେକାର ଯୁବକମାନଙ୍କୁ ଉଦ୍ବୋଧନ ଦେଇ ସ୍ଥାନୀୟ ବିଧାୟକ ତଥା ବିଧାନସଭାର ବିରୋଧି ଦଳ ନେତା ସରକାରଙ୍କୁ ଚେତାବନି ଦେଇଛନ୍ତି । ତାଙ୍କ ବକ୍ତବ୍ୟରେ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିବା ସହ ଜିଲ୍ଲାର ବେକାରୀ ଓ କୃଷକମାନଙ୍କ ପାଇଁ ଦାବି ଯଦି ସରକାର ନ ଶୁଣେ ଆଗାମି ଦିନରେ ପ୍ରଶାସନ ଏବଂ ସରକାର ଦାୟୀ ରହିବେ ବୋଲି କହିଛନ୍ତି ।

ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରାଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିବା ଏହି ଜାଗରଣ ସମାବେଶରେ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ନିର୍ବାଚନ ପ୍ରଚାର କମିଟିର ଅଧ୍ୟକ୍ଷ ଭକ୍ତଚରଣ ଦାସ, ଏଆଇସିସିର ପ୍ରବକ୍ତା ମୋହନ ପ୍ରକାଶ ଏବଂ ଏଆଇସିସି ସଂପାଦକ ସେକ୍ ମସ୍ତାନ ୱାଲି ପ୍ରମୁଖ ନିଜର ବକ୍ତବ୍ୟରେ ଉଭୟ ସରକାରଙ୍କୁ ସମାଲୋଚନା କରିଥିଲେ । ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ରାଜ୍ୟ ସରକାର ସମସ୍ତ ପ୍ରକାର ଦୁର୍ନିତିରେ ଲିପ୍ତ । ଡାଲି ଠାରୁ ·ଉଳ, ଚିଟ ଫଣ୍ଡ ଇତ୍ୟାଦି ଦୁର୍ନିତିରେ ସରକାର ଡୁବି ରହିଛି । ଶିଳ୍ପପତିଙ୍କୁ ଲକ୍ଷ ଲକ୍ଷ କୋଟି ଟଙ୍କା ଛାଡ କରୁଥିବା ବେଳେ ·ଷୀଙ୍କ ଋଣବୋଝ ସରକାରକୁ ହାଲୁକା ଲାଗୁଛି । ଚାଷୀଋଣ ଛାଡ କଲେ ସରକାର ଦେବାଳିଆ ହୋଇଯିବା ଭୟ ନବିନ ସରକାରକୁ ଘାରିଛି । ସଦ୍ୟ ସମାପ୍ତ ହୋଇଥିôବା ତିନୋଟି ରାଜ୍ୟ ନିର୍ବାଚନ ପରେ କଂଗ୍ରେସ ସରକାର ଋଣମାଫ କରିଛି । ଏହା ଓଡିଶାରେ ମଧ୍ୟ କଂଗ୍ରେସ ସରକାର ଆସିଲେ ତୁରନ୍ତ ଲାଗୁ କରାଯିବ । ଚାଷୀ ଯୁବକମାନଙ୍କ ପାଇଁ କଂଗ୍ରେସ ସରକାର ଓଡିଶାରେ ହେଉ କି କେନ୍ଦ୍ରରେ ହେଉ ଅନେକ କିଛି କାମ କରିଛି ।ଚାଷୀଙ୍କ ଋଣମାଫ ଠୁଁ ଆରମ୍ଭ କରି ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ଏବଂ ଜଳସେଚନ ପାଇଁ ବିଭିନ୍ନ ଜଳସେଚନ ପ୍ରକଳ୍ପ କେବଳ କଂଗ୍ରେସ ସରକାରରେ ହୋଇଛି । ଏଣୁ ଆଗାମୀ ଦିନରେ କଂଗ୍ରେସର ହାତମୁଠାକୁ ଟାଣ କଲେ ହିଁ ଓଡିଶାର ଭାଗ୍ୟ ବଦଳିବ । ଏଆଇସିସି ର ପ୍ରବକ୍ତା ବରିଷ୍ଠ  ନେତା ମୋହନ ପ୍ରକାଶ ନିଜ ଭାଷଣରେ କହିଛନ୍ତି କେନ୍ଦ୍ରରେ ଥିବା ମୋଦି ସରକାର ଧିରେ ଧିରେ ମାନବ, ମାନବିକତା ଏବଂ ସମ୍ବିଧାନ ଉପରେ ଆକ୍ରମଣକୁ ଚରମସୀମାରେ ପହଂଚିଲାଣି | ଦେଶର ସମ୍ବିଧାନିକ ସଂସ୍ଥା ଉପରେ ବାରମ୍ବାର ଆକ୍ରମଣ ବର୍ତ୍ତମାନର କେନ୍ଦ୍ର ସରକାରକୁ ଆନ୍ତର୍ଜାତିକ ସ୍ତରରେ ସମାଲୋଚିତ ହେବାକୁ ପଡୁଛି । ନୋଟ ବନ୍ଦୀ ଜିଏସ୍ଟି ଭଳିଆ ଜନବିରୋଧି ନିଷ୍ପତ୍ତି ଦ୍ୱାରା ଦେଶର ପ୍ରଗତିରେ ରୋକ୍ ଲାଗିଯାଇଛି । ଏଆଇସିସି ସଂପାଦକ ମସ୍ତାନ ୱଲି କହିଥିଲେ ରାହୁଲ ଗାନ୍ଧୀ କି ଭାବନା ଓ ଚିନ୍ତାଧାରା ଏ ରାଜ୍ୟର ଯୁବକମାନଙ୍କୁ ବେରୋଜଗାରିରୁ ମୁକ୍ତି, ଚାଷୀଙ୍କୁ ଋଣରୁ ମୁକ୍ତି, ଛାତ୍ରମାନଙ୍କୁ ଅଶିକ୍ଷାରୁ ମୁକ୍ତି, ମହିଳାକୁ ଶୋଷଣରୁ ମୁକ୍ତି । ସବୁ ପ୍ରକାର ଅରାଜକତାରୁ ମୁକ୍ତି ପାଇବାକୁ ହେଲେ ଓଡିଶାରେ କଂଗ୍ରେସ ସରକାର ଆଣିବାକୁ ହେବ ବୋଲି କହିଥିଲେ । ରାଜ୍ୟ ନେତୃତ୍ୱମାନଙ୍କ ମଧ୍ୟରେ ଯୁବନେତା ସମରେନ୍ଦ୍ର ମିଶ୍ର ନିଜ ଅଞ୍ଚଳରେ ଯୁବକମାନଙ୍କୁ ଚାକିରି ଦେବାରେ ରାଜ୍ୟ ସରକାର ବିଫଳ ହୋଇଛି ବୋଲି କହିଥିଲେ । ସରକାର ତାର ଚତୁର୍ଥପାଳି ରେ ମଧ୍ୟ ଓଡିଶାରେ ଏପରି କୌଣସି  ଶିଳ୍ପ କରିପାରିନାହିଁ ଯେଉଁଥିରେ ସ୍ଥାନୀୟ ଯୁବକମାନେ ନିଯୁକ୍ତି ପାଇବେ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଠାରେ ରେଳ ବିଭାଗର ଜମିକୁ ଦାବି ମୁତାବକ ରେଳ ୱାଗନ କାରଖାନା କରିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଫେଲ ମାରିଥାନ୍ତି । ରାଜ୍ୟର ଶିକ୍ଷାନୀତି ଏପରି ହୋଇଯାଇଛି ଯଦି ପଇସା ଅଛି ପାଠ ପଢ ନ ହେଲେ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଅ । ଠିକ୍ ସେପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ସମାନ । ରାଜ୍ୟରେ ଲୋକେ ବେମାର ପଡିଲେ ପଇସା ଥିଲେ ବଞ୍ଚôବେ ନ ହେଲେ ସରକାରୀ ସ୍ୱାସ୍ଥ୍ୟ ସେବା ଏପରିଯେ ମଣିଷ ମରିବା ହିଁ ସାର । ମଞ୍ଚାସିନ ଥିବା ପୂର୍ବତନ ସାଂସଦ ଶରତ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଏବଂ ସନ୍ତୋଷ ସିଂ ସାଲୁଜା ଉଭୟ ସରକାରଙ୍କୁ କଟୁ ସମାଲୋଚନା କରିବା ସହ କୃଷକଙ୍କୁ ଜଳସେଚନ,ଚାଷୀଋଣ ମାଫ, ଯୁବକଙ୍କୁ ରୋଜଗାର ଦେଇ ନ ପାରିଲେ ଉଭୟ ସରକାର ଶାସନରେ ରହିବା କୌଣସି  ଅଧିକାର ନାହିଁ ବୋଲି କହିଥିଲେ । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଭକ୍ତ ଚରଣ ଦାସ, ପୂର୍ବତନ ବାଚସ୍ପତି କିଶୋର ପଟେଲ, ରାଜ୍ୟ କିସାନ ସେଲ ର ଅଧ୍ୟକ୍ଷ ଅମିୟ ପାଣ୍ଡବ ଏବଂ କିସାନ ସେନର କାର୍ଯ୍ୟକାରୀ ସଭାପତି ସୁଧିର ପରିଚ୍ଛା, ବିଡିସିସି ବ୍ୟାଙ୍କ ସଭାପତି ଲକ୍ଷ୍ମ ମେହେର, ଜିଲ୍ଲା କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଅସୀମ ପଟ୍ଟନାୟକ, ପିସିସି ସଂପାଦକ ସୁଧାଂଶୁ ଦାସ ପ୍ରମୁଖ ଦେଶର ଅର୍ଥନିତିରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା କୃଷକମାନଙ୍କୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗୌଣ ଦୃଷ୍ଟିରେ ଦେଖୁଛି, କୃଷକମାନେ ଯେପରି ସଦ୍ୟ ସମାପ୍ତ ହୋଇଥିବା ତିନୋଟି ରାଜ୍ୟରେ ସରକାରର ପଟ୍ଟ ପରିବର୍ତ୍ତନ କଲେ ଠିକ୍ ସେହିପରି ୨୦୧୯ରେ କୃଷକମାନେ ଦେଶ ଏବଂ ରାଜ୍ୟରେ ରାଜନୈତିକ ପରିବର୍ତ୍ତନ କରିବେ ବୋଲି ଚେତାବନୀ ଦେଇଥିଲେ । ୩୦ହଜାର ରୁ ଉର୍ଧ୍ଵ ଚାଷୀ ଓ ଯୁବକଙ୍କ ଏହି ସମାବେଶରେ ରାଜ୍ୟ ବିଧାନସଭାର ବିରୋଧି ଦଳ ନେତା ନରସିଂହ ମିଶ୍ର ରାଜ୍ୟ ସରକାରଙ୍କ ନିମନ୍ତେ ଦାବିପତ୍ରରେ ଥିବା ଦାବି ଗୁଡିକ ଯଥା ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକ, ମ୍ୟୁନିସିପାଲିଟି ଏବଂ ପରିଷଦକୁ ସମ୍ପୁର୍ଣ୍ଣ ମରୁଡି ଘୋଷଣା କରିବା, ୨୦୧୭-୧୮ ଓ ୨୦୧୮-୧୯ ଶସ୍ୟବୀମା ପ୍ରଦାନ କରିବା, ଜଳସେଚନ ସମସ୍ୟା, ରୋଗପୋଲ ଏବଂ ଅଦିନିଆ ବର୍ଷା ଯୋଗୁଁ ଫସଲହାନୀର କ୍ଷତିପୂରଣ ପ୍ରଦାନ କରିବା, କୃଷକଙ୍କୁ ସମ୍ପୁର୍ଣ୍ଣ ଋଣମାଫ କରିବା, କୃଷକଙ୍କୁ ପ୍ରାଇସ, ପେନସନ ଏବଂ ପ୍ରେଷ୍ଟିଜ ପ୍ରଦାନ କରିବା, ଧାନର ଅଭାବି ବିକ୍ରି ଏବଂ ଏଥିପାଇଁ ଦାୟୀ ଥିବା ଅଧିକାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବା, ବଲାଙ୍ଗିରର ଜିବନରେଖା ଲୋୟର ସୁକତେଲ ଜଳସେଚନ ପ୍ରକଲ୍ପ ଶିଘ୍ର ସମାପ୍ତ କରିବା ତଥା ଅଞ୍ଚଳର ·ଷୀମାନଙ୍କ ପାଇଁ ଅନ୍ୟାନ୍ୟ ପ୍ରକଲ୍ପ ହାତକୁ ନେବା , ବଲାଙ୍ଗିର ଠାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚର ପ୍ରତିଷ୍ଠା  କରାଇବା, ବଲାଙ୍ଗିର ଠାରେ କୃଷି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରିବା, ରାଜେନ୍ଦ୍ର କଲେଜକୁ ବିଶ୍ୱ ବିଦ୍ୟାଳୟରେ ମାନ୍ୟତା ଦେବା, ସ୍କୁଲ କଲେଜ ପାଇଁ ଶିକ୍ଷକ ଏବଂ ଡାକ୍ତରଖାନା ପାଇଁ ଆନୁସଙ୍ଗିକ ଭିତ୍ତିଭୂମି ସହ ପର୍ଯ୍ୟାପ୍ତ ପରିମାଣରେ ଡାକ୍ତର ପ୍ରଦାନ କରିବା ଆଦି ୧୨ ଦଫା ଦାବି ଉପସ୍ଥିତ ଜନତାଙ୍କୁ ସମର୍ଥନ ପାଇଁ ପଢି ଶୁଣାଇଥିଲେ ।  ଠିକ୍ ସେପରି କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଥିବା ୬ ଦଫା ଦାବି ହେଲା କୃଷିକଙ୍କ ପାଇଁ ସମ୍ପୁର୍ଣ୍ଣ ଋଣ ମାଫ, ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ଜିଲ୍ଲାର ଚାଷୀଙ୍କ ଠୁଁ ଧାନକିଣା ହେବା, କଣ୍ଟାବାଞ୍ଜି ଠାରେ ୱାଗନ ମରାମତି କାରଖାନା, ୱାଗନ କାରଖାନା କିମ୍ବା ଲୋକ ମୋଟିବ୍ ୟୁନିଟ ସ୍ଥାପନ କରିବା, ବଲାଙ୍ଗିିରର ବହୁ ପ୍ରତିକ୍ଷିତ ବାଏପାସ ନିର୍ମାଣ କାମ ଶିଘ୍ର ଆରମ୍ଭ କରିବା, ବଲାଙ୍ଗିର ଠାରେ ବହୁ ଦିନର ଦାବି ହାଇକୋର୍ଟର ସ୍ଥାୟୀ ବେଞ୍ଚ  ସ୍ଥାପନ କରିବା ତଥା ପ୍ରଧାନମନ୍ତ୍ରୀଙ୍କ ଆଗାମୀ ବଲାଙ୍ଗିର ଗସ୍ତ ସମୟରେ ବଲାଙ୍ଗିରର ଯୁବକମାନଙ୍କ ନିଯୁକ୍ତି ପାଇଁ ତଥା ଅର୍ଥନୈତିକ ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା । ଜାଗରଣ ସମାବେଶ ପରେ ପରେ ସ୍ଥାନୀୟ ସାର୍କିଟ ହାଉସ ଠାରେ ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ କଂଗ୍ରେସ ଦଳ ତରଫରୁ ୧୨ଓ ୬ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟିଲେ ; ପିପିଲି ର ଗଣଦୁଷ୍କର୍ମ ପୀଡିତା ବେବିନା ଙ୍କ ପରିବାର ସହ । ପିପିଲି ପୀଡିତାର ବାପା ବାବୁଲି ବେହେରାକୁ କେହି ବଂଚାଇ ପାରିବେ ନାହିଁ ବୋଲି ଧମକ ଦେଲେ ବିଜେଡି ଗୁଣ୍ଡା ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ଗଣବଳକ୍ରାର ପରେ ମୃତ୍ୟୁବରଣ କରିଥିବା ପିପିଲିର ଦଳିତ ଝିଅ ବେବିନାର ବାପା, ମା ଓ ଭାଇଙ୍କୁ ସାକ୍ଷାତ ପରେ ଘଟଣାର ସିବିଆଇ ତଦନ୍ତ ଓ ପରିବାରକୁ ସୁରକ୍ଷା ପାଇଁ ଗଣମାଧ୍ୟମ ଆଗରେ ଭାବାବେଗପୂର୍ଣ ଅପିଲ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ପିପିଲିର ଅର୍ଜୁନଗଦା ଗାଁକୁ ଯାଇ ପୀଡିତା ପରିବାରଙ୍କୁ ଭେଟି ଫେରିବା ପରେ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଦୟାନଦୀ ବନ୍ଧ ଉପରେ ଶାସକ ବିଜେଡି ଦଳର ଗୁଣ୍ଡାମାନେ ବାବୁଲି ବେହେରା ପରିବାରକୁ କେହି ବଂଚାଇ ପାରିବେ ନାହିଁ ବୋଲି କହି ସାର୍ବଜନୀନ ଭାବେ ପୋଲିସର ଉପସ୍ଥିତରେ ଧମକ ଦେଇଛନ୍ତି ।

ଗତକାଲି ପ୍ରଧାନମନ୍ତ୍ରୀ ବାରିପଦାର ସାଧାରଣ ସଭାରେ ବେବିନା ପ୍ରସଙ୍ଗ ଉଠାଇବା ପରେ ସେ ପ୍ରଧାନମନ୍ତ୍ରୀଙ୍କ ବାର୍ତା ନେଇ ଏହି ପୀଡିତା ପରିବାରକୁ ସାକ୍ଷାତ କରିବାକୁ ଯାଇଥିଲେ । ମାର କୋହ, ବାପା ଓ ଭାଇଙ୍କ ଦୁଃଖ ଭରା କଥାକୁ ଶୁଣି ସେ ମର୍ମାହତ ବୋଲି କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ସମ୍ପୂର୍ଣ ପରିବାର ଓଡିଶାର ପୋଲିସ ବ୍ୟବସ୍ଥା ଉପରେ ଭରଷା ହରାଇଛି । ସିବିଆଇ ତଦନ୍ତ ଦାବି ବେବିନାର ମା କରୁଛନ୍ତି । ବେବିନାର ଭାଇ ସେଦିନର ଦୁର୍ଘଟଣା ପରେ ରକ୍ତ ଜୁଡୁବୁଡୁ ପୋଷାକକୁ କ୍ରାଇମବ୍ରାଂଚକୁ ତଦନ୍ତ ପାଇଁ ଦେଇଥିଲେ ମଧ୍ୟ ତଦନ୍ତ ପାଇଁ ସେ ନେଇନଥିବାର ଅଭିଯୋଗ କରିଛନ୍ତି । ଏହି ପୋଷାକକୁ ତଦନ୍ତ କମିଶନଙ୍କ ପାଖରେ ଦେଇଥିବା ବେବିନାର ଭାଇ ପ୍ରକାଶ କରିଛନ୍ତି । ସରକାରୀ ଓକିଲ କ୍ରାଇମବ୍ରାଂଚର କଥାକୁ ନ ମାନିଲେ ତାଙ୍କ ପାଇଁ ସମସ୍ୟା ହେବ ବୋଲି କହିଥିବା କଥା ତାଙ୍କ ଆଗରେ ପ୍ରକାଶ କରିଥିବାର ସେ କହିଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଓଡିଶାର କ୍ରାଇମବ୍ରାଂଚ ଶାସକ ଦଳର ନେତାଙ୍କୁ ଘଂଟ ଘୋଡାଇବାର ନୂଆ ବ୍ୟବସ୍ଥା । ତଦନ୍ତକାରୀ ସଂସ୍ଥା ଓଡିଶା ପୋଲିସ ରକ୍ଷକ ବଦଳରେ ଭକ୍ଷକ ସାଜିଛି । ଓଡିଶା ପୋଲିସ ସମ୍ବେଦନଶୀଳ ହେଉନାହିଁ । ଏହି ଘଟଣାରେ ସେ ଡିଜି, ଆଇଜି, ଏସପିଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଯାଏଁ ଯୋଗାଯୋଗ ହୋଇପାରୁନଥିବା କଥା କହିବା ସହ ପ୍ରସଙ୍ଗକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ସେ ଆକୁଳ ନିବେଦନ କରୁଛନ୍ତି ବୋଲି କହି ରାଜ୍ୟରେ ଏହି ଦଳିତ ଗରିବ ପରିବାରକୁ ସୁରକ୍ଷା ଯୋଗାଇ ଦେବାସହ ନିଜ ଆଡୁ ଘଟଣାର ତଦନ୍ତଭାର ସିବିଆଇ ଦେଇଦିଅନ୍ତୁ । ମୁଖ୍ୟମନ୍ତ୍ରୀ ଚଂଚକତା କରିବାରେ ପ୍ରବୀଣ ନେତୃତ୍ୱ ବୋଲି ସେ କହିଛନ୍ତି ।

ପ୍ରଦୀପ ମହାରଥୀଙ୍କ ଇସ୍ତଫା ସମ୍ପର୍କରେ ମନ୍ତବ୍ୟ ରଖି  ଶ୍ରୀ ପ୍ରଧାନ କହିଛନ୍ତି ଯେ, ଯେଉଁମାନେ ବିଗତ ଦିନରେ ମନ୍ତ୍ରୀମଣ୍ଡଳରୁ ଚିଟଫଣ୍ଡ, ଛତୁଆ, ଡାଲି, ବ୍ଲାକରୋଜ ଓ ଅନ୍ୟାନ୍ୟ କେଳାଙ୍କାରୀ କାରଣରୁ ଇସ୍ତଫା ଦେଇଛନ୍ତି ସେମାନେ ଏବେ ସରକାରଙ୍କର ମୁଖ୍ୟ କାର୍ପଟଦାର ସାଜିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।